ପିଏମଇଣ୍ଡିଆ
ଇଣ୍ଡିଆ ସେମିକଣ୍ଡକ୍ଟର ମିସନ ଅଧିନରେ ଆଉ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି ।
ଏବେ ଦେଶରେ ୫ଟି ସେମିକଣ୍ଡକ୍ଟର ୟୁନିଟର ନିର୍ମାଣ କାର୍ଯ୍ୟ ଅଗ୍ରଣୀସ୍ତରରେ ଜାରି ରହିଛି । ଏହି ୬ଷ୍ଠ ୟୁନିଟ୍ ସହ ଭାରତ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ସେମିକଣ୍ଡକ୍ଟର ଶିଳ୍ପର ବିକାଶ ଦିଗରେ ଆହୁରି ଅଗ୍ରଗତି ହାସଲ କରିଛି ।
ଆଜି ଅନୁମୋଦିତ ୟୁନିଟ୍ ହେଉଛି ଏଚସିଏଲ୍ ଏବଂ ଫକ୍ସନକର ଏକ ଯୌଥ ଉଦ୍ୟୋଗ। ଏଚସିଏଲର ହାର୍ଡୱେୟାର ବିକାଶ ଏବଂ ଉତ୍ପାଦନର ଏକ ଦୀର୍ଘ ଇତିହାସ ରହିଛି। ଫକ୍ସକନ୍ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ବିଶ୍ୱର ଏକ ଅଗ୍ରଣୀ କମ୍ପାନି। ଉଭୟ କମ୍ପାନି ମିଶି ଜେୱାର ବିମାନବନ୍ଦର ନିକଟରେ ଯମୁନା ଏକ୍ସପ୍ରେସୱେ ଶିଳ୍ପ ବିକାଶ ପ୍ରାଧିକରଣ ବା ଓ୍ବାଇଇଆଇଡିଏରେ ଏକ କାରଖାନା ସ୍ଥାପନ କରିବେ।
ଏହି ପ୍ଲାଣ୍ଟ ମୋବାଇଲ୍ ଫୋନ୍, ଲାପଟପ୍, ଅଟୋମୋବାଇଲ୍, ପିସି ଏବଂ ଡିସପ୍ଲେ ଥିବା ଅନ୍ୟାନ୍ୟ ଅନେକ ଡିଭାଇସ୍ ପାଇଁ ଡିସପ୍ଲେ ଡ୍ରାଇଭର୍ ଚିପ୍ସ ଉତ୍ପାଦନ କରିବ। ଏହି ପ୍ଲାଣ୍ଟଟି ପ୍ରତି ମାସରେ ୨୦,୦୦୦ ୱେଫର ପାଇଁ ଡିଜାଇନ୍ କରାଯାଇଛି। ଡିଜାଇନ୍ ଆଉଟପୁଟ୍ କ୍ଷମତା ପ୍ରତି ମାସରେ ୩୬ ନିୟୁତ ୟୁନିଟ୍ ରହିବ।
ସାରା ଦେଶରେ ଏବେ ସେମିକଣ୍ଡକ୍ଟର ଶିଳ୍ପ ସାକାର ରୂପ ନେଉଛି । ଦେଶର ଅନେକ ରାଜ୍ୟରେ ବିଶ୍ୱସ୍ତରୀୟ ଡିଜାଇନ୍ କେନ୍ଦ୍ର ସ୍ଥାପନ ହୋଇଛି। ଏଥିଲାଗି ରାଜ୍ୟ ସରକାରଗୁଡ଼ିକ ଡିଜାଇନ୍ କମ୍ପାନୀଗୁଡ଼ିକୁ ଜୋରଦାର ପ୍ରୋତ୍ସାହିତ କରୁଛନ୍ତି।
୨୭୦ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ୭୦ଟି ଷ୍ଟାର୍ଟଅପ୍ର ଉଦ୍ୟୋଗୀମାନେ ନୂତନ ଉତ୍ପାଦ ବିକଶିତ କରିବା ପାଇଁ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଡିଜାଇନ୍ କୌଶଳ ଉପରେ କାମ କରୁଛନ୍ତି। ଏହି ଶିକ୍ଷାନୁଷ୍ଠାନର ଛାତ୍ରମାନଙ୍କ ଦ୍ୱାରା ବିକଶିତ ୨୦ଟି ଉତ୍ପାଦକୁ ଏସସିଏଲ୍ ମୋହାଲି ଦ୍ୱାରା ବ୍ୟବହାର କରାଯାଇଛି। ଆଜି ଅନୁମୋଦିତ ନୂତନ ସେମିକଣ୍ଡକ୍ଟର ୟୁନିଟ୍ ୩୭୦୦ କୋଟି ଟଙ୍କାର ନିବେଶକୁ ଆକର୍ଷିତ କରିବ।
ଦେଶ ଏହାର ସେମିକଣ୍ଡକ୍ଟର ଯାତ୍ରାରେ ଆଗକୁ ବଢ଼ିବା ସହିତ, ଏହି ଇକୋସିଷ୍ଟମର ପାର୍ଟନରମାନେ ମଧ୍ୟ ଭାରତରେ ସେମାନଙ୍କର କାରଖାନା ସ୍ଥାପନ କରିଛନ୍ତି। ଆପ୍ଲାଏଡ୍ ମ୍ୟାଟେରିଆଲ୍ସ ଏବଂ ଲାମ୍ ରିସର୍ଚ୍ଚ ଦୁଇଟି ବୃହତ୍ତମ ଡିଭାଇସ୍ ନିର୍ମାତା। ଉଭୟଙ୍କର ଏବେ ଭାରତରେ ଉପସ୍ଥିତି ଅଛି। ମର୍କ, ଲିଣ୍ଡେ, ଏୟାର ଲିକ୍ୱିଡ୍, ଆଇନକ୍ସ ଏବଂ ଅନ୍ୟାନ୍ୟ ଅନେକ ଗ୍ୟାସ୍ ଏବଂ ରାସାୟନିକ ଯୋଗାଣକାରୀ ଆମର ସେମିକଣ୍ଡକ୍ଟର ଶିଳ୍ପର ଅଭିବୃଦ୍ଧି ପାଇଁ ପ୍ରସ୍ତୁତି କରୁଛନ୍ତି।
ଭାରତରେ ଲାପଟପ୍, ମୋବାଇଲ୍ ଫୋନ୍, ସର୍ଭର, ଚିକିତ୍ସା ଉପକରଣ, ପାୱାର ଇଲେକ୍ଟ୍ରୋନିକ୍ସ, ପ୍ରତିରକ୍ଷା ଉପକରଣ ଏବଂ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ଦ୍ରୁତ ଅଭିବୃଦ୍ଧି ସହ ସେମିକଣ୍ଡକ୍ଟରର ଚାହିଦା ବଢିଚାଲିଛି । ଏହି ନୂତନ ୟୁନିଟ୍ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତର ଦୃଷ୍ଟିକୋଣକୁ ଆହୁରି ସାକାର କରିବ।
TKM
India's strides in the world of semiconductors continue! Today's Cabinet decision regarding the establishment of a semiconductor unit in Uttar Pradesh will boost growth and innovation. It will create innumerable opportunities for the youth as well. https://t.co/Kl4yms8RGW
— Narendra Modi (@narendramodi) May 14, 2025