Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସନ୍ତାକାଲି ଭାରତୀୟ ଜନୌଷଧି ପରିଯୋଜନା ଓ ଶସ୍ତା କାର୍ଡିଆକ ଷ୍ଟେଣ୍ଟ୍ସ, ଆଣ୍ଠୁ ପ୍ରତ୍ୟାରୋପଣ ହିତାଧିକାରୀଙ୍କ ସହ “ସମ୍ଭବ” କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ


ଆସନ୍ତାକାଲି ସକାଳ 09.30 ମିନିଟ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନସିଙ୍ଗ ଜରିଆରେ ଭାରତୀୟ ଜନୌଷଧି ପରିଯୋଜନା ଓ ଶସ୍ତା କାର୍ଡିଆକ ଷ୍ଟେଣ୍ଟ୍ସ ଏବଂ ଆଣ୍ଠୁ ପ୍ରତିରୋପଣ ହିତାଧିକାରୀମାନଙ୍କ ସହ “ସମ୍ଭବ” କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବେ ।

ରୋଗୀ ଏବଂ ଗରିବଙ୍କ ଜୀବନରେ କିଭଳି ପରିବର୍ତ୍ତନ ଆଣିପାରିଛି ସେମାନଙ୍କ ପ୍ରତିକ୍ରିୟା ଜାଣିବା ଏହି “ସମ୍ଭବ” କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ନମୋ ଆପ, ୟୁଟ୍ୟୁବ, ଫେସବୁକ ଆଦି ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଜରିଆରେ ଏହି “ସମ୍ଭବ” କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ ଉପଲବ୍ଧ ହେବ ।

**********