Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସନ୍ତାକାଲି ଛତିଶଗଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 14 ଗୁରୁବାର ଦିନ ଛତିଶଗଡ ଗସ୍ତ କରିବେ ।
ଭିଲାଇରେ ପ୍ରଧାନମନ୍ତ୍ରୀ ଆଧୁନିକୀକରଣ ତଥା ବିକଶିତ ହୋଇଥିବା ଭିଲାଇ ଇସ୍ପାତ କାରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଆଧୁନିକୀକରଣରେ ସାମିଲ ରହିଛି ଉତ୍ପାଦକତା, ଲାଭ, ଉତ୍ତମ ମାନ, ପ୍ରତିଯୋଗୀତା, ଶକ୍ତି ସାମର୍ଥ୍ୟ ଏବଂ ପରିବେଶ ସୁରକ୍ଷା ବୃଦ୍ଧି ପାଇଁ ଅଗ୍ରଣୀ ପ୍ରାଦ୍ୟୋଗିକୀର ଉପଯୋଗ ।

ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ନରେନ୍ଦ୍ର ମୋଦୀ ଆଇଆଇଟି ଭିଲାଇର ସ୍ଥାୟୀ କ୍ୟାମ୍ପସ ପାଇଁ ଆଧାରଶିଳା ରଖିବେ । ସେ ମଧ୍ୟ ଭାରତ ନେଟର ଦ୍ୱିତୀୟ ଦଫା ଆରମ୍ଭ କରିବା ପାଇଁ ଏକ ଫଳକ ଉନ୍ମୋଚନ କରିବେ । ଭାରତ ନେଟ ପ୍ରକଳ୍ପ ହେଉଛି ଗ୍ରାମ ପଞ୍ଚାୟତମାନଙ୍କୁ ଭୂମିତଳ ଅପ୍ଟିକାଲ ଫାଇବର ଜରିଆରେ ସଂଯୋଗ କରିବାର ପରିକଳ୍ପନା ।

ପ୍ରଧାନମନ୍ତ୍ରୀ ଜଗଦଲପୁର ଓ ରାୟପୁର ମଧ୍ୟରେ ବାୟୁସେବାର ଉଦଘାଟନ କରିବେ । ସେ ମଧ୍ୟ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ଲାପଟପ୍, ପ୍ରମାଣପତ୍ର ଓ ଚେକ ଆଦି ବଣ୍ଟନ ସହ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ।

ଭିଲାଇରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନୂଆ-ରାୟପୁର ସ୍ମାର୍ଟ ସିଟି ଗସ୍ତ କରିବେ ଏବଂ ସେଠାରେ ସେ ସହର ପାଇଁ ସମନ୍ୱିତ ଅଧିକାର ଓ ନିୟନ୍ତ୍ରଣ କେନ୍ଦ୍ରକୁ ଉଦଘାଟନ କରିବେ ।

************