Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇନସାଟ-3DRର ସଫଳ ପ୍ରକ୍ଷେପଣ ପାଇଁ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅତ୍ୟାଧୁନିକ ପାଣିପାଗ ଉପଗ୍ରହ ଇନସାଟ-3DRର ସଫଳ ଉତକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । GSLV-F05 ରକେଟ ମାଧ୍ୟମରେ ଏହି ଉପଗ୍ରହକୁ ପ୍ରକ୍ଷେପଣ କରାଯାଇଛି । GSLVର ଏହା ଦଶମ ପ୍ରକ୍ଷେପଣ ।

“ଆମ ମହାକାଶ କାର୍ଯ୍ୟକ୍ରମର ଦୃଷ୍ଟାନ୍ତମୂଳକ ସଫଳତା ଆମକୁ ସବୁବେଳେ ଗୌରବାନ୍ଵିତ କରିଛି । ଇନସାଟ-3DRର ସଫଳ ଉତକ୍ଷେପଣ ଆମମାନଙ୍କ ପାଇଁ ବିଶେଷ ଖୁସିର ମୂହୁର୍ତ୍ତ ।

ଅତ୍ୟାଧୁନିକ ଜ୍ଞାନ କୌଶଳ, ଉଲ୍ଲେଖନୀୟ ସଂକଳ୍ପ ଏବଂ ଅତୁଳନୀୟ କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରିଥିବା ଇସ୍ରୋର ମହାକାଶ ବିଜ୍ଞାନୀମାନଙ୍କୁ ପୁଣି ଥରେ ଅଭିନନ୍ଦନ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।