ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟଙ୍କୁ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଲାଗି ଭାରତ ଏବଂ ଅଙ୍ଗୋଲା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ବିଷୟରେ ଅବଗତ କରାଯାଇଛି ।
ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଇ-ଗଭର୍ଣ୍ଣାନ୍ସ, ସୂଚନା ପ୍ରଯୁକ୍ତି ଶିକ୍ଷା ଲାଗି ମାନବ ସମ୍ବଳ ବିକାଶ, ସୂଚନା ସୁରକ୍ଷା, ଇଲେକଟ୍ରୋନିକ୍ସ, ହାର୍ଡୱେର ନିର୍ମାଣ, ସୂଚନା ପ୍ରଯୁକ୍ତି ସଫ୍ଟୱେର ଉଦ୍ୟୋଗ, ଟେଲି ମେଡ଼ିସିନ ଆଦି କ୍ଷେତ୍ରରେ ନିବିଡ଼ ସହଯୋଗୁ ପ୍ରୋତ୍ସାହନ ଦେବା ।
****