Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇନ୍ଦୋରରେ ଇମାମ ହୁସେନ(ଏସ୍ଏ)ଙ୍କ ବଳିଦାନ ସ୍ମୃତି ଉତ୍ସବ- ଆଶରା ମୁବାରକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ପରମପାବନ, ଡକ୍ଟର ସୟେଦିନା ମୁଫଦ୍ଦଲ ସୟିଫୁଦ୍ଦିନ ସାହେବ, ମଧ୍ୟପ୍ରଦେଶର ଜନପ୍ରିୟ ମୁଖ୍ୟମନ୍ତ୍ରୀ, ଶ୍ରୀମାନ ଶିବରାଜ ସିଂହ ଚୌହାନ ମହାଶୟ, ଏବଂ ଏଠାରେ ଉପସ୍ଥିତ ଦାଉଦି ବୋହରା ସଂପ୍ରଦାୟର ମୋର ସମସ୍ତ ଆତ୍ମୀୟସ୍ୱଜନ ।

ଆପଣମାନଙ୍କ ପାଖକୁ ଆସିବା ସବୁବେଳେ ମୋତେ ଏକ ପ୍ରେରଣାର ସୁଯୋଗ ସୃଷ୍ଟି କରି ଦେଇଥାଏ, ଏକ ନୂତନ ଅନୁଭବ ଦେଇଥାଏ ।

ଶରା ମୁବାରକର ଏହି ପବିତ୍ର ଅବସରରେ ମଧ୍ୟ ଆପଣମାନେ ମୋତେ ଏଠାକୁ ଆସିବାର ସୁଯୋଗ ଦେଲେ, ଏଥିପାଇଁ ମୁଁ ଆପଣମାନଙ୍କୁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି ।

ମୋତେ ଅବଗତ କରାଯାଇଛି କି ଟେକ୍ନୋଲଜି ମାଧ୍ୟମରେ ଦେଶ ଏବଂ ଦୁନିଆର ଭିନ୍ନ ଭିନ୍ନ ସମସ୍ତ କେନ୍ଦ୍ରମାନଙ୍କରେ ଆମ ସଂପ୍ରଦାୟର ଲୋକମାନେ ଏବେ ଆମ ସହିତ ଯୋଡ଼ି ହୋଇ ରହିଛନ୍ତି । ଦୂର – ଦୂରାନ୍ତରୁ ଟେକ୍ନୋଲଜି ସହିତ ଯୋଡ଼ି ହୋଇ ରହିଥିବା ଆପଣ ସମସ୍ତଙ୍କୁ ମଧ୍ୟ ମୁଁ ଆଜି ଏଠାରୁ ପ୍ରଣାମ ଜଣାଉଛି ।

ସାଥୀଗଣ, ଇମାମ ହୁସେନଙ୍କର ପବିତ୍ର ବାର୍ତ୍ତାକୁ ଆପଣ ନିଜ ଜୀବନରେ ପ୍ରତିଫଳିତ କରିଛନ୍ତି, ଆଉ ଶତାବ୍ଦୀ ଶତାବ୍ଦୀ ଧରି ଦେଶ ଆଉ ଦୁନିଆ ପର୍ଯ୍ୟନ୍ତ ଏହି ବାର୍ତ୍ତା ପହଂଚାଇଛନ୍ତି । ଇମାମ ହୁସେନ ଶାନ୍ତି ଏବଂ ନ୍ୟାୟ ପାଇଁ ଶହିଦ ହୋଇଗଲେ । ସେ ଅନ୍ୟାୟ ଏବଂ ଅହଂକାର ବିରୁଦ୍ଧରେ ନିଜର ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କର ଏହି ଶିକ୍ଷା ଯେତିକି ସେତେବେଳର ସମୟ ପାଇଁ ମହତ୍ୱପୂର୍ଣ୍ଣ ଥିଲା, ତାଠାରୁ ମଧ୍ୟ ଅଧିକ ଆଜିର ଦୁନିଆ ପାଇଁ ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହି ପରମ୍ପରାଗୁଡ଼ିକୁ ମୁଖରତା ସହିତ ପ୍ରସାରିତ କରିବାର ଆବଶ୍ୟକତା ରହିଛି । ଆଉ ମୁଁ ଖୁସି ଯେ ସୈୟେଦିନା ସାହେବ, ବୋହରା ସଂପ୍ରଦାୟର ପ୍ରତ୍ୟେକଟି ଲୋକ, ଏହି ମିଶନ ସହିତ ଯୋଡ଼ି ହୋଇ ରହିଛନ୍ତି ।

ସାଥୀଗଣ, ଆମେ ହେଉଛୁ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ଭାବୁଥିବା ଲୋକ, ‘ବସୁଧୈବ କୁଟୁମ୍ବକମ୍’, ଆମେ ହେଉଛୁ ସେହି ଲୋକ ଯେଉଁମାନେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ପରମ୍ପରାକୁ ବଂଚାଇ କରି ଦେଖାଇଦେବା ଲୋକ । ଆମ ସଂପ୍ରଦାୟରର, ଆମ ପରମ୍ପରାର ଏହା ହେଉଛି ଶକ୍ତି ଯିଏ ଆମକୁ ଦୁନିଆର ଅନ୍ୟ ଦେଶ ମାନଙ୍କଠାରୁ ଅଲଗା ପରିଚୟ ଦେଇଛି ।

ମୁଁ ଖୁସି ଯେ ବୋହରା ସମାଜ ସମଗ୍ର ବିଶ୍ୱକୁ ଭାରତର ଏହି ଶକ୍ତି ସହିତ ପରିଚିତ କରାଉଛି । ଦୁନିଆରେ କେଉଁଠାକୁ ମଧ୍ୟ ଯାଆନ୍ତୁ, ସେମାନେ ମୋତେ ମିଳିଯିବେ, କି କେମ୍ ଛୋ(କେମିତି ଅଛନ୍ତି) ।

ଆମକୁ ଆମର ଅତୀତ ଉପରେ ଗର୍ବ ରହିଛି । ବର୍ତ୍ତମାନ ଉପରେ ବିଶ୍ୱାସ ରହିଛି ଏବଂ ଉଜ୍ଜ୍ୱଳ ଭବିଷ୍ୟତର ଆତ୍ମବିଶ୍ୱାସ ସହିତ ସଂକଳ୍ପ ମଧ୍ୟ ରହିଛି । ମୁଁ ଦୁନିଆରେ ଯେଉଁଠିକୁ ମଧ୍ୟ ଯାଉଛି, ଶାନ୍ତି ଏବଂ ବିକାଶ ପାଇଁ ଆମ ସମାଜର ଯେଉଁ ଯୋଗଦାନ ରହିଛି, ତାହାର କଥା ମୁଁ ଲୋକ ମାନଙ୍କୁ ନିଶ୍ଚିତ ଭାବେ କହୁଛି ।

ସାଥୀଗଣ, ଶାନ୍ତି, ସଦ୍ଭାବ, ସତ୍ୟାଗ୍ରହ ଏବଂ ରାଷ୍ଟ୍ରଭକ୍ତି ପ୍ରତି ବୋହରା ସଂପ୍ରଦାୟର ଭୂମିକା ସଦା ସର୍ବଦା ମହତ୍ୱପୂର୍ଣ୍ଣ ରହି ଆସିଛି । ନିଜ ଦେଶରୁ, ନିଜର ମାତୃଭୂମି ପ୍ରତି ପ୍ରେମ ଏବଂ ସମର୍ପଣର ଶିକ୍ଷା ନିଜେ ସୟେଦିନା ସାହେବ ନିଜ ପ୍ରବଚନ ମାଧ୍ୟମରେ ଦେଇ ଚାଲିଛନ୍ତି, ଆଉ ଏବେ ମଧ୍ୟ ଅଧିକ ସମୟ ଯେତିକି ସେ କହିଛନ୍ତି, ଆମକୁ ଏହି ଶିକ୍ଷା ଦେଇଛନ୍ତି କି ଆମକୁ ଦେଶ ପାଇଁ, ସମାଜ ପାଇଁ, ନିୟମ ଗୁଡ଼ିକ ପାଇଁ, ଆଇନ ପାଇଁ, କିଭଳି ବଂଚିବା ଆବଶ୍ୟକ ।

ଏହା ପୂର୍ବରୁ ପୂଜ୍ୟ ସୟେଦିନା ତାହିର ସୟିଫୁଦ୍ଦିନ ସାହେବ ମଧ୍ୟ ଗାନ୍ଧିଜୀଙ୍କ ସହିତ ମିଶି ଏହି ମୂଲ୍ୟବୋଧ ଗୁଡ଼ିକୁ ସ୍ଥାପିତ କରିବାରେ ବହୁତ ବଡ଼ ଭୂମିକା ତୁଲାଇଛନ୍ତି ।

ମୁଁ କେଉଁଠାରେ ପଢ଼ିଥିଲି କି ଦୁଇଜଣ ମହାପୁରୁଷଙ୍କର ସାକ୍ଷାତ ରେଳରେ ଯାତ୍ରା କରୁଥିବା ସମୟରେ ହୋଇଥିଲା । ଏହା ପରେ ମହାତ୍ମା ଗାନ୍ଧି ଏବଂ ତାଙ୍କ ମଧ୍ୟରେ ସଦାସର୍ବଦା, ସବୁବେଳେ, ନିରନ୍ତର ସମ୍ପର୍କ ହୋଇ ଚାଲିଲା, ଏବଂ ପ୍ରତ୍ୟେକ ବଡ଼ ଘଟଣା କିମ୍ବା ଆନ୍ଦୋଳନକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିଚାର ବିମର୍ଷ ହେଉଥିଲା, ବିବାଦ ହେଉଥିଲା ।

ଆମ ସମସ୍ତଙ୍କୁ ଜଣା ଅଛି ଦାଣ୍ଡି ଯାତ୍ରା ସମୟରେ, ଯାହାକି ହିନ୍ଦୁସ୍ଥାନର ସ୍ୱାଧୀନତାର ହେଉଛି ଏକ ସ୍ୱର୍ଣ୍ଣିମ ପୃଷ୍ଠା, ଦାଣ୍ଡି ଯାତ୍ରା । ଦାଣ୍ଡି ଯାତ୍ରା ସମୟରେ ପୂଜ୍ୟ ବାପୁ ମହାତ୍ମା ଗାନ୍ଧି, ସୈୟେଦିନା ସାହେବଙ୍କ ଘରେ ସୈଫି ଭିଲ୍ଲାରେ ରହିଥିଲେ । ଗାନ୍ଧିଜୀଙ୍କର ମିତ୍ରତା ଏବଂ ତାଙ୍କର ମୂଲ୍ୟବୋଧ ଗୁଡ଼ିକ ପ୍ରତି ସମ୍ମାନ ବ୍ୟକ୍ତ କରି ସୟେଦିନା ତାହିର ସୟିଫୁଦ୍ଦିନ ସାହେବ ଏହି ସୈଫି ଭିଲ୍ଲାକୁ ସ୍ୱାଧୀନତା ପରେ ରାଷ୍ଟ୍ରକୁ ସମର୍ପିତ କରି ଦେଇଥିଲେ । ଆଜି ସେହି ସୈଫି ଭିଲ୍ଲା ଦେଶର ଯୁବ ପିଢିଙ୍କୁ ପ୍ରେରଣା ଯୋଗାଉଛି

ସାଥୀଗଣ, ବୋହରା ସଂପ୍ରଦାୟ ସହିତ ମୋର ମଧ୍ୟ ସମ୍ପର୍କ ହେଉଛି ବହୁତ ପୁରୁଣା, ଆଉ ଏବେ ସୈୟେଦିନା ସାହେବ ଯେଉଁ ବର୍ଣ୍ଣନା କଲେ, ମୁଁ ବାସ୍ତବିକ ଭାବେ ଗୋଟିଏ ପ୍ରକାରରେ ପରିବାରର ସଦସ୍ୟ ହୋଇ ଯାଇଛି । ସବୁବେଳେ, ସବୁବେଳେ, ଅର୍ଥାତ ଗୋଟିଏ ଆପଣାର ଭାବ ଅନୁଭବ କରିବା, କେତେବେଳେ ତାଙ୍କ ପାଖକୁ ଚାଲିଯିବା; ଏହା ମୋର ଏକ ସହଜ ନିଜର ନିଜର(ନିଜସ୍ଵପଣ) ମୁଁ ଅନୁଭବ କରୁଥିଲି । ଆଜି ମଧ୍ୟ ମୋର ଦ୍ୱାର ଆପଣଙ୍କର ପରିଜନମାନଙ୍କ ପାଇଁ ସଦା ସର୍ବଦା ଉନ୍ମୁକ୍ତ ରହିଥାଏ । ଆଉ ମୋର ସୌଭାଗ୍ୟ ହେଉଛି କି ଆପଣଙ୍କର ସ୍ନେହ, ଆପଣଙ୍କର ପୂରା ପରିବାରର ସ୍ନେହ ମୋ ଉପରେ ଅଜସ୍ର ରହିଛି, ସବୁବେଳେ ରହିଛି ।

ଆଜି ମଧ୍ୟ, ଏବେ ଜନ୍ମଦିନ ଆସିବା ତ ବାକି ରହିଛି, କିନ୍ତୁ ଆପଣମାନଙ୍କ ପୂର୍ବରୁ ଆଉ ଏହି ପବିତ୍ର ମଂଚ ଉପରୁ ଆପଣ ମୋତେ ଆଶୀର୍ବାଦ ଦେଲେ, ଆଉ ଆଶୀର୍ବାଦ ମଧ୍ୟ ରାଷ୍ଟ୍ର କଲ୍ୟାଣ ପାଇଁ ମୋତେ ଅଧିକ ଶକ୍ତି ପ୍ରଦାନ କରିବାବାଲା ଦେଲେ; ଏହା ହେଉଛି ଗୋଟିଏ ବହୁତ ବଡ଼ କଥା; ଏହା ହେଉଛି ଗୋଟିଏ ବହୁତ ବଡ଼ କଥା । ଆଉ ଏଥିପାଇଁ ମଧ୍ୟ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ।

ଗୁଜରାଟର ବୋଧହୁଏ ଏମିତି କୌଣସି ଗାଁ ଥିବ, ବୋଧହୁଏ; ଯେଉଁଠାରେ ବୋହରା ବ୍ୟବସାୟୀ ସଂପ୍ରଦାୟର  କୌଣସି ପ୍ରତିନିଧି ସେଠାରେ ନ ମିଳିବେ । ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ପ୍ରତି ପାଦରେ ବୋହରା ସଂପ୍ରଦାୟ ମୋତେ ସମର୍ଥନ ଦେଇଥିଲେ । ଆପଣମାନଙ୍କର ଏହି ଆପଣାର ଭାବ ମୋତେ ଆଜି ଏଠାକୁ ଟାଣି ଆଣିଛି । ମୋର ମନେ ଅଛି କି କେଉଁ ଭଳି ଭାବେ ସୈୟେଦିନା ସାହେବଙ୍କ ସହିତ ମୋର, ଥରେ ସୈୟେଦିନା ସାହେବ ପାଟଣାରୁ ଫେରୁଥିଲେ, ତାଙ୍କୁ ସୁରଟ ଯିବାର ଥିଲା, ସମୟ ନ ଥିଲା, ତ ମୁଁ ବିମାନ ବନ୍ଦରକୁ ଚାଲିଗଲି । କାରଣ ମୁଁ କହିଲି ମୁଁ ଏମିତି ଆପଣଙ୍କୁ ଯିବାକୁ ଦେବି ନାହିଁ । ଆପଣ ନ ଆସିବେ ତ ମୁଁ ଆସିଯିବି ଆଉ ସେ ମୋତେ ଏତେ ସମୟ ଆମେ ବିମାନ ବନ୍ଦରରେ ବସିଲୁ, ଏତେ ଭଲ ପାଇଲେ, ଯେପରି ଏକ ଛୋଟ ପିଲାକୁ ଆଦର  କରନ୍ତି । ଆଉ ସେଠାରେ କଥା କଥାରେ ମୁଁ ଗୁଜରାଟରେ ରହିଥିବା ଜଳ ସଂକଟ ବିଷୟରେ ଚର୍ଚ୍ଚା କଲି, ଚେକ୍ ଡ୍ୟାମ ତିଆରି କରିବା ବିଷୟରେ ଆଲୋଚନା କଲି; ଆଉ ମୁଁ ଆଜି ଏକ ବଡ଼ ଆତ୍ମ ସନ୍ତୋଷର ଭାବନା ନେଇ କହୁଛି କି ଏତିକି ମାତ୍ର, ହାଲ୍କା ଫୁଲ୍କା କଥାବାର୍ତ୍ତା ସୟେଦିନା ସାହେବ ସେହି ବୟସ, ଆଉ ସେ ପାଖାପାଖି ସତାନବେ, ଅଠାନବେ ତ ପାର କରି ସାରିଥିବେ, ସେହି ସମୟରେ, ବୋଧହୁଏ ପଂଚାନବେ ପରେ ହେବ, କାରଣ ବହୁ ବର୍ଷ ହୋଇ ଗଲାଣି । କିନ୍ତୁ ଯିବା ପରେ ହିଁ ସେ ମିଶନ ମୋଡ଼୍ ରେ କାମ ହାତକୁ ନେଲେ ଆଉ ଗୁଜରାଟରେ ଅନେକ ଜାଗାରେ ଆପଣଙ୍କର ପ୍ରୟାସ ଦ୍ୱାରା ଅନେକ ଗାଁ ମାନଙ୍କରେ ଚେକ୍ ଡ୍ୟାମ ଦ୍ୱାରା ବର୍ଷା ପାଣି ସଂଗ୍ରହ କରିବାର ବଡ଼ ଅଭିଯାନ ସଫଳତା ପୂର୍ବକ ଚଲିଲା, ଯାହା ଦ୍ୱାରା ଗାଁ ମାନଙ୍କୁ ପାଣି ମିଳିଲା ।

ଏତିକି ହିଁ ନୁହେଁ, ଆଜିଠାରୁ କିଛି ବର୍ଷ ପୂର୍ବେ ମୁଁ ଗୋଟିଏ କାର୍ଯ୍ୟକ୍ରମରେ କୁପୋଷଣ, ସେହି ବିଷୟରେ, ଗୁଜରାଟରେ ତାବିରୁଦ୍ଧରେ ଲଢ଼େଇ ଲଢ଼ିବା ପାଇଁ ବୋହରା ସଂପ୍ରଦାୟର ସହଯୋଗ ମାଗିଥିଲି । ଜନ ଜାଗରଣ ଅଭିଯାନ ଚଲାଇବା ପାଇଁ ଅନୁରୋଧ କରିଥିଲି । ଏହାକୁ ମଧ୍ୟ ବୋହରା ସମାଜ, ସୟେଦିନା ସାହେବ ହାତକୁ ନେଇଥିଲେ ଆଉ ଏହି ସମସ୍ୟାକୁ ଦୂର କରିବାରେ ଗୁଜରାଟର ସହାୟତା କରିଥିଲେ ।

ସଂଯୋଗ ଦେଖନ୍ତୁ, ଏ ଥର ଯେତେବେଳେ ଦାଉଦି ବୋହରା ସଂପ୍ରଦାୟର ଶରା ମୁବାରକର ପବିତ୍ର ଅବସରରେ ଏକାଠି ହୋଇଛି, ସେତେବେଳେ ଆମେ ସମଗ୍ର ଦେଶରେ ପୋଷଣ ମାସ ପାଳନ କରୁଛେ । ନ୍ୟୁଟ୍ରିସନ(ପୋଷଣ) ମିଶନ ପାଳନ କରାଯାଉଛି । ପ୍ରତ୍ୟେକ ଶିଶୁ, ପ୍ରତ୍ୟେକ ମାଆଙ୍କୁ ସୁରକ୍ଷିତ କରିବାର ଏହି ଅଭିଯାନ ଆଜି ସମଗ୍ର ଦେଶରେ ପାଳନ କରାଯାଉଛି ।

ଆପଣ ସମସ୍ତେ, ପ୍ରତ୍ୟେକ ଶିଶୁର ଶିକ୍ଷା, ତାହାର ପୋଷଣ, ତାର ସ୍ୱାସ୍ଥ୍ୟକୁ ନେଇ ଯେଉଁ କାର୍ଯ୍ୟ କରି ଚାଲିଛୁ, ତାଦ୍ୱାରା ସମାଜକୁ ସଶକ୍ତ କରିବାର କାମ କରୁଛୁ । ଆଉ ମୋତେ ଅବଗତ କରାଯାଇଛି କି ପ୍ରୋଜେକ୍ଟ ରାଇସ୍ ମାଧ୍ୟମରେ ଆପଣ ମଧ୍ୟ ମହାରାଷ୍ଟ୍ର ସମେତ ଦେଶର ଅନ୍ୟ ଅଂଚଳ ମାନଙ୍କରେ ପିଲାମାନଙ୍କୁ ପୁଷ୍ଟିକର ଭୋଜନ ଦେବାର ଅଭିଯାନ ଚଲାଉଛନ୍ତି । ଆପଣଙ୍କ ଏହି ପ୍ରୟାସ ନିଶ୍ଚିତ ଭାବେ ଦେଶର ଭବିଷ୍ୟତକୁ ଅର୍ଥାତ ଭବିଷ୍ୟ ପିଢିକୁ ସ୍ୱସ୍ଥ ଏବଂ ସଶକ୍ତ କରିବାରେ ସାହାଯ୍ୟ କରିବ ।

ସାଥୀଗଣ, ପୋଷଣ ଏବଂ ସ୍ୱାସ୍ଥ୍ୟକୁ ନେଇ ଦାଉଦି ବୋହରା ସଂପ୍ରଦାୟ  ସବୁବେଳେ ଜାଗ୍ରତ ରହି ଆସିଛି । ଫୈଜ ଅଲ ମବେଦ ଏବଂ ଥାଳୀ, କମ୍ୟୁନିଟି କିଚେନ୍ (ଗୋଷ୍ଠୀ ପାକଶାଳା) ମାଧ୍ୟମରେ ଆପଣମାନଙ୍କ ଦ୍ୱାରା ସୁନିଶ୍ଚିତ କରାଉଛୁ କି ସମାଜର କୌଣସି ହେଲେ ମଧ୍ୟ ବ୍ୟକ୍ତି ଭୋକ ଉପାସରେ ନ ରହୁ । କେବଳ ଏତିକି ହିଁ ନୁହେଁ, ଦେଶର ଗରିବଙ୍କୁ, ମଧ୍ୟମ ବର୍ଗଙ୍କୁ ସ୍ୱାସ୍ଥ୍ୟ ସୁବିଧା ଦେବା ପାଇଁ ଆପଣ ଡଜନ ଡଜନ ଡାକ୍ତରଖାନା ଚଲାଉଛନ୍ତି । ସାର୍ବଜନୀନ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଆପଣଙ୍କର ଏହି ଚିନ୍ତାଧାରା ଦେଶକୁ, ସମାଜକୁ ଶକ୍ତି ଦେଉଛି ଆଉ ଭବିଷ୍ୟତରେ ମଧ୍ୟ ଆହୁରି ସୁଦୃଢ଼ କରିବ ।

ଆପଣ ସମସ୍ତେ ଏହା ଜାଣନ୍ତି କି ଦେଶରେ ସ୍ୱାସ୍ଥ୍ୟକୁ ପ୍ରଥମ ଥର ପାଇଁ ସରକାର ଏତେ ପ୍ରାଥମିକତା ଦେଇଛନ୍ତି । ସୁଲଭ ସ୍ୱାସ୍ଥ୍ୟ ସୁରକ୍ଷା, ପ୍ରତିଶେଧକ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରୋତ୍ସାହନ ଦିଆ ଯାଉଛି । ଗୁଣବତ୍ତା ଯୁକ୍ତ ଡାକ୍ତରଖାନା, ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରମାନଙ୍କ ନେଟୱାର୍କ ବିଛା ଯାଉଛି । ଜନ ଔଷଧି କେନ୍ଦ୍ରମାନଙ୍କରେ ଶସ୍ତାରେ ଔଷଧ ଉପଲବ୍ଧ କରାଯାଉଛି । ମାଗଣା ଡାଲିସିସର ସୁବିଧା ଦିଆଯାଉଛି, ହୃଦୟ ଏବଂ ଆଣ୍ଠୁର ଅସ୍ତ୍ରୋପଚାର(ପ୍ରତିରୋପଣ) ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀମାନଙ୍କର ମୂଲ୍ୟରେ ବହୁତ ହ୍ରାସ କରାଯାଇଛି । ଏବେ ଆୟୁଷ୍ମାନ ଭାରତ ଦେଶର ପାଖାପାଖି 50 କୋଟି ଗରିବ ଭାଇଭଉଣୀମାନଙ୍କ ପାଇଁ ସଂଜୀବନୀ ହୋଇ ଆସିଛି ।

ଏହା ଏକ ଛୋଟ କାର୍ଯ୍ୟକ୍ରମ ନୁହେଁ । ଆମେରିକା, କାନାଡ଼ା ମେକ୍ସିକୋର ଜନସଂଖ୍ୟା ଯେତିକି, ତାଠାରୁ ଅଧିକ ଲୋକ ମାନଙ୍କ ପାଇଁ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଆମେ ହିନ୍ଦୁସ୍ଥାନରେ ଲାଗୁ କରିବାକୁ ଯାଉଛୁ ।

ସମଗ୍ର ୟୁରୋପର ଜନସଂଖ୍ୟା ଯେତିକି, ପ୍ରାୟ ସେତିକି ଲୋକଙ୍କୁ ହିନ୍ଦୁସ୍ଥାନ ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ  ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଉଛି । କେତେ ବଡ଼ କାର୍ଯ୍ୟ, କେତେ ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ; ଏହା ଆପଣ କଳ୍ପନା କରି ପାରିବେ ।

ଗୋଟିଏ ବର୍ଷରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ମାଗଣା ଚିକିତ୍ସା, ଏହା ଛୋଟ ନିଷ୍ପତ୍ତି ନୁହେଁ । 50 କୋଟି ଲୋକଙ୍କୁ ପ୍ରତ୍ୟେକ ପରିବାରକୁ ବାର୍ଷିକ 5 ଲକ୍ଷ ଟଙ୍କାର ସମ୍ପୂର୍ଣ୍ଣ ଖର୍ଚ୍ଚ, ତାହାର ଚିକିତ୍ସାର ସମ୍ପୂର୍ଣ୍ଣ ଦାୟିତ୍ୱ ସୁନିଶ୍ଚିତ କରୁଥିବା ଏହି ଆୟୁଷ୍ମାନ ଯୋଜନାକୁ ଏହି ନିକଟରେ ପରୀକ୍ଷାମୂଳକ ଭାବେ ଏବେ ମଧ୍ୟ ଚାଲୁ ରହିଛି, ଆଉ 25 ସେପ୍ଟେମ୍ବର, ଯେତେବେଳେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ମହାଶୟଙ୍କର ଜନ୍ମ ଜୟନ୍ତୀ ହେବ, ତାହାକୁ ସମଗ୍ର ଦେଶରେ ଲାଗୁ କରାଯିବ ।

ସାଥୀଗଣ, ପୋଷଣ ଏବଂ ସ୍ୱାସ୍ଥ୍ୟ ସେବା ସହିତ ଗରିବ, ଅଭାବଗ୍ରସ୍ତଙ୍କ ପାଇଁ ଘର ଯୋଗାଇ ଦେବାର କାମ ଯେଉଁ କଷ୍ଟ ଆପଣମାନେ ଉଠାଇଛନ୍ତି, ତାହା ମଧ୍ୟ ହେଉଛି ପ୍ରଶଂସନୀୟ । ମୋତେ ଅବଗତ କରାଯାଇଛି କି ପ୍ରାୟ 11 ହଜାର ଲୋକଙ୍କୁ ଆପଣମାନଙ୍କ ପ୍ରୟାସ ଦ୍ୱାରା ନିଜର ଘର ମିଳି ସାରିଛି । ସରକାର ମଧ୍ୟ 2022 ସୁଦ୍ଧା ଦେଶର ପ୍ରତ୍ୟେକ ବାସହୀନ ଗରିବ ଭାଇ ଭଉଣୀଙ୍କୁ ପକ୍କା ଘର  ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି ।

ଆପଣମାନେ ଏହା ଜାଣି ଖୁସି ହେବେ କି ଏ ପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଭାଇ ଭଉଣୀ ମାନଙ୍କୁ ସେମାନଙ୍କ ଘରର ଚାବି ପ୍ରଦାନ କରାଯାଇ ସାରିଛି, ଅର୍ଥାତ ଘୋଷଣା ନୁହେଁ, ସେମାନଙ୍କୁ ଘରର ଚାବି ମିଳି ସାରିଛି । ଆଉ ଅବଶିଷ୍ଟ ଘରର କାମ ଦୃତ ଗତିରେ ଶେଷ ହେବାକୁ ଯାଉଛି । ଏହା ବ୍ୟତୀତ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ମଧ୍ୟ ଆପଣଙ୍କ ସହଯୋଗ ସରକାରଙ୍କ ପ୍ରୟାସକୁ ଗୋଟିଏ ପଟରେ ଶକ୍ତି ଦେଉଛି । କେବେ କେବେ ସମାଜର ଶକ୍ତି ଆଉ ସରକାରଙ୍କର ଶକ୍ତି ମିଶିଥାଏ ତ, ପରିଣାମ ଅନେକ ଗୁଣ ଆସିଥାଏ । କେବଳ ଦୁଇ ଗୁଣା ହୋଇ ନ ଥାଏ, ଏପରି ନୁହେଁ, ଅନେକ ଗୁଣ ଅଧିକ ଭଲ ହୋଇଥାଏ । ଦେଶର ଜନସାଧାରଣଙ୍କ ଜୀବନକୁ ସରଳ କରିବା ପାଇଁ ଜୀବନ ସ୍ତରକୁ ଉପରକୁ ଉଠାଇବା ପାଇଁ ଆମେ କ୍ରମାଗତ ପ୍ରୟାସ କରି ଚାଲିଛୁ, ଆଗକୁ ବଢ଼ାଇ ଚାଲିଛୁ ।

ସାଥୀଗଣ, ଗରିବ ଏବଂ ମଧ୍ୟମବର୍ଗଙ୍କ ସହିତ ଜଡ଼ିତ ଆଉ ଏକ ବିଷୟ ଯାହା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ସେହି ବିଷୟ ହେଉଛି ସ୍ୱଚ୍ଛତାର । ସ୍ୱଚ୍ଛ ଭାରତ ଅଭିଯାନ ଯଦିଓ ସରକାର ଆରମ୍ଭ କରିଛନ୍ତି, କିନ୍ତୁ ଆଜି ଏହି ଅଭିଯାନକୁ ଦେଶର ଶହେ ପଚିଶ କୋଟି ଜନତା ନିଜେ ଏକାଠି ହୋଇ ଆଗକୁ ବଢ଼ାଉଛନ୍ତି । ଗାଁ ଗାଁ, ଗଳି କନ୍ଦିରେ ସ୍ୱଚ୍ଛତା ପ୍ରତି ଏକ ଅଭୂତପୂର୍ବ ଆଗ୍ରହ ସୃଷ୍ଟି ହୋଇଛି ।

ଚାରି ବର୍ଷ ପୂର୍ବେ ଯେଉଁଠି ଦେଶର 40 ପ୍ରତିଶତ ଘରେ; ମୁଁ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଆମ ଦେଶରେ କେବଳ 40 ପ୍ରତିଶତ ଘରେ କେବଳ ଶୌଚାଳୟ ଥିଲା । ଆମର ମାଆ ଭଉଣୀ ମାନଙ୍କୁ କେତେ ଅସୁବିଧା ହେଉଥିବ, ଏହାର ଅନୁମାନ ଆମେ ଭଲ ଭାବେ କରି ପାରୁଥିବା । ଯେତେବେଳେ ଘରେ ଶୌଚାଳୟ ସଂଖ୍ୟା ଆସିଥିଲା, 40 ପ୍ରତିଶତ ଥିଲା, ଏତେ କମ ସମୟରେ ଏବେ ତାହା 90 ପ୍ରତିଶତ ପର୍ଯ୍ୟନ୍ତ ପହଂଚିଯାଇଛି । ଆଉ ମୋର ବିଶ୍ୱାସ ଅଛି, ବହୁତ ଶୀଘ୍ର ସମଗ୍ର ଦେଶ ନିଜକୁ ଖୋଲାରେ ଶୌଚମୁକ୍ତ ଘୋଷଣା କରିବା ଆଡ଼କୁ ସଫଳତା ପୂର୍ବକ ଅଗ୍ରସର ହେବ ।

ଆଜି ଆମେ ଯେଉଁ ଇନ୍ଦୋର ସହରରେ ଏକାଠି ହୋଇଛେ । ଏହା ତ ସ୍ୱଚ୍ଛତାର ଏହି ଆନ୍ଦୋଳନର ନେତୃତ୍ୱ ନେଉଛି, ନେତା ପାଲଟି ଯାଇଛି । ଇନ୍ଦୋର ନିରନ୍ତର ସ୍ୱଚ୍ଛତାର ମାନଦଣ୍ଡରେ ସାରା ଦେଶରେ ଏକ ନମ୍ବର ହୋଇ ରହିଛି ଆଉ ଏଥିପାଇଁ ମୁଁ ଇନ୍ଦୋରର ସମସ୍ତ ନାଗରିକଙ୍କୁ, ଏଠାରୁ ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କୁ ଏଠାକାର ନିଗମର ପରିଚାଳକମାନଙ୍କୁ, ଏଠାକାର ରାଜ୍ୟ ସରକାରଙ୍କୁ, ଏଠାକାର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମହାଶୟଙ୍କୁ, ତାଙ୍କ ସଂପୂର୍ଣ୍ଣ ଟିମ୍ କୁ ହୃଦୟର ସହିତ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

କେବଳ ଇନ୍ଦୋର ନୁହେଁ, ଭୋପାଳ ମଧ୍ୟ ଏଥର ଚମତ୍କାର କରିଛି । ଗୋଟିଏ ପ୍ରକାରରେ ସମଗ୍ର ମଧ୍ୟପ୍ରଦେଶର ମୋର ଯୁବ ସାଥୀ ପ୍ରତ୍ୟେକ ଲୋକ ଏହି ଆନ୍ଦୋଳନକୁ ଗତି ଦେଉଛନ୍ତି । ସ୍ୱଚ୍ଛତା ଏବଂ ପର୍ଯ୍ୟାବରଣର ପବିତ୍ରତା ସୁନିଶ୍ଚିତ କରିବା ପାଇଁ ମୁଁ ଆପଣଙ୍କ ସମାଜର ଯୋଗଦାନ ସହିତ ଦେଶ ଭଲ ଭାବେ ପରିଚିତ ଅଛି । ସୟେଦିନା ସାହେବ ତ ନିଜେ ସ୍ୱଚ୍ଛତା ଏବଂ ପର୍ଯ୍ୟାରଣର ସୁରକ୍ଷା ପ୍ରତି ଆଗ୍ରହୀ ଅଟନ୍ତି । ଆଉ ମୋର ମନେ ଅଛି କି ବଡ଼ ସୟେଦିନା ସାହେବଙ୍କ ଜନ୍ମ ଶତାବ୍ଦୀ ଆଉ ସେହି କାର୍ଯ୍ୟକ୍ରମକୁ ମୋତେ ନିମନ୍ତ୍ରଣ କରାଯାଇଥିଲା ।

ଜଣା ନାହିଁ ଆଉ ଲୋକ କିପରି ଜନ୍ମ ଶତାବ୍ଦୀ ପାଳନ କରୁଛନ୍ତି ଅଥବା ଜନ୍ମଦିନ ପାଳନ କରୁଛନ୍ତି? ସେହିଦିନ ଆମେ ସମସ୍ତେ, ଆପଣମାନଙ୍କର ମନେ ଥିବ ପାରା ମାନଙ୍କୁ ବଂଚାଇବା ପାଇଁ, ସେମାନଙ୍କର ବାସଗୃହକୁ ସୁରକ୍ଷିତ ରଖିବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ । ପ୍ରତ୍ୟେକଙ୍କୁ ଏକ ବାକ୍ସ ଦିଆ ଯାଇଥିଲା, ଯାହା ଭିତରେ ସେମାନେ ନିଜର ବସା ତିଆରି କରିବେ । ଏହା ପର୍ଯ୍ୟାବରଣର ରକ୍ଷା ନ ଥିଲା ତ କଣ ଥିଲା ଆଜ୍ଞା? ଏହା ହେଉଛି ଆମର ସଂସ୍କାର, ଆଉ ତାହା ମନର ପବିତ୍ରତାକୁ ଆମର ବାତାବରଣର ସ୍ୱଚ୍ଛତା ଆଉ ଶୁଦ୍ଧତା ସହିତ ଯୋଡ଼ୁଛି ।

ମୋତେ ଅବଗତ କରାଯାଇଛି କି ଆଉ ଏବେ ସୟେଦିନା ସାହେବ ଏହା କହିଲେ ସ୍ୱଚ୍ଛତା ହୃଦୟ ଏବଂ ମନର ମଧ୍ୟ କରିବାକୁ ହେବ । ମୋତେ ଅବଗତ କରାଯାଇଛି କି ଇନ୍ଦୋରର ପ୍ରତିଷ୍ଠାକୁ ଧ୍ୟାନରେ ରଖି ଅଶରା ମୁବାରକର ଏହି ସଂପୂର୍ଣ୍ଣ ଆୟୋଜନକୁ ପର୍ଯ୍ୟାବରଣ ଏବଂ ସ୍ୱଚ୍ଛତାର ବାର୍ତ୍ତା ସହିତ ଯୋଡ଼ା ଯାଇଛି ।

ଏଠାରେ ପ୍ଲାଷ୍ଟିକ ବ୍ୟାଗ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି, ଏହି ସଂପୂର୍ଣ୍ଣ ଆୟୋଜନକୁ ଶୂନ୍ୟ ବର୍ଜ୍ୟ ଅର୍ଥାତ ଆବର୍ଜନା ମୁକ୍ତ କରିବା ପାଇଁ ଦୃଢ଼ ସଂକଳ୍ପ ନିଆଯାଇଛି । ଏଠାରେ ଦୈନିକ ପ୍ରାୟ 10 ଟନ୍ ଆବର୍ଜନାକୁ ପୁନଃଚକ୍ରଣ କରି ସାରରେ ପରିବର୍ତ୍ତିତ କରିବାର କାର୍ଯ୍ୟ କରାଯାଉଛି ଆଉ ପୁଣି ଏହାକୁ ମାଗଣାରେ କୃଷକ ମାନଙ୍କୁ ବଂଟନ କରାଯାଉଛି ।

ଏହି ସମସ୍ତ କାର୍ଯ୍ୟ ଦ୍ୱାରା ଆପଣ ସମସ୍ତେ ପର୍ଯ୍ୟାବରଣର ସେବା ତ କରୁଛନ୍ତି, ଶକ୍ତି ଅପଚୟ ରୋକିବା ପାଇଁ ସରକାରଙ୍କର ଯେଉଁ ଦୃଷ୍ଟିଭଙ୍ଗୀ ରହିଛି, ତାହାକୁ ମଧ୍ୟ ଆପଣ ଶକ୍ତି ଦେଉଛନ୍ତି । ଏହା ସହିତ କୃଷକ ଭାଇ ଭଉଣୀ ମାନଙ୍କ ପାଇଁ ଆପଣଙ୍କର ଏହି ପଦକ୍ଷେପ ଲାଭକାରୀ ହେବ । ମୋର ତ ସମଗ୍ର ଦେଶର ସ୍ୱେଚ୍ଛାଗ୍ରହୀ ମାନଙ୍କୁ ଏହା ହେଉଛି ଅନୁରୋଧ କି ଏଭଳି ଆୟୋଜନରୁ ଶିକ୍ଷା ଲାଭ କରି ସ୍ୱଚ୍ଛତା ସହିତ ଜଡ଼ିତ ଆମର ଯେଉଁ ଆଗାମୀ କାର୍ଯ୍ୟକ୍ରମ ରହିଛି, ସେଠାରେ ମଧ୍ୟ ଶକ୍ତି ଅପଚୟ ରୋକିବା ଉପରେ ଗୁରୁତ୍ୱ ଦିଆଯାଉ ।

କାଲି 15 ସେପ୍ଟେମ୍ବର ଠାରୁ ସ୍ୱଚ୍ଛତା ହିଁ ସେବା – 2 ଅକ୍ଟୋବର ପର୍ଯ୍ୟନ୍ତ, ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ – ସ୍ୱଚ୍ଛତା ହିଁ ସେବା, ଏହି ପକ୍ଷ ଆରମ୍ଭ ହେଉଛି । ଏହି ଅବସରରେ ମଧ୍ୟ ଆମେ ଏହି ପ୍ରୟୋଗ ସାରା ଦେଶରେ କରିପାରିବା । ଏହି କାର୍ଯ୍ୟକ୍ରମ ବିଗତ ବର୍ଷ ଭଳି ହିଁ ମହାତ୍ମାଗାନ୍ଧିଙ୍କ ଜୟନ୍ତୀ ଅର୍ଥାତ 2 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ।

ମୁଁ କାଲି ନିଜେ ଦେଶର ସ୍ୱେଚ୍ଛାଗ୍ରହୀମାନଙ୍କ ସହିତ ସମାଜର ସ୍ୱଚ୍ଛତା ପ୍ରତି ଜନ ଜାଗରଣ ସୃଷ୍ଟି କରୁଥିବା ଦେଶର ସମସ୍ତ ଧର୍ମଗୁରୁ, ସମସ୍ତ କଳାକାର, ସମସ୍ତ ଖେଳାଳୀ, ଉଦ୍ୟମୀ ସମାଜର ଯେତେ ସବୁ ଆଗଧାଡ଼ିର ଲୋକ ଅଛନ୍ତି, ସେ ସମସ୍ତଙ୍କ ସହିତ ସକାଳ 9.30 ସମୟରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଆଲୋଚନା କରିବାକୁ ଯାଉଛି ଆଉ ତାପରେ ଦୁନିଆରେ ଏକ ବହୁତ ବଡ଼ ରେକର୍ଡ ସୃଷ୍ଟି ହେବ । ଏକ ସଙ୍ଗେ କୋଟି କୋଟି ଲୋକ କାଲି ସ୍ୱଚ୍ଛତାର କାର୍ଯ୍ୟ କରିବାକୁ ଯାଉଛନ୍ତି ।

କେବଳ ଏତିକି ନୁହେଁ, 2 ଅକ୍ଟୋବରରେ ମହାତ୍ମା ଗାନ୍ଧିଙ୍କର 150ତମ ଜୟନ୍ତୀ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଆଉ ସୟେଦିନା ସାହେବ ମଧ୍ୟ ଆମକୁ ପୂଜ୍ୟ ବାପୁଙ୍କର 150 ତମ ଜନ୍ମ ଜୟନ୍ତୀ ପାଇଁ ବାର୍ତ୍ତା ଦେଇଛନ୍ତି । ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା ସହିତ ବାପୁଙ୍କର ପ୍ରଦର୍ଶିତ ମାର୍ଗରେ ଚାଲିବା ପାଇଁ ଦେଶ ଆଉ ଦୁନିଆକୁ ପ୍ରୋତ୍ସାହିତ କରିବ ।

ଆଜି ଏଠାରେ ଇନ୍ଦୋରରେ, ଆପଣ ସମସ୍ତଙ୍କ ମଧ୍ୟରେ ଦାଉଦି ବୋହରା ସମାଜକୁ ଆଉ ମଧ୍ୟ ପ୍ରଦେଶର ମୋର ଭାଇ ଭଉଣୀଙ୍କୁ ସ୍ୱଚ୍ଛତାର ଏହି ଅଭିଯାନରେ ଯୋଡ଼ି ହେବା ପାଇଁ ନିମନ୍ତ୍ରଣ ମଧ୍ୟ ଦେବାକୁ ଆସିଛି ।

ସାଥୀଗଣ, ଆଜି ଏହି ଅବସରରେ ମୁଁ ମଧ୍ୟ ଆପଣ ସମସ୍ତଙ୍କୁ ଆଉ ଏକ ବିଷୟ ନେଇ ପ୍ରଶଂସା କରିବାକୁ ଚାହୁଁଛି । ଆପଣ ମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟବସାୟ ଏବଂ କାରବାର ସହିତ ଜଡ଼ିତ ଅଛନ୍ତି । ନିୟମ, କାଦା ଅନୁସାରେ କାମ କିପରି କରାଯାଏ, ଅନୁଶାସନରେ ରହି ବ୍ୟବସାୟକୁ ଆଗକୁ କିପରି ବଢ଼ାଯାଏ; ଆପଣ ମାନେ ଏହି ଦିଗରେ ଆଦର୍ଶ ସ୍ଥାପନ କରିଛନ୍ତି ଆଉ ଏବେ ସୈୟେଦିନା ସାହେବ ଆମକୁ ସେହି ଶିକ୍ଷା ଦେଇଛନ୍ତି । ବାରମ୍ବାର ଏହି ଶିକ୍ଷା ଦିଆ ଯାଇଥାଏ । ଏହା ଛୋଟ କଥା ନୁହେଁ । ଦାଉଦି ବୋହରା ସଂପ୍ରଦାୟ ଦୁନିଆରେ ଯେଉଁଠାରେ ମଧ୍ୟ ବସବାସ କରୁଛନ୍ତି, ଏହି ଦେଶ ସହିତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି, ଏକ ନୂତନ ସମ୍ମାନ ସୃଷ୍ଟି କରିଛନ୍ତି ।

ସଚ୍ଚୋଟତା, ସତ୍ୟତା ଏବଂ ନିଷ୍ଠାର ସହିତ ବ୍ୟବସାୟ କିପରି ଜୀବନକୁ ପରିଚାଳିତ କରିଥାଏ, ଏହାର ଉଦାହରଣ ଆପଣ ନିଜର ଆଚରଣ ଦ୍ୱାରା ପ୍ରତିଷ୍ଠିତ କରିଛନ୍ତି । ଦେଶର ବ୍ୟବସାୟୀ ଏବଂ କାରବାର କରୁଥିବା ଲୋକ, ସେ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ହୋଇଥାଏ । ସେ ଦେଶରେ ରୋଜଗାରର ସୃଷ୍ଟି କରୁଥିବା ମହତ୍ୱପୂର୍ଣ୍ଣ ଶାଖା । ତାକୁ ଯେତେ ପ୍ରୋତ୍ସାହନ ଦେବା ସମ୍ଭବ ହୋଇ ପାରିବ, ବର୍ତ୍ତମାନ ଭାରତ ସରକାର ଆଉ ଯେଉଁଠାରେ ରାଜ୍ୟରେ ଆମକୁ ସେବା କରିବାର ସୁଯୋଗ ମିଳିଛି, ଏହା ଆମର ପ୍ରାଥମିକତା ହୋଇଛି, ଆମେ ଯୋଗାଇ ଦେଉଛୁ ।

କିନ୍ତୁ ଏହା ମଧ୍ୟ ସତ୍ୟ ଯେ ହାତର ପାଂଚ ଆଙ୍ଗୁଠି ସମାନ ନୁହେଁ । ଆମ ମଧ୍ୟରେ ଏପରି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ଛଳ କପଟ କରି କାରବାର କରୁଛନ୍ତି । ବିଗତ ଚାରି ବର୍ଷରେ ସରକାର ଏହି ସ୍ପଷ୍ଟ ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି କି ଯିଏ ମଧ୍ୟ ହେଉ ସେ ନିୟମ ପରିସରରେ ହିଁ ରହିବା ଦରକାର । ଜିଏସଟି, ଦେବାଳିଆ ଓ ଦେବାଳିଆପଣ ସଂହିତା ଭଳି ଅନେକ ଆଇନ ମାଧ୍ୟମରେ ସଚ୍ଚୋଟତାର ସହ କାରବାର କରୁଥିବା ଲୋକଙ୍କୁ ପ୍ରୋତ୍ସାହନ ଦିଆଯାଉଛି ।  ଆଉ ଏହାର ସବୁଠାରୁ ଅଧିକ ଲାଭ କେଉଁମାନେ ଉଠାଉଛନ୍ତି ତ ମୋର ବୋହରା ସଂପ୍ରଦାୟ ଉଠାଉଛନ୍ତି ।

ଏହା ହେଉଛି ଏକ ବଡ଼ କାରଣ କି ଚାରି ବର୍ଷ ମଧ୍ୟରେ ସମଗ୍ର ଦେଶରେ, ବିଶ୍ୱର ନିବେଶକ ମାନଙ୍କର ବିଶ୍ୱାସ ବୃଦ୍ଧି ପାଇଛି । ଆଜି ସ୍ଥିତି ଏହା ହୋଇଛି କି ମେକ୍ ଇନ୍ ଇଣ୍ଡିଆ ଅଧୀନରେ ମୋବାଇଲ ଫୋନ୍ ହେଉ, ଗାଡ଼ି ଅଥବା ଅନ୍ୟ ସାମଗ୍ରୀ, ଆଜି ଆମର ଏଠାରେ ରେକର୍ଡ ସଂଖ୍ୟାରେ ଉତ୍ପାଦନ ହେଉଛି । ରେକର୍ଡ ସ୍ତରରେ ନିବେଶ ହେଉଛି । ଏହାର ପରିଣାମ ହେଉଛି କି ବିଗତ ତ୍ରୈମାସିକ ୮ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାର ଆପଣ ସମସ୍ତଙ୍କ ପ୍ରୟାସ ଦ୍ୱାରା, ଶହେ ପଚିଶ କୋଟି ଦେଶବାସୀଙ୍କ ପରିଶ୍ରମ ଦ୍ୱାରା ଦେଶ ହାସଲ କରିଛି ଯାହା ବିଶ୍ୱର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ଭାବେ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ଯାଉଛି ।

ଏବେ ଦଶ ପ୍ରତିଶତ ବିକାଶ ଦର ଉପରେ ଦେଶର ଦୃଷ୍ଟି ରହିଛି ଆଉ ଯେଉଁ ଗତିରେ ଆମେ ଆଗକୁ ବଢ଼ୁଛୁ, ସେଠାରେ ଯାବତୀୟ ଆହ୍ୱାନ ପରେ ମଧ୍ୟ ଦେଶର ଶକ୍ତି ଅଛି, ଦେଶ ପହଂଚି ପାରିବ ଆଉ ମୋର ମଧ୍ୟ ଏହି ବିଶ୍ୱାସ ରହିଛି ।

ସାଥୀଗଣ, ସାରା ଦୁନିଆରେ ଭାରତ ପ୍ରତି ସଦ୍ଭାବ ଅତୁଟ ରଖିବାରେ ଆପଣ ସମସ୍ତେ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଦୁନିଆରେ ଯେଉଁଭଳି ଭାବେ ପ୍ରାଚୀନ ଭାରତର ଚମକ ଥିଲା ଆଜି ନ୍ୟୁ ଇଣ୍ଡିଆକୁ ସେହି ସମ୍ମାନ ଦେବାର ସୌଭାଗ୍ୟ ଆମ ସମସ୍ତଙ୍କୁ ମିଳିଛି ।

ଦେଶର ନବ ନିର୍ମାଣ ପାଇଁ ଆମେ ନିରନ୍ତର ମିଳିମିଶି ଆଗକୁ ବଢ଼ି ଚାଲିବା । ଏହି ବିଶ୍ୱାସ ସହିତ ମୁଁ ନିଜ କଥା ସମାପ୍ତ କରୁଛି । ଆପଣ ସମସ୍ତଙ୍କୁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ ଦେଉଛି । ସୟେଦିନା ସାହେବଙ୍କୁ, ତାଙ୍କର ସମସ୍ତ ପରିବାର ଲୋକଙ୍କୁ ମୁଁ ହୃଦୟର ସହିତ କୃତଜ୍ଞତା ଜଣାଉଛି ଆଉ ମୋତେ ନିରନ୍ତର ପ୍ରେମ, ଆଶୀର୍ବାଦ, ଆପଣ ସମସ୍ତଙ୍କଠାରୁ ମିଳି ଚାଲିଛି । ଆପଣଙ୍କର ଆଶୀର୍ବାଦ, ଏହା ହେଉଛି ମୋର ପୁଞ୍ଜି, ଏହା ହେଉଛି ମୋର ଶକ୍ତି; ଯେଉଁ ଶକ୍ତି  କେବଳ ମୋ ପାଇଁ ନାହିଁ, ତାହା ଶହେ ପଚିଶ କୋଟି ଦେଶବାସୀଙ୍କ ପାଇଁ ଅଛି । ଏହି ଆଶୀର୍ବାଦ, ଏହି ଶକ୍ତି, ଏହି ସାମର୍ଥ୍ୟ, ମୁଁ ଦେଶବାସୀଙ୍କ ଚରଣରେ ସମର୍ପିତ କରି ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ।

ଧନ୍ୟବାଦ ।   

 

************