Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସାମରେ ଦେଶର ଦୀର୍ଘତମ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ଆସାମରେ ଦେଶର ଦୀର୍ଘତମ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ଆସାମରେ ଦେଶର ଦୀର୍ଘତମ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମରେ ଆଜି ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ 9.15 କିଲୋମିଟର ଦୀର୍ଘର ଢୋଲା-ସାଦିଆ ସେତୁକୁ ଉଦ୍ଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଭାବେ ଶପଥ ଓ ଦାୟିତ୍ଵ ଗ୍ରହଣ କରିବାର 3 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହା ଥିଲା ଶ୍ରୀ ମୋଦୀଙ୍କର ପ୍ରଥମ ଆନୁଷ୍ଠାନିକ କାର୍ଯ୍ୟକ୍ରମ ।

ନବନିର୍ମିତ ଢୋଲା-ସାଦିଆ ସେତୁ ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଯାତାୟାତ ସମୟକୁ ଅନେକାଂଶରେ ହ୍ରାସ କରିବ ଏବଂ ସଡକ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ ।

ଦୀର୍ଘତମ ସେତୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ପରେ ପ୍ରଧାନମନ୍ତ୍ରୀ ତା ଉପରେ କିଛି ସମୟ ଧରି ଚାଲି ଚାଲି ଯାଇଥିଲେ ।

ଏହି ଅବସରରେ ଢୋଲାଠାରେ ଏକ ଜନ ସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସେତୁ ଉଦ୍ଘାଟନ ଦ୍ଵାରା ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କର ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି ।

ସେ କହିଥିଲେ ଯେ, ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ନିହାତି ଆବଶ୍ୟକ । ଏ କ୍ଷେତ୍ରରେ ଜନସାଧାରଣଙ୍କ ଆଶା ଓ ସ୍ଵପ୍ନ ପୂରଣ କରିବା ଦିଗରେ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ଆସାମ-ଅରୁଣାଚଳ ପ୍ରଦେଶ ମଧ୍ୟରେ ଏହି ସେତୁ କେବଳ ସଡକ ସଂଯୋଗକୁ ଦୃଢୀଭୂତ କରିବ ନାହିଁ ବରଂ ଦୁଇ ରାଜ୍ୟରେ ଆର୍ଥିକ ବିକାଶକୁ ବଡ ବଳ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳର ଆର୍ଥିକ ବିକାଶ ଲାଗି ବ୍ୟାପକ ସୁଯୋଗ ରହିଛି । ସେଥିମଧ୍ୟରେ ଏହି ସେତୁ ନିର୍ମାଣ କେନ୍ଦ୍ର ସରକାରଙ୍କ ଏକ ଭବିଷ୍ୟ ଦୃଷ୍ଟିର ଜ୍ଵଳନ୍ତ ଉଦାହରଣ ।

ସେ କହିଥିଲେ ନବନିର୍ମିତ ଢୋଲା-ସାଦିଆ ସେତୁ ଏହି ଅଞ୍ଚଳର ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ । କେନ୍ଦ୍ର ସରକାର ବର୍ତ୍ତମାନ ଆସାମ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଜଳପଥର ବିକାଶ ଉପରେ ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଉତ୍ତର-ପୂର୍ବାଞ୍ଚଳ ସହିତ ଦେଶର ଅନ୍ୟାନ୍ୟ ଭାଗକୁ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଛନ୍ତି । କେବଳ ସେତିକି ନୁହେଁ ଏ ଦିଗରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ସେହିପରି ଉତ୍ତର-ପୂର୍ବାଞ୍ଚଳରେ ସଡକ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଘଟିଲେ ଏହି ଅଞ୍ଚଳ ସହିତ ଦକ୍ଷିଣ-ପୂର୍ବ ଏସିଆର ଆର୍ଥିକ କାରବାର ବୃଦ୍ଧି ପାଇବ ।

ଉତ୍ତର-ପୂର୍ବାଞ୍ଚଳରେ ପର୍ଯ୍ୟଟନ ସମ୍ପଦ ଓ କ୍ଷେତ୍ରର ବିକାଶ ଲାଗି ଅନେକ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆସାମର ଢୋଲା-ସାଦିଆ ସେତୁକୁ ସୁବିଖ୍ୟାତ କବି, ସଙ୍ଗୀତଜ୍ଞ ଓ ଗୀତିକାର ଭୁପେନ ହଜାରିକାଙ୍କ ନାମରେ ନାମିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ ।

*****