ପିଏମଇଣ୍ଡିଆ
ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଉପସ୍ଥିତ ଆସାମର ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ସର୍ବପ୍ରଥମେ ମୁଁ ଆସାମବାସୀମାନଙ୍କୁ ପ୍ରଣାମ କରିବାକୁ ଚାହୁଁଛି, ଯେଉଁମାନେ ବିକାଶର ସ୍ୱପ୍ନ ଦେଖିଲେ ଏବଂ ବିକାଶର ପୂର୍ତ୍ତି ଉଦ୍ଦେଶ୍ୟରେ ଶ୍ରୀଯୁକ୍ତ ସର୍ବାନନ୍ଦଜୀ ଏବଂ ତାଙ୍କ ସାଥିମାନଙ୍କୁ ସେବା କରିବାର ସୁଯୋଗ ଦେଲେ ।
ମୁଁ ସର୍ବାନନ୍ଦଜୀଙ୍କୁ ଭଲ ଭାବେ ଜାଣେ । ସମଗ୍ର ଦେଶର ଆଦିବାସୀ ସମାଜ ସର୍ବାନନ୍ଦଜୀଙ୍କୁ ନେଇ ଗର୍ବିତ । ଆଦିବାସୀ ସମାଜରେ ଜନ୍ମଗ୍ରହଣ କରି ନିଜକୁ ସମାଜ ସେବା ପାଇଁ ସମର୍ପି ଦେଇଥିବା ଗୋଟିଏ ନେତା ଏବେ ଆସାମର ନେତୃତ୍ୱ ନେବାକୁ ଯାଉଛି । କେନ୍ଦ୍ରରେ ମୋର ମନ୍ତ୍ରୀମଣ୍ଡଳରେ, ମୋର ସାଥି ଭାବେ ତାଙ୍କର ଅନେକ ସଦଗୁଣକୁ ମୁଁ ନିକଟରୁ ଦେଖିଛି । ମଧୁରତା ହୁଏତ ତାଙ୍କର ଦୈହିକ ଭାଷା (body language) ର ଅନ୍ୟ ନାମ । ସରଳତା, ସହଜତା, ମୃଦୁଭାଷ ତାଙ୍କ ପାଇଁ ସହଜସାଧ୍ୟ । ମୋର ବିଶ୍ୱାସ ଯେ, ସବୁବେଳେ ପ୍ରସନ୍ନଚିତ୍ତ ରହୁଥିବା ସର୍ବାନନ୍ଦଜୀ ଆସାମର ସର୍ବାନନ୍ଦ ପାଇଁ କିଛି ଉଣା ରଖିବେ ନାହିଁ । ପରିଶ୍ରମ ଏବଂ ନିଷ୍ଠାର ସହିତ ଆସାମର ଭାଗ୍ୟ ପରିବର୍ତ୍ତନ ପାଇଁ ସେ ସମ୍ପୂର୍ଣ୍ଣ ଚେଷ୍ଟା କରିବେ । ତାଙ୍କର ପୁରା ଟିମ୍ ମଧ୍ୟ ସମୟର ବିନିଯୋଗ ଆସାମବାସୀଙ୍କ କଲ୍ୟାଣ ନିମନ୍ତେ କରିବେ ବୋଲି ମୋର ବିଶ୍ୱାସ ।
ଆଜି ମୁଁ ଆପଣମାନଙ୍କୁ ଭରଷା ଦେଉଛି ଯେ ଦିଲ୍ଲୀରେ ବସିଥିବା ସରକାର, ସହଭାଗୀ ସଙ୍ଘୀୟ ଲୋକତନ୍ତ୍ର ଉପରେ ବିଶ୍ୱାସ କରେ, ସହଭାଗୀ ଓ ପ୍ରତିଯୋଗୀ ସଙ୍ଘୀୟ ଢାଞ୍ଚା ଉପରେ ମଧ୍ୟ ଆସ୍ଥା ରଖେ । ଯେଉଁ ରାଜ୍ୟ ପ୍ରଗତି କରିବାକୁ ଚାହୁଁଛନ୍ତି ତାଙ୍କୁ ଅଧିକରୁ ଅଧିକ ଶକ୍ତି ଦେବା, ଯେଉଁ ରାଜ୍ୟମାନଙ୍କ ପ୍ରଗତିରେ କିଛି ବାଧା ଉପୁଜୁଛି, ତାଙ୍କ ହାତ ଧରି ତାଙ୍କୁ ଆଗେଇ ନେବାର ପ୍ରଚେଷ୍ଟା କରିବା ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାର ପାଦ ସହ ପାଦ ମିଳାଇ ରାଜ୍ୟକୁ ଏବଂ ଭାରତକୁ ନୂତନ ଶିଖରକୁ ନେଇଯିବା ପାଇଁ ଆମର ଗୋଟିଏ ନିରନ୍ତର ଚେଷ୍ଟା ଚାଲିଛି । ଆସାମକୁ ମଧ୍ୟ କେବେହେଲେ କୌଣସି ଅଭାବର ଅନୁଭୁତ ହେବାକୁ ଦିଆଯିବ ନାହିଁ । ଆସାମ ଯେତେ ଦୌଡିବ, ଆସାମ ସରକାର ଯେତେ ଦୌଡିବେ, ଦିଲ୍ଲୀ ସରକାର ମଧ୍ୟ ତା ଠାରୁ ପାହୁଣ୍ଡେ ଆଗକୁ ଦୌଡିବା ପାଇଁ ସବୁବେଳେ ଚେଷ୍ଟା କରିବେ ।
ମୁଁ ଆସାମର ଜନସାଧାରଣଙ୍କୁ ମଧ୍ୟ ଅନୁରୋଧ କରିବି ଯେ ଆପଣମାନେ ଯେଉଁ ସ୍ୱପ୍ନ ଦେଖିଛନ୍ତି, ସେହି ସ୍ୱପ୍ନକୁ ସାକାର କରିବା ପାଇଁ କେବଳ ନିର୍ବାଚନରେ ଆପଣମାନଙ୍କ ସହଯୋଗ ଯଥେଷ୍ଟ ନୁହେଁ । ସହଯୋଗୀତାରେ ହିଁ ଗଣତନ୍ତ୍ର ଚାଲୁ ରହେ – ଏ କଥାର ଆବଶ୍ୟକତା ରହିଛି । ସରକାର ଏବଂ ଜନତା କାନ୍ଧକୁ କାନ୍ଧ ମିଳାଇ ଆଗକୁ ବଢିଲେ ଏହାର ଚମତ୍କାର ଫଳ ମିଳେ । ଆସାମର ଜନସାଧାରଣ ମଧ୍ୟ କାନ୍ଧ ସହ କାନ୍ଧ ମିଳାଇ ଆସାମର ଭାଗ୍ୟ ପରିବର୍ତ୍ତନ ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବେ ।
ଆପଣ ମୋର ବକ୍ତବ୍ୟ କେବେ କେବେ ଲାଲ କିଲାର ପ୍ରାଚୀର ଉପରୁ ଶୁଣିଛନ୍ତି । ମୁଁ ସେହି ଚିନ୍ତାଧାରା ଉପରେ ବିଶ୍ୱାସ କରେ ଯେ ଦେଶ ସ୍ୱାଧୀନ ହେବା ପରେ କେନ୍ଦ୍ରରେ ହେଉ ବା ରାଜ୍ୟମାନଙ୍କରେ ହେଉ ଯେତେ ସରକାର ଆସିଲେ ସେମାନେ ନିଜ ନିଜ ଢଙ୍ଗରେ କିଛି ନା କିଛି ଭଲ କରିବା ପାଇଁ ଚେଷ୍ଟା କରିଛନ୍ତି । ତେଣୁ ଯାହା କିଛି ହୋଇଛି, ଭଲ ହୋଇଛି । ସେହି ଭଲ କଥାକୁ ଆହୁରି ଆଗେଇ ନେବାକୁ ଅଛି ଏବଂ ଯାହା କିଛି ଅଭାବ ରହିଯାଇଛି, ତାହାକୁ ପୂର୍ଣ୍ଣ କରି ଦୃତ ଗତିରେ ଆଗକୁ ବଢିବାର ଅଛି, ଏହାହିଁ ସମୟର ଆବଶ୍ୟକତା ।
ମୋର ବିଶ୍ୱାସ ଯେ ସର୍ବାନନ୍ଦଜୀଙ୍କ ନେତୃତ୍ୱରେ … । ଆସାମର ଗୋଟିଏ ମହାନ ପରମ୍ପରା ରହିଛି । ଏହା ସାଂସ୍କୃତିକ ଚେତନାର କେନ୍ଦ୍ର । ଭାରତକୁ ମଧ୍ୟ ଅନେକ ବିଷୟରେ ପ୍ରେରଣା ଯୋଗାଇବାର ଶକ୍ତି ଏହି ଭୂମିରେ ରହିଛି । ଏହି ଭୁମିର ଉପଯୋଗ ଆସାମକୁ ଉନ୍ନତିର ନୂତନ ଶିଖରରେ ପହଞ୍ଚାଇବା ପାଇଁ ଏବଂ ଦେଶକୁ ନୂଆ ଶକ୍ତି ଯୋଗାଇବା ପାଇଁ ହେବ ବୋଲି ମୋର ବିଶ୍ୱାସ । ମୁଁ ସବୁବେଳେ ଏହି କଥାରେ ବିଶ୍ୱାସ କରି ଆସିଛି ଯେ, ଭାରତର ସର୍ବାଙ୍ଗୀନ ବିକାଶ ହେଉ, ଭାରତର ବିକାଶ ସନ୍ତୁଳିତ ହେଉ, ଭାରତର ବିକାଶ ସର୍ବଦେଶୀୟ ହେଉ, ଏବଂ ସେଥିପାଇଁ ଭାରତର ପୂର୍ବ ସୀମାନ୍ତ ଉନ୍ନତିରୁ ବଞ୍ଚିତ ହେଲେ ଆମର ଭାରତମାତା ସମୃଦ୍ଧ ହୋଇପାରିବ ନାହିଁ । ଯଦି ଭାରତର ପଶ୍ଚିମ ସୀମାନ୍ତ ଉନ୍ନତି କରୁଛି ତେବେ ଭାରତର ପୂର୍ବ ସୀମାନ୍ତ ମଧ୍ୟ ସେତିକି ଗତିରେ ଆଗକୁ ବଢିବା ଉଚିତ୍ । ଆସାମ, ପଶ୍ଚିମ ବଙ୍ଗ, ବିହାର, ପୂର୍ବ ଉତ୍ତରପ୍ରଦେଶ, ଓଡିଶା, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟସମୂହ, ଏ ସମସ୍ତ କ୍ଷେତ୍ରର ଆଗାମୀ ଦଶନ୍ଧୀମାନଙ୍କରେ ଭାରତକୁ ଏକ ନୂତନ ଆର୍ଥିକ ଶକ୍ତି ଯୋଗାଇବାର ସାମର୍ଥ୍ୟ ରହିଛି, ଗତିକୁ ନୂଆ ଶକ୍ତି ଦେବାର ସାମର୍ଥ୍ୟ ରହିଛି ।
ଆମର ଯେଉଁ “ପ୍ରାଚ୍ୟମୁଖୀ ନୀତି” (Act East Policy) ରହିଛି, ବିଶ୍ୱର ପ୍ରାଚ୍ୟ ରାଷ୍ଟ୍ରମାନଙ୍କରେ ଭାରତର ପ୍ରଭାବ ବିସ୍ତାର ଏବଂ ପରିଚୟ ସୃଷ୍ଟି କରିବାରେ ଦେଶର ଏହି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମର ଏହି “ଅଷ୍ଟଲକ୍ଷ୍ମୀ”ଙ୍କ ଅଞ୍ଚଳକୁ ଦିନେ “ସାତ ଭଉଣୀ” (seven sister) ଅଞ୍ଚଳ କୁହାଯାଉଥିଲା । ଏହି ସମଗ୍ର ଉତ୍ତର ପୂର୍ବାଞ୍ଚଳର ପ୍ରଗତି କେବଳ ଭାରତରେ ନୁହେଁ, ପ୍ରାଚ୍ୟ ଦେଶମାନଙ୍କରେ ମଧ୍ୟ ପ୍ରଭାବ ସୃଷ୍ଟି କରିପାରିବାର କ୍ଷମତା ବହନ କରୁଛି । ତେଣୁ ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳର ଉନ୍ନତି ପାଇଁ ଆସାମ ଗୋଟିଏ ବହୁତ ବଡ କେନ୍ଦ୍ର ବିନ୍ଦୁ । ଗୁଆହାଟି ଗୋଟିଏ ବହୁତ ବଡ କେନ୍ଦ୍ର ବିନ୍ଦୁ । ଏହାକୁ ଆଗକୁ ବଢାଇବା ଦିଗରେ କେନ୍ଦ୍ର ଏବଂ ରାଜ୍ୟ ମିଶି ପ୍ରଚେଷ୍ଟା କରିବେ, ଏହା ମୁଁ ଆପଣମାନଙ୍କୁ ଭରସା ଦେଉଛି । ମୁଁ ଶ୍ରୀଯୁକ୍ତ ସର୍ବାନନ୍ଦଜୀଙ୍କୁ, ତାଙ୍କ ପୁରା ଟିମ୍ କୁ, ଆସାମର ଜନସାଧାରଣଙ୍କୁ ଅନ୍ତରରୁ ଅନେକ ଅନେକ ଶୁଭେଚ୍ଛା ଜ୍ଞାପନ କରୁଛି ।
ଧନ୍ୟବାଦ ।
Want to congratulate the people of Assam, who have dreamt of development and given a chance to @sarbanandsonwal & his team to serve: PM
— PMO India (@PMOIndia) May 24, 2016
A leader belonging to the tribal community, a leader dedicated to serving society will now be the CM of Assam: PM on @sarbanandsonwal
— PMO India (@PMOIndia) May 24, 2016
I am sure @sarbanandsonwal will serve Assam and work very hard to transform Assam. His team will do the same: PM @narendramodi in Assam
— PMO India (@PMOIndia) May 24, 2016
The Central government believes in cooperative federalism. Want to give the states maximum strength & enable them to progress: PM
— PMO India (@PMOIndia) May 24, 2016
Democracy is about Bhagidari. The Centre and the States must walk shoulder to shoulder for development: PM @narendramodi in Assam
— PMO India (@PMOIndia) May 24, 2016
India's development has to be all-round and inclusive. Eastern part of India cannot remain away from the development journey: PM in Assam
— PMO India (@PMOIndia) May 24, 2016
Happy to have witnessed the oath taking ceremony of @sarbanandsonwal & his team. My best wishes to them as they work for Assam’s progress.
— Narendra Modi (@narendramodi) May 24, 2016
In my address after the ceremony, I assured complete support from the Centre in fulfilling the dreams & aspirations of the people of Assam.
— Narendra Modi (@narendramodi) May 24, 2016
Also talked about why development of India’s eastern part is key to India’s overall growth. https://t.co/tQoZLfmKvv
— Narendra Modi (@narendramodi) May 24, 2016