Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତରପ୍ରଦେଶର ବରେଲୀ ବସ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ, ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବରେଲୀ ଜିଲାରେ ବସ ଦୁର୍ଘଟଣାରେ ଜୀବନହାନୀ ଯୋଗୁଁ ଶୋକ ପ୍ରକଟ କରିଛନ୍ତି ।

“ଉତ୍ତରପ୍ରଦେଶର ବରେଲୀ ବସ ଦୁର୍ଘଟଣା ଅତ୍ୟନ୍ତ ମର୍ମନ୍ତୁଦ । ମୃତକଙ୍କ ପାଇଁ ମୁଁ ଶୋକାଭିଭୂତ । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରତି ମୃତକଙ୍କ ପରିଜନମାନଙ୍କୁ 2 ଲକ୍ଷ ଟଙ୍କା ଏବଂ ଗୁରୁତର ଆହତମାନଙ୍କ ଚିକିତ୍ସା ପାଇଁ 50 ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଏହି ସହାୟତା ଦିଆଯିବ ।

*****