ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ଅଗଷ୍ଟ 11, 2018ରେ ମୁମ୍ବାଇ ଗସ୍ତ କରିବେ ।
ଭାରତୀୟ ପ୍ରଯୁକ୍ତି ସଂସ୍ଥାନ (ଆଇଆଇଟି) ମୁମ୍ବାଇର 56ତମ ବାର୍ଷିକ ସମାବର୍ତ୍ତନ ସମାରୋହକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ ।
ଆଇଆଇଟି ବମ୍ବେଠାରେ ସମାବର୍ତ୍ତନ କାର୍ଯ୍ୟକ୍ରମ ପରେ ଶକ୍ତି ବିଜ୍ଞାନ ଓ ଇଞ୍ଜିନିୟରିଂ ବିଭାଗ ଏବଂ ପରିବେଶ ବିଜ୍ଞାନ ଓ ଇଞ୍ଜିନିୟରିଂ କେନ୍ଦ୍ରର ନୂତନ କୋଠାକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ।
**********