Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇବ୍ରାହିମ ମହମ୍ମଦ ସୋଲିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ; ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ନେଇ ଜଣାଇଲେ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇବ୍ରାହିମ ମହମ୍ମଦ ସୋଲିଙ୍କୁ ଟେଲିଫୋନ କରି ଗତକାଲି ମାଳଦ୍ୱୀପରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ସୋଲିଙ୍କ ନେତୃତ୍ୱରେ ମାଳଦ୍ୱୀପରେ ଗଣତନ୍ତ୍ର, ଶାନ୍ତି ଏବଂ ସମୃଦ୍ଧି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।

ଶ୍ରୀ ସୋଲି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଅଭିନନ୍ଦନ ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଏବଂ ଉତ୍ତମ ପଡୋଶୀ ସମ୍ପର୍କର ନିବିଡତାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକାଠି କାର୍ଯ୍ୟ କରିବା ନେଇ ଉଭୟ ନେତା ରାଜି ହୋଇଥିଲେ ।

***