ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆୟକର ଲୋକପାଳ ସଂସ୍ଥା ଏବଂ ପରୋକ୍ଷ ଟିକସ ଲୋକପାଳ ସଂସ୍ଥାର ଉଚ୍ଛେଦ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।
ଏହି ମଞ୍ଜୁରି ଲୋକମାନଙ୍କ ଦ୍ୱାରା ଅଭିଯୋଗ ଦୂର କରିବାର ବିକଳ୍ପ ବ୍ୟବସ୍ଥାକୁ ଚୟନ କରିବା ସନ୍ଦର୍ଭରେ ଦିଆଯାଇଛି । ବର୍ତ୍ତମାନ ଉପଲବ୍ଧ ଅଭିଯୋଗ ଯାଞ୍ଚ ଓ ପ୍ରତିକାର ବ୍ୟବସ୍ଥା, ପୂର୍ବ ଲୋକପାଳ ସଂସ୍ଥାଠାରୁ ଅଧିକ ପ୍ରଭାବୀ । ଆୟକର ଲୋକପାଳ ସଂସ୍ଥା ଏବଂ ପରୋକ୍ଷ ଟିକସ ଲୋକପାଳ ସଂସ୍ଥାକୁ ଏହି କାରଣରୁ ଉଚ୍ଛେଦ କରିଦିଆଯାଇଛି ।