Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଞ୍ଜିନିୟର ଦିବସ ଅବସରରେ ଇଞ୍ଜିନିୟରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ; ଭାରତ ରତ୍ନ ଏମ. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀରେ ଜଣାଇଲେ ଶ୍ରଦ୍ଧାଞ୍ଜଳି


ଇଞ୍ଜିନିୟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଞ୍ଜିନିୟରମାନଙ୍କୁ ଅଭିବାଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ରତ୍ନ ଶ୍ରୀ ଏମ. ବିଶ୍ୱେଶ୍ୱରାୟଙ୍କୁ ତାଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

“ଇଞ୍ଜିନିୟର ଦିବସ ଅବସରରେ ସମସ୍ତ ଇଞ୍ଜିନିୟରମାନଙ୍କୁ ମୁଁ ଅଭିବାଦନ ଜଣାଉଛି ଏବଂ ଦେଶ ବିକାଶରେ ସେମାନଙ୍କ ପ୍ରମୁଖ ଅବଦାନକୁ ପ୍ରଶଂସା କରୁଛି ।

ଭାରତ ରତ୍ନ ଏମ. ବିଶ୍ୱେଶ୍ୱରାୟଙ୍କୁ ତାଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ସେ ନିଜେ ଜଣେ ଉଚ୍ଚକୋଟୀର ଇଞ୍ଜିନିୟର ଏବଂ ଅଫୂରନ୍ତ ପ୍ରେରଣାର ଉତ୍ସ ଥିଲେ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

**********