ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 12, 2019 ତାରିଖରେ ହରିୟାଣାର କୁରୁକ୍ଷେତ୍ର ଗସ୍ତରେ ଯିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ହରିୟାଣାରେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଅନ୍ୟ କେତେକ ଉନ୍ନୟନ ପ୍ରକଳ୍ପର ଆଧାରଶିଳା ରଖିବେ ।
ସ୍ୱଚ୍ଛ ଶକ୍ତି – 2019
ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ର ଠାରେ ଆୟୋଜିତ ସ୍ୱଚ୍ଛ ଶକ୍ତି 2019 କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସେଥିରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ଦେଶର ମହିଳା ସରପଞ୍ଚମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ଉଲ୍ଲେଖନୀୟ ଅବଦାନ ସକାଶେ ସମ୍ମାନିତ କରିବେ । ଏହା ବ୍ୟତୀତ ସେ ସ୍ୱଚ୍ଛ ସୁନ୍ଦର ଶୌଚାଳୟ ପ୍ରଦର୍ଶନୀକୁ ମଧ୍ୟ ଉଦ୍ଘାଟନ କରିବେ ଓ କୁରୁକ୍ଷେତ୍ରଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ ।
ସ୍ୱଚ୍ଛ ଶକ୍ତି 2019 ଏକ ଜାତୀୟ କାର୍ଯ୍ୟକ୍ରମ ଏବଂ ଏଥିରେ ସାରା ଦେଶର ପ୍ରାୟ 15,000 ମହିଳା ପଞ୍ଚ ଏବଂ ସରପଞ୍ଚମାନେ ଯୋଗ ଦେଉଛନ୍ତି । ମହିଳା ସଶକ୍ତିକରଣ ଦିଗରେ ଏହା ଏକ ବିଶେଶ କାର୍ଯ୍ୟକ୍ରମ ଭାବେ ପରିଗଣିତ ହେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଶକ୍ତି କାର୍ଯ୍ୟକ୍ରମକୁ 2017 ମସିହାରେ ଆର୍ନ୍ତଜାତିକ ମହିଳା ଦିବସ ଅବସରରେ ପ୍ରଥମ ଥର ପାଇଁ ଗୁଜରାଟର ଗାନ୍ଧୀନଗର ଠାରେ ଶୁଭାରମ୍ଭ କରିଥିଲେ । ଦ୍ୱିତୀୟ ସ୍ୱଚ୍ଛ ଶକ୍ତି 2018 କାର୍ଯ୍ୟକ୍ରମ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ହୋଇଥିଲା । ସେମାନଙ୍କର ସ୍ୱଚ୍ଛ ଭାରତ ଅଭିଯାନକୁ ଅବଦାନକୁ ବିଚାରକୁ ନେଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ବିକାଶମୂଳକ ପ୍ରକଳ୍ପ
ଜାତୀୟ କ୍ୟାନସର ପ୍ରତିଷ୍ଠାନ, ଭାଡ଼ସା, ଝାଜ୍ଝରର ଉତ୍ସର୍ଗ କାର୍ଯ୍ୟକ୍ରମ
ଜାତୀୟ କ୍ୟାନସର ପ୍ରତିଷ୍ଠାନ ଏକ ଅତ୍ୟାଧୁନିକ ଟର୍ସିଆରୀ କ୍ୟାନସର ଚିକିତ୍ସା ତଥା ଗବେଷଣା ପ୍ରତିଷ୍ଠାନ ଯାହାକି ଏମ୍ସ ଝାଜ୍ଝର ପରିସରରେ ସ୍ଥାପନ କରାଯାଇଛି । ଏହା 700 ଶଯ୍ୟାବିଶିଷ୍ଟ ଏକ ହସପିଟାଲ ଏବଂ ସେଥିରେ ସର୍ଜିକାଲ ଅଙ୍କୋଲୋଜି, ରେଡ଼ିଏସନ୍ ଅଙ୍କୋଲୋଜି, ମେଡ଼ିକାଲ ଅଙ୍କୋଲୋଜି, ନିଶ୍ଚେତକ, ପାଲିଏଟିଭ୍ ଚିକିତ୍ସା ଓ ନ୍ୟୁକ୍ଲିଅର୍ ମେଡ଼ିସିନ୍ ଏବଂ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କ ପାଇଁ ହଷ୍ଟେଲ ରୁମ୍ ତଥା କ୍ୟାନସର ରୋଗୀଙ୍କ ପାଇଁ ରୁମ ଆଦିର ବ୍ୟବସ୍ଥା ରହିଛି । ଏନସିଆଇ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଦେଶର ଏକ ନୋଡ଼ାଲ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବ ଏବଂ ଅନ୍ୟାନ୍ୟ ଆଞ୍ଚଳିକ କ୍ୟାନସର କେନ୍ଦ୍ର ଓ ଅନ୍ୟାନ୍ୟ କ୍ୟାନସର ପ୍ରତିଷ୍ଠାନମାନଙ୍କ ସହ ସଂପର୍କ ରକ୍ଷା କରିବ । ଏନସିଆ ସମଗ୍ର ଏସିଆ ମହାଦେଶର ଏକ ପ୍ରମୁଖ କ୍ୟାନସର ଚିକିତ୍ସା ପ୍ରତିଷ୍ଠାନ ଭାବେ ମୁଣ୍ଡଟେକିଛି ଯେଉଁଥିରେ ଚିକିତ୍ସା ସହିତ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିବ । ଏଥିରେ ମଲିକୁଲାର ବାୟୋଲୋଜି, ଜେନୋମିକ୍ସ, ପ୍ରୋଟିଓମିକ୍ସ, କ୍ୟାନସର ଏପିଡ଼େମିଓଲୋଜି, ରେଡ଼ିଏସନ୍ ବାୟୋଲୋଜି ଏବଂ କ୍ୟାନସର ପ୍ରତିଷେଧକ ଆଦିର ସୁବିଧା ରହିଛି ।
ESIC ମେଡ଼ିକାଲ କଲେଜ ଓ ହସ୍ପିଟାଲ, ଫରିଦାବାଦର ଶୁଭାରମ୍ଭ
ସମଗ୍ର ଉତ୍ତର ଭାରତରେ ଏହା ପ୍ରଥମ ESIC ମେଡ଼ିକାଲ କଲେଜ ଏବଂ ହସପିଟାଲ ହେବ । ଏଥିରେ 510ଟି ଶଯ୍ୟା ରହିଛି ଏବଂ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ସେବାର ବନ୍ଦୋବସ୍ତ କରାଯାଇଛି । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନରେ ESIC ମେଡ଼ିକାଲ କଲେଜ ଏବଂ ହସପିଟାଲ କାର୍ଯ୍ୟ କରିଥାଏ ଏବଂ ଏହା କର୍ମଚାରୀ ତଥା ସେମାନଙ୍କ ଉପରେ ନିର୍ଭରଶୀଳ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଣ ସକାଶେ ଏକ ସାମାଜିକ ସୁରକ୍ଷା ଯୋଜନା ଭାବେ କାର୍ଯ୍ୟ କରିଥାଏ ।
ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ, ପଞ୍ଚକୁଲାର ଶିଳାନ୍ୟାସ
ପଞ୍ଚକୁଲାସ୍ଥିତ ଶ୍ରୀ ମାତା ମନସା ଦେବୀ ମନ୍ଦିର ପରିସର ଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ ସ୍ଥାପନା କରାଯାଉଛି । ଏହା ଜାତୀୟ କ୍ଷେତ୍ରରେ ଆୟୁର୍ବେଦ ଚିକିତ୍ସା, ଶିକ୍ଷା ଓ ଗବେଷଣାର ଏକ ଅଭିନବ ପ୍ରତିଷ୍ଠାନ ହେବ । ଏହା ସଂପୂଣ୍ଣ ର୍ ହେବାପରେ ହରିୟାଣା ଏବଂ ଅନ୍ୟାନ୍ୟ ପାର୍ଶ୍ଵବର୍ତ୍ତୀ ରାଜ୍ୟର ଲୋକମାନଙ୍କୁ ଏହା ଆୟୁର୍ବେଦ ଉପଚାର ଯୋଗାଇଦେବ ।
ଶ୍ରୀ କୃଷ୍ଣ ଆୟୁଷ ବିଶ୍ୱବିଦ୍ୟାଳୟ କୁରୁକ୍ଷେତ୍ରର ଆଧାରଶିଳା ସ୍ଥାପନ
ଶ୍ରୀ କୃଷ୍ଣ ଆୟୁଷ ବିଶ୍ୱବିଦ୍ୟାଳୟ; ଭାରତୀୟ ଚିକିତ୍ସା ପଦ୍ଧତିରେ ଉପଚାର ସଂପର୍କୀତ ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ଯାହା ହରିୟାଣାରେ ସ୍ଥାପନ କରାଯାଉଛି ।
ପାନିପତଠାରେ ‘ପାନିପତ ଯୁଦ୍ଧ ସଂଗ୍ରହାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ
ପାନିପତ ଯୁଦ୍ଧର ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ଏହି ସଂଗ୍ରହାଳୟର ପରିକଳ୍ପନା କରାଯାଇଛି । ଭାରତ ଇତିହାସରେ ପାନିପତ ଯୁଦ୍ଧର ଏକ ବିଶେଷ ସ୍ଥାନ ରହିଛି । ଏହି ସଂଗ୍ରହାଳୟ କେନ୍ଦ୍ର ସରକାରଙ୍କ ଭାରତୀୟ ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ ଆଧାରରେ ସ୍ଥାପନ କରାଯିବ । ଏହି ଯୋଦ୍ଧାମାନଙ୍କର ଭାରତ ନିର୍ମାଣରେ ଅବଦାନ ଓ ଯୋଗଦାନ ରହିଛି ।
କର୍ଣ୍ଣାଲଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଲ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ । ଏହି ସବୁ ବିକାଶମୂଳକ କାର୍ଯ୍ୟକ୍ରମ ହରିୟାଣାକୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାଂସ୍କୃତିକ ସୁବିଧା ସୁଯୋଗ ଯୋଗାଇଦେବ ।
PM @narendramodi will visit Kurukshetra, Haryana tomorrow.
— PMO India (@PMOIndia) February 11, 2019
He will participate in Swachh Shakti- 2019.
He will also inaugurate and lay foundation stones of several development projects in Haryana.
PM @narendramodi will dedicate to the nation the National Cancer Institute, Bhadsa, Jhajjar.
— PMO India (@PMOIndia) February 11, 2019
ESIC Medical College & Hospital, Faridabad will also be inaugurated.
Foundation stones for the following will be laid:
— PMO India (@PMOIndia) February 11, 2019
National Institute of Ayurveda, Panchkula.
Sri Krishna Ayush University, Kurukshetra.
‘Battles of Panipat Museum’, Panipat.
Pandit Deen Dayal Upadhyay University of Health Sciences, Karnal.
These measures are expected to give a boost to educational, health and cultural facilities in Haryana.
— PMO India (@PMOIndia) February 11, 2019