Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସାମର ଗରିବ ଚାଷୀଙ୍କ ଜୀବନ ରଖିଲା ଆୟୁଷ୍ମାନ ଭାରତ


ଆସାମର 35 ବର୍ଷିୟ ଗରିବ ଚାଷୀ ଦ୍ୱିଜେନ କାଲିତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ଯେତେବେଳେ କାମରୂପ ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି କରାଗଲା, ସେ ଅଧା ଅଚେତ ଥିଲେ ଏବଂ ଗମ୍ଭୀର ଯନ୍ତ୍ରଣା ଭୋଗୁଥିଲେ । ପରୀକ୍ଷା ନିରୀକ୍ଷା ପରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାରର ଆବଶ୍ୟକତା ରହିଥିବା ଜଣା ପଡିଥିଲା ।

କାଲିତାଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଚିକିତ୍ସା ଖର୍ଚ୍ଚ ବହନ କରିବା ତାଙ୍କ ଭଳି ଗରିବ ପରିବାର ପାଇଁ ଅସମ୍ଭବ ଥିଲା ।

ତେବେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାରେ ମାଗଣା ଚିକିତ୍ସା ହୋଇପାରିବ ବୋଲି ତାଙ୍କ ପରିବାର ଲୋକ ଜାଣିବା ପରେ ସେମାନଙ୍କ ମନରେ ବାସ୍ତବ ଆଶା ଜାଗି ଉଠିଥିଲା ।

କାଲିତା ଅନୁଭବ କରିଥିଲେ ଯେ, ଏହି ଯୋଜନା ତାଙ୍କ ଭଳି ଗରିବ ଲୋକ ପାଇଁ ବରଦାନ ସଦୃଶ ।

ଆଜି ସେ ଜଣେ ସୁସ୍ଥ ମଣିଷ ଏବଂ ସେହି 31 ଜଣ ହିତାଧିକାରୀମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନାର ସଫଳତା ବର୍ଣ୍ଣନା କରିଛନ୍ତି ।

ଠିକ ଏକ ବର୍ଷ ତଳେ 2018ରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହା ମାଧ୍ୟମରେ ଦେଶର 10.74 କୋଟି ଗରିବ ଲୋକଙ୍କୁ ସହଜ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇଛି ।

ଗତ ଏକ ବର୍ଷ ମଧ୍ୟରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଜରିଆରେ ଦ୍ୱିଜେନ କାଲିତାଙ୍କ ଭଳି 50ହଜାରରୁ ଅଧିକ ରୋଗୀ ସେମାନଙ୍କ ରାଜ୍ୟ ବାହାରେ ଶ୍ରେଷ୍ଠ ଚିକିତ୍ସା ସୁବିଧା ପାଇପାରିଛନ୍ତି ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ପିଏମ-ଜେଏୱାଇ) ଯୋଜନା ଅନ୍ତର୍ଗତ 16,085ଟି ଡାକ୍ତରଖାନା ତାଲିକାଭୁକ୍ତ ହୋଇସାରିଛନ୍ତି, 41 ଲକ୍ଷ ହିତାଧିକାରୀ ଚିକିତ୍ସା ସୁବିଧା ପାଇଛନ୍ତି ଏବଂ 10 କୋଟିରୁ ଉର୍ଦ୍ଧ୍ଵ ଇ-କାର୍ଡ ଜାରି କରାଯାଇସାରିଛି ।

ଆୟୁଷ୍ମାନ ଭାରତ ଅଧୀନରେ ସାରା ଦେଶରେ 20,700ରୁ ଉର୍ଦ୍ଧ୍ଵ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଛି ।

 

**********