ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ଇନ୍ଷ୍ଟିଟ୍ୟୁଟ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ଏବଂ CPA (ସାର୍ଟିଫାଏଡ୍ ପ୍ରାକ୍ସିସିଂ ଆକାଉଣ୍ଟାଣ୍ଟ ), ଅଷ୍ଟ୍ରେଲିଆ ମଧ୍ୟରେ ସହମତି ରାଜିନାମା (MRA)କୁ ଅନୁମୋଦନ କରିଛି ।
ରାଜିନାମାର ସବିଶେଷ :
ଇନ୍ଷ୍ଟିଟ୍ୟୁଟ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ଏବଂ CPA (ସାର୍ଟିଫାଏଡ୍ ପ୍ରାକ୍ସିସିଂ ଆକାଉଣ୍ଟାଣ୍ଟ), ଅଷ୍ଟ୍ରେଲିଆ ମଧ୍ୟରେ ସହମତି ସ୍ୱୀକୃତି ରାଜିନାମା ଅନୁଯାୟୀ ମିଳିତ ଭାବରେ ଆକାଉଣ୍ଟିଂ ଜ୍ଞାନ, ବୃତ୍ତିଗତ ଏବଂ ବୌଦ୍ଧିକ ବିକାଶ ପାଇଁ ପାରସ୍ପରିକ ସହଯୋଗର ଢାଞ୍ଚା ପ୍ରତିଷ୍ଠା, ସେମାନଙ୍କର ସମ୍ପୃକ୍ତ ସଦସ୍ୟଙ୍କର ଆଗ୍ରହ ଏବଂ ଅଷ୍ଟ୍ରେଲିଆ ଏବଂ ଭାରତରେ ଆକାଉଣ୍ଟିଂ ବୃତ୍ତି ବିକାଶରେ ସହରାତ୍ମକ ଯୋଗଦାନ କରିବେ ।
ପ୍ରଭାବ
MRA କରିବ :
ଉପକାରିତା
ଏହି ଦୁଇ ଅନୁଷ୍ଠାନ ମଧ୍ୟରେ ସହଯୋଗ ଦ୍ୱାରା ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ମିଳିବ ଏବଂ ଭାରତକୁ ଅଧିକ ଟଙ୍କା ଆସିବାର ଆଶା କରାଯାଉଛି ।
କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ :
MRA ଅନ୍ୟ ସଂସ୍ଥାର ସଦସ୍ୟମାନଙ୍କ ପାରସ୍ପରିକ ଯୋଗ୍ୟତାକୁ ସ୍ୱୀକୃତି ପ୍ରଦାନ କରିବ, ଯେଉଁମାନେ ସେମାନଙ୍କର ବର୍ତ୍ତମାନର ଆକାଉଣ୍ଟିଂ ଯୋଗ୍ୟତା ପାଇଁ ଉପଯୁକ୍ତ ତାଲିମ ଗ୍ରହଣକରି ଅନ୍ୟ ସଂସ୍ଥାରେ ଯୋଗଦେବାକୁ ସକ୍ଷମ ଲାଗି ଦୁଇ ସଂସ୍ଥାର ପରୀକ୍ଷା, ତାଲିମ ଏବଂ ବ୍ୟବହାରିକ ଅଭିଜ୍ଞତା ଆବଶ୍ୟକତା ପୂରଣ କରି ସଦସ୍ୟତା ହାସଲ କରିଛନ୍ତି । ଉଭୟ ଆଇସିଏଆଇ ଏବଂ ସିପିଏ ଅଷ୍ଟ୍ରେଲିଆ ଯୋଗ୍ୟତା, ପରସ୍ପର ତାଲିମ ଏବଂ ଜ୍ଞାନକୌଶଳ ଜରିଆରେ ସଦସ୍ୟମାନଙ୍କୁ ସ୍ୱୀକୃତି ଦେବାପାଇଁ ଏକ ସହମତି ସ୍ୱୀକୃତି ଚୁକ୍ତିନାମା ପ୍ରସ୍ତୁତ କରିବ ।
ପୃଷ୍ଠଭୂମି
ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ହେଉଛି ଏକ ବୈଧାନିକ ସଂସ୍ଥା ଯାହାକି ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ବୃତ୍ତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତର ସଂସଦରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଆଇନ୍ ୧୯୪୯ ଦ୍ୱାରା ପ୍ରତିଷ୍ଠିତ । CPA ଅଷ୍ଟ୍ରେଲିଆ ହେଉଛି ବିଶ୍ୱର ସବୁଠାରୁ ବଡ ଆକାଉଣ୍ଟିଂ ସଂସ୍ଥା ମଧ୍ୟରୁ ଗୋଟିଏ ଯାହାର ୧୬୦,୦୦୦ରୁ ଅଧିକ ସଦସ୍ୟ ବିଶ୍ୱର ୧୫୦ ଟି ଦେଶରେ କାର୍ଯ୍ୟ କରିବା ସହିତ ଶିକ୍ଷା, ତାଲିମ ଏବଂ ବୈଷୟିକ ସହାୟତା ଏବଂ ଆଡଭୋକେସୀର ସେବା ପ୍ରଦାନ କରିଥାନ୍ତି ।
******
HS