ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି କେନ୍ଦ୍ର ପ୍ରାୟୋଜିତ ଆୟୁଷ୍ମାନ ଭାରତ-ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ (ଏବି-ଏନଏଚପିଏମ) ଶୁଭାରମ୍ଭ କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଯୋଜନାରେ ବାର୍ଷିକ ପ୍ରତ୍ୟେକ ପରିବାରକୁ 5 ଲକ୍ଷ ଟଙ୍କାର ବୀମା/ଲାଭ କଭର ଦିଆଯିବ । ପ୍ରସ୍ତାବିତ ଯୋଜନାରେ 10 କୋଟିରୁ ଅଧିକ ଗରିବ ହିତାଧିକାରୀ ପରିବାର ସାମିଲ ହେବେ । ଏହି ପରିବାର ଏସପିସିସି ଡାଟାବେସରେ ଆଧାରିତ ଗରିବ ଏବଂ ଦୁର୍ବଳ ଜନସଂଖ୍ୟାର ହୋଇଥିବେ । ଏବି-ଏନଏଚପିଏସରେ ପ୍ରଚଳିତ – ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା(ଆରଏସବିୱାଇ) ଏବଂ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ବୀମା ଯୋଜନା (ଏସସସିଏଚଆଇଏସ) ସମ୍ମିଳିତ ହେବ ।
ପ୍ରମୁଖ ବିଶେଷତ୍ୱ :
ଏହି କଭରରେ ସମସ୍ତ ଦ୍ୱିତୀୟ ଏବଂ ତୃତୀୟ ସ୍ତରର ସ୍ୱାସ୍ଥ୍ୟ ସୁବିଧା ପ୍ରକ୍ରିୟା ସାମିଲ ରହିଛି । ଏହା ସୁନିଶ୍ଚିତ କରିବା ଲାଗି ଯେ କୌଣସି ବ୍ୟକ୍ତି (ମହିଳା, ଶିଶୁ ଏବଂ ବୟସ୍କ) ବାକି ରହିନଯା’ନ୍ତି, ସେଥିପାଇଁ ଯୋଜନାରେ ପରିବାରର ଆକାର ଏବଂ ଆୟୁ ଉପରେ କୌଣସି ପ୍ରକାରର ସୀମା ରହିବ ନାହିଁ । ଲାଭ କଭରରେ ଡାକ୍ତରଖାନାରେ ଦାଖଲ ହେବା ପୂର୍ବରୁ ଏବଂ ଦାଖଲ ହେବା ପରେ ଖର୍ଚ୍ଚ ମଧ୍ୟ ସାମିଲ କରାଯିବ । ବୀମା ପଲିସିର ପୂର୍ବଦିନ ଠାରୁ ରହିଥିବା ସମସ୍ତ ସର୍ତ୍ତକୁ କଭର କରାଯିବ । ହିତାଧିକାରୀମାନଙ୍କୁ ପ୍ରତ୍ୟେକ ଥର ଡାକ୍ତରଖାନାରେ ଦାଖଲ ହେବା ପରେ ପରିବହନ ଭତ୍ତା ମଧ୍ୟ ପରିଶୋଧ କରାଯିବ ।
କାର୍ଯ୍ୟାନ୍ୱୟନ ରଣନୀତି
ଜାତୀୟ ସ୍ତରରେ ପରିଚାଳନା ଲାଗି ଆୟୁଷ୍ମାନ ଭାରତ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ଏଜେନ୍ସି (ଏବି-ଏନଏଚପିଏମଏ) ପ୍ରତିଷ୍ଠା କରାଯିବ । ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ସମର୍ପିତ ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସି (ଏସଏଚଏ) ଦ୍ୱାରା ଯୋଜନା ଲାଗୁ କରିବା ଲାଗି ପରାମର୍ଶ ଦିଆଯିବ । ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ବର୍ତ୍ତମାନର ଟ୍ରଷ୍ଟ/ସୋସାଇଟି/ଅଣଲାଭକାରୀ କମ୍ପାନୀ/ରାଜ୍ୟ ନୋଡାଲ ଏଜେନ୍ସିର ଉପଯୋଗ କରିବେ କିମ୍ବା ନୂଆ ଟ୍ରଷ୍ଟ/ସୋସାଇଟି/ଅଣଲାଭକାରୀ କମ୍ପାନୀ/ରାଜ୍ୟ ନୋଡାଲ ଏଜେନ୍ସିର ପ୍ରତିଷ୍ଠା କରିପାରିବେ । ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଯୋଜନାକୁ ବୀମା କମ୍ପାନୀ ଜରିଆରେ ପ୍ରତ୍ୟକ୍ଷ ଭାବେ ଟ୍ରଷ୍ଟ/ସୋସାଇଟି ମାଧ୍ୟମରେ କିମ୍ବା ଏକୀକୃତ ମଡେଲର ଉପଯୋଗ କରି ଯୋଜନା ଲାଗୁ କରିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ।
ପ୍ରମୁଖ ପ୍ରଭାବ :
ଗତ ଦଶ ବର୍ଷ ମଧ୍ୟରେ ଭାରତରେ ରୋଗୀମାନଙ୍କୁ ଡାକ୍ତରଖାନାରେ ଦାଖଲ ହେବାର ଖର୍ଚ୍ଚ ପାଖାପାଖି 300 ପ୍ରତିଶତ ବୃଦ୍ଧି ପାଇଛି । (ଏନଏଏସଓ 2015) । 80 ପ୍ରତିଶତରୁ ଅଧିକ ଖର୍ଚ୍ଚ ପକେଟ (ଓଓପି)ର ପୂରଣ କରାଯାଇଥାଏ । ଗ୍ରାମୀଣ ପରିବାର ମୁଖ୍ୟତଃ ପାରିବାରିକ ଆୟ/ସଂଚୟ (68 ପ୍ରତିଶତ) ଏବଂ ଉଧାର (25 ପ୍ରତିଶତ) ଉପରେ ନିର୍ଭର କରିଥା’ନ୍ତି । ସହରୀ ପରିବାର ଡାକ୍ତରଖାନା ଖର୍ଚ୍ଚର ଅର୍ଥ ପୋଷଣ ଲାଗି ନିଜର ଆୟ/ସଂଚୟ (75 ପ୍ରତିଶତ) ଏବଂ ଉଧାର (18 ପ୍ରତିଶତ) ଉପରେ ନିର୍ଭର କରିଥା’ନ୍ତି । (ଏନଏସଏସଓ 2015) ଭାରତରେ ପକେଟରୁ 60 ପ୍ରତିଶରୁ ଅଧିକ ଖର୍ଚ୍ଚ ହୋଇଥାଏ ଯାହାର ପରିଣାମ ସ୍ୱରୂପ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ଖର୍ଚ୍ଚ କାରଣରୁ 6 ନିୟୁତ ପରିବାର ଦାରିଦ୍ର୍ୟ ଘେରରେ ରହିଛନ୍ତି । ନିମ୍ନଲିଖିତ ଆଧାରରେ ଏବି-ଏନଏଚପିଏର ପ୍ରଭାବ ପକେଟ ଖର୍ଚ୍ଚ ହ୍ରାସ କରିପାରିବ ।
ଏହାଦ୍ୱାରା ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ସୁବିଧାର ଉପଲବ୍ଧତା ବୃଦ୍ଧି ପାଇବ । ଆର୍ଥିକ ସମ୍ବଳର ଅଭାବ କାରଣରୁ ଜନସଂଖ୍ୟାର ପୂରଣ ହୋଇପାରୁନଥିବା ଆବଶ୍ୟକତା ପୂରଣ ହେବ । ଏହାଦ୍ୱାରା ନିର୍ଦ୍ଧାରିତ ସମୟରେ ଚିକିତ୍ସା ହୋଇପାରିବ, ସ୍ୱାସ୍ଥ୍ୟ ପରିଣାମରେ ଉନ୍ନତି ଆସିବ, ରୋଗୀଙ୍କୁ ସନ୍ତୋଷ ମିଳିବ, ଉତ୍ପାଦକତା ଏବଂ ସକ୍ଷମତାରେ ସୁଧାର ଆସିବ, ନିଯୁକ୍ତି ସୃଷ୍ଟି ହେବ ଏବଂ ଏହାର ପରିଣାମସ୍ୱରୂପ ଜୀବନର ଗୁଣବତ୍ତାରେ ସୁଧାର ଆସିବ ।
ସାମିଲ ଖର୍ଚ୍ଚ
ପ୍ରିମିୟମର ପରିଶୋଧରେ ହେଉଥିବା ଖର୍ଚ୍ଚ ଅର୍ଥ ମନ୍ତ୍ରଣାଳୟଙ୍କ ଦିଗ-ନିର୍ଦ୍ଦେଶ(ଦିଗଦର୍ଶନ) ଅନୁଯାୟୀ ନିର୍ଦ୍ଦିଷ୍ଟ ଅନୁପାତରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ଭାବେ ବହନ କରାଯିବ । ସେହି ରାଜ୍ୟଗୁଡ଼ିକ ଯେଉଁଠି ବୀମା କମ୍ପାନୀଗୁଡ଼ିକ ମାଧ୍ୟମରେ ଏବି-ଏନଏଚପିଏମ ଲାଗୁ କରାଯିବ ସେଠାରେ ମୋଟ ବ୍ୟୟର ବାସ୍ତବିକ ବଜାର ନିର୍ଦ୍ଧାରିତ ପ୍ରିମିୟମ ପରିଶୋଧ ଉପରେ ନିର୍ଭର କରିବ । ଯେଉଁ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶରେ ଟ୍ରଷ୍ଟ/ସୋସାଇଟି ମାଧ୍ୟମରେ ଯୋଜନା ଲାଗୁ କରାଯିବ ସେହି ରାଜ୍ୟରେ ବାସ୍ତବ ଖର୍ଚ୍ଚ କିମ୍ବା ପ୍ରିମିୟମ ସୀମା (ଯାହା କମ ହୋଇଥିବ) ପୂର୍ବ ନିର୍ଦ୍ଧାରିତ ଅନୁପାତରେ କେନ୍ଦ୍ରୀୟ ଅର୍ଥ ଉପଲବ୍ଧ କରାଯିବ ।
ହିତାଧିକାରୀଙ୍କ ସଂଖ୍ୟା
ଏବି-ଏନଏଚପିଏସ 10.7 କୋଟି ଗରିବ, ବଂଚିତ ଗ୍ରାମୀଣ ପରିବାର ଏବଂ ଗ୍ରାମୀଣ ଏବଂ ସହରୀ ଉଭୟଙ୍କୁ କଭର ଦେଉଥିବା ସାମାଜିକ ଆର୍ଥିକ ଜାତିଭିତ୍ତିକ ଜନଗଣନା (ଏସଇସିସି)ର ନବୀନତମ ଡାଟା ଆଧାର ଅନୁସାରେ ସହରୀ ଶ୍ରମିକଙ୍କୁ ଚିହ୍ନଟ ହୋଇଥିବା ବ୍ୟବସାୟୀକ ଶ୍ରେଣୀକୁ ଟାର୍ଗେଟ କରାଯିବ । ଏହି ଯୋଜନା ଗତିଶୀଳ ଏବଂ ଅଭିଳଷିତ ରୂପରେ ତିଆରି କରାଯାଇଛି ଏବଂ ଯୋଜନା ଏସଇସିସି ଡାଟାରେ ଭବିଷ୍ୟତରେ ହେଉଥିବା ଭିନ୍ନତା/ସମାବେଶ ଏବଂ ଦୂରୀକରଣକୁ ଧ୍ୟାନରେ ରଖିବ ।
କଭର କରାଯାଇଥିବା ରାଜ୍ୟ/ଜିଲ୍ଲା
ଏବି-ଏନଏଚପିଏମ ସମସ୍ତ ହିତାଧିକାରୀଙ୍କୁ କଭର କରିବାର ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଆରମ୍ଭ କରାଯିବ ।
**********
Working steadfastly towards quality and affordable healthcare for the poor, neo-middle class and middle class. https://t.co/832yEM4hyH
— Narendra Modi (@narendramodi) March 21, 2018
via NMApp