Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତରପ୍ରଦେଶର ବଳରାମପୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସରଜୁ କେନାଲ ଜାତୀୟ ପ୍ରକଳ୍ପ ଉଦ୍‌ଘାଟିତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୧.୧୨.୨୧) ଉତ୍ତରପ୍ରଦେଶର ବଳରାମପୁରଠାରେ ଜାତୀୟ ସରଜୁ କେନାଲ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ  ଶ୍ରୀ ଗଜେନ୍ଦ୍ର ସିଂ ଶିଖାୱତ ସେଠାରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ବିୟୋଗ ପ୍ରତ୍ୟେକ ଭାରତୀୟ ଓ ଦେଶପ୍ରେମୀଙ୍କ ନିମନ୍ତେ ଏକ ମସ୍ତବଡ କ୍ଷତି ବୋଲି କହିଥିଲେ । ଦେଶର ସୈନ୍ୟବାହିନୀକୁ ଆତ୍ମନିର୍ଭରଶୀଳ କରିବାରେ ଜେନେରାଲ ବିପିନ ରାୱତ ମହାଶୟଙ୍କ ଅବଦାନ  ସମସ୍ତେ ଦେଖିଛନ୍ତିବୋଲି ସେ କହିଥିଲେ ।  ପ୍ରଧାନମନ୍ତ୍ରୀ କହିଥିଲେ ଯଦିଓ ଭାରତ ଶୋକାଭିଭୂତସମସ୍ତ ଯନ୍ତ୍ରଣା ସତ୍ତ୍ୱେ ଆମେ ଆମର ବିକାଶ ଗତିକୁ ବନ୍ଦ କରିନାହୁଁ  ଓ ଭାରତ ଓ କେବେବି ବି ଅଟବିକ ନାହିଁ । ଦେଶର ସଶସ୍ତ୍ର ସେନାକୁ ଆତ୍ମନିର୍ଭର ଶୀଳ କରିବା ସହ ତିନିବାହିନୀ ମଧ୍ୟରେ ସମନ୍ୱୟ ପ୍ରକ୍ରିୟା ଆଗକୁ ବଢି ଚାଲିବ । ଜେନେରାଲ ବିପିନ ରାୱତ ଆଗକୁ ତାଙ୍କର ଭାରତ ନୂତନ ସଂକଳ୍ପର ସହ ଆଗେଇବା ଦେଖିବେ । ଦେଶର ସୀମା ସୁରକ୍ଷାକୁ ମଜବୁତ କରିବା ସହ ସୀମାନ୍ତ ଭିତ୍ତିଭୂମିର ସୁଦୃଢୀକରଣ ମଧ୍ୟ ବଳବତ୍ତର ରହିବ ବୋଲି କହିଥିଲେ । ଉତ୍ତରପ୍ରଦେଶ ଦେଓରିଆର ସୁପୁତ୍ର ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ଜୀବନ ବଞ୍ଚାଇବା ପାଇଁ ଚିକିତ୍ସକମାନେ ଅକ୍ଳାନ୍ତ ଉଦ୍ୟମ ଜାରି ରଖିଛନ୍ତି ।  ମୁଁ ମା ପାଟେଶ୍ୱରୀଙ୍କୁ ତାଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାର୍ଥନା କରୁଛି । ଦେଶ ଆଜି ବରୁଣ ସିଂଙ୍କ ପରିବାର ଓ ଆମେ ହରାଇଥିବା ବୀରମାନଙ୍କ ପରିବାର ପଛରେ ଛିଡା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ନଦୀଗୁଡିକରେ ଜଳର ସୁବିନିଯୋଗ ଓ ଚାଷୀମାନଙ୍କ ଜମିକୁ ପାଣି ପହଞ୍ଚାଇବାକୁ ଆଜିର ସରକାର ପ୍ରାଥମିକତା ଦେଇଛନ୍ତି । ଭାବନାରେ ସଚ୍ଚୋଟପଣ ଥିଲେ କାର୍ଯ୍ୟ ମଧ୍ୟ ସେହିକରି ସୁଦୃଢ ହୋଇଥାଏ ଓ ଆଜି ସମ୍ପୂର୍ଣ୍ଣ ହୋଇଥିବା ସରଜୁ କେନାଲ ଜାତୀୟ ପ୍ରକଳ୍ପ ତାହାକୁ ପ୍ରମାଣିତ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେଲା ସେତେବେଳେ ଏହାର ବ୍ୟୟ ଅଟକଳ ଶହେକୋଟିରୁ ମଧ୍ୟ କମ୍ ଥିଲା । ଆଜି ଦଶହଜାର କୋଟି ବ୍ୟୟ କରିବା ପରେ ଏହା ସମ୍ପୂର୍ଣ୍ଣ   ହୋଇଛି । ପୂର୍ବତନ ସରକାରଙ୍କ ଅବହେଳା ଯୋଗୁଁ ଏଥିପାଇଁ ଶହେଗୁଣା ଅର୍ଥ ଖର୍ଚ୍ଚ କରିବାକୁ ପଡିଛି । ଏହା ଯଦି ସରକାରୀ ଅର୍ଥ ତେବେ ମୋର କଣ ଯାଏ ଆସେ ? ଏଭଳି ଭାବନା ଦେଶର ସନ୍ତୁଳିତ ଓ ସର୍ବାଙ୍ଗୀନ ବିକାଶରେ ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହୋଇଛି । ଏହି ଚିନ୍ତାଧାରା ଯୋଗୁଁ ମଧ୍ୟ ସରଜୁ ଜାତୀୟ କେନାଲ ପ୍ରକଳ୍ପ ଝୁଲି ରହିଥିଲା ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷରୁ କମ୍ ସମୟ ମଧ୍ୟରେଆମେ ପାଞ୍ଚ ଦଶନ୍ଧିରେ ହୋଇପାରି ନ ଥିବା ସରଜୁ କେନାଲ ପ୍ରକଳ୍ପ କାର୍ଯ୍ୟ କରିଛୁ । ଡବଲ ଇଞ୍ଜିନ ସରକାରର କାର୍ଯ୍ୟ ଦ୍ରୁତତର ଓ ପ୍ରକଳ୍ପର ସମାପନ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଆମର ପ୍ରାଥମିକତା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାକି ପଡିଥିବା ବାଣ ସାଗର ପ୍ରକଳ୍ପ, ଅର୍ଜୁନ ସହାୟକ ଜଳସଚେନ ପ୍ରକଳ୍ପ, ଗୋରଖପୁରରେ ଏମ୍ସ ଓ ସାର କାରଖାନା ଇତ୍ୟାଦି କାର୍ଯ୍ୟ ଡବଲ ଇଞ୍ଜିନ ସରକାର ଅମଳରେ ହିଁ ଶେଷ ହୋଇଛି  । କେନ-ବେଟୱା ନଦୀ ସଂଯୋଗୀକରଣ ପ୍ରକଳ୍ପ ସରକାରଙ୍କ ଅଙ୍ଗୀକାରବଦ୍ଧତାର ଏକ ଉଦାହରଣ ବୋଲି ଶ୍ରୀ ମୋଦି କହିଥିଲେ । ୪୫ହଜାର କୋଟି ଟଙ୍କାର ପ୍ରକଳ୍ପ ଗତ କ୍ୟାବିନେଟ ବୈଠକରେ ଅନୁମୋଦିତ ହୋଇଛି । ଏହି ପ୍ରକଳ୍ପ ଯୋଗୁଁ ବୁନ୍ଦେଲଖଣ୍ଡ ଅଞ୍ଚଳରେ ଜଳକଷ୍ଟ ସମସ୍ୟାର ସମାଧାନ ହେବ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ କ୍ଷୁଦ୍ର ଚାଷୀମାନଙ୍କୁ ପ୍ରଥମ ଥର ପାଇଁ ସରକାରୀ ଯୋଜନାରେ ସଂଯୋଗ କରାଯାଉଛି । ପିଏମ କିଶାନ ସମ୍ମାନନିଧି, ମାଛଚାଷ ଦ୍ୱାରା ବିକଳ୍ପ ଆୟପନ୍ଥା, ଦୁଗ୍ଧ  ଉତ୍ପାଦନ , ମହୁମାଛି ପାଳନ ଓ ଇଥାନଲ ସୁଯୋଗ ଭଳି ଅନେକ ପଦକ୍ଷେପ ନିଆଯାଉଛି । ଗତ ସାଢେ ଚାରିବର୍ଷ ମଧ୍ୟରେ କେବଳ ଉତ୍ତରପ୍ରଦେଶରୁ ବାରହଜାର କୋଟି ଟଙ୍କାର ଇଥାନେଲ କ୍ରୟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆସନ୍ତା ୧୬ତାରିଖ ଦିନ ପ୍ରାକୃତିକ ଓ ଶୂନ୍ୟ ବଜେଟ ଚାଷ ଉପରେ ଆୟୋଜିତ ସମ୍ମିଳନୀରେ ଯୋଗଦେବାକୁ ଶ୍ରୀ ମୋଦୀ ଚାଷୀମାନଙ୍କୁ ଆମନ୍ତ୍ରଣ କରିଥିଲେ ।

ସେ ଆହୁରି କହିଥିଲେ ଯେ ରାଜ୍ୟର ୩୦ଲକ୍ଷରୁ ଅଧିକ ପରିବାର ପିଏମଏୱାଇ ଯୋଜନୀ ଅଧୀନରେ ପକ୍‌କା ଘର ପାଇଛନ୍ତି । ସେଥିରୁ ଅଧିକାଂଶ ଘର ପରିବାରର ମହିଳାମାନଙ୍କ ନାମରେ ରହିଛି । ସେ ମଧ୍ୟ ସ୍ୱାମୀତ୍ୱ ଯୋଜନାର ଉପକାରିତା ଉପରେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି କରୋନା ସମୟରେ କୌଣସି ଗରିବ ଲୋକ ଉପବାସରେ ନ ରହନ୍ତି ସେଥିପାଇଁ ନିଷ୍ଠାପର ଉଦ୍ୟମ ହୋଇଛି । ମାଗଣା ରାସନ ଅଭିଯାନ ଅଧୀନରେ ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜାନକୁ ହୋଲି ପରେ ମଧ୍ୟ ଆଗକୁ ସମ୍ପ୍ରସାରିତ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗରୁ ଯେପରି ବାହୁବଳୀମାନଙ୍କୁ ସୁରକ୍ଷାପ୍ରଦାନ କରାଯାଉଥିଲା । ଆଜି ସେମାନଙ୍କୁ ରାସ୍ତାରୁ ହଟାଇ ଦିଆଯାଇଛି ଓ ଏହା ସମସ୍ତଙ୍କ ସାମ୍ନାରେ ରହିଛି । ଆଗରୁ କେବଳ ବଳଶାଳୀମାନେ ସୁବିଧା ହାତଉ ଥିଲେ । ହେଲେ ଆଜି ଯୋଗିଜୀଙ୍କ ସରକାର, ଗରିବ ଦଳିତ, ଅନଗ୍ରସର ଓ ଜନଜାତି ଲୋକମାନଙ୍କୁ ସଶକ୍ତ କରିବାରେ ଲାଗିଛି । ସେଥିପାଇଁ ଉତ୍ତରପ୍ରଦେଶ ଜନସାଧାରଣ ଏଇଟା ଦେଖିବାର କଥା ବୋଲି କହିଛନ୍ତି । ଯୋଗିଜୀ ସେହିପରି ଜବରଦଖଲ ଉପରେ  ବୁଲୁଡୋଜର ଚଳାଇଛନ୍ତି । ସେଥିପାଇଁ ଉତ୍ତରପ୍ରଦେଶ ବାସୀ କହୁଛନ୍ତି ପାର୍ଥକ୍ୟ  ଆଖିରେ  ଦେଖିବା ଭଳି ପ୍ରଧାନମନ୍ତ୍ରୀ କହିଥିଲେ ।

 

****

SM/SLP