Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାନ୍ତ୍ସ ଅଫ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକାର ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାନ୍ତ୍ସ ମଧ୍ୟରେ ଆପୋସ ମାନ୍ୟତା ଚୁକ୍ତିକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ  ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାନ୍ତ୍ସ ଅଫ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକାର ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାନ୍ତ୍ସ ମଧ୍ୟରେ ଆପୋସ ମାନ୍ୟତା ଚୁକ୍ତିକୁ ମଞ୍ଜୁରି ଦେଇଛନ୍ତି ।

ବିବରଣୀ : ଆକାଉଣ୍ଟିଙ୍ଗ ଜ୍ଞାନର ଉନ୍ନୟନ, ପେସାଦାର ଏବଂ ବୌଦ୍ଧିକ ବିକାଶ, ସେମାନଙ୍କ ସଂଖ୍ୟାରେ ବୃଦ୍ଧି ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକାରେ ଆକାଉଣ୍ଟିଙ୍ଗ ପେସାର ବିକାଶରେ ସକାରାତ୍ମକ ଯୋଗଦାନ ଲାଗି ଆପୋସ ସହଯୋଗ ଢାଂଚାର ପ୍ରତିଷ୍ଠା ଲାଗି ଆଇସିଏଆଇ ଏବଂ ଏସଏଆଇସିଏ ମଧ୍ୟରେ ଆପୋସ ମାନ୍ୟତା ଚୁକ୍ତି (ଏମଆରଏ)ର ସନ୍ଦର୍ଭରେ କ୍ୟାବିନେଟ ଏହି ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ଚୁକ୍ତି ଦ୍ୱାରା –

  1. ବର୍ତ୍ତମାନର ଆଇସିଏଆଇ ଯୋଗ୍ୟତା ସହିତ ସ୍ଥାନୀୟ ଆକାଉଣ୍ଟିଙ୍ଗ ଯୋଗ୍ୟତାରେ ଭାରତୀୟ ଆକାଉଣ୍ଟିଙ୍ଗ ପେସାଦାରମାନଙ୍କୁ ମାନ୍ୟତା ଯୋଗାଇ ଦେବ, ଯାହାଦ୍ୱାରା ଦକ୍ଷିଣ ଆଫ୍ରିକା ବଜାରରେ ସେମାନଙ୍କ ପାଇଁ ପେସାଗତ ସୁଯୋଗ ବୃଦ୍ଧି ପାଇବ ।
  2. ଏହି ଦୁଇଟି ଆକାଉଣ୍ଟିଙ୍ଗ ସଂସ୍ଥାନ ମଧ୍ୟରେ କାମକାର୍ଯ୍ୟ ସମ୍ପର୍କ ସୁଦୃଢ଼ କରିବ ।
  3. ଦୁଇ ଦେଶ ମଧ୍ୟରେ ଆକାଉଣ୍ଟିଙ୍ଗ ପେସାଦାରଙ୍କ ସ୍ଥାନାନ୍ତରଣକକୁ ତ୍ୱରାନ୍ୱିତ କରିବ, ଯଦ୍ୱାରା ଦୁଇ ଦେଶ ମଧ୍ୟରେ ଲଘୁ ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଏକ ନୂଆ ଦିଗ ମଳିପାରିବ ।

ଲାଭ : – ରଣନୈତିକ ଦୃଷ୍ଟିରୁ ଏସଏଆଇସିଏ ସହିତ ନିବିଡ଼ ସମ୍ପର୍କକୁ ବଜାୟ ରଖିବା ଆଇସିଏଆଇ ଲାଗି ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ, କାରଣ ଏହାଦ୍ୱାରା ସଂସ୍ଥାନଗୁଡ଼ିକୁ ଆଫ୍ରିକୀୟ କ୍ଷେତ୍ରରେ ଆଇସିଏଆଇ ବ୍ରାଣ୍ଡକୁ ସୁଦୃଢ଼ କରିବା ଏବଂ ସଦସ୍ୟମାନଙ୍କ ସଂଖ୍ୟା ବୃଦ୍ଧି କରିବାରେ ସହାୟତା ମିଳିପାରିବ । ଗତ କିଛି ବର୍ଷ ମଧ୍ୟରେ ବିକଶିତ ହୋଇଥିବା ସମ୍ପର୍କର ପ୍ରକୃତି ରଣନୈତିକ ଏବଂ ଆପୋସ ସ୍ୱାର୍ଥ ହାସଲକାରୀ । ଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ଲାଗି ଏମଆରଏ ସେହି କ୍ଷେତ୍ରରେ ଉତ୍ତମ ନିଯୁକ୍ତି ସମ୍ଭାବନା ଯୋଗାଇ ଦେବ । ଏଥିସହିତ ଭାରତରୁ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ଯାତାୟାତ ମଧ୍ୟ ବୃଦ୍ଧି ପାଇବ ।

 

**********