Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆୟୁଷ୍ମାନ ଭାରତ ଯୋଜନା ଅଧିନରେ କାର୍ଯ୍ୟକାରୀ ହେବ ସୁନିଶ୍ଚିତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ;

ଆୟୁଷ୍ମାନ ଭାରତ ଯୋଜନା ଅଧିନରେ କାର୍ଯ୍ୟକାରୀ ହେବ ସୁନିଶ୍ଚିତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ;


 

ଶୁଭାରମ୍ଭ ପାଇଁ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

 

ଭାରତ ସରକାର ଖୁବ୍ ଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ସୁନିଶ୍ଚିତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିବେ । ତେବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ।

ବୈଠକରେ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବକ ଭାବେ ଅବଗତ କରାଯାଇଥିଲା । ସୁନିଶ୍ଚିତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଫଳ ଓ ତ୍ୱରିତ ରୂପାୟନ ପାଇଁ ରାଜ୍ୟମାନଙ୍କ ସହ ବିସ୍ତୃତ ପରାମର୍ଶ କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମ ଅଧିନରେ ପ୍ରତି ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚର ଭରଣା କରାଯିବାର ବ୍ୟବସ୍ଥା ରହିଛି । ଦେଶର 10 କୋଟି ଗରୀବ ଓ ଦୁର୍ବଳ ଶ୍ରେଣୀର ପରିବାରଙ୍କୁ ଏଥିରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ସବୁ ଗରୀବ ଓ ନିଷ୍ପେସିତ ପରିବାରକୁ ସର୍ବାଧିକ ସ୍ୱାସ୍ଥ୍ୟ ସେବାର ସୁବିଧା ପହଞ୍ଚାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ବୈଠକରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ନୀତି ଆୟୋଗ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ପଦାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଏହି ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇଥିଲେ ।

ଗତମାସ ଆମ୍ବେଦକରଙ୍କ ଜୟନ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ପ୍ରଥମ “ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର” ଛତିଶଗଡ ରାଜ୍ୟର ଅଭିଳାଷୀ ଜିଲ୍ଲା ବିଜାପୁରଠାରେ ଉଦ୍ଘାଟନ କରିଥିଲେ ।

 

**********