ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୋଗମୁଖଠାରେ ପ୍ରସ୍ତାବିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ଆଧାରଶିଳା ରଖିଛନ୍ତି ।
ଏହି ଅବସରରେ ଏକ ବିଶାଳ ଜନ ସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ରାଜ୍ୟରେ ଚାଲିଥିବା ଉତ୍ତମ ଜନକଲ୍ୟାଣ କାର୍ଯ୍ୟ ଲାଗି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ତାଙ୍କ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ସେ କହିଥିଲେ ଯେ, ଆଜି ଯେଉଁ କୃଷି ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କରାଗଲା ତାହା ସମଗ୍ର ଅଞ୍ଚଳରେ ଏକ ସକାରାତ୍ମକ ପ୍ରଭାବ ପକାଇବାରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରକୁ ବିକଶିତ କରିବାକୁ ପଡିବ । ପରିବର୍ତ୍ତିତ ଟେକ୍ନୋଲଜି ଦ୍ଵାରା ଚାଷୀକୁ ସୁଫଳ ମିଳିବାକୁ ପଡିବ ।
ବିଭିନ୍ନ ଅଞ୍ଚଳର ସ୍ଵତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଧୁନିକ କୃଷି ପ୍ରଣାଳୀ ଓ ପ୍ରଯୁକ୍ତି କୌଶଳର ପ୍ରୟୋଗ କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, 2022ରେ ଦେଶ ସ୍ଵତନ୍ତ୍ରତାର 75 ବର୍ଷ ପାଳନ କରିବ । ଏହି ସମୟ ବେଳକୁ ଚାଷୀଙ୍କର ଆୟ ଦୁଇଗୁଣ କରିବା ପାଇଁ ପ୍ରୟାସ ହେଉଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ତିନି ବର୍ଷ ମଧ୍ୟରେ ଚାଷୀଙ୍କ କଲ୍ୟାଣ ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷକରି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏହା ମଧ୍ୟରେ ଅନ୍ୟତମ । ଦେଶର ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦେବା ଲାଗି ଆଧୁନିକ ବିଜ୍ଞାନାଗାରମାନ ପ୍ରତିଷ୍ଠା କରାଯାଉଛି । ଏବେ ଚାଷୀଙ୍କ ମଧ୍ୟରେ ଫସଲ ବୀମା ଯୋଜନାର ଆଦର ବଢୁଛି ।
କୃଷି କ୍ଷେତ୍ରରେ ମୂଲ୍ୟ ସମବର୍ଦ୍ଧନକୁ (Value Addition)କୁ ଗୁରୁତ୍ଵ ଦେବା ଲାଗି ସମ୍ପଦ ଯୋଜନା ଆରମ୍ଭ କରାଯାଉଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଦେଶର ଉତ୍ତର-ପୂର୍ବାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ “ପଞ୍ଚତତ୍ଵ”ର ବିକାଶ ଉପରେ ଗୁରୁତ୍ଵ ଦେଇଥିଲେ । ଏହି ପଞ୍ଚତତ୍ଵ ହେଲା – ରେଳପଥ, ରାଜପଥ, ଜଳପଥ, ସୂଚନାପଥ ଓ ବିମାନପଥ (ବିମାନସେବା)। ଏହି ସେବାଗୁଡିକୁ ବିକଶିତ କରି ଉତ୍ତର-ପୂର୍ବାଞ୍ଚଳରେ ବ୍ୟାପକ ପରିବର୍ତ୍ତନ ଓ ପ୍ରଗତି ଆଣିବାକୁ ତାଙ୍କ ସରକାର ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
*****
While laying the foundation stone of IARI, highlighted how this institution will benefit the entire region. https://t.co/RwojPycJL6
— Narendra Modi (@narendramodi) May 26, 2017
Invigorating our agriculture sector with latest technology will bring many benefits for our farmers, who work very hard to feed the nation.
— Narendra Modi (@narendramodi) May 26, 2017
I gave a detailed account of the efforts of the NDA Government for transforming agriculture & the efforts to double farmer incomes by 2022. pic.twitter.com/0tG2Ra6uzP
— Narendra Modi (@narendramodi) May 26, 2017
Spoke about how the ‘Panch Tatva’ of railways, highways, airways, waterways, & i-ways will give wings to people’s aspirations in Northeast.
— Narendra Modi (@narendramodi) May 26, 2017