Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସନ୍ତାକାଲି ସିଆଇଏସଏଫର 50ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମାର୍ଚ୍ଚ 10, 2019ରେ ଗାଜିଆବାଦ ଠାରେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀ (ସିଆରପିଏଫ)ର 50ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେବେ ।

ଗାଜିଆବାର ଇନ୍ଦିରାପୁରମସ୍ଥିତ ପଞ୍ଚମ ବାଟାଲିଅନ କ୍ୟାମ୍ପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀର ପରେଡ ଅଭିବାଦନ ଗ୍ରହଣ କରିବେ । ବିଶିଷ୍ଟ ଏବଂ ପ୍ରଶଂସନୀୟ ସେବା ପାଇଁ ସେ ପୋଲିସ ଓ ଅଗ୍ନିଶମ ସେବା ପଦକ ପ୍ରଦାନ କରିବେ ।
ସହିଦ ସ୍ମାରକ ଠାରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହାପରେ ସେ ସିଆଇଏସଏଫ ବାହିନୀଙ୍କୁ ସମ୍ବୋଧିତ କରିବେ ।

*****