Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସାମ ଦିବସ ଅବସରରେ ଆସାମବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ ଦିବସ ଅବସରରେ ଆସାମର ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସ୍ୱର୍ଗଦେଓ ଚାଓଲୁଙ୍ଗ ସୁକାଫାଙ୍କ ସଂକଳ୍ପକୁ ପୂରଣ କରିବା ଲାଗି ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଆଜି ହେଉଛି ଏକ ଅବସର। “ଗତ କିଛି ବର୍ଷ ଧରି କେନ୍ଦ୍ର ଏବଂ ଆସାମର ଏନଡିଏ ସରକାର ଆସାମର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଭୌତିକ ଏବଂ ସାମାଜିକ ଭିତ୍ତିଭୂମିର ବିକାଶ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ତାଇ-ଅହୋମ ସଂସ୍କୃତି ଏବଂ ତାଇ ଭାଷାକୁ ଲୋକପ୍ରିୟ କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଛି। ଏହା ଆସାମର ଯୁବକମାନଙ୍କୁ ବହୁତ ଉପକୃତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି:

“ଆସାମ ଦିବସ ଅବସରରେ ଆସାମର ମୋର ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା।

ସ୍ୱର୍ଗଦେଓ ଚାଓଲୁଙ୍ଗ ସୁକାଫାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଆଜି ଏକ ସୁଯୋଗ। ବିଗତ କିଛି ବର୍ଷ ଧରି କେନ୍ଦ୍ର ଏବଂ ଆସାମର ଏନଡିଏ ସରକାର ଆସାମର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଭୌତିକ ଏବଂ ସାମାଜିକ ଭିତ୍ତିଭୂମିର ବିକାଶ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି।

ତାଇ-ଅହୋମ ସଂସ୍କୃତି ଏବଂ ତାଇ ଭାଷାକୁ ଲୋକପ୍ରିୟ କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଛି। ଏହା ଦ୍ୱାରା ଆସାମର ଯୁବକମାନେ ବହୁତ ଉପକୃତ ହେବେ ।

HS