ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଇନଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଏକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ICAI) ଏବଂ ବାହାରିନ ଇନଷ୍ଟିଟ୍ୟୁଟ ଅଫ ବ୍ୟାଙ୍କିଙ୍ଗ ଏଣ୍ଡ ଫାଇନାନ୍ସ (BIBF), ବାହାରିନ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ମଞ୍ଜୁରି ଦେଇଛନ୍ତି । ଏହାଦ୍ୱାରା ବାହାରିନରେ ଅଡିଟ, ଆର୍ଥିକ ଏବଂ ଅଡିଟ ପରୀକ୍ଷଣ ଜ୍ଞାନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସହାୟତା ମିଳିପାରିବ ।
ପ୍ରମୁଖ ବିଶେଷତ୍ୱ :
1. ଆଇସିଏଆଇ ଅଡିଟ ଏବଂ ଅର୍ଥ ସହ ସମ୍ବନ୍ଧୀୟ ବିଆଇବିଏଫର ଅଡିଟ ଏବଂ ଅର୍ଥ ପାଠ୍ୟକ୍ରମର ସମୀକ୍ଷା କରି ବିଆଇବିଏଫକୁ ବୈଷୟିକ ସହାୟତା ଉପଲବ୍ଧ କରାଇବ ।
2. ଆଇସିଏଆଇ ନିଜ ସିଏ ପାଠ୍ୟକ୍ରମକୁ ଲାଗୁ କରିବାର ସୁପାରିସ କରିବ ଯାହାଦ୍ୱାରା ବିଆଇବିଏଫର ଛାତ୍ରଛାତ୍ରୀଙ୍କୁ ଆଇସିଏଆଇର ସଦସ୍ୟତା ପ୍ରାପ୍ତ କରିବାର ଉଦ୍ଦେଶ୍ୟରେ ଆଇସିଏଆଇ ପରୀକ୍ଷାରେ ବସିବାରେ ସହାୟତା ମିଳିପାରିବ ।
3. ଆଇସିଏଆଇ ଯୋଗ୍ୟତା ପ୍ରାପ୍ତ ବିଆଇବିଏଫ ଛାତ୍ରଛାତ୍ରୀଙ୍କ ପାଇଁ ଆଇସିଏଆଇର ପେସାଦାର ପରୀକ୍ଷା ଆୟୋଜନ କରିବା ଲାଗି ବୈଷୟିକ ସହାୟତା ଉପଲବ୍ଧ କରାଇବ ।
ଏହି ବୁଝାମଣାପତ୍ର ଆଇସିଏଆଇର ସଦସ୍ୟମାନଙ୍କ ପେସାଦାର ପରିଧି ବଢ଼ାଇବା ଲାଗି ସୁଯୋଗ ପ୍ରଦାନ କରିବ ଏବଂ ଏଥିସହିତ ଆଇସିଏଆଇ ସ୍ଥାନୀୟ ଜାତୀୟ ପ୍ରତିଷ୍ଠାନ ହୋଇଯିବ ।
ଏହାର ଉଦ୍ଦେଶ୍ୟ ମିଳିତ ଭାବେ କାର୍ଯ୍ୟ କରିବା ଯଦ୍ଵାରା ସଦସ୍ୟ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ସଂଗଠନର ସ୍ୱାର୍ଥରେ ପାରସ୍ପରିକ ଭାବେ ଲାଭକାରୀ ସମ୍ପର୍କ ବିକଶିତ କରାଯାଇପାରିବ ।
ଲାଭାର୍ଥୀ :
ବାହାରିନରେ କୌଣସି ସ୍ଥାନୀୟ ଅଡିଟ ପ୍ରତିଷ୍ଠାନ ନାହିଁ । ସେଥିପାଇଁ ଆଇସିଏଆଇ ବିଆଇବିଏଫ ସହିତ ସହଯୋଗ କରୁଛି । ଏହାଦ୍ୱାରା ବାହାରିନ ବଜାରରେ କାର୍ଯ୍ୟ କରୁଥିବା ଭାରତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ । ଏଥିସହିତ ସେମାନଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବ ଯେଉଁମାନେ ବାହାରିନରୁ ସହଜରେ ଆସିବାକୁ ଚାହୁଁଛନ୍ତି । ଆଇସିଏଆଇର ପ୍ରତିଷ୍ଠା ଏବଂ ଯୋଗ୍ୟତା ପ୍ରତି ବାହାରିନର ବିଶ୍ୱାସ ରହିଛି । ବାହାରିନ ନିଜ ନାଗରିକମାନଙ୍କୁ ଏକାଉଂଟ୍ସ ଏବଂ ଅଡିଟ କ୍ଷେତ୍ରରେ ପ୍ରୋତ୍ସାହନ ଦେବା ଲାଗି ଇଚ୍ଛୁକ ଅଟେ । ଏହାଦ୍ୱାରା ସମର୍ଥ ଅଡିଟ ପେସାଦାରମାନଙ୍କ ଆଧାର ସୃଷ୍ଟି ହେବ ଯାହାଦ୍ୱାରା ଅଡିଟ କ୍ଷେତ୍ରରେ ଦକ୍ଷତା ବିକାଶର ମାର୍ଗ ପ୍ରଶସ୍ତ ହେବ ।