ପିଏମଇଣ୍ଡିଆ
ମଣିପୁର ହେଉଛି ଭାରତ ମାତାର ଶୀର୍ଷରେ ସଜ୍ଜିତ ମୁକୁଟମଣି: ପ୍ରଧାନମନ୍ତ୍ରୀ
ଆମକୁ ମଣିପୁରକୁ ନିରନ୍ତର ଶାନ୍ତି ଏବଂ ବିକାଶ ପଥରେ ଆଗେଇ ନେବାକୁ ପଡିବ: ପ୍ରଧାନମନ୍ତ୍ରୀ
ନେତାଜୀଙ୍କ ଦୃଷ୍ଟିକୋଣରେ ମଣିପୁର ଭାରତ ସ୍ୱାଧୀନତାର ପ୍ରବେଶଦ୍ୱାର – ମଣିପୁରରୁ ପ୍ରେରଣା ନେଇ ଆଗୁ ବଢ଼ୁଛି ସରକାର: ପ୍ରଧାନମନ୍ତ୍ରୀ
ସରକାର ମଣିପୁରରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛି: ପ୍ରଧାନମନ୍ତ୍ରୀ
ନେପାଳରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ପଦଗ୍ରହଣ ପାଇଁ ସୁଶୀଳାଜୀଙ୍କୁ ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଅଭିନନ୍ଦନ: ପ୍ରଧାନମନ୍ତ୍ରୀ
ମଣିପୁରରେ ଅପାର ସମ୍ଭାବନା, ପାହାଡ-ଉପତ୍ୟକା ମଧ୍ୟରେ ସଦ୍ଭାବର ସେତୁ ପାଇଁ ନିରନ୍ତର ଆଲୋଚନା ଆବଶ୍ୟକ: ପ୍ରଧାନମନ୍ତ୍ରୀ
୧୩ ସେପ୍ଟେମ୍ବର ୨୦୨୫: ପିଆଇବି ଦିଲ୍ଲୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରର ଇମ୍ଫାଲରେ ୧୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ, ମଣିପୁରର ସମଗ୍ର ବିକାଶ ପାଇଁ ଆଜି ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଏବଂ ଶୁଭାରମ୍ଭ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ଲୋକମାନଙ୍କର ଦୈନନ୍ଦିନ ଜୀବନକୁ ସହଜ କରିବା ସହିତ ରାଜ୍ୟର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏହି ପ୍ରକଳ୍ପମାନ ମଣିପୁରର ଯୁବକ ଏବଂ ରାଜ୍ୟର ପୁଅ ଏବଂ ଝିଅମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡିକ ମଧ୍ୟରୁ ଦୁଇଟି ବିଶେଷ ଗୁରୁତ୍ୱପୂର୍ଣ୍ଣ । ତାହା ହେଉଛି- ୩,୬୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ‘ମଣିପୁର ସହରାଞ୍ଚଳ ସଡକ ପ୍ରକଳ୍ପ’ ଏବଂ ୫,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ‘ମଣିପୁର ଇନଫୋଟେକ ବିକାଶ ପ୍ରକଳ୍ପ’ ।ଶ୍ରୀ ମୋଦୀ କହିଥିଲେ ଯେ ଏହି ପ୍ରକଳ୍ପଗୁଡିକ ଇମ୍ଫାଲରେ ସଡ଼କ ଭିତ୍ତଭୂମିକୁ ସୁଦୃଢ଼ କରିବ ଏବଂ ମଣିପୁରର ଉଜ୍ଜ୍ୱଳ ଭବିଷ୍ୟତରେ ନୂତନ ଶକ୍ତି ସଞ୍ଚାର କରିବ । ସେ ନୂତନ ଭାବରେ ଆରମ୍ଭ ହୋଇଥିବା ସମସ୍ତ ପ୍ରକଳ୍ପ ପାଇଁ ମଣିପୁରର ଲୋକମାନଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ ।
ସ୍ୱାଧୀନତା ପରେ ଦେଶର ପଶ୍ଚିମ ଏବଂ ଦକ୍ଷିଣ ଭାଗର ପ୍ରମୁଖ ସହରଗୁଡିକ ବିକାଶ ହୋଇଥିଲା ଏବଂ ସେଗୁଡିକ ଆକାଂକ୍ଷାର କେନ୍ଦ୍ର ପାଲଟିଥିଲା । ଫଳରେ ସେହି ଅଞ୍ଚଳର ଯୁବକମାନେ ନୂତନ ସୁଯୋଗ ପାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ, “ଏକବିଂଶ ଶତାବ୍ଦୀ ପୂର୍ବ ଏବଂ ଉତ୍ତର–ପୂର୍ବ”ର ଭାରତ ସରକରା ନିରନ୍ତର ମଣିପୁରର ବିକାଶକୁ ପ୍ରାଥମିକତା ଦେଇଆସିଛି। ଫଳସ୍ୱରୂପ, ମଣିପୁରର ଅଭିବୃଦ୍ଧି ହାର ନିରନ୍ତର ବୃଦ୍ଧି ପାଉଛି । ସେ କହିଥିଲେ, ୨୦୧୪ ପୂର୍ବରୁ ମଣିପୁରର ଅଭିବୃଦ୍ଧି ହାର ଏକ ପ୍ରତିଶତରୁ କମ ଥିଲା । ଆଜି ମଣିପୁର ପୂର୍ବ ଅପେକ୍ଷା ବହୁ ଗୁଣରେ ଦ୍ରୁତ ଗତିରେ ପ୍ରଗତି କରୁଛି । ଶ୍ରୀ ମୋଦୀ କହିଥିଲେ ଯେ, ମଣିପୁରରେ ଭିତ୍ତୂମି ବିକାଶର ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଛି । ରାଜ୍ୟରେ ସଡ଼କ ନିର୍ମାଣ ଏବଂ ଜାତୀୟ ରାଜପଥ ବିକାଶର ଗତି ବହୁ ଗୁଣ ବୃଦ୍ଧି ପାଇଛି ବୋଲି ସେ ସନ୍ତୋଷ ପ୍ରକାଶ କରିଥିଲେ । ସେ ଆହୁରିମଧ୍ୟ କହିଥିଲେ ଯେ, ପ୍ରତ୍ୟେକ ଗ୍ରାମକୁ ସଡ଼କ ସଂଯୋଗୀକରଣ ବିସ୍ତାର କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି ।
ଇମ୍ଫାଲ ସମ୍ଭାବନାର ସହର ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ସେ ଇମ୍ଫାଲକୁ ଭାରତର ଏକ ବିକଶିତ ସହର ଭାବରେ କଳ୍ପନା କରନ୍ତି, ଯାହା ଯୁବପିଢ଼ିଙ୍କ ସ୍ୱପ୍ନ କୂରଣ କରିବ ତଥା ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ । ସେ ସୂଚନା ଦେଇଥିଲେ ଯେ, ଏହି ଦୃଷ୍ଟିକୋଣ ଅନୁଯାୟୀ, ସ୍ମାର୍ଟ ସିଟି ମିଶନ ଅଧୀନରେ ଇମ୍ଫାଲରେ ଅନେକ ପ୍ରକଳ୍ପ ସମାପ୍ତ ହୋଇଛି । ଶହ ଶହ କୋଟି ଟଙ୍କାର ଆହୁରି ଅନେ ପ୍ରକଳ୍ପ ମଧ୍ୟ ଦ୍ରୁତ ଗତିରେ ଅଗ୍ରଗତି କରୁଛି ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଇମ୍ଫାଲ ହେଉ କିମ୍ବା ମଣିପୁରର ଅନ୍ୟ ଅଞ୍ଚଳ, ଷ୍ଟାର୍ଟଅପ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ଶିଳ୍ପ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି । ଆଇଟି ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ଏହି ସମ୍ଭାବନାଗୁଡିକୁ ଆହୁରି ମଜବୁତ କରିବ ଏବଂ ଏହି କ୍ଷେତ୍ରର ପ୍ରଥମ କୋଠା ପୂର୍ବରୁ ସମ୍ପୂର୍ଣ୍ଣ ହୋଇସାରିଛି । ଶ୍ରୀ ମୋଦୀ କହିଥିଲେ ଯେ, ମଣିପୁରରେ ଏକ ନୂତନ ସିଭିଲ କୋର୍ଟ କୋଠା ପାଇଁ ବହୁ ଦିନରୁ ଦାବି ଥିଲା । ଏହି କୋଠା ଏବେ ପ୍ରସ୍ତୁତ ଏବଂ ଏହା ଶାସନରେ ‘ନାଗରିକ ଦେବୋ ଭବ’ର ଭାବନାକୁ ଆହୁରି ମଜବୁତ କରିବ ବୋଲି ସେ କହିଥିଲେ।
ମଣିପୁରରୁ ଅନେକ ଲୋକ ପ୍ରାୟତଃ କୋଲକାତା ଏବଂ ଦିଲ୍ଲୀକୁ ଯାତାୟାତ କରୁଥିବା ଉଲ୍ଲେଖ କରି ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, ଏହି ସହରଗୁଡିକରେ ସୁଲଭ ବାସସ୍ଥାନ ସୁନିଶ୍ଚିତ କରିବା ପାଇଁ, ଉଭୟ ସ୍ଥାନରେ ମଣିପୁର ଭବନ ନିର୍ମାଣ କରାଯାଇଛି । ଏହି ସୁବିଧାଗୁଡିକ ମଣିପୁରର ଝିଅମାନଙ୍କୁ ବହୁତ ସହାୟକ ହେବ । ଯେତେବେଳେ ପିଲାମାନେ ସେଠାରେ ସୁରକ୍ଷିତ ଏବଂ ନିରାପଦ ରହିବେ, ସେତେବେଳେ ଏହା ଘରକୁ ଫେରିଥିବା ପିତାମାତାଙ୍କ ଚିନ୍ତା କମ ହେବ ।
ଲୋକଙ୍କ କଷ୍ଟ କମ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରୁଛନ୍ତି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ସ୍ୱୀକାର କରିଛନ୍ତି ଯେ, ମଣିପୁରର ଅନେକ ଅଂଶ ବନ୍ୟାଜନିତ ଆହ୍ୱାନର ସମ୍ମୁଖୀନ ହେଉଛି । ଏହି ସମସ୍ୟାକୁ କମାଇବା ପାଇଁ ସରକାର ସକ୍ରିୟ ଭାବରେ ବିଭିନ୍ନ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି ।
ମଣିପୁର ଏକ ରାଜ୍ୟ ଯେଉଁଠାରେ ମାଆ ଏବଂ ଭଉଣୀମାନେ ଅର୍ଥବ୍ୟବସ୍ଥାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବୋଲି ବୁଝାଇ ପ୍ରଧାନମନ୍ତ୍ରୀ ଇମା କିଥେଲଙ୍କ ପରମ୍ପରାକୁ ଏହି ସତ୍ୟର ଏକ ଶକ୍ତିଶାଳୀ ପ୍ରମାଣ ଭାବରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ମହିଳା ସଶକ୍ତିକରଣକୁ ଭାରତର ବିକାଶ ଏବଂ ଆତ୍ମନିର୍ଭର ଭାରତର ପରିକଳ୍ପନାର ଏକ କେନ୍ଦ୍ରୀୟ ସ୍ତମ୍ଭ ବୋଲି ବିବେଚନା କରନ୍ତି । ସେ କହିଥିଲେ ଯେ, ଏହି ପ୍ରେରଣା ମଣିପୁରରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ । ବର୍ତ୍ତମାନର ସରକାର ଗଠନ ହେବା ପରେ, ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ହାଟ ବଜାର ଆରମ୍ଭ କରାଯାଇଛି ଯାହା, ଇମା ମାର୍କେଟ ନାମରେ ଜଣାଶୁଣା । ସେ ଖୁସି ପ୍ରକାଶ କରିଥିଲେ ଯେ, ଆଜି ଚାରୋଟି ନୂତନ ଇମା ମାର୍କେଟ ଉଦ୍ଘାଟନ ହୋଇଛି ଏବଂ ଏହି ବଜାରଗୁଡିକ ମଣିପୁରର ମହିଳାମାନଙ୍କୁ ବହୁଳ ଭାବରେ ସହାୟକ ହେବ ।
ପ୍ରତ୍ୟେକ ନାଗରିକଙ୍କ ପାଇଁ ଜୀବନକୁ ସହଜ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମଣିପୁର ସେହି କଷ୍ଟକର ଦିନ ଦେଖିଛି ଯେତେବେଳେ ଏହି ଅଞ୍ଚଳକୁ ସାମଗ୍ରୀ ପରିବହନ ଏକ ବଡ ଆହ୍ୱାନ ଥିଲା । ଦୈନନ୍ଦିନ ଜିନିଷପତ୍ର ମଧ୍ୟ ସାଧାରଣ ପରିବାର ପାଇଁ ଉପଲବ୍ଧ ହୋଇପାରୁନଥିଲା । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ବିଗତ ବର୍ଷଗୁଡିକରେ, ଆମ ସରକାର ମଣିପୁରକୁ ସେହି ପୁରୁଣା କଷ୍ଟକୁ ଦୂର କରିବାରେ ସାହାଯ୍ୟ କରିଛି। ସେ ଏକ ନୂତନ ବିକାଶର ଘୋଷଣା କରି କହିଥିଲେ ଯେ, ଆମ ସରକାର ସଞ୍ଚୟ ବଢ଼ାଇବା ଏବଂ ଲୋକଙ୍କ ପାଇଁ ଜୀବନକୁ ଅଧିକ ସୁବିଧାଜନକ କରିବାକୁ ଚାହୁଁଛି । ସେମାନଙ୍କ ସରକାର ଜିଏସ୍ଟିକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ମଣିପୁରର ଲୋକଙ୍କ ପାଇଁ ଦ୍ୱିଗୁଣ ଲାଭ ଆଣିବ । ଏହା ଫଳରେ ସାବୁନ, ସାମ୍ପୁ, କେଶ ତେଲ, ପୋଷାକ ଏବଂ ଚପଲ ଭଳି ଅନେକ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଏବେ ଅଧିକ ସୁଲଭ ହେବ । ଏହାଛଡା ସିମେଣ୍ଟ ଏବଂ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀର ମୂଲ୍ୟ ମଧ୍ୟ ହ୍ରାସ ପାଇବ । ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, ହୋଟେଲ ଏବଂ ଖାଦ୍ୟ ସେବା ଉପରେ ମଧ୍ୟ ଜିଏସ୍ଟି ଯଥେଷ୍ଟ ହ୍ରାସ ପାଇଛି । ସେ ମନ୍ତବ୍ୟ ଦେଇଥିଲେ ଯେ, ଏହା ଅତିଥି ଗୃହର ମାଲିକ, ଟ୍ୟାକ୍ସି ଅପରେଟର ଏବଂ ରାସ୍ତା କଡ ଖାଦ୍ୟ ପାନୀୟ ଦୋକାନଗୁଡିକୁ ଲାଭାନ୍ୱିତ କରିବ । ଏଥିସହ ଏହି ପଦକ୍ଷେପ ଉକ୍ତ ଅଞ୍ଚଳରେ ପର୍ଯ୍ୟଟନକୁ ମଧ୍ୟ ବୃଦ୍ଧି କରିବାରେ ସହାୟକ ହେବ ।
“ମଣିପୁର ହଜାର ହଜାର ବର୍ଷର ସମୃଦ୍ଧ ଐତିହ୍ୟ ବହନ କରୁଛି । ଏହି ଅଞ୍ଚଳର ସାଂସ୍କୃତିକ ମୂଳ ଗଭୀର ଏବଂ ସୁଦୃଢ଼ । ମଣିପୁର ହେଉଛି ଭାରତ ମାତାର ଶୀର୍ଷରେ ଅଳଙ୍କାରିତ ମୁକୁଟ ମଣି” ବୋଲି ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ । ସେ ମଣିପୁରର ବିକାଶମୂଳକ ପ୍ରତିଛବିକୁ ନିରନ୍ତର ମଜବୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ମଣିପୁରରେ କୌଣସି ପ୍ରକାରର ହିଂସା ଦୁର୍ଭାଗ୍ୟଜନକ ଏବଂ ଏପରି ହିଂସା ଆମ ପୂର୍ବପୁରୁଷ ତଥା ଭବିଷ୍ୟତ ପିଢ଼ି, ଉଭୟଙ୍କ ପ୍ରତି ଘୋର ଅନ୍ୟାୟ । ସେ ମଣିପୁରକୁ ଶାନ୍ତି ଏବଂ ବିକାଶ ପଥରେ ନିରନ୍ତର ଆଗେଇ ନେବାର ଆବଶ୍ୟକତା ଉପରେ ଗୁରୁ୍ତ୍ୱାରୋପ କରିଥିଲେ । ପ୍ରଧାନନ୍ତ୍ରୀ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଜାତୀୟ ପ୍ରତିରକ୍ଷାରେ ମଣିପୁରର ପ୍ରେରଣାଦାୟକ ଅବଦାନ ଉପରେ ଆଲୋକପାତ କରିଥିଲେ । ସେ ମନେ ପକାଇଥିଲେ ଯେ, ଏହା ମଣିପୁରର ମାଟିରେ ଥିଲା, ଯେଉଁଠାରେ ଭାରତୀୟ ଜାତୀୟ ସେନା ପ୍ରଥମେ ଭାରତର ନିଜସ୍ୱ ପତାକା ଉତ୍ତୋଳନ କରିଥିଲା । ସେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ କଥା ଉଦ୍ଧୃତ କରିଥିଲେ, ଯିଏ ମଣିପୁରକୁ ଭାରତର ସ୍ୱାଧୀନତାର ପ୍ରବେଶ ଦ୍ୱାର ବୋଲି କହିଥିଲେ ଏବଂ ଏହି ଭୂମିରୁ ଅନେକ ସାହସୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ସରକାର ମଣିପୁରର ପ୍ରତ୍ୟେକ ମହାନ ବ୍ୟକ୍ତିତ୍ୱଙ୍କଠାରୁ ପ୍ରେରଣା ନେଇଥାନ୍ତି । ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକ ପ୍ରମୁଖ ପଦକ୍ଷେପ – ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପପୁଞ୍ଜରେ ଥିବା ମାଉଣ୍ଟ ହାରିଏଟକୁ ମାଉଣ୍ଟ ମଣିପୁର ନାମରେ ନାମିତ କରିବା ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହା ମଣିପୁରର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଏକ ଜାତୀୟ ଶ୍ରଦ୍ଧାଞ୍ଜଳି ।
ଆଜି ମଧ୍ୟ ମଣିପୁରର ଅନେକ ପୁଅ ଝିଅ ଭାରତ ମାତାର ସୁରକ୍ଷା ପାଇଁ ଦେଶର ବିଭିନ୍ନ ସ୍ଥାନରେ ସେବା କରୁଛନ୍ତି ବୋଲି ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅପରେସନ ସିନ୍ଦୁର ସମୟରେ ବିଶ୍ୱ ଭାରତୀୟ ସଶସ୍ତ୍ର ବାହିନୀର ଶକ୍ତି ଦେଖିଥିଲା । ସେ କହିଥିଲେ ଯେ, ଭାରତୀୟ ସୈନିକମାନେ ଏପରି ନିର୍ଣ୍ଣାୟକ ଆଘାତ ଦେଇଥିଲେ ଯେ, ପାକିସ୍ତାନୀ ସେନାର ମନୋବଳ ଦୋହଲିଯାଇଥିଲା । ଏହି ଅପରେସନ ସମୟରେ ଭାରତର ସଫଳତାରେ ମଣିପୁରର ସାହସୀ ପୁଅ ଝିଅମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ । ଏପରି ଜଣେ ବୀର ସୈନିକ ସହିଦ ଦୀପକ ଚିଙ୍ଗଖାମ୍ଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତାଙ୍କ ସାହସକୁ ସଲାମ କରିଥିଲେ । ସେ ଦୃଢ଼ ଭାବରେ କହିଥିଲେ ଯେ, ଅପରେସନ ସିନ୍ଦୁର ସମୟରେ ଦୀପକ ଚିଙ୍ଗଖାମଙ୍କ ବଳିଦାନକୁ ଦେଶ ସର୍ବଦା ମନେ ରଖିବ ।
୨୦୧୪ରେ ତାଙ୍କ ମଣିପୁର ଗସ୍ତ ଏବଂ ସେତେବେଳେ ତାଙ୍କ ଦ୍ୱାରା ଦିଆଯାଇଥିବା ଏକ ବିବୃତ୍ତିକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ମଣିପୁରୀ ସଂସ୍କୃତି ବିନା ଭାରତୀୟ ସଂସ୍କୃତି ଅସମ୍ପୂର୍ଣ୍ଣ ଏବଂ ମଣିପୁରର ଖେଳାଳୀମାନଙ୍କ ବିନା, ଭାରତୀୟ କ୍ରୀଡା ଅସମ୍ପୂର୍ଣ୍ଣ ରହିଥାଏ । ସେ କହିଥିଲେ ଯେ, ମଣିପୁରର ଯୁବକମାନେ ଜାତୀୟ ପତାକାର ଗର୍ବକୁ ବଜାୟ ରଖିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରନ୍ତି । ସେ ଜୋର ଦେଇ କହିଥିଲେ ଯେ, ଏହି ପରିଚୟ ହିଂସାର ଅନ୍ଧକାର ଛାୟା ଦ୍ୱାରା ଲୁପ୍ତ ହେବା ଉଚିତ ନୁହେଁ ।
ପ୍ରଧାନମନ୍ତ୍ରୀ କହିଥିଲେ, “ଭାରତ ଏକ ବିଶ୍ୱସ୍ତରୀୟ କ୍ରୀଡା ଶକ୍ତି କେନ୍ଦ୍ର ଭାବରେ ଉଭା ହେଉଥିବାରୁ, ମଣିପୁରର ଯୁବପିଢ଼ିଙ୍କ ଦାୟିତ୍ୱ ଆହୁରି ବୃଦ୍ଧି ପାଇଛି । ଏହି କାରଣରୁ ଭାରତ ସରକାର ଦେଶର ପ୍ରଥମ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ପାଇଁ ମଣିପୁରକୁ ବାଛିଛନ୍ତି” । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଖେଲୋ ଇଣ୍ଡିଆ ଯୋଜନା ଏବଂ ଅଲିମ୍ପିକ ପୋଡିୟମ ଯୋଜନା ଅଧୀନରେ, ମଣିପୁରର ଅନେକ କ୍ରୀଡାବିତଙ୍କୁ ଉତ୍ସାହିତ ଏବଂ ସମର୍ଥନ କରାଯାଉଛି । ଏଥିସହ ମଣିପୁରରେ ଯୁବପିଢ଼ିଙ୍କ ପାଇଁ ଆଧୁନିକ କ୍ରୀଡା ଭିତ୍ତଭୂମି ବିକଶିତ କରାଯାଉଛି । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ପୋଲୋକୁ ପ୍ରୋତ୍ସାହିତ କରିବା ପାଇଁ, ମାର୍ଜିଂ ପୋଲୋ କମ୍ପେ୍ଲକ୍ସ ପ୍ରତିଷ୍ଠିତ ହୋଇଛି, ଯେଉଁଥିରେ ବିଶ୍ୱର ସବୁଠାରୁ ଉଚ୍ଚ ପୋଲୋ ପ୍ରତିମା ରହିଛି । ସେ ଆହୁରିମଧ୍ୟ କହିଛନ୍ତି ଯେ, ଏହି ଅଞ୍ଚଳର ଅଲିମ୍ପିଆନମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ଅଲିମ୍ପିଆନ ପାର୍କ ମଧ୍ୟ ନିର୍ମାଣ କରାଯାଇଛି । ସରକାର ସମ୍ପ୍ରତି ଜାତୀୟ କ୍ରୀଡା ନୀତି – ଖେଲୋ ଇଣ୍ଡିଆ ନୀତି ଘୋଷଣା କରିଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଆଗାମୀ ବର୍ଷଗୁଡିକରେ ମଣିପୁରର ଯୁବପିଢ଼ିଙ୍କୁ ବହୁତ ଲାଭାନ୍ୱିତ କରିବ ।
ପ୍ରଧାନମନ୍ତ୍ରୀ କହିଥିଲେ, “ମଣିପୁରରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଆମ ସରକାର ନିରନ୍ତର କାର୍ଯ୍ୟ କରୁଛି” । ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯିବା ଆବଶ୍ୟକ ଏବଂ ଶିବିରରେ ରହିବାକୁ ବାଧ୍ୟ ହେଉଥିବା ଲୋକମାନଙ୍କୁ ସାଧାରଣ ଜୀବନକୁ ଫେରିବାର ସୁଯୋଗ ମିଳିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ ସୂଚନା ଦେଇଥିଲେ ଯେ, ବିସ୍ଥାପିତ ପରିବାର ପାଇଁ ୭,୦୦୦ ନୂତନ ଘର ମଞ୍ଜୁର କରାଯାଇଛି । ଶ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ, କେନ୍ଦ୍ର ସରକାର ସମ୍ପ୍ରତି ମଣିପୁର ପାଇଁ ପ୍ରାୟ ୩,୦୦୦ କୋଟିର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ, ବିସ୍ଥାପିତ ବ୍ୟକ୍ତିମାନଙ୍କୁ ସହାୟତା କରିବା ପାଇଁ ୫୦୦ କୋଟିରୁ ଅଧିକ ଅର୍ଥ ବ୍ୟୟ କରାଯାଇଛି । ପ୍ରଧାନମନ୍ତ୍ରୀ ଆହୁରିମଧ୍ୟ କହିଥିଲେ ଯେ, ହିଂସା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାଧାରଣ ଜୀବନକୁ ଫେରିବାରେ ସାହାଯ୍ୟ କରିବା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା । ମଣିପୁର ପୋଲିସ ପାଇଁ ନବନିର୍ମିତ ମୁଖ୍ୟାଳୟ ମଧ୍ୟ ଏହି ପ୍ରୟାସକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମଣିପୁର ମାଟିରୁ ସେ ନେପାଳର ବନ୍ଧୁମାନଙ୍କୁ ସମ୍ବୋଧିତ କରିବାକୁ ଚାହାଁନ୍ତି । ହିମାଳୟର କୋଣରେ ଅବସ୍ଥିତ ନେପାଳ, ଭାରତର ଏକ ଘନିଷ୍ଠ ବନ୍ଧୁ ଏବଂ ବିଶ୍ୱସ୍ତ ସହଯୋଗୀ । ଉଭୟ ରାଷ୍ଟ୍ରର ସମାନ ଇତିହାସ, ବିଶ୍ୱାସ ଏବଂ ଭବିଷ୍ୟତର ଏକ ସାମୂହିକ ଯାତ୍ରା ଦ୍ୱାରା ଆବଦ୍ଧ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଶ୍ରୀମତୀ ସୁଶୀଳାଙ୍କୁ ନେପାଳର ଆନ୍ତରୀଣ ସରକାରଙ୍କ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପାଇଁ ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ । ସେ ନେପାଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିର ପଥ ପ୍ରଶସ୍ତ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଶ୍ରୀମତୀ ସୁଶୀଳାଙ୍କ ନିଯୁକ୍ତି ମହିଳା ସଶକ୍ତିକରଣର ଏକ ଉଲ୍ଲେଖନୀୟ ଉଦାହରଣ । ସେ ନେପାଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଶଂସା କରିଥିଲେ, ଯେଉଁମାନେ ଅସ୍ଥିରତାପୂର୍ଣ୍ଣ ପରିବେଶରେ ମଧ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିଛନ୍ତି ।
ନେପାଳରେ ସାମ୍ପ୍ରତିକ ବିକାଶର ଏପରି ଏକ ଉଲ୍ଲେଖନୀୟ ଦିଗ ରହିଛି, ଯାହା ଉପରେ ବିଶେଷ ଧ୍ୟାନ ଦିଆଯାଇନାହିଁ । ପ୍ରଧାନମନ୍ତ୍ରୀ ଏହା ଉପରେ ଆଲୋକପାତ କରି କହିଛନ୍ତି ଯେ, ଗତ ଦୁଇରୁ ତିନି ଦିନ ମଧ୍ୟରେ, ନେପାଳର ଯୁବକ ଏବଂ ଯୁବତୀମାନେ ଉତ୍ସର୍ଗୀକୃତ ତଥା ପବିତ୍ରତାର ମନୋଭାବ ସହିତ ରାସ୍ତାଗୁଡିକୁ ସଫା ଏବଂ ରଙ୍ଗ କରୁଥିବାର ଦେଖାଯାଇଛି । ସେମାନଙ୍କର ଫଟୋ ମଧ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବାର ସେ ଦେଖିଛନ୍ତି । ପ୍ରଧାନମନ୍ତ୍ରୀ ସେମାନଙ୍କର ସକରାତ୍ମକ ମାନସିକତା ଏବଂ ଗଠନମୂଳକ କାର୍ଯ୍ୟଗୁଡିକୁ କେବଳ ପ୍ରେରଣାଦାୟକ ନୁହେଁ ବରଂ ନେପାଳର ପୁନରୁଥାନର ଏକ ସ୍ପଷ୍ଟ ସୂଚକ ଭାବରେ ବର୍ଣ୍ଣନା କରିଛନ୍ତି । ସେ ନେପାଳକୁ ଏକ ଉଜ୍ଜ୍ୱଳ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ତାଙ୍କର ଶୁଭକାମନା ଜଣାଇଛନ୍ତି ।
ମଣିପୁର ଅସୀମ ସମ୍ଭାବନାରେ ପରିପୂର୍ଣ୍ଣ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏକବିଂଶ ଶତାବ୍ଦୀରେ, ଭାରତ ଏକମାତ୍ର ଲକ୍ଷ୍ୟ ସହିତ ଆଗକୁ ବଢ଼ୁଛି, ତାହା ହେଉଛି – ଏକ ବିକଶିତ ଭାରତର ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ମଣିପୁରର ବିକାଶ ଆବଶ୍ୟକ ।” ସେ କହିଛନ୍ତି ଯେ, ବିକାଶ ପଥରେ ଦୃଢ଼ ଭାବରେ ରହିବା ସମସ୍ତଙ୍କର ସାମୂହିକ କର୍ତ୍ତବ୍ୟ । ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଛନ୍ତି ଯେ, ମଣିପୁରରେ କୌଣସି କ୍ଷମତାର ଅଭାବ ନାହିଁ, ଆଲୋଚନାର ପଥକୁ ନିରନ୍ତର ମଜବୁତ କରିବା ଏବଂ ପାହାଡ ତଥା ଉପତ୍ୟକା ମଧ୍ୟରେ ସମନ୍ୱୟ ତଥା ସଦ୍ଭାବର ଏକ ଦୃଢ଼ ସେତୁ ନିର୍ମାଣ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ମଣିପୁର ଭାରତର ଅଭିବୃଦ୍ଧିର ଏକ ଶକ୍ତିଶାଳୀ କେନ୍ଦ୍ରରେ ପରିଣତ ହେବ ବୋଲି ବିଶ୍ୱାସ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ଶେଷ କରିଥିଲେ । ସେ ପୁଣିଥରେ ବିକାଶମୂଳକ ପ୍ରକଳ୍ପ ପାଇଁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ମଣିପୁର ରାଜ୍ୟପାଳ ଶ୍ରୀ ଅଜୟ କୁମାର ଭଲ୍ଲାଙ୍କ ସମେତ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ଇମ୍ଫାଲରେ ୧୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକରେ ମନ୍ତ୍ରୀପୁଖରୀରେ ନୂତନ ସିଭିଲ୍ କୋର୍ଟ, ଆଇଟି ଏସଇଜେଡ୍ ଭବନ, ନୂଆ ପୋଲିସ ମୁଖ୍ୟାଳୟ, ଦିଲ୍ଲୀ ଏବଂ କୋଲକତାରେ ମଣିପୁର ଭବନ, ସହିତ ୪ଟି ଜିଲ୍ଲାରେ ମହିଳାମାନଙ୍କ ପାଇଁ ବିଶେଷ ‘ଇମା ମାର୍କେଟ’ ଅନ୍ତର୍ଭୁକ୍ତ ଅଟେ ।
SR
Speaking at the launch of various development initiatives in Imphal.
— Narendra Modi (@narendramodi) September 13, 2025
https://t.co/k6nt5ydpLM
मणिपुर...मां भारती के मुकुट पर सजा मुकुट रत्न है: PM @narendramodi pic.twitter.com/MCiNXKn9Ew
— PMO India (@PMOIndia) September 13, 2025
हमें मणिपुर को लगातार शांति और विकास के रास्ते पर ले आगे जाना है: PM @narendramodi pic.twitter.com/RHwuDQIqfM
— PMO India (@PMOIndia) September 13, 2025
नेताजी सुभाष ने मणिपुर को भारत की आज़ादी का द्वार कहा था।
— PMO India (@PMOIndia) September 13, 2025
इस मिट्टी ने अनेक वीर बलिदानी दिए हैं। हमारी सरकार, मणिपुर के ऐसे हर महान व्यक्तित्व से प्रेरणा लेते हुए आगे बढ़ रही है: PM @narendramodi pic.twitter.com/gihsg5V3lS
The government is working to ensure peace and stability in Manipur. pic.twitter.com/XAbhcG4DtG
— PMO India (@PMOIndia) September 13, 2025
मैं आज नेपाल में अंतरिम सरकार की प्रधानमंत्री के रूप में पदभार संभालने पर 140 करोड़ भारतवासियों की तरफ से श्रीमती सुशीला जी को हार्दिक बधाई देता हूं।
— PMO India (@PMOIndia) September 13, 2025
मुझे विश्वास है कि वे नेपाल में शांति, स्थिरता और समृद्धि का मार्ग प्रशस्त करेंगी: PM @narendramodi
नेपाल में हुए घटनाक्रम में एक और बात विशेष रही है...जिसकी ओर लोगों का ध्यान नहीं गया।
— PMO India (@PMOIndia) September 13, 2025
पिछले दो-तीन दिनों से नेपाल के युवक-युवतियाँ... नेपाल की सड़कों पर सफ़ाई और रंग-रोगन का काम बड़ी मेहनत और पवित्रता के भाव से करते हुए देखे जा रहे हैं: PM @narendramodi
Manipur has immense potential. We must continuously strengthen dialogue to build a strong bridge of harmony between the hills and the valley. pic.twitter.com/MAiV0Znfp8
— PMO India (@PMOIndia) September 13, 2025
India will always pray that the future of Nepal is full of brightness and prosperity. pic.twitter.com/nQhbtjSelr
— Narendra Modi (@narendramodi) September 13, 2025
मणिपुर की इस धरती से आज मैं नेपाल के हर उस व्यक्ति की सराहना करता हूं, जिसने अस्थिरता भरे माहौल में भी लोकतांत्रिक मूल्यों को सर्वोपरि रखा है। pic.twitter.com/4z1vhS0Ofx
— Narendra Modi (@narendramodi) September 13, 2025
आजादी की लड़ाई से लेकर ऑपरेशन सिंदूर तक मणिपुर की मिट्टी ने देश को अनेक वीर-बलिदानी दिए हैं। इनसे प्रेरणा लेते हुए हम राज्य की शांति और समृद्धि के लिए निरंतर काम कर रहे हैं। pic.twitter.com/ggK825aurQ
— Narendra Modi (@narendramodi) September 13, 2025
आज जब भारत ग्लोबल स्पोर्ट्स का पावरहाउस बन रहा है, तब मणिपुर के नौजवानों का दायित्व और बढ़ गया है। इसे देखते हुए हम उन्हें हर तरह से प्रोत्साहित करने में जुटे हैं। pic.twitter.com/ngG2dHe8Y6
— Narendra Modi (@narendramodi) September 13, 2025
मुझे विश्वास है कि मणिपुर देश की ग्रोथ का मजबूत सेंटर बनकर विकसित भारत के लक्ष्य में अहम भागीदारी निभाएगा। pic.twitter.com/U09kwuw0qF
— Narendra Modi (@narendramodi) September 13, 2025
इंफाल में मणिपुर के मेरे भाई-बहनों के जोश और उत्साह से पता चलता है कि राज्य के विकास को लेकर हमारी सरकार में उनका विश्वास कितना गहरा है। pic.twitter.com/nHoaJ2Gf7P
— Narendra Modi (@narendramodi) September 13, 2025