Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇସ୍ରୋ ଏବଂ USGS ସହଯୋଗ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


ଆମେରିକା ଭୂପୃଷ୍ଠ ଦୂର ସମ୍ବେଦୀ ତଥ୍ୟ ବିନିମୟ ଏବଂ ବ୍ୟବହାର ଲାଗି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏବଂ ଯକ୍ତରାଷ୍ଟ୍ର ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମଧ୍ୟରେ ସ୍ଵାକ୍ଷରିତ ବୁଝାମଣା ପତ୍ରକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ବୁଝାମଣାପତ୍ରକୁ ସ୍ଵୀକୃତି ମିଳିଛି । ଦୁଇ ଦେଶ ମଧ୍ୟରେ ବେଙ୍ଗାଲୁରୁଠାରେ ଜୁଲାଇ ୦୯, ୨୦୧୬ରେ ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମାର ବ୍ୟବସ୍ଥା ଅନୁସାରେ ଇସ୍ରୋ USGS ର ଲ୍ୟାଣ୍ଡସାଟ-୭ ଏବଂ ୮ର ସମସ୍ତ ଭାରତୀୟ ତଥ୍ୟାବଳୀ ପାଇପାରିବ ଏବଂ USGS ଇସ୍ରୋ ରିସୋର୍ସସ୍ୟାଟ-୨ (Awisfs ଏବଂ Liss-iii)ର ଆମେରିକା କ୍ଷେତ୍ରର ତଥ୍ୟ ହାସଲ କରିବ ।