ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇନଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆ (ଆଇସିଏଆଇ) ଏବଂ ସାର୍ଟିଫାଏଡ ପ୍ରଫେସନାଲ ଏକାଉଣ୍ଟାଣ୍ଟ୍ସ ଆଫଗାନିସ୍ତାନ (ସିପିଏ ଆଫଗାନିସ୍ତାନ) ମଧ୍ୟରେ ବୁଝାମଣା(ଏମଓୟୁ) ସ୍ୱାକ୍ଷରକୁ ମଞ୍ଜୁରି ଦେଇଛନ୍ତି । ଏହାଦ୍ୱାରା “ଆଫଗାନିସ୍ତାନ ଏକାଉଣ୍ଟାନ୍ସି ବୋର୍ଡ (ଏଏବି)‘ର କ୍ଷମତା ନିର୍ମାଣ, ଆଇଟି କ୍ଷମତାକୁ ସୁଦୃଢ଼ କରିବା ଏବଂ ଜ୍ଞାନର ହସ୍ତାନ୍ତରଣକୁ ତ୍ୱରାନ୍ୱିତ କରି ଆଫଗାନିସ୍ତାନରେ ଗୁଣବତ୍ତା ସୁନିଶ୍ଚିତ କରିବା, ଛାତ୍ରଛାତ୍ରୀ ଏବଂ ସଦସ୍ୟମାନଙ୍କ ବିନିମୟ କାର୍ଯ୍ୟକ୍ରମ, ସେମିନାର, ସମ୍ମିଳନୀ ଏବଂ ଉଭୟ ପକ୍ଷର ଆପୋସ ଲାଭ ନିମନ୍ତେ ମିଳିତ ଗତିବିଧି କରିବା କ୍ଷେତ୍ରରେ ଆପୋସ ସହଯୋଗ ପ୍ରତିଷ୍ଠା ହୋଇପାରିବ ।
ଲକ୍ଷ୍ୟ :
1. ନିଜ ସମ୍ବନ୍ଧିତ ଅଧିକାର କ୍ଷେତ୍ରରୁ ଛାତ୍ରଛାତ୍ରୀ ଏବଂ ସଦସ୍ୟମାନଙ୍କ ଆଦାନ-ପ୍ରଦାନ କାର୍ଯ୍ୟକ୍ରମ ଯାହାଦ୍ୱାରା ଏମାନଙ୍କୁ ଅଧ୍ୟୟନ ଗସ୍ତ ରୂପରେ ଅଥବା ଉଭୟ ସଂସ୍ଥାନଗୁଡ଼ିକ ଦ୍ୱାରା ଆପୋସ ଭାବେ ନିର୍ଦ୍ଧାରିତ ଏକାଉଣ୍ଟାନ୍ସି ସହ ଜଡ଼ିତ ପେସାଦାରଙ୍କ କ୍ଷେତ୍ରରେ ଉଦୀୟମାନ ବିକାଶ ବିଷୟରେ ସୂଚନା ମିଳିପାରିବ;
2. ଭାରତରେ ଏକାଉଣ୍ଟାନ୍ସିର ବିକାଶ ବିଷୟରେ ନୂତନ ସୂଚନା ପ୍ରଦାନ କରିବା ଏବଂ ପେସା ସହ ଜଡ଼ିତ ଉନ୍ନତ ଅନ୍ତର୍ଜାତୀୟ କାର୍ଯ୍ୟପଦ୍ଧତିକୁ ପ୍ରୋତ୍ସାହନ ଦେବ
3. ଜ୍ଞାନର ହସ୍ତାନ୍ତରକୁ ସରଳ କରି ଆଫଗାନିସ୍ତାନରେ ଗୁଣବତ୍ତା ସୁନିଶ୍ଚିତ କରିବାକୁ ସୁଦୃଢ଼ କରିବା ଯାହାଦ୍ୱାରା ଆବଶ୍ୟକ ଗୁଣବତ୍ତା ନିୟନ୍ତ୍ରଣର ବ୍ୟବସ୍ଥାକୁ ଲାଗୁ କରିବା ଏବଂ ଆଫଗାନିସ୍ତାନରେ ସମୟ ବ୍ୟବଧାନରେ ସମୀକ୍ଷା କରିବାର କାର୍ଯ୍ୟରେ ସହାୟତା ମିଳିପାରିବ ।
ପ୍ରମୁଖ ପ୍ରଭାବ :
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସୁଦୃଢ଼ ସହଭାଗୀ ରହିଛି ଯାହା ଐତିହାସିକ ଏବଂ ସଂସ୍କୃତିକ ସମ୍ପର୍କ ଉପରେ ଆଧାରିତ ଅଟେ । ଗତ କିଛି ସମୟ ଧରି ଉଭୟ ଦେଶ ମଧ୍ୟରେ ଭାଗୀଦାରୀ ନୂତନ ଉଚ୍ଚତା ପର୍ଯ୍ୟନ୍ତ ପହଁଚି ପାରିଛି ଯେତେବେଳ ଆଫଗାନିସ୍ତାନର ଉଦୀୟମାନ ଗଣତନ୍ତ୍ର ଏବଂ ଅର୍ଥବ୍ୟବସ୍ଥାରେ ନିବେଶକୁ ଉନ୍ମୁକ୍ତ କରି; କାବୁଲର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରି ଏବଂ କ୍ଷେତ୍ରୀୟ ସମ୍ପର୍କ ତଥା ଏକଜୁଟ ହୋଇ ଭାରତର ଆଫଗାନିସ୍ତାନ ନୀତି ଅଧିକ ବିଶ୍ୱସ୍ତ ଏବଂ ବହୁପକ୍ଷୀୟ ଦୃଷ୍ଟିକୋଣରେ ପହଁଚିପାରିଛି ।
ଆଫଗାନିସ୍ତାନ ଭାରତ ଏବଂ ଆଇସିଏଆଇକୁ ପରିଚୟ ଦେବାରେ ସହାୟତା କରିବ ଯାହାଦ୍ୱାରା ଭାରତୀୟ ସିଏମାନଙ୍କ ପାଇଁ ପରୋକ୍ଷ ନିଯୁକ୍ତି ସୃଷ୍ଟିର ବ୍ୟବସ୍ଥା କରାଯିବା ସହିତ ଆଫଗାନିସ୍ତର ନିଯୁକ୍ତିଦାତାମାନଙ୍କ ମଧ୍ୟରେ ପରିଚୟ ସୃଷ୍ଟି କରିବା ଏବଂ ସେମାନଙ୍କ ସ୍ୱୀକାର୍ଯ୍ୟତାରେ ସହାୟତା କରାଯାଇପାରିବ । ଗତ କିଛି ବର୍ଷ ହେବ ଉଭୟ ଦେଶ ମଧ୍ୟରେ ବିକଶିତ ସମ୍ପର୍କ ରଣନୈତିକ ଏବଂ ଆପୋସ ଲାଭ ପାଇଁ ଉଦ୍ଦିଷ୍ଟ ବୋଲି ବୁଝାଯାଉଛି ।
**********