Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇସ୍ରାଏଲରେ ଭାରତୀୟ ସମୁଦାୟର ଅଭ୍ୟର୍ଥନା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


70 ବର୍ଷରେ ପ୍ରଥମ ଥର କୌଣସି ପ୍ରଧାନମନ୍ତ୍ରୀଙ୍କ ଆସିବା, ଏହା ନିଜକୁ ନିଜେ ହେଉଛି ଏକ ଖୁସିର ଅବସର ମଧ୍ୟ ଏବଂ କିଛି ପ୍ରଶ୍ନ ଚିହ୍ନ ମଧ୍ୟ ରହିଛି । ଏହା ମଣିଷର ପ୍ରକୃତି ଅଟେ ଯେ ଯେବେ ଆପଣ କେବେ ଖୁବ ନିକଟ ସଂପର୍କୀୟ ବ୍ୟକ୍ତିଙ୍କୁ ବହୁତ ଦିନ ପରେ ସାକ୍ଷାତ କରନ୍ତି, ତ ପ୍ରଥମ ପ୍ରତିକ୍ରିୟା ହୋଇଥାଏ ବହୁତ ଦିନ ହୋଇଗଲା ଆଉ ପୁଣି କୁହନ୍ତି ଠିକ ଅଛନ୍ତି କିପରି ଅଛନ୍ତି ଆଉ ଏଇ ଯେଉଁ କିପରି ଅଛନ୍ତି, ଏହି ପ୍ରଥମ ବାକ୍ୟ ହିଁ ଏକ ପ୍ରକାର ସ୍ୱୀକାରୋକ୍ତି ସହିତ ଯୋଡ଼ି ହୋଇଥାଏ । ବ୍ୟକ୍ତିର ହାଲଚାଲ ପଚାରିବା ସହିତ ସଙ୍ଗେ ସଙ୍ଗେ ଏହା ମଧ୍ୟ ସ୍ୱୀକାର କରି ନେଇ ଥାଏ ଯେ ବହୁତ ଦିନ ପରେ ଦେଖା ହୋଇଛନ୍ତି । ମୁଁ ଆପଣଙ୍କ ସହିତ ମୋ କଥାର ପ୍ରାରମ୍ଭ ଏହି ସ୍ୱୀକାରୋକ୍ତି ସହିତ କରିବାକୁ ଚାହୁଁଛି ପ୍ରକୃତରେ ବହୁତ ଦିନ ପରେ ଦେଖା ହୋଇଛି ଏବଂ ଦିନ ମଧ୍ୟ କହିବା ଠିକ ନୁହେଁ ସତ ଏହା ଯେ ଦେଖା କରିବାରେ କେତେ ବର୍ଷ ବିତିଗଲା 10, 20, 50 ନୁହେଁ 70 ବର୍ଷ ଲାଗିଗଲା ।

ଭାରତର ସ୍ୱତନ୍ତ୍ରତାର 70 ବର୍ଷ ପରେ କୌଣସି ପ୍ରଧାନମନ୍ତ୍ରୀ ଆଜି ଇସ୍ରାଏଲର ମାଟିରେ ଆପଣ ସମସ୍ତଙ୍କଠାରୁ ଆଶୀର୍ବାଦ ନେଉଛନ୍ତି । ଏହି ଅବସରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ମୋର ବନ୍ଧୁ ବେଞ୍ଜାମିନ ନେତାନ୍ୟାହୁ ଏଠାରେ ଉପସ୍ଥିତ ଅଛନ୍ତି । ଇସ୍ରାଏଲ ଆସିବା ପରେ ଯେଉଁ ଭଳି ସେ ମୋ ସହିତ ଅଛନ୍ତି, ଯେଭଳି ସମ୍ମାନ ସେ ଦେଇଛନ୍ତି ତାହା ହେଉଛି ଭାରତର ଶହେ ପଚିଶ କୋଟି ଲୋକଙ୍କର ସମ୍ମାନ । ଏଭଳି ସମ୍ମାନକୁ, ଏଭଳି ଭଲ ପାଇବାକୁ, ଏଭଳି ଆତ୍ମୀୟତାକୁ କେବେ ହେଲେ ମଧ୍ୟ ଦୁନିଆରେ କେହି ଭୁଲି ପାରିବେ? ଆମ ଦୁହିଁଙ୍କ ମଧ୍ୟରେ ଏକ ବିଶେଷ ସମାନତା ଅଛି । ଆମେ ଦୁହେଁ ନିଜ ନିଜ ଦେଶ ସ୍ୱାଧୀନ ହେଲା ପରେ ଜନ୍ମ ହୋଇଛୁ ଅର୍ଥାତ ବେଞ୍ଜାମିନ ସ୍ୱତନ୍ତ୍ର ଇସ୍ରାଏଲରେ ଜନ୍ମ ହୋଇଛନ୍ତି ଆଉ ମୁଁ ସ୍ୱତନ୍ତ୍ର ଭାରତରେ ଜନ୍ମ ହୋଉଛି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଗୋଟିଏ ରୁଚି ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଛୁଇଁଲା ଭଳି ଆଉ ତାହା ହେଉଛି ଭାରତୀୟ ଭୋଜନ ପ୍ରତି ତାଙ୍କର ଭଲ ପାଇବା । କାଲି ରାତ୍ରି ଭୋଜନ ପରେ ସେ ଭାରତୀୟ ଭୋଜନ ସହିତ ମୋର ଯେଉଁ ଆଦର-ଅଭ୍ୟର୍ଥନା କଲେ ମୁଁ ତାହାକୁ ସର୍ବଦା ମନେ ରଖିବି ।

ଆମ ଦୁଇ ଦେଶ ମଧ୍ୟରେ ପୂର୍ଣ୍ଣ କୂଟନୈତିକ ସମ୍ପର୍କକୁ ହୁଏତ 25 ବର୍ଷ ହୋଇଛି କିନ୍ତୁ ଏହା ମଧ୍ୟ ସତ ଯେ ଭାରତ ଓ ଇସ୍ରାଏଲ କେତେ ଶହ ବର୍ଷ ଏକା ସଙ୍ଗେ, ଜଣେ ଅନ୍ୟ ଜଣଙ୍କ ସହିତ ବହୁତ ଗଭୀରତାର ସହ ଯୋଡ଼ି ହୋଇଛନ୍ତି । ମୋତେ ଅବଗତ କରାଯାଇଛି କି ମହାନ ଭାରତୀୟ ସୁଫୀ ସନ୍ଥ ବାବା ଫରୀଦ ତ୍ରୟୋଦଶ ଶତାବ୍ଦୀରେ ଜେରୁଜେଲମର ଏକ ଗୁମ୍ଫାରେ ଦୀର୍ଘ ସମୟ ଧରି ସାଧନା କରିଥିଲେ । ପରବର୍ତ୍ତୀ ଦିନମାନଙ୍କରେ ଏହି ଜାଗା ଗୋଟିଏ ପ୍ରକାର ତୀର୍ଥସ୍ଥଳରେ ପରିବର୍ତ୍ତିତ ହୋଇଗଲା । ଆଜି ମଧ୍ୟ ଏହି ଜାଗା ଜେରୁଜେଲମ ଏବଂ ଭାରତର ଆଠ ଶହ ବର୍ଷ ପୁରୁଣା ସମ୍ପର୍କର ଏକ ପ୍ରତୀକ ହୋଇ ରହିଛି । 2011ରେ ଇସ୍ରାଏଲର କାର୍ଯ୍ୟବାହକ ଶେଖ ଆନ୍ସାରୀ ଜୀଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ମଧ୍ୟ ଦିଆଯାଇଥିଲା । ଆଉ ମୋତେ ଆଜି ତାଙ୍କ ସହିତ ଦେଖା କରିବାର ସୌଭାଗ୍ୟ ପ୍ରାପ୍ତ ହେଲା । ଭାରତ ଇସ୍ରାଏଲର ଏହି ସମ୍ବନ୍ଧ ହେଉଛି ପରମ୍ପରାର, ଏହି ସମ୍ବନ୍ଧ ହେଉଛି ସଂସ୍କୃତିର, ଏହି ସମ୍ବନ୍ଧ ହେଉଛି ଜଣଙ୍କର ଅନ୍ୟ ଜଣଙ୍କ ଉପରେ ବିଶ୍ୱାସର ଏବଂ ବନ୍ଧୁତାର ମଧ୍ୟ । ଆମର ପର୍ବଗୁଡ଼ିକରେ ମଧ୍ୟ ଅଦ୍ଭୁତ ସମାନତା ରହିଛି । ଭାରତରେ ହୋଲି ପାଳନ କରାଯାଏ ତ ଏଠି ପରିମ (परिम) ପାଳନ କରାଯାଏ । ଭାରତରେ ଦୀପାବଳୀ ପାଳନ କରାଯାଏ ତ ଏଠି ହନୁକା (हनुका) ପାଳନ କରାଯାଏ । ଏହା ଜାଣି ମୁଁ ବହୁତ ଖୁସୀ ଯେ ଇହୁଦୀ ପୁନଃ ଉତ୍ଥାନ ସ୍ମୃତି ସ୍ୱରୂପ ମେକାଇବା ଗେମ୍ସର ଆସନ୍ତାକାଲି ଉଦଘାଟନ ହେଉଅଛି ଆଉ ମୁଁ ଇସ୍ରାଏଲର ଲୋକଙ୍କୁ ଏହି ଖେଳ ପାଇଁ ଶୁଭେଚ୍ଛା ଜଣାଉଛି । ଆଉ ମୁଁ ଖୁସୀ ଯେ ଭାରତ ମଧ୍ୟ ଏହି ଖେଳ ପାଇଁ ନିଜର ଟିମ୍ ପଠାଇଛି ଆଉ ଭାରତୀୟ ଟିମ୍ ରେ ଖେଳାଳୀ, ଭାରତୀୟ ଟିମ୍ ର ଖେଳାଳୀ ମଧ୍ୟ ଏହି ଅବସରରେ ଏଠାରେ ଉପସ୍ଥିତ ଅଛନ୍ତି । ମୋର ସେହି ସମସ୍ତଙ୍କୁ ଅନେକ ଅନେକ ଶୁଭ କାମନା ।

ଇସ୍ରାଏଲର ବୀର ଭୂମି କେତେ ବୀର ସୂପୁତ୍ର ତଥା ତାଙ୍କ ବଳିଦାନରୁ ସଂଚିତ ହୋଇଛି । ଏଠାରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେତେ ଏଭଳି ପରିବାର ଥିବେ ଯାହାଙ୍କ ପାଖରେ ଏହି ସଂଘର୍ଷର ବଳିଦାନର ନିଜ ନିଜର ଗାଥା ଥିବ । ମୁଁ ଇସ୍ରାଏଲର ସୌର୍ଯ୍ୟତାକୁ ପ୍ରଣାମ କରୁଛି । ତାଙ୍କର ଏହି ସୌର୍ଯ୍ୟ ଇସ୍ରାଏଲର ବିକାଶର ଆଧାର ରହି ଆସିଛି । କୌଣସି ମଧ୍ୟ ଦେଶର ବିକାଶ ତାହାର ଆକାର… ସାଇଜ୍ ନୁହେଁ ତାହାର ନାଗରିକଙ୍କ ମନୋବଳ ନିଜ ଉପରେ ଭରସା ସ୍ଥିର କରିଥାଏ । ସଂଖ୍ୟା ଆଉ ଆକାର ସେତେ ଗୁରୁତ୍ୱ ରଖେ ନାହିଁ ଏହା ଇସ୍ରାଏଲ କରି ଦେଖାଇଛି, ପ୍ରମାଣିତ କରିଛି । ଏହି ଅବସରରେ ମୁଁ ଦ୍ୱିତୀୟ ଲେଫ୍ଟନାଣ୍ଟ ଏଲିସ ଆଷ୍ଟନକୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଉଛି ଯାହାଙ୍କୁ ଇସ୍ରାଏଲ ସରକାର ରାଷ୍ଟ୍ର ନିର୍ମାଣରେ ତାଙ୍କର ଯୋଗଦାନ ପାଇଁ ସାର୍ଟିଫିକେଟ ଫର୍ ଗ୍ୟାଲେଣ୍ଟ୍ରୀ ଦ୍ୱାରା ସମ୍ମାନିତ କରିଥିଲେ । ଏଲିସ ଆଷ୍ଟନଙ୍କୁ ଦ’ଇଣ୍ଡିଆନ ନାମରେ ମଧ୍ୟ ଜଣା ଯାଇଥାଏ । ବ୍ରିଟିଶ ସମୟରେ ସେମାନେ ମରାଠା ଲାଇଟ୍ ଇନଫାନ୍ଟ୍ରିରେ କାମ କରିଥିଲି । ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ଇସ୍ରାଏଲ ସହର ହାଇଫାକୁ ସ୍ୱାଧୀନ କରାଇବାରେ ଭାରତୀୟ ସୈନିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଉ ଏହା ମୋର ସୌଭାଗ୍ୟ ହେଉଛି ଯେ ମୁଁ କାଲି ସେହି ବୀର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ହାଇଫା ଯାଉଛି ।

କାଲି ରାତିରେ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସେଠାରେ ଭୋଜନ ପାଇଁ ଯାଇଥିଲି, ବଡ଼ ପାରିବାରିକ ବାତାବରଣ ଥିଲା, ଆମେ ଗପ କରୁଥିଲୁ । ସକାଳ ଅଢ଼େଇଟା ପର୍ଯ୍ୟନ୍ତ ଆମେ କଥାବାର୍ତ୍ତା କରିଥିଲୁ ଭାରତୀୟ ସମୟରେ ଆଉ ବାହାରିବା ସମୟରେ ସେ ମୋତେ ଗୋଟିଏ ଫଟୋ ଭେଟି ଦେଲେ ଆଉ ଯେଉଁ ଫଟୋରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭାରତୀୟ ସୈନିକଙ୍କ ଦ୍ୱାରା ଜେରୁଜେଲମକୁ ସ୍ୱାଧୀନ କରିବାର ଏକ ବହୁତ ହୃଦୟସ୍ପର୍ଶୀ ଦୃଶ୍ୟ, ଗୋଟିଏ ଫଟୋ ସେ ମୋତେ ଦେଲେ । ସାଥୀମାନେ, ବୀରତାର ଏହି ଶୃଙ୍ଖଳରେ ମଧ୍ୟ ମୁଁ ଭାରତୀୟ ସେନାର ଲେଫ୍ଟନାଣ୍ଟ ଜେ.ଏଫ.ଆର ଜାକୋବଙ୍କ ବିଷୟରେ ମଧ୍ୟ ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରିବାକୁ ଚାହୁଁଛି । ତାଙ୍କ ପୂର୍ବ ପୁରୁଷ ବାଗଦାଦରୁ ଭାରତ ଆସିଥିଲେ । 1971 ରେ ଯେବେ ବାଂଲାଦେଶ ସେହି ସମୟର ପାକିସ୍ଥାନଠାରୁ ନିଜର ସ୍ୱତନ୍ତ୍ରତା ପାଇଁ ସଂଘର୍ଷ କରୁଥିଲା ତ ଲେଫ୍ଟନାଣ୍ଟ ଜେ.ଏଫ.ଆର ଜାକୋବ ହିଁ ଭାରତର ରଣନୀତି ସ୍ଥିର କରିବାରେ ଏବଂ ପାକିସ୍ଥାନର 90 ହଜାର ସୈନିକଙ୍କୁ ସମର୍ପଣ କରାଇବାରେ ମୁଖ୍ୟ ଭୂମିକା ତୁଲାଇଥିଲେ । ସାଥୀମାନେ ଇହୁଦୀ ସମୁଦାୟର ଲୋକ ବହୁତ କମ୍ ସଂଖ୍ୟାରେ ଭାରତରେ ରହିଛନ୍ତି କିନ୍ତୁ ଯେଉଁ କ୍ଷେତ୍ରରେ ମଧ୍ୟ ରହିଛନ୍ତି ସେମାନେ ନିଜର ଉପସ୍ଥିତି ବହୁତ ହିଁ ଗୌରବପୂର୍ଣ୍ଣ ରୂପରେ ଭିନ୍ନ ଭାବରେ ଜାହିର୍ କରିଛନ୍ତି । କେବଳ ସେନା ହିଁ ନୁହେଁ ବରଂ ସାହିତ୍ୟ, ସଂସ୍କୃତି, ଚଳଚ୍ଚିତ୍ର ଇହୁଦୀ ସମୁଦାୟର ଲୋକ ନିଜର ପରିଶ୍ରମରେ, ଇଚ୍ଛା ଶକ୍ତିର ଯୋଗ୍ୟତାରେ ଆଗକୁ ବଢ଼ିଛନ୍ତି ଆଉ ଗୋଟିଏ ଲକ୍ଷ୍ୟ ସେ ହାସଲ କରିଛନ୍ତି । ମୁଁ ଦେଖୁଅଛି କି ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମରେ ଇସ୍ରାଏଲର ଭିନ୍ନ ଭିନ୍ନ ସହରର ମେୟର ମଧ୍ୟ ଆସିଛନ୍ତି । ଭାରତ ଏବଂ ଭାରତୀୟ ସମୁଦାୟ ପ୍ରତି ତାଙ୍କର ସ୍ନେହ, ତାଙ୍କୁ ଏଠି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟାଣି ଆଣଛି । ମୋର ମନେ ପଡ଼ୁଛି କି ଭାରତର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ମଧ୍ୟ ଇହୁଦୀ ସମୁଦାୟର ଜଣେ ମେୟର ରହି ସାରିଛନ୍ତି । ଏହା ହେଉଛି ପାଖା ପାଖି 80 ବର୍ଷ ପୂର୍ବର କଥା । ଯେବେ ମୁମ୍ବାଇକୁ ବମ୍ବେ କୁହାଯାଉଥିଲା । ସେହି ସମୟରେ 1938ରେ ଇଲିଝା ମୋସେସ ବମ୍ବେର ମେୟର ଭାବେ ଗୌରବପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ ।

ଭାରତରେ ମଧ୍ୟ ବହୁତ କମ୍ ଲୋକଙ୍କ ଜଣା ଥିବ ଯେ ଅଲ ଇଣ୍ଡିଆ ରେଡ଼ିଓର ଯେଉଁ ସିଗନେଚର ଟ୍ୟୁନ୍ (ଆବାହନ ଧ୍ୱନୀ) ରହିଛି ଆଉ ତାହା ମଧ୍ୟ ଜଣେ ଇହୁଦୀ ଶ୍ରୀମାନ ୱାଲଟର କାଫମାନ୍ନ (Walter Kaufmann) ସଂଯୋଜନା କରିଥିଲେ । ସେ 1935 ରେ ଅଲ ଇଣ୍ଡିଆ ରେଡ଼ିଓର ନିର୍ଦ୍ଦେଶକ ଥିଲେ । ଇହୁଦୀ ଭାରତରେ ରହିଥିଲେ ତ ଭାରତୀୟ ସଂସ୍କୃତିକୁ ଆତ୍ମସାତ କରିଥିଲେ କିନ୍ତୁ ଭାବନାରେ ଇସ୍ରାଏଲ ସହିତ ମଧ୍ୟ ଯୋଡ଼ି ହୋଇ ରହିଥିଲେ । ଏହିଭଳି ଭାବେ ଯେବେ ସେ ଭାରତରୁ ଏଠରେ ପହଁଚିଲେ ତ ସେହି ଅଂଚଳରୁ ଭାରତୀୟ ସଂସ୍କୃତିର ଛାପକୁ ମଧ୍ୟ ନିଜ ସାଥୀରେ ନେଇ ଆସିଲେ । ଆଉ ଆଜି ମଧ୍ୟ ଭାରତ ସହ ଯୋଡ଼ି ହୋଇଛନ୍ତି ।

ଏହା ଜାଣି ମୁଁ ବହୁତ ଖୁସୀ ଯେ ଇସ୍ରାଏଲରେ ମରାଠୀ ଭାଷାର ଏକ ପତ୍ରିକା ମାଇ ବୋଲି ର କ୍ରମାଗତ ପ୍ରକାଶନ କରାଯାଉଅଛି । ମା ବୋଲି.. ଏହି ଭଳି କୋଚିନ୍ ରୁ ଆସିଥିବା ଇହୁଦୀ ସମୁଦାୟର ଲୋକ ଓନାମ୍ ମଧ୍ୟ ବହୁତ ଧୁମ ଧାମରେ ପାଳନ କରନ୍ତି । ବାଗଦାଦରୁ ଭାରତକୁ ଆସି ରହିଲେ ଆଉ ଏଠାକୁ ଆସି ବସବାସ କରୁଥିବା ବାଗଦାଦୀ ଇହୁଦୀ ସମୁଦାୟର ଲୋକଙ୍କର ପ୍ରୟାସର ଫଳାଫଳ ଥିଲା କି ବିଗତ ବର୍ଷ ବାଗଦାଦୀ ଇହୁଦୀଙ୍କ ଉପରେ ପ୍ରଥମ ଅନ୍ତର୍ଜାତୀୟ ସଂଗୋଷ୍ଠୀ  ଆୟୋଜିତ ହୋଇ ପାରିଛି । ଭାରତରୁ ଆସିଥିବା ଇହୁଦୀ ସମୁଦାୟ  ଇସ୍ରାଏଲର ବିକାଶରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ଏହାର ବଡ଼ ଉଦାହରଣ ହେଉଛି ମୋସାଭ ନେଭାତିମ(Moshav Nevatim) । ଯେତେବେଳେ ଇସ୍ରାଏଲର ପ୍ରଥମ ପ୍ରଧାନମନ୍ତ୍ରୀ ଡେଭିଡ ବେନ୍ ଗୁରିଅନ୍ ମରୁଭୂମିକୁ ସବୁଜ-ଶ୍ୟାମଳ କରିବା ପାଇଁ ସ୍ୱପ୍ନ ଦେଖିଲେ ତ ଭାରତରୁ ଆସିଥିବା ମୋର ଇହୁଦୀ ଭାଇ-ଭଉଣୀମାନେ ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ଦିନ-ରାତି ଲାଗିଯାଇଥିଲେ । ଇହୁଦୀ ସମୁଦାୟର ଲୋକ ମରୁଭୂମୀକୁ ଚରମ ଉତ୍କର୍ଷ ଭିଜନକୁ ସାକାର କରିବାରେ ସାହାଯ୍ୟ କରିଥିଲେ । ଭାରତ ଆଉ ଇସ୍ରାଏଲ ଭୂମିରେ କରାଯାଇଥିବା ଏହି ଅକ୍ଳାନ୍ତ ପ୍ରୟାସ ଗୁଡିକ ଯୋଗୁଁ ଆଜି ପ୍ରତ୍ୟେକ ହିନ୍ଦୁସ୍ଥାନୀ ଆପଣ ସମସ୍ତଙ୍କ ଉପରେ ଗର୍ବ କରୁଛନ୍ତି । ମୁଁ ମଧ୍ୟ ଆପଣଙ୍କ ପାଇଁ ଗର୍ବିତ । ସାଥୀମାନେ, ମୋସାଭ ନେଭାତିମଙ୍କ ବ୍ୟତୀତ ଭାରତୀୟ ସମୁଦାୟ  ଇସ୍ରାଏଲରେ କୃଷିର ବିକାଶରେ ମଧ୍ୟ ନିଜର ଯୋଗଦାନ ଦେଇଛନ୍ତି । ଏଠାକୁ ଏହି କାର୍ଯ୍ୟକ୍ରମକୁ ଆସିବା ପୂର୍ବରୁ ମୋର ଇସ୍ରାଏଲର ପ୍ରସିଦ୍ଧ ବେଜାଲେଲ ଏଲିହାଉଙ୍କ ସହିତ ସାକ୍ଷାତ ହେଲା । ବେଜାଲେଲ ଏଲିହାଉ, ତାଙ୍କୁ 2005ରେ ପ୍ରବାସୀ ଭାରତୀୟ ଗୋଷ୍ଠୀରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ପାଇଥିବା ସିଏ ପ୍ରଥମ ଇସ୍ରାଏଲୀ ଥିଲେ । କୃଷି ବ୍ୟତୀତ ଭାରତୀୟ ସମୁଦାୟ ଏଠାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜର ଛବି ଛାଡିଯାଇଛନ୍ତି । ଇସ୍ରାଏଲର ଡାକ୍ତର ଲାଇଲ ବିଷ୍ଟ ଏବଂ ସେ ମୋର ନିଜ ରାଜ୍ୟ ଗୁଜରାଟର ଆଉ ଯେଉଁ ଲୋକ ଅହମଦାବାଦ ସହିତ ପରିଚିତ ସେ ମଣିନଗରରେ ୱେଷ୍ଟ ହାଇସ୍କୁଲର ନାମ ଶୁଣିଥିବେ । ଏହି ବର୍ଷ ପ୍ରବାସୀ ଭାରତୀୟ ପୁରସ୍କାରରେ ତାଙ୍କୁ  ସମ୍ମାନିତ କରାଯାଇଛି । ଡାକ୍ତର ଲାଇଲ ବିଷ୍ଟ ହେଉଛନ୍ତି ଏଠାକାର ପ୍ରସିଦ୍ଧ ହୃଦ ଶଲ୍ୟ ଚିକିତ୍ସକ  ଏବଂ ତାଙ୍କର ସଂପୂର୍ଣ୍ଣ କ୍ୟାରିଅର ମାନବ ସେବାର ଅନେକ କାହାଣୀ ସହିତ ଯୋଡ଼ି ହୋଇଅଛି । ମୋତେ ମୋର ମୀନାସେ ସମୁଦାୟର ନୀନା ସାନ୍ତାଙ୍କ ବିଷୟରେ ଜଣା ପଡ଼ିଛି । ଝିଅ ନୀନା ପାଖରେ ଦେଖିବାର ଶକ୍ତି ନାହିଁ କିନ୍ତୁ ଇଚ୍ଛା ଶକ୍ତି ଇସ୍ରାଏଲ ଭଳି ଅଛି । ଏ ବର୍ଷ ଇସ୍ରାଏଲ ସ୍ୱାଧୀନତା ଦିବସ ସମାରୋହର ଶୁଭାରମ୍ଭ ନୀନା ସାନ୍ତା ହିଁ କରିଥିଲେ । ସେ ଏହି ସମାରୋହର ମଶାଲ ପ୍ରଜ୍ଜ୍ୱଳିତ କରିବାବାଲାଙ୍କ ମଧ୍ୟରୁ ଜଣେ ଥିଲେ । ଭବିଷ୍ୟତରେ ଝିଅ ନୀନା ସାନ୍ତା ଏହିଭଳି ଭାବେ ଆଗକୁ ବଢ଼ି ଚାଲନ୍ତୁ । ମୋର ତାଙ୍କୁ ବହୁତ ବହୁତ ଶୁଭକାମନା ବହୁତ ବହୁତ ଆଶୀର୍ବାଦ । ଆଜି ଏହି ଅବସରରେ ମୁଁ ଇସ୍ରାଏଲର ପୂର୍ବତନ ରାଷ୍ଟ୍ରପତି ଏବଂ ଏଠାକାର ମହାନ ନେତା ଶ୍ରୀମାନ ସିମନ ପେରେଜଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛି । ମୋତେ ତାଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ମିଳିଥିଲା । ଶ୍ରୀମାନ ସିମନ ପେରେଜ ନା କେବଳ ନବସୃଜନର ଅଗ୍ରଦୂତ ଥିଲେ ବରଂ ମାନବତାର ମଙ୍ଗଳ ପାଇଁ ଖୁବ ପରିଶ୍ରମ କଲାବାଲା ରାଷ୍ଟ୍ରନୀତିଜ୍ଞ ମଧ୍ୟ ଥିଲେ । ଇସ୍ରାଏଲ ପ୍ରତିରକ୍ଷା ବାହିନୀରେ ନବସୃଜନର ପ୍ରଶିକ୍ଷଣ ବହୁତ ପ୍ରାରମ୍ଭିକ ବର୍ଷରେ ମିଳିବାରେ ଲାଗିଥିଲା । ଇସ୍ରାଏଲ ପ୍ରତିରକ୍ଷା ବାହିନୀରେ ଛୋଟ ଛୋଟ ସମସ୍ୟା ଗୁଡ଼ିକର ସେ ସୃଜନାତ୍ମକ ସମସ୍ୟାର ସମାଧାନ ଦେବାର ମାଧ୍ୟମ ଥିଲେ । ନବସୃଜନ ପ୍ରତି ଇସ୍ରାଏଲର ଗମ୍ଭୀରତା ଏଥିରୁ ପ୍ରମାଣିତ ହୋଇଥାଏ କି ବର୍ତ୍ତମାନ ପର୍ଯ୍ୟନ୍ତ 12 ଜଣ ଇସ୍ରାଏଲୀଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ରରେ ନୋବେଲ ପୁରସ୍କାର ମିଳି ସାରିଛି । କୌଣସି ରାଷ୍ଟ୍ରର ବିକାଶରେ ନବସୃଜନ ଚିନ୍ତାଧାରାର ଏହି ମହତ୍ୱ ଇସ୍ରାଏଲକୁ ଦେଖିଲେ ଜଣା ପଡ଼ିଥାଏ । ବିଗତ ଦଶକରେ ଇସ୍ରାଏଲ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସଂପୂର୍ଣ୍ଣ ଦୁନିଆକୁ ଚମକାଇ ଦେଇଛି, ଆଶ୍ଚର୍ଯ୍ୟ କରି ଦେଇଛି । ଆଉ ନିଜର ଗୁରୁତ୍ୱ ବଢ଼ାଇବାରେ ସଫଳ ହୋଇଛି । ଭୂ-ତାପଜ ଶକ୍ତି ହେଉ, ସୌର ପ୍ୟାନେଲ ହେଉ, ସୋଲାର ୱିଣ୍ଡୋ ହେଉ ଅବା କୃଷି ଜୈବ ଟେକ୍ନୋଲଜି ହେଉ, ସୁରକ୍ଷାର କ୍ଷେତ୍ର ହେଉ, କ୍ୟାମେରାର କୌଶଳ ହେଉ, କମ୍ପ୍ୟୁଟର ପ୍ରୋସେସର ହେଉ ଏଭଳି ଅନେକ କ୍ଷେତ୍ରରେ ନିଜ ନିଜର ନୂଆ ନୂଆ ନବସୃଜନରେ ଇସ୍ରାଏଲ ଦୁନିଆର ବଡ଼ ବଡ଼ ଦେଶକୁ ପଛରେ ପକାଇ ଦେଇଛି ଆଉ ଏମିତିରେ ହିଁ ଇସ୍ରାଏଲକୁ ଷ୍ଟାର୍ଟ ଅପ୍ ରାଷ୍ଟ୍ର କୁହାଯାଏ, ଏହା ପଛରେ ଏହି ସିଦ୍ଧି ରହିଛି । ଭାରତ ଆଜି ଦୁନିଆର ସବୁଠାରୁ ଦ୍ରୁତ ଗତିରେ ବିକଶିତ ହେଉଥିବା ଅର୍ଥ ବ୍ୟବସ୍ଥା ମଧ୍ୟରୁ ଗୋଟିଏ । ମୋର ସରକାରଙ୍କର ମନ୍ତ୍ର ହେଉଛି ସଂସ୍କାର, ପ୍ରଦର୍ଶନ, ପରିବର୍ତ୍ତନ । ଏବେ ଏଇ ମାସ ଏକ ଜୁଲାଇରୁ ଭାରତରେ ବସ୍ତୁ ଓ ସେବା କର ଲାଗୁ କରା ଯାଇଛି । ଏହା ଦ୍ୱାରା ଭାରତରେ ଗୋଟିଏ ରାଷ୍ଟ୍ର ଗୋଟିଏ ଟିକସ ଗୋଟିଏ ବଜାରର ଏକ ଦଶକ ପୁରୁଣା ଯେଉଁ ସ୍ୱପ୍ନ ଚାଲୁ ରହିଥିଲା ତାହା ଆଜି ସାକାର ହୋଇ ପାରିଛି । ଆଉ ମୁଁ GSTକୁ ଉତ୍ତମ ଓ ସରଳ ଟିକସ(Good and Simple Tax) କହୁଛି କାରଣ ଏହା ଦ୍ୱାରା ସଂପୂର୍ଣ୍ଣ ଭାରତରେ ଏବେ ଗୋଟିଏ ଜିନିଷ ଉପରେ ଗୋଟିଏ ପ୍ରକାରର ଟିକସ ଲାଗିବ ନଚେତ ଏହା ଦ୍ୱାରା ଆମ ଦେଶରେ ଗୋଟିଏ ପ୍ରକାର, ଗୋଟିଏ ପ୍ରକାରରେ ସମସ୍ତ ପ୍ରକାରରେ ଟିକସକୁ ମିଶାଇ ଦିଆଯିବ ତ 500ରୁ ଅଧିକ ଟିକସ ପ୍ରକ୍ରିୟା ଚାଲୁ ରହିଥିଲା । ଟିକସ ବ୍ୟବସ୍ଥା ଜଟିଳ ଥିଲା ଯେ ଗୋଟିଏ ମାସରେ ଏକ ଲକ୍ଷ ଟଙ୍କାର କାରବାର କରୁଥିବା ବ୍ୟବସାୟୀଠାରୁ ନେଇ ଏକ ଲକ୍ଷ କୋଟି ଟଙ୍କାର କାରବାର କରୁଥିବା କମ୍ପାନୀ ପର୍ଯ୍ୟନ୍ତ ପ୍ରତ୍ୟେକ ଚିନ୍ତାଗ୍ରସ୍ତ ଥିଲେ । GST ଦ୍ୱାରା ଭାରତର ଆର୍ଥିକ ଏକତ୍ରୀକରଣ ହୋଇଛି ଯେପରି ସର୍ଦ୍ଦାର ପଟେଲ ରାଜା ରାଜୁଡ଼ାଙ୍କୁ ଏକାଠି କରି ରାଜକୀୟ ଏକତ୍ରୀକରଣ କରିଥିଲେ । 2017 ରେ ଆର୍ଥିକ ଏକତ୍ରୀକରଣ ଅଭିଯାନ ସଫଳ ହୋଇଛି ।

ପ୍ରାକୃତିକ ସଂସାଧନ ଯେପରି କୋଇଲା, ସ୍ପେକ୍ଟ୍ରମ୍ ଏହାର ନିଲାମୀ.. ମୁଁ ପୁରୁଣା କଥା ମନେ ପକାଇବାକୁ ଚାହୁଁ ନାହିଁ । କୋଇଲା ବିଷୟରେ କ’ଣ କ’ଣ ଶୁଣିଛୁ, ସ୍ପେକ୍ଟ୍ରମ୍ ବିଷୟରେ କ’ଣ କ’ଣ ଶୁଣିଛୁ କିନ୍ତୁ ଇଏ ହେଉଛନ୍ତି ସେହି ସରକାର ଯିଏ କମ୍ପ୍ୟୁଟର ଚାଳିତ ଧାରାରେ ତାହାର ନିଲାମୀ ପାରଦର୍ଶୀ ପ୍ରକ୍ରିୟାରେ କଲେ ଆଉ ଆଜି ଲକ୍ଷ-ଲକ୍ଷ, କୋଟି-କୋଟିର ବ୍ୟବସାୟ କଲା ପରେ ମଧ୍ୟ କେଉଁଠି କୌଣସି ପ୍ରଶ୍ନ ଚିହ୍ନ ଲାଗି ନାହିଁ । ଆମେ ଅର୍ଥ ବ୍ୟବସ୍ଥାରେ ବ୍ୟବସ୍ଥିତ ସଂସ୍କାରର ମଧ୍ୟ ପ୍ରୟାସ କରୁଅଛୁ । ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ପରେ ମଧ୍ୟ କେତେ ବର୍ଷ ହେବ ଆମେ ଶୁଣି ଆସୁଥିଲେ । ଭାରତରେ ଯେ କେହି ମାନୁଥିଲେ ଏହା ସମ୍ଭବ ନୁହେଁ କିନ୍ତୁ ତିନି ବର୍ଷ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସଂସ୍କାର କଲୁ ଆଉ ଏ କ୍ଷେତ୍ରରେ 100 ପ୍ରତିଶତ ପର୍ଯ୍ୟନ୍ତ ଶତ ପ୍ରତିଶତ ପର୍ଯ୍ୟନ୍ତ ବିଦେଶୀ ନିବେଶ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶର ବ୍ୟବସ୍ଥା କରିଦିଆ ଯାଇଛି । ଏବେ ଇସ୍ରାଏଲର କୌଣସି ପ୍ରତିରକ୍ଷା ଶିଳ୍ପବାଲା ଭାରତ ଆସି ନିଜର ଭାଗ୍ୟ ପରୀକ୍ଷା କରିପାରନ୍ତି ଏବେ ପ୍ରତିରକ୍ଷା ବିନିର୍ମାଣ କ୍ଷେତ୍ରରେ ଘରୋଇ କଂପାନୀକୁ ଏକ ପ୍ରତିରକ୍ଷା ସହଭାଗୀ ଭାବେ ଯୋଡିବା ପାଇଁ ଆମେ ବିଧିବଦ୍ଧ ନିର୍ଣ୍ଣୟ କରିନେଇଛୁ । ବିଗତ ତିନି ବର୍ଷରେ ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତି କରାଯାଇଛି ଆମ ଦେଶରେ ଗୃହନିର୍ମାଣ କ୍ଷେତ୍ରରେ ମଧ୍ୟ ମଧ୍ୟମ ଶ୍ରେଣୀର ବ୍ୟକ୍ତି ଘର ତିଆରି କରନ୍ତୁ ଆଉ ପରେ ଅଭିଯୋଗ ରହୁଥିଲା । ଆମେ ଆଇନ ତିଆରି କରି ବହୁତ ବଡ଼ ପରିବର୍ତ୍ତନ କରିଛୁ । ଆମେ ଗୃହନିର୍ମାଣ କ୍ଷେତ୍ରରେ ମଧ୍ୟ ଶତ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁରି ଦେଇ ଦେଇଛୁ । ରିଅଲ ଇଷ୍ଟେଟ୍ ରେଗୁଲେଟରର ମଧ୍ୟ ଆମେ ଅଲଗା ଭାବେ ନିର୍ମାଣ କରିଛୁ । ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ସରକାର ଶିଳ୍ପର ମାନ୍ୟତା ଦେଇଛନ୍ତି ଫଳରେ ଏହି କ୍ଷେତ୍ରର କମ୍ପାନୀଗୁଡ଼ିକୁ ମଧ୍ୟ କମ୍ ସୁଧରେ ଋଣ ମିଳିପାରୁ ଆଉ ମୋର ଯେଉଁ ସ୍ୱପ୍ନ ଅଛି ଯେ 2022…..2022 ଆମେ ଭୁଲିବା ଉଚିତ ନୁହେଁ, 2022 ହିନ୍ଦୁସ୍ଥାନ ସ୍ୱାଧୀନତାର 75 ବର୍ଷ ହେଉଅଛି । ସ୍ୱାଧୀନତା ପାଇଁ ପ୍ରାଣ ଦେଇ ମାଟିରେ ମିଶି ଯାଇଥିବା ଲୋକମାନେ ସ୍ୱାଧୀନତା ପାଇଁ ଭାରତ ସ୍ୱାଧୀନ ଭାରତର ଯେଉଁ ସ୍ୱପ୍ନ ଦେଖିଥିଲେ ସେହି ସ୍ୱପ୍ନଗୁଡ଼ିକର ପୁନଃ ସ୍ମରଣ କରି ନୂଆ ସଂକଳ୍ପ ନେଇ 2022 ପର୍ଯ୍ୟନ୍ତ ହିନ୍ଦୁସ୍ଥାନକୁ ନୂତନ ଶୀଖରକୁ ନେଇ ଯିବାର ଅଛି । ସେଥିରେ ଆମେ ଗୋଟିଏ ନିର୍ଣ୍ଣୟ କରିଛୁ । 2022 ପର୍ଯ୍ୟନ୍ତ ହିନ୍ଦୁସ୍ଥାନର ସମସ୍ତ ଗରିବଙ୍କ ପାଇଁ ଯାହା ପାଖରେ ନିଜର ଘର ନାହିଁ ତାର ହିନ୍ଦୁସ୍ଥାନରେ 2022ରେ ପ୍ରତ୍ୟେକ ପରିବାରର ତାହାର ନିଜର ଘର ଥାଉ, ଘରେ ବିଜୁଳି ଥାଉ, ପାଣି ଥାଉ ଏହି ସ୍ୱପ୍ନ ପୂରଣ କରିବା ପାଇଁ ଆମେ ରିଅଲ ଇଷ୍ଟେଟ୍ କୁ ମଧ୍ୟ ଗୃହନିର୍ମାଣ କାମକୁ ମଧ୍ୟ ନିର୍ମାଣ କାମକୁ ମଧ୍ୟ ବିନିର୍ମାଣର ମାନ୍ୟତା ଦେଇ ଅନେକ ଆରାମଦାୟକ ପରିସ୍ଥିତି ସୃଷ୍ଟି କରିଛୁ । ଫଳରେ ଗରିବର ଘର ତିଆରି ହୋଇପାରୁ । ବୀମା ଯୋଜନା ସରକାରୀ କମ୍ପାନୀ ଗୁଡ଼ିକ ବୀମା କମ୍ପାନୀ ଚଲାଉଥିଲେ । ଆମେ ସେଥିରେ ଘରୋଇ କମ୍ପାନୀ ଗୁଡ଼ିକର ପ୍ରତିଯୋଗିତା ଆଣିଛୁ । ପ୍ରତିଯୋଗିତାର ପରିବେଶ ତିଆରି କଲୁ ଫଳରେ ସାଧାରଣ ମନୁଷ୍ୟକୁ ଶସ୍ତା  ବୀମାର ବ୍ୟବସ୍ଥାର ଲାଭ ମିଳୁ ବୀମା ସଂସ୍କାରରେ ବିଦେଶୀ ନିବେଶକୁ 26 ପ୍ରତିଶତରୁ ବଢ଼ାଇ 49 ପ୍ରତିଶତ କରିବାର ନିଷ୍ପତ୍ତି ମଧ୍ୟ ଆମ ସରକାର ନେଇଛନ୍ତି । ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ର ଆମେ ବ୍ୟାଙ୍କ ଗୁଡ଼ିକୁ ମିଶ୍ରଣ କରିଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛୁ । ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ମଜଭୁତ କରିବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନିଯୁକ୍ତି ପାଇଁ ଆମେ ଅଲଗା ବ୍ୟାଙ୍କର ନିଯୁକ୍ତି ବୋର୍ଡ଼ କରି ଦେଇଛୁ ସ୍ୱତନ୍ତ୍ର ସଂସ୍ଥା ତାଙ୍କୁ ନିଯୁକ୍ତ କରୁଅଛି । ଆଭ୍ୟନ୍ତରୀଣ ରାଜନୈତିକ ପ୍ରଭାବର ଆମେ ଶେଷ କରି ଦେଇଛୁ ।

ଆମେ ଦେଶ ମଧ୍ୟରେ ଦୁଇଟି ମହତ୍ୱପୂର୍ଣ୍ଣ ଆଇନ ତିଆରି କରିଛ ବ୍ୟାଙ୍କ ଋଣ ପରିଶୋଧ ଓ ଦେବାଳିଆ ଆଇନ ଏହା ଦ୍ୱାରା ସାରା ବିଶ୍ୱ ର ଉଦ୍ୟୋଗୀମାନଙ୍କୁ,  ପୁଞ୍ଜି ନିବେଶକଙ୍କୁ ଏକ ନୂଆ ବିଶ୍ୱାସ ସୃଷ୍ଟି ହେବ ଆଉ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଏକ ନୂଆ ଶକ୍ତି ପ୍ରାପ୍ତ ହେବ । ଆଧୁନିକ ଦେବାଳିଆ ଆଇନ ରହିଛି, ଯାହାର ଆବଶ୍ୟକତା କେତେ ଦଶକରୁ ଆମ ଦେଶରେ ଅନୁଭବ କରା ଯାଉଥିଲା । ଆମେ ସରକାରରେ ନିୟମରେ ମଧ୍ୟ ସରଳତା ଆଣିବାର ଭରପୁର ପ୍ରୟାସ କରିଛୁ । ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନ ଏହି ପ୍ରସଙ୍ଗକୁ ନେଇ ଜନତା ସାଧାରଣ ନାଗରିକଙ୍କୁ ବ୍ୟବସ୍ଥା ଦ୍ୱାରା କଷ୍ଟ ନ ହେଉ । ନିବେଶକଙ୍କୁ ଛୋଟ-ଛୋଟ ଜିନିଷ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନ ପଡ଼ୁ ଏହି ସବୁ ଜିନିଷ ଗୁଡ଼ିକୁ ଧ୍ୟାନରେ ରଖି ମଧ୍ୟ ପରିବର୍ତ୍ତନ କରାଯାଉଅଛି ।

ଗୋଟିଏ ସମୟ ଥିଲା ଯେବେ ଭାରତରେ ପରିବେଶ ମଞ୍ଜୁରୀ ନେବାକୁ ଅଛି କୌଣସି ଶଳ୍ପ ସ୍ଥାପନ କରିବାର ଅଛି, ତ ଅତିକମ୍ରେ 600 ଦିନ ଲାଗି ଯାଇଥାଏ । ଅତି କମରେ । ଆଜି ଆମେ ଏହାକୁ କମାଇ ଦେଇ 6 ମାସ ମଧ୍ୟରେ ପରିବେଶ ମଞ୍ଜୁରୀ ଦେବାର ସମସ୍ତ ବ୍ୟବସ୍ଥା କରି ଦେଇଛୁ । ଆଗାମୀ ଦିନ ମାନଙ୍କରେ ଏହି ଭଳି ଭାବରେ ଯେଉଁଠାରେ 2014ରୁ ପ୍ରଥମେ ଗୋଟିଏ କମ୍ପାନୀକୁ ସମ୍ମିଳିତ କରିବାରେ 15 ଦିନ, ମାସେ, ଦୁଇ ମାସ, ତିନି ମାସ ଲାଗୁଥିଲା, ଆଜି ଦୁଇ କିମ୍ବା ତିନି ସପ୍ତାହ ଭିତରେ ଆଉ ଏବେ ତ ଯାହା ବର୍ତ୍ତମାନ ସର୍ବଶେଷ ସ୍ଥିତି ରହିଛି ସମ୍ମିଳିତ କରିବା ପାଇଁ 24 ଘଣ୍ଟା ଭିତରେ ଭିତରେ ଅର୍ଥାତ ତାଙ୍କର କାମ 24 ଘଣ୍ଟାରେ ହୋଇ ଯାଉ ଏହି ବ୍ୟବସ୍ଥା କରିବାରେ ସରକାର ସଫଳ ହୋଇଛନ୍ତି । ଯଦି କୌଣସି ଯୁବକ ଛୋଟ ଷ୍ଟାର୍ଟ ଅପ୍ ରେ ନିଜ ବ୍ୟବସାୟ ଆରମ୍ଭ କରିବାକୁ ଚାହିଁଥାଏ, ତ କେବଳ ଗୋଟିଏ ଦିନ ମଧ୍ୟରେ ତାହାର କମ୍ପାନୀକୁ ପଞ୍ଜିକରଣ କରି ପାରିବେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନିଜର ସବୁକିଛି ହରାଇଥିବା ଦେଶ ନିଜ ଗୋଡ଼ରେ ଏଥିପାଇଁ ଠିଆ ହୋଇ ପାରିଲେ, କାରଣ ସେମାନେ ନିଜ ଦେଶର ଯୁବକଙ୍କ କୌଶଳ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଲେ । ଏବେ ଏହି ସୁବର୍ଣ୍ଣ ସୁଯୋଗ ଦୁନିଆର ସବୁଠାରୁ ଅଧିକ ଯୁବକ ଦେଶ ଭାରତ ପାଖରେ ଅଛି । ଆଜି ହିନ୍ଦୁସ୍ଥାନ ହେଉଛି ଯୁବକଙ୍କ ଦେଶ । 65 ପ୍ରତିଶତ ହିନ୍ଦୁସ୍ଥାନର ଜନସଂଖ୍ୟା ହେଉଛନ୍ତି 35 ବର୍ଷରୁ କମ୍ ବୟସର । ଯେଉଁ ଦେଶ ମଧ୍ୟରେ ଏତେ ବଡ଼ ସଂଖ୍ୟାରେ ଯୁବକ ଅଛନ୍ତି, ସେହି ଦେଶର ସ୍ୱପ୍ନ ମଧ୍ୟ ଯୁବକ ହୋଇ ଥାଏ । ତାଙ୍କର ସଂକଳ୍ପ ମଧ୍ୟ ଯୁବକ ହୋଇଥାଏ ଏବଂ ତାଙ୍କର ପ୍ରୟାସ ମଧ୍ୟ ଉର୍ଜ୍ଜାରେ ଭରି ହୋଇଥାଏ । ଆଉ ଭାରତରେ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇ କୌଶଳ ବିକାଶ ମନ୍ତ୍ରଣାଳୟ କୌଶଳ ବିକାଶ ମନ୍ତ୍ରଣାଳୟ ପ୍ରଥମ ଥର ଦେଶରେ ସ୍ୱତନ୍ତ୍ର ଭାବେ କରି ଦିଆ ଗଲା । ଆଉ ଆଗରୁ କେବେ 21 ଭିନ୍ନ ଭିନ୍ନ ବିଭାଗରେ, ମନ୍ତ୍ରଣାଳୟରେ, 50-55 ବିଭାଗରେ ଏହି କୌଶଳ ବିକାଶର ଭିନ୍ନ ଭିନ୍ନ  ଭାବରେ ଖେଳେଇ ହୋଇଥିବା ବ୍ୟବସ୍ଥା ଚାଲୁ ରହୁଥିଲା । ଏହି ସରକାର କୌଶଳ ବିକାଶର ଅଲଗା-ଅଲଗା କାର୍ଯ୍ୟକ୍ରମକୁ ଗୋଟିଏ ମନ୍ତ୍ରଣାଳୟ କରି ଗୋଟିଏ ମଞ୍ଚରେ ଆଣି ଏକ ବୌଦ୍ଧିକ ଅଭିବ୍ୟକ୍ତି ସହିତ ବ୍ୟାପକ ଫୋକସ୍ କାର୍ଯ୍ୟକ୍ରମ ରୂପରେ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇଛନ୍ତି । ସାରା ଦେଶରେ 600 ରୁ ଅଧିକ ପାଖା-ପାଖି ସବୁ ଜିଲ୍ଲାରେ ଗୋଟିଏ ଦକ୍ଷତା ବିକାଶ କେନ୍ଦ୍ର ଖୋଲା ଯାଉଅଛି । ଭାରତୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ ଏକ ନୂତନ କଳ୍ପନା ସହିତ ସ୍ଥାପନ କରାଯାଇଛି । ଭାରତୀୟ ଯୁବକଙ୍କୁ ଅନ୍ତରାଷ୍ଟ୍ରୀୟ ପ୍ରଶିକ୍ଷଣ ଦେବାର ଉଦ୍ଦେଶ୍ୟ ତାଙ୍କର ସ୍ଥାନ ବିଶ୍ୱ ମାନକ ହେଉ । 50 ଭାରତୀୟ ଅନ୍ତରାଷ୍ଟ୍ରୀୟ ଦକ୍ଷତା ତାଲିମ କେନ୍ଦ୍ରର ନେଟୱାର୍କ ଏହି ସରକାର ପ୍ରସ୍ତୁତ କରୁଅଛନ୍ତି । ଏହି ସଂସ୍ଥାଗୁଡ଼ିକରେ ବିଶ୍ୱ ମାନକକୁ ଧ୍ୟାନରେ ରଖି ଦକ୍ଷତା ତାଲିମ ଦିଆଯାଉଛି । ଯୁବକ ମାନଙ୍କ ପାଇଁ ବହୁତ ଜରୁରୀ ଅଟେ କି ତାଙ୍କୁ ଉଦ୍ୟୋଗର ବର୍ତ୍ତମାନର ଆବଶ୍ୟକତା ଅନୁସାରେ ତାଲିମ ମିଳୁ । ଏଥିପାଇଁ ସରକାର ଜାତୀୟ ଶିକ୍ଷାନବୀଶ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି । ଏହା ଦ୍ୱାରା ସରକାରଙ୍କ ଲକ୍ଷ୍ୟ 50 ଲକ୍ଷ ଯୁବକଙ୍କୁ ଶିକ୍ଷାନବୀଶର ପ୍ରଶିକ୍ଷଣ ଦେବାର ଅଛି । ଏହି ଯୋଜନାରେ ସରକାର ପାଖାପାଖି 10 ହଜାର କୋଟି ଟଙ୍କା ଖର୍ଚ୍ଚ କରୁଅଛନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ଶିକ୍ଷାନବୀଶ କରିଥିବା ଯୁବକଙ୍କ ସଂଖ୍ୟା ବଢ଼ାଇବା ସହିତ ହିଁ ସେହି ଗାଁ ବାଲା ଏବଂ ସେହି କମ୍ପାନୀଗୁଡ଼ିକୁ ମଧ୍ୟ ପ୍ରୋତ୍ସାହିତ କରିବା, ଯାହା ଏଭଳି ଯୁବକଙ୍କୁ ଶିକ୍ଷାନବୀଶ ପାଇଁ ନିଜ ପାଖରେ ରଖୁଛନ୍ତି । ଏଥିପାଇଁ ସରକାର ନିଯୁକ୍ତିକାରୀଙ୍କୁ ମଧ୍ୟ ଆର୍ଥିକ ସାହାଯ୍ୟ ଦେଉଛନ୍ତି । ପ୍ରଥମ ଥର ଚାକିରି ଗୁଡ଼ିକୁ ଟିକସ ପ୍ରୋତ୍ସାହନ ସହିତ ଯୋଡି ଦିଆ ଯାଇଛି । ନୂଆ ଚାକିରିକୁ ସୁଯୋଗ ତିଆରି କରିଥିବା ନିଯୁକ୍ତିକାରୀଙ୍କୁ ଟିକସରେ ଛାଡ଼ ଦେବାର ବ୍ୟବସ୍ଥା କରାଯାଇଛି । ଯୁବା ପିଢି ମଧ୍ୟରେ ନବସୃଜନର ବୃଦ୍ଧି ପାଇଁ ଅଟଳ ନବସୃଜନ ମିଶନ୍ ଏଆଇଏମ୍ ଆରମ୍ଭ କରାଯାଇଛି । ଦେଶର ସ୍କୁଲ ମାନଙ୍କରେ କଲେଜ ମାନଙ୍କରେ ନବସୃଜନ ଏବଂ ଉଦ୍ୟୋଗୀମାନଙ୍କୁ ଜୈବ ବିବିଧତା ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଯେଉଁଠାରେ ନବସୃଜନ ବନ୍ଦ ହୋଇଯାଏ । ସେଠାରେ ଜୀବନର ରାସ୍ତା ମଧ୍ୟ ଅଟକି ଯାଏ । ବିନିର୍ମାଣ, ପରିବହନ, ଶକ୍ତି, କୃଷି, ବୋଲଟର, ପରିମଳ ଭଳି ଅନେକ କ୍ଷେତ୍ରରେ ନବସୃଜନ ଉଦ୍ୟୋଗୀକୁ ଗୁରୁତ୍ୱ ଦେବା ପାଇଁ ଅଟଳ ଉଷ୍ମାୟନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇ, ଖୋଲା ଯାଉଛି । ଏହା ନୂଆ ଷ୍ଟାର୍ଟ ଅପ୍କୁ ଆର୍ଥିକ ସହାୟତା ମଧ୍ୟ ଦେବ ଆଉ ସଠିକ ରାସ୍ତା ମଧ୍ୟ ଦେଖାଇବାର କାମ କରିବ । ଏହି ଯୁବକ ନିଜ ରୋଜଗାର ନିଜେ କରିପାରିବେ, ଏଥିପାଇଁ ସରକାର ମୁଦ୍ରା ଯୋଜନା ମଧ୍ୟ ଶୁଭାରମ୍ଭ କରିଛନ୍ତି । କୌଣସି ମଧ୍ୟ ବ୍ୟାଙ୍କ ଗ୍ୟାରେଂଟି ବିନା ସ୍ୱରୋଜଗାର ପାଇଁ ବ୍ୟାଙ୍କରୁ ଧନ ରାଶି ନେବା ପାଇଁ ତାଙ୍କୁ ଋଣ ଦେବାର ବଡ଼ କାମ ଗତ ତିନି ବର୍ଷରେ 8କୋଟିରୁ ଅଧିକ ଜମାଖାତା ଥିବା ଲୋକଙ୍କୁ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଗ୍ୟାରେଂଟି ବିନା ଦିଆଯାଇଛି ।

ବନ୍ଧଗଣ, ଶ୍ରମ ସଂସ୍କାରକୁ ମଧ୍ୟ କେବେକେବେ ଦୁନିଆରେ ସଂସ୍କାରିତ ଶ୍ରମ ସହିତ ଯୋଡା ଯାଇଥାଏ । ବଡ଼-ବଡ଼ କଥା ବହୁତ ଥାଏ କିନ୍ତୁ ଏହି ସରକାର ଶ୍ରମିକଙ୍କ ହିତରେ ମଧ୍ୟ ଏବଂ ବିକାଶର ଯାତ୍ରାକୁ ଗୁରୁତ୍ୱ ଦେଉଥିବା ଏକ ବୌଦ୍ଧିକ ଅଭିବ୍ୟକ୍ତି ସହିତ ଶ୍ରମ କ୍ଷେତ୍ରରେ ମଧ୍ୟ ସଂସ୍କାର କରିଛନ୍ତି । ଆଉ ଏଥି ପାଇଁ ବ୍ୟବସାୟ ବୃଦ୍ଧି କରିବାରେ ଅସୁବିଧା ନ ହେଉ, ନିଯୁକ୍ତିଦାତା, କର୍ମଚାରୀ ଏବଂ ଅଭିଜ୍ଞତା, ତିନିଜଣଙ୍କ ପାଇଁ ଏକ ବୌଦ୍ଧିକ ଅଭିବ୍ୟକ୍ତି ନେଇ କାମ କରୁଛୁ । କିଛିମାସ ପୂର୍ବେ ସରକାର ବଡ଼ ପରିବର୍ତ୍ତନ କରି ସ୍ଥିର କଲେ ଯେ ବ୍ୟବସାୟୀମାନଙ୍କୁ ଶ୍ରମ ଆଇନ ଅନୁସାରେ 56 ପଂଜିକରଣ ଖାତା ରଖିବାକୁ ପଡୁଥିଲା । ଆମେ ସଂସ୍କାର ଆଣି 56ରୁ  5କୁ ନେଇ ଆସିଲୁ । ଏବେ କେବଳ ପାଂଚ ରେଜିଷ୍ଟର ଦ୍ୱାରା 9 ଶ୍ରମ ଆଇନର ଆବଶ୍ୟକତା ପୂରଣ ହେଉଅଛି ।

ଏହି ଅନୁସାରେ ସରକାର ଶ୍ରମ ସୁବିଧା ପୋର୍ଟାଲ ବିକଶିତ କରିଛନ୍ତି । ଶ୍ରମ ସୁବିଧା ପୋର୍ଟାଲ ହେଉଛି ଏକ ଏଭଳି ମାଧ୍ୟମ ଯେଉଁଥିରେ କେବଳ ଗୋଟିଏ ରିପୋର୍ଟ ଦେବ ବ୍ୟବସାୟୀ 16ରୁ ଅଧିକ ଶ୍ରମ ଆଇନ ସହିତ ଯୋଡି ହୋଇଥିବା ଆବଶ୍ୟକତା ଗୁଡିକର ପୂରଣ ଆଖି ପିଛୁଳାକେ କରିପାରୁଛି । ସାଧାରଣ ଦୋକାନ ଏବଂ ସଂସ୍ଥା ବର୍ଷର 365 ଦିନ ଖୋଲା ରହି ନରହି ପାରିବ ଏଥିପାଇଁ ମଧ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଗଲା । 1948ଆଇନର କଂପାନୀ ଆଇନରେ ପରିବର୍ତ୍ତନ କରି ରାଜ୍ୟ ଗୁଡିକୁ ପରାର୍ଶ ଦିଆଯାଇଛି ଯେ ମହିଳା ମାନଙ୍କୁ ରାତିରେ କାମ କରିବାର ସୁବିଧା ପ୍ରଦାନ କରନ୍ତୁ । ଭାରତରେ ମହିଳାମାନଙ୍କ ସକ୍ରିୟତାର ବିକାଶରେ ମହିଳାମାନଙ୍କ ଭାଗିଦାରୀ ଯେତେ ଅଧିକ ବଢିବ ତାହ ଭାରତର ବିକାଶ ଯାତ୍ରାକୁ ଶକ୍ତି ଦେବ । ଆଉ ଏଥିପାଇଁ ମହିଳାମାନଙ୍କ ହିତରେ ଏହି ନିର୍ଣ୍ଣୟ କରାଯାଇଛି ।

ଦୁନିଆର ସମୃଦ୍ଧ ଦେଶରେ ମଧ୍ୟ ମାତୃତ୍ୱକାଳୀନ ଛୁଟି, କାମ କରୁଥିବା ମହିଳାଙ୍କ ପାଇଁ ମାତୃତ୍ୱକାଳୀନ ସବୈତନିକ ଛୁଟି 12 ସପ୍ତାହରୁ ଅଧିକ ମିଳେ ନାହିଁ । ମୋର ପ୍ରିୟ ଦେଶବାସୀଗଣ ମୁଁ ଆପଣଙ୍କୁ  ବିଶ୍ୱାସ ଦେଉଛି ହିନ୍ଦୁସ୍ଥାନ ମାତୃତ୍ୱକାଳୀନ ସବୈତନିକ ଛୁଟି 26 ସପ୍ତାହ କରିଦେଇଛି, 26 ସପ୍ତାହ କରିଦେଇଛି । ଅର୍ଥାତ ଏକ ପ୍ରକାରରେ 6 ମାସ ତାକୁ ଛୁଟି ମିଳିଯିବ ।

ଶ୍ରମିକମାନେ ଏଥିପାଇଁ ଛାଡି ଦେଇଥିଲେ, କିଏ ଏଥିପାଇଁ ସରକାରୀ ଅଫିସରେ ଘୁରିବୁଲୁ ଥିଲେ, ଏହି ଅର୍ଥ ଭାରତର ଗରିବ ଶ୍ରମିକଙ୍କର ଥିଲା । ଏଥିପାଇଁ ସରକାର ସାର୍ବଜନୀନ ଖାତା ନମ୍ବର ମଧ୍ୟ ଦେଇଛନ୍ତି । ଗୋଟିଏ ପଟେ ସାର୍ବଜନୀନ ଖାତା ନମ୍ବର ଆପଣଙ୍କୁ ଆଶ୍ଚର୍ଯ୍ୟ ହେବ, ଶ୍ରମିକ ଛୋଟ-ଛୋଟ କାରଖାନାରେ କାମ କରୁଥିଲେ । ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଉଥିଲେ । ଆଉ ନିଜର ଯେଉଁ ଟଙ୍କା ଇପିଏଫରେ ଜମା ହେଉଥିଲା, ତାହା ସେଠାରେ ଛାଡି ଦେଉଥିଲେ । 27 ହଜାର କୋଟି ଟଙ୍କା କେହି ଦେଲା ନେଲା ବାଲା ନ ଥିଲେ ସରକାରଙ୍କ ପାଖରେ ପଡିଥିଲା । ଆମେ ନୂଆ ନିୟମ କଲୁ କି ଏବେ ଶ୍ରମିକ କେଉଁଠାକୁ ମଧ୍ୟ ଯିବେ, ତ ତାର ଜମାଖାତା ତା’ ସାଙ୍ଗରେ ଯିବ । ଆଉ ତା ଟଙ୍କା ତା ପରେ ମିଳିଯିବ ।

ଏହି ସମୟରେ ଭାରତରେ ସବୁଠାରୁ ରେକର୍ଡ ପରିମାଣର ବିଦେଶୀ ନିବେଶ ହେଉଛି । ସର୍ବାଧିକ ପ୍ରତ୍ୟକ୍ଷ ବିଦେଶୀ ନିବେଶ…ବିଦେଶରେ ରହୁଥିବା ଭାରତୀୟ ମଧ୍ୟ ବହୁତ ବଡ଼ ମାତ୍ରାରେ ଧନ ଭାରତକୁ ପଠାଉଛନ୍ତି । ଭିନ୍ନ ଭିନ୍ନ ଦେଶରେ ମାନ୍ୟତା କରୁଥିବା ଏଜେନ୍ସିଗୁଡିକ ଆଉ ସଂସ୍ଥାନ ଆଶ୍ଚର୍ଯ୍ୟ ହେଉଛନ୍ତି, ମେକ୍ ଇନ ଇଣ୍ଡିଆ ଏମିତି ଏକ ବ୍ରାଣ୍ଡ ହୋଇଛି, ଯେଉଁଥିରେ ସାରା ଦୁନିଆ ଆଚମ୍ବିତ ହୋଇଯାଇଛି । ଆଜି ଡିଜିଟାଲ ମୋର୍ଚ୍ଚାରେ ମଧ୍ୟ ଭାରତ ବିଶ୍ୱଗୁରୁ ଭାବେ ଉଭା ହେଉଛି । ଭାରତ ବିଶ୍ୱ ଡିଜିଟାଲ ଆନ୍ଦୋଳନର କେନ୍ଦ୍ର ବା ହବ୍ ହେବାକୁ ଯାଉଛି । ସାଥୀଗଣ, ସଂସ୍କାରର ଅର୍ଥ ଖାଲି ନୂଆ ଆଇନ ତିଆରି କରିବା ଏତିକି ହିଁ ନୁହେଁ । ଦେଶର ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଆଇନରେ ପରିବର୍ତ୍ତନ କରିବା ଆଉ ଯେଉଁ ଆଇନର ଆବଶ୍ୟତା ନାହିଁ ତାକୁ ସମାପ୍ତ କରିଦେବା ମଧ୍ୟ ହେଉଛି ସଂସ୍କାରର ଏକ ଅଂଶ । ବିଗତ ତିନି ବର୍ଷରେ ଦେଶରେ 1200 ପୁରୁଣା ଆଇନକୁ ସମାପ୍ତ କରିଦିଆ ଯାଇଛି । ଆଉ  40  ଆଇନ ସମାପ୍ତ କରିବାର ଦିଗରେ ମଧ୍ୟ ଆମେ ଆଗକୁ ବଢୁଛୁ ।

ବନ୍ଧୁଗଣ, ଭାରତର କୃଷକ ମାଟିରୁ ସୁନା ଫଳାଇବାର ଶକ୍ତି ରଖିଥାଏ । କୃଷକମାନଙ୍କର ପରିଶ୍ରମର ଫଳ ଯେ, ଏହି ବର୍ଷ ଦେଶରେ ରେକର୍ଡ ପରିମାଣର ଖାଦ୍ୟାନ୍ନ ଉତ୍ପାଦନ ହୋଇଛି । ସ୍ୱାଧୀନ ହିନ୍ଦୁସ୍ଥାନରେ ସବୁଠାରୁ ଅଧିକ ଖାଦ୍ୟାନ୍ନ ଉତ୍ପାଦନର ରେକର୍ଡ ଏହି ବର୍ଷରେ ହେବ ବୋଲି ଆକଳନ କରାଯାଇଛି । ଭଲ ମୌସୁମୀ ସହିତ କେନ୍ଦ୍ର ସରକାରଙ୍କର କୃଷକ କଲ୍ୟାଣ ନୀତି ଯୋଗୁଁ ଏହା ସମ୍ଭବ ହୋଇଛି । ଏହି ସରକାର 2022 ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟରେ କାମ କରୁଅଛି । ନୀତି ପ୍ରସ୍ତୁତ କରାଯାଉଛି । ବିହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ କୃଷକଙ୍କର ପ୍ରତ୍ୟେକ ଅସୁବିଧା ଉପରେ ଧ୍ୟାନ ରଖା ଯାଉଛି । ପ୍ରତ୍ୟେକ କ୍ଷେତକୁ ପାଣି ପହଂଚାଇବା ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଚାଲୁ କରାଯାଇଛି । ବହୁ ବର୍ଷ ଧରି ପଡି ରହିଥିବା ପାଖାପାଖି 100 ଅର୍ଥାତ 99 ବୃହତ ଜଳସେଚନ ପରିଯୋଜନାକୁ ଚିହ୍ନଟ କରାଯାଇ ତାକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ବହୁତ ବଡ଼ ମାତ୍ରାରେ ଧନ ରାଶି ବନିଯୋଗ କରାଯାଉଛି । ତାକୁ ପୃଥକ ଭାବେ ନୀରିକ୍ଷଣର ବ୍ୟବସ୍ଥା କରାଯାଇଛି । ଉପଗ୍ରହ ଟେକ୍ନୋଲଜି, ମହାକାଶ ଟେକ୍ନୋଲୋଜିର ଉପଯୋଗ କରାଯାଉଛି । ଡ୍ରୋନ୍ର ବ୍ୟବହାର କରାଯାଉଛି । ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ପରିଯୋଜନାର ପରିଣାମ ଏହା ଯେ ଚାଷ ଯୋଗ୍ୟ ଜମିକୁ ମାଇକ୍ରୋ ଜଳସେଚନ ପରିସରକୁ ଆଣିବାର ଗତି ଏବେ ଦୁଇଗୁଣ ହୋଇଛି । କୃଷକ ମାନଙ୍କୁ ଉନ୍ନତମାନର ବିହନ ମିଳୁ, ସେମାନଙ୍କୁ ମାଟିର ସ୍ୱାସ୍ଥ୍ୟ ବିଷୟରେ ଜଣାପଡୁ ଏଥିପାଇଁ ମଧ୍ୟ କାମ କରାଯାଉଛି । ଏ ପଯ୍ୟନ୍ତ ଦେଶର ଆଠ କୋଟିରୁ ଅଧିକ କୃଷକଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ଼ ଦିଆଯାଇଛି । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ର ପ୍ରଭାବ ଫସଲ ଉତ୍ପାଦନ ଉପରେ ଦେଖିବାକୁ ମିଳୁଛି । ସେହିପରି ୟୁରିଆକୁ 100 ପ୍ରତିଶତ ନିମ କୋଟିଂ କରାଯିବାରୁ ଏହାର କାର୍ଯ୍ୟ ଦକ୍ଷତା ବଢିଛି । ଫସଲ ଉତ୍ପାଦନ ବଢିଛି ଓ କୃଷକଙ୍କ ଖର୍ଚ୍ଚ କମ୍ ହୋଇଛି । କୃଷକଙ୍କୁ ନିଜ ଫସଲ ବିକ୍ରି କରିବାରେ ଅସୁବିଧା ନ ହେଉ ସେଥିପାଇଁ ଇଲୋକଟ୍ରୋନିକ ଜାତୀୟ କୃଷି ବଜାର ଅର୍ଥାତ ଇ-ନାମ ଯୋଜନା ପାଇଁ ଦ୍ରୁତ ଗତିରେ କାମ କରାଯାଉଛି । ଗୋଟିଏ ରାଷ୍ଟ୍ରୀୟ ଅନ୍ଲାଇନ୍ ବଜାର ପ୍ରତିଷ୍ଠା କରାଯାଇଛି । ଏବେ ଦେଶର 450 ରୁ ଅଧିକ ମଣ୍ଡି ଏହା ସହିତ ଯୋଡି ହୋଇଛନ୍ତି । ସରକାର କୃଷିକ୍ଷେତ୍ରରେ କୃଷକଙ୍କ ଚିନ୍ତା କମ୍ କରିବା ଆଉ ସେତେ ଶୀଘ୍ର କୃଷକଙ୍କୁ ଋଣ ଦେବା ପାଇଁ ମଧ୍ୟ କାମ କରୁଛନ୍ତି । ପାଣିପାଗ ପ୍ରଭାବରୁ କୃଷକଙ୍କ ଉପରେ ବିପଦ ନ ଆସୁ ଏଥିପାଇଁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଲାଗୁ କରାଯାଇଛି । ଏହି ଯୋଜନା ଅଧିନରେ ସରକାର କ୍ଷୟକ୍ଷତି ରାଶି ବଢାଇଛନ୍ତି ଆଉ ପ୍ରିମିୟମ୍ କମ୍ କରିଛନ୍ତି । ଚାଷବାସ ସହିତ ଜଡିତ ପ୍ରତ୍ୟେକ କ୍ଷେତ୍ର ଉପରେ ସରକାର ଧ୍ୟାନ ଦେଉଛନ୍ତି, ଯାହାଦ୍ୱାରା ସେମାନଙ୍କର ଆୟ ବଢି ପାରିବ ।

ଗତ ମାସରେ  ସରକାର ଦେଶରେ ଖାଦ୍ୟ ପ୍ରକ୍ରିୟା କରଣ କ୍ଷେତ୍ରକୁ ସୁଦୃଢ କରିବା ପାଇଁ କୃଷକ ସଂପଦା ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଜି ମଧ୍ୟ ଆମ ଦେଶରେ ପାଖାପାଖି ଏକ ଲକ୍ଷ କୋଟି ଟଙ୍କାର କ୍ଷତି ଏଥିପାଇଁ ହେଉଥିଲା କି ଫସଲ ଉତ୍ପାଦନ ହେବାପରେ ଭିତ୍ତିଭୂମି ଏବଂ ଯୋଗାଣ ଶୃଙ୍ଖଳ ସୁଦୃଢ ହୋଇ ନ ଥିବା କାରଣରୁ ଆମକୁ କ୍ଷତି ହେଉଥିଲା । ଫଳ, ପନିପରିବା ଆଦି ଲୋକଙ୍କ ପାଖରେ ପହଂଚିବା ପୂର୍ବରୁ ଖରାପ ହୋଇ ହୋଇଯାଇଥାଏ । କୃଷକ ସଂପଦା ଯୋଜନାରୁ ଖାଦ୍ୟ ପ୍ରକ୍ରିୟା କରଣ କ୍ଷେତ୍ର ସୁଦୃଢ ହେବ, ତ କୃଷକମାନର କ୍ଷତି କମ୍ ହେବ ଆଉ ତାଙ୍କର ଆୟ ବଢିବ ।

ଇସ୍ରାଏଲ-ଭାରତ ଟେକ୍ନୋଲଜି କ୍ଷେତ୍ରରେ କାନ୍ଧକୁ କାନ୍ଧ ମିଳାଇ ଚାଲିପାରିବେ । କୃଷି କ୍ଷେତ୍ରରେ ଇସ୍ରାଏଲ ଆମ ଭାରତରେ ଦ୍ୱିତୀୟ ସବୁଜ ବିପ୍ଳବରେ ସାହାଯ୍ୟ କରିପାରିବ । ଏପରିକି ପ୍ରତିରକ୍ଷା, ମହାକାଶ ଟେକ୍ନୋଲୋଜିରେ ମଧ୍ୟ ଭାରତ ଏବଂ ଇସ୍ରାଏଲ ସମ୍ବନ୍ଧ ବୃଦ୍ଧି ପାଇଲେ ଦୁଇ ଦେଶକୁ ମଧ୍ୟ ବହୁତ ଲାଭ ହେବ । ଏଥିପାଇଁ ଆବଶ୍ୟକତା ହେଉଛି କି ଦୁଇ ଦେଶ ମଧ୍ୟରେ ଶହ ଶହ ବର୍ଷର ଆତ୍ମୀୟତା ଏବଂ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଧ୍ୟାନରେ ରଖି ସାଙ୍ଗ ହୋଇ ଆଗକୁ ବଢିବେ । ଏଠାରେ ଇସ୍ରାଏଲରେ ପ୍ରାୟ 600 ଭାରତୀୟ ଛାତ୍ର ଭିନ୍ନ ଭିନ୍ନ ବିଷୟରେ ପଢୁଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ଏହି କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ଅଛନ୍ତି ।

ମୋର ଯୁବ ସାଥୀମାନେ ଆପଣ ଭାରତ ଆଉ ଇସ୍ରାଏଲ ମଧ୍ୟରେ ଟେକ୍ନୋଲଜି ଏବଂ ନବସୃଜନ କ୍ଷେତ୍ରରେ ସେତୁ ଭଳି । ମୋର ବନ୍ଧୁ ବେଞ୍ଜାମିନ ନେତାନ୍ୟାହୁ ଆଉ ମୁଁ ଦୁଇଜଣ ମଧ୍ୟ କୁଏତ ସାନରେ ସହମତ ହୋଇଛୁ କି  ଭବିଷ୍ୟତରେ ଦୁଇଦେଶ ମଧ୍ୟରେ ସମ୍ବନ୍ଧର ଆଧାର ମୁଖ୍ୟ ଆଧାର ବିଜ୍ଞାନ ନବସୃଜନ ଆଉ ଗବେଷଣାରେ ମଧ୍ୟ ରହିବାର ଅଛି । ଏଥିପାଇଁ ଆଜି ଆପଣ ଯାହା ଇସ୍ରାଏଲରୁ ଶିଖୁଛନ୍ତି । ତାହା ଆଗାମୀ ବର୍ଷରେ ଭାରତକୁ ଆହୁରି ସୁଦୃଢ କରିବା କାମରେ ଆସିବ । ମାତ୍ର କିଛି ଘଣ୍ଟା ପୁର୍ବରୁ ମୋର ମୋଶୋ ହୋଜବର୍ଗଙ୍କ ସହ ସାକ୍ଷାତ ହୋଇଥିଲା । ଏହି ସାକ୍ଷାତ ସମୟରେ ମୁମ୍ବଇ ଆକ୍ରମଣକୁ ମନେ ପକାଇଦେଲା କିନ୍ତୁ ଆତଙ୍କବାଦରୁ ଉର୍ଦ୍ଧ୍ଵରେ ଜୀଇଁବାର ଉତ୍ସାହ କିପରି ବିଜୟୀ ହୋଇଥାଏ ଏହା ମଧ୍ୟ ମୁଁ ତାଙ୍କ ସହ ସାକ୍ଷାତ ସମୟରେ ଦେଖିଛି । ସ୍ଥାୟିତ୍ୱ, ଶାନ୍ତି ଆଉ ସଦ୍ଭାବନା ଏହା ଭାରତ ପାଇଁ ହେଉଛି ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ମଧ୍ୟ ଇସ୍ରାଏଲ ପାଇଁ ହେଉଛି ଗୁରୁତ୍ୱପୂର୍ଣ୍ଣ । ବନ୍ଧୁଗଣ, ଇସ୍ରାଏଲରେ ରହୁଥିବା ଭାରତୀୟ ହେଉଛନ୍ତି ସେବା, ଶୌର୍ଯ୍ୟ ଏବଂ ସଦ୍ଭାବନାର ପ୍ରତୀକ । ଏଠାକାର ବରିଷ୍ଠ ଲୋକଙ୍କର ସେବାରେ ହଜାର ହଜାର ଭରତୀୟ ଜୀବଟ ଭୂମିକାରେ ଅଛନ୍ତି । ବେଙ୍ଗାଲୁରୁ, ଦାର୍ଜିଲିଂ, ଆନ୍ଧ୍ରପ୍ରଦେଶ ଆଉ ଦେଶର ଭିନ୍ନ ଭିନ୍ନ ଭାଗରୁ ଏଠାକୁ ଆସି ନିଜେ ଯେଉଁଭଳି ସେବାଭାବରେ କାମ କରିଛନ୍ତି, ସେମିତି ଉଦାହରଣ ପ୍ରତ୍ୟେକ ଇସ୍ରାଏଲ ବାସୀଙ୍କର ହୃଦୟ ଜିତିବାର କାମ ଆପଣ କରିଛନ୍ତି । ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ, ଇସ୍ରାଏଲରେ ରହୁଥିବା ଭାରତୀୟ ସମୁଦାୟ ଲୋକଙ୍କୁ ଆପଣମାନଙ୍କୁ ଖୁସିଖବର ମଧ୍ୟ ଶୁଣାଇବାକୁ ଚାହୁଁଛି । ଇସ୍ରାଏଲରେ ରହୁଥିବା ଭାରତୀୟ ସମୁଦାୟ ଲୋକଙ୍କୁ ଓସିଆଇ ଏବଂ ପିଆଇଓ କାର୍ଡ଼କୁ ନେଇ ବହୁତ  ଅସୁବିଧା ହେଉଛି । ଏହା ମତେ ସୂଚନା ମିଳିଛି,  ଯେଉଁ ସଂପର୍କ ହୃଦୟ ସହିତ ଯୋଡି ହୋଇଥାଏ ତାହା କୌଣସି କାଗଜ କମ୍ବା କାର୍ଡ଼ ଉପରେ ନିର୍ଭର କରେ ନାହିଁ । ଏପରି ହୋଇ ପାରିବ ନାହିଁ କି ଭାରତ ଆପଣମାନଙ୍କୁ ଓସିଆଇ କାର୍ଡ଼ ଦେବାକୁ ମନା କରିବ । ଆଉ ଏଥି ପାଇଁ ମୁଁ ଆପଣମାନଙ୍କୁ ଖୁସିଖବର ଦେଉଛି । ଯଦି ଭାରତୀୟ ଜୀଉଜ ସମୁଦାୟଙ୍କୁ ଓସିଆଇ କାର୍ଡ଼ ମିଳି ପାରିଲା ନାହିଁ ତ ଏହା ଓସିଆଇ କାର୍ଡ଼ ଦେବାର ଉଦ୍ଦେଶ୍ୟ ହିଁ ପୂରଣ ହୋଇ ପାରିବ ନାହିଁ  । ଭାଇ ଭଉଣୀମାନେ ମୁଁ ଆପଣମାନଙ୍କୁ ଭରସା ଦେବାକୁ ଚାହୁଁଛି କି ଭାରତୀୟ ସମୁଦାୟର ଯେଉଁ ଲୋକମାନେ… ଭାରତୀୟ ସମୁଦାୟର ଯେଉଁ ଲୋକମାନେ ବାଧ୍ୟତାମୂଳକ ସୈନିକ ସେବାରେ ଅଛନ୍ତି ସେମାନଙ୍କୁ ମଧ୍ୟ ଏବେଠାରୁ ଓସିଆଇ କାର୍ଡ଼ ମିଳିଯିବ । ବାଧ୍ୟତାମୂଳକ ସୈନିକ ସେବା ସହିତ ଜଡିତ କିଛି ନିୟମ କାରଣରୁ ଆପଣ ନିଜର ପିଆଇଓ କାର୍ଡ଼କୁ ଓସିଆଇ କାର୍ଡ଼ରେ ବଦଳାଇ ପାରୁ ନ ଥିଲେ । ଏହି ନିୟମକୁ ମଧ୍ୟ ସରଳ କରିବା ପାଇଁ ନିଷ୍ପତି କରି ନିଆ ଯାଇଛି ।

ଦ୍ୱିତୀୟ କଥା ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ବନ୍ଧକୁ ଆହୁରି ବଢାଇବା ପାଇଁ ବିଗତ ଅନେକ ସମୟରୁ ଇସ୍ରାଏଲରେ ଭାରତୀୟ ସାଂସ୍କୃତିକ କେନ୍ଦ୍ରର ଅଭାବ ଅନୁଭବ ହେଉଥିଲା । ଆଜି ଆପଣଙ୍କ ମଧ୍ୟରେ ମୁଁ ଏହି ଘୋଷଣା  କରିବାକୁ ଚହୁଁଛି କି ବହୁତ ଶୀଘ୍ର ଭାରତ ସରକାର ଇସ୍ରାଏଲରେ ସାଂସ୍କୃତିକ କେନ୍ଦ୍ର ଖୋଲିବାକୁ ଯାଉଛନ୍ତି ।

ଭାରତ ଆପଣଙ୍କ ହୃଦୟରେ ବସି ରହିଛି ଭାରତୀୟ ସାଂସ୍କୃତିକ କେନ୍ଦ୍ର ଆପଣମାନଙ୍କୁ ସବୁବେଳେ ଭାରତୀୟ ସଂସ୍କୃତି ସହିତ ଯୋଡି ରଖିବ । ଆଜି ଏହି ଅବସରରେ ମୁଁ ଇସ୍ରାଏଲରେ ରହୁଥିବା ଭାରତୀୟ ସମୁଦାୟ ସହିତ ମଧ୍ୟ ଇସ୍ରାଏଲ ଯୁବକମାନଙ୍କୁ ମଧ୍ୟ ଆହ୍ୱାନ କରିବାକୁ ଚାହୁଁଛି କି ସେମାନେ ଅଧିକରୁ ଅଧିକ ସଂଖ୍ୟାରେ ଭାରତ ଆସନ୍ତୁ । ଭାରତ ଏବଂ ଇସ୍ରାଏଲ କେବଳ ଇତିହାସରେ ହିଁ ନୁହେଁ ବରଂ ସଂସ୍କୃତିରେ ମଧ୍ୟ ଜଣେ ଅନ୍ୟ ଜଣଙ୍କ ସହିତ ଯୋଡି ହୋଇଛନ୍ତି । ଦୁହେଁ ମାନବିକ ମୂଲ୍ୟବୋଧ ମାନବିକ ସଂସ୍କୃତିର ଭାଗିଦାରୀ ଅଛନ୍ତି । ପରମ୍ପରାର ପୂଜା ଆଉ କଠିନ ପରିସ୍ଥିତିରେ ଜୀଇଁକରି ବାହାରିବା ଦୁଇ ଦେଶକୁ ଆସିଥାଏ । ଏହାର ଅନେକ ପ୍ରତୀକ ଭାରତରେ ଅଛି ଆଉ ଇସ୍ରାଏଲର  ଯୁବକଙ୍କୁ ଏହି ଐତିହାସିକ ଯାତ୍ରାର ସାକ୍ଷୀ ହେବା ପାଇଁ ଅଧିକର ଅଧିକ ସଂଖ୍ୟାରେ ଭାରତ ଆସିବା ଦରକାର ।

ମୋର ସଂପୁର୍ଣ୍ଣ ବିଶ୍ୱାସ ଅଛି କି ଅତିଥିଙ୍କୁ ଭଗବାନ ମାନୁଥିବା ଆମଦେଶ… ଆପଣଙ୍କୁ ବହୁତ ଭଲ ସ୍ମୃତି ନେଇ ଫେରିବା ପାଇଁ  ପ୍ରେରଣା ଦେବ । ଶେଷରେ ପୁଣି ଥରେ ଇହୁଦୀ ସମୁଦାୟଙ୍କୁ  ନିଜର ବନ୍ଧୁ ବେଞ୍ଜାମିନ ନେତାନ୍ୟାହୁ ଏବଂ ସମଗ୍ର ଇସ୍ରାଏଲକୁ ହୃଦୟର ସହିତ କୃତଜ୍ଞତା ଜଣାଉଛି । ଆଉ ଭାଇ ଓ ଭଉଣୀମାନେ ଏବେ ଆପଣ ଦିଲ୍ଳୀ, ମୁମ୍ବାଇ, ତେଲ ଆଭିଭ – ଦିଲ୍ଳୀ, ମୁମ୍ବାଇ, ତେଲ ଆଭିଭ ବିମାନ ସେବା ଆରମ୍ଭ କରିଦିଆଯିବ । ଆଉ ଏଥିପାଇଁ ମୁଁ ଏଠାକାର ଯୁବକମାନଙ୍କୁ ବାରମ୍ବାର ଆସିବାକୁ କହୁଛି, ନିମନ୍ତ୍ରଣ ଦେଉଛି ଆସନ୍ତୁ ଭାରତ ଆସନ୍ତୁ । ପୁଣି ଥରେ ଇସ୍ରାଏଲର ଜନତାଙ୍କ, ଇସ୍ରାଏଲ ସରକାରଙ୍କର ଏବଂ ବନ୍ଧୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କର ଏହି ସ୍ୱାଗତ ସମ୍ମାନ ପାଇଁ ହୃଦୟର ସହିତ କୃତଜ୍ଞତା ବ୍ୟକ୍ତ କରୁଛି ।

ଆପଣ ସମସ୍ତଙ୍କୁ  ବହୁତ ବହୁତ ଧନ୍ୟବାଦ ।

ଧନ୍ୟବାଦ ।

 

**********