Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇସ୍ରାଏଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ବେନ ଗୁରିଅନ୍ ବିମାନବନ୍ଦରରେ ରାଜକୀୟ ସ୍ୱାଗତ

ଇସ୍ରାଏଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ବେନ ଗୁରିଅନ୍ ବିମାନବନ୍ଦରରେ ରାଜକୀୟ ସ୍ୱାଗତ

ଇସ୍ରାଏଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ବେନ ଗୁରିଅନ୍ ବିମାନବନ୍ଦରରେ ରାଜକୀୟ ସ୍ୱାଗତ

ଇସ୍ରାଏଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ବେନ ଗୁରିଅନ୍ ବିମାନବନ୍ଦରରେ ରାଜକୀୟ ସ୍ୱାଗତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଆଜି ବେନ୍ ଗୁରିଅନ୍ ବିମାନବନ୍ଦରରେ ପହଂଚିଥିଲେ  ।

ବିସ୍ତୃତ ସରକାରୀ ସ୍ୱାଗତ କାର୍ଯ୍ୟକ୍ରମରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ  । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜକୀୟ ସମ୍ମାନ ପ୍ରଦାନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କ ବିବୃତି ହିନ୍ଦୀରେ ଜାରି କରିଥିଲେ । ଆପ୍ କା ସ୍ୱାଗତ ହେ ମେରେ ଦୋସ୍ତ (ହେ ମୋର ବନ୍ଧୁ, ଆପଣଙ୍କୁ ସ୍ୱାଗତ) । ସେ କହିଥିଲେ  ପ୍ରଧାନମନ୍ତ୍ରୀଙ୍କୁ ଆମ ଦେଶ ଖୋଲା ହୃଦୟରେ ସ୍ୱାଗତ କରୁଛି ।  ଦୁଇ ଦେଶ ମଧ୍ୟରେ ସହଯୋଗର କୌଣସି ସୀମା ନାହିଁ  । ସେ ପ୍ରଧାନମନ୍ତ୍ରୀଙ୍କୁ ଜଣେ ମହାନ ନେତା ଏବଂ ବିଶ୍ୱ ନେତା ଭାବେ ବର୍ଣ୍ଣନା କରିଥିଲେ  ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ହେବ୍ରୁ (ଇହୁଦୀମାନଙ୍କ ଭାଷା)ରେ ଶାଲୋମ୍ ଲେକୁଲମ୍ କହି ଅଭିବାଦନ ଜଣାଇଥିଲେ  । ସେ ଆହୁରି ମଧ୍ୟ ଇସ୍ରାଏଲରେ ପହଂଚି ଆନନ୍ଦ ଅନୁଭବ କରୁଛନ୍ତି ବୋଲି ହେବ୍ରୁ ଭାଷାରେ କହିଥିଲେ ।

ଏହି ଅବସରରେ ସେ ଇସ୍ରାଏଲର “ଏନ୍ତେବେ କାର୍ଯ୍ୟାନୁଷ୍ଠାନ” କଥା ମନେ ପକାଇଥିଲେ । ଠିକ୍ 41 ବର୍ଷ ପୂର୍ବେ 4 ଜୁଲାଇରେ ଯେତେବେଳେ ଅନେକ ଇସ୍ରାଏଲ ବନ୍ଦୀଙ୍କୁ ମୁକୁଳାଇବା ଲାଗି ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଜେଷ୍ଠ ଭ୍ରାତା ତାଙ୍କ ପ୍ରାଣବଳୀ ଦେଇଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଚ୍ଚ ଅଭିବୃଦ୍ଧି ଏବଂ ସାମଗ୍ରୀକ ବିକାଶ ଲକ୍ଷ୍ୟ ଦିଗରେ ଆଗେଇ ଚାଲିଥିବାରୁ ଇସ୍ରାଏଲକୁ ଭାରତ ନିଜର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବେ ବିବେଚନା କରୁଛି  ।

ସହଭାଗୀ ଅର୍ଥନୈତିକ ସମୃଦ୍ଧି ଲାଗି ସହଯୋଗ ବୃଦ୍ଧି କରିବା ସହିତ ଆମେ ଆମ ସମାଜକୁ ଆତଙ୍କବାଦ ଭଳି ସମସ୍ୟାରୁ ମୁକ୍ତ ରଖିବା ଲାଗି ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଇସ୍ରାଏଲରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ସମ୍ପର୍କରେ ମତ ରଖି ସେ କହିଥିଲେ ଯେ ଭାରତୀୟ ମୂଳର ଇହୁଦୀମାନେ ଆମ ଦୁଇଟି ସମାଜକୁ ସମୃଦ୍ଧ କରିଛନ୍ତି  ।

**********