Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍କଳ ଏକ୍ସପ୍ରେସ୍ ଧାରଣାଚ୍ୟୁତ ହେବା ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମୁଜାଫରନଗର ଠାରେ ଉତ୍କଳ ଏକ୍ସପ୍ରେସ୍ ଧାରଣାଚ୍ୟୁତ ହେବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦୁର୍ଘଟଣାସ୍ଥଳରେ ସ୍ଥିତି ପ୍ରତି ଅହରହ ଦୃଷ୍ଟି ଦିଆଯାଉଛି, ଏବଂ ରେଳ ମନ୍ତ୍ରଣାଳୟ ଏବଂ ଉତ୍ତରପ୍ରଦେଶ ସରକାର ଯଥାସମ୍ଭବ ଓ ସବୁପ୍ରକାରର ସହାୟତା ଯୋଗାଇ ଦେବାର ପ୍ରୟାସ କରିଛନ୍ତି ।

“ମୁଜାଫରନଗର ଠାରେ ଉତ୍କଳ ଏକ୍ସପ୍ରେସ୍ ଧାରଣାଚ୍ୟୁତ ହେବା ଘଟଣାରେ ମୁଁ ଗଭୀର ଭାବେ ମର୍ମାହତ। ମୃତକଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ।

ମୁଁ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ରେଳ ମନ୍ତ୍ରଣାଳୟ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି ।

ଟ୍ରେନ୍ ଧାରଣାଚ୍ୟୁତ ହେବା ଘଟଣାରେ ରେଳ ମନ୍ତ୍ରଣାଳୟ ଏବଂ ଉତ୍ତର ପ୍ରଦେଶ ସରକାର ଯଥାସମ୍ଭବ ଏବଂ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଉଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

******