Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉଜବେକିସ୍ଥାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି


 

ମହାମହିମ

ଏବଂ ମୋର ବନ୍ଧୁ ରାଷ୍ଟ୍ରପତି ମିର୍ଜିୟୋଏ,

ଉଜବେକିସ୍ଥାନରୁ ଆସିଥିବା ସମ୍ମାନିତ ଅତିଥି ଏବଂ ମୋର ବନ୍ଧୁଗଣ,

ଭାରତୀୟ ସୁଧୀମଣ୍ଡଳର ସଦସ୍ୟ,

ନମସ୍କାର  ।

ରାଷ୍ଟ୍ରପତିଜୀ,

ଭାରତକୁ ଏହା ଆପଣଙ୍କ ପ୍ରଥମ ସରକାରୀ ଗସ୍ତ ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଏହି ଯାତ୍ରା ଆପଣ, ଆପଣଙ୍କ ପରିବାର ଏବଂ ଏକ ସଶକ୍ତ ପ୍ରତିନିଧି ଦଳଙ୍କ ସହିତ କରୁଛନ୍ତି  । ଆପଣ ଏବଂ ଆପଣଙ୍କ ପରିବାର ତଥା ପ୍ରତିନିଧି ଦଳଙ୍କୁ ସ୍ୱାଗତ କରି ମୋତେ ଅତ୍ୟନ୍ତ ଆନନ୍ଦ ଅନୁଭୂତ ହେଉଛି । ଉଜବେକିସ୍ତାନ ଏବଂ ଭାରତ ମଧ୍ୟରେ ସାମଞ୍ଜସ୍ୟ ଏବଂ ନିକଟତର ସଂପର୍କର ମୂକସାକ୍ଷୀ ହେଉଛି ଆମ ଇତିହାସ ଏବଂ ସଂସ୍କୃତି  । ଅତିଥି’, ‘ବନ୍ଧୁଏବଂ ନିକଟ ସଂପର୍କୀୟ’- ଏଭଳି କିଛି ଶବ୍ଦ ଦୁଇ ଦେଶରେ ସମାନ ଭାବେ ପରିଚିତ  । ଏହା କେବଳ ଭାଷାର ସମାନତା ନୁହେଁ  । ଏହା ହେଉଛି ହୃଦୟ ଏବଂ ଭାବନାର ମିଳନ  । ମୁଁ ଗର୍ବିତ ଏବଂ ପ୍ରସନ୍ନ ଯେ ଆମ ଦୁଇ ଦେଶର ସଂପର୍କର ମୂଳଦୂଆ ଅତି ସୁଦୃଢ   । ରାଷ୍ଟ୍ରପତିଜୀ, ଆପଣଙ୍କ ସହିତ ମୋର ପରିଚୟ 2015 ରେ ମୋର ଉଜବେକିସ୍ତାନ ଗସ୍ତ ସମୟରେ ହୋଇଥିଲା  । ଅପଣଙ୍କର ଭାରତ ପ୍ରତି ସଦଭାବନା, ବନ୍ଧୁତା ଏବଂ ଆପଣଙ୍କ ବ୍ୟକ୍ତିତ୍ୱ ମୋତେ ଅନେକ ମାତ୍ରାରେ ପ୍ରଭାବିତ କରିଛି  । ଏହା ଆମର ଚତୁର୍ଥ ସାକ୍ଷାତ  । ମୁଁ ଏହା ଅନୁଭବ କରୁଛି ଯେ ଆପଣ ଜଣେ ଘନିଷ୍ଠ ବନ୍ଧୁ  । ଅତି ନିକଟତର ବନ୍ଧୁ  । ମୋତେ ଆହୁରି ମଧ୍ୟ ଅଧିକ ଆନନ୍ଦ ଅନୁଭୂତ ହେଉଛି ଯେ ଆପଣଙ୍କ ସହିତ ଏକ ସଶକ୍ତ ପ୍ରତିନିଧି ଦଳ ରହିଛନ୍ତି  । ଆପଣଙ୍କ ଆଦେଶ ଏବଂ ମାର୍ଗଦର୍ଶନ ଉପରେ ବିଗତ କିଛି ଦିନ ମଧ୍ୟରେ ଭାରତରେ ତାଙ୍କର ସଫଳ ସାକ୍ଷାତ ହୋଇଛି  । ଆଜି ଆମ ଭିତରେ ଅନେକ ଫଳପ୍ରଦ ଆଲୋଚନା ହୋଇଛି  । ଭାରତ ଏବଂ ଉଜବେକିସ୍ତାନର ଐତିହାସିକ ସଂପର୍କକୁ ଆହୁରି ମଜବୁତ କରିବା ଏବଂ ଆମର ରଣନୈତିକ ଭାଗିଦାରୀତାକୁ ଆହୁରି ସୁଦୃଢ କରିବାର ଆମ ଲକ୍ଷ୍ୟ ଏବଂ ଯୋଜନା ବିଷୟରେ ଆମେ ଆଲୋଚନା କରିଛୁ  । ଆମର ପୁରୁଣା ବନ୍ଧୁତ୍ୱ ସଂପର୍କକୁ ସାମ୍ପ୍ରତିକ ସମୟରେ ଆହୁରି ସମୃଦ୍ଧ କରିବା ପାଇଁ ଆମେ ଦୀର୍ଘମିଆଦୀ ଲକ୍ଷ୍ୟ ପ୍ରସ୍ତୁତ କରିଛୁ  । ଆଞ୍ଚଳିକ ଗୁରୁତ୍ୱର ବିଷୟ, ଯାହା ଆମ ସୁରକ୍ଷା, ଶାନ୍ତି, ସମୃଦ୍ଧି ଏବଂ ସହଯୋଗ ସହ ଜଡିତ, ଏହା ଉପରେ ମଧ୍ୟ ସଫଳ ଆଲୋଚନା କରାଯାଇଛି  । ଏହି ବିଷୟ ଉପରେ ଏବଂ ସାଂଘାଇ ସହଯୋଗ ସଂଗଠନ ସମେତ ଅନ୍ତର୍ରାଷ୍ଟ୍ରୀୟ ମଞ୍ଚଗୁଡିକରେ, ଆମେ ଆମର ସହଯୋଗକୁ ଆହୁରି ଗଭୀର କରିବାର ନିଷ୍ପତ୍ତି ନେଇଛୁ  । ଆଜିର ଏହି ସାକ୍ଷାତରେ ଆମ ଦୁଇ ଦେଶ ମଧ୍ୟରେ ପ୍ରାଚୀନ ଏବଂ ପ୍ରଗାଢ ସଂପର୍କକୁ ଆମ ଲୋକମାନଙ୍କର ଆଶା ଏବଂ ଆକାଂକ୍ଷା ଅନୁରୂପ ବିସ୍ତୃତ କରିବାର ସମୟ ଆସିଛି ବୋଲି ଆମେ ସହମତ ହୋଇଛୁ  ।

ମହାମହିମ,

ଆପଣ ଅନେକ ସାହସୀ ଏବଂ ମଜବୁତ ପଦକ୍ଷେପ ଏବଂ ସଂସ୍କାର ଦ୍ୱାରା ଉଜବେକିସ୍ତାନ ପୁରୁଣା ବ୍ୟବସ୍ଥାକୁ ପଛରେ ପକାଇ ଆଧୂନିକତା ଆଡକୁ ଆହୁରି ଦୃତ ଗତିରେ ଅଗ୍ରସର ହେଉଛନ୍ତି  । ଏହା ହେଉଛି ଆପଣଙ୍କ ନେତୃତ୍ୱ ଏବଂ ଲକ୍ଷ୍ୟର ପରିଣାମ  । ମୁଁ ଏହାକୁ ସ୍ୱାଗତ କରୁଛି  । ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଆଗକୁ ଆହୁରି ମଧ୍ୟ ସଫଳତା ପାଇଁ ଶୁଭକାମନା ଜଣାଉଛି  ।

ମହାମହିମ,

ଉଜବେକିସ୍ତାନର ପ୍ରାଥମିକତାଗୁଡିକ ଅନୁଯାୟୀ ଭାରତ ସେହି ପ୍ରଚେଷ୍ଟାରେ ସହଯୋଗ କରିବା ପାଇଁ ସଂକଳ୍ପବଦ୍ଧ  । ଆମର ବର୍ତ୍ତମାନର ସହଯୋଗକୁ ନୂତନ କ୍ଷେତ୍ରଗୁଡିକରେ ବୃଦ୍ଧି କରିବା ପାଇଁ ଆମେ ଆଜି ସ୍ୱତନ୍ତ୍ର ଆଲୋଚନା କରିଥିଲୁ  । ଆମେ ବ୍ୟାପାର ଏବଂ ପୁଞ୍ଜିନିବେଶର ସଂପର୍କ ବୃଦ୍ଧି କରିବା ନେଇ ସହମତି ଜଣାଇଛୁ  । ଆମେ 2020 ପର୍ଯ୍ୟନ୍ତ ଏକ ବିଲିୟନ ଡଲାରର ଦ୍ୱିପାକ୍ଷିକ ବ୍ୟାପାରର ଲକ୍ଷ୍ୟ ରଖିଛୁ  । ଆମେ ଅଗ୍ରାଧିକାର ବାଣିଜ୍ୟ ବା ପ୍ରିଫେରେନସିଆଲ ଟ୍ରେଡ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବାର ନିଷ୍ପତ୍ତି ମଧ୍ୟ ନେଇଛୁ  । ଉଜବେକିସ୍ତାନର ପ୍ରସ୍ତାବ ଅନୁଯାୟୀ ଆମେ ଉଜବେକିସ୍ତାନରେ କମ ଖର୍ଚ୍ଚରେ ଘର ନିର୍ମାଣ ଓ ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ପାଇଁ 200 ନିୟୁତ ଡଲାରର ଋଣ ଦେବା ଲାଗି ସ୍ଥିର କରିଛୁ ଏହାବ୍ୟତୀତ Exim Bank କ୍ରେତା କ୍ରେଡିଟ ଅଧୀନରେ ଏବଂ 800 ନିୟୁତ ଡଲାର ପର୍ଯ୍ୟନ୍ତ ଆମେ ଉଜବେକିସ୍ତାନର ପ୍ରସ୍ତାବଗୁଡିକୁ ସ୍ୱାଗତ କରିବୁ  ମହାକାଶ, ମାନବ ସମ୍ବଳ ବିକାଶ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଜବେକିସ୍ତାନର ହିତ ପାଇଁ ଭାରତର ଅନୁଭୂତିରୁ ଲାଭ ଉଠାଇବାର ପ୍ରସ୍ତାବ ଆମେ ରଖିଛୁ  । ଭାରତ ଏବଂ ଉଜବେକିସ୍ତାନର ରାଜ୍ୟଗୁଡିକ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗକୁ ଆମେ ସ୍ୱାଗତ କରୁଛୁ  । ଆଜି ଆଗ୍ରା ଏବଂ ସମରକନ୍ଦ ମଧ୍ୟ ଟ୍ଵିନିଂ ଚୁକ୍ତି ଏବଂ ଗୁଜରାଟ ଓ ଉଜବେକିସ୍ତାନ ମଧ୍ୟରେ ଚୁକ୍ତି କରାଯାଇଛି  । ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ସଂଯୋଗ କ୍ଷେତ୍ରକୁ ବୃଦ୍ଧି କରିବା ଉପରେ ଆମେ ବିଚାର କରିଛୁ  । ବ୍ୟାପାର ଏବଂ ସଂଯୋଗ ପାଇଁ ଚାବାହାର ଏକ ଗୁରୁତ୍ୱପୂର୍ଣ୍ଣ  ଅଧ୍ୟାୟ  । ଭାରତ ଆସଗାବାତ ଚୁକ୍ତିର ଫେବୃଆରୀ 2018 ରେ ସଦସ୍ୟ ହୋଇଥିଲା  । ଏଥିରେ ସମର୍ଥନ ପାଇଁ ଆମେ ଉଜବେକିସ୍ତାନ ପାଖରେ କୃତଜ୍ଞ  । ଆମେ ଆନନ୍ଦିତ ଯେ ଉଜବେକିସ୍ତାନ ଆନ୍ତର୍ଜାତିକ ଉତ୍ତର-ଦକ୍ଷିଣ ପରିବହନ ପଥ(International North South Transport Corridor) ରେ ସାମିଲ ହେବା ନେଇ ସହମତି ଜଣାଇଛି  ।

ମହାମହିମ,

ଆପଣଙ୍କ ବରିଷ୍ଠ ପରାମର୍ଶଦାତା ଏବଂ ମନ୍ତ୍ରୀ କାଲି ଗାନ୍ଧୀ ପରିମଳ ସମ୍ମେଳନର ସମାପନ ସମାରୋହରେ ସାମିଲ ହେଉଛନ୍ତି  ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଏବଂ ଶାନ୍ତିର ବାର୍ତ୍ତା ପ୍ରତି ଆପଣଙ୍କ ମନରେ ଯେଉଁ ସମ୍ମାନ ରହିଛି, ତାହା ଭାରତୀୟଙ୍କ ଦୃଦୟକୁ ବେଶ୍ ଛୁଇଁ ପାରିଛି  । ତାସକେଣ୍ଟ ସହିତ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ସ୍ମୃତି ଜଡିତ  । ଶାସ୍ତ୍ରୀଜୀଙ୍କ ସ୍ମାରକୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀ ସ୍କୁଲର ପୁନରୁଦ୍ଧାର ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି  । ଏହି ଦୁଇ ମହାନ ଜନନାୟକଙ୍କ ଜନ୍ମ ତିଥିର ପୂର୍ବ ସଂଧ୍ୟାରେ ଭାରତରେ ଆପଣଙ୍କ ଉପସ୍ଥିତି ଆମ ପାଇଁ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛି  ।

ମହାମହିମ,

ଏହା ପ୍ରସନ୍ନତାର ବିଷୟ ଯେ ଆମ ସୁରକ୍ଷା ସଂପର୍କରେ ବୃଦ୍ଧି ପରିଲକ୍ଷିତ ହେଉଛି  । ଆଜିର ସାକ୍ଷାତ ସମୟରେ ଆମେ ସଂଯୁକ୍ତ ସମରାଭ୍ୟାସ ଏବଂ ସୈନିକ ପ୍ରଶିକ୍ଷଣ ସମେତ ଆବଶ୍ୟକ କ୍ଷେତ୍ରଗୁଡିକରେ ସୁରକ୍ଷା ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା କରିଥିଲୁ  । ରାଷ୍ଟ୍ରପତିଜୀ, ଆପଣଙ୍କ ସହ ଆଲୋଚନା ପୁନର୍ବାର ସ୍ପଷ୍ଟ କରିଦେଇଛି ଯେ ଭାରତ ଏବଂ ଉଜବେକିସ୍ତାନ ଏକ ସୁରକ୍ଷିତ ଏବଂ ଉନ୍ନତ ବାହ୍ୟ ବାତାବରଣ ଚାହାଁନ୍ତି  । କ୍ଷେତ୍ରୀୟ ଶାନ୍ତି ଏବଂ ସ୍ଥିରତା ପାଇଁ ଉଜବେକିସ୍ତାନର ପ୍ରୟାସଗୁଡିକର ଆମେ ପ୍ରଶଂସା କରୁଛୁ  । ଏଥିରେ ଭାରତ ଉଜବେକିସ୍ତାନ ସହିତ ଯଥାସମ୍ଭବ ସହଯୋଗ କରିବ  । ସ୍ଥିର, ଗଣତାନ୍ତ୍ରିକ ଏବଂ ସାମଗ୍ରୀକ ଏବଂ ସମୃଦ୍ଧ ଆଫଗାନିସ୍ତାନ ଆମ ସଂପୂର୍ଣ୍ଣ କ୍ଷେତ୍ରର ହିତ ପାଇଁ କାର୍ଯ୍ୟ କରୁଛି  । ମୁଁ ଅତ୍ୟନ୍ତ ଖୁସି ଯେ ଏହି ବିଷୟରେ ଆମ ଦୁଇ ଦେଶ ମଧ୍ୟରେ ନିୟମିତ ଭାବେ ସଂପର୍କ ବଜାୟ ରଖିବାର ନିଷ୍ପତ୍ତି ଆମେ ନେଇଛୁ  । ସାଂସ୍କୃତିକ ଏବଂ ଲୋକ-ଲୋକ ମଧ୍ୟରେ ସଂପର୍କ ହେଉଛି ଆମ ସଂପର୍କର ଆଧାର ସ୍ତମ୍ଭ  ।  ଇ-ଭିସା, ପର୍ଯ୍ୟଟନ, ଶିକ୍ଷାର ବିନିମୟ ଏବଂ ବିମାନ ସଂଯୋଗ ଆଦି ବିଷୟ ଉପରେ ଆଜି ଆମେ ଆଲୋଚନା କରିଥିଲୁ  ।

ମହାମହିମ,

ଏବେ ଆମେ ଏକ ନୂତନ ଦିଗ ଆଡକୁ ଅଗ୍ରସର ହେଉଛୁ ଯେଉଁଥିରେ ଆମର ଦ୍ୱିପାକ୍ଷିକ ସଂପର୍କ ନୂତନ ଶିଖରକୁ ଛୁଇଁବ ଏବଂ ଆମର ରଣନୈତିକ ଭାଗୀଦାରୀତା କୁ ଆହୁରି ମଜବୁତ କରିବ  । ପୁନର୍ବାର ଆପଣଙ୍କ ଏବଂ ଆପଣଙ୍କ ପ୍ରତିନିଧି ଦଳଙ୍କୁ ସ୍ୱାଗତ କରି ଭାରତରେ ଆପଣଙ୍କ ଆନନ୍ଦମୟ ଏବଂ ଫଳପ୍ରଦ ପ୍ରବାସର କାମନା କରୁଛି  ।

ବହୁତ ବହୁତ ଧନ୍ୟବାଦ

ଧନ୍ୟବାଦ  ।

 

********************