ପିଏମଇଣ୍ଡିଆ
ରାଷ୍ଟ୍ରପତି ଏବଂ ମୋର ମିତ୍ର ଶ୍ରୀମାନ ମୁନ ଜେ-ଇନ, ସାମସଙ୍ଗର ଭାଇସ ଚେୟାରମ୍ୟାନ ଜୟ ୱାଇ ଲି, କୋରିଆ ଏବଂ ଭାରତର ପ୍ରତିନିଧିମାନେ ଏବଂ ଉପସ୍ଥିତ ସମସ୍ତ ମହାନୁଭବ ।
ମୋର ମିତ୍ର ପ୍ରେସିଡେଣ୍ଟ ମୁନଙ୍କ ସହିତ ନୋଏଡାରେ ନିର୍ମିତ ସାମସଙ୍ଗର ଏହି ଫ୍ୟାକ୍ଟ୍ରିକୁ ଆସିବା ମୋ ପାଇଁ ଅତ୍ୟନ୍ତ ସୁଃଖଭରା ଅନୁଭୂତି । ମୋବାଇଲ ବିନିର୍ମାଣ ର ନୂତନ ୟୁନିଟ ଭାରତ ସହିତ ଉତ୍ତର ପ୍ରଦେଶ ଏବଂ ନୋଏଡା ପାଇଁ ମଧ୍ୟ ଗର୍ବର ବିଷୟ । ଏହି ନୂତନ ୟୁନିଟ ପାଇଁ ସାମସଙ୍ଗ ଟିମ୍ କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ।
ବନ୍ଧୁଗଣ, ଭାରତକୁ ବିନିର୍ମାଣର ବୈଶ୍ୱିକ ହବ ଭାବେ ପ୍ରତିଷ୍ଠିତ କରିବା ପାଇଁ ଆଜିର ପ୍ରତ୍ୟେକ ଅବସର ନିତାନ୍ତ ଖାସ୍ । ପାଞ୍ଚ ହଜାର କୋଟି ଟଙ୍କାର ଏହି ପୁଂଜିନିବେଶ କେବଳ ସାମସଙ୍ଗର ଭାରତରେ ବ୍ୟବସାୟିକ ସଂପର୍କକୁ ମଜବୁତ କରିବା ସହିତ ଭାରତ ଏବଂ କୋରିଆ ମଧ୍ୟରେ ସଂପର୍କ କ୍ଷେତ୍ରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ । ସାମସଙ୍ଗ ର ଗ୍ଲୋବାଲ R&D ହବ୍ ଭାରତରେ ରହିଛି ଏବଂ ବର୍ତ୍ତମାନ ଏହାର ବିନିର୍ମାଣ କାରଖାନା ଆମର ଗୌରବକୁ ଦ୍ୱିଗୁଣିତ କରିବ ।
ବନ୍ଧୁଗଣ, ଯେତେବେଳେ ବିଜନେସ କମ୍ୟୁନିଟିର ଲୋକମାନଙ୍କ ସହିତ ମୋର ଆଲୋଚନା ହୁଏ ସେତେବେଳେ ମୁଁ ସର୍ବଦା ଗୋଟିଏ କଥା କହେ । ଭାରତରେ ବୋଧହୁଏ ଏପରି କୌଣସି ମଧ୍ୟବର୍ଗ ପରିବାର ନ ଥିବେ ଯାହାଙ୍କ ପାଖରେ କୋରିଆର କୌଣସି ଉତ୍ପାଦ ତାଙ୍କ ଘରେ ନ ଥିବ । ନିଶ୍ଚିତ ରୂପେ ଭାରତୀୟ ଲୋକମାନଙ୍କ ଜୀବନରେ ସାମସଙ୍ଗର ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଛି । ଖାସକରି ଆପଣଙ୍କ ଫୋନ, ଦୃତ ଗତିରେ ବୃଦ୍ଧି ପାଉଥିବା ସ୍ମାର୍ଟଫୋନ ମାର୍କେଟରେ ଆଜି ବିଶ୍ୱ ଲିଡର ଭାବେ ପରିଗଣିତ । ସାମସଙ୍ଗର ଲିଡରସିପ ସହିତ ଯେତେବେଳେ ମୋର ଆଲୋଚନା ହୋଇଛି ସେତେବେଳେ ମୁଁ ତାଙ୍କୁ ଭାରତରେ ବିନିର୍ମାଣ ପାଇଁ ପ୍ରୋତ୍ସାହିତ କରିଛି । ଆଜି ନୋଏଡାରେ କରାଯାଇଥିବା ଏହି ଆୟୋଜନ ଏହାର ହି ଏକ ପ୍ରତିବିମ୍ବର ସ୍ୱରୂପ । ଆଜି ଡିଜିଟାଲ ଟେକ୍ନୋଲଜି ସାମାନ୍ୟ ନାଗରିକଙ୍କ ଜୀବନକୁ ସରଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଆଜି ଭାରତରେ ପ୍ରାୟ 40 କୋଟି ସ୍ମାର୍ଟ ଫୋନ ବ୍ୟବହାର କରାଯାଉଛି, 32 କୋଟି ଲୋକ ବ୍ରଡବେଣ୍ଡ ବ୍ୟବହାର କରୁଛନ୍ତି, ବହୁତ କମ ଦରରେ ଇଣ୍ଟରନେଟ ଡାଟା ଉପଲବ୍ଧ କରାଯାଉଛି, ଦେଶର ଏକ ଲକ୍ଷ ରୁ ଅଧିକ ଗ୍ରାମ ପଂଚାୟତକୁ ଫାଇବର ନେଟୱାର୍କ ପହଂଚାଯାଇ ସାରିଲାଣି । ଏସବୁ ଦେଶରେ ଡିଜିଟାଲ କ୍ରାନ୍ତିର ସଙ୍କେତ ପ୍ରଦାନ କରୁଛି ।
ବନ୍ଧୁଗଣ, କମ ଦାମରେ ମୋବାଇଲ ଫୋନ, ଦୃତ ଇଣ୍ଟରନେଟ, କମ ଡାଟା ଯୋଗୁ ଆଜି ଫାଷ୍ଟ ଏବଂ ସ୍ୱଚ୍ଛ ସେବା ସୁନିଶ୍ଚିତ କରାଯାଇପାରିଛି । ବିଦ୍ୟୁତ- ପାଣି ବିଲ ପଇଠ କରିବା ହେଉ ବା ସ୍କୁଲ-କଲେଜରେ ଆଡମିଶନ ହେଉ, ପ୍ରୋଭିଡେଣ୍ଟ ଫଣ୍ଡ ହେଉ ବା ପେନସନ, ପ୍ରାୟତଃ ପ୍ରତ୍ୟେକ ସୁବିଧା ଅନଲାଇନରେ ଉପଲବ୍ଧ । ଦେଶରେ ଥିବା ପ୍ରାୟଃ 3 ଲକ୍ଷ କମନ ସର୍ଭିସ ସେଣ୍ଟର ଗ୍ରାମୀଣ ଲୋକମାନଙ୍କୁ ସେବା ଯୋଗାଉଛି । ସହରୀ କ୍ଷେତ୍ରରେ ବିନା ମୂଲ୍ୟରେ ୱାଇ-ଫାଇ ହଟସ୍ପଟ ଗରିବ, ମଧ୍ୟ ବର୍ଗର ଯୁବଗୋଷ୍ଠିଙ୍କୁ ନୂତନ ଦିଗନ୍ତ ପ୍ରଦାନ କରିପାରୁଛି ।
କେବଳ ସେତିକି ନୁହେଁ GeM ଅର୍ଥାତ ସରକାରୀ ଇ-ବଜାରସ୍ଥଳ ଜରିଆରେ ସରକାର ବର୍ତ୍ତମାନ ସିଧାସଳଖ ଭାବେ ଉତ୍ପାଦକାରୀଙ୍କଠାରୁ ଦ୍ରବ୍ୟ କ୍ରୟ କରିପାରୁଛନ୍ତି । ଏହାଦ୍ୱାରା ମଧ୍ୟମ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ମଧ୍ୟ ଲାଭ ମିଳିବା ସହିତ ସରକାରୀ କ୍ରୟ କ୍ଷେତ୍ରରେ ସ୍ୱଚ୍ଛତା ଅଣାଯାଇପାରିଛି ।
ବନ୍ଧୁଗଣ, ଆଜି ଡିଜିଟାଲ ନେଣଦେଣରେ ନିରନ୍ତର ବୃଦ୍ଧି ପରିଲକ୍ଷିତ ହେଉଛି । ଭୀମ ଆପ ଏବଂ ରୂପେ କାର୍ଡ ଜରିଆରେ ନେଣଦେଣ ଅତ୍ୟନ୍ତ ସହଜ ହୋଇପାରିଛି । କେବଳ ଜୁନ ମାସରେ ହିଁ ପ୍ରାୟ 41 ହଜାର କୋଟି ଟଙ୍କାର ନେଣଦେଣ BHIM App ରେ ହୋଇଛି । ଆଜି BHIM ଏବଂ RuPay କୁ ନେଇ କେବଳ ଦେଶରେ ନୁହେଁ ବରଂ ସମଗ୍ର ଦୁନିଆରେ ଉତ୍ସୁକତା ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବେ ସିଙ୍ଗାପୁରରେ ମଧ୍ୟ ଏହି ଦୁଇଟି ସେବାର ଶୁଭାରମ୍ଭ କରିବାର ସୁଯୋଗ ମୋତେ ମିଳିଥିଲା । ଏପରି ସ୍ଥିତିରେ ଆଜି କରାଯାଇଥିବା ଏହି ଆୟୋଜନ ଭାରତର ନାଗରିକମାନଙ୍କର ସଶକ୍ତିକରଣ କ୍ଷେତ୍ରରେ ଏହା ଆଉ ଏକ ପଦକ୍ଷେପ ହେବ ଏବଂ ମେକ ଇନ ଇଣ୍ଡିଆ ପଦକ୍ଷେପକୁ ମଧ୍ୟ ପ୍ରୋତ୍ସାହିତ କରିବ ।
ବନ୍ଧୁଗଣ, ମେକ ଇନ ଇଣ୍ଡିଆ ପ୍ରତି ଆମ ଆଗ୍ରହ କେବଳ ଏକ ଆର୍ଥିକ ନୀତିର ଅଂଶବିଶେଷ ନୁହେଁ ବରଂ ଏହା କୋରିଆ ଭଳି ଆମ ମିତ୍ର ଦେଶମାନଙ୍କ ସହିତ ସଂପର୍କର ସଂକଳ୍ପ ମଧ୍ୟ । ଏହା ସାମସଙ୍ଗ ଭଳି ବିଶ୍ୱସ୍ତ ବ୍ରାଣ୍ଡକୁ ନୂତନ ସୁଯୋଗ ଦେବା ସହିତ ନିଉ ଇଣ୍ଡିଆର ନୂତନ ଏବଂ ସ୍ୱଚ୍ଛ ବ୍ୟାପାର ସଂସ୍କୃତି ଉପରେ ବିଶ୍ୱାସ ରଖୁଥିବା ବିଶ୍ୱର ପ୍ରତ୍ୟେକ ବ୍ୟବସାୟୀକୁ ମୁକ୍ତ ଆମନ୍ତ୍ରଣ । ଭାରତର ବୃଦ୍ଧି ପାଉଥିବା ଅର୍ଥ ବ୍ୟବସ୍ଥା ଏବଂ ନିଓ ମଧ୍ୟ ବର୍ଗ, ପୁଂଜି ନିବେଶର ଅସୀମ ସୁଯୋଗରେ ଭରପୂର । ମୁଁ ଅତ୍ୟନ୍ତ ଖୁସି ଯେ ଏହି ପଦକ୍ଷେପକୁ ଆଜି ଦୁନିଆର ସବୁ କ୍ଷେତ୍ରରୁ ସ୍ୱାଗତ କରାଯାଉଛି ଏବଂ ସହଯୋଗ ମଧ୍ୟ ମିଳୁଛି । ମୋବାଇଲ ଫୋନ ବିନିର୍ମାଣ ବିଷୟ ଉଠିଲେ ଆଜି ଭାରତ ବିଶ୍ୱର ଦ୍ୱିତୀୟ ନମ୍ବରରେ ପହଂଚି ସାରିଛି । ବିଗତ ଚାରି ବର୍ଷରେ ଫ୍ୟାକ୍ଟ୍ରିଗୁଡିକର ସଂଖ୍ୟା, ମୋବାଇଲ ଫୋନ ପ୍ରସ୍ତୁତ କରୁଥିବା ଫ୍ୟାକ୍ଟ୍ରିମାନଙ୍କ ସଂଖ୍ୟା 2 ରୁ ବୃଦ୍ଧି ଘଟି 120ରେ ପହଂଚି ସାରିଛି ଏବଂ ଖୁସିର କଥା ଯେ 50 ରୁ ଅଧିକ ନୋଏଡାରେ ରହିଛି । ଏଥିରେ 4 ଲକ୍ଷ ରୁ ଅଧିକ ଯୁବକଯୁବତୀଙ୍କୁ ସିଧାସଳଖ ଭାବେ ରୋଜଗାର ମିଳିପାରୁଛି । ରୋଜଗାର ପ୍ରଦାନ କ୍ଷେତ୍ରରେ ମଧ୍ୟ ସାମସଙ୍ଗ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଦେଶରେ ପ୍ରାୟ 70 ହଜାର ଲୋକମାନଙ୍କୁ ଆପଣ ରୋଜଗାର ପ୍ରଦାନ କରିଛନ୍ତି, ଯେଉଁଥିରେ ପ୍ରାୟ 5 ହଜାର ନୋଏଡାରେ ଅଛନ୍ତି । ଏହି ନୂତନ ପ୍ଲାଂଟ ରେ ଆହୁରି ଏକ ହଜାର ଲୋକମାନଙ୍କୁ ରୋଜଗାର ମିଳିବ । ମୋତେ କୁହାଯାଇଛି ଯେ ଏଠାରେ ନିର୍ମିତ ଏହି ୟୁନିଟ କଂପାନୀର ସବୁଠାରୁ ବଡ ମୋବାଇଲ ଫୋନ ବିନିର୍ମାଣ ୟୁନିଟ ହେବ । ଏଠାରେ ପ୍ରତ୍ୟେକ ମାସରେ ପାଖାପାଖି 1 କୋଟି ଫୋନ ପ୍ରସ୍ତୁତ ହେବ । ଏଠାରେ ଉତ୍ପାଦିତ ମୋବାଇଲ ଫୋନର 30 ପ୍ରତିଶତ ବିଶ୍ୱର ବିଭିନ୍ନ ଦେଶକୁ ରପ୍ତାନୀ ହେବ । ନିଶ୍ଚିତ ଭାବେ ଏହାଦ୍ୱାରା ବୈଶ୍ୱିକ ବଜାରରେ ଆପଣଙ୍କ ସ୍ଥିତି ମଜବୁତ ହେବ । କୋରିଆର ଟେକ୍ନୋଲଜି ଏବଂ ଭାରତର ବିନିର୍ମାଣ ଏବଂ ସଫ୍ଟୱେର ସହଯୋଗ ଦ୍ୱାରା ବିଶ୍ୱ ପାଇଁ ଆମେ ଉତ୍ତମ ଉତ୍ପାଦ ପ୍ରସ୍ତୁତ କରିବୁ । ଏହା ଆମ ଦୁଇ ଦେଶର ଶକ୍ତି ଏବଂ ଏହା ଆମର ଲକ୍ଷ୍ୟ ।
ପୁନର୍ବାର ସାମସଙ୍ଗ ଟିମ କୁ ଅନେକ ଅନେକ ଧନ୍ୟବାଦ, ଅନେକ ଅନେକ ଶୁଭକାମନା ଦେଉଛି । ଆପଣମାନେ ମୋତେ ଆଜି ଏଠାକୁ ଆମନ୍ତ୍ରତି କରିଥିଲେ, ଏହି ଅବସରର ଅଂଶବିଶେଷ ଭାବେ ଯୋଗ ଦେଇଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ।
अपने मित्र President Moon के साथ नोएडा में बनी Samsung की इस फैक्ट्री में आना मेरे लिए बहुत सुखद अनुभव है। मोबाइल मैन्यूफैक्चरिंग की नई यूनिट भारत के साथ ही ये उत्तर प्रदेश और नोएडा के लिए भी गर्व का विषय है। इस नई यूनिट के लिए Samsung की पूरी टीम को बहुत-बहुत बधाई: PM
— PMO India (@PMOIndia) July 9, 2018
भारत को manufacturing का वैश्विक हब बनाने की दिशा में आज का दिन बहुत विशेष है।
— PMO India (@PMOIndia) July 9, 2018
5 हज़ार करोड़ रुपए का ये निवेश ना सिर्फ Samsung के भारत में व्यापारिक रिश्तों को मजबूत बनाएगा, बल्कि भारत और कोरिया के संबंधों के लिए भी अहम सिद्ध होगा: PM @narendramodi
जब भी बिजनेस कम्यूनिटी के लोगों से मेरी बातचीत होती है तो एक बात मैं अक्सर कहता हूं। भारत में शायद ही ऐसा कोई मिडिल क्लास घर हो जहां कम से कम एक कोरियाई प्रोडक्ट ना पाया जाता हो: PM @narendramodi
— PMO India (@PMOIndia) July 9, 2018
निश्चित तौर पर भारतीय लोगों के जीवन में Samsung ने अपना विशेष स्थान बनाया है। खासतौर पर आपके फोन, तेज़ी से बढ़ रहे Smart Phone Market में आज World Leader की तरह हैं: PM @narendramodi
— PMO India (@PMOIndia) July 9, 2018
आज Digital Technology सामान्य नागरिक के जीवन को सरल बनाने में अहम भूमिका निभा रही है। आज भारत में लगभग 40 करोड़ स्मार्टफोन उपयोग में है, 32 करोड़ लोग ब्रॉडबैंड इस्तेमाल कर रहे हैं: PM @narendramodi
— PMO India (@PMOIndia) July 9, 2018
बहुत कम दर पर इंटरनेट डेटा उपलब्ध है, देश की एक लाख से अधिक ग्राम पंचायतों तक फाइबर नेटवर्क पहुंच चुका है। ये सारी बातें, देश में हो रही डिजिटल क्रांति का संकेत हैं: PM @narendramodi
— PMO India (@PMOIndia) July 9, 2018
सस्ते मोबाइल फोन, तेज़ इंटरनेट, सस्ते डेटा के चलते आज Fast और Transparent Service Delivery सुनिश्चित हुई है: PM @narendramodi
— PMO India (@PMOIndia) July 9, 2018
GeM यानि Government e Market के जरिए सरकार अब सीधे Producers से सामान की खरीदारी कर रही है। इससे Medium और Small Entrepreneurs को भी लाभ हुआ है तो सरकारी खरीदारी में Transparency भी बढ़ी है: PM @narendramodi
— PMO India (@PMOIndia) July 9, 2018
बिजली – पानी का बिल भरना हो, स्कूल-कॉलेज में एडमिशन हो, PF हो या पेंशन, लगभग हर सुविधा ऑनलाइन मिल रही है: PM @narendramodi
— PMO India (@PMOIndia) July 9, 2018
देशभर में फैले लगभग 3 लाख कॉमन सर्विस सेंटर गांव वालों की सेवा में काम कर रहे हैं। तो शहरों में फ्री Wi Fi Hotspot गरीब, मध्यम वर्गीय युवाओं की आकांक्षाओं को नई उड़ान दे रहे हैं: PM @narendramodi
— PMO India (@PMOIndia) July 9, 2018
'Make in India' के प्रति हमारा आग्रह सिर्फ एक Economic Policy का हिस्सा भर नहीं है, बल्कि ये कोरिया जैसे हमारे मित्र देशों के साथ रिश्तों का संकल्प भी है: PM @narendramodi
— PMO India (@PMOIndia) July 9, 2018
भारत की बढ़ती हुई अर्थव्यवस्था और बढ़ता हुआ Neo Middle Class निवेश की असीम संभावनाओं से भरा हुआ है: PM @narendramodi
— PMO India (@PMOIndia) July 9, 2018
मुझे प्रसन्नता है कि इस Initiative को आज दुनियाभर से सहयोग मिल रहा है। मोबाइल फोन Manufacturing की अगर बात करें तो आज भारत दुनिया में दूसरे नंबर पर पहुंच गया है: PM @narendramodi
— PMO India (@PMOIndia) July 9, 2018