Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇନଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଏକାଉଂଟାଂଟ୍ସ ଅଫ ଇଣ୍ଡିଆ, କେନିଆର ଇନଷ୍ଟିଟ୍ୟୁଟ ଅଫ ସାର୍ଟିଫାଏଡ ପବ୍ଲିକ ଏକାଉଂଟାଂଟ୍ସ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇନଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଏକାଉଂଟାଂଟ୍ସ ଅଫ ଇଣ୍ଡିଆ (ଆଇସିଏଆଇ) ଏବଂ କେନିଆର ଇନଷ୍ଟିଟ୍ୟୁଟ ଅଫ ସାର୍ଟିଫାଏଡ ପବ୍ଲିକ ଏକାଉଂଟାଂଟ୍ସ (ଆଇସିପିଏକେ)ମଧ୍ୟରେ ବୁଝାମଣାପତ୍ରକୁ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ମିଳିତ ଗବେଷଣା, ଗୁଣବତ୍ତା ସମର୍ଥନ, କ୍ଷମତା ସୃଷ୍ଟି, ତାଲିମପ୍ରାପ୍ତ ଏକାଉଂଟାଂଟ ଆଦାନପ୍ରଦାନ କାର୍ଯ୍ୟକ୍ରମ ମାଧ୍ୟମରେ ଜ୍ଞାନର ଆଦାନପ୍ରଦାନ କ୍ଷେତ୍ରରେ ପାରସ୍ପରିକ ସହଯୋଗରେ ସହାୟତା ମିଳିପାରିବ । ଏଥିସହିତ ନିରନ୍ତର ପେସାଦାର ବିକାଶ (ସିପିଡି) ପାଠ୍ୟକ୍ରମ, କର୍ମଶାଳା ଏବଂ ସମ୍ମିଳନୀର ଆୟୋଜନରେ ସହାୟତା ମିଳିପାରିବ ।

ବିବରଣୀ :

ଆଇସିଏଆଇ ଏବଂ ଆଇସିପିକେ ଉଭୟ ସଂସ୍ଥାନର କର୍ମୀମାନଙ୍କୁ କାର୍ଯ୍ୟକ୍ରମ ଅନୁଯାୟୀ ସହମତି କ୍ଷେତ୍ରରେ ଔପଚାରିକ କାର୍ଯ୍ୟ ପ୍ଲେସମେଂଟ ଜରିଆରେ ସୁଯୋଗ ପ୍ରଦାନ କରିବ ।

ସଚେତନତା ବଢ଼ାଇବା ଏବଂ ଆଇସିଏଆଇ/ଆଇସିପିକେର ରଣନୈତିକ ଭାଗିଦାରୀର ଗତିବିଧିକୁ ମିଳିତ ଭାବେ ପ୍ରୋତ୍ସାହନ ଦିଆଯିବ ।

ଆଇସିଏଆଇ/ଆଇସିପିକେ ମାନକ ପଦକ୍ଷେପ ଏବଂ ତାଲିମପ୍ରାପ୍ତ ଏକାଉଂଟାଂଟଙ୍କ ବିନିମୟ କାର୍ଯ୍ୟ ଉପରେ ସହଯୋଗ କରିବେ ।

ପ୍ରମୁଖ ପ୍ରଭାବ :

କେନିଆ ଭାରତର ଷଷ୍ଠ ସବୁଠୁ ବଡ଼ ବ୍ୟବସାୟିକ ସହଯୋଗୀ ଏବଂ କେନିଆର ସବୁଠୁ ବଡ଼ ରପ୍ତାନିକାରୀ ଅଟେ । ଆଫ୍ରିକୀୟ ପ୍ରାନ୍ତୀୟା ପ୍ରଦେଶ ଉପରେ ଏକ ରିପୋର୍ଟ ଅନୁଯାୟୀ କେନିଆର ଅର୍ଥବ୍ୟବସ୍ଥା ମୋଟ ଘରୋଇ ଉତ୍ପାଦର ଦୃଷ୍ଟିରୁ 2017 ରେ ଆଫ୍ରିକାର ଶୀର୍ଷ ପ୍ରଦର୍ଶନକାରୀ ଅର୍ଥବ୍ୟବସ୍ଥା ରହିଥିଲା । କେନିଆର ଆର୍ଥିକ ଆଧାର ବ୍ୟାପକ ଅଟେ ଏବଂ ଏହି ଦେଶ ନିଜ ମାଟିରେ ଉତ୍ପାଦିତ ସାମଗ୍ରୀଗୁଡ଼ିକର ଭାରତୀୟ ବଜାରରେ ପ୍ରସାର ବଢ଼ାଇବାକୁ ଚାହୁଁଛି । ଅନ୍ୟପଟେ ଭାରତ କେନିଆର ଶୀର୍ଷ ବିଦେଶୀ ବ୍ୟବସାୟିକ ସହଯୋଗୀ ହେବା ଲାଗି ଇଚ୍ଛୁକ ଅଟେ ।

ଆଫ୍ରିକା ମହାଦେଶରେ କେନିଆର ଅର୍ଥବ୍ୟବସ୍ଥା ଶୀର୍ଷ ଅର୍ଥବ୍ୟବସ୍ଥା ହୋଇଥିବା କାରଣରୁ ଏବଂ ଉଭୟ ଦେଶର ନିବେଶ ଏବଂ ବିଶ୍ୱାସକୁ ଦେଖି ଭାରତର ଚାର୍ଟାର୍ଡ ଏକାଉଂଟାଂଟ୍ସ କେନିଆର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ଏବଂ କେନିଆରେ ଭାରତୀୟ ଚାର୍ଟାର୍ଡ ଏକାଉଂଟାଂଟ୍ସମାନଙ୍କ ପାଇଁ ବ୍ୟାପକ ସମ୍ଭାବନା ରହିଛି ।