ପିଏମଇଣ୍ଡିଆ
ଆଜି ଦେଶ ବହୁତ ଉତ୍ତେଜିତ ଏବଂ ଦୁଃଖୀ । ଏଠାକୁ ଆସିଥିବା ଆପଣ ସମସ୍ତଙ୍କ ଭାବନାକୁ ମଧ୍ୟ ମୁଁ ଭଲଭାବେ ଅନୁଭବ କରିପାରୁଛି । ପୁଲୱାମାଠାରେ ଆତଙ୍କବାଦୀମାନେ ଯେଉଁ ଆକ୍ରମଣ କରିଛନ୍ତି, ତାହା ପ୍ରତ୍ୟେକ ଭାରତୀୟଙ୍କୁ କ୍ରୋଧିତ କରିଛି । ଆମ ବୀର ଜବାନମାନେ ଦେଶର ସୁରକ୍ଷା ପାଇଁ ନିଜର ପ୍ରାଣବଳୀ ଦେଇଛନ୍ତି, ସେମାନଙ୍କ ବଳିଦାନ ବ୍ୟର୍ଥ ହେବନାହିଁ । ଝାଂସୀ ଭୂମିରୁ, ବୀରମାନେ ଏବଂ ବୀରାଙ୍ଗନାମାନଙ୍କ ଭୂମିରୁ ମୁଁ 130 କୋଟି ହିନ୍ଦୁସ୍ଥାନୀଙ୍କୁ ଏହି ଭରସା ଦେବାକୁ ଚାହୁଁଛି ।
ଆମ ସେନାବାହିନୀଙ୍କ ବୀରତ୍ୱ, ସେମାନଙ୍କ ପରାକ୍ରମ ଦେଶ ଦେଖିସାରିଛି ଏବଂ ଆମ ଦେଶରେ କେହି ଏଭଳି ନାହାଁନ୍ତି ଯାହାକୁ ଆମ ସେନାର ବୀରତ୍ୱ ଓ ସାମର୍ଥ୍ୟ ଉପରେ ତିଳେମାତ୍ର ସନ୍ଦେହ ଅଛି । ଦେଶକୁ ସେମାନଙ୍କ ସାମର୍ଥ୍ୟ ଏବଂ ବୀରତ୍ୱ ଉପରେ ଅକୁଣ୍ଠ ଭରସା ରହିଛି ।
ଏବଂ ମୋର ପ୍ରିୟ ଦେଶବାସୀ, ଏଠାରେ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ, ସେନାବାହିନୀଙ୍କ ପାଇଁ ଆଗାମୀ କାର୍ଯ୍ୟ ପନ୍ଥା ନିର୍ଦ୍ଧାରୀତ କରିବା ପାଇଁ କେଉଁ ବି ସମୟ ହୋଇଥାଉ, କେଉଁ ସ୍ଥାନ ମଧ୍ୟ ହୋଇଥାଉ, ଯେ କୌଣସି ସ୍ୱରୂପ ହୋଇଥାଉ, ସେମାନଙ୍କୁ ସବୁ ନିଷ୍ପତ୍ତି ନେବା ପାଇଁ ଅନୁମତି ଦିଆଯାଇଛି । ପୁଲୱାମା ଆକ୍ରମଣର ଦୋଷୀ, ପୁଲୱାମା ଆକ୍ରମଣର ଷଡଯନ୍ତ୍ରକାରୀଙ୍କୁ ତାଙ୍କ କୃତ କର୍ମର ଦଣ୍ଡ ନିଶ୍ଚିତ ମିଳିବ । ଆମ ପଡୋଶୀ ଦେଶ ଏହା ଭୂଲି ଯାଉଛନ୍ତି ଯେ ଏହା ହେଉଛି ନୂତନ ନୀତି ଏବଂ ନୂତନ ରୀତିର ଭାରତ । ଆତଙ୍କବାଦୀ ସଙ୍ଗଠନଗୁଡିକ ଏବଂ ସେମାନଙ୍କ ମୁଖ୍ୟ ପୁରୋଧାମାନେ ଯେଉଁଭଳି ଭାବେ ନୃଶଂସତାର ପ୍ରଦର୍ଶନ କରିଛନ୍ତି, ତାହାର ହିସାବ କରାଯିବ ।
ବନ୍ଧୁଗଣ, ଆମ ପଡୋଶୀ ଦେଶ ସଂପ୍ରତି ସମୟରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ସେ ବର୍ତ୍ତମାନ ଏତେ ଏକୁଟିଆ ହୋଇଯାଇଛି, ତାହାର ସ୍ଥିତି ଏତେ ଦୁସ୍ଥ କରିଦିଆଯାଇଛି ଯେ ବଡ ବଡ ଦେଶ ତାଠାରୁ ନିଜକୁ ଦୂରରେ ରଖିବାକୁ ଆରମ୍ଭ କଲେଣି । ସେଥିପାଇଁ ନିଜର ଦୈନନ୍ଦିନ ଖର୍ଚ୍ଚ ବହନ କରିବା ମଧ୍ୟ କଷ୍ଟକର ହୋଇଗଲାଣି । ସେ ଥାଳ ଧରି ବୁଲୁଛି, କିନ୍ତୁ ଆଜି ପୂରା ବିଶ୍ୱ, ବିଶ୍ୱରୁ ତାକୁ ସହଜରେ ସହାୟତା ମିଳିପାରୁନାହିଁ । ମାନ୍ଦାବସ୍ଥାର ଏହି ସ୍ଥିତିରେ ସେ ଭାରତ ଉପରେ ଏଭଳି ଆକ୍ରମଣ କରି, ପୁଲୱାମା ଭଳି ବିପର୍ଯ୍ୟୟ ସୃଷ୍ଟି କରି, ସେ ଭାବୁଛି ଯେ ଭାରତ ମଧ୍ୟ ମାନ୍ଦାବସ୍ଥାକୁ ଚାଲିଆସିବ ତେବେ ଆମର ସେହି ଶତ୍ରୁ, ପାକିସ୍ତାନରେ ବସବାସ କରୁଥିବା ଲୋକ ଏହା ଭଲଭାବରେ ଜାଣିରଖନ୍ତୁ ଯେ – ଆପଣମାନେ ଯେଉଁ ମାର୍ଗ ଆପଣେଇଛନ୍ତି, ଆପଣ ଆପଣଙ୍କ ବିପର୍ଯ୍ୟୟ ଦେଖିଛନ୍ତି । ଆମେ ଯେଉଁ ରାସ୍ତା ଆପଣେଇଛୁ, ଆମର ଦିନ ଦୁଇଗୁଣ, ରାତି ଚାରିଗୁଣ କରି ଉନ୍ନତି ହେବା ପୂରା ବିଶ୍ୱ ଦେଖୁଛି ।
ଭାଇ ଓ ଭଉଣୀମାନେ, ଆମ ପଡୋଶୀର ଏହିଭଳି ମାନସିକତାର, ଦେଶର 130 କୋଟି ଲୋକ ମିଶି ଜବାବ ରଖିବେ, କଡା ଜବାବ ଦେବେ ।
ବନ୍ଧୁଗଣ, ଆଜି ବିଶ୍ୱର ବଡ ବଡ ଦେଶ ଭାରତକୁ ସମର୍ଥନ କରୁଛନ୍ତି, ଭାରତର ଭାବନାଗୁଡିକର ସମର୍ଥନ କରୁଛନ୍ତି । ମୋ ପାଖକୁ ଯେଉଁ ବାର୍ତ୍ତା ଆସୁଛି, ସେଥିରୁ ଜଣାପଡୁଛି ଯେ ସେମାନେ ମଧ୍ୟ ସେତିକି ଦୁଃଖୀ ଅଛନ୍ତି, ଯେତିକି ଆମେ କ୍ରୋଧରେ ଅଛୁ । ସଂପୂର୍ଣ୍ଣ ବିଶ୍ୱ ଆତଙ୍କବାଦର ଏହି ମୁଖ୍ୟ ପୁରୋଧାକୁ ସମାପ୍ତ କରିବା ସପକ୍ଷରେ ଅଛନ୍ତି ।
ବନ୍ଧୁଗଣ, ବୀର ଝିଅମାନେ ଏବଂ ବୀର ପୁତ୍ରମାନଙ୍କର ଏହି ଭୂମି ଜାଣିଛି ଯେ ଶତ୍ରୁ ଯେତେ ଷଡଯନ୍ତ୍ର କଲେ ମଧ୍ୟ କିଭଳି ଭାବେ ତାହାର ମୁକାବିଲା କରିବାକୁ ହେବ । ଏହି ଭୂମି ସାକ୍ଷୀ ଅଛି ଯେ ମା’ ଭାରତୀର ସୁରକ୍ଷା, ତାର ସନ୍ତାନମାନଙ୍କର ସୁରକ୍ଷା ଆମ ପାଇଁ ସର୍ବୋପରି ।
ବନ୍ଧୁଗଣ, ଏହି ଭୂମି ମଣିକର୍ଣ୍ଣିକାର ବୀରତ୍ୱର ଭୂମି, ଯିଏକି ଝାଂସୀ ରାଣୀ ରୂପରେ ଦେଶ ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଉର୍ଜ୍ଜା, ନୂତନ ପ୍ରେରଣା ପ୍ରଦାନ କରିଛି । ମଣିକର୍ଣ୍ଣିକା କାଶୀର ଝିଅ ଥିଲେ ଏବଂ ମୋର ସୌଭାଗ୍ୟ ଯେ ସେଠାକାର ଲୋକମାନେ, କାଶୀ, ମୋତେ ନିଜର ସାଂସଦ କରିଛନ୍ତି ଏବଂ ସେଥିପାଇଁ ତାଙ୍କର ଜନ୍ମଭୂମି, ମୋର କର୍ମଭୂମି ସ୍ୱତଃପ୍ରବୃତ ଭାବେ ବୁନ୍ଦେଲଖଣ୍ଡର ଏକ ସ୍ୱତନ୍ତ୍ର ସ୍ନେହଁରେ ମଧ୍ୟ ମୋତେ ଯୋଡି ଦେଇଛି । ବୁନ୍ଦେଲଖଣ୍ଡ, ରାଷ୍ଟ୍ରଭକ୍ତିଠାରୁ ଆରମ୍ଭ କରି, ଦେଶର ଆସ୍ଥା ପର୍ଯ୍ୟନ୍ତ, ପ୍ରତ୍ୟେକ ସମୟରେ ଏକ ନୂତନ ଉଚ୍ଚତା ହାସଲ କରୁଥିବାର ଭୂମି । ମୋର ମନେଅଛି ଯେ ଯେତେବେଳେ ମୁଁ ପ୍ରଥମଥର ପାଇଁ ଆପଣମାନଙ୍କ ପାଖକୁ ଆସିଥିଲି, ସେତେବେଳେ ଆପଣମାନଙ୍କୁ ମୁଁ ପ୍ରତିଶୃତି ଦେଇଥିଲି ଯେ ଯେଉଁ ସ୍ନେହଁ ଆପଣମାନେ ମୋତେ ଦେଇଛନ୍ତି, ତାକୁ ମୁଁ ସୁଧ ସହିତ ଫେରାଇବି । ଆପଣମାନଙ୍କୁ ସ୍ମରଣ ଅଛି ନାଁ? ମୁଁ ଏହା କହିଥିଲି, ଆପଣମାନଙ୍କର ମନେଅଛି ନାଁ? ସୁଧ ସହିତ ଫେରାଇବି, ଏହା ମୁଁ କହିଥିଲି, ମନେ ଅଛି ନାଁ ? ମୁଁ ପ୍ରତିଶୃତି ରକ୍ଷା କରୁଥିବା ବ୍ୟକ୍ତି । ଲକ୍ଷ୍ୟ ରଖି ବାହାରିଥାଏ, ଏବଂ ଲକ୍ଷ୍ୟ ପୂରଣ କରିବା ପରେ ହିଁ ରହିଥାଏ ।
ବିଗତ ସାଢେ ଚାରି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ନିରନ୍ତର ଭାବେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ଏଠାରେ ବିଜେପି ସରକାର ଗଠନ ହେବା ପରେ ବିକାଶର ଗତି ଯୋଗୀ ଜୀଙ୍କ ନେତୃତ୍ୱରେ ରାଜ୍ୟର ପୂରା ଟିମ ବିକାଶର ଗତିକୁ ଆହୁରୀ ଅଧିକ ତୀବ୍ର କରିଛନ୍ତି ।
ବନ୍ଧୁଗଣ, ବିକାଶର ପଂଚଧାରା- ପିଲାମାନଙ୍କ ଶିକ୍ଷା, ଯୁବଗୋଷ୍ଠିଙ୍କ ରୋଜଗାର, ବୃଦ୍ଧଙ୍କର ଔଷଧ, କୃଷକମାନଙ୍କର ଜଳସେଚନ ଏବଂ ଜନ ଶୁଣାଣୀ ପାଇଁ ବିଜେପି ସରକାର କାର୍ଯ୍ୟ କରୁଛି । ଏହି ଲକ୍ଷ୍ୟ ନେଇ ଆଗକୁ ଅଗ୍ରସର ହୋଇ ଏବେ ଆମେ ବୁନ୍ଦେଲଖଣ୍ଡ ଏବଂ ଉତ୍ତରପ୍ରଦେଶର ବିକାଶ ସହ ଜଡିତ ପ୍ରାୟତଃ 20 ହଜାର କୋଟି ଟଙ୍କାର ବିକାଶ କାର୍ଯ୍ୟଗୁଡିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି । ସେଥିମଧ୍ୟରୁ ସୁରକ୍ଷା, ରୋଜଗାର, ରେଳ, ବିଜୁଳି, ପାଣି, ଏଭଳି ଅନେକ ପ୍ରକଳ୍ପ ରହିଛି ।
ଭାଇ ଓ ଭଉଣୀମାନେ, ଏବେ ବୁନ୍ଦେଲଖଣ୍ଡକୁ ଦେଶର ସୁରକ୍ଷା ଏବଂ ବିକାଶ କରିଡର ଭାବେ ଗଢିତୋଳିବାର ଅଭିଯାନ ଆରମ୍ଭ ହୋଇସାରିଛି । ଝାଂସୀରୁ ଆଗ୍ରା ପର୍ଯ୍ୟନ୍ତ ନିର୍ମାଣାଧୀନ ଏହି ପ୍ରତିରକ୍ଷା କରିଡର ଦେଶକୁ ଶସକ୍ତ କରିବା ସହିତ ବୁନ୍ଦେଲଖଣ୍ଡ ଏବଂ ଉତ୍ତରପ୍ରଦେଶର ଯୁବଗୋଷ୍ଠିଙ୍କୁ ରୋଜଗାରର ନୂତନ ସୁଯୋଗ ମଧ୍ୟ ଉପଲବ୍ଧ କରିବ । ଦେଶ ଏବଂ ଦୁନିଆର ବଡ ବଡ ପୁଂଜି ନିବେଶକମାନେ ଏଠାରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
ମୋତେ କୁହାଯାଇଛି ଯେ ପ୍ରାୟତଃ ଚାରି ହଜାର କୋଟି ଟଙ୍କାର ଚୁକ୍ତି ମଧ୍ୟ ହୋଇସାରିଛି । ଏହି ପ୍ରତିରକ୍ଷା କରିଡରରେ ପ୍ରତିରକ୍ଷା ଏବଂ ସୁରକ୍ଷା ସରଂଜାମ, ତାହାର ଉତ୍ପାଦନ କରୁଥିବା ଦେଶର ବଡ ବଡ ସରକାରୀ କଂପାନୀଗୁଡିକ ସହିତ ବିଦେଶୀ କଂପାନୀମାନେ ମଧ୍ୟ ଉଦ୍ୟୋଗ ପ୍ରତିଷ୍ଠା କରିବେ ।
ଭାଇ ଓ ଭଉଣୀମାନେ, ଯେତେବେଳେ ବଡ ଉଦ୍ୟୋଗ ପ୍ରତିଷ୍ଠା ହୋଇଥାଏ ସେତେବେଳେ ସେମାନଙ୍କ ଆଖପାଖରେ ଛୋଟ ଉଦ୍ୟୋଗୁଡିକର ବିକାଶ ମଧ୍ୟ ହୋଇଥାଏ । ଏକ ସଂପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ । ଝାଂସୀ ଏବଂ ଆଖପାଖ ଅଂଚଳରେ ଯେଉଁ ଛୋଟ ଛୋଟ ଏବଂ ମଧ୍ୟମ ଉଦ୍ୟୋଗ ରହିଛି, ସେମାନଙ୍କୁ ଏହି କରିଡରରୁ ଅନେକ ଲାଭ ହେବାକୁ ଯାଉଛି । ଏହି କରିଡର ଜରିଆରେ ଏଠାକାର ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ସିଧାସଳଖ ଭାବେ ରୋଜଗାର ମିଳିବ । କେବଳ ଏତିକି ନୁହେଁ, ଏଠାକାର ଯୁବକଯୁବତୀଙ୍କର ଦକ୍ଷତା କିପରି ଭାବେ ବୃଦ୍ଧି ହେବ, ଦକ୍ଷତା ବିକାଶ କିଭଳି ହେବ, ଦକ୍ଷତା ବିକାଶ ମଧ୍ୟ ଏଠାକୁ ଆସୁଥିବା କଂପାନୀଗୁଡିକ କରିବେ ଯାହାଦ୍ୱାରା ସେମାନଙ୍କୁ ଏହି କାର୍ଯ୍ୟ ପାଇଁ ଦକ୍ଷତା ହାସଲ ହେଉ ଏବଂ ସେମାନେ ନିଜ ଗାଁ ରେ ରହି ରୋଜଗାର କରିପାରନ୍ତୁ, ସେମାନଙ୍କୁ ଅନ୍ୟତ୍ର ଯିବାକୁ ନ ପଡୁ ।
ମୁଁ ଗୁଜରାଟରେ ରହୁଥିଲି, ବୋଧହୁଏ ବୁନ୍ଦେଲଖଣ୍ଡର କୌଣସି ଏଭଳି ବ୍ଲକ ନଥିବ ଯେଉଁଠାର ଲୋକ ଗୁଜରାଟରେ ଆମ ଅଂଚଳରେ ରହୁନଥିବେ । ମୁଁ ଭଲଭାବେ ଆପଣମାନଙ୍କ ସହ ପରିଚିତ । ଏବଂ ଯେଉଁ ଲୋକମାନେ କେବେ ଚିନ୍ତା ମଧ୍ୟ କରିନଥିବେ ଯେ ବୁନ୍ଦେଲଖଣ୍ଡ ଭଳି କ୍ଷେତ୍ର ମଧ୍ୟ ଔଦ୍ୟୋଗିକ ବିକାଶର କେନ୍ଦ୍ର ହୋଇପାରିବ- ମୁଁ ଆପଣମାନଙ୍କୁ ମୋର ଅନୁଭୂତି କହିବାକୁ ଚାହୁଁଛି । ଗୁଜରାଟରେ, ପାକିସ୍ତାନର ସୀମାରେ ମରୁଭୂମି ଭଳି ଆମର କଚ୍ଛ ଜିଲ୍ଲା, ବଡ ଜିଲ୍ଲା । କୌଣସି ଅଧିକାରୀ ସେହି ସ୍ଥାନରେ, ସେଠାରେ ଚାକିରୀ କରିବାକୁ ଯିବାପାଇଁ ପ୍ରସ୍ତୁତ ନୁହେଁ ଏବଂ ଲୋକମାନେ ମଧ୍ୟ ସେଠାରେ ରହିବାକୁ ପ୍ରସ୍ତୁତ ନୁହଁନ୍ତି । ଜନସଂଖ୍ୟାରେ ହ୍ରାସ ହେଉଥିଲା, ଜନସଂଖ୍ୟା ବୃଦ୍ଧି ହେବା ପରିବର୍ତ୍ତେ କମି ଯାଉଥିଲା- କାରଣ ସେଠାରେ ନାଁ ପାଣି ଥିଲା, ନାଁ ରୋଜଗାରର କୌଣସି ସମ୍ଭାବନା ।
କିନ୍ତୁ 2001 ଭୂମିକମ୍ପ ପରେ ମୋତେ ସେଠାରେ, ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଉତ୍ତରଦାୟିତ୍ୱ ପ୍ରଦାନ କରାଗଲା । ଏତେ କମ ସମୟ ମଧ୍ୟରେ ଯେଉଁ କଚ୍ଛ ଜିଲ୍ଲା ମରୁଭୂମି ଭାବେ ଜଣାଶୁଣା ଥିଲା, ପାଣି ପର୍ଯ୍ୟନ୍ତର ସୁବିଧା ନ ଥିଲା, କେହି ନିଜ ଝିଅକୁ ସେଠାରେ ବିଭାଘର କରିବାକୁ ଚାହୁଁନଥିଲେ, ଆଜି ସେହି କଚ୍ଛ ଜିଲ୍ଲା ହିନ୍ଦୁସ୍ତାନର ସବୁଠାରୁ ଦୃତ ଗତିରେ ଆଗକୁ ଅଗ୍ରସର ହେଉଥିବା ଜିଲ୍ଲାରେ ପରିବର୍ତ୍ତିତ ହୋଇସାରିଛି । ଯାହା ମୁଁ ନିଜ ଆଖିରେ ଦେଖିଛି, କଚ୍ଛକୁ ବିକଶିତ ହେଉଥିବାର ମୁଁ ନିଜ ଆଖିରେ ଦେଖିଛି । ମୁଁ ଆଜି କଳ୍ପନା କରିପାରୁଛି ଯେ ଏହି ବୁନ୍ଦେଲଖଣ୍ଡ ସେହିଭଳି ଭାବେ ବିକଶିତ ହେବ, ଏହା ମୁଁ ନିଜ ଆଖିରେ ଦେଖି ପାରୁଛି ।
ଯଦି କଚ୍ଛ ହୋଇପାରିଲା ତେବେ ବୁନ୍ଦେଲଖଣ୍ଡ ମଧ୍ୟ ସେହିଭଳି ହୋଇପାରିବ, ଏହା ମୋର ବିଶ୍ୱାସ । ଏବଂ ଏଥିପାଇଁ ଏ ପର୍ଯ୍ୟନ୍ତ ଯେଉଁମାନେ ନିରାଶାର ସହ ଜୀବନ ଅତିବାହିତ କରୁଛନ୍ତି, ଚିନ୍ତା କରିବା ପାଇଁ ଅକର୍ମଣ୍ୟ ହୋଇଛନ୍ତି, ଆମେ ତାଙ୍କଠାରୁ ଏହି ଭୂମିକୁ ବାହାରକୁ ଆଣିବାର ସଂକଳ୍ପ ନେଇ, ଏକ ବହୁତ ବଡ ପରିବର୍ତ୍ତନର ଲକ୍ଷ୍ୟ ସହିତ ଏହି ପ୍ରତିରକ୍ଷା କରିଡରକୁ ସଫଳ କରିବା ପାଇଁ ଆମେ ପ୍ରଚେଷ୍ଟାରତ, କାର୍ଯ୍ୟ କରୁଛୁ ।
ବନ୍ଧୁଗଣ, ମୁଁ ଏବେ ଏଠାକାର ଆଉ ଏକ ଆହ୍ୱାନ ବିଷୟରେ କହିବାକୁ ଚାହୁଁଛି । ଏହି ଆହ୍ୱାନ ହେଉଛି ଜଳ । ଜଳ ଏଠାକାର ସବୁଠାରୁ ବଡ ଆହ୍ୱାନ । ବୁନ୍ଦେଲଖଣ୍ଡର ମୋର ସମସ୍ତ ଜନସାଧାରଣଙ୍କୁ ଜଳ ପାଇଁ କେତେ ସଂଘର୍ଷ କରିବାକୁ ପଡୁଛି, ମୋତେ ତାହା ଭଲଭାବରେ ଜଣା । ଯୋଗୀ ଆଦିତ୍ୟନାଥ ଜୀଙ୍କ ସରକାରକୁ ମଧ୍ୟ ଏହାର ପୂରା ସୂଚନା ଏବଂ ଅନୁଭୂତି ଅଛି । ଏବଂ ଆପଣମାନଙ୍କୁ ଜଳ ସମସ୍ୟାରୁ ମୁକ୍ତି ଦେବାର ପ୍ରଚେଷ୍ଟାକୁ ଆଗକୁ ଅଗ୍ରସର କରାଇ ଆଜି 9 ହଜାର କୋଟି ଟଙ୍କାର ପାଇପ ଲାଇନର ଶିଳାନ୍ୟାସ କରାଯାଉଛି ।
ବୁନ୍ଦେଲଖଣ୍ଡର ସମସ୍ତ ମା’ ଓ ଭଉଣୀମାନେ ଆମକୁ ଆଶୀର୍ବାଦ କରନ୍ତୁ ଯାହାଫଳରେ ଏହି କାର୍ଯ୍ୟକୁ ଅତିଶୀଘ୍ର ସଂପୂର୍ଣ୍ଣ କରି ପେୟ ଜଳ ଆପଣମାନଙ୍କ ପାଖକୁ ପହଂଚାଯାଇ ହେବ । ଆଜି ପାଣି ପାଇଁ ଯଦି କାହାକୁ ଅଧିକ ହଇରାଣ ହେବାକୁ ପଡୁଛି ତେବେ ମା’ ଓ ଭଉଣୀମାନଙ୍କୁ । ସେମାନଙ୍କ ସଂପୂର୍ଣ୍ଣ ଶକ୍ତି ଓ ସମୟ ପାଣି ପାଇଁ ଲାଗିଯାଉଛି । ଆପଣମାନେ ମା’ ଓ ଭଉଣୀମାନେ, ମୁଁ ଆପଣମାନଙ୍କ ଋଣ ପରିଶୋଧ କରିବାକୁ ଆସିଛି, ଆପଣମାନଙ୍କୁ ଏହି ସଙ୍କଟରୁ ମୁକ୍ତି ଦେବାପାଇଁ ଆସିଛି । ଆପଣମାନେ ଆମକୁ ଆଶୀର୍ବାଦ କରନ୍ତୁ ଯାହାଫଳରେ ଆମେ ପାଇପ ଲାଇନ ଜରିଆରେ ପାଣି ପହଂଚାଇବାରେ ସକ୍ଷମ ହେବୁ । ମୁଁ କହିବି ଯେ ଏହି ପାଣି ପାଇପ ଲାଇନ, ଏହା କେବଳ ପାଇପ ଲାଇନ ପ୍ରକଳ୍ପ ନୁହେଁ ବରଂ ଏହା ଏହି ଅଂଚଳର ପାଇପ ଲାଇନ ନୁହେଁ, ଲାଇଫ ଲାଇନ, ଲାଇଫ ଲାଇନ ।
ଭାଇ ଓ ଭଉଣୀମାନେ, ଏହି ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ବୁନ୍ଦେଲଖଣ୍ଡର ପ୍ରତ୍ୟେକ ଜିଲ୍ଲା, ଝାଂସୀ, ଲଳିତପୁର, ଜାଲୌନ, ହମିରପୁର, ମହୋବା, ବାନ୍ଦା ଏବଂ ଚିତ୍ରକୁଟର ପାଖାପାଖି ପ୍ରତ୍ୟେକ ଗ୍ରାମକୁ ପେୟ ଜଳ ପାଇପ ଲାଇନ ଜରିଆରେ ସୁବିଧାଜନକ ଭାବେ ଉପଲବ୍ଧ ହେବ । ଏହିଭଳି ଝାଂସୀ ସହର ଏବଂ ଆଖପାଖର ଗାଁ ଗୁଡିକ ପାଇଁ ମଧ୍ୟ ଅମୃତ ଯୋଜନା ଅଧିନରେ କେନ୍ଦ୍ର ସରକାର 600 କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିଛନ୍ତି । ବେତବା ନଦୀର ଜଳରେ ଝାଂସୀ ସହରର ଲୋକମାନଙ୍କ ଶୋଷ ମେଣ୍ଟିବ, ଏହାସହିତ ଆଖପାଖର ଅନେକ ଗାଁ ପର୍ଯ୍ୟନ୍ତ ମଧ୍ୟ ପେୟ ଜଳ ପହଂଚିପାରିବ ।
ଭାଇ ଓ ଭଉଣୀମାନେ, ଏହି ସମଗ୍ର ପ୍ରକଳ୍ପ ବର୍ତ୍ତମାନର ଆବଶ୍ୟକତାକୁ ପୂରା କରିବ ଏବଂ ଭବିଷ୍ୟତର ଆବଶ୍ୟକତାକୁ ମଧ୍ୟ ପୂରା କରିବାକୁ ଯାଉଛି ।
ଭାଇ ଓ ଭଉଣୀମାନେ, ପାହାଡ ବନ୍ଧ ପ୍ରକଳ୍ପର ଆଧୂନିକୀକରଣ ଦ୍ୱାରା ମଧ୍ୟ କୃଷକମାନଙ୍କୁ ଅନେକ ଲାଭ ମିଳିବାକୁ ଯାଉଛି । ପ୍ରଥମେ ଏହି ବନ୍ଧରୁ କୃଷକମାନଙ୍କ ଜମି ପର୍ଯ୍ୟନ୍ତ ଉପଯୁକ୍ତ ମାତ୍ରାରେ ପାଣି ପହଂଚୁନଥିଲା ଏବଂ ଗେଟ ବନ୍ଦ ହେବାପରେ ମଧ୍ୟ ଲିକେଜ ହେଉଥିଲା । ଏବେ ପାଣି ଲିକେଜ ବନ୍ଦ କରିଦିଆଯାଇଛି, ଏଥିସହିତ ଏହି ବଜେଟରେ ବିଜେପି ସରକାର ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି’ ନାମରେ ଏକ ଐତିହାସିକ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ଏହା ଅଧିନରେ ଏଭଳି କୃଷକ ଯାହାଙ୍କ ପାଖରେ ପାଂଚ ଏକରରୁ କମ ଜମି ଅଛି, ସେମାନଙ୍କ ବ୍ୟାଙ୍କ ଖାତାରେ ପ୍ରତି ବର୍ଷ 6 ହଜାର ଟଙ୍କା କେନ୍ଦ୍ର ସରକାରଙ୍କ ଦ୍ୱାରା ସିଧାସଳଖ ଭାବେ ଜମା କରାଯିବ । ଏହି ଅର୍ଥ ଦୁଇ ଦୁଇ ହଜାର ଟଙ୍କା କରି ତିନୋଟି କିସ୍ତିରେ ଆପଣମାନଙ୍କ ପାଖରେ ପହଂଚିବ । ସରକାରଙ୍କ ଅନୁମାନ ଯେ ଉତ୍ତର ପ୍ରଦେଶରେ ମଧ୍ୟ ଦୁଇ କୋଟି 25 ଲକ୍ଷ କୃଷକଙ୍କ ମଧ୍ୟରୁ 2 କୋଟି 14 ଲକ୍ଷ କୃଷକ ଏହି ଯୋଜନାରେ ହିତାଧିକାରୀ ହେବେ, ଯାହାଙ୍କୁ ଏହାର ଲାଭ ମିଳିବ । ଏକ ପ୍ରକାରର ପାଖାପାଖି ସମସ୍ତଙ୍କୁ, ଉତ୍ତର ପ୍ରଦେଶର ପ୍ରତ୍ୟେକ ଜିଲ୍ଲାରେ 95 ପ୍ରତିଶତରୁ ଅଧିକ କୃଷକଙ୍କୁ ଏହି ଯୋଜନାରେ ଲାଭ ମିଳିବ ।
ବନ୍ଧୁଗଣ, ପିଏମ କୃଷକ ସମ୍ମାନ ଯୋଜନା ଅଧିନରେ ଆଗାମୀ 10 ବର୍ଷରେ ମୋଟ ସାଢେ ସାତ ଲକ୍ଷ କୋଟି, ଏହି ପରିସଂଖ୍ୟାନ ଛୋଟ ନୁହେଁ, ସାଢେ ସାତ କୋଟି ଟଙ୍କା କୃଷକଙ୍କ ବ୍ୟାଙ୍କରେ ସିଧାସଳଖ ଭାବେ ଜମା ହେବାକୁ ଯାଉଛି । ଏବଂ ଏହା ସର୍ବଦା ମନେରଖନ୍ତୁ, ଏହି ଅର୍ଥ ସିଧାସଳଖ ଭାବେ କୃଷକମାନଙ୍କ ବ୍ୟାଙ୍କ ଖାତାରେ ଜମା ହେବ, ଏଥିରେ କୌଣସି ମଧ୍ୟସ୍ଥି ରହିବେ ନାହିଁ, କେହି ଦଲାଲ ରହିବେ ନାହିଁ, କେହି ଆପଣମାନଙ୍କ ଅଧିକାର ହଡପ କରିପାରିବେ ନାହିଁ ।
ବନ୍ଧୁଗଣ, ବିଗତ ସାଢେ ଚାରି ବର୍ଷରେ ଏତେ ଦୃତ ଗତିରେ ଗରିବମାନଙ୍କର, କୃଷକମାନଙ୍କର ବ୍ୟାଙ୍କ ଖାତା ଖୋଲାଯାଉଥିଲା, କିନ୍ତୁ ତାହା ପଛରେ ମଧ୍ୟ ଆମର ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ଚିନ୍ତା ଥିଲା, ଏହିଭଳି ଖାତା ଖୋଲିବା ପାଇଁ ପରିଶ୍ରମ କରୁନଥିଲେ । ଆପଣଙ୍କ ବ୍ୟାଙ୍କ ଖାତା ଖୋଲି ଆମ ସରକାର ଗ୍ୟାସ ରିହାତି, ମନରେଗା ପାରିଶ୍ରମିକ, ପେନସନ, ପିଲାମାନଙ୍କ ସ୍କଲାରସିପ, ଏହିସବୁ ଅର୍ଥ ସରକାରଙ୍କ ଟ୍ରେଜେରୀରୁ ଏପଟ ସେପଟ ନ ହୋଇ ସିଧାସଳଖ ଆପଣମାନଙ୍କ ଖାତାରେ ଜମା କରିବା ଦ୍ୱାରା ଦେଶର ପାଖାପାଖି ଏକ ଲକ୍ଷ କୋଟି ଟଙ୍କା ସଂଚୟ ହୋଇପାରିଛି, ଏକ ଲକ୍ଷ କୋଟି ଟଙ୍କା, ତାହା ପୂର୍ବରୁ ଅନ୍ୟ କାହାର ପକେଟକୁ ଯାଉଥିଲା । ଆପଣମାନଙ୍କୁ ଲୁଟୁଥିବା ଦଲାଲମାନଙ୍କ ମଧ୍ୟରେ ଆଜି ମୋଦୀ କାନ୍ଥ ହୋଇ ଛିଡା ହୋଇଛି ।
ଭାଇ ଓ ଭଉଣୀମାନେ, କୃଷକମାନଙ୍କ ସହିତ ଆମ ସରକାର ପଶୁପାଳନକାରୀ- ଏବଂ ବୁନ୍ଦେଲଖଣ୍ଡରେ ଏହି କଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ – ପଶୁପାଳନକାରୀ ଏବଂ ମତ୍ସ୍ୟ ଚାଷ ପାଇଁ ବହୁତ ବଡ ନିଷ୍ପତ୍ତି କରିଛନ୍ତି । ଏବେ ପଶୁ ପାଳନ କରୁଥିବା କୃଷକମାନଙ୍କୁ କ୍ରେଡିଟ କାର୍ଡ ଜରିଆରେ ଋଣ ସୁବିଧା ପ୍ରଦାନ କରାଯାଉଛି ଯାହାଦ୍ୱାରା ସେମାନେ ନିଜ ବ୍ୟବସାୟ ବୃଦ୍ଧି କରିପାରିବେ । ଆଜି ତାହାକୁ ପଶୁ ପାଳନକାରୀକୁ ଯେଉଁ ସାହୁକାରଠାରୁ ଅର୍ଥ ନେବାକୁ ପଡୁଛି ଏବଂ ଋଣ ଦେଇ ଦେଇ ତାହାର ଜୀବନ ସରିଯାଉଛି, ସେହି ଚକ୍ରରୁ ମଧ୍ୟ ଏବେ ପଶୁପାଳକ ଏବଂ ମତ୍ସ୍ୟ ଚାଷୀମାନଙ୍କୁ ବାହାରକୁ ଆଣିବା ପାଇଁ ଆମେ ପ୍ରଚେଷ୍ଟା କରୁଛୁ ।
ଏହା ବ୍ୟତୀତ ଗୋଟିଏ ପଟେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କୃଷକମାନଙ୍କ ହିତ ପାଇଁ ନିଆଯାଇଛି । ପ୍ରଥମେ ବ୍ୟାଙ୍କଗୁଡିକରୁ କୃଷକମାନଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଲୋନ ବିନା ବ୍ୟାଙ୍କ ଗ୍ୟାରେଣ୍ଟୀରେ ମିଳୁଥିଲା । ଆମେ ନିଷ୍ପତ୍ତି ନେଲୁ ଯେ ସମୟର ଆବଶ୍ୟକତାକୁ ଦେଖି ଏବଂ କୃଷକମାନେ ଆଧୂନିକ କୃଷି କରନ୍ତୁ, ବୈଜ୍ଞାନିକ କୃଷି କରିବା ଦ୍ୱାରା କୃଷକମାନଙ୍କୁ ଟିକେ କମ ପରିଶ୍ରମ ପଡିବ, ସେଥିପାଇଁ ଏବେ ଆମେ ଏକ ଲକ୍ଷ ଟଙ୍କାରୁ ବୃଦ୍ଧି କରି ଏକ ଲକ୍ଷ 60 ହଜାର ଟଙ୍କା ପ୍ରଦାନ କରିବାର ନିଷ୍ପତ୍ତି କରିଛୁ, ବୃଦ୍ଧି କରାଯାଇଛି । ଏବେ କୃଷକମାନେ ଏକ ଲକ୍ଷ 60 ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ବିନା ବ୍ୟାଙ୍କ ଗ୍ୟାରେଣ୍ଟୀରେ ନେଇପାରିବେ । କୃଷକମାନଙ୍କୁ ସାହୁକାର ପାଖକୁ ଯିବାର ଆବଶ୍ୟକତା ନାହିଁ ।
ଏହିଭଳି ପ୍ରାଣୀଧନକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ୱାରା କାମଧେନୁ ଆୟୋଗ ଗଠନର ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହି ଆୟୋଗ ଜରିଆରେ 500 କୋଟି ଟଙ୍କାର ବ୍ୟବସ୍ଥା ଗୋମାତା ଏବଂ ଗୋବଂଶର ଯତ୍ନ ଏବଂ ଏହା ସହ ଜଡିତ ନିୟମ-ଲାଭଗୁଡିକୁ ସଠିକ ଭାବେ ଲାଗୁ କରିବା ପାଇଁ କରାଯାଇଛି । ବୁନ୍ଦେଲଖଣ୍ଡରେ ଯେଉଁଭଳି ଭାବେ ପଶୁମାନଙ୍କ ପାଇଁ ଚାରାର ସମସ୍ୟା ଏବଂ ଗୋବଂଶର ତସ୍କରୀର ଗଂଭୀର ସମସ୍ୟା ରହିଛି, ତାକୁ ଦୃଷ୍ଟିରେ ରଖି କାମଧେନୁ ଆୟୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ବନ୍ଧୁଗଣ, ଏହି ଆହ୍ୱାନଗୁଡିକ ସହିତ ଆପଣଙ୍କ ବିଜୁଳି ସମସ୍ୟାକୁ ଦୂର କରିବା ପାଇଁ ଏଠାକାର ବିଦ୍ୟୁତ ସରବରାହ ବ୍ୟବସ୍ଥାରେ ଉନ୍ନତି କରାଯାଇଛି । ଏବେ ବୁନ୍ଦେଲଖଣ୍ଡ ସହିତ ପଶ୍ଚିମ ଉତ୍ତରପ୍ରଦେଶର ଅନେକ ଅଂଚଳରେ ବିଜୁଳି ବ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ । ଏବେ ପଶ୍ଚିମ ଏବଂ ଉତ୍ତର ଗ୍ରିଡରେ ଉତ୍ପନ୍ନ ହେଉଥିବା ବିଜୁଳିର ସୁବିଧାରେ ବିଭିନ୍ନ କ୍ଷେତ୍ରରେ ବିଦ୍ୟୁତ ପରିବଣ୍ଟନ ହୋଇପାରିବ ।
ବନ୍ଧୁଗଣ, ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ସଡକ ଅବା ଏଠାକାର ରେଳ ସଂଯୋଗୀକରଣ, ଆମ ସରକାର ନିରନ୍ତର ଏହାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଝାଂସୀରୁ ମାନିକପୁର ଏବଂ ଖୈରାର-ଭୀମସେନ ସେକ୍ସନର ଦୋହରୀକରଣ ହେଉ ଅବା ଝାଂସୀ ରୁ ଖୈରାର ପଟୁ ଭୀମସେନ ପର୍ଯ୍ୟନ୍ତ ରୁଟର ବିଦ୍ୟୁତିକରଣ ହେଉ, ଏହି ସମସ୍ତ ପ୍ରକଳ୍ପଗୁଡିକରୁ ଏହି ସଂପୂର୍ଣ୍ଣ ଅଂଚଳକୁ ଅନେକ ଲାଭ ହେବ ।
ଭାଇ ଓ ଭଉଣୀମାନେ, କୃଷକ ହୁଅନ୍ତୁ, ସେନା ବାହିନୀ ହୁଅନ୍ତୁ ଅବା ମୋ ଯୁବ ପୁଅ-ଝିଅମାନେ ହୁଅନ୍ତୁ, ସମସ୍ତଙ୍କ ପାଇଁ ଏକ ସଂପୂର୍ଣ୍ଣ ଚିନ୍ତା ସହିତ ବିକାଶର ମନ୍ତ୍ର ନେଇ, ‘ସବକା ସାଥ-ସବକା ବିକାଶ’, କୌଣସି ଭେଦଭାବ ନାହିଁ, କୌଣସି ତୋର-ମୋର ନାହିଁ, କୌଣସି ନିଜର-ପରର ନାହିଁ, ‘ସବକା ସାଥ-ସବକା ବିକାଶ’ ଏହି ଗୋଟିଏ ମନ୍ତ୍ରକୁ ନେଇ ଆମେ କାମ କରିଛୁ । ଏବଂ ଏଥିପାଇଁ ଏହା ସମ୍ଭବ ହୋଇପାରୁଛି କାରଣ ଆପଣମାନେ ସାଢେ ଚାରି ବର୍ଷ ପୂର୍ବରୁ ଏକ ମଜବୁତ ସରକାର କେନ୍ଦ୍ରରେ ଗଠନ କରିଥିଲୁ । ଏବଂ ମୁଁ ମାନୁଛି ସଂପୂର୍ଣ୍ଣ ଦେଶ ଉତ୍ତର ପ୍ରଦେଶର କୃତଜ୍ଞ କାରଣ ହିନ୍ଦୁସ୍ତାନକୁ 30 ବର୍ଷ ପରେ ପୂର୍ଣ୍ଣ ବହୁମତ ସରକାର ଗଠନ, ହିନ୍ଦୁସ୍ତାନକୁ 30 ବର୍ଷ ପରେ ମଜବୁତ ସରକାର ପ୍ରଦାନ କରିବା, ହିନ୍ଦୁସ୍ତାନକୁ 30 ବର୍ଷ ପରେ ନିଷ୍ପତ୍ତି ନେଇପାରୁଥିବା ସରକାର ପ୍ରଦାନ କରିବା, ଯଦି ଏହିସବୁ ପାଇଁ ସବୁଠାରୁ ବଡ ଭୂମିକା କାହାର ଥିବ ତେବେ ଏହି ମୋ ଉତ୍ତର ପ୍ରଦେଶର, ମୋ ଉତ୍ତର ପ୍ରଦେଶର ଭୋଟରମାନେ ହିଁ କରିଛନ୍ତି । ଏହି ଉତ୍ତର ପ୍ରଦେଶର ଭୋଟରମାନଙ୍କ ଭଳି ନିଷ୍ପତ୍ତି ନେବାର ଶକ୍ତି ଭାରତର ଭାଗ୍ୟ ବଦଳାଇଦେଇଛି । ଭାରତର ଭାଗ୍ୟର ଦିଗ ପରିବର୍ତ୍ତନ କରିଛି । 30 ବର୍ଷ ଧରି ନିରାଶା ମଧ୍ୟରେ ବୁଡି ରହିଥିବା ଦେଶକୁ ନୂତନ ଆଶା ସଂଚାର କରିବାର କାର୍ଯ୍ୟ 2014 ରେ, ଉତ୍ତର ପ୍ରଦେଶର ଜନସାଧାରଣ କରିଛନ୍ତି । ଏବଂ ମଜବୁତ ସରକାରଙ୍କ ମାନେ କଣ ହୋଇଥାଏ, ମଜବୁତ ସରକାରଙ୍କ ପାଇଁ ଜନସାଧାରଣଙ୍କୁ କଣ ଲାଭ ହୋଇଥାଏ, ମଜବୁତ ସରକାର ଦ୍ୱାରା ଦୁନିଆସାରା ଗୌରବ କିଭଳି ଭାବେ ସୃଷ୍ଟି ହୋଇଛି, ଏହା ଉତ୍ତର ପ୍ରଦେଶ କରି ଦେଖାଇଛି, ଯାହାର ଲାଭ ପୂରା ହିନ୍ଦୁସ୍ତାନ ପାଇସାରିଛି ।
ମୋର ବିଶ୍ୱାସ ଯେ ବିକାଶ ପାଇଁ, ନୂତନ ଭାରତ ପାଇଁ ଆପଣମାନେ ଆଗାମୀ ଦିନଗୁଡିକରେ ମଧ୍ୟ ମୋତେ ଆହୁରୀ ମଜବୁତ ଆଶୀର୍ବାଦ କରିବେ ।
ଭାଇ ଓ ଭଉଣୀମାନେ, ପୁନର୍ବାର ବିକାଶର ରୋଜଗାର ସହ ଜଡିତ ସମସ୍ତ ପ୍ରକଳ୍ପଗୁଡିକ ପାଇଁ ଆପଣମାନଙ୍କୁ ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି । ମୁଁ ଉମାଜୀଙ୍କର ମଧ୍ୟ ବିଶେଷ ଭାବେ ଅଭିନନ୍ଦନ କରୁଛି ଯେ ପ୍ରତ୍ୟେକ ଛୋଟ ଛୋଟ କଥାକୁ ନେଇ ଏହି ଅଂଚଳର ବିକାଶ ପାଇଁ ଯେଉଁଭଳି ମନଯୋଗ ଦେଇ ସରାକରଙ୍କର ପ୍ରତ୍ୟେକ ବିଭାଗକୁ ସେ ଦୋହଲାଇ ଦିଅନ୍ତି, ଦୈାଡାନ୍ତି । ମୁଁ ଭାବୁଛି ଯେ ଜଣେ ସାଂସଦ ଭାବେ ମୁଁ ମଧ୍ୟ ସଂପୂର୍ଣ୍ଣ ଦେଶର ଉତ୍ତରଦାୟୀତ୍ୱ ସହିତ ଯେଉଁଭଳି ଭାବେ ସେ ଉତ୍ତରଦାୟିତ୍ୱ ନିର୍ବହନ କରୁଛନ୍ତି, ମୁଁ ଉମାଜୀଙ୍କର ମଧ୍ୟ ହୃଦୟର ସହିତ ବହୁତ ବହୁତ ଅଭିନନ୍ଦନ କରୁଛି, ବହୁତ ବହୁତ ଧନ୍ୟବାଦ ଜଣାଉଛି ।
ମୋ ସହିତ ପୂରା ଶକ୍ତିର ସହିତ କୁହନ୍ତୁ-
ଭାରତ ମାତାଙ୍କର – ଜୟ
ଭାରତ ମାତାଙ୍କର – ଜୟ
ଭାରତ ମାତାଙ୍କର – ଜୟ
ଅନେକ ଅନେକ ଧନ୍ୟବାଦ ।
**********
मैं पुलवामा के आतंकी हमले में शहीद जवानों को श्रद्धांजलि अर्पित करता हूं।
— PMO India (@PMOIndia) February 15, 2019
उन्होंने देश की सेवा करते हुए अपने प्राण न्योछावर किए हैं। दुःख की इस घड़ी में मेरी संवेदनाएं, उनके परिवारों के साथ हैं: PM
इस हमले की वजह से देश में जितना आक्रोश है, लोगों का खून खौल रहा है, ये मैं समझ रहा हूं।
— PMO India (@PMOIndia) February 15, 2019
इस समय जो देश की अपेक्षाएं हैं, कुछ कर गुजरने की भावनाएं हैं, वो स्वाभाविक है।
हमारे सुरक्षा बलों को पूर्ण स्वतंत्रता दी हुई है।
हमें अपने सैनिकों के शौर्य पर पूरा भरोसा है: PM
मुझे पूरा भरोसा है कि देशभक्ति के रंग में रंगे लोग सही जानकारियां भी हमारी एजेंसियों तक पहुंचाएंगे, ताकि आतंक को कुचलने में हमारी लड़ाई और तेज हो सके: PM
— PMO India (@PMOIndia) February 15, 2019
मैं आतंकी संगठनों को और उनके सरपरस्तों को कहना चाहता हूं कि वो बहुत बड़ी गलती कर गए हैं।
— PMO India (@PMOIndia) February 15, 2019
मैं देश को भरोसा देता हूं कि हमले के पीछे जो ताकते हैं, इस हमले के जो भी गुनहगार हैं, उन्हें उनके किए की सज़ा अवश्य मिलेगी: PM
जो हमारी आलोचना कर रहे हैं, उनकी भावनाओं को भी मैं समझ रहा हूं। उनका पूरा अधिकार है।
— PMO India (@PMOIndia) February 15, 2019
लेकिन मेरा सभी साथियों से अनुरोध है कि, ये बहुत ही संवेदनशील और भावुक समय है, इसलिए राजनीतिक छींटाकशी से दूर रहें। इस हमले का देश एकजुट होकर मुकाबला कर रहा है, ये स्वर विश्व में जाना चाहिए: PM
पूरे विश्व में अलग-थलग पड़ चुका हमारा पड़ोसी देश अगर ये समझता है कि जिस तरह के कृत्य वो कर रहा है, जिस तरह की साजिशें रच रहा है, उससे भारत में अस्थिरता पैदा करने में सफल हो जाएगा, तो वो बहुत बड़ी भूल कर रहा है: PM
— PMO India (@PMOIndia) February 15, 2019
इस समय बड़ी आर्थिक बदहाली के दौर से गुजर रहे हमारे पड़ोसी देश को ये भी लगता है कि वो ऐसी तबाही मचाकर, भारत को बदहाल कर सकता है। उसके ये मंसूबे भी कभी पूरे नहीं होंगे।
— PMO India (@PMOIndia) February 15, 2019
130 करोड़ हिंदुस्तानी ऐसी हर साजिश, ऐसे हर हमले का मुंहतोड़ जवाब देंगे: PM
साथियों, पुलवामा हमले के बाद, अभी मन: स्थिति और माहौल दुःख और साथ ही साथ आक्रोश का है।
— PMO India (@PMOIndia) February 15, 2019
ऐसे हमलों का देश डटकर मुकाबला करेगा, रुकने वाला नहीं है: PM
बदहाली के इस दौर में वो भारत पर इस तरह के हमले करके,
— PMO India (@PMOIndia) February 15, 2019
पुलवामा जैसी तबाही मचाकर, हमें भी बदहाल करना चाहता है।
लेकिन उसके इस मंसूबे का, देश के 130 करोड़ लोग, मिलकर जवाब देंगे, मुंहतोड़ जवाब देंगे: PM in Jhansi
थोड़ी देर पहले बुंदेलखंड और यूपी के विकास से जुड़े लगभग 20 हज़ार करोड़ रुपए के विकास कार्यों का शिलान्यास और लोकार्पण किया गया है।
— PMO India (@PMOIndia) February 15, 2019
इसमें सुरक्षा, रोजगार, रेल, बिजली-पानी, से जुड़े अनेक प्रोजेक्ट हैं: PM
अब बुंदेलखंड को देश की सुरक्षा और विकास का कॉरिडोर बनाने का अभियान शुरु हो चुका है।
— PMO India (@PMOIndia) February 15, 2019
ये डिफेंस कॉरिडोर देश को सशक्त करने के साथ ही उत्तर प्रदेश के युवाओं को रोज़गार के नए अवसर भी उपलब्ध कराने वाला है।
मुझे बताया गया है कि लगभग 4 हज़ार करोड़ रुपए के समझौते हो भी चुके हैं: PM
जब बड़े उद्योग लगते हैं तब उनके आसपास छोटे उद्योगों का भी विकास होता है, एक पूरा वातावरण तैयार होता है।
— PMO India (@PMOIndia) February 15, 2019
झांसी और आसपास के क्षेत्रों में जो छोटे उद्योग हैं उनको इस कॉरिडोर से बहुत बड़ा लाभ होने वाला है।
इस कॉरिडोर से यहां के लाखों युवाओं को सीधा रोजगार मिलेगा: PM
बुंदेलखंड की मेरी आप सभी लोगों को पानी के लिए कितना संघर्ष करना पड़ता रहा है, इसका मुझे ऐहसास है।
— PMO India (@PMOIndia) February 15, 2019
आपको पानी की समस्या से मुक्ति दिलाने के प्रयास को आगे बढ़ाते हुए, आज 9 हजार करोड़ की
पाइप-लाइन का शिलान्यास आज किया गया है: PM
इस प्रोजेक्ट के पूरा होने के बाद बुंदेलखंड के हर जिले यानि
— PMO India (@PMOIndia) February 15, 2019
झांसी,
ललितपुर,
जालौन,
हमीरपुर,
महोबा,
बांदा और
चित्रकूट के करीब-करीब हर गांव को पीने का पानी मिलना और आसान हो जाएगा: PM