ପିଏମଇଣ୍ଡିଆ
ଆୟକର ସନ୍ଦର୍ଭରେ ଦ୍ଵୈତ କରାଧାନକୁ ଶେଷ କରିବା ତଥା ବିତ୍ତିୟ ଟିକସ ଚୋରିକୁ ରୋକିବା ପାଇଁ ଭାରତ ଓ ବ୍ରାଜିଲ ମଧ୍ୟରେ ବୁଝାମଣା ସଂଶୋଧନ ପ୍ରୋଟୋକଲକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।
କାର୍ଯ୍ୟାନ୍ୱୟନ ରଣନୀତି ଓ ଲକ୍ଷ୍ୟ
କ୍ୟାବିନେଟ ମଞ୍ଜୁରି ପରେ ପ୍ରୋଟୋକଲ ଲାଗୁ କରିବା ସହିତ ସମ୍ବନ୍ଧିତ ଆବଶ୍ୟକ ଔପଚାରିକତା ପୂରଣ କରାଯିବ । କାର୍ଯ୍ୟାନ୍ୱୟନ ଉପରେ ନଜର ରଖାଯିବ ଏବଂ ମନ୍ତ୍ରଣାଳୟ ଏହାର ରିପୋର୍ଟ ପ୍ରସ୍ତୁତ କରିବ ।
ପ୍ରମୁଖ ପ୍ରଭାବ
ଦ୍ଵୈତ କରାଧାନକୁ ସମାପ୍ତ କରିବା ସହିତ ସମ୍ବନ୍ଧିତ ବୁଝାମଣା (ଡିଟିଏସି) ବ୍ୟବସ୍ଥାକୁ ଆନ୍ତର୍ଜାତିକ ମାନକ ଅନୁରୂପ ଅପଡେଟ କରିବା ଦ୍ୱାରା ଭାରତ ଓ ବ୍ରାଜିଲ ମଧ୍ୟରେ ଦ୍ଵୈତ ଟିକସ ଶେଷ ହେବ । ଡିଟିଏସି ଜରିଆରେ ଚୁକ୍ତିଭୂକ୍ତ ରାଷ୍ଟ୍ର ମଧ୍ୟରେ ଟିକସ ଅଧିକାରର ସ୍ପଷ୍ଟ ଆବଂଟନ ଦ୍ୱାରା ଦୁଇ ଦେଶର ନିବେଶକ ଏବଂ ବ୍ୟବସାୟୀମାନଙ୍କୁ ଟିକସ ସୁନିଶ୍ଚିତତାର ସୁବିଧା ପ୍ରାପ୍ତ ହେବ । ଏହି ପ୍ରୋଟୋକଲ ମାଧ୍ୟମରେ ସୁଧ, ରାଜସ୍ୱ ଓ ବୈଷୟିକ ସେବା ଶୁଳ୍କ ଉପରେ ଉତ୍ସ ଦେଶର ଟିକସ ହାର କମ ହେବା ଦ୍ୱାରା ନିବେଶ ବୃଦ୍ଧି ହେବ । ସଂଶୋଧିତ ପ୍ରୋଟୋକଲ ଜି-20 ଆଇସିଡି ବେସ ଇରୋଜନ ପ୍ରଫିଟ ସିଫ୍ଟିଙ୍ଗ (ବିଇପିଏଏଓ) ପ୍ରକଳ୍ପର ସର୍ବନିମ୍ନ ମାନକ ଏବଂ ଅନ୍ୟ ଅନୁଶାସନ ଲାଗୁ କରିବ । ଡିଟିଏସିରେ ପ୍ରସ୍ତାବିତ ମୂଳ ପାଠକୁ ସାମିଲ କରିବା, ପ୍ରମୁଖ ଉଦ୍ଦେଶ୍ୟର ଯାଞ୍ଚ, ଦୂରୁପଯୋଗ ବିରୋଧି ବ୍ୟବସ୍ଥା ସହିତ ବିଇପିଏଏସ ପ୍ରକଳ୍ପ ଅନୁରୂପ ଲାଭ ନିୟମର ସରଳୀକରଣ ଦ୍ୱାରା ଟିକସ ନିୟମରେ ତ୍ରୁଟି ବିଚ୍ୟୁତି ରହିଥିବା ଯୋଜନା ରଣନୀତିକୁ ସମାପ୍ତ କରିବାରେ ସହାୟତା ମିଳିବ ।
ପ୍ରମୁଖ ବିନ୍ଦୁ
ଭାରତ ଓ ବ୍ରାଜିଲ ମଧ୍ୟରେ ବର୍ତ୍ତମାନ ଡିଟିଏସି ଉପରେ ଏପ୍ରିଲ 26, 1988କୁ ସ୍ୱାକ୍ଷର କରାଯାଇଥିଲା ଏବଂ ସୂଚନା ଆଦାନପ୍ରଦାନ ସନ୍ଦର୍ଭରେ ଅକ୍ଟୋବର 15, 2013କୁ ଏକ ପ୍ରୋଟୋକଲ ଜରିଆରେ ଏହାର ସଂଶୋଧନ କରାଯାଇଥିଲା ।
ସଂଶୋଧିତ ଡିଟିଏସି ଜି-20 ଆଇସିଡି ବେସ ଇରୋଜନ ପ୍ରଫିଟ ସିଫ୍ଟିଙ୍ଗ (ବିଇପିଏଏସ) ପ୍ରକଳ୍ପର ସର୍ବନିମ୍ନ ମାନକ ଓ ଅନ୍ୟ ଅନୁଶାସନକୁ ଲାଗୁ କରିବ ।
*********