ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଉଚ୍ଚଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲରେ ଗିଗାୱାଟ ଆଧାରିତ ଉତ୍ପାଦନ କ୍ଷମତା ହାସଲ କରିବା ଲକ୍ଷ୍ୟ ନେଇ ୧୯ହଜାର ୫୦୦ କୋଟି ଟଙ୍କାର ବ୍ୟୟବରାଦ ସହିତ ‘ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲର ଜାତୀୟ କାର୍ଯ୍ୟକ୍ରମ’ ପାଇଁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରାଯାଇଛି । ଏଥିପାଇଁ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲ ପାଇଁ ଜାତୀୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତରେ ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲ ପ୍ରସ୍ତୁତି ପାଇଁ ଏକ ଇକୋସିଷ୍ଟମ ନିର୍ମାଣ କରିବା। ଏହା ମାଧ୍ୟମରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମଦାନୀ ଉପରେ ନିର୍ଭରଶୀଳତାକୁ ମଧ୍ୟ କମ କରାଯାଇ ପାରିବ । ଏହି ପଦକ୍ଷେପ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ମଜବୁତ କରିବା ସହିତ ରୋଜଗାର ମଧ୍ୟ ବୃଦ୍ଧି କରିବ।
ଏକ ପାରଦର୍ଶୀ ଚୟନ ପ୍ରକ୍ରିୟା ମାଧ୍ୟମରେ ସୋଲାର ପିଭି ନିର୍ମାତାଙ୍କ ଚୟନ କରାଯିବ । ସୌର ପିଭି ଉତ୍ପାଦନ ପ୍ଲାଣ୍ଟ ଆରମ୍ଭ ହେବାର ପରବର୍ତ୍ତୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ)ର ବିତରଣ କରାଯିବ । ଘରୋଇ ବଜାରରେ ଉଚ୍ଚଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲର ବିକ୍ରି ଉପରେ ଏହି ପ୍ରୋତ୍ସାହନ ଦିଆଯିବ ।
ଏହି ଯୋଜନାର ଆଶାନୁରୂପ ପରିଣାମ/ଲାଭଗୁଡ଼ିକ ହେଲା:
*******
P.S.
Today's Cabinet decision on a PLI scheme relating to the National programme on High Efficiency Solar PV Modules will enhance manufacturing in the sector and boost investment. https://t.co/Xe1QXcfqW6
— Narendra Modi (@narendramodi) September 21, 2022