ପିଏମଇଣ୍ଡିଆ
ମଞ୍ଚ ଉପରେ ବିରାଜମାନ ମନ୍ତ୍ରିପରିଷଦର ମୋର ସହଯୋଗୀ, ଶ୍ରୀମାନ ମନୋଜ ସିହ୍ନା ମହାଶୟ, ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ସିଇଓ, ଏବଂ ଡାକ ବିଭାଗ ସଚିବ, ଆଇବିପିର ସମସ୍ତ ସାଥୀ, ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ମହିଳା ଏବଂ ଭଦ୍ର ବ୍ୟକ୍ତିଗଣ । ଏହି ସମୟରେ ଟେକ୍ନୋଲଜି ମାଧ୍ୟମରେ ସମଗ୍ର ଦେଶର ତିନି ହଜାରରୁ ଅଧିକ କେନ୍ଦ୍ରରେ ଡ଼ାକ ବିଭାଗର ହଜାର ହଜାର କର୍ମଚାରୀ ଏବଂ ଆଉ ମଧ୍ୟ ସେଠାକାର ନାଗରିକ ଆଉ ଆମକୁ ଯେପରି ମନୋଜ ସିହ୍ନା ମହାଶୟ କହିଲେ ପ୍ରାୟ 20 ଲକ୍ଷ ଲୋକ ଏହି ସମୟରେ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଛନ୍ତି । ସେଠାରେ କେତେଜଣ ରାଜ୍ୟପାଳ ମହୋଦୟ, ମୁଖ୍ୟମନ୍ତ୍ରୀ ମହୋଦୟ, କେନ୍ଦ୍ର ମନ୍ତ୍ରୀପରିଷଦର ଆମର ସାଥୀ, ରାଜ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, ଏ ସମସ୍ତେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି, ମୁଁ ସେମାନଙ୍କୁ ସମସ୍ତଙ୍କୁ ମଧ୍ୟ ଏହି ସମାରୋହକୁ ସ୍ୱାଗତ କରୁଛି ଆଉ ଏହି ମହତ୍ୱପୂର୍ଣ୍ଣ ଅବସରରେ ସେ ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।
ଆମର ମନ୍ତ୍ରୀ ଶ୍ରୀମାନ ମନୋଜ ସିହ୍ନା ମହାଶୟ ହେଉଛନ୍ତି ଆଇଆଇଟିଆନ୍ ଆଉ ଆଇଆଇଟିରେ ପଢ଼ାଲେଖା କରିଥିବା କାରଣରୁ ସେ ସ୍ୱଭାବତଃ ସବୁ ଜିନିଷରେ ଟେକ୍ନୋଲଜି ଯୋଡ଼ି ଦିଅନ୍ତି ଆଉ ଏଥିପାଇଁ ଏହି ସମାରୋହ ମଧ୍ୟ ହେଉଛି ଟେକ୍ନୋଲଜିରେ ଭରପୂର ଆଉ ଏହା ସହିତ ଏହି ପଦକ୍ଷେପ ମଧ୍ୟ ହେଉଛି ଟେକ୍ନୋଲଜି ଭଳି । ଆଉ ମନୋଜ ସିହ୍ନା ବ୍ୟକ୍ତିଗତ ଭାବେ ଆଗ୍ରହର ସହିତ ଏହି କାମକୁ ଆଗକୁ ବଢ଼ାଇଛନ୍ତି । ତାଙ୍କ ନିଜର ଟେକ୍ନୋଲଜିର ମୂଳଦୁଆ ରହିଥିବା କାରଣରୁ ବହୁତ ଉତ୍ତମ ଭାବେ ତାହାର ଇନପୁଟ୍ ମିଳୁଛି ଆଉ ଯାହାର ପରିଣାମ ସ୍ୱରୂପ ଆଜି ଦେଶକୁ ଏକ ବହୁତ ବଡ଼ ଉପହାର ମିଳୁଛି । ଆଜି 1 ସେପ୍ଟେମ୍ବର, ଦେଶର ଇତିହାସରେ ଏକ ନୂତନ ଏବଂ ଅଭୂତପୂର୍ବ ବ୍ୟବସ୍ଥାର ପ୍ରାରମ୍ଭ ହେବା କାରଣରୁ ମନେରଖାଯିବ ।
ଭାରତୀୟ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ମାଧ୍ୟମରେ ଦେଶର ପ୍ରତ୍ୟେକ ଗରିବ, ସାଧାରଣ ମନୁଷ୍ୟ ପର୍ଯ୍ୟନ୍ତ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ, ଦୂର ଦୂରାନ୍ତରେ ରହିଥିବା ପାହାଡ଼ରେ ବସବାସ କରୁଥିବା ଲୋକଙ୍କ ପର୍ଯ୍ୟନ୍ତ, ଘନ ଜଙ୍ଗଲରେ ରହୁଥିବା ଆମର ଆଦିବାସୀମାନଙ୍କ ପର୍ଯ୍ୟନ୍ତ, ଦୂର କୌଣସି ଦ୍ୱୀପରେ ରହୁଥିବା ସେହି ସମୁଦାୟ ପର୍ଯ୍ୟନ୍ତ ଅର୍ଥାତ ଜଣେ ଜଣେ ଭାରତୀୟଙ୍କ ଦୂଆର ପର୍ଯ୍ୟନ୍ତ ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ ସୁବିଧା ପହଂଚାଇବାର ଆମର ଯେଉଁ ସଂକଳ୍ପ ରହିଛି, ଗୋଟିଏ ପ୍ରକାରରେ ଆଜି ସେହି ପଥ ଏହି ପ୍ରାରମ୍ଭରୁ ଖୋଲି ଯାଇଛି । ଏହି ନୂତନ ବ୍ୟବସ୍ଥା ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।
ଭାଇ ଓ ଭଉଣୀମାନେ, ଭାରତୀୟ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଦେଶର ଅର୍ଥତନ୍ତ୍ରରେ ସାମାଜିକ ବ୍ୟବସ୍ଥାରେ ଗୋଟିଏ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ଆମ ସରକାର ଆଗରୁ ଜନ – ଧନ ମାଧ୍ୟମରେ କୋଟି କୋଟି ଗରିବ ପରିବାରଙ୍କୁ ପ୍ରଥମ ଥର ବ୍ୟାଙ୍କ ପର୍ଯ୍ୟନ୍ତ ପହଂଚାଇଥିଲୁ ଆଉ ଆଜି ଏହି ପଦକ୍ଷେପ ଦ୍ୱାରା ଆମେ ବ୍ୟାଙ୍କ ଗୁଡ଼ିକୁ, ଗାଁ ଏବଂ ଗରିବ ଲୋକମାନଙ୍କର ଦ୍ୱାର ପର୍ଯ୍ୟନ୍ତ ପହଂଚାଇବାର କାମ ଆରମ୍ଭ କରୁଛୁ । ଆପଣଙ୍କର ବ୍ୟାଙ୍କ ଆପଣଙ୍କ ଦ୍ୱାରା ଏହା କେବଳ ଏକ ଘୋଷ ବାକ୍ୟ ନୁହେଁ, ଏହା ହେଉଛି ଆମର ପ୍ରତିବଦ୍ଧତା, ଆମର ସ୍ୱପ୍ନ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି । ସାରା ଦେଶରେ ସାଢେ ଛଅ ଶହ ଜିଲ୍ଳାରେ ଆଜି ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ଶାଖା ଆରମ୍ଭ ହେଉଛି ଆଉ ଆମର ଚିଠି ନେଉଥିବା ଡାକବାଲା ଏବେ ଯିବା-ଆସିବା କରୁଥିବା ବ୍ୟାଙ୍କ ପାଲଟି ଯାଇଛି ।
ଏବେ ଯେତେବେଳେ ମୁଁ ଆସୁଥିଲି ତ ମୁଁ ଏଠାରେ ଏକ ପ୍ରଦର୍ଶନୀ ଦେଖିଲି, କ’ଣ ବ୍ୟବସ୍ଥା ହେଉଛି, କିପରି କାର୍ଯ୍ୟ ହେବ, ଏ ନେଇ ବିସ୍ତୃତ ଭାବେ ମୋତେ କୁହାଯାଇଛି ଆଉ ହୋଇପାରେ ସେ ମଧ୍ୟ ନିଜେ ସ୍କ୍ରିନରେ ଦେଖୁଥିବେ । ଆଉ ଯେତେବେଳେ ମୁଁ ଏହାକୁ ଦେଖୁଥିଲି ସେଠାରେ ଯେଉଁ ବିଶେଷଜ୍ଞ ଥିଲେ, ମୋତେ ଏହି ସମସ୍ତ ଯୋଜନା ବିଷୟରେ ବୁଝାଉଥିଲେ ଆଉ ସେତେବେଳେ ଠାରୁ ଗୋଟିଏ ବିଶ୍ୱାସ, ମୋ ଭିତରେ ଗୋଟିଏ ଆତ୍ମ ସନ୍ତୋଷର ଭାବ ଜାଗ୍ରତ ହେଉଥିଲା କି ଏଭଳି ସାଥୀମାନଙ୍କ ସହିତ ରହି ସେମାନଙ୍କର କର୍ତ୍ତବ୍ୟନିଷ୍ଠା, ସେମାନଙ୍କର ଏହି ପ୍ରୟାସ ନଶ୍ଚିତ ଫଳାଫଳ ଆଣିବ । ଆଉ ମୋର ମନେ ଅଛି ଗୋଟିଏ ସମୟ ଥିଲା ଆଉ ଡାକବାଲାଙ୍କ ମମ୍ବନ୍ଧରେ ମୁଁ ବୁଝାଉଛି କି ଆମର ସେଠାରେ ବହୁତ କିଛି କଥା କୁହା ଯାଉଥିଲା । ସରକାରଙ୍କ ପ୍ରତି କେବେ ବିଶ୍ୱାସ ତୁଟି ଯାଉଥିବ କିନ୍ତୁ ଡାକବାଲା ପ୍ରତି କେବେ ବିଶ୍ୱାସ ତୁଟି ନ ଥାଏ । ବହୁତ କମ୍ ଲୋକଙ୍କୁ ଜଣାଥିବ, ଯେଉଁ ଲୋକମାନେ ଗ୍ରାମୀଣ ଜୀବନ ସହିତ ପରିଚିତ ଥିବେ ସେମାନଙ୍କୁ ଜଣାଥିବ କି ଦଶକ ପୂର୍ବେ ଯେତେବେଳେ ଡାକବାଲା ଗୋଟିଏ ଗାଁରୁ ଅନ୍ୟ ଗାଁ କୁ ଯାଉଥିଲା ତ, ତା ହାତରେ ଏକ ଭାଲା(ବାଡି) ଥାଏ, ତା ଦେହରେ ଏକ ଘୁଙ୍ଗୁର ବନ୍ଧା ହୋଇଥାଏ, ଆଉ ସେ ଚାଲିଥାଏ ତ ଘୁଙ୍ଗୁରର ଶବ୍ଦ ଆସୁଥିଲା । ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ ଡାକବାଲା ଯାଉଥିଲା ତ ଘୁଙ୍ଗୁରର ଶବ୍ଦ ଶୁଣା ଯାଉଥିଲା ସେ ଅଂଚଳ କେତେ ଘଞ୍ଚ ହୋଇଥାଉ, କେତେ ଦୁର୍ଗମ ହୋଇଥାଉ, କେତେ ବିପଦରେ ଭରପୁର ହୋଇଥାଉ, ଡକାୟତ ହୋଇଥାନ୍ତୁ, ଆସୁଥାନ୍ତୁ – ଯାଉଥାନ୍ତୁ, ଚୋର – ଲୁଟେରା ରହିଥାନ୍ତୁ, କିନ୍ତୁ ଯେତେବେଳେ ଘୁଙ୍ଗୁରର ଶବ୍ଦ ଆସିଥାଏ ଶୁଣା ଯାଇଥାଏ କି ଡାକବାଲା ଆସୁଛି, ତ କୌଣସି ଚୋର – ଲୁଟେରା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରି ନ ଥାନ୍ତି । ସେହି ଚୋର – ଲୁଟେରା ମାନଙ୍କୁ ଜଣାଥାଏ କି ଡାକବାଲା କେଉଁ ଜଣେ ଗରିବ ମାଆ ପାଇଁ ମନି ଅର୍ଡର ନେଇ ଯାଉଛି ।
ଆପଣମାନଙ୍କୁ ଜଣାଥିବ, ଏବେ ତ ପ୍ରତ୍ୟେକ ଫୋନରେ ଘଂଟା ଅଛି, କିନ୍ତୁ ପ୍ରଥମେ ଗାଁରେ ଗୋଟିଏ ଅଧେ ଟାୱାର ଥିବ ତ ଘଡ଼ି ଥିବ, ନଚେତ ଘଂଟା କେଉଁଠି ଥିଲା । ଆଉ ମୁଁ ସେହିଭଳି ଜୀବନ ଜୀଇଁ କରି ଆସିଛି ତ ମୋତେ ଜଣା ଅଛି, କି ଘରର ଯେଉଁ ବୟସ୍କ ବ୍ୟକ୍ତି ନିଜ ଘର ବାହାରେ ବସି ରହିଥିବେ ଆଉ ନିଶ୍ଚୟ ପଚାରୁଥିଲେ କି ଡାକବାଲା ଆସିଗଲା କି? ବୋଧହୁଏ ଏପରି କୌଣସି ବୟସ୍କ ବ୍ୟକ୍ତି ନ ଥିବେ ଯେଉଁମାନେ ଦିନରେ ଦୁଇ – ଚାରି ଥର ପଚାରି ନ ଥିବେ, କି ଡାକବାଲା ଆସିଗଲା କି? ଲୋକଙ୍କୁ ଲାଗୁଥିଲା କି ତାଙ୍କର କିଛି ଡାକ ଆସିବାର ଅଛି, ଡାକ ତ ଆସି ନାହିଁ, କିନ୍ତୁ ସେ ଡାକ ପାଇଁ ପଚାରୁ ନ ଥିଲେ ତାଙ୍କୁ ଜଣା ଥାଏ ଡାକବାଲା ଆସିଗଲା ଅର୍ଥାତ ଘଂଟାରେ ଏତେ ସମୟ ହୋଇଥିବ, ଅର୍ଥାତ ସମୟର କଟକଣା/ ଡାକବାଲା ଆସିଲା ଅବା ନ ଆସିଲା ତା ଆଧାରରେ ଆମର ସମାଜ ବ୍ୟବସ୍ଥା ସ୍ଥିର ହେଉଥିଲା ଆଉ ଏଥିପାଇଁ ଗୋଟିଏ ପ୍ରକାରରେ ଡାକବାଲା ପ୍ରତ୍ୟେକ ପରିବାର ସହିତ ଏକ ଭାବଗତ ଯୋଗାଯୋଗ, ଚିଠି ସହିତ ଯୋଡି ହୋଇ ରହୁଥିଲା, ଆଉ ଏଥି ପାଇଁ ଡାକବାଲାକୁ ମଧ୍ୟ ସମାଜରେ ଏକ ବିଶେଷ ସ୍ୱୀକୃତି ଆଉ ସମ୍ମାନ ପ୍ରାପ୍ତ ହେଉଥିଲା ।
ଆଜିର ଏହି ଯୁଗରେ ଟେକ୍ନୋଲଜି ବହୁତ କିଛି ବଦଳାଇ ଦେଇଛି, କିନ୍ତୁ ଚିଠି କୁ ନେଇ ଡାକବାଲା ପ୍ରତି ଯେଉଁ ଭାବନା, ଯେଉଁ ବିଶ୍ୱସନୀୟତା ପୂର୍ବରୁ ଯାହା ଥିଲା ଆଜି ମଧ୍ୟ ଠିକ୍ ସେହିପରି ରହିଛି । ଡାକବାଲା ଏବଂ ଡାକଘର ଏକ ପ୍ରକାରରେ ଆମ ଜୀବନର, ଆମ ସମାଜର, ଆମ ସିନେମାର, ଆମ ସାହିତ୍ୟର, ଆମ ଲୋକ କଥାର ଏକ ମହତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି । ଆମେ ସମସ୍ତେ ଏବେ ଯେଉଁ ବିଜ୍ଞାପନ ଦେଖୁଥିଲେ – ‘ଡାକିୟା ଡାକ ଲାୟା’(ଡାକବାଲା ଡାକ ଆଣିଲା), ଏଭଳି ଗୀତ ଦଶକ ଦଶକ ଧରି ଲୋକମାନଙ୍କୁ ନିଜ ଜୀବନର ଅଂଶ ଲାଗୁଥିଲା । ଏବେ ଆଜିଠାରୁ ଡାକବାଲା ଡାକ ଆଣିବା ସହିତ ଡାକବାଲା ବ୍ୟାଙ୍କ ମଧ୍ୟ ଆଣିଛି ।
ଦଶ ବର୍ଷ ତଳେ ଥରେ କାନାଡା ଯାଇଥିଲି, ତ ମୋତେ କାନାଡାରେ ଗୋଟିଏ ଫିଲ୍ମ ଦେଖିବାକୁ ମିଳି ଥିଲା, ମୋର ଆଜି ମଧ୍ୟ ମନେ ଅଛି, ସେହି ଫିଲ୍ମର ନାମ ଥିଲା ‘ଏୟାର ମେଲ’, ଆଉ ବାସ୍ତବରେ ଲୋମ ଟାଙ୍କୁରି ଉଠିବା ଭଳି ଫିଲ୍ମ, ଡାକ ଉପରେ ଆଧାରିତ । ଆଉ ଆମ ଜୀବନରେ ନିଜ ଲୋକଙ୍କର ଚିଠିର ଯେଉଁ ମହତ୍ୱ ରହିଛି, ତାହା ଏହି ଫିଲ୍ମର କାହାଣୀର ଆଧାର ଥିଲା । ଫିଲ୍ମରେ ଏକ ଉଡାଜାହାଜ ଥିଲା, ଯେଉଁଥିରେ ଚିଠି ପତ୍ର ଯାଉଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଦୁର୍ଘଟଣାଗ୍ରସ୍ତ ହୋଇଗଲା, ଏହି ଅଘଟଣ ପରେ ଯେଉଁ ଉଡ଼ାଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଥିରେ ଯେଉଁ ଚିଠି ସବୁ ଥିଲା, ସେଗୁଡ଼ିକୁ ସାଉଁଟି କରି ସେହି ଲୋକମାନଙ୍କ ପାଖରେ ପହଂଚାଇବାର ସଂପୂର୍ଣ୍ଣ କଥା ସେହି ଫିଲ୍ମରେ ଥିଲା । କିଭଳି ଭାବେ ସେହି ଚିଠିସବୁ ଉଦ୍ଧାର କରାଯାଇଥିଲା ଏବଂ ଯେଭଳି ଭାବରେ କୌଣସି ଲୋକଙ୍କ ଜୀବନକୁ ବଂଚାଇବାର ଚେଷ୍ଟା କରାଯାଏ, ସେହି ପ୍ରୟାସ ଡାକବାଲା ସେହି ଚିଠିଗୁଡ଼ିକୁ ବଂଚାଇବା ପାଇଁ କରିଥିଲେ । ହୋଇପାରେ ଆଜି ମଧ୍ୟ ୟୁ-ଟ୍ୟୁବରେ ଏହି ଫିଲ୍ମ ଥିବ ତ, ଆପଣ ନିଶ୍ଚୟ ଦେଖିବେ । ଆଉ ସେହି ଚିଠିଗୁଡ଼ିକରେ କେତେ ଜଣଙ୍କର ସ୍ନେହ ଥିଲା, ସନ୍ଦେଶ ଥିଲା, ଚିନ୍ତା ଥିଲା, ଅଭିଯୋଗ ଥିଲା । ଚିଠିରେ ଆତ୍ମୀୟତା ହିଁ ତାହାର ଆତ୍ମା ହୋଇଥାଏ । ଆଜି ମଧ୍ୟ ମୋତେ ଶହ ଶହ ସଂଖ୍ୟାରେ ଚିଠି ପ୍ରତିଦିନ ମିଳୁଛି । ଡାକ ବିଭାଗର କାମ ବଢ଼ି ଯାଇଛି, ମୁଁ ଯେବେଠାରୁ ଆସିଛି । କେହି ଜଣେ ସେତେବେଳେ ଚିଠି ଲେଖୁଛି, ଯେତେବେଳେ ତା’ର ଭରସା ହେଉଛି । ଆଉ ମୋର ଯେଉଁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ହୋଇଥାଏ, ତାହାକୁ ନେଇ ପ୍ରତି ମାସରେ ହଜାର ହଜାର ଚିଠି ଆସିଥାଏ । ଏହି ଚିଠି ଲୋକଙ୍କ ସହିତ ମୋର ସିଧା ସମ୍ପର୍କ ସ୍ଥାପିତ କରିଥାଏ । ଯେତେବେଳେ ମୁଁ ସେହି ଚିଠି ଗୁଡ଼ିକ ପଢ଼ିଥାଏ, ତ ଲାଗିଥାଏ କି ଲେଖିଲାବାଲା ସାମ୍ନାରେ ହିଁ ଅଛି, ନିଜ କଥା ସିଧା ସିଧା ମୋତେ କହୁଛି ।
ସାଥୀଗଣ, ଆମ ସରକାରଙ୍କ ଅଭିବ୍ୟକ୍ତି ସମୟ ସହିତ ବଦଳିଥାଏ । ଭବିଷ୍ୟତର ଆବଶ୍ୟକତାର ହିସାବ ସହିତ ବ୍ୟବସ୍ଥା ଗୁଡ଼ିକରେ ଅବଶ୍ୟ ପରିବର୍ତ୍ତନ କରାଯାଇଥାଏ । ଆମେ ସେହି ପୁରାତନ ପନ୍ଥୀ ନୁହେଁ, ଆମେ ହେଉଛୁ ସମୟ ସହିତ ବଦଳିଲାବାଲା ଲୋକ । ଆମେ ହେଉଛୁ ଟେକ୍ନୋଲଜିକୁ ସ୍ୱୀକାର କରୁଥିବା ଲୋକ । ଦେଶର, ସମାଜର, ସମୟର ଆବଶ୍ୟକତା ଅନୁସାରେ ବ୍ୟବସ୍ଥା ଗୁଡ଼ିକୁ ବିକଶିତ କରିବା ସପକ୍ଷରେ ଅଛୁ । ଜିଏସଟି ହେଉ, ଆଧାର ହେଉ, ଡିଜିଟାଲ ଇଣ୍ଡିଆ ହେଉ ଏଭଳି ଅନେକ ପ୍ରୟାସର ଅଧ୍ୟାୟରେ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ମଧ୍ୟ ଏବେ ଯୋଡ଼ି ହୋଇ ଯାଇଛି । ଆମ ସରକାର ପୁରୁଣା ବ୍ୟବସ୍ଥା ଗୁଡ଼ିକୁ ସେହି ସ୍ଥିତିରେ ଛାଡ଼ି ଦେଇ ରହିବା ଭଳି ନୁହେଁ । ବରଂ ସଂସ୍କାର, ପ୍ରଦର୍ଶନ ଆଉ ତାହାକୁ ପରିବର୍ତ୍ତନ କରିବାର କାର୍ଯ୍ୟ କରୁଛି । ପରିବର୍ତ୍ତିତ ଟେକ୍ନୋଲଜି ମାଧ୍ୟମରେ ଆଉ ମାଧ୍ୟମ ମଧ୍ୟ ବଦଳିଛି, ହୁଏତ ବଦଳିଛି କିନ୍ତୁ ଉଦ୍ଦେଶ୍ୟ ତ ଏବେ ମଧ୍ୟ ତାହା ହିଁ ରହିଛି । ଅନ୍ତର୍ଦେଶୀୟ ପତ୍ର ଅଥବା ଇନଲେଣ୍ଡ ଲେଟରର ସ୍ଥାନ ଏବେ ହୁଏତ ଇ-ମେଲ ନେଇ ଯାଇଛି କିନ୍ତୁ ଉଭୟଙ୍କର ଲକ୍ଷ୍ୟ ହେଉଛି ଗୋଟିଏ । ଆଉ ଏଥିପାଇଁ ଯେଉଁ ଟେକ୍ନୋଲଜି ପୋଷ୍ଟ ଅଫିସକୁ ଆହ୍ୱାନ ଦେଇଛି, କାରଣ ଲୋକମାନଙ୍କୁ ଲାଗୁଥିଲା, ଏବେ ଏହି ଡାକ ବିଭାଗ ରହିବ ନାହିଁ, ଡାକବାଲା ରହିବେ ନାହିଁ, ସେମାନଙ୍କର ଚାକିରୀ ରହିବ ନାହିଁ; ଏମାନଙ୍କର ଚର୍ଚ୍ଚା ଚାଲୁ ରହିଥିଲା । ଟେକ୍ନୋଲଜି ଯେଉଁ ଆହ୍ୱାନ ଦେଲା, ସେହି ଟେକ୍ନୋଲଜିକୁ ଆଧାର କରି ଏହି ଆହ୍ୱାନକୁ ବଦଳାଇବା ଦିଗରେ ଆମେ ଆଗକୁ ବଢ଼ୁଛୁ ।
ଭାରତୀୟ ଡାକ ବିଭାଗ, ହେଉଛି ଦେଶର ସେହି ବ୍ୟବସ୍ଥା ଯାହା ପାଖରେ ଦେଢ଼ ଲକ୍ଷରରୁ ଅଧିକ ଡାକ ଘର ଅଛି । ଏଥିମଧ୍ୟରୁ ଶହେ ପଚିଶ ଲକ୍ଷରରୁ ଅଧିକ କେବଳ ଗାଁରେ ହିଁ ଅଛି, ତିନି ଲକ୍ଷରୁ ଅଧିକ ପୋଷ୍ଟମେନ ଏବଂ ଗ୍ରାମୀଣ ଡାକ ସେବକ, ଦେଶର ଜନତାଙ୍କ ସହିତ ଯୋଡ଼ି ହୋଇଛନ୍ତି । ଏତେ ବ୍ୟାପକ ନେଟୱାର୍କକୁ ଟେକ୍ନୋଲଜି ସହିତ ଯୋଡ଼ିକରି ଏକବିଂଶ ଶତାବ୍ଦୀରେ ସେବାର ସବୁଠାରୁ ଶକ୍ତିଶାଳୀ ବ୍ୟବସ୍ଥା କରିବାର କଷ୍ଟ ଆମ ସରକାର ଉଠାଇଛନ୍ତି । ଏବେ ଡାକବାଲା ହାତରେ ସ୍ମାର୍ଟ ଫୋନ ଅଛି । ଆଉ ତା’ ଥଳୀରେ, ତା’ ବ୍ୟାଗରେ ଏକ ଡିଜିଟାଲ ଡିଭାଇସ ବା ଉପକରଣ ମଧ୍ୟ ଅଛି । ସାଥୀଗଣ, ଏକତା, ସମାନତା, ସମାବେଶ, ସେବା ଏବଂ ବିଶ୍ୱାସର ପ୍ରତୀକ ଏହି ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଏବେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନୁହେଁ, ବରଂ ଡିଜିଟାଲ କାରବାର ବ୍ୟବସ୍ଥାକୁ ମଧ୍ୟ ବିସ୍ତାର କରିବାର ଶକ୍ତି ରଖିଛି । ଆଇପିପିବି ଦ୍ୱାରା ସଂଚୟ ଖାତା ସହିତ ଛୋଟରୁ ଛୋଟ ବ୍ୟବସାୟୀ ନିଜ କାମ ଚଳାଇବା ପାଇଁ ଚଳନ୍ତି ଖାତା ମଧ୍ୟ ଖୋଲି ପାରିବେ । ୟୁପି ଏବଂ ବିହାରର ଯେଉଁ ଶ୍ରମିକ ମାନେ ମୁମ୍ବଇ ଅଥବା ବେଙ୍ଗାଲୁରୁରେ କାମ କରୁଛନ୍ତି, ସେମାନେ ସହଜରେ ନିଜ ପରିବାର ପାଖକୁ ଟଙ୍କା ପଠାଇ ପାରିବେ । ଅନ୍ୟ ବ୍ୟାଙ୍କ ଖାତାକୁ ମଧ୍ୟ ସେମାନେ ହସ୍ତାନ୍ତର କରି ପାରିବେ । ସରକାରୀ ସହାୟତାର ଅର୍ଥ ମନରେଗାର ମଜୁରୀ ପାଇଁ ମଧ୍ୟ ଏହି ଖାତାର ଉପଯୋଗ ସେମାନେ ସହଜରେ କରି ପାରିବେ । ବିଜୁଳି ଏବଂ ଫୋନ ବିଲ ଜମା କରିବା ପାଇଁ ମଧ୍ୟ ସେମାନଙ୍କୁ ଆଉ କେଉଁଠାକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ, କେବଳ ଏତିକି ନୁହେଁ, ଅନ୍ୟ ବ୍ୟାଙ୍କ ଅଥବା ଆର୍ଥିକ ସଂସ୍ଥା ସହିତ ଭାଗିଦାର ହୋଇ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଋଣ ମଧ୍ୟ ଦେଇ ପାରିବ । ନିବେଶ ଏବଂ ବୀମା ଭଳି ସେବା ମଧ୍ୟ ନିଜ ଗ୍ରାହକମାନଙ୍କ ପାଖରେ ପହଂଚାଇବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଅଧିକାଂଶ ସେବା ବ୍ୟାଙ୍କର କାଉଂଟର ପାଖକୁ ନଯାଇ ଘର ପାଖକୁ ଆସି ଡାକବାଲା ଯୋଗାଇ ଦେବେ । ବ୍ୟାଙ୍କ ସହିତ ସମ୍ପର୍କ, ଡିଜିଟାଲ କାରବାରରେ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ସବୁ ଅସୁବିଧା ଆସୁଥିଲା, ତା’ର ସମାଧାନ ମଧ୍ୟ ଡାକବାଲା ପାଖରେ ରହିବ । ଆପଣ କେତେ ଟଙ୍କା ଜମା କରିଥିଲେ, ଆପଣଙ୍କୁ କେତେ ସୁଧ ମିଳିଲା, କେତେ ଟଙ୍କା ଆପଣଙ୍କ ଖାତାରେ ରହିଛି, ଏ ସବୁ କଥା ଆପଣ ଘରେ ବସି ଡାକବାଲା କହିଦେବ । ଏହା କେବଳ ଏକ ବ୍ୟାଙ୍କ ନୁହେଁ, ବରଂ ଗାଁ, ଗରିବ, ମଧ୍ୟମ ବର୍ଗଙ୍କ ବିଶ୍ୱସ୍ତ ସହଯୋଗୀ ବୋଲି ପ୍ରମାଣିତ ହେବାକୁ ଯାଉଛି ।
ଏବେ ଆପଣମାନଙ୍କୁ ନିଜ ଖାତା, ଖାତାର ନମ୍ବର, ମନେ ରଖିବାର, କାହାକୁ ପାସୱାର୍ଡ ଜଣାଇବାର ଆବଶ୍ୟକତା ନାହିଁ । ଗ୍ରାମୀଣ ପରିସ୍ଥିତିକୁ ଦେଖି ଏହି ବ୍ୟାଙ୍କର ସମସ୍ତ ପ୍ରକ୍ରିୟାକୁ ବହୁତ ସରଳ କରାଯାଇଛି । ଏହି ନୂତନ ବ୍ୟାଙ୍କରେ କିଛି ମିନିଟରେ ଆପଣଙ୍କର ଖାତା ଖୋଲିଯିବ ଆଉ ଆମ ମନ୍ତ୍ରୀ ମହାଶୟ କହୁଥିଲେ ଅଧିକରୁ ଅଧିକ ଏକ ମିନିଟ । ଏହା ସହିତ ଖାତାଧାରକଙ୍କୁ ଏକ କ୍ୟୁଆର କାର୍ଡ ଦିଆଯିବ, ଯାହା ମୋତେ ଏବେ ଦିଆ ଯାଇଛି । କାରଣ ମୋର ମଧ୍ୟ ଖାତା ଖୋଲା ଯାଇଛି ।
ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ, ଆମ ଜୀବନରେ ବ୍ୟାଙ୍କ ଖାତାର କେବେ ସମ୍ପର୍କ ଆସି ନ ଥିଲା, କିନ୍ତୁ ଯେବେ ସ୍କୁଲରେ ପଢ଼ୁଥିଲୁ ତ ଦେନା ବ୍ୟାଙ୍କର ଏକ ଯୋଜନା ଥିଲା, ସେମାନେ ପିଲାମାନଙ୍କୁ ଏକ ଗୁଲି ଦେଉଥିଲେ ଆଉ ଏକ ଖାତା ଖୋଲୁଥିଲେ, ତ ଆମକୁ ମଧ୍ୟ ଦେଲେ, କିନ୍ତୁ ଆମର ତ ସବୁବେଳେ ଖାଲି ରହୁଥିଲା । ପରେ ଆମେ ଗାଁ ଛାଡ଼ି ଚାଲିଗଲୁ, କିନ୍ତୁ ବ୍ୟାଙ୍କ ଖାତା ରହିଲା ଆଉ ବ୍ୟାଙ୍କ ବାଲାଙ୍କ ପ୍ରତି ବର୍ଷ carry forward କରିବାକୁ ପଡ଼ୁଥିଲା । ବ୍ୟାଙ୍କବାଲା ମୋତେ ଖୋଜୁଥିଲେ, ଖାତା ବନ୍ଦ କରିବା ପାଇଁ । କିନ୍ତୁ ମୋର କୌଣସି ଠିକ ଠିକଣା ନ ଥିଲା । ପ୍ରାୟ 32 ବର୍ଷ ପରେ ତାଙ୍କୁ ଜଣା ପଡିଲା କି ମୁଁ କୁଆଡେ ଯାଇଛି, ତ ବିଚରା ବ୍ୟାଙ୍କବାଲା ସେଠାକୁ ଆସିଲେ, କହିଲେ ଭାଇ ଦସ୍ତଖତ କରିଦିଅ, ଆମକୁ ତୁମର ଖାତା ବନ୍ଦ କରିବାର ଅଛି । ପରେ ଯେତେବେଳେ ଗୁଜରାଟରେ ଏମଏଲଏ ହେଲି ତ ଦରମା ମିଳିଲା ତ ବ୍ୟାଙ୍କ ଖାତା ଖେଲିବାକୁ ପଡ଼ିଲା, କିନ୍ତୁ ତା ପୂର୍ବରୁ କେବେ ସଂପର୍କ ଆସି ନ ଥିଲା ଏବଂ ଆଜି ଡାକ ବିଭାଗ ଆଉ ଏକ ଖାତା ଖୋଲି ଦେଲେ ।
ଦେଖନ୍ତୁ ଡ଼ାକବାଲା କେବଳ ଡାକ ପହଂଚାଉ ଥିଲା, ଏପରି ନ ଥିଲା । ଯେଉଁ ପରିବାର ପାଠ – ଶାଠ ପଢି ନ ଥିଲେ, ତ ଡାକବାଲା ବସି, ଡାକ ଖୋଲି ସଂମ୍ପୂର୍ଣ୍ଣ ପଢି ଶୁଣାଇ ଦେଇ ଯାଉଥିଲା, ପୁଣି ସେହି ବୁଢ଼ି ମାଆ କହୁଥିଲେ ପୁଅ, ସେହି ପୁଅକୁ ଉତ୍ତର ଲେଖିବାର ଅଛି । କାଲି ତୁମେ ଏକ ପୋଷ୍ଟକାର୍ଡ଼ ନେଇକରି ଆସିବ ଆଉ ମୁଁ ଉତ୍ତର କହିବି, ତ ଦ୍ୱିତୀୟ ଦିନ ସେହି ଡାକବାଲା ପୋଷ୍ଟକାର୍ଡ଼ ମଧ୍ୟ ନେଇ କରି ଆସୁଥିଲା ଆଉ ଯାହା ସେହି ମାଆ ଲେଖାଉ ଥିଲେ, ସେ ଲେଖି ଦେଉଥିଲା । ଅର୍ଥାତ କିଭଳି ଆତ୍ମୀୟ ବ୍ୟବସ୍ଥା, ସେହି ଟେକ୍ନୋଲଜିର କାମ ମୋର ଡାକବାଲା ପୁଣିଥରେ କରିବ । ଅର୍ଥାତ ଗୋଟିଏ କ୍ୟୁଆର କାର୍ଡ ଆପଣଙ୍କର ଆଙ୍ଗୁଳି ଚିହ୍ନ ଆଉ ଡାକବାଲାର କଥା, ବ୍ୟାଙ୍କିଙ୍ଗକୁ ସହଜ ଆଉ ପ୍ରତ୍ୟେକ ଆଶଙ୍କାର ସମାଧାନ କରିବାକୁ ଯାଉଛି । ସାଥୀଗଣ, ଗାଁରେ ସବୁଠାରୁ ସୁଦୃଢ଼ ନେଟୱାର୍କ ଥିବାରୁ ଆଇପିପିବି କୃଷକମାନଙ୍କ ପାଇଁ ମଧ୍ୟ ଏକ ବଡ଼ ସୁବିଧା ପ୍ରମାଣିତ ହେବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ଯୋଜନାଗୁଡ଼ିକୁ ଏହାଦ୍ୱାରା ବିଶେଷ ଶକ୍ତି ମିଳିବ । ଦାବିଗୁଡ଼ିକୁ ସମୟ ଅନୁସାରେ ସମାଧାନ କରିବା ହେଉ, ଅଥବା କୃଷକ ମାନଙ୍କୁ ଏହି ଯୋଜନା ସହିତ ଯୋଡ଼ିବାର ହେଉ, ନିଶ୍ଚିତ ଭାବେ ଏହି ବ୍ୟାଙ୍କ ଦ୍ୱାରା ଲାଭ ହେବାକୁ ଯାଉଛି । ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ପରେ ଏବେ ଯୋଜନା ଗୁଡ଼ିକର ଦାବି ରାଶି ମଧ୍ୟ ଘରେ ବସି ମିଳି ପାରିବ । ଏହା ବ୍ୟତୀତ ଏହି ବ୍ୟାଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ଝିଅମାନଙ୍କ ନାମରେ ଅର୍ଥ ସଂଚୟ କରିବା କାର୍ଯ୍ୟକୁ ମଧ୍ୟ ଗତି ଦେବ ।
ଭାଇ ଓ ଭଉଣୀମାନେ, ଆମ ସରକାର ଦେଶର ବ୍ୟାଙ୍କକୁ ଗରିବଙ୍କ ଦୁଆର ପର୍ଯ୍ୟନ୍ତ ନେଇକରି ଆସି ଯାଇଛି । ନ ହେଲେ ଚାରି-ପାଂଚ ବର୍ଷ ପୂର୍ବେ ଏଭଳି ସ୍ଥିତି ଥିଲା ଆଉ ଏଭଳି ସ୍ଥିତି ସୃଷ୍ଟି କରାଯାଇଥିଲା କି ବ୍ୟାଙ୍କର ଅଧିକାଂଶ ଅର୍ଥ କେବଳ ସେହି ହାତଗଣତି ଲୋକଙ୍କ ପାଇଁ ସଂରକ୍ଷିତ ରଖି ଦିଆଯାଉଥିଲା, ଯେଉଁମାନେ କୌଣସି ଗୋଟିଏ ପରିବାରର ନିକଟ ସମ୍ପର୍କୀୟ ହୋଇଥିବେ । ଆପଣ ଚିନ୍ତା କରନ୍ତୁ ସ୍ୱାଧୀନତା ପରଠାରୁ ନେଇ 2008 ପର୍ଯ୍ୟନ୍ତ କେବଳ ଅର୍ଥାତ 1947ରୁ 2008 ପର୍ଯ୍ୟନ୍ତ ଆଉ ସାରା ଦେଶର 20 ଲକ୍ଷ ଲୋକ ଶୁଣୁଛନ୍ତି, ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ 1947ରୁ 2008 ପର୍ଯ୍ୟନ୍ତ ଆମ ଦେଶର ସମସ୍ତ ବ୍ୟାଙ୍କରୁ ମୋଟ 18 ଲକ୍ଷ କୋଟି ଟଙ୍କାର ରାଶି ହିଁ ଋଣ ଆକାରରେ ଦିଆ ଯାଇଥିଲା । 18 ଲକ୍ଷ କୋଟି, ଏତେ ସମୟ ମଧ୍ୟରେ, କିନ୍ତୁ 2008 ପରେ କେବଳ ଛଅ ବର୍ଷରେ ଅର୍ଥାତ 60 ବର୍ଷରେ କ’ଣ ହେଲା ଆଉ ଛଅ ବର୍ଷରେ କ’ଣ ହେଲା? 60 ବର୍ଷରେ 18 ଲକ୍ଷ କୋଟି ଆଉ ଛଅ ବର୍ଷରେ ଏହି ରାଶି ବୃଦ୍ଧି ପାଇ 52 ଲକ୍ଷ କୋଟି ଟଙ୍କା ହୋଇଗଲା । ନେଇଯାଅ, ପରେ ମୋଦୀ ଆସିବ, କାନ୍ଦିବ, ନେଇଯାଅ । ଅର୍ଥାତ ଯେତେ ଋଣ ଦେଶର ବ୍ୟାଙ୍କଗୁଡ଼ିକ ସ୍ୱାଧୀନତା ପରେ ଦେଇଥିଲେ, ତାହାର ପ୍ରାୟ ଦୁଇଗୁଣ ଋଣ ବିଗତ ସରକାରଙ୍କର ଛଅ ବର୍ଷରେ… ତୁମର ମଧ୍ୟ ଭଲ, ମୋର ମଧ୍ୟ ଭଲ । ଆଉ ଏହି ଋଣ କିଭଳି ମିଳୁଥିଲା? ଆମ ଦେଶରେ ଏହି ଟେକ୍ନୋଲଜି ତ ଏବେ ଆସିଲା କିନ୍ତୁ ସେହି ସମୟରେ ଏକ ସ୍ୱତନ୍ତ୍ର ପରମ୍ପରା ଚାଲୁ ରହିଥିଲା, ଫୋନ୍ ବ୍ୟାଙ୍କିଙ୍ଗର । ଆଉ ସେହି ଫୋନ୍ ବ୍ୟାଙ୍କିଙ୍ଗର ପ୍ରସାର ସେତେ ହୋଇଥିଲା । ଅନେକ ନାମୀଦାମୀ ଲୋକ ଯଦି ଫୋନ୍ କରିଦେଲେ ତ ବ୍ୟାଙ୍କିଙ୍ଗ ଆଉ ଫୋନରେ ଋଣ ଦେଉଥିବା ଲୋକଙ୍କର ନାବ କୂଳରେ ଲାଗିଗଲା…. ଋଣ ମିଳି ଯାଉଥିଲା । ଯେତେ ବଡ଼ ଧନୀ, ଧନୀ ଧନସେଠଙ୍କୁ ଋଣ ଦରକାର ପଡ଼ୁଥିଲା, ସେ ନାମୀ ଲୋକଙ୍କ ମାଧ୍ୟମରେ ବ୍ୟାଙ୍କକୁ ଫୋନ୍ କରି ଦେଉଥିଲା । ବ୍ୟାଙ୍କବାଲା ସେହି ବ୍ୟକ୍ତି ଅଥବା କମ୍ପାନୀକୁ କୋଟି କୋଟି, ଶହ ଶହ କୋଟି ଟଙ୍କାର ଋଣ ଦେଉଥିଲା । ସମସ୍ତ ନିୟମ, ସମସ୍ତ କାଇଦା – କଟକଣା ଠାରୁ ଉପରେ ଥିଲା, ସେହି ନାମୀଦାମୀ ଲୋକଙ୍କର ଟେଲିଫୋନ୍ । କଂଗ୍ରେସ ଏବଂ ତା’ର ନାମୀଦାମୀ ଲୋକଙ୍କର ଫୋନ୍ ଦେଶର ବ୍ୟାଙ୍କିଙ୍ଗ ସେବାକୁ ବହୁତ ବଡ଼ କ୍ଷତି ପହଂଚାଇଲା । ଏବେ ପ୍ରଶ୍ନ ଏହା ମଧ୍ୟ ଉଠୁଛି କି ବ୍ୟାଙ୍କ ସେହି ଭଳି ଫୋନ ବ୍ୟାଙ୍କିଙ୍ଗକୁ କାହିଁକି ମନା କଲା ନାହିଁ । ସାଥୀଗଣ, ଆପଣମାନଙ୍କୁ ଏହା ମଧ୍ୟ ଜଣା ଥିବ କି ସେହି ସମୟରେ ବ୍ୟାଙ୍କ ଗୁଡ଼ିକରେ ନାମୀଦାମୀ ଲୋକଙ୍କର ଆଶୀର୍ବାଦରେ ହିଁ ଅଧିକାଂଶ ଲୋକଙ୍କର ନିଯୁକ୍ତି ହେଉଥିଲା । ନାମୀଦାମୀ ଲୋକଙ୍କର ପ୍ରଭାବ କାରଣରୁ ହିଁ ବଡ଼ ବଡ଼ ପ୍ରଭାବଶାଳୀ ଲୋକଙ୍କୁ ଋଣ ଦେବାକୁ ବ୍ୟାଙ୍କ ବାଲା ମନା କରି ପାରୁ ନ ଥିଲେ । ଛଅ ବର୍ଷରେ ପ୍ରାୟ ଦୁଇଗୁଣ ଋଣ ଦେବା ପଛରେ ଏହା ହଁ ସବୁଠାରୁ ବଡ଼ କାରଣ ଥିଲା । ବ୍ୟାଙ୍କଗୁଡ଼ିକ ଏହା ଜାଣିଥିଲେ ମଧ୍ୟ କି ସେମାନଙ୍କ ଦ୍ୱାରା ଦିଆ ଯାଉଥିବା ଋଣ ଫେରି ପାଇବା କଷ୍ଟକର ହେବ, ବାସ୍ କିଛି ବିଶେଷ ଲୋକଙ୍କୁ ଋଣ ଦେବାକୁ ପଡ଼ିବ । ଜଣା ପଡ଼ିବ ନାହିଁ, ଦେଇଦିଅ । କେବଳ ଏତିକି ହିଁ ନୁହେଁ, ଯେତେବେଳେ ଏଭଳି ଲୋକ ଋଣ ପରିଶୋଧ କରିବାରେ ଖିଲାପ କରିବାରେ ଲାଗିଲେ, ତ ବ୍ୟାଙ୍କଗୁଡ଼ିକ ଉପରେ ପୁଣି ଚାପ ପଡ଼ିଲା କି ସେମାନଙ୍କୁ ନୂଆ ଋଣ ଦିଅନ୍ତୁ, ଆଉ ଏହି ଗୋଲକ ଧନ୍ଧା, ଏହି ଚକ୍ର ଋଣର ପୁନଃ ସଂରଚନା ନାମରେ ହେଲା । ଅର୍ଥାତ ଥରେ ଋଣ ନେଇ ନେବା, ପୁଣି ଯେଉଁଠାରେ ପହଂଚିବାର ଥିଲା, ପହଂଚାଇଦେଲା । ଏବେ ତାହାକୁ ପୁଣି ସେ ମାଗୁଛି କି ଦ୍ୱିତୀୟଟି ଦିଅ, ତ ମୁଁ ଦେଉଛି । ସେ ଦେଉଛି, ଇଏ ଦେଉଛି, ଇଏ ଦେଉଛି, ଇଏ ଦେଉଛି । ସେହି ଚକ୍ର ଚାଲୁଥିଲା । ଯେଉଁ ଲୋକ ଏହି ଗୋଲକ ଧନ୍ଦାରେ ଲାଗିଥିଲେ, ସେମାନଙ୍କୁ ମଧ୍ୟ ଭଲ ଭାବେ ଜଣାଥିଲା କି ଦିନେ ନା ଦିନେ ସେମାନଙ୍କର ଗୁମର ନିଶ୍ଚିତ ଖୋଲିବ ଆଉ ଏଥିପାଇଁ ସେ ସମୟରୁ ହେରାଫେରି କଲେ, ଆଉ ଏକ ଷଡ଼ଯନ୍ତ୍ର ରଚନା କରାଗଲା । ବ୍ୟାଙ୍କଗୁଡ଼ିକ ଦେଇଥିବା କେତେ ଋଣ ଫେରସ୍ତ ଆସି ପାରୁ ନାହିଁ, ଏହାର ସଠିକ୍ ପରିସଂଖ୍ୟାନ ଦେଶକୁ ଲୁଚାଇ ଚାଲିଲେ । ଦେଶକୁ ଅନ୍ଧକାରରେ ରଖାଗଲା । ଅର୍ଥାତ ଯେଉଁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଫସିଥିଲା, ତାହାକୁ ଖାତା କଲମରେ ସଠିକ ଭାବେ କୁହା ଯାଇ ନ ଥିଲା, ଲୁଚା ଯାଇଥିଲା । ଦେଶକୁ ମିଛ କୁହା ଯାଇଥିଲା କି କେବଳ ହେଉଛି ଦୁଇ ଲକ୍ଷ କୋଟି ଟଙ୍କା, ଯାହା ଆସିବାକୁ ବାକି ଅଛି । ଆଉ ସନ୍ଦେହ ଅଛି କି ଆସିବ କି ଆସିବ ନାହିଁ । ଯେଉଁ ସମୟରେ ଦେଶରେ ବଡ଼ ବଡ଼ ଭ୍ରଷ୍ଟାଚାର ଲୋକ ଲୋଚନକୁ ଆସୁଥିଲା, ସେହି ସମୟରେ ବିଗତ ସରକାର ସମସ୍ତ ପରିଶ୍ରମ ନିଜର ଏହି ସବୁଠାରୁ ବଡ଼ ଭ୍ରଷ୍ଟାଚାରକୁ ଲୁଚାଇବାରେ ଲାଗିଥିଲେ । ବ୍ୟାଙ୍କର କିଛି ବିଶେଷ ଲୋକ ମଧ୍ୟ ଏହି ନାମୀଦାମୀ ଲୋକଙ୍କର ବହୁତ ସହାୟତା କରୁଥିଲେ ।
2014ରେ ଯେତେବେଳେ ଆମ ସରକାର ଗଠନ ହେଲା, ତ ସମସ୍ତ ସତ୍ୟ ସାମ୍ନାକୁ ଆସିବାରେ ଲାଗିଲା, ସେତେବେଳେ ବ୍ୟାଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆ ଯାଇ କୁହାଗଲା କି ସଠିକ ଆକଳନ କରାଯାଇ ତାଙ୍କର କେତେ ରାଶି ଏଭଳି ଭାବରେ ଦେଣନେଣ ଆଉ ସେମାନଙ୍କ କରଜ ଦେବା ବାକି ଅଛି, କେତେ ଟଙ୍କା ଫସି ରହିଛି, ସମସ୍ତ ସୂଚନା ନେଇକରି ଆସ । 6 ବର୍ଷରେ ଯେଉଁ ରାଶି ଦିଆଯାଇଥିଲା, ତାହାର ସତ୍ୟତା ଏହା କି ଯେଉଁ ରାଶିକୁ ବିଗତ ସରକାର କେବଳ ଦୁଇ ଅଢ଼େଇ ଲକ୍ଷ କୋଟି କହୁଥିଲେ, ତାହା ବାସ୍ତବରେ 9 ଲକ୍ଷ କୋଟି ଟଙ୍କା ଥିଲା । ଆଜି ଦେଶ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବ, ଦେଶ ସହିତ କେତେ ବଡ଼ ବିଶ୍ୱାସଘାତକତା କରାଯାଇଛି । ଦେଶ ଆଗରେ କେତେ ବଡ଼ ମିଥ୍ୟା କୁହା ଯାଇଛି । ପ୍ରତ୍ୟେକ ଦିନ ସୁଧ ରାଶି ଯୋଡ଼ି ହେବା କାରଣରୁ ଏହା ଦିନକୁ ଦିନ ବଢ଼ି ଚାଲିଛି । ଆଗାମୀ ଦିନରେ ଏହା ଆହୁରି ବଢ଼ିବ । କାରଣ ସୁଧ ତ ଯୋଡ଼ି ହେବାକୁ ହିଁ ରହିଛି । ବ୍ୟାଙ୍କ ତ ନିଜର କାଗଜ ପତ୍ର କାର୍ଯ୍ୟ କରି ଚାଲିବ ହିଁ କରି ଚାଲିବ ।
ସାଥୀଗଣ, 2014ରେ ସରକାର ଗଠନ ହେବାର କିଛି ସମୟ ପରେ ହିଁ ଆମକୁ ଏହି ଅନୁଭବ ହୋଇ ଯାଇଥିଲା କି କଂଗ୍ରେସ ଆଉ ଏହି ନାମୀଦାମୀ ଲୋକ ଦେଶର ଅର୍ଥବ୍ୟବସ୍ଥାକୁ ଏପରି ଏକ ଲେଣ୍ଡମାଇନ ବିଛାଇ କରି ଯାଇଛନ୍ତି, ଯଦି ସେହି ସମୟରେ ଦେଶ ଆଉ ଦୁନିଆ ଆଗରେ ଏହି ସତ୍ୟକୁ ରଖି ଦିଆ ଯାଇଥାନ୍ତା, ତ ଏଭଳି ବିସ୍ଫୋରଣ ହୋଇଥାଆନ୍ତା କି ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ବୋଧ ହୁଏ କଷ୍ଟକର ହୋଇ ଯାଇଥାଆନ୍ତା । ଏତେ ନଷ୍ଟ ଭ୍ରଷ୍ଟ କରି ରଖିଥିଲେ । ଏଥିପାଇଁ ବହୁତ ସତର୍କତାର ସହିତ, ବଡ଼ ନିରୀକ୍ଷଣ କରି କାର୍ଯ୍ୟ କରି – କରି ଏହି ସଂକଟରୁ ଦେଶକୁ ବାହାର କରିବା ପାଇଁ ଆମେ ଦିନ ରାତି ଲାଗିଛୁ ।
ଭାଇ ଓ ଭଉଣୀମାନେ, ଆମର ଏହି ସରକାର, ଏନପିଏର ସତ୍ୟତା, ଗତ ସରକାରଙ୍କ ଭ୍ରଷ୍ଟାଚାରକୁ ଦେଶ ସାମ୍ନାକୁ ନେଇ କରି ଆସିଛି । ଆମେ କେବଳ ରୋଗର କାରଣ ଖୋଜି ବାହାର କରି ନାହୁଁ, ବରଂ ତାହାର କାରଣ ମଧ୍ୟ ଯାଂଚ କରିଛୁ, ଆଉ ସେହି ରୋଗରୁ ମୁକ୍ତ କରିବା ପାଇଁ ଅନେକ ମହତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ଉଠାଇଛୁ । ବିଗତ ସାଢ଼େ ଚାରି ବର୍ଷରେ 50 କୋଟିରୁ ଅଧିକ ସମସ୍ତ ଋଣର ସମୀକ୍ଷା କରାଯାଇଛି । ଋଣର ସର୍ତ୍ତକୁ କଠୋରତାର ସହ ପାଳନ କରାଯାଉ, ଏହା ସୁନିଶ୍ଚିତ କରାଯାଉଛି । ଆମେ ଆଇନ ବଦଳାଇଛୁ । ବ୍ୟାଙ୍କ ମିଶ୍ରଣର ନିଷ୍ପତ୍ତି ନେଇଛୁ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବୃତ୍ତିଗତ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ ଦେଉଛୁ । ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କକୁ ସୁଧାରିବା ପାଇଁ ନିରନ୍ତର ସଂସ୍କାରର ପ୍ରୟାସ କରାଯାଉଛି । ପଳାତକ ଅର୍ଥନୈତିକ ଅପରାଧୀ ବିଲ୍, ପଳାତକଙ୍କ ସମ୍ପତ୍ତି ଜବତ କରିବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଏହି ପଳାତକମାନେ ନିଜ ସମ୍ପତ୍ତିକୁ ପୁଣି ନେଇ ନ ଯାଆନ୍ତୁ, ତା’ର ବ୍ୟବସ୍ଥା କରାଯାଇଛି । ବଡ଼ ଋଣ ନେଇଥିବା ଲୋକଙ୍କର ପାସପୋର୍ଟ ବିବରଣୀ ମଧ୍ୟ ଏବେ ସରକାରଙ୍କ ହେପାଜତରେ ରଖିବା ପାଇଁ ସ୍ଥିର କରାଯାଇଛି, ଫଳରେ ଦେଶ ଛାଡ଼ି ପଳାଇବା ଏମାନଙ୍କ ପାଇଁ ସହଜ ହେବ ନାହିଁ । ଦେବାଳିଆ ସଂହିତା ଆଉ ଏନସିଏଲଟି ଦ୍ୱାରା ଏନପିଏର ପୁନଃଭରଣା ଆରମ୍ଭ ହୋଇଛି । ସବୁଠାରୁ ବଡ଼ 12 ଖିଲାପକାରୀ, ଯେଉଁ ମାନଙ୍କୁ 2014 ପୂର୍ବରୁ ଋଣ ଦିଆ ଯାଇଥିଲା, ଯେଉଁ ମାନଙ୍କର ଏନପିଏ ରାଶି ପାଖାପାଖି ଶହେ ପଂଚସ୍ତରୀ ଲକ୍ଷ କୋଟି ହେବ, ସେମାନଙ୍କ ବିରୁଦ୍ଧରେ ଦ୍ରୁତ ଗତିରେ କାର୍ଯ୍ୟନୁଷ୍ଠାନ ଚାଲୁ ରହିଛି । ଏବେ ତାହାର ପରିଣାମ ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ସେହି 12 ଜଣଙ୍କ ବ୍ୟତୀତ ଆଉ ଅନ୍ୟ 27 ଜଣ, ସେମାନେ ମଧ୍ୟ ହେଉଛନ୍ତି ବଡ଼ ବଡ଼ ଋଣ ଖାତାଧାରୀ । ଯେଉଁଥିରେ ପ୍ରାୟ 1 ଲକ୍ଷ କୋଟି ଟଙ୍କାର ଏନପିଏ ରହିଛି । ତା’ର ଫେରସ୍ତ ପାଇଁ ମଧ୍ୟ ବ୍ୟବସ୍ଥା ବହୁତ ସଠିକ ଭାବେ କରାଯାଉଛି । ଯେଉଁ ମାନଙ୍କୁ ଲାଗୁଥିଲା କି ନାମୀଦାମୀ ଲୋକଙ୍କର ସହଭାଗିତା ଆଉ ଦୟାରୁ ସେମାନଙ୍କୁ ମିଳିଥିବା ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା ସେମାନଙ୍କ ପାଖରେ ହିଁ ରହିବ, ସବୁବେଳେ ଇନ କମିଂ ହିଁ ରହିବ, ଏବେ ସେମାନଙ୍କ ଖାତାରୁ ଆଉଟ ଗୋଇଂ ମଧ୍ୟ ଆରମ୍ଭ ହୋଇଛି । ଦେଶରେ ଏକ ନୂତନ ପରିବର୍ତ୍ତନ ଆସିଛି । ଏବେ ଏକ ନୂତନ ସଂସ୍କୃତି ଆସିଛି, ସଂସ୍କୃତି ବଦଳୁଛି । ପ୍ରଥମେ ବ୍ୟାଙ୍କ ସେମାନଙ୍କ ପଛରେ ପଡ଼ିଥିଲେ, ଏବେ ଆମେ ଆଇନର ଜାଲ ଏଭଳି ଭାବେ ତିଆରି କରିଛୁ କି ଏବେ ସେମାନେ ରି-ପେମେଂଟ କରିବା ପାଇଁ ଘୁରି ବୁଲୁଛନ୍ତି । କିଛି କର ଭାଇ, ଅଳ୍ପ କିଛି ନେଇ ନିଅ । କିଛି ଆସନ୍ତା ମାସରେ ଦେଇ ଦେବି, କିଏ ମୋତେ ବଂଚାଇଦିଅ । ଏବେ ସେମାନେ ନିଜେ ବ୍ୟାଙ୍କ ପଛରେ ଦୌଡ଼ିବାରେ ଲାଗିଛନ୍ତି । ଅର୍ଥ ଫେରସ୍ତ କରିବା ପାଇଁ ବାଧ୍ୟ ହେଉଛନ୍ତି । ଦିନକୁ ଦିନ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସୁଦୃଢ଼ ହେଉଛି । ଏହା ସହିତ ଏବେ ଏଭଳି ଲୋକଙ୍କ ଉପରେ ତଦନ୍ତକାରୀ ସଂସ୍ଥାର ପଞ୍ଝା ମାଡ଼ି ବସିବାକୁ ଯାଉଛି । ଆଉ ମୁଁ ଦେଶକୁ ପୁଣି ଆଶ୍ୱସ୍ତ କରିବାକୁ ଚାହୁଁଛି କି ଏହି ସମସ୍ତ ବଡ଼ ଋଣ ଗୁଡ଼ିକ ମଧ୍ୟରୁ ଗୋଟିଏ ମଧ୍ୟ ଏହି ସରକାର ଦେଇ ନାହାଁନ୍ତି । ଆମେ ତ ଆସିଲା ପରେ ବ୍ୟାଙ୍କଗୁଡ଼ିକର ମାର୍ଗ ଆଉ ଅବସ୍ଥା ଉଭୟରେ ନିରନ୍ତର ପରିବର୍ତ୍ତନ କରିଛୁ । ଆଉ ଆଜିର ଏହି ଆୟୋଜନ ମଧ୍ୟ ହେଉଛି ତାହାର ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଥମେ ନାମୀଦାମୀ ଲୋକଙ୍କର ଆଶୀର୍ବାଦରୁ ହିଁ ଏହି ବଡ଼ ଲୋକଙ୍କୁ ଋଣ ମିଳୁଥିଲା । ଏବେ ଦେଶର ଗରିବଙ୍କୁ ବ୍ୟାଙ୍କରୁ ଋଣ ମିଳିଲା । ଆମ ଡାକବାଲା ହାତକୁ ଆସିଗଲା ।
ବିଗତ ଚାରି ବର୍ଷରେ ମୁଦ୍ରା ଯୋଜନା ମାଧ୍ୟମରେ 13 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ସ୍ୱରୋଜଗାର ପାଇଁ ଦେଶର ଗରିବ ଏବଂ ମଧ୍ୟମବର୍ଗର ଯୁବକମାନଙ୍କୁ ଦିଆଯାଇଛି । 32 କୋଟିରୁ ଅଧିକ ଗରିବଙ୍କର ଜନ ଧନ ଏକାଉଣ୍ଟ ଖୋଲା ଯାଇଛି । 21 କୋଟିରୁ ଅଧିକ ଗରିବଙ୍କୁ କେବଳ 1 ଟଙ୍କା, ମାସକୁ 1 ଟଙ୍କା ଆଉ 90 ପଇସା ପ୍ରତିଦିନର ପ୍ରିମିୟମରେ ବୀମା ଏବଂ ପେନସନର ସୁରକ୍ଷା କବଚ ମଧ୍ୟ ଦେବାର କାର୍ଯ୍ୟ ଆମ ସରକାର କରିଛନ୍ତି ।
ଭାଇ ଓ ଭଉଣୀମାନେ, ଦେଶର ଅର୍ଥ ବ୍ୟବସ୍ଥାକୁ ଯେଉଁ ଲେଣ୍ଡମାଇନ୍ ଉପରେ ନାମୀଦାମୀ ଲୋକମାନେ ବସାଇଥିଲେ, ସେହି ଲେଣ୍ଡମାଇନ୍ କୁ ଆମ ସରକାର ନିଷ୍କ୍ରିୟ କରି ଦେଇଛନ୍ତି । ଦେଶ ଆଜି ଏକ ନୂତନ ଆତ୍ମବିଶ୍ୱାସରେ ଭରି ରହିଛି । ଗୋଟିଏ ପଟରେ ଏହି ଏସୀୟ କ୍ରୀଡାରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଛି । ଆମର ଖେଳାଳୀ ମାନେ ତ, ଅନ୍ୟ ପଟରେ କାଲି ଦେଶର ଅର୍ଥବ୍ୟବସ୍ଥାର ପରିସଂଖ୍ୟାନକୁ ମଧ୍ୟ ଏକ ନୂତନ ପଦକ ମିଳିଛି । ଯେଉଁ ପରିସଂଖ୍ୟାନ ଆସିଛି, ତାହା ଦେଶର ସୁଦୃଢ଼ ହେଉଥିବା ଅର୍ଥବ୍ୟବସ୍ଥା ଆଉ ସେଥିରେ ଆସୁଥିବା ଆତ୍ମବିଶ୍ୱାସର ହେଉଛି ପ୍ରମାଣ । 8.2ପ୍ରତିଶତ ଦରରେ ହିଁ ବିକାଶ ହେଉଛି, ଭାରତର ଅର୍ଥବ୍ୟବସ୍ଥା ବୃଦ୍ଧି ପାଉଥିବା ଶକ୍ତିକୁ ଦର୍ଶାଉଛି । ଏକ ନୂତନ ଭାରତର ଉଜ୍ଜ୍ୱଳ ପ୍ରତିଛବି ସାମ୍ନାକୁ ଆଣୁଛି । ଏହି ପରିସଂଖ୍ୟାନ ନା କେବଳ ଭଲ ବରଂ ଯେଉଁ ସମସ୍ତ ବିଶେଷଜ୍ଞ ଲୋକ ଅଛନ୍ତି, ଅନୁମାନ ଲଗାଉଥିଲେ, ତା’ଠାରୁ ମଧ୍ୟ ହେଉଛି ଅଧିକ । ଯେତେବେଳେ ଦେଶ ସଠିକ ଦିଗରେ ଚାଲିଥାଏ ଆଉ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଥାଏ ତ ଏଭଳି ହିଁ ସକରାତ୍ମକ ପରିଣାମ ଦେଖିବାକୁ ମିଳିଥାଏ । ସାଥୀଗଣ, ଏହା ସମ୍ଭବ ହୋଇଛି ଶହେ ପଚିଶ କୋଟି ଦେଶବାସୀଙ୍କର ପରିଶ୍ରମରୁ, ନିଷ୍ଠା ଆଉ ପ୍ରତିବଦ୍ଧତା କାରଣରୁ । ଆମର ଯୁବକମାନେ, ଆମ ମହିଳାମାନେ, ଆମ କୃଷକ, ଆମ ଉଦ୍ୟୋଗୀ, ଆମ ଶ୍ରମିକ, ଏହା ଆମ ସମସ୍ତଙ୍କର ସେହି ସମସ୍ତଙ୍କର ପୁରୁଷାର୍ଥର ପରିଣାମ ହେଉଛି କି ଦେଶ ଆଜି ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।
ଆଜି ଭାରତ ନା କେବଳ ଦେଶର ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଅର୍ଥବ୍ୟବସ୍ଥା ହେଉଛି, ବରଂ ସବୁଠାରୁ ଦ୍ରୁତ ଗତିରେ ଗରିବ ଦୂର କରିବାବାଲା ଦେଶ ମଧ୍ୟ ହୋଇଛି । ଜିଡିପିର ପରିସଂଖ୍ୟାନ ସାକ୍ଷୀ ରହିଛି କି ନୂତନ ଭାରତ ନିଜ ସାମର୍ଥ୍ୟ ବଳରେ ଶହେ ପଚିଶ କୋଟି ଦେଶବାସୀଙ୍କ ସଂଘର୍ଷ ଏବଂ ସମର୍ପଣର ବଳରେ ଆଗକୁ ବଢ଼ୁଛି । ମୁଁ ଦେଶକୁ ପୁଣିଥରେ କହିବାକୁ ଚାହୁଁଛି କି ବ୍ୟାଙ୍କର ଯେତେ ଅର୍ଥ ନାମୀଦାମୀ ଲୋକମାନେ ଫସାଇଥିଲେ, ତାହାର ଗୋଟିଏ ଗୋଟିଏ ଟଙ୍କା ଫେରାଇ ଆଣି ହିଁ ନିଃଶ୍ୱାସ ନେବୁ । ତାହାଦ୍ୱାରା ଦେଶର ଗରିବରୁ ଗରିବ ବ୍ୟକ୍ତିକୁ ସଶକ୍ତ କରିବାର କାମ କରାଯିବ । ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ମଧ୍ୟ ଏଥିରେ ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ ଭୂମିକା ତୁଲାଇବ । ଆଇପିପିବି ଏବଂ ଡାକଘର ମାଧ୍ୟମରେ ବ୍ୟାଙ୍କିଙ୍ଗ, ବୀମା, ସାମାଜିକ ସୁରକ୍ଷାର ଯୋଜନା, ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଯୋଜନା, ପାସପୋର୍ଟ ସେବା, ଅନଲାଇନ୍ ସପିଂ ଭଳି ଅନେକ ସୁବିଧା ଗାଁ – ଗାଁ, ଘର – ଘର, ଆହୁରି ପ୍ରଭାବଶାଳୀ ଢ଼ଂଗରେ ପହଂଚିପାରିବ । ଅର୍ଥାତ ‘ସମସ୍ତଙ୍କର ସହିତ, ସମସ୍ତଙ୍କର ବିକାଶ’ ମାର୍ଗକୁ ଆମର ଡାକବାଲା, ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ, ସଶକ୍ତ କରିବା ପାଇଁ ଏବେ ଏକ ନୂଆ ରୂପରେ ଦେଶର ସାମ୍ନାରେ ପ୍ରସ୍ତୁତ ହେଉଛି । ମୁଁ ଖୁସି କି ଏହି ବିଶାଳ ମିଶନକୁ ଗାଁ – ଗାଁ, ଘର – ଘର ପର୍ଯ୍ୟନ୍ତ, କୃଷକମାନଙ୍କ ପର୍ଯ୍ୟନ୍ତ, ଛୋଟ ଛୋଟ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ପହଂଚାଇବା ପାଇଁ ଦେଶର ତିନି ଲକ୍ଷ ଡାକ ସେବକ ପ୍ରତିଶ୍ରୁତିବଦ୍ଧ ହୋଇ ପ୍ରସ୍ତୁତ ଅଛନ୍ତି । ଡାକସେବକ ଲୋକଙ୍କୁ ଡିଜିଟାଲ ନେଣଦେଣରେ ନା କେବଳ ସହଯୋଗ କରିବେ ବରଂ ସେମାନଙ୍କୁ ତାଲିମ ମଧ୍ୟ ଦେବେ । ଫଳରେ ଭବିଷ୍ୟତରେ ସେମାନେ ନିଜ ଫୋନରେ ନିଜେ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ କାରବାର କରି ପାରିବେ । ଏଭଳି ଭାବେ ଆମର ଡାକବାବୁ ନା କେବଳ ବ୍ୟାଙ୍କର ହେବେ ବରଂ ଦେଶର ଡିଜିଟାଲ ଶିକ୍ଷକ ମଧ୍ୟ ହେବାକୁ ଯାଉଛନ୍ତି । ଦେଶସେବା କରୁଥିବା ଏହି ଭୂମିକାକୁ ଦେଖି ବିଗତ ମାସରେ ସରକାର ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାର ଜୁଲାଇ ମାସରେ ହିଁ ଗ୍ରାମୀଣ ଡାକସେବକଙ୍କର ବେତନ ଏବଂ ଭତ୍ତା ସହିତ ଜଡ଼ିତ ପୁରୁଣା ଦାବୀ ପୂରଣ କରି ଦେଇଛନ୍ତି । ଏହାର ଲାଭ ଦେଶର ଅଢ଼େଇ ଲକ୍ଷରୁ ଅଧିକ ଗ୍ରାମୀଣ ଡାକସେବକଙ୍କୁ ମିଳିବା ସୁନିଶ୍ଚିତ ହୋଇଛି । ପ୍ରଥମେ ସେମାନଙ୍କୁ ଯେଉଁ ସମୟ ସମ୍ବନ୍ଧିତ ଭତ୍ତା ମିଳୁଥିଲା, ସେଥିରେ ଡଜନରୁ ଅଧିକ ସ୍ଲାବ ରହିଥିଲା । ଏବେ ଏହାକୁ ମଧ୍ୟ ହ୍ରାସ କରାଯାଇ କେବଳ ତିନୋଟି କରି ଦିଆଯାଇଛି । ଏହା ବ୍ୟତୀତ ସେମାନଙ୍କୁ ଯେଉଁ ଭତ୍ତା 2 ରୁ 4 ହଜାର ମଧ୍ୟରେ ମିଳୁଥିଲା, ତାକୁ ବଢ଼ାଇ 10 ହଜାରରୁ 14 ହଜାର ଟଙ୍କା କରି ଦିଆଯାଇଛି । ସେମାନେ ଯେଉଁ କଠିନ ପରିସ୍ଥିତିରେ କାମ କରୁଛନ୍ତି, ତାକୁ ଦେଖି ଏକ ନୂତନ ଭତ୍ତାର ମଧ୍ୟ ଶୁଭାରମ୍ଭ କରାଯାଇଛି । ଯେଉଁ ମହିଳା ଗ୍ରାମ ଡାକସେବକ ଅଛନ୍ତି, ସେମାନଙ୍କୁ ସଂପୂର୍ଣ୍ଣ ବେତନ ସହିତ 180 ଦିନ ଅର୍ଥାତ 6 ମାସର ମାତୃତ୍ୱ ଅବକାଶର ମଧ୍ୟ ବ୍ୟବସ୍ଥା କରାଯାଇଛି । ସରକାରଙ୍କ ପ୍ରୟାସ କାରଣରୁ ଗ୍ରାମୀଣ ଡାକସେବକଙ୍କର ବେତନରେ ହାରାହାରୀ 50 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ମୋତେ ଅବଗତ କରାଯାଇଛି କି ଡାକସେବକଙ୍କ ଖାଲି ପଦ ପୂରଣ ପାଇଁ ଅନ-ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ନିଷ୍ପତ୍ତି ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ଆମର ସବୁଠାରୁ ମଜବୁତ ପ୍ରତିନିଧିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ପ୍ରମାଣିତ ହେବ ।
ସାଥୀଗଣ, ଆଜି ଦେଶର ତିନି ହଜାରରୁ ଅଧିକ ସ୍ଥାନରେ ଏହି ସେବା ଆରମ୍ଭ ହେଉଛି ଆଉ ଯେଭଳି ଆମର ମନେଜ ସିହ୍ନା ମହାଶୟ କହୁଥିଲେ କି ଆଗାମୀ କିଛି ମାସରେ ହିଁ ଦେଢ଼ ଲକ୍ଷରୁ ଅଧିକ ଡାକଘର ଏହି ସୁବିଧା ସହିତ ଯୋଡ଼ି ହୋଇଯିବେ । ନିଉ ଇଣ୍ଡିଆର ଏହି ନୂତନ ବ୍ୟବସ୍ଥାକୁ ଦେଶର ସୁଦୃଢ଼ ଟେଲିକମ୍ ଭିତ୍ତିଭୂମିରୁ ମଧ୍ୟ ସହାୟତା ମିଳିବ । ଦେଶବାସୀଙ୍କୁ ଏହି ନୂତନ ବ୍ୟବସ୍ଥା ପାଇଁ ନୂତନ ବ୍ୟାଙ୍କ ପାଇଁ ନୂତନ ସୁବିଧା ପାଇଁ ବହୁତ ବହୁତ ଶୁଭେଚ୍ଛା ସହିତ ମୁଁ ପୁଣିଥରେ ଡାକସେବା କ୍ଷେତ୍ରରେ ଯୋଡ଼ି ହୋଇଥିବା ଆମର ସମସ୍ତ ସାଥୀମାନଙ୍କୁ ସମ୍ମାନ ଜଣାଇ, ସେମାନଙ୍କୁ ଆଦରର ସହିତ ମୁଁ ନିଜ କଥା ସମାପ୍ତ କରୁଛି । ଡାକବିଭାଗର ପ୍ରତ୍ୟେକ କର୍ମଚାରୀ ଏହି ବ୍ୟାଙ୍କ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ପୁଣି ବହୁତ – ବହୁତ ଶୁଭକାମନା ଜଣାଉଛି । ବହୁତ – ବହୁତ ଧନ୍ୟବାଦ ଜଣାଉଛି । ଆଉ ମନୋଜ ସିହ୍ନା ମହାଶୟଙ୍କୁ ବହୁତ – ବହୁତ ଶୁଭେଚ୍ଛା ଜଣାଉଛି, କାରଣ ତାଙ୍କର ଆଇଆଇଟିର ପୃଷ୍ଠଭୂମୀ ଏହି କାମରେ ମୋତେ ବହୁତ – ବହୁତ ସାହାଯ୍ୟ କରିଛି । ଟେକ୍ନୋଲଜି ଭରପୂର ସହାୟତା କରିଛି । ଆଉ ଏଥିପାଇଁ ମନ୍ତ୍ରୀ ମହାଶୟଙ୍କ ନେତୃତ୍ୱକୁ ବହୁତ – ବହୁତ ଶୁଭେଚ୍ଛା ଜଣାଉଛି ।
ଧନ୍ୟବାଦ ।
**********
The launch of the #IndiaPostPaymentsBank is a watershed moment in the history of our banking sector. Using latest technology, this Bank will ensure even greater financial inclusion. pic.twitter.com/KfM0KnNtPH
— Narendra Modi (@narendramodi) September 1, 2018
Glimpses from the programme marking the launch of the #IndiaPostPaymentsBank. pic.twitter.com/T8B36Y7Efp
— Narendra Modi (@narendramodi) September 1, 2018
Earlier, our postmen only brought letters. Now, with the launch of the #IndiaPostPaymentsBank, they will also help in ensuring banking services for citizens. pic.twitter.com/3IakpqInSl
— Narendra Modi (@narendramodi) September 1, 2018
Yesterday’s GDP numbers indicate the good health of the Indian economy. India remains a bright spot among global economies and we remain committed to continuing the growth and reform trajectories in the times to come. pic.twitter.com/pL6Uhwo9wI
— Narendra Modi (@narendramodi) September 1, 2018
Ours is a Government for the wellbeing of every Indian.
— Narendra Modi (@narendramodi) September 1, 2018
UPA’s ‘telephone banking’ led to a massive NPA problem, which we are solving.
Earlier, proximity to one family got few people loans. Today, the poor are getting bank accounts and access to credit. https://t.co/GqB0G6w0Bm
India Post Payments Bank offers several facilities and benefits common citizens. Here is my speech to mark its laun… https://t.co/HUYuzVSpKy
— Narendra Modi (@narendramodi) September 1, 2018
इंडिया पोस्ट पेमेंट बैंक के माध्यम से देश के हर गरीब तक,
— PMO India (@PMOIndia) September 1, 2018
देश के कोने-कोने तक,
दूर-दराज़ के पहाड़ों पर बसे लोगों तक,
घने जंगलों के बीच रह रहे आदिवासियों तक,
एक-एक भारतीय के दरवाज़े पर बैंक और बैंकिंग सुविधा का मार्ग खुल रहा है: PM
इंडिया पोस्ट पेमेंट बैंक देश के अर्थतंत्र में, सामाजिक व्यवस्था में, एक बड़ा परिवर्तन करने जा रहा है।
— PMO India (@PMOIndia) September 1, 2018
हमारी सरकार ने पहले जनधन के माध्यम से करोड़ों गरीब परिवारों को पहली बार बैंक पहुंचाया और आज से बैंक को ही गांव और गरीब के दरवाज़े पर पहुंचाने का काम शुरु हो गया है: PM
आज भी मुझे सैकड़ों की संख्या में चिट्ठियां मिलती हैं।
— PMO India (@PMOIndia) September 1, 2018
मन की बात के लिए ही हर महीने हजारों पत्र आते हैं।
ये पत्र लोगों के साथ मेरा सीधा संवाद स्थापित करते हैं। जब वो चिट्ठियां पढ़ता हूं तो लगता है कि लिखने वाला सामने ही है, अपनी बात सीधे मुझसे कह रहा है: PM
हमारी सरकार पुरानी व्यवस्थाओं को Reform करके, उन्हें Transform करने का काम कर रही है
— PMO India (@PMOIndia) September 1, 2018
लेटर की जगह अब भले ई-मेल ने ले ली हो, लेकिन लक्ष्य एक ही है
जिस टेक्नोलॉजी ने पोस्ट ऑफिस को चुनौती दी, उसी टेक्नोलॉजी को आधार बनाकर हम इस चुनौती को अवसर में बदलने की तरफ आगे बढ़ रहे हैं: PM
भारतीय डाक विभाग के पास डेढ़ लाख डाकघर हैं। 3 लाख से अधिक पोस्टमैन देश के जन-जन से जुड़े हैं
— PMO India (@PMOIndia) September 1, 2018
इतने व्यापक नेटवर्क को टेक्नॉलॉजी से जोड़कर 21वीं सदी में सेवा का सबसे शक्तिशाली सिस्टम बनाने का बीड़ा हमने उठाया है
अब डाकिए के हाथ में स्मार्ट फोन है और बैग में एक डिजिटल डिवाइस: PM
IPPB किसानों के लिए भी एक बड़ी सुविधा सिद्ध होगा।
— PMO India (@PMOIndia) September 1, 2018
प्रधानमंत्री फसल बीमा जैसी योजनाओं को इससे विशेष बल मिलेगा। पोस्ट पेमेंट बैंक के बाद अब योजनाओं की क्लेम राशि भी घर बैठे ही मिला करेगी।
सुकन्या समृद्धि योजना के तहत बेटियों के नाम पर पैसा बचाने की मुहिम को भी गति देंगे: PM
हमारी सरकार देश के बैंकों को गरीब के दरवाजे पर लेकर आ गई है।
— PMO India (@PMOIndia) September 1, 2018
वरना चार-पाँच साल पहले तक तो ऐसी स्थिति बना दी गई थी कि बैंकों का अधिकांश पैसा सिर्फ उन्हीं अमीर लोगों के लिए रिजर्व रख दिया गया था, जो एक परिवार विशेष के करीबी थे: PM
आजादी के बाद से लेकर साल 2008 तक, देश के बैंकों ने 18 लाख करोड़ रुपए की राशि ही लोन के तौर पर दी थी।
— PMO India (@PMOIndia) September 1, 2018
लेकिन 2008 के बाद के 6 वर्षों में ये राशि बढ़कर 52 लाख करोड़ रुपए हो गई।
यानि जितना लोन बैंकों ने आजादी के बाद दिया था, उसका दोगुना लोन पिछली सरकार के 6 साल में बांट दिया: PM
हमारे देश में Phone Banking का प्रसार उस समय उतना नहीं हुआ था, लेकिन नामदारों ने Phone पर Banking और फोन पर कर्ज दिलवाने शुरू कर दिए थे।
— PMO India (@PMOIndia) September 1, 2018
जिस भी बड़े उद्योगपति को लोन चाहिए होता था, वो नामदारों से बैंक को फोन करवा देता था: PM
बैंक वाले, फिर उस व्यक्ति या उसकी कंपनी को झट से करोड़ों रुपए का कर्ज दे देते थे।
— PMO India (@PMOIndia) September 1, 2018
सारे नियम, सारे कायदे-कानून से बड़ा, उस नामदार परिवार से आने वाला फोन बन गया था।
कांग्रेस और उसके नामदारों की Phone Banking ने देश को बहुत नुकसान पहुंचाया: PM
बैंकों ने ये जानते हुए कि उनके द्वारा दिए गए लोन की वापसी मुश्किल होगी, परिवार के ऑर्डर के बाद विशेष लोगों को लोन दिया।
— PMO India (@PMOIndia) September 1, 2018
इतना ही नहीं, जब ऐसे लोग, डीफॉल्ट करने लगे, तो बैंकों पर दबाव बनाकर, उन्हें नए लोन दिलाए गए। ये गोरखधंधा लोन की रीस्ट्रक्चरिंग के नाम पर हुआ: PM
जो लोग इस गोरखधंधे में लगे थे, उन्हें भी अच्छी तरह पता था कि एक ना एक दिन उनकी पोल जरूर खुलेगी।
— PMO India (@PMOIndia) September 1, 2018
इसलिए उसी समय से हेराफेरी की एक और साजिश साथ-साथ रची गई।
बैंकों का दिया कितना कर्ज वापस नहीं आ पा रहा, इसके सही आंकड़े देश से छिपाए जाने लगे: PM
2014 में जब हमारी सरकार बनी तो सारी सच्चाई सामने आने लगी।
— PMO India (@PMOIndia) September 1, 2018
तब बैंकों से कड़ाई से कहा गया कि सही-सही आकलन करें कि उनकी कितनी राशि इस तरह का लोन देने की वजह से फंस गई है: PM
सरकार बनने के कुछ समय बाद ही हमें ऐहसास हो गया था कि कांग्रेस देश की अर्थव्यवस्था को एक लैंडमाइन पर बिठाकर गया है।
— PMO India (@PMOIndia) September 1, 2018
उसी समय देश और दुनिया के सामने इसकी सच्चाई रख दी जाती, तो ऐसा विस्फोट होता कि अर्थव्यवस्था संभल नहीं पाती। बहुत ऐहतियात के साथ इस संकट से देश को बाहर निकाला गया: PM
हमारी ही सरकार NPA की सच्चाई, पिछली सरकार के इस घोटाले को देश के सामने लेकर आई।
— PMO India (@PMOIndia) September 1, 2018
हमने केवल बीमारी का पता ही नहीं लगाया, बल्कि उसके कारण भी तलाशे और उस बीमारी को दुरुस्त करने के लिए कई महत्वपूर्ण कदम भी उठाए हैं: PM
पिछले 4 साल में, 50 करोड़ से बड़े सभी loans की समीक्षा की गई है,
— PMO India (@PMOIndia) September 1, 2018
लोन की शर्तों का कड़ाई से पालन हो, ये सुनिश्चित किया जा रहा है।,
हमने कानून बदले, बैंकों के मर्जर का निर्णय लिया,
बैंकिंग सेक्टर में Professional approach को बढ़ावा दिया: PM
12 बड़े defaulters, जिनको 2014 के पहले लोन दिया था, जिसके NPA की राशि करीब पौने 2 लाख करोड़ रुपये हैं, उनके खिलाफ कार्रवाई शुरू हो गई और उसके नतीजे आज दिख भी रहे हैं
— PMO India (@PMOIndia) September 1, 2018
इसी प्रकार 27 और बड़े लोन खाते हैं, जिनमें 1 लाख करोड़ का एनपीए है। इसकी वापसी का भी इंतजाम किया जा रहा है।
जिनको लग रहा था कि नामदार परिवार की सहभागिता और मेहरबानी से उनको मिले लाखों-करोड़ रुपए हमेशा-हमेशा के लिए उनके पास रहेंगे, हमेशा Incoming ही रहेगी, अब उनके खाते से Outgoing भी शुरू हुई है: PM
— PMO India (@PMOIndia) September 1, 2018
एक तरफ कल एशियन गेम्स में भारत ने अपनी Best ever Performance दिखाई है, तो दूसरी तरफ कल देश को अर्थव्यवस्था के आंकड़ों से भी मेडल मिला है।
— PMO India (@PMOIndia) September 1, 2018
8.2% की दर से हो रहा विकास, भारत की अर्थव्यवस्था की बढ़ती हुई ताकत को दिखाता है। ये एक नए भारत की उज्ज्वल तस्वीर को सामने लाता है: PM
जब देश सही दिशा में चलता है और नीयत ठीक होती है तो ऐसे ही सकारात्मक परिणाम देखने को मिलते हैं।
— PMO India (@PMOIndia) September 1, 2018
ये मुमकिन हुआ है 125 करोड़ देशवासियों की मेहनत और लगन के कारण।
हमारे युवाओं, हमारी महिला शक्ति, हमारे किसानों, हमारे उद्यमियों, हमारे मजदूरों - ये सबकी मेहनत का नतीजा है: PM