Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇ-ପ୍ରଶାସନ କ୍ଷେତ୍ରରେ ଭାରତ, ଉଜବେକିସ୍ତାନ ଦ୍ୱିପାକ୍ଷିକ ସହଯୋଗ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ଇ-ପ୍ରଶାସନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିବାର ଲାଗି ସ୍ୱାକ୍ଷରିତ ବୁଝାମଣା (ଏମଓୟୁ)କୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି ।

ଏମଓୟୁର ଉଦ୍ଦେଶ୍ୟରେ ଇ-ପ୍ରଶାସନ କ୍ଷେତ୍ରରେ ସହଯୋଗ ଏବଂ ଆଇଟି ଶିକ୍ଷାକୁ ପ୍ରୋତ୍ସାହନ ଦେବା, ବିଭିନ୍ନ କ୍ଷେତ୍ରର ଇ-ପ୍ରଶାସନ ଉତ୍ପାଦ/ଉପକରଣର ପ୍ରାରମ୍ଭ କରିବା ଏବଂ ଏହାର କାର୍ଯ୍ୟାନ୍ୱୟନ କରିବା, ଡାଟା କେନ୍ଦ୍ରର ବିକାଶ କରିବା ଆଦି ସାମିଲ ରହିଛି ।

 

**********