Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସନ୍ତାକାଲି ନାଗପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆମ୍ବେଦକର ଜୟନ୍ତୀ ଅବସରରେ ନାଗପୁର ଗସ୍ତରେ ଯିବେ ।

କ୍ରମାଗତ ଟ୍ୱିଟ କରି ତାଙ୍କ ଗସ୍ତ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ମୋର ସୌଭାଗ୍ୟ ଯେ ପବିତ୍ର ଆମ୍ବେଦକର ଜୟନ୍ତୀ ଅବସରରେ ଆସନ୍ତା କାଲି ନାଗପୁର ଯାଉଛି ।

ନାଗପୁରରେ ପବିତ୍ର ଥିବା ଦିକ୍ଷାଭୂମି ରହିଛି ଯାହାକି ଡ.ଆମ୍ବେଦକରଙ୍କ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ସେହି ପବିତ୍ର ଭୂମିକୁ ପ୍ରଣାମ ଜଣାଇବି ।
ଏହି ଅବସରରେ ନାଗପୁରଠାରେ ଅନେକ ଉନ୍ନୟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଛି ଯାହାକି ଜନସାଧାରଣଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବ ।

ଏହି ଉନ୍ନୟନ ପ୍ରକଳ୍ପଗୁଡିକ ମଧ୍ୟରେ IIIT, IIM, AIIMS ଏବଂ କୋରାଡି ତାପଜ ବିଦ୍ୟୁତ କେନ୍ଦ୍ରର ଉଦଘାଟନ କରାଯିବ । ଏହାଛଡା ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଡିଜିଧନ ମେଳାର ଉଦଯାପନୀ ସମାରୋହରେ ଯୋଗଦେଇ ଲକି ଗ୍ରାହକ ଯୋଜନା ଏବଂ ଡିଜିଧନ ବ୍ୟାପାର ଯୋଜନାର ମେଗା ଡ୍ର ବିଜେତାମାନଙ୍କୁ ପୁରସ୍କୃତ କରିବି ।

ଡ.ଆମ୍ବେଦକରଙ୍କ ସ୍ୱପ୍ନ – ଏକ ଶକ୍ତିଶାଳୀ, ସମୃଦ୍ଧ ଓ ସର୍ବ ସମାବେଶୀ ଭାରତ ଗଠନ ଦିଗରେ ଆମର ଅନବରତ ପ୍ରୟାସ ଅବ୍ୟାହତ ରହିବ । ’’