ପିଏମଇଣ୍ଡିଆ
ଇଣ୍ଡିଆ ଟୁଡେ ଗ୍ରୁପର ଚେୟାରମ୍ୟାନ ଓ ଏଡିଟର-ଇନ-ଚିଫ ଅରୁଣ ପୁରୀ ଜୀ,
ଆପଣଙ୍କ ଗ୍ରୁପର ସମସ୍ତ ସାମ୍ବାଦିକ ସାଥି,
ନ୍ୟୁଜରୁମରେ ଏହି ସମୟରେ କାମ କରୁଥିବା ସମସ୍ତ ସାମ୍ବାଦିକ,
ଆପଣମାନଙ୍କ ସହିତ ଜଡିତ ଥିବା ଷ୍ଟ୍ରିଞ୍ଜର୍ସ,
ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ମୋର ସାଥିମାନେ,
ଇଣ୍ଡିଆ ଟୁଡେ କନକ୍ଲେଭ ସହିତ ଜଡିତ ସମସ୍ତ ଜନସାଧାରଣଙ୍କୁ ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି ।
ଆପଣଙ୍କ ଗ୍ରୁପ ଯେପରି ଭାବେ ସ୍ୱଚ୍ଛ ଭାରତ ମିଶନରେ ଭାଗ ନେଇଛି, ଜନସାଧାରଣଙ୍କୁ ସଚେତନ କରିଛି, ସେଥିପାଇଁ ଆପଣମାନେ ଅଭିନନ୍ଦନର ପାତ୍ର ।
ବନ୍ଧୁଗଣ,
ମୋତେ କୁହାଯାଇଛି କି ଦେଶର ନେତୃତ୍ୱ କରୁଥିବା ସମୟରେ ମୋତେ କିଛି ଶିଖିବାକୁ ମିଳିଛି, ଏ ସମ୍ବନ୍ଧରେ ମୁଁ ନିଜର ଅନୁଭବ ଆପଣଙ୍କ ସହିତ ବାଂଟିବି ।
ଯେତବେଳେ 2014 ନିର୍ବାଚନ ପରେ ମୁଁ ଦିଲ୍ଲୀ ଆସିଥିଲି ପ୍ରକୃତରେ ଅନେକ ବିଷୟରେ ଅନୁଭବ ନଥିଲା । କେନ୍ଦ୍ର ସରକାର କିପରି ଚାଲେ, କ’ଣ କ’ଣ ବ୍ୟବସ୍ଥା ରହିଛି, ସିଷ୍ଟମ କ’ଣ, ଏ ସମ୍ବନ୍ଧରେ ବିଶେଷ ଅନ୍ଦାଜ ନଥିଲା ।
ଆଉ ମୁଁ ମାନୁଛି ଯେ ଏହା ମୋ ପାଇଁ ବରଦାନ ପରି ସାବ୍ୟସ୍ତ ହୋଇଥିଲା ।
ଯଦି ମୁଁ ପୁରୁଣା ବ୍ୟବସ୍ଥାର ଅଂଶବିଶେଷ ହୋଇଥା’ନ୍ତି, ତେବେ ନିର୍ବାଚନ ପରେ ଏକ ଖାଂଚ ପରି ଯାଇ ଏଥିରେ ଫିଟ ହୋଇଯାଇଥା’ନ୍ତି । ମାତ୍ର ଏପରି ହୋଇନଥିଲା ।
ବନ୍ଧୁଗଣ,
ମୋର ମନେଅଛି, 2014 ପୂର୍ବରୁ ଆପଣଙ୍କ ଷ୍ଟୁଡିଓରେ ମଧ୍ୟ ଚର୍ଚ୍ଚା ହେଉଥିଲା ଯେ ଦୁନିଆରେ କ’ଣ ଚାଲୁଛି, ଏ ସମ୍ବନ୍ଧରେ ମୋଦୀକୁ ତ ଜଣାନାହିଁ, ଏପରି ସ୍ଥଳେ ଆମ ବୈଦେଶିକ ନୀତିର କ’ଣ ହେବ?
ମାତ୍ର ବିଗତ ଦିନର ଘଟଣାକ୍ରମରେ ଆପଣମାନଙ୍କୁ ଦେଖାଯାଇଥିବ ଯେ ଭାରତର ବୈଦେଶିକ ନୀତିର ପ୍ରଭାବ ଆଜି କେଉଁଠାରେ ଅଛି ।
ଦେଖାଯାଉଛି ନା ନାହିଁ?…
ଦେଖନ୍ତୁ, ଆପଣ ମାନିଲେ ତ ।
ବନ୍ଧୁଗଣ,
ଆଜିର ଭାରତ ହେଉଛି ନୂତନ ଭାରତ, ପରିବର୍ତ୍ତିତ ଭାରତ ।
ଆମ ପାଇଁ ଜଣେ-ଜଣେ ବୀର ଯବାନର ରକ୍ତ ମୂଲ୍ୟବାନ ।
ଆଗରୁ କ’ଣ ହେଉଥିଲା, ଯେତେ ବି ଲୋକ ମରନ୍ତୁ, ଯବାନ ଶହୀଦ ହୁଅନ୍ତୁ,
ମାତ୍ର କ୍ୱଚିତ କୌଣସି ବଡ କାର୍ଯ୍ୟଧାରା ଗ୍ରହଣ କରାଯାଉଥିଲା ।
ମାତ୍ର ଏବେ କେହି ଭାରତକୁ ଆଖି ଦେଖେଇବାର ସାହସ କରିପାରିବେ ନାହିଁ ।
ଆମ ସରକାର ଦେଶ ହିତରେ ସମସ୍ତ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ପ୍ରତିବଦ୍ଧ ।
ଭାରତ ଆଜି ଏକ ନୂତନ ନୀତି ଏବଂ ରୀତିରେ ଚାଲୁଛି ଏବଂ ଆଜି ସମଗ୍ର ବିଶ୍ୱ ମଧ୍ୟ ଏହାକୁ ବୁଝିବାକୁ ଲାଗିଛି ।
ବନ୍ଧୁଗଣ,
ଆଜିର ନୂତନ ଭାରତ ଭୟମୁକ୍ତ, ନିର୍ଭୀକ ଏବଂ ନିର୍ଣ୍ଣାୟକ । କାରଣ ଆଜି ସରକାର ଦେଢ଼ ଶହ କୋଟି ଭାରତୀୟଙ୍କ ପୁରୁଷାର୍ଥ, ସେମାନଙ୍କ ବିଶ୍ୱାସ ସହିତ ଆଗକୁ ବଢ଼ୁଛି ।
ଭାରତୀୟମାନଙ୍କର ଏହି ଏକଜୁଟତା ହିଁ ଦେଶ ଭିତରେ ଏବଂ ବାହାରେ କିଛି ଦେଶ ବିରୋଧି ଲୋକମାନଙ୍କ ମଧ୍ୟରେ ଏକ ଡର ସୃଷ୍ଟି କରିଛି ।
ଆଜି ଯେଉଁ ବାତାବରଣ ସୃଷ୍ଟି ହୋଇଛି, ମୁଁ ଏହା କହିବି ଯେ ଏହି ଡର ଭଲ ।
ଯେତବେଳେ ଶତୃ ମଧ୍ୟରେ ଭାରତର ପରାକ୍ରମର ଡର ରହେ, ତେବେ ଏହି ଡର ଭଲ ।
ଯେତବେଳେ ଆତଙ୍କର ମାଲିକମାନଙ୍କ ମଧ୍ୟରେ ସୈନିକମାନଙ୍କ ଶୌର୍ଯ୍ୟର ଡର ରହେ, ତେବେ ଏହି ଡର ଭଲ ।
ଯଦି ଭଗୋଡା ମଧ୍ୟରେ ବି ଆଇନ ଓ ନିଜର ସମ୍ପତ୍ତି ଜବତ ହେବାର ଡର ରହେ, ତେବେ ଏହି ଡର ଭଲ ।
ଯଦି ମାମା କହିବା ଦ୍ୱାରା ବଡ ବଡ ପରିବାର ଡରିଯାଆନ୍ତି, ତେବେ ଏହି ଡର ଭଲ ।
ଯଦି ଭ୍ରଷ୍ଟ ନେତାମାନଙ୍କୁ ମଧ୍ୟ ଜେଲ ଯିବାର ଡର ଯନ୍ତ୍ରଣା ଦିଏ, ତେବେ ଏହି ଡର ଭଲ ।
ଯଦି ଭ୍ରଷ୍ଟାଚାରୀମାନଙ୍କୁ ମଧ୍ୟ ଆଇନର ଡର ରହେ, ତେବେ ଏହି ଡର ଭଲ ।
ବନ୍ଧୁଗଣ,
ସ୍ୱାଧୀନତା ପରର ଦଶକମାନଙ୍କରେ ଦେଶ ଅନେକ କିଛି ସହ୍ୟ କରିଛି ।
ଏବେ ଏହି ନୂତନ ଭାରତ ଏହାର ସାମର୍ଥ୍ୟ, ଏହାର ସାଧନ, ଏହାର ସଂସାଧନ ଉପରେ ଭରସା କରି ଆଗକୁ ବଢ଼ୁଛି, ନିଜର ବୁନିଆଦି ଦୁର୍ବଳତାକୁ ଦୂର କରିବା, ନିଜର ସମସ୍ୟାକୁ କମ କରିବାର ପ୍ରୟାସ କରୁଛି ।
ମାତ୍ର ବନ୍ଧୁଗଣ, ଆଗକୁ ବଢ଼ୁଥିବା ଏହି ଭାରତ ସମ୍ମୁଖରେ ଆଉ ଏକ ଆହ୍ୱାନ ଦେଖାଦେଇଛି ।
ଏହି ଆହ୍ୱାନ ହେଉଛି, ନିଜ ଦେଶର ବିରୋଧ ଏବଂ ଥଟ୍ଟା ତାମସା କରି ଆତ୍ମସନ୍ତୁଷ୍ଟ ହେବାର ପ୍ରବୃତି ।
ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଆଜି ଯେତବେଳେ ସମଗ୍ର ଦେଶ ଆମ ସେନା ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆହୋଇଛି ସେତବେଳେ କିଛି ଲୋକ ସେନା ଉପରେ ସନେ୍ଦହ ପ୍ରକାଶ କରୁଛନ୍ତି ।
ଗୋଟିଏ ପକ୍ଷରେ ଆଜି ସମଗ୍ର ବିଶ୍ୱ ଆତଙ୍କ ବିରୋଧରେ ଲଢ଼େଇରେ ଭାରତ ପକ୍ଷରେ ରହିଛନ୍ତି ତ ଅନ୍ୟ ପଟେ କିଛି ପାର୍ଟି ଆତଙ୍କ ବିରୋଧରେ ଆମ ଲଢ଼େଇ ଉପରେ ସନ୍ଦେହ କରୁଛନ୍ତି ।
ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନଙ୍କ ବୟାନ, ଯେଉଁମାନଙ୍କ ସ୍ତମ୍ଭକୁ ପାକିସ୍ତାନୀ ସଂସଦ, ରେଡିଓ ଏବଂ ଟେଲିଭିଜନ ଚ୍ୟାନେଲରେ ଭାରତ ବିରୋଧରେ ବ୍ୟବହାର କରାଯାଉଛି ।
ଏହି ବ୍ୟକ୍ତିମାନେ ମୋଦୀ ବିରୋଧ କରି କରି ଦେଶ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି, ଦେଶକୁ ହିଁ କ୍ଷତି ପହଂଚାଉଛନ୍ତି ।
ମୁଁ ଆଜି ଏହି ମଂଚରୁ ଏହି ସବୁ ବ୍ୟକ୍ତିମାନଙ୍କୁ ପଚାରିବା ପାଇଁ ଚାହିଁବି କି ଆପଣମାନଙ୍କୁ ଆମ ସେନାର ସାମର୍ଥ୍ୟ ଉପରେ ବିଶ୍ୱାସ ରହିଛି ନା ସନ୍ଦେହ ରହିଛି?
ମୁଁ ସେମାନଙ୍କଠାରୁ ଜାଣିବାକୁ ଚାହୁଁଛି କି ଆପଣମାନଙ୍କୁ ଆମ ସେନାର କହିବା କଥା ଉପରେ ଭରସା ରହିଛି ନା ଆପଣ ସେହି ଲୋକମାନଙ୍କ ଉପରେ ଭରସା କରନ୍ତି ଯେଉଁମାନେ ଆମ ମାଟିରେ ଆତଙ୍କବାଦକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ।
ଭାଇ ଓ ଭଉଣୀମାନେ,
ମୁଁ ଏପରି ସମସ୍ତ ଲୋକ ଏବଂ ପାର୍ଟିମାନଙ୍କୁ କହିବାକୁ ଚାହିଁବି ଯେ ମୋଦୀ ଆସିବ ଏବଂ ଚାଲିଯିବ, ମାତ୍ର ଭାରତ ସବୁବେଳେ ରହିବ । ଏଥିପାଇଁ ସେମାନଙ୍କଠାରୁ ମୋର ଆଗ୍ରହ ହେଉଛି, କୃପାକରି ନିଜର ରାଜନୈତିକ ଲାଭ ପାଇଁ, ନିଜର ବୌଦ୍ଧିକ ଅହଙ୍କାରର ପୁଷ୍ଟି ପାଇଁ ଦେଶର ସୁରକ୍ଷା ସହିତ ଖେଳିବା ଛାଡନ୍ତୁ, ଭାରତକୁ କମଜୋର କରିବା ବନ୍ଦ କରନ୍ତୁ ।
ବନ୍ଧୁଗଣ,
ରାଫେଲର ଅଭାବ ଆଜି ଦେଶ ଅନୁଭବ କରିଛି ।
ଆଜି ହିନ୍ଦୁସ୍ତାନ ଏକ ସ୍ୱରରେ କହୁଛି ଯେ ଯଦି ଆମ ପାଖରେ ରାଫେଲ ଥା’ନ୍ତା, ତେବେ କ’ଣ ହୋଇଥା’ନ୍ତା?
ରାଫେଲ ଉପରେ ପ୍ରଥମେ ସ୍ୱାର୍ଥନୀତି କାରଣରୁ ଏବଂ ଏବେ ରାଜନୀତି କାରଣରୁ ଦେଶକୁ ଅନେକ କ୍ଷତି ହୋଇଛି ।
ମୁଁ ସେହି ଲୋକମାନଙ୍କୁ ସ୍ପଷ୍ଟ ଭାବେ କୁହେ ଯେ ମୋଦୀକୁ ବିରୋଧ କରିବାର ଅଛି ତ ନିଶ୍ଚିତ ଭାବେ କରନ୍ତୁ, ଆମ ଯୋଜନାମାନଙ୍କରୁ ଅସୁବିଧା ବାହାର କରନ୍ତୁ, ଏହାର କ’ଣ ପ୍ରଭାବ ହେଉଛି, କ’ଣ ନହେଉଛି, ସେ ସମ୍ବନ୍ଧରେ ସରକାରଙ୍କ ଆଲୋଚନା କରନ୍ତୁ, ଆପଣମାନଙ୍କୁ ସବୁବେଳେ ସ୍ୱାଗତ । ମାତ୍ର ଦେଶର ସୁରକ୍ଷା ହିତ ପାଇଁ, ଦେଶର ହିତକୁ ବିରୋଧ କରନ୍ତୁ ନାହିଁ ।
ଆପଣମାନେ ଏହା ଧ୍ୟାନ ରଖନ୍ତୁ ଯେ ମୋଦୀ ବିରୋଧର ଏହି ଜିଦିରେ ମାସୁଦ ଆଝାର ଓ ହଫିଜ ସଇଦ ଭଳି ଆତଙ୍କବାଦୀମାନଙ୍କୁ, ଆତଙ୍କ ପ୍ରୋତ୍ସାହନକାରୀମାନଙ୍କୁ ଯେପରି ସାହାରା ନମିଳେ, ଏହା ଆହୁରି ଅଧିକ ମଜଭୁତ ନହୋଇଯାଏ ।
ବନ୍ଧୁଗଣ,
ଦେଶକୁ ଅନେକ ଅନେକ ବର୍ଷ ଧରି ଯେଉଁମାନେ ଶାସନ କରିଥିଲେ ସେମାନଙ୍କର ଦୁଇଟି ବିଷୟରେ ଆଗ୍ରହ ରହିଥିଲା-ଡଲ (ଉପହାର) ଏବଂ ଡିଲ (ଚୁକ୍ତି) ।
ଏହି ଉପହାର ଓ ଚୁକ୍ତି ଆମ ଦେଶର ବିକାଶ ଯାତ୍ରାର ଅନେକ କ୍ଷତି କରିଛି ।
ଆପଣମାନେ ଜାଣନ୍ତି କି ଏହି ଧାରାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ କେଉଁମାନେ ହୋଇଛନ୍ତି? ଆମ ଯବାନ ଏବଂ କିଷାନ ମାନେ ।
ପ୍ରଥମେ ମୁଁ ପ୍ରତିରକ୍ଷା କ୍ଷେତ୍ର ବିଷୟରେ କୁହେ ।
ଆମ ଦେଶକୁ ଯେଉଁମାନେ ବହୁ ବର୍ଷ ଧରି ଶାସନ କରିଥିଲେ ସେମାନଙ୍କ ସମୟରେ କାହିଁକି ଏତେ ପ୍ରତିରକ୍ଷା ଦୁର୍ନୀତି ହୋଇଥିଲା?
ସେମାନେ ଜିପରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ଅସ୍ତ୍ରଶସ୍ତ୍ର, ବୁଡାଯାହାଜ, ହେଲିକପ୍ଟର କ୍ଷେତ୍ରରେ ଦୁର୍ନୀତି କରିଥିଲେ ।
ଏହି ପ୍ରକ୍ରିୟାରେ ପ୍ରତିରକ୍ଷା କ୍ଷେତ୍ର ପ୍ରଭାବିତ ହୋଇଥିଲା ।
ଏକ ଚୁକ୍ତି ନହୋଇ ପାରିଲେ, ପ୍ରତିରକ୍ଷା କ୍ଷେତ୍ରର ଆଧୁନିକୀକରଣ ହୋଇପାରୁନଥିଲା ।
ପ୍ରତ୍ୟେକ ଚୁକ୍ତି କାରକ କାହାର ନିକଟତର ଥିଲା? ପ୍ରତ୍ୟେକ ମଧ୍ୟବର୍ତ୍ତୀ ବ୍ୟକ୍ତି କାହାର ନିକଟତର ଥିଲା? ସମଗ୍ର ଦେଶ ଏହା ଜାଣିଛି ।
ଦିଲ୍ଲୀବାସୀମାନେ ନିଶ୍ଚିତ ଭାବେ ଏ ସମ୍ବନ୍ଧରେ ଜାଣନ୍ତି ।
ବନ୍ଧୁଗଣ,
ଏହା ଏକ ସାଧାରଣ କଥା ଯେ ଗୋଟିଏ କଥା ଆମ ସେନା ବାହିନୀ ସବୁବେଳେ ଆବଶ୍ୟକ କରନ୍ତି ଏବଂ ତାହା ହେଉଛି ବୁଲେଟ ନିରୋଧି ଜ୍ୟାକେଟ ।
2019ରେ ଆମ ବାହିନୀ 1 ଲକ୍ଷ 86 ହଜାର ବୁଲେଟ ନିରୋଧି ଜ୍ୟାକଟ ପାଇଁ ଅନୁରୋଧ କରିଥିଲେ ।
ଆପଣମାନେ ଜାଣି ଲଜ୍ଜିତ ହେବେ ଯେ ଗୋଟିଏ ବି ନୁହେଁ, ମୁଁ ପୁନରାବୃତି କରୁଛି ଯେ 2009ରୁ 2014 ମଧ୍ୟରେ ଗୋଟିଏ ବି ବୁଲେଟ ନିରୋଧି ଜ୍ୟାକେଟ ଅଣାଯାଇ ନାହିଁ ।
ଆମ କାର୍ଯ୍ୟକାଳରେ ଆମେ 2 ଲକ୍ଷ 30 ହଜାର ବୁଲେଟ ନିରୋଧି ଜ୍ୟାକେଟ ଆଣିଛୁ!
ଆମ କାର୍ଯ୍ୟକାଳରେ କ୍ଷମତା କେନ୍ଦ୍ର ମଧ୍ୟ ମଧ୍ୟବର୍ତ୍ତୀ ବ୍ୟକ୍ତିଠାରୁ ମୁକ୍ତ କାରଣ ସେମାନେ ଜାଣନ୍ତି ଯେ ଏହି ସରକାର ଦୁର୍ନୀତିକୁ ବରଦାସ୍ତ କରିବ ନାହିଁ ।
ଏବେ କଣ୍ଢେଇ ବାବଦରେ କହିବି । ଯେଉଁମାନେ କ୍ଷମତାରେ ରହନ୍ତି ସେମାନେ ଉପହାର ଦେବାକୁ ଭଲ ପାଆନ୍ତି ।
ଗରିବମାନଙ୍କୁ ସଶକ୍ତ କରିବା ଏହି ଉପହାର ପ୍ରଦାନର ଲକ୍ଷ୍ୟ ନୁହେଁ ।
ଏହି ଉପହାର ଏଇଥିପାଇଁ ପ୍ରଦାନ କରାଯାଏ କି ଯାହାଫଳରେ ଗରିବମାନେ ଗରିବ ହୋଇ ରହିବେ ଏବଂ ରାଜନୈତିକ ବର୍ଗଙ୍କ ଦୟା ଉପରେ ବଂଚି ରହିବେ ।
କୃଷି ଋଣ ଛାଡ ଯୋଜନା ହେଉଛି ଏହାର ଶ୍ରେଷ୍ଠ ଉଦାହରଣ ।
କୌଣସି ଅର୍ଥନୀତିଜ୍ଞ କିମ୍ବା ବିଶେଷଜ୍ଞ କେବେ ବି କହିବେ ନାହିଁ ଯେ କୃଷି ଋଣ ଛାଡ ଆମ କୃଷି କ୍ଷେତ୍ରର ସମସ୍ୟାକୁ ସମାଧାନ କରିପାରିବ ।
ଅତି ବେଶୀରେ ଏହା ଏକ ଅସ୍ଥାୟୀ ଅଂଜନ ।
ପ୍ରତି ଦଶବର୍ଷରେ ଉପା ଏକ କୃଷି ଋଷ ଛାଡ ଯୋଜନା ସହିତ ଆସୁଥିଲା ।
ପୁରା ଦଶ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେମାନେ କିଛି କରୁନଥିଲେ ମାତ୍ର ଶେଷ ସମୟରେ କୃଷି ଋଣ ଛାଡ ଘୋଷଣା କରୁଥିଲେ ।
ଏହି ଛାଡରେ କିଛି ଆଖିଦୃଶିଆ କଥା ମଧ୍ୟ ନଥିଲା ।
ଶତକଡା 20 ପ୍ରତିଶତରୁ କମ କୃଷକ ଏହାର ଲାଭ ପାଉଥିଲେ ।
ତଥାପି ସେମାନେ କୃଷି ଋଣ ଆଧାରରେ ନିର୍ବାଚନ ଲଢ଼ିବାକୁ ଭଲ ପାଉଥିଲେ ।
ଆମେ ଏକ ଭିନ୍ନ ଧାରା ଗ୍ରହଣ କରିଛୁ ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି କୃଷକମାନଙ୍କ ବିକାଶ ପାଇଁ ଏକ ବ୍ୟାପକ ଯୋଜନା ।
କଣ୍ଢେଇ ନୁହେଁ ବା ଚୁକ୍ତି ନୁହେଁ-କେବଳ ଭଲ କାର୍ଯ୍ୟଧାରା ।
ଭାରତର 12 କୋଟି କୃଷକମାନଙ୍କ ପାଇଁ 3ଟି କିସ୍ତିରେ 6 ହଜାର କୋଟି ଟଙ୍କା ।
ଏହି ଯୋଜନା ଫେବୃଆରୀ 1ରେ ଘୋଷଣା କରାଯାଇଥିଲା ଏବଂ ଫେବୃଆରୀ 24ରେ ଲାଗୁ କରାଯାଇଥିଲା । ଏହାକୁ 24 ଦିନ ମଧ୍ୟରେ ଲାଗୁ କରିବା ପାଇଁ ଆମେ ନିରବିଚ୍ଛିନ୍ନ ଭାବେ 24 ଘଂଟା ଧରି କାର୍ଯ୍ୟ କରିଥିଲୁ ।
ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ପାଇବା ପାଇଁ ଏତିକି ସମୟ ଲାଗୁଥିଲା- ପରିବାରର କେଉଁ ସଦସ୍ୟଙ୍କ ନାମରେ ଏହି ଯୋଜନାର ନାମକରଣ କରାଯିବ?
ଋଣ ଛାଡ ଯୋଜନା ଭଳି ନୁହେଁ ବରଂ ପିଏମ କିଷାନ ସମ୍ମାନ ନିଧି ଯୋଜନା ହେଉଛି ଏକ ଦୀର୍ଘସ୍ଥାୟୀ ଏବଂ ଦୀର୍ଘସୂତ୍ରୀ ସହାୟତା ଯୋଜନା ।
ଆମ ଅନ୍ୟାନ୍ୟ ଯୋଜନାଗୁଡ଼ିକ ମଧ୍ୟ ଏହିଭଳି-ଏହା ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ହେଉ, ପିଏମ କୃଷି ସିଂଚାଇ ଯୋଜନା ହେଉ ବା ଇ-ନାମ ହେଉ-ଏଗୁଡ଼ିକ କଣ୍ଢେଇ ନୁହେଁ, 2022 ସୁଦ୍ଧା କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ ଏଗୁଡ଼ିକ ହେଉଛନ୍ତି ଦୃଢ଼ ଦୀର୍ଘସ୍ଥାୟୀ ପଦକ୍ଷେପ ।
କୃଷକମାନଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଐତିହାସିକ ବୃଦ୍ଧି ଆଣିବା ନେଇ ଏନଡିଏ ସରକାର ସମ୍ମାନର ଅଧିକାରୀ ।
ଯେତବେଳେ ପୂର୍ବ ସରକାର କ୍ଷମତାରେ ଥିଲେ, ଏମଏସପି ଫାଇଲ ପାଖାପାଖି 7 ବର୍ଷ ଧରି ଶୀତଳ ଭଣ୍ଡାରରେ ପଡିରହିଥିଲା ।
ଏହିପରି ସେମାନେ ଯେତବେଳେ 10 ପ୍ରତିଶତ କମିଶନ ପାଇଁ କାମ କରନ୍ତି, ଆମେ ସେତବେଳେ 100 ପ୍ରତିଶତ ମିଶନ ପାଇଁ କାମ କରୁ ଏବଂ ଯେତବେଳେ ଏକ ସରକାର ଦୃଢ଼ ମିଶନ ସହ କାର୍ଯ୍ୟ କରନ୍ତି ସେତବେଳେ ବହୁମୁଖୀ ବିକାଶ ସମ୍ଭବ ହୋଇପାରେ ।
ବନ୍ଧୁଗଣ,
ଆମର 55 ମାସ ଏବଂ ଅନ୍ୟମାନଙ୍କର 55 ବର୍ଷ ଶାସନର ଦୁଇଟି ପରସ୍ପର ବିରୋଧାଭାଷ ପୂର୍ଣ୍ଣ ଧାରାକୁ ଦର୍ଶାଇଥାଏ ।
ସେମାନଙ୍କର ଏକ ‘ଆଂଶିକ ଧାରା’ ଥିଲାବେଳେ ଆମର ଏକ ‘ସାମଗ୍ରୀକ ଧାରା’ ରହିଛି ।
ପ୍ରତ୍ୟେକ କଥା ପାଇଁ ସେମାନେ ଆଂଶିକ ସମାଧାନ ପ୍ରଦାନ କରିଥାନ୍ତି । ସମ୍ପୂର୍ଣ୍ଣ ଭାବେ ମୁଁ ଏହାକୁ ବୁଝାଇ ଦେଉଛି ।
ଭାରତ ଦାରିଦ୍ର୍ୟ ସହିତ ସଂଗ୍ରାମ କରି ଆସୁଛି ମାତ୍ର ସେମାନେ ଏକ ଟୋକନ ସ୍ଳୋଗାନ ପ୍ରଦାନ କରିଥିଲେ-ଗରିବୀ ହଟାଓ ।
କିପରି ଏହାକୁ ହାସଲ କରାଯାଇ ପାରିବ ସେ ସମ୍ବନ୍ଧରେ ସ୍ୱତନ୍ତ୍ରତା ପ୍ରଦାନ କରାଯାଇ ନଥିଲା କିମ୍ବା ଦାରିଦ୍ର୍ୟ ଦୂରୀକରଣ କରିବା ପାଇଁ ସେମାନେ କୌଣସି ପ୍ରୟାସ କରିନଥିଲେ ।
ମାତ୍ର ଗରିବୀ ହଟାଓ, ଗରିବୀ ହଟାଓର ସ୍ଲୋଗାନ ଦେଇ ସେମାନେ ବିଭିନ୍ନ ସ୍ଥାନକୁ ଯାଇଥିଲେ ।
ଏହା ଜଣାଥିଲା ଯେ ଭାରତକୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ଥିଲା । ମାତ୍ର ଏଥିପାଇଁ ସେମାନେ ଏକ ଟୋକନ ଦେଇଥିଲେ-ବ୍ୟାଙ୍କ ଜାତୀୟକରଣ ।
ଗରିବଙ୍କ ପାଇଁ ସେମାନେ ଏହା କରିଥିଲେ ମାତ୍ର ସେମାନଙ୍କ ମଧ୍ୟରୁ କେହି ବି ଏହା ଦେଖିନଥିଲେ ଯେ ଗରିବମାନଙ୍କ ପାଇଁ ବ୍ୟାଙ୍କର ଦ୍ୱାର ଉନ୍ମୁକ୍ତ ରହିଛି ନା ନାହିଁ ।
ୱାନ ରେଙ୍କ ୱାନ ପେନସନ କଥା ଦେଖନ୍ତୁ ।
40 ବର୍ଷର ଏକ ଦାବି ଝୁଲିକରି ରହିଥିଲା ମାତ୍ର 2014ରେ ସେମାନଙ୍କ ଶେଷ ବଜେଟରେ 5 ହଜାର କୋଟି ଟଙ୍କାର ଏକ ସ୍ୱଳ୍ପ ରାଶି ଯୋଗ କରାଯାଇଥିଲା । ସେମାନେ ଭଲ ଭାବେ ଜାଣିଥିଲେ ଯେ ଏହା ଆବଶ୍ୟକତା ରାଶିର ନିକଟତର ବି ନୁହେଁ । ମାତ୍ର ତଥାପି, ସ୍ୱଳ୍ପ!
ଏବଂ ନିର୍ବାଚନ ପାଖେଇ ଆସୁଥିଲା ।
2014 ପୂର୍ବରୁ ସେମାନଙ୍କର ନିର୍ବାଚନୀ ଚାଲ କ’ଣ ଥିଲା- ଗ୍ୟାସ ସିଲିଣ୍ଡର ସଂଖ୍ୟା 9 ରୁ 12କୁ ବୃଦ୍ଧି କରିବା ।
କଳ୍ପନା କରନ୍ତୁ – ବର୍ଷ ବର୍ଷ ଧରି ଶାସନରେ ରହିଥିବା ଏପରି ଏକ ବଡ ଜାତୀୟ ଦଳ ସିଲିଣ୍ଡର ସଂଖ୍ୟା 9ରୁ 12 ବୃଦ୍ଧି କରିବା ଆଧାରରେ ନିର୍ବାଚନ ଲଢ଼ିବାରେ ହ୍ରାସ ପାଇଛି ।
ଏହିପରି ଭାବେ ଟୋକନ ପ୍ରଦାନ କରିବା ଆମ ପାଇଁ ଗ୍ରହଣୀୟ ନୁହେଁ ।
ଯଦି କାମ କରିବାର ଅଛି ତେବେ ସମଗ୍ରତାର ସହିତ କରାଯାଉ, ଖଣ୍ଡିଆ ଭାବେ କରାନଯାଉ ।
ସେଥିପାଇଁ ଆମର ସମସ୍ତ ପଦକ୍ଷେପ ଶତକଡା 100 ପ୍ରତିଶତର ଲକ୍ଷ୍ୟ ଧାର୍ଯ୍ୟ କରନ୍ତି ।
ଜନ ଧନ-ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ।
ସମସ୍ତଙ୍କ ପାଇଁ ଘର-2022 ସୁଦ୍ଧା ସମସ୍ତ ଭାରତୀୟଙ୍କ ପାଇଁ ଘର ।
ଏବଂ ଏଦିଗରେ ଆମେ ଆଖିଦୃଶିଆ ପ୍ରଗତି ହାସଲ କରୁଛୁ ।
ଉପାର 25 ଲକ୍ଷ ଗୃହ ତୁଳନାରେ 1.5 କୋଟି ଗୃହ ନିର୍ମାଣ କରାଯାଇ ସାରିଲାଣି ।
ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା-ଆୟୁଷ୍ମାନ ଭାରତ-କୌଣସି ଭାରତୀୟ ମଧ୍ୟ ଉତମ ଏବଂ ସୁଲଭ ସ୍ୱାସ୍ଥ୍ୟସେବାରୁ ଯେପରି ବଂଚିତ ହେବ ନାହିଁ । ଏହି ଯୋଜନା ଦ୍ୱାରା 50 କୋଟି ଭାରତୀୟ ଲାଭବାନ ହେବେ ।
ୱାନ ରେଙ୍କ ୱାନ ପେନସନ-ସେମାନଙ୍କ 500 କୋଟି ତୁଳନାରେ ଓଆରଓପିର ଅଂଶବିଶେଷ ଭାବେ ଏନଡିଏ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା 35 ହଜାର କୋଟି ।
ଉଜ୍ଜ୍ୱଳ ଯୋଜନା-ସେମାନେ ଯେତବେଳେ 9ରୁ 12 ସିଲିଣ୍ଡରକୁ ନେଇ ବ୍ୟସ୍ତ ଥିଲେ, ଆମେ କୋଟି କୋଟି ପରିବାରକୁ ଧୂଆଁ ମୁକ୍ତ ରୋଷେଇ ଗୃହ ପ୍ରଦାନ କରିବା ପାଇଁ କାର୍ଯ୍ୟ କରିଛୁ ।
ସମସ୍ତଙ୍କ ପାଇଁ ଶକ୍ତି- ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଗୃହରେ ବିଦ୍ୟୁତ ଶକ୍ତି ରହିବା ଉଚିତ ।
ଦୀର୍ଘ 70 ବର୍ଷ ଧରି ଅନ୍ଧକାର ମଧ୍ୟରେ ରହିଥିବା 18,000 ଗ୍ରାମକୁ ଏବେ ବିଦ୍ୟୁତକରଣ କରାଯାଇଛି ଏବଂ ପ୍ରତ୍ୟେକ ଗୃହକୁ ବିଦ୍ୟୁତକରଣ କରାଯିବା ପାଇଁ ଏବେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ତେଣୁ ଆପଣମାନେ ଦେଖିପାରୁଥିବେ ଆମେ ଉଭୟ ଗତି ଏବଂ ପରିମାଣକୁ ନେଇ କାର୍ଯ୍ୟ କରୁଛୁ ।
ଅଳ୍ପକିଛି ନିର୍ବାଚିତ ବ୍ୟକ୍ତିମାନଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ ସବୁକିଛି କରାଯିବା ଆବଶ୍ୟକ ।
ବନ୍ଧୁଗଣ,
ଆଜି ପର୍ଯ୍ୟନ୍ତ ଏହି ମଂଚ ଭଲ ପ୍ରଶ୍ନ ପଚାରିବା ପାଇଁ ଜଣାଶୁଣା ।
ମାତ୍ର ଆଜି ମୁଁ ବି ଆଜ ତକ ମଂଚରେ କିଛି ପ୍ରଶ୍ନ ପଚାରିବାକୁ ଚାହେଁ ।
ଆଜି ପର୍ଯ୍ୟନ୍ତ କାହିଁକି କୋଟି କୋଟି ଜନସାଧାରଣ ଖୋଲାରେ ଶୌଚ କରିବା ପାଇଁ କାହିଁକି ବିବଶ ଥିଲେ?
ଆଜି ପର୍ଯ୍ୟନ୍ତ କାହିଁକି ଦିବ୍ୟାଙ୍ଗମାନଙ୍କ ପାଇଁ ସରକାର ସମ୍ବେଦନଶୀଳ ନଥିଲେ?
ଆଜି ପର୍ଯ୍ୟନ୍ତ କାହିଁକି ଗଙ୍ଗା ପାଣି ଏତେ ପ୍ରଦୂଷିତ ଥିଲା?
ଆଜି ପର୍ଯ୍ୟନ୍ତ କାହିଁକି ଉତ୍ତର-ପୂର୍ବାଂଚଳର ଉପେକ୍ଷା କରାଯାଇଛି?
ଆଜି ପର୍ଯ୍ୟନ୍ତ କାହିଁକି ଆମ ଦେଶର ସେନା ଦୁଃସାହସି ବୀରମାନଙ୍କ ପାଇଁ ଜାତୀୟ ସମର ସ୍ମାରକୀ ନଥିଲା?
ଆଜି ପର୍ଯ୍ୟନ୍ତ କାହିଁକି ଆମ ବୀର ପରାକ୍ରମୀ ପୋଲିସକର୍ମୀମାନଙ୍କ ପାଇଁ ଜାତୀୟ ପୋଲିସ ସ୍ମାରକୀ ନଥିଲା?
ଆଜି ପର୍ଯ୍ୟନ୍ତ ଆଜାଦ ହିନ୍ଦ ଫୌଜର ସରକାରଙ୍କ ସ୍ମରଣରେ ଲାଲ କିଲ୍ଲାରେ ପତାକା କାହିଁକି ଉଡା ଯାଇନଥିଲା?
ଆଜ ତକର ମଂଚରେ ଯଦି ମୁଁ ପ୍ରଶ୍ନର ଏହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଏ ତେବେ ଘଂଟାକର ବିଶେଷ ବୁଲେଟିନ ହୋଇପାରେ ।
ଏହି ପ୍ରଶ୍ନମାନଙ୍କ ଉପରେ ଆପଣ ହୁଏତ ‘ହଲ୍ଲା ବୋଲ’ ବା ଚମକପ୍ରଦ କାହାଣୀ ପ୍ରସ୍ତୁତ କରନ୍ତୁ ବା ନକରନ୍ତୁ-କିନ୍ତୁ ଏହା ହେଉଛି ଏକ ସତ୍ୟ ଯେ ପୂର୍ବରୁ ଏହି ଦେଶର ଗରିବ, ପୀଡିତ, ଶୋଷିତ ଏବଂ ବଂଚିତମାନଙ୍କୁ ସିଷ୍ଟମ ସହିତ ଯୋଡିବାର ସାର୍ଥକ ପ୍ରୟାସ କରାଯାଇ ନାହିଁ ।
ମାତ୍ର ମୁଁ ଏଠାରେ କେବଳ ପ୍ରଶ୍ନ ପଚାରିବା ପାଇଁ ଆସିନାହିଁ, ଆପଣଙ୍କ ପଚାରିବା ବିନା କିଛି ଜବାବ ବି ଦେବାକୁ ଚାହିଁବି କି ଆମେ କ’ଣ ହାସଲ କରିଛୁ ଏବଂ କ’ଣ ହାସଲ କରୁଛୁ ।
ଆପଣମାନେ ଆପଣଙ୍କୁ ସବୁଠାରୁ ଦ୍ରୂତ କୁହନ୍ତି । ଆପଣଙ୍କ ଟ୍ୟାଗ ଲାଇନ ଏଇଆ ନା !-ସବୁଠାରୁ ତେଜ ।
ତେଣୁ ମୁଁ ଭାବୁଛି ଯେ ଆଜି ମୁଁ ମଧ୍ୟ ନିଜ ସମ୍ବନ୍ଧରେ ଏବଂ ନିଜ ସରକାରଙ୍କ ସମ୍ବନ୍ଧରେ କହିବି ଯେ ଆମେମାନେ କେତେ ଦ୍ରୂତ ।
ଆଜି ଆମେ ସବୁଠାରୁ ଦ୍ରୂତ ଗତିରେ ଭାରତରୁ ଦାରିଦ୍ର୍ୟ ଦୂର କରୁଛୁ ।
ଆଜି ଆମେ ସବୁଠାରୁ ଦ୍ରୂତ ଗତିରେ ଆଗକୁ ବଢ଼ୁଥିବା ବଡ ଅର୍ଥବ୍ୟବସ୍ଥା ।
1991ରୁ ଦେଖିଲେ ଗତ 5 ବର୍ଷର ଅବଧି ମଧ୍ୟରେ ଆମେ ଜିଡିପି ପ୍ରଗତି ସବୁଠାରୁ ଦ୍ରୂତଗତିରେ ବୃଦ୍ଧି କରିଛୁ ।
1991ରୁ ଦେଖିଲେ ଗତ 5 ବର୍ଷ ଅବଧି ମଧ୍ୟରେ ଆମେ ସବୁଠାରୁ ଦ୍ରୂତ ଗତିରେ ବଜାର ଦରକୁ ହ୍ରାସ କରିଛୁ ।
ଆଜି ଦେଶରେ ସବୁଠାରୁ ଦ୍ରୂତ ଗତିରେ ସଡକ ନିର୍ମାଣ କରାଯାଉଛି ।
ଆଜି ସବୁଠାରୁ ଦ୍ରୂତଗତିରେ ରେଳ ବିକାଶ କାର୍ଯ୍ୟ କରାଯାଉଛି ।
ଆଜି ଆମେ ସବୁଠାରୁ ଦ୍ରୂତ ଗତିରେ ଗରିବମାନଙ୍କ ପାଇଁ ଗୃହ ନିର୍ମାଣ କରୁଛୁ ।
ଆଜି ଦେଶରେ ସବୁଠାରୁ ଦ୍ରୂତ ଗତିରେ ମୋବାଇଲ ନିର୍ମାଣକାରୀ ୟୁନିଟ ବସାଇବାର କାର୍ଯ୍ୟ ହୋଇଛି ।
ଆଜି ଦେଶରେ ସବୁଠାରୁ ଦ୍ରୂତଗତିରେ ଅପ୍ଟିକାଲ ଫାଇବର ନେଟୱର୍କ ବିଛାଇବାର କାର୍ଯ୍ୟ ହେଉଛି ।
ଆଜି ଦେଶରେ ସବୁଠାରୁ ଦ୍ରୂତ ଗତିରେ ସବୁଠାରୁ ଅଧିକ ଏଫଡିଆଇ ଆସୁଛି ।
ଆଜି ଦେଶରେ ସବୁଠାରୁ ଦ୍ରୂତଗତିରେ ସ୍ୱଚ୍ଛତାର ପରିସର ବୃଦ୍ଧି ପାଉଛି ।
ତେଣୁ ଯେପରି ‘ସବୁଠାରୁ ତେଜ’ ଆପଣମାନଙ୍କ ଟ୍ୟାଗଲାଇନ, ସେହିପରି ‘ସବସେ ତେଜ’ ଆମ ସରକାରଙ୍କର ମଧ୍ୟ ଲାଇଫଲାଇନ ।
ଭାଇ ଓ ଭଉଣୀମାନେ,
ମୁଁ 2013ରେ ଯେତବେଳେ ଆପଣମାନଙ୍କ ଏଠାକୁ ଆସିଥିଲି ତେବେ ସେ ସମୟରେ ମୁଁ ଆପଣମାନଙ୍କୁ ଦୁଇ ମିତ୍ରଙ୍କର ଏକ କାହାଣୀ ଶୁଣାଇଥିଲି । କାହାଣୀ ଏଇଆ ଥିଲା ଯେ ଥରେ ଦୁଇ ବନ୍ଧୁ ଜଙ୍ଗଲକୁ ବୁଲିବାକୁ ଯାଇଥିଲେ । ଭୟାନକ ଜଙ୍ଗଲକୁ ବୁଲିବାକୁ ଯାଇଥିଲେ, ତେଣୁ ଭଲ କିସମର ବନ୍ଧୁକ ନିଜ ପାଖରେ ରଖିଥିଲେ, ଯାହାଫଳରେ କି ଯଦି କୌଣସି ବିପଜ୍ଜନକ ଯନ୍ତୁ ଭେଟ ହୁଏ ତେବେ ନିଜର ଜୀବନ ରକ୍ଷା କରିପାରିବେ । ଜଙ୍ଗଲ ଭିତରେ ପାଦରେ ଚାଲ ଚାଲି ଯିବାର ଇଚ୍ଛା ହେଲା ତ ଘଂଚ ଜଙ୍ଗଲ ଭିତରକୁ ଚାଲିଗଲେ, ସେତିକିବେଳେ ଏକ ସିଂହ ସାମନାକୁ ଆସିଗଲା ।
ଏବେ କ’ଣ କରିବେ, ବନ୍ଧୁକ ତ ଗାଡିରେ ଥିଲା, ସେଠାରେ ଛାଡି ଆସିଥିଲେ । ବଡ ସମସ୍ୟା ପଡିଗଲା, କିପରି ଏହି ସ୍ଥିତିର ମୁକାବିଲା କରିବେ, କେଉଁଆଡେ ବା ଦୌଡି ପଳାଇଯିବେ?
ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ନିଜ ପକେଟରୁ ବନ୍ଧୁକର ଲାଇସେନ୍ସ ବାହାର କରି ସିଂହକୁ ଦେଖାଇଲା କି ଦେଖ ମୋ ପାଖରେ ବନ୍ଧୁକର ଲାଇସେନ୍ସ ରହିଛି ।
ବନ୍ଧୁଗଣ,
ସେ ସମୟରେ ମୁଁ ଯେତବେଳେ ଏହି କାହାଣୀ ଶୁଣାଇଥିଲି ସେତବେଳେ ସରକାରଙ୍କ ଅବସ୍ଥା ଏଇଆ ଥିଲା ।
ପୂର୍ବର ସରକାର ଆଇନ ତ ଖୁବ ତିଆରି କରିଥିଲେ, ମାତ୍ର ଏଥିରେ ଆକ୍ସନ ନଥିଲା ।
ଏବେ ସରକାରକୁ ଆସିଲା ପରେ ଆମେ ଆଇନ ସହିତ ଆକ୍ସନକୁ ମଧ୍ୟ କିପରି ଭାବେ ସାକାର କରିଛୁ…ସେତବେଳର ଏବଂ ଏପର୍ଯ୍ୟନ୍ତର ସମୟରେ କ’ଣ ପ୍ରଭେଦ ଆସିଛି, ଏହାର ଆଉ କିଛି ଉଦାହରଣ ଦେବାକୁ ଚାହିଁବି ।
ବନ୍ଧୁଗଣ,
ବେନାମୀ ସମ୍ପତି ଆଇନ 1988କୁ ଗୃହୀତ କରାଯାଇଥିଲା । ମାତ୍ର କେବେ ବି ଏହାକୁ ଲାଗୁ କରାଯାଇ ନଥିଲା । ଅର୍ଥାତ୍ ଆକ୍ଟକୁ କେବେ ବି ଆକ୍ସନରେ ପରିବର୍ତ୍ତିତ କରାଯାଇ ନଥିଲା ।
ଆମ ସରକାର ଏହାକୁ ଲାଗୁ କରିବାର କାର୍ଯ୍ୟ କରିଛନ୍ତି ଏବଂ ହଜାର କୋଟି ଟଙ୍କାର ବେନାମୀ ସମ୍ପତି ଜବତ କରାଯାଇଛି ।
ଗତ ସରକାରରେ ଆପଣମାନେ ଖାଦ୍ୟ ସୁରକ୍ଷା ଆଇନର ସ୍ଥିତି ଦେଖିଥିବେ । ଖୁବ ହୋ-ହାଲା କରି ଏହାକୁ ଅଣାଯାଇଥିଲା । ମାତ୍ର ଯେତବେଳେ ମୋ ସରକାର ଆସିଲା ସେତବେଳେ ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି ଯେ ଏହି ଆଇନ କେବଳ 11ଟି ରାଜ୍ୟମାନଙ୍କରେ ଅଧାପନ୍ତୁରିଆ ଭାବେ ଲାଗୁ କରାଯାଇଛି ।
ପ୍ରଥମ ଥର ଆମ ସରକାର ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କରେ ଏହି ଆଇନ ଲାଗୁ କରିଥିଲେ । ଏବଂ ସୁନିଶ୍ଚିତ କରିଥିଲେ ଯେ ପ୍ରତି ଜନସାଧାରଣଙ୍କ ପାଖରେ ଏହାର ଲାଭ ଯେପରି ପହଂଚିବ ।
ପ୍ରଥମରୁ ମଧ୍ୟ ଏହା ସରକାରୀ ଅଧିକାର ଥିଲା, ସେହି ଫାଇଲ ଥିଲା, ସେହି କାର୍ଯ୍ୟାଳୟ ଥିଲା, ମାତ୍ର ପରିଣାମ କ’ଣ ଥିଲା, ଆପଣମାନଙ୍କୁ ସମସ୍ତଙ୍କୁ ଜଣା ।
ଆଜି ଆମେ ଆକ୍ସନ ଉପରେ ଜୋର ଦେଇଛୁ ଏବଂ ଦେଖନ୍ତୁ ଦେଶରେ କିପରି ଗତିରେ ବିକାଶ କାର୍ଯ୍ୟ ହେଉଛି ।
ବନ୍ଧୁଗଣ,
2014ରୁ 2019ର ଏହି କାଳଖଣ୍ଡ ତ ହେଉଛି ପାଞ୍ଚ ବର୍ଷର, ମାତ୍ର ଯେତବେଳେ ଆପଣ ଏହି ବିକାଶର ଧାରଣାରେ ଦୌଡି ଆମ ସରକାରଙ୍କ କାର୍ଯ୍ୟଧାରାର ଆକଳନ କରିବେ ତେବେ ଆପଣମାନଙ୍କୁ ଲାଗିବ ଯେ ଯେପରି ବିକାଶର ଅନେକ ଦଶକର ଯାତ୍ରା କରି ଫେରିଛନ୍ତି ।
ଏହି କଥା ଯେତବେଳେ ମୁଁ ସମ୍ପୂର୍ଣ୍ଣ ଦୃଢ଼ତାର ସହ କହୁଛି, ଏହା ପଛରେ ଆମ ସରକାରଙ୍କ ପାଞ୍ଚ ବର୍ଷର କଠିନ ପରିଶ୍ରମ ଏବଂ ଦେଢ଼ ଶହ କୋଟି ଭାରତୀୟଙ୍କ ଆଶୀର୍ବାଦ ଏବଂ ଭାଗୀଦାରୀତା ରହିଛି ।
2014ରୁ 2019 ଆବଶ୍ୟକତାକୁ ପୁରଣ କରିବାର ଏକ ସମୟ ଥିଲା, ଯେତବେଳେ କି 2019 ଆଗକୁ ଆକାଂକ୍ଷା ପୁରଣ କରିବାର ଅବସର ଆସିଛି ।
2014ରୁ 2019 ପର୍ଯ୍ୟନ୍ତ ମୌଳିକ ଆବଶ୍ୟକତାକୁ ପ୍ରତ୍ୟେକ ଘରେ ପହଂଚାଇବାର ସମୟ ଥିଲା ।
ଯେତବେଳେ କି 2029 ଆଗକୁ ଦ୍ରୂତ ଉନ୍ନତି ପାଇଁ ଉଡାଣ ଭରିବାର ଅବସର ରହିଛି ।
2014ରୁ 2019 ଏବଂ 2019ରୁ ଆରମ୍ଭ ହେବାକୁ ଥିବା ଆଗାମୀର ଯାତ୍ରା ପରିବର୍ତ୍ତିତ ସ୍ୱପ୍ନର କାହାଣୀ ।
ନିରାଶାର ସ୍ଥିତିରୁ ଆଶାର ଶିଖର ପର୍ଯ୍ୟନ୍ତ ପହଂଚିବାର କାହାଣୀ ।
ସଂକଳ୍ପରୁ ସିଦ୍ଧି ଆଡକୁ ନେଇଯିବାର କାହାଣୀ ।
ବନ୍ଧୁଗଣ, ଆମେ ପୁସ୍ତକରେ ଖୁବ ପଢ଼ିଛୁ ଯେ ଏକବିଂଶ ଶତାବ୍ଦୀ ଭାରତର ହେବ ।
ବିଗତ ପାଞ୍ଚ ବର୍ଷର କଠିନ ପରିଶ୍ରମ ଦ୍ୱାରା ଆମେ ଦେଶର ମୂଳଦୁଆକୁ ମଜଭୁତ କରିବାର କାର୍ଯ୍ୟ କରିଛୁ ।
ଏହି ମୂଳଦୁଆ ଉପରେ ନୂତନ ଭାରତର ଭବ୍ୟ ଅଟ୍ଟାଳିକାର ନିର୍ମାଣ ହେବ ।
ଆଜି ମୁଁ ସମ୍ପୂର୍ଣ୍ଣ ବିଶ୍ୱାସର ସହିତ କହୁଛି ଯେ ହଁ ଏକବିଂଶ ଶତାବ୍ଦୀ ଭାରତର ହେବ ।
ଏହି ବିଶ୍ୱାସ ସହିତ ମୁଁ ମୋର ବକ୍ତବ୍ୟ ଶେଷ କରୁଛି ।
ଆପଣମାନେ ମୋତେ ଇଣ୍ଡିଆ ଟୁଡେ କନକ୍ଲେଭକୁ ଡାକିଲେ, ନିଜର କଥା ରଖିବାର ଅବସର ପ୍ରଦାନ କଲେ,
ସେଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ।
**********
मुझे याद है, 2014 से पहले स्टूडियो में भी चर्चा होती थी कि मोदी दुनिया में क्या चल रहा है, उसकी तो मोदी को समझ ही नहीं है, ऐसे में हमारी विदेश नीति का क्या होगा?
— PMO India (@PMOIndia) March 2, 2019
लेकिन बीते दिनों के घटनाक्रम में आपको दिखाई दे गया होगा कि भारत की विदेश नीति का प्रभाव आज क्या है: PM
आज का नया भारत निडर है, निर्भीक है और निर्णायक है।
— PMO India (@PMOIndia) March 2, 2019
आज सरकार सवा सौ करोड़ भारतीयों के पुरुषार्थ, विश्वास के साथ आगे बढ़ रही है।
भारतीयों की इस एकजुटता ने ही देश के भीतर और बाहर कुछ देशविरोधी लोगों में एक डर पैदा किया है।
मैं यही कहूंगा कि ये डर अच्छा है: PM
जब दुश्मन में भारत के पराक्रम का डर हो, तो ये डर अच्छा है।
— PMO India (@PMOIndia) March 2, 2019
जब आतंक के आकाओं में सैनिकों के शौर्य का डर हो, तो ये डर अच्छा है।
जब भगोड़ों में भी कानून और अपनी सम्पत्ति ज़ब्त होने का डर हो, तो ये डर अच्छा है: PM
जब मामा के बोलने से बड़े-बड़े परिवार बौखला जाए, तो ये डर अच्छा है।
— PMO India (@PMOIndia) March 2, 2019
जब भ्रष्ट नेताओं को भी जेल जाने का डर सताए, तो ये डर अच्छा है।
जब भ्रष्टाचारियों में भी कानून का डर हो, तो ये डर अच्छा है: PM
अब ये नया भारत अपने सामर्थ्य, अपने साधन, अपने संसाधनों पर भरोसा करते हुए आगे बढ़ रहा है,
— PMO India (@PMOIndia) March 2, 2019
अपनी बुनियादी कमजोरियों को दूर करने का, अपनी चुनौतियों को कम करने का प्रयास कर रहा है: PM
राफेल की कमी आज देश ने महसूस की है। आज हिंदुस्तान एक स्वर में कह रहा है कि अगर हमारे पास राफेल होता, तो क्या होता?
— PMO India (@PMOIndia) March 2, 2019
राफेल पर पहले स्वार्थनीति के कारण और अब राजनीति के कारण देश का बहुत नुकसान हुआ है: PM
मोदी विरोध करना हो तो जरूर करिए, हमारी योजनाओं में कमियां निकालिए, आपका हमेशा स्वागत है, लेकिन देश के सुरक्षा हितों का, देश के हित का विरोध मत करिए।
— PMO India (@PMOIndia) March 2, 2019
आप ये ध्यान रखिए कि मोदी विरोध की इसी जिद में मसूद अजहर और हाफिज सईद जैसे आतंकियों को, आतंक के सरपरस्तों को सहारा न मिल जाए: PM
Why is it that those who ruled the nation for so many years have so many defence scams in their era?
— PMO India (@PMOIndia) March 2, 2019
If a deal could not happen,defence moder-nisation could not happen.
Who is every middle-man close to?
The entire nation knows. And Lutyens Delhi, surely knows: PM
In our tenure, we bought two lakh thirty thousand bullet proof jackets!
— PMO India (@PMOIndia) March 2, 2019
In our tenure, the corridors of power are also free from middlemen because they know, this Government will not tolerate any corruption: PM
Our 55 months and the 55 years of the others have given 2 contrasting approaches to governance.
— PMO India (@PMOIndia) March 2, 2019
They had a ‘token approach’, we have a ‘total approach': PM
India has been battling poverty but they gave a token slogan- गरीबी हटाओ. How to achieve that was not specified: PM
It was known that India needed to work on financial inclusion.
— PMO India (@PMOIndia) March 2, 2019
For that they gave a token- bank nationalization.
They did this in the name of the poor but none of them bothered to check if the doors of banks are open for the poor or not: PM
If work has to be done, it has to be in totality, not with tokenism.
— PMO India (@PMOIndia) March 2, 2019
That is why, all our initiatives aim for 100%
Jan Dhan – financial inclusion and banking for all.
Housing for All
Healthcare for All: PM
आज तक अच्छे सवाल पूछने के लिए जाना जाता है।
— PMO India (@PMOIndia) March 2, 2019
लेकिन आज मैं भी आज तक के मंच से कुछ सवाल पूछना चाहता हूं।
आज तक क्यों करोड़ों लोग खुले में शौच के लिए विवश थे?
आज तक क्यों दिव्यांगों के लिए सरकार संवेदनशील नहीं थी?
आज तक क्यों गंगा का पानी इतना प्रदूषित था?: PM
आज तक क्यों नॉर्थ ईस्ट की उपेक्षा की गई?
— PMO India (@PMOIndia) March 2, 2019
आज तक क्यों सेना के जांबाज वीरों के लिए नेशनल वॉर मेमोरियल नहीं था?
आज तक क्यों वीर पराक्रमी पुलिसकर्मियों के लिए कोई नेशनल पुलिस मेमोरियल नहीं था?
आज तक आजाद हिंद फौज की सरकार की याद में लाल किले में झंडा क्यों नहीं फहराया गया?: PM
आप लोग अपने आप को ‘सबसे तेज’ बताते हैं।
— PMO India (@PMOIndia) March 2, 2019
आपकी टैग लाइन यही है – सबसे तेज।
तो मैंने सोचा कि आज मैं भी आपको अपने बारे में और अपनी सरकार के बारे में बता दूं कि हम कितने तेज हैं: PM
आज हम सबसे तेज गति से भारत में गरीबी हटा रहे है।
— PMO India (@PMOIndia) March 2, 2019
आज हम सबसे तेज गति से बढ़ने वाली बड़ी अर्थव्यवस्था हैं।
1991 से देखे तो पिछले 5 साल की अवधि में हमने जीडीपी ग्रोथ सबसे तेज़ गति से बढ़ाई है।
1991 से देखे तो पिछले 5 साल की अवधि में हमने सबसे तेज़ महँगाई दर को घटाया है: PM
आज देश में सबसे तेज गति से सड़कों का निर्माण हो रहा है।
— PMO India (@PMOIndia) March 2, 2019
आज सबसे तेज गति से रेलवे का विकास कार्य हो रहा है।
आज हम सबसे तेज गति से गरीबों के लिए मकान बना रहे हैं।
आज देश में सबसे तेज गति से मोबाइल मैन्यूफेक्चरिंग यूनिट लगाने का कार्य हुआ है: PM
आज देश में सबसे तेज गति से ऑप्टिकल फाइबर नेटवर्क बिछाने का कार्य हो रहा है।
— PMO India (@PMOIndia) March 2, 2019
आज देश में सबसे तेज गति से एफडीआई आ रही है।
आज देश में सबसे तेज गति से स्वच्छता का दायरा बढ़ रहा है।
तो जैसे ‘सबसे तेज़’ आपकी tagline है, तो इसी तरह से ‘सबसे तेज’ हमारी सरकार की LifeLine है: PM
पिछली सरकार में आपने फूड सिक्योरिटी एक्ट का हाल देखा होगा।
— PMO India (@PMOIndia) March 2, 2019
खूब हो-हल्ला मचाकर इसे लाया गया।
जब मेरी सरकार आई तो मैं ये देखकर दंग रह गया कि ये एक्ट सिर्फ 11 राज्यों में लागू किया गया है।
हमारी सरकार ने देश के सभी राज्यों और केंद्र शासित प्रदेशों में इस कानून को लागू किया: PM
2014 से 2019 आवश्यकताओं को पूरा करने का समय था, जबकि 2019 से आगे आकांक्षाओं को पूरा करने का अवसर है।
— PMO India (@PMOIndia) March 2, 2019
2014 से 2019 बुनियादी जरूरतों को हर घर तक पहुँचाने का समय था, जबकि 2019 से आगे तेज उन्नति के लिए उड़ान भरने का अवसर है: PM
2014 से 2019 और 2019 से शुरू होने वाली आगे की ये यात्रा बदलते हुए सपनों की कहानी है।
— PMO India (@PMOIndia) March 2, 2019
निराशा की स्थिति से आशा के शिखर तक पहुंचने की कहानी है।
संकल्प से सिद्धि की ओर ले जाने वाली कहानी है: PM
हमने किताबों में खूब पढ़ा है कि इक्कीसवीं सदी भारत की होगी।
— PMO India (@PMOIndia) March 2, 2019
बीते पांच वर्षों की मेहनत और परिश्रम से हमने देश की नींव को मजबूत करने का काम किया है।
इसी नींव पर नए भारत की भव्य इमारत का निर्माण होगा।
आज मैं पूरे विश्वास के साथ कहता हूं कि हां इक्कीसवीं सदी भारत की होगी: PM