Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇସ୍ରାଏଲ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଇସ୍ରାଏଲ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେରୁସାଲେମ୍‌ରେ ଇସ୍ରାଏଲ୍‌ର ରାଷ୍ଟ୍ରପତି ଶ୍ରୀ ଆଇଜାକ୍ ହର୍‌ଜୋଗଙ୍କୁ ଭେଟିଛନ୍ତି

ପ୍ରଧାନମନ୍ତ୍ରୀ ୨୦୧୭ରେ ଇସ୍ରାଏଲ୍‌କୁ ତାଙ୍କର ଗସ୍ତ ଏବଂ ୨୦୨୩ରେ ଦୁବାଇ ଗସ୍ତ ସମୟରେ ରାଷ୍ଟ୍ରପତି ହର୍‌ଜୋଗ୍‌ଙ୍କ ସହ ତାଙ୍କର ପୂର୍ବ ସାକ୍ଷାତକୁ ମନେ ପକାଇଥିଲେ ଭାରତ-ଇସ୍ରାଏଲ୍ ସମ୍ପର୍କକୁ “ଶାନ୍ତି, ନବାଚାର ଏବଂ ସମୃଦ୍ଧି ପାଇଁ ସ୍ୱତନ୍ତ୍ର ରଣନୈତିକ ସହଭାଗୀତା” ପର୍ଯ୍ୟନ୍ତ ଉନ୍ନୀତ କରିବା ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂତନ ଆରମ୍ଭ ଏବଂ ଦୁଇ ଦେଶ ମଧ୍ୟରେ ଗଭୀର ବିଶ୍ୱାସ, ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିଶେଷ ବନ୍ଧୁତାର ପ୍ରତିଫଳନ ବୋଲି ଦୁଇ ନେତା ଉଲ୍ଲେଖ କରିଛନ୍ତି ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା, ନବାଚାର ତଥା ଉଦ୍ୟୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ଚାଲିଥିବା ସହଯୋଗରେ ଦୁଇ ନେତା ସନ୍ତୋଷ ପ୍ରକାଶ କରିଛନ୍ତି

ଉଭୟ ନେତା ପାରସ୍ପରିକ ସ୍ୱାର୍ଥର କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି ଗାଜା ଶାନ୍ତି ଯୋଜନା ପ୍ରତି ସମର୍ଥନ ଜଣାଇ ପ୍ରଧାନମନ୍ତ୍ରୀ ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ହାସଲ କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ଏବଂ ପ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି

ପରିବେଶ ସଂରକ୍ଷଣ ଦିଗରେ ଉଭୟ ରାଷ୍ଟ୍ରର ସମାନ ମୂଲ୍ୟବୋଧକୁ ପ୍ରଦର୍ଶିତ କରି, ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ହର୍‌ଜୋଗ ଏବଂ ପ୍ରଥମ ମହିଳାଙ୍କ ସହିତ ‘ଏକ ପେଡ୍ ମାଁ କେ ନାମ’ (ମାଆଙ୍କ ପାଇଁ ଗୋଟିଏ ଗଛ) ପଦକ୍ଷେପ ଅଧୀନରେ ରାଷ୍ଟ୍ରପତିଙ୍କ ଉଦ୍ୟାନରେ ଏକ ଗଛ ରୋପଣ କରିଥିଲେ

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ହର୍‌ଜୋଗଙ୍କୁ ତାଙ୍କର ଆତିଥ୍ୟ ସତ୍କାର ଏବଂ ଭାରତ-ଇସ୍ରାଏଲ୍ ସହଭାଗୀତାକୁ ମିଳିଥିବା ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ

 

SR