ପିଏମଇଣ୍ଡିଆ
ଉତ୍ତରାଖଣ୍ଡର ରାଜ୍ୟପାଳ ଶ୍ରୀମତୀ ବେବୀ ରାଣୀ ମୌର୍ଯ୍ୟଜୀ, ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ତ୍ରିବେନ୍ଦ୍ର ସିଂହ ରାୱତ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଜୀ, ଡକ୍ଟର ରମେଶ ପୋଖରିୟାଲ ନିଶଙ୍କ ଜୀ, ଶ୍ରୀ ରତନ ଲାଲ କଟାରିୟାଜୀ, ଅନ୍ୟାନ୍ୟ ଅଧିକାରୀଗଣ ଏବଂ ଉତ୍ତରାଖଣ୍ଡର ମୋର ଭାଇ ଓ ଭଉଣୀବୃନ୍ଦ, ଚାରି ଧାମର ପବିତ୍ରତାକୁ ନିଜର ଭିତରେ ଏକତ୍ରିତ କରିଥିବା ଦେବଭୂମୀ ଉତ୍ତରାଖଣ୍ଡର ଭୂମିକୁ ମୋର ଆଦରପୂର୍ବ ନମସ୍କାର!
ଆଜି ମା’ ଗଙ୍ଗାର ନିର୍ମାତାକୁ ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ ଛଅଟି ବଡ଼ ବଡ଼ ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ସେଥିରେ ହରିଦ୍ୱାର, ଋଷିକେଶ, ବଦ୍ରୀନାଥ ଏବଂ ମୁନି କୀ ମାଟିରେ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ମ୍ୟୁଜିୟମ୍ ଭଳି ପ୍ରକଳ୍ପ ସାମିଲ ରହିଛି ।
ଏହି ସବୁ ପ୍ରକଳ୍ପ ସକାଶେ ଉତ୍ତରାଖଣ୍ଡର ସମସ୍ତ ସାଥୀଗଣଙ୍କୁ ଆଜି ମୁଁ ବହୁତ ବହୁତ ବଧେଇ ଜଣାଉଛି ।
ସାଥୀଗଣ, ଏବେ କିଛି ସମୟ ପୂର୍ବରୁ ଜଳ ଜୀବନ ମିଶନର ଏକ ସୁନ୍ଦର ଲୋଗୋ ଏବଂ ମାର୍ଗ ଦର୍ଶିକାର ଉନ୍ମୋଚନ କରାଯାଇଛି । ଜଳ ଜୀବନ ମିଶନ- ଭାରତର ଗ୍ରାମମାନଙ୍କରେ, ପ୍ରତ୍ୟେକ ଘର ପର୍ଯ୍ୟନ୍ତ ବିଶୁଦ୍ଧ ଜଳ, ପାଇପ ଯୋଗେ ପହଞ୍ଚାଇବା ସକାଶେ ବହୁତ ବଡ଼ ଅଭିଯାନ ଆରମ୍ଭ କରାଯାଇଛି । ଏହି ମିଶନର ଲୋଗୋ, ନିରନନ୍ତର ଏହି କଥାର ପ୍ରେରଣା ଦେବ ଯେ ପାଣିର ଗୋଟିଏ ଗୋଟିଏ ବୁନ୍ଦା ସଞ୍ଚୟ କରିବା ଏକାନ୍ତ ଜରୁରି । ଏହା ହେଉଛି ସେହି ମାର୍ଗଦର୍ଶିକା । ଗାଁର ଲୋକମାନଙ୍କୁ, ଗ୍ରାମ ପଞ୍ଚାୟତ ମାନଙ୍କ ସକାଶେ ଏହା ସେତିକି ଜରୁରି ଯେତିକି ସରକାରୀ କଳ ପାଇଁ ଅତ୍ୟାବଶ୍ୟକ ।
ଏହି ପରିଯୋଜନାର ସଫଳତାକୁ ସୁନିଶ୍ଚିତ କରିବା ଏ ଦିଗରେ ବହୁତ ବଡ଼ ମାଧ୍ୟମ ହେବ ।
ସାଥୀଗଣ, ଆଜି ଯେଉଁ ପୁସ୍ତକର ଉନ୍ମୋଚନ କରାଯାଇଛି, ସେଥିରେ ମଧ୍ୟ ବିସ୍ତାରିତ ଭାବେ ସୂଚୀତ କରାଯାଇଛି ଯେ ଗଙ୍ଗା କେଉଁଭଳି ଭାବେ ଆମର ସାଂସ୍କୃତିକ ବୈଭବ, ଆସ୍ଥା ଏବଂ ଐତିହ୍ୟ, ତିନୋଟିର ବହୁତ ବଡ଼ ପ୍ରତୀକ । ଉତ୍ତରାଖଣ୍ଡର ଉତ୍ପତ୍ତିସ୍ଥଳ ଠାରୁ ନେଇ ପଶ୍ଚିମ ବଙ୍ଗରେ ମା’ ଗଙ୍ଗା ସାଗର ପର୍ଯ୍ୟନ୍ତ, ଦେଶର ପାଖାପାଖି ଅଧା ଜନବସତିର ଜୀବନକୁ ସମୃଦ୍ଧ କରିଆସୁଛି ।
ସେଥିପାଇଁ ଗଙ୍ଗାର ନିର୍ମଳତା ବଜାୟ ରଖାଯିବା ଏକାନ୍ତ ଆବଶ୍ୟକ । ଗଙ୍ଗାଜୀଙ୍କ ଅବିଳତା ଆବଶ୍ୟକ । ବିଗତ ଦଶକମାନଙ୍କରେ ଗଙ୍ଗା ଜଳର ସ୍ୱଚ୍ଛତାକୁ ନେଇ ବଡ଼ ବଡ଼ ଅଭିଯାନ ଆରମ୍ଭ କରାଯାଇଥିଲା । କିନ୍ତୁ ସେହିସବୁ ଅଭିଯାନଗୁଡ଼ିକରେ ନା ଜନଭାଗୀଦାରୀ ଥିଲା କିମ୍ବା ନା ଥିଲା ଦୂରଦର୍ଶିତା । ପରିଣାମ ଏଇଆ ହୋଲ ଯେ ଗଙ୍ଗା ଜଳ କଦାପି ପରିଷ୍କାର ହୋଇ ପାରିଲା ନାହିଁ ।
ସାଥୀଗଣ, ଯଦି ଗଙ୍ଗାଜଳର ସ୍ୱଚ୍ଛତାକୁ ନେଇ ସେହି ପୁରୁଣା କାର୍ଯ୍ୟକ୍ରମ ଆପଣା ଯାଇଥାନ୍ତା, ତେବେ ଆଜି ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡ଼ିଥାନ୍ତା । କିନ୍ତୁ ଆମେ ନୂତନ ଚିନ୍ତାଧାରା, ନୂତନ ଆଭିମୁଖ୍ୟର ସହିତ ଆଗକୁ ଅଗ୍ରସର ହୋଇଥିଲୁ । ଆମେ ନମାମୀ ଗଙ୍ଗେ ମିଶନକୁ କେବଳ ଗଙ୍ଗାଜୀ କୁ ସଫା ସୁତରା ପର୍ଯ୍ୟନ୍ତ ସୀମିତ ରଖିଲୁନାହିଁ ବରଂ ଏହାକୁ ଦେଶର ସବୁଠାରୁ ବଡ଼ ଏବଂ ବିସ୍ତୃତ ନଦୀ ସଂରକ୍ଷଣ କାର୍ଯ୍ୟକ୍ରମରେ ପରିଣତ କଲୁ । ସରକାର ଚାରି ଦିଗରୁ ଏକାଦିକ୍ରମେ କାମକୁ ଆଗକୁ ବଢ଼ାଇ ଚାଲିଲେ । ପ୍ରଥମେ- ଗଙ୍ଗାଜଳରେ ମଇଳା ପାଣି ଛାଡ଼ିବାକୁ ରୋକିବା ସକାଶେ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ଜାଲ ବିଛାଇବା ଆରମ୍ଭ କରାଗଲା । ଦ୍ୱିତୀୟରେ- ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ୍ ଏଭଳି ବନାଗଲା, ଯାହା ଆଗାମୀ 10-15 ବର୍ଷ ପର୍ଯ୍ୟନ୍ତ ଜନ ଆବଶ୍ୟକତାକୁ ପୂରଣ କରିପାରିବ । ତୃତୀୟରେ- ଗଙ୍ଗା ନଦୀର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଶହେ ପର୍ଯ୍ୟନ୍ତ ବଡ଼ ବଡ଼ ସହର ଏବଂ ପାଞ୍ଚହଜାର ଗ୍ରାମକୁ ମୁକ୍ତାକାଶ ଶୌଚକାର୍ଯ୍ୟରୁ ମୁକ୍ତ କରାଗଲା ଏବଂ ଚତୁର୍ଥରେ- ଗଙ୍ଗାନଦୀର ଯେଉଁସବୁ ସହାୟକ ନଦୀ ରହିଛି, ସେଥିରେ ମଧ୍ୟ ପ୍ରଦୂଷଣ ରୋକିବା ନିମନ୍ତେ ପୂର୍ଣ୍ଣପ୍ରାଣରେ ଶକ୍ତି ଲଗାଇ ଦିଆଗଲା ।
ସାଥୀଗଣ, ଆଜି ଏହି ଚତୁର୍ମୁଖୀ କାର୍ଯ୍ୟର ପରିଣାମ ଆମେ ସମେସ୍ତ ନିଜ ଆଖିରେ ଦେଖି ପାରୁଛେ ।
ଆଜି ନମାମୀ ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ 30 ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପରିଯୋଜନା ଉପରେ କାର୍ଯ୍ୟ ଜାରି ରହିଛି ଅଥବା ସେସବୁ ସଂପୂର୍ଣ୍ଣ ହୋଇସାରିଛି । ଆଜି ଯେଉଁ ପ୍ରକଳ୍ପଗୁଡ଼ିକ ଲୋକାର୍ପଣ କରାଯାଇଛି, ସେଥି ସହିତ ଉତ୍ତରାଖଣ୍ଡରେ ଏହି ଅଭିଯାନ ଅଧୀନରେ ଜାରି ରହିଥିବା ପାଖାପାଖି ସମସ୍ତ ବଡ଼ ବଡ଼ ପ୍ରକଳ୍ପ ସଂପୂର୍ଣ୍ଣ ହୋଇସାରିଛି ।
ହଜାର ହଜାର କୋଟି ଟଙ୍କା ବ୍ୟୟରେ ଏହିସବୁ ପ୍ରକଳ୍ପ ଦ୍ୱାରା କେବଳ 6 ବର୍ଷ ଭିତରେ ହିଁ ଉତ୍ତରାଖଣ୍ଡରେ ସିୱେଜ୍ ଟ୍ରିଟମେଣ୍ଟର କ୍ଷମତା ପାଖା ପାଖି 4 ଗୁଣ ବୃଦ୍ଧି ପାଇସାରିଛି ।
ସାଥୀଗଣ, ଉତ୍ତରାଖଣ୍ଡରେ ତ ସ୍ଥିତି ଏପରି ଥିଲା ଯେ ଗଙ୍ଗୋତ୍ରୀ, ବଦ୍ରୀନାଥ, କେଦାରନାଥ ଠାରୁ ହରିଦ୍ୱାର ପର୍ଯ୍ୟନ୍ତ 130ରୁ ଅଧିକ ନଳା ଗଙ୍ଗାଜୀଙ୍କ ଧାରରେ ଯାଇ ମିଶୁଥିଲା । ଆଜି ସେହିସବୁ ନାଳମାନଙ୍କ ମଧ୍ୟରୁ ଅଧିକାଂଶକୁ ରୋକା ଯାଇପାରିଛି ।
ସେଥିରେ ଋଷିକେଶରୁ ଆସିଥିବା ‘ମୁନୀ କୀ ରେତୀ’ର ଚନ୍ଦ୍ରେଶ୍ୱର ନଗର ନାଳରେ ସାମିଲ ହୋଇଛି । ଏହାର କାରଣରୁ ଏଠାରେ ଗଙ୍ଗାଜୀଙ୍କ ଦର୍ଶନ ପାଇଁ ଆସୁଥିବା, ରାଫ୍ଟିଂ କରୁଥିବା, ସାଥୀଗଣଙ୍କୁ ଢ଼େର୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଆଜି ଠାରୁ ଏଠାରେ ଦେଶର ପ୍ରଥମ ଚାରିମହଲାବିଶିଷ୍ଟ ସିୱେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ ଆରମ୍ଭ କରାଯାଇଛି । ହରିଦ୍ୱାରଠାରେ ମଧ୍ୟ ସେମିତି 20ରୁ ଅଧିକ ନାଳକୁ ବନ୍ଦ କରାଯାଇ ସାରିଛି । ସାଥୀଗଣ, ପ୍ରୟାଗରାଜ କୁମ୍ଭମେଳାରେ ଗଙ୍ଗାଜୀଙ୍କ ନିର୍ମଳତାକୁ ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁମାନେ ଅନୁଭବ କରିପାରିଛନ୍ତି । ଏବେ ହରିଦ୍ୱାର କୁମ୍ଭମେଳା ବେଳେ ମଧ୍ୟ ସମଗ୍ର ବିଶ୍ୱ ନିର୍ମଳ ଗଙ୍ଗାସ୍ନାନର ଅନୁଭବ କରିପାରିବେ ଏବଂ ସେଇଥିପାଇଁ ଗଲାତାର ପ୍ରୟାସ ଜାରି ରହିଛି ।
ସାଥୀଗଣ, ନମାମୀ ଗଙ୍ଗେ ମିଶନ ଅଧୀନରେ ଗଙ୍ଗାଜୀରେ ଶହ ଶହ ଘାଟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସଂପନ୍ନ ହେଉଛି ଏବଂ ଗଙ୍ଗା ବିହାର ପାଇଁ ଆଧୁନିକ ରିଭରଫ୍ରଣ୍ଟର ନିର୍ମାଣ କାର୍ଯ୍ୟ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ହରିଦ୍ୱାରରେ ତ ରିଭରଫ୍ରଣ୍ଟ୍ କାର୍ଯ୍ୟ ପ୍ରସ୍ତୁତ ହୋଇସାରିଛି । ଏବେ ଗଙ୍ଗା ମ୍ୟୁଜିୟମ୍ ନିର୍ମାଣ ହେବା ଦ୍ୱାରା ଏଠାର ଆକର୍ଷଣ ଆହୁରି ଅଧିକ ବଢ଼ିଯିବ । ଏହି ମ୍ୟୁଜିୟମ୍ ହରିଦ୍ୱାରାକୁ ଆସୁଥିବା ସମସ୍ତ ପର୍ଯ୍ୟଟକମାନଙ୍କ ସକାଶେ, ଗଙ୍ଗାଜୀଙ୍କ ସହିତ ଜଡ଼ିତ ପରମ୍ପରା ଓ ଐତିହ୍ୟକୁ ବୁଝିବାର ଏକ ମାଧ୍ୟମରେ ପରିଣତ ହେବାକୁ ଯାଉଛି ।
ସାଥୀଗଣ, ଏବେ ନମାମୀ ଗଙ୍ଗେ ଅଭିଯାନକୁ ଏକ ନୂତନ ସ୍ତର ପର୍ଯ୍ୟନ୍ତ ଅଣାଯିବାର ପ୍ରୟାସ କରାଯାଉଛି । ଗଙ୍ଗାଜୀଙ୍କ ସ୍ୱଚ୍ଛତା ରକ୍ଷା ବ୍ୟତୀତ ଏବେ ଗଙ୍ଗାନଦୀ ସହିତ ସଂଶ୍ଳିଷ୍ଟ ସମଗ୍ର କ୍ଷେତ୍ରର ଅର୍ଥବ୍ୟବସ୍ଥା ଏବଂ ପର୍ଯ୍ୟାବରଣର ବିକାଶ ଉପରେ ଆମେ ଫୋକସ୍ କରିଛୁ । ସରକାରଙ୍କ ଦ୍ୱାରା ଉତ୍ତରାଖଣ୍ଡ ସହିତ ସମସ୍ତ ରାଜ୍ୟର କୃଷକମାନଙ୍କୁ ଜୈବିକ କୃଷି, ଆୟୁର୍ବେଦିକ ବୃକ୍ଷଲତା ଚାଷର ଲାଭ ପ୍ରଦାନ ନିମନ୍ତେ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି । ଗଙ୍ଗାଜୀଙ୍କ ଉଭୟ ପାର୍ଶ୍ଵରେ ବ୍ୟାପକ ବୃକ୍ଷଲତା ରୋପଣ ସହିତ ଅର୍ଗାନିକ ଫାର୍ମିଂ ସହିତ ଜଡ଼ିତ କରିଡ଼ୋରର ମଧ୍ୟ ବିକାଶ କରାଯାଉଛି । ଗଙ୍ଗା ଜଳକୁ ଅଧିକ ସ୍ୱଚ୍ଛ ଓ ନିର୍ମଳ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମଗୁନିକୁ ଏବେ ସେହି କ୍ଷେତ୍ରରେ ମିଶନ ଡଲଫିନ ପାଇଁ ମଧ୍ୟ ସହାୟକ ହୋଇପାରିବ ବୋଲି ବିବେଚନା କରାଯାଉଛି ।
ଚଳିତ ବର୍ଷ ଅଗଷ୍ଟ 15 ତାରିଖ ଦିନ ମିଶନ ଡଲଫିନର ଘୋଷଣା କରାଯାଇଥିଲା । ଏହି ମିଶନ ଗଙ୍ଗା ନଦୀରେ ଡ଼ଲଫିନ ସମ୍ବର୍ଦ୍ଧନର କାମକୁ ଆହୁରି ମଜଭୁତ କରିପାରିବ ।
ସାଥୀଗଣ, ଆଜି ଦେଶ, ଏଭଳି ସ୍ଥିତିର ବାହାରି ସାରିଛି ଯେତେବେଳେ ପାଣି ପରି ପଇସା ତ ଖର୍ଚ୍ଚ ହେଉଥିଲା, କିନ୍ତୁ ସେଥିରୁ କୌଣସି ସୁଫଳ ମିଳିପାରୁନଥିଲା । ଆଜି ପଇସା ପାଣି ପରି ଆଉ ବହୁନାହିଁ, କି ପାଣିରେ ସୁଦ୍ଧା ପଡ଼ୁନାହିଁ । କିନ୍ତୁ ପ୍ରତି ପଇସା ପାଣିକୁ ସ୍ୱଚ୍ଛ ଓ ନିର୍ମଳ କରିବା ସକାଶେ ବିନିଯୋଗ କରାଯାଉଛି ।
ଆମର ଏଠାରେ ତ ଅବସ୍ଥା ଏଭଳି ଥିଲା ଯେ ପାଣି ଭଳି ମହତ୍ତ୍ୱପୂର୍ଣ୍ଣ ବିଷୟ, ଅନେକ ମନ୍ତ୍ରଣାଳୟ ଏବଂ ବିଭାଗରେ ବିକ୍ଷିପ୍ତ ଅବସ୍ଥାରେ ପଡ଼ି ରହିଥିଲା, ବାଣ୍ଟି ହୋଇ ରହିଥିଲା ।
ସେହିସବୁ ମନ୍ତ୍ରଣାଳୟରେ, ବିଭାଗମାନଙ୍କ ମଧ୍ୟରେ ନା କୌଣସି ତାଳମେଳ ଥିଲା ନା ଥିଲା ସମାନ ଲକ୍ଷ୍ୟ ପାଇଁ କାର୍ଯ୍ୟ କରିବାର ପ୍ରତିବଦ୍ଧତା କିମ୍ବା କୌଣସି ସ୍ପଷ୍ଟ ଦିଶାନିର୍ଦ୍ଦେଶ ।
ପରିଣାମ ଏଇଆ ହୋଇଥିଲା ଯେ ଦେଶରେ ଜଳସେଚନ ହେଉ କିମ୍ବା ପିଇବା ପାଣି ସହିତ ଜଡ଼ିତ କୌଣସି ସମସ୍ୟା, ସେସବୁ ନିରନ୍ତର ଭାବେ ଉତ୍କଟ ଆକାର ଧାରଣ କରିଚାଲିଥିଲା । ଆପଣମାନେ ଚିନ୍ତା କରନ୍ତୁ, ଦେଶ ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ 15 କୋଟିରୁ ଅଧିକ ପରିବାରକୁ ପାଇପ ଯୋଗେ ପିଇବା ପାଣି ପହଞ୍ଚି ପାରିନଥିଲା । ଏଠାରେ ଉତ୍ତରାଖଣ୍ଡରେ ମଧ୍ୟ ଅନେକ ଘରେ ଅନୁରୂପ ଅବସ୍ଥା ଥିଲା । ଗାଁମାନଙ୍କରେ, ପାହାଡ଼ିଆ ଇଲାକାରେ, ଯେଉଁଠାକୁ ଯାତାୟାତ ଅତି କଠିନ କାର୍ଯ୍ୟ, ସେଠାରେ ପିଇବା ପାଣିର ବ୍ୟବସ୍ଥା କରିବା ଦିଗରେ ସବୁଠାରୁ ଅଧିକ ସମସ୍ୟା ଆମର ମାତାମାନଙ୍କୁ- ଭଉଣୀମାନଙ୍କୁ- କନ୍ୟାମାନଙ୍କୁ ହିଁ ଉଠାଇବାକୁ ପଡ଼ୁଥିଲା । ସେଥିପାଇଁ ସେମାନଙ୍କୁ ପାଠପଢ଼ା ବି ଛାଡ଼ିବାକୁ ପଡ଼ୁଥିଲା ।
ଏହିସବୁ ସମସ୍ୟାକୁ ଦୂର କରିବା ନିମନ୍ତେ, ଦେଶର ପାଣି ସହିତ ସଂଶ୍ଳିଷ୍ଟ ସମସ୍ତ ଚାଲେଞ୍ଜ ଉପରେ ଏକା ସଙ୍ଗେ ଆଲୋକପାତ କରିବା ସକାଶେ ହିଁ ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରାଯାଇଥିଲା ।
ମୁଁ ଆଜି ଅତ୍ୟନ୍ତ ଖୁସି ଯେ ବହୁତ କମ୍ ସମୟ ଭିତରେ ଏହି ଜଳଶକ୍ତି ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ତାହାର ଦାୟିତ୍ୱ ସମ୍ଭାଳି ପାରିଛି । ପାଣି ସହିତ ସଂଶ୍ଳିଷ୍ଟ ସମସ୍ତ ସମସ୍ୟାକୁ ଏକାସଙ୍ଗେ ଏହି ମନ୍ତ୍ରଣାଳୟ ଦେଶର ଦୁର୍ଗମ ଗାଁମାନଙ୍କରେ, ପ୍ରତ୍ୟେକ ଘରେ ପାନୀୟ ଜଳ ପହଞ୍ଚାଇବା ଅଭିଯାନରେ ନିଜକୁ ନିୟୋଜିତ କରିଛି ।
ଆଜି ଜଳ- ଜୀବନ ମିଶନ ଅଧୀନରେ ପ୍ରତି ଦିନ ପାଖାପାଖି 1 ଲକ୍ଷ ପରିବାରଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ସୁବିଧା ପହଞ୍ଚାଯାଇପାରୁଛି । ସେମାନଙ୍କୁ ଏହି ସୁବିଧା ସହ ଯୋଡ଼ାଯାଇପାରୁଛି । ମାତ୍ର 1 ବର୍ଷ ଭିତରେ ଦେଶର 2 କୋଟିରୁ ଅଧିକ ପରିବାରଙ୍କ ନିକଟରେ ପିଇବା ପାଣି ପହଞ୍ଚାଯାଇ ସାରିଛି ।
ଏଠାରେ ଉତ୍ତରାଖଣ୍ଡରେ ତ ତ୍ରିବେନ୍ଦ୍ର ଜୀ ଏବଂ ତାଙ୍କର ଟିମ୍ ଆଉ ପାଦେ ଆଗକୁ ବଢ଼ି ମାତ୍ର 1 ଟଙ୍କାରେ ପାନୀୟ ଜଳ ସଂଯୋଗ ଦେବାର ଦାୟିତ୍ୱ କାନ୍ଧକୁ ନେଇଛନ୍ତି ।
ମୋତେ ଏକଥା ଜାଣି ଅତ୍ୟନ୍ତ ଖୁସି ହେଉଛି ଯେ ଉତ୍ତରାଖଣ୍ଡ ସରକାର 2022 ମସିହା ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରକୁ ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କରୋନାର ଏହି କାଳଖଣ୍ଡରେ ସୁଦ୍ଧା ଉତ୍ତରାଖଣ୍ଡରେ ବିଗତ 4-5 ମାସ ଭିତରେ 50 ହଜାରରୁ ଅଧିକ ପରିବାରଙ୍କ ନିକଟରେ ପାନୀୟ ଜଳ ସଂଯୋଗ ପହଞ୍ଚାଯାଇ ସାରିଛି । ଏହା ଉତ୍ତରାଖଣ୍ଡ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରକଟିତ କରେ ଏବଂ ଏଥିସହ ତାଙ୍କର ନିଷ୍ଠାକୁ ମଧ୍ୟ ପ୍ରମାଣିତ କରିପାରିଛି ।
ସାଥୀଗଣ, ଜଳ ଜୀବନ ମିଶନ ଗ୍ରାମ ଓ ଗରିବ ଲୋକଙ୍କ ଘର ପର୍ଯ୍ୟନ୍ତ ପାନୀୟ ଜଳ ପହଞ୍ଚାଇବାକୁ ତ ଅଭିଯାନ ଆରମ୍ଭ କରିଥିଲା । ଏହା ଏକ ପ୍ରକାର ଗ୍ରାମ ସ୍ୱରାଜକୁ , ଗ୍ରାମମାନଙ୍କୁ ସଶକ୍ତିକରଣ କରିବାର, ସେଥିପାଇଁ ଏକ ନୂତନ ଶକ୍ତି, ନୂତନ ଉତ୍ସାହ ଏବଂ ନୂତନ ଉଦ୍ଦୀପନା ଦେବାର ଅଭିଯାନ କହିଲେ ଅତ୍ୟୁକ୍ତି ହେବନାହିଁ ।
ସରକାରରେ କାମ କରିବାର ଢ଼ଙ୍ଗରେ କିଭଳି ଭାବେ ବିରାଟ ପରିବର୍ତ୍ତନ ଆସିଛି, ଏହା ହେଉଛି ଏକ ଉଦାହରଣ ମାତ୍ର । ପୂର୍ବବର୍ତ୍ତୀ ସରକାର ଯୋଜନାଗୁଡ଼ିକ ସଂପର୍କରେ ଅଧିକତର ଦିଲ୍ଲୀରେ ହିଁ ବସି ନିଷ୍ପତ୍ତି କରୁଥିଲେ । କେଉଁ ଗ୍ରାମର କେଉଁଠାରେ ସୋର୍ସ ଟ୍ୟାଙ୍କ୍ ନିର୍ମାଣ ହେବ, କେଉଁଠି ପାଇପଲାଇନ ବିଛାଯିବ, ସେସବୁ ଫଇସଲା ଅଧିକତର ରାଜଧାନୀମାନଙ୍କରେ ହିଁ ଗ୍ରହଣ କରାଯାଉଥିଲା । କିନ୍ତୁ ଜଳ ଜୀବନ ମିଶନ ଦ୍ୱାରା ଏବେ ସେସବୁ ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ ଘଟିଛି ।
ଗାଁରେ ପାଣି ସଂପର୍କୀତ କେଉଁ କାମ କରାଯିବା ଦରକାର, କେଉଁଠି କରାଯିବା ଉଚିତ, ସେଥିପାଇଁ କି ପ୍ରକାର ପ୍ରସ୍ତୁତିର ଆବଶ୍ୟକତା ରହିଛି, ସେସବୁ ସଂପର୍କରେ ସିଦ୍ଧାନ୍ତ ଗ୍ରହଣ କରିବା, କାର୍ଯ୍ୟକ୍ରମ ନିଦ୍ଧାରଣ କରିବାର ପୂର୍ଣ୍ଣ ଅଧିକାର ଏବେ ଗ୍ରାମର ଲୋକମାନଙ୍କୁ ହିଁ ପ୍ରଦାନ କରାଯାଇଛି ।
ଜଳ ପ୍ରକଳ୍ପକୁ ନେଇ ସକଳ ଯୋଜନା ଠାରୁ ନେଇ ସେସବୁର ରକ୍ଷଣାବେକ୍ଷଣ ଏବଂ ସଂଚାଳନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବ୍ୟବସ୍ଥା ଗ୍ରାମ ପଞ୍ଚାୟତ ହିଁ କରିବ, ପାଣି ସମିତି କରିବ । ପାଣି ସମିତିମାନଙ୍କରେ ମଧ୍ୟ ଗାଁର 50 ପ୍ରତିଶତ ଭଉଣୀମାନଙ୍କୁ , ଗାଁର ଝିଅମାନଙ୍କୁ ସାମିଲ କରାଯିବା ସୁନିଶ୍ଚିତ କରାଯାଇଛି ।
ସାଥୀଗଣ, ଆଜି ଯେଉଁ ମାର୍ଗଦର୍ଶିକାର ଉନ୍ମୋଚନ କରାଯାଇଛି, ତାହା ସେହି ଭଉଣୀ- କନ୍ୟାମାନଙ୍କ, ପାଣି କମିଟିର ସଦସ୍ୟମାନଙ୍କ, ପଞ୍ଚାୟତ ସଦସ୍ୟମାନଙ୍କ ପାଇଁ ସବୁଠାରୁ ଅଧିକ ଉପକାରରେ ଆସିବ । ଏହା ଏକପ୍ରକାର ମାର୍ଗଦର୍ଶିକ ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ ପାଣି ସମସ୍ୟା କ’ଣ, ପାଣିର ମୂଲ୍ୟ କେତେ, ପାଣି କେତେ ମାତ୍ରାରେ ସୁବିଧା ଓ ସମସ୍ୟା ଆଣିଥାଏ ସେ ସଂପର୍କରେ ସେମାନେ ସମସ୍ତେ ସଂପୂର୍ଣ୍ଣ ରୂପେ ଅବଗତ ହୋଇପାରିବେ । ଏହିସବୁ କଥାକୁ ଆମର ମାତା ଓ ଭଉଣୀମାନେ ଯେତିକି ଗଭୀର ଭାବେ ବୁଝିପାରନ୍ତି, ଆଉ କେହି ସମ୍ଭବତଃ ସେତେ ମାତ୍ରାରେ ତାହା ବୁଝନ୍ତିନାହିଁ ଏବଂ ସେଇଥିପାଇଁ ଯେତେବେଳେ ଏହାର ପୂର୍ଣ୍ଣ କାରବାର ଦାୟିତ୍ୱ ଆମର ମାତା ଓ ଭଉଣୀମାନଙ୍କ ହାତରେ ସମର୍ପଣ କରାଯାଇଛି ତ, ଅତି ସମ୍ବେଦନଶୀଳତାର ସହିତ, ବେଶ୍ ଦାୟିତ୍ୱସମ୍ପନ୍ନ ଭାବେ ସେମାନେ ଏହି କାର୍ଯ୍ୟ ସଂପାଦନ କରୁଛନ୍ତି ଏବଂ ଏହାର ଉତ୍ତମ ପରିଣାମ ମଧ୍ୟ ମିଳିପାରିଛି ।
ଏହା ଗ୍ରାମର ଲୋକମାନଙ୍କୁ ଏକ ପ୍ରକାର ମାର୍ଗ ପ୍ରଦର୍ଶନ କରିବ, ସେମାନଙ୍କ ସିଦ୍ଧାନ୍ତ ନେବାରେ ସହାୟକ ହୋଇପାରିବ । ମୁଁ ଯାହା ବୁଝୁଛି, ଜଳ ଜୀବନ ମିଶନ ଦ୍ୱାରା ଗ୍ରାମର ଲୋକମାନଙ୍କୁ ଏକ ପ୍ରକାର ଅବସର ପ୍ରଦାନ କରାଯାଇଛି । ଏହି ଅବସର, ନିଜର ଗାଁର ପାଣିର ସମସ୍ୟାକୁ ନେଇ ଏବଂ ସେଥିରୁ ଗ୍ରାମକୁ ମୁକ୍ତ କରିବା ନିମନ୍ତେ ତାହା ଉଦ୍ଦିଷ୍ଟ । ଏହି ଅବସର ନିଜ ଗାଁକୁ ପାଣିରେ ପୁଣି ଭରପୂର କରିବା ନିମନ୍ତେ ଅଭିପ୍ରେତ ।
ମୋତେ ସୂଚୀତ କରାଯାଇଛି ଯେ ଜଳ ଜୀବନ ମିଶନ ଚଳିତ ବର୍ଷ ଅକ୍ଟୋବର 2 ତାରିଖ, ଗାନ୍ଧୀ ଜୟନ୍ତୀ ଠାରୁ ଆଉ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି । 100 ଦିନର ଏହି ବିଶେଷ କାର୍ଯ୍ୟକ୍ରମ, ଯାହା ଅଧୀନରେ ଦେଶର ପ୍ରତ୍ୟେକ ବିଦ୍ୟାଳୟ ଏବଂ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ନଳ ଦ୍ୱାରା ଜଳ ଯୋଗାଣକୁ ସୁନିଶ୍ଚିତ କରାଯିବ । ମୁଁ ଏହି ଅଭିଯାନର ସଫଳତା ପାଇଁ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।
ସାଥୀଗଣ, ନମାମୀ ଗଙ୍ଗେ ଅଭିଯାନ ହୋଇଥାଉ, ଜଳ ଜୀବନ ମିଶନ ହୋଇଥାଉ, ସ୍ୱଚ୍ଛ ଭାରତ ଅଭିଯାନ ହେଉ, ଏଭଳି ଅନେକ କାର୍ଯ୍ୟକ୍ରମ ବିଗତ 6 ବର୍ଷ ଭିତରେ ଦେଶରେ ବହୁତ ବଡ଼ ସଂସ୍କାରର ଅଂଶବିଶେଷ ପାଲଟି ସାରିଛି ।
ଏହା ଏଭଳି ଏକ ସଂସ୍କାର, ଯାହା ସାଧାରଣ ଲୋକଙ୍କ ଜୀବନରେ, ସାମାଜିକ ବ୍ୟବସ୍ଥାରେ ଚିରଦିନ ପାଇଁ ଏକଳି ସାର୍ଥକ ପରିବର୍ତ୍ତନ ଆଣିବାରେ ସହାୟକ ହୋବ । ବିଗତ ବର୍ଷେ – ଦେଢ଼ବର୍ଷ ଭିତରେ ତ ଏଥିରେ ଆହୁରି ଅଧିକ ଗତି ଆସିଛି । ଏବେ ଶେଷ ହୋଇଥିବା ସଂସଦର ଅଧିବେଶନ କାଳରେ, ସେଥବରେ ଦେଶର କୃଷକ, ଶ୍ରମିକ ଏବଂ ଦେଶର ସ୍ୱାସ୍ଥ୍ୟ ସହିତ ସଂଶ୍ଳିଷ୍ଟ ବହୁତ ବଡ଼ ସୁଧାର ଅଣାଯାଇଛି । ଏହି ସୁଧାର ଦ୍ଵାରା ଦେଶର ଶ୍ରମିକ ସଶକ୍ତ ହୋଇପାରିବେ, ଦେଶର ଯୁବଗୋଷ୍ଠୀ ସଶକ୍ତ ହେବେ, ଦେଶର ମହିଳାମାନେ ସଶକ୍ତ ହେବେ, ଦେଶର ମର୍ଯ୍ୟାଦା ମଜଭୁତ ହେବ ।
କିନ୍ତୁ ଆଜି ଦେଶ ଦେଖୁଛି ଯେ କେମିତି କିଛି ଲୋକ କେବଳ ବିରୋଧ କରିବା ଉଦ୍ଦେଶ୍ୟରେ ବିରୋଧାଭାଷ ପ୍ରକଟ କରିଚାଲିଛନ୍ତି ।
ସାଥୀଗଣ, ଏବେଠାରୁ କିଛି ଦିନ ପୂର୍ବରୁ ଦେଶ ନିଜର କୃଷକମାନଙ୍କୁ, ଅନେକ ବନ୍ଧନରୁ ମୁକ୍ତ କରିଥିଲା । ଏବେ ଦେଶର କୃଷକ, କେଉଁଠାରେ ବି, ଯେକୌଣସି ବ୍ୟକ୍ତିଙ୍କୁ ନିଜର କୃଷି ଉତ୍ପାଦନ ବିକ୍ରି କରିପାରିବେ । କିନ୍ତୁ ଆଜି ଯେତେବେଳେ କେନ୍ଦ୍ର ସରକାର, କୃଷକମାନଙ୍କୁ ଅନେକ ଅଧିକାର ପ୍ରଦାନ କରୁଛି, ଏହାକୁ ମଧ୍ୟ କିଛି ଲୋକ ବିରୋଧ କରିବା ସକାଶେ ବାହାରି ପଡ଼ିଛନ୍ତି ।
ଏହି ଲୋକମାନେ ଚାହାନ୍ତି ଯେ ଦେଶର କୃଷକମାନେ ମୁକ୍ତ ବଜାରରେ ନିଜର ଉତ୍ପାଦନ ବିକିପାରନ୍ତୁ ନାହିଁ । ଏ ଲୋକ ଚାହାନ୍ତି ଯେ କୃଷକମାନଙ୍କ ଗାଡ଼ି ଜବତ ହେଉ, ସେମାନଙ୍କ ଠାରୁ ଟିକସ ଓ ଜୋରିମାନା ଅସୁଲ ହୋଇଚାଲୁ, ସେମାନଙ୍କ ଠାରୁ କମ୍ ମୂଲ୍ୟରେ ଖାଦ୍ୟଶସ୍ୟ କିଣା ଜାରି ରହୁ, ମଧ୍ୟସ୍ଥ ଟାଉଟରମାନେ ମୁନାଫା କମାଇ ଚାଲନ୍ତୁ । ସେମାନେ କୃଷକମାନଙ୍କ ସ୍ୱାଧୀନତାକୁ ବିରୋଧ କରୁଛନ୍ତି । ଯେଉଁସବୁ ଯନ୍ତ୍ରପାତିକୁ, ଉପକରଣକୁ କୃଷକମାନେ ପୂଜା କରନ୍ତି, ସେହିସବୁ ସାମଗ୍ରୀକୁ ନିଆଁଜାଳି ପୋଡ଼ୁଛନ୍ତି । ଏଭଳି ଲୋକ ଏହାଦ୍ୱାର କୃଷକମାନଙ୍କୁ ଅପମାନିତ କରୁଛନ୍ତି ।
ସାଥୀଗଣ, ଅନେକ ବର୍ଷ ପର୍ଯ୍ୟନ୍ତ ଲୋକ କହି ଆସୁଥିଲେ ଯେ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଲାଗୁ କରାଯିବ,ଏମଏସପି ଲାଗି କରାଯିବ, କିନ୍ତୁ କରୁନଥିଲେ । ଏମଏସପି ଲାଗୁ କରିବା କାମ ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶ ଅନୁସାରେ, ଆମ ସରକାର କାର୍ଯ୍ୟକାରୀ କରିଛନ୍ତି । ଆଜି ସେହି ଲୋକମାନେ ଏମଏସପିକୁ ନେଇ କୃଷକମାନଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି । ଦେଶରେ ଏମଏସପି ବି ରହିବ ଏବଂ କୃଷକମାନେ ମଧ୍ୟ ଯେଉଁଠାରେ ଇଚ୍ଛା ସେଠାରେ ନିଜର ଉପଜକୁ ବିକି୍ର କରିବାର ସ୍ୱାଧୀନତା ପାଇବେ । କିନ୍ତୁ ଏହି ସ୍ୱାଧୀନତା, କିଛି ଲୋକ ବରଦାସ୍ତ କରିପାରୁନାହାନ୍ତି ।
ସେମାନଙ୍କର କଳାଧନ ଉପାର୍ଜନର ଆଉ ଏକ ମାର୍ଗ ସମାପ୍ତ ହୋଇଯିବ, ସେଇଥିପାଇଁ ସେମାନେ ଏତେ ବ୍ୟସ୍ତ ବିବ୍ରତ ହେଉଛନ୍ତି ।
ସାଥୀଗଣ, କରୋନାର ଏହି କାଳଖଣ୍ଡରେ ଦେଶ ଦେଖିଛି ଯେ କେମିତି ଡିଜିଟାଲ ଭାରତ ଅଭିଯାନ ଦ୍ୱାର, ଜନଧନ ବ୍ୟାଙ୍କ୍ ଜମାଖାତା ଦ୍ୱାରା, ରୂପେ କାର୍ଡ଼ ଦ୍ୱାରା ଲୋକମାନଙ୍କୁ କେତେ ମାତ୍ରାରେ ସାହାଯ୍ୟ ସହଯୋଗ ମିଳିପାରିଛି । କିନ୍ତୁ ଆପଣମାନଙ୍କର ସ୍ମରଣ ଥିବ, ଯେତେବେଳେ ଏହି କାମ ଆମ ସରକାର ଆରମ୍ଭ କରିଥିଲେ , ସେତେବେଳେ ଏଇ ଲୋକମାନେ ଏହାକୁ କେତେ ମାତ୍ରାରେ ବିରୋଧ କରିଥିଲେ । ସେମାନଙ୍କ ଦୃଷ୍ଟିରେ ଦେଶର ଗରିବ, ଦେଶର ଗାଁଗଣ୍ଡାର ଅପାଠୁଆ ଯେମିତି ଅପାଠୁଆ ଥିଲେ, ଅଜ୍ଞାନୀ ଥିଲେ ସେମିତି ରହନ୍ତୁ । ଦେଶର ଗରିବ ଲୋକମାନଙ୍କର ବ୍ୟାଙ୍କରେ ଜମାଖାତା ଖୋଲୁ, ସେମାନେ ମଧ୍ୟ ଡିଜିଟାଲ ନେଣ ଦେଣ କରନ୍ତୁ, ଏହାକୁ ଏହି ଲୋକମାନେ ସଦାସର୍ବଦା ବିରୋଧ କରୁଥିଲେ ।
ସାଥୀଗଣ, ଦେଶ ଏକଥା ମଧ୍ୟ ଦେଖିଛି ଯେ ଯେତେବେଳେ ଏକ ରାଷ୍ଟ୍ର- ଏକ ଟିକସ ବ୍ୟବସ୍ଥାର କଥା ଉଠିଲା, ଜିଏସଟି କଥା ଆସିଲା, ସେତେବେଳେ ପୁଣି ଏହି ଲୋକମାନେ ବିରୋଧ ପ୍ରକଟ କରିବା ଆରମ୍ଭ କଲେ । ଜିଏସଟି ଦ୍ୱାରା ଦେଶରେ ଘରୋଇ ସାମଗ୍ରୀ ଉପରେ ଲାଗୁଥିବା ଟିକସ ବହୁତ କମ୍ ହୋଇପାରିଛି । ଅଧିକତର ଘରୋଇ ସାମଗ୍ରୀ, ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀ ଉପରେ ଟିକସ ଏବେ ହୁଏତ ଆଦୌ ନାହିଁ କିମ୍ବା ପାଞ୍ଚ ପ୍ରତିଶତରୁ କମ୍ ଭିତରେ ରହିଛି । ପୂର୍ବରୁ ଏହିସବୁ ସାମଗ୍ରୀ ଉପରେ ଅଧିକ ଟିକସ ବସା ଯାଉଥିଲା, ଲୋକମାନଙ୍କୁ ନିଜର ପକେଟରୁ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ୁଥିଲା ।
କିନ୍ତୁ, ଆପଣମାନେ ଦେଖନ୍ତୁ, ସେହିସବୁ ଲୋକମାନଙ୍କୁ ଜିଏସଟି ଉପରେ ବି ସମସ୍ୟା ଆସିଥିଲା, ସେମାନେ ଏହାକୁ ପରିହାସ କରି ଉଡାଇ ଦେଇଥିଲେ, ଏହାର ବିରୋଧ କରୁଥିଲେ ।
ସାଥୀଗଣ, ଏ ଲୋକମାନେ ନା କୃଷକମାନଙ୍କ ସାଙ୍ଗରେ ଥିଲେ, ନା ଯୁବଗୋଷ୍ଠୀଙ୍କ ସାଙ୍ଗରେ ଥିଲେ ଏବଂ ନା ସୈନିକମାନଙ୍କ ସହିତ । ଆପଣମାନଙ୍କର ସ୍ମରଣ ଥିବ, ଯେତେବେଳେ ଆମ ସରକାର ଏକ ରେଙ୍କ୍, ଏକ ପେନସନ୍ ବ୍ୟବସ୍ଥା ଆଣିଲେ, ଉତ୍ତରାଖଣ୍ଡର ହଜାର ହଜାର ପୂର୍ବତନ ସୈନିକମାନଙ୍କୁ ବି ଏହି ଅଧିକାର ପ୍ରଦାନ କରାଯାଇଥିଲା । କିନ୍ତୁ ସେହି ଲୋକମାନେ ଏହାର ମଧ୍ୟ ବିରୋଧ କରିଥିଲେ । ୱାନ ରେଙ୍କ୍- ୱାନ ପେନସନ୍ ଲାଗୁ କରାଯିବା ପରେ ସରକାର ପୂର୍ବତନ ସୈନିକମାନଙ୍କୁ ହାରାହାରି 11 ହଜାର କୋଟି ଟଙ୍କା ଏରିଅର ବାବଦକୁ ଦେଇ ସାରିଛନ୍ତି । ଏଠାରେ ଉତ୍ତରାଖଣ୍ଡରେ ମଧ୍ୟ ଏକ ଲକ୍ଷରର ଅଧିକ ପୂର୍ବତନ ସୈନିକଙ୍କୁ ଏହାର ଲାଭ ମିଳିପାରିଛି । କିନ୍ତୁ ସେହି ଲୋକମାନଙ୍କୁ ୱାନ ରେଙ୍କ୍ ୱାନ ପେନସନ୍ ଲାଗୁ କରାଯିବା ପରେ ଖୁବ୍ ମୁଣ୍ଡବିନ୍ଧା ହୋଇଥିଲା । ଏହି ଲୋକମାନେ ୱାନ ରେଙ୍କ୍ ୱାନ ପେନସନ୍ ସ୍କିମକୁ ସଦାବେଳେ ବିରୋଧ କରିଥିଲେ ।
ସାଥୀଗଣ, ବର୍ଷ ବର୍ଷ ଧରି ଏହି ଲୋକମାନେ ଦେଶର ସେନାଙ୍କୁ, ଦେଶର ବାୟୁସେନାକୁ ସଶକ୍ତ କରିବା ନିମନ୍ତେ କିଛି ହେଲେ କରିନଥିଲେ । ବାୟୁସେନା କହି ଚାଲିଥିଲା ଯେ ଆମର ଆଧୁନିକ ଲଢ଼ୁଆ ବିମାନ ଦରକାର । କିନ୍ତୁ ଏହି ଲୋକମାନେ ବାୟୁସେନାର କଥାକୁ ସଦାବେଳେ ଅଣଦେଖା କରି ଚାଲିଥିଲେ । ଯେତେବେଳେ ଆମ ସରକାର ସିଧା ସଳଖ ଫ୍ରାନ୍ସ ସରକାରଙ୍କ ସହିତ ରାଫେଲ ବିମାନ କିଣିବା ଲାଗି ରାଜିନାମା ସ୍ୱାକ୍ଷର କଲା ତ ସେମାନଙ୍କ ମନ ପୁଣି ଉଣା ହୋଇଗଲା ।
ଭାରତୀୟ ବାୟୁସେନା ପାଖକୁ ରାଫେଲ ବିମାନ ଆସୁ, ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଉ, ସେମାନେ ଏକଥାକୁ ସୁଦ୍ଧା ବିରୋଧ କରିଚାଲିଲେ ।
ମୁଁ ଖୁସି ଯେ ଆଜି ରାଫେଲ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିଛି । ଅମ୍ବାଲା ଠାରୁ ନେଇ ଲେହ ପର୍ଯ୍ୟନ୍ତ ଏହାର ଗର୍ଜନ, ଭାରତୀୟ ଯବାନମାନଙ୍କର ମନରେ ଅସୀମ ଶକ୍ତି ସଞ୍ଚାର କରୁଛି, ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଉଛି ।
ସାଥୀଗଣ, ଚାରି ବର୍ଷ ପୂର୍ବେ ଏଇ ସମୟ ତ ଥିଲା ଯେତେବେଳେ ଦେଶର ବୀର ସୈନିକମାନେ ସର୍ଜିକାଲ ଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରି ଦେଇଥିଲେ ।
କିନ୍ତୁ ଏହି ଲୋକ ନିଜର ସାହସୀ ସୈନିକମାନଙ୍କ ଦୁଃସାହସକୁ ପ୍ରଶଂସା କରିବା ପରିବର୍ତ୍ତେ, ସେମାନଙ୍କ ଠାରୁ ହିଁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗି ଚାଲିଥିଲେ । ସର୍ଜିକାଲ ଷ୍ଟ୍ରାଇକକୁ ସୁଦ୍ଧା ବିରୋଧ କରି, ଏହି ଲୋକମାନେ ଦେଶ ସାମ୍ନାରେ ନିଜର ଉଦ୍ଦେଶ୍ୟ, ନିଜର ଅଭିପ୍ରାୟ ସ୍ପଷ୍ଟ କରି ସାରିଛନ୍ତି ।
ଦେଶ ପାଇଁ ହେଉଥିବା ପ୍ରତ୍ୟେକ କାର୍ଯ୍ୟକୁ ବିରୋଧ କରିବା, ସେହି ଲୋକମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇସାରିଛି । ସେମାନଙ୍କର ରାଜନୀତିର ଏକମାତ୍ର ଉଦ୍ଦେଶ୍ୟ ହେଲା ଏଇଆ- ବିରୋଧ ପ୍ରଦର୍ଶନ ।
ଆପଣମାନେ ସ୍ମରଣ କରନ୍ତୁ., ଭାରତର ଆହ୍ୱାନ କ୍ରମେ ଯେତେବେଳେ ସାରା ସଂସାର ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମନାଉଥିଲା, ତ ଏମାନେ ଭାରତରେ ହିଁ ବସିରହି ଏହାର ବିରୋଧ କରୁଥିଲେ ।
ଯେତେବେଳେ ଦେଶର ହଜାର ହଜାର ଦେଶୀୟ ରାଜ୍ୟଙ୍କୁ ଯୋଡ଼ିବା ନିମନ୍ତେ ଐତିହାସିକ କାମ କରିଥିବା ସର୍ଦ୍ଦାର ପଟେଲଙ୍କ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଉଥିଲା, ସେତେବେଳେ ମଧ୍ୟ ଏହି ଲୋକମାନେ ଏହାର ବିରୋଧ କରିଥିଲେ । ଆଜି ପର୍ଯ୍ୟନ୍ତ ସେମାନଙ୍କର କୌଣସି ଜଣେ ବଡ଼ ନେତା ଷ୍ଟାଚୁ ଅଫ୍ ୟୁନିଟିକୁ ଦର୍ଶନ କରିବା ସକାଶେ ମଧ୍ୟ ଯାଇନାହାନ୍ତି । କାହିଁକି? କାରଣ ସେମାନଙ୍କର ବିରୋଧ କରିବା ଦରକାର । ସାଥୀଗଣ, ଯେତେବେଳେ ଗରିବ ଲୋକମାନଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ପାଇଁ ସିଦ୍ଧାନ୍ତ ନିଆଗଲାର, ସେତେବେଳେ ମଧ୍ୟ ଏହାକୁ ବିରୋଧ କରିବା ସକାଶେଏହି ଲୋକମାନେ ଠିଆ ହୋଇପଡ଼ିଥିଲେ । ଯେତେବେଳେ ନଭେମ୍ବର 26 ତାରିଖ ଦିନ ସମ୍ବିଧାନ ଦିବସ ପାଳନ କରିବା କଥା ଉଠିଲା ତ ଏହାକୁ ମଧ୍ୟ ସେମାନେ ବିରୋଧ କରିଥବଲେ । ଡକ୍ଟର ବାବା ସାହେବ ଆମ୍ବେଦକରଙ୍କୁ ବିରୋଧ କରୁଥିଲେ, ସାଥୀଗଣ, ଗତ ମାସରେ ଯେତେବେଳେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହେଲା ତାହାକୁ ମଧ୍ୟ ଏମାନେ ବିରୋଧ କଲେ । ଏହି ଲୋକମାନେ ପ୍ରଥରେ ସୁପ୍ରିମ କୋର୍ଟରେ ରାମ ମନ୍ଦିରର ବିରୋଧ କରୁଥିଲେ ପୁଣି ଭୂମିପୂଜନକୁ ବିରୋଧ କରିବାରେ ଲାଗିଗଲେ ।
ପ୍ରତ୍ୟେକ ତାରିଖ ପରିବର୍ତ୍ତନ ସହ ବିରୋଧ କରିବା ସକାଶେ ବିରୋଧ ପ୍ରଦର୍ଶନ କରୁଥିବା ଏହି ଲୋକମାନେ ଦେଶ ପାଇଁ, ସମାଜ ପାଇଁ ଅପ୍ରାସଙ୍ଗିକ ପାଲଟି ଯାଉଛନ୍ତି । ଏହା ହେଉଛି ସେମାନଙ୍କର ଛଟପଟ ଭାବ, ହତାଶା ଭାବ- ନିରାଶା ଭାବ ।
ଏପରି ଏକ ଦଳ, ଯାହାର ଗୋଟିଏ ପରିବାରର ଚାରି ଚାରି ପିଢ଼ି ଦେଶକୁ ଶାସନ କଲେ । ସେମାନେ ଆଜି ଅନ୍ୟ କାନ୍ଧରେ ସବାର ହୋଇ ଦେଶହିତ ସହିତ ଯୋଡ଼ିହୋଇ କାମକୁ ବିରୋଧ କରି ନିଜର ସ୍ୱାର୍ଥକୁ ସିଦ୍ଧ କରିବାକୁ ଚାହୁଁଛନ୍ତି ।
ସାଥୀଗଣ, ଆମ ଦେଶରେ ଅନେକ ଏଭଳି ଛୋଟ ମୋଟ ଦଳ ଅଛନ୍ତି ଯେଉଁମାନଙ୍କୁ କେବେସୁଦ୍ଧା ଶାସନ କ୍ଷମତାକୁ ଆସିବାର ସୁଯୋଗ ମିଳିନାହିଁ । ନିଜର ସ୍ଥାପନା ଠାରୁ ନେଇ ଏପର୍ଯ୍ୟନ୍ତ ସେମାନେ ଅଧିକ ସମୟ ବିପକ୍ଷ ଭାବେ ହିଁ ବିତାଇଛନ୍ତି ।
ଏତେ ବର୍ଷ ପର୍ଯ୍ୟନ୍ତ ବିପକ୍ଷରେ ବସିବା ସତ୍ତ୍ୱେ ସେମାନେ କେବେ ଦେଶକୁ ବିରୋଧ କରିନାହାନ୍ତି, ଦେଶ ବିରୋଧୀ କାର୍ଯ୍ୟ କରିନାହାନ୍ତି । କିନ୍ତୁ କିଛି ଲୋକଙ୍କୁ ବିରୋଧୀ ଆସନରେ ବସିବାର ମାତ୍ର କିଛି ବର୍ଷ ହୋଇଛି । ସେମାନଙ୍କ ରଙ୍ଗ ଢ଼ଙ୍ଗ କ’ଣ, ସେମାନଙ୍କର ରବୟା କ’ଣ, ତାହା ଆଜି ସମଗ୍ର ଦେଶର ଦେଖିପାରୁଛି, ବୁଝି ପାରୁଛି ।
ସେମାନଙ୍କର ଏପରି ସ୍ୱାର୍ଥନୀତି ଭିତରେ, ଆତ୍ମ ନିର୍ଭର ଭାରତ ସକାଶେ ବଡ଼ ସଂସ୍କାରର ଏଭଳି କାର୍ଯ୍ୟକ୍ରମ, ଦେଶର ସଂସାଧନକୁ ଆହୁରି ଉତ୍ତମ ଭାବେ ଗଢ଼ି ତୋଳିବା ସକାଶେ ଏହି କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଦେଶ ହିତ ପାଇଁ ଉଦ୍ଦିଷ୍ଟ । ଦେଶକୁ କିଭଳି ଦାରିଦ୍ର୍ୟରୁ ମୁକ୍ତ କରାଯାଇପାରିବ ସେଥିପାଇଁ ଅଭିଯାନ ନିମନ୍ତେ, ଦେଶକୁ ସଶକ୍ତ କରିବା ଲାଗି ଏଭଳି ପ୍ରୟାସ ନିରନ୍ତର ଜାରି ରହିବ ।
ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ବିକାଶର ସକଳ ପ୍ରକଳ୍ପ ପାଇଁ ବହୁତ ବହୁତ ବଧେଇ ଜଣାଉଛି ।
ପୁଣି ଥରେ ମୁଁ ଅନୁରୋଧ କରିବି ଯେ ଆପଣମାନେ ନିଜର ଧ୍ୟାନ ରଖନ୍ତୁ । ସୁସ୍ଥ ରହନ୍ତୁ, ସୁରକ୍ଷିତ ରହନ୍ତୁ । ବାବା କେଦାରଙ୍କ କୃପା ଆମ ସମସ୍ତଙ୍କ ଉପରେ ସଦାବେଳେ ରହିଥାଉ ।
ଏହି କାମନା ସହିତ ବହୁତ ବହୁତ ଧନ୍ୟବାଦ! ଜୟ ଗଙ୍ଗେ!
**********
उत्तराखंड में उद्गम से लेकर पश्चिम बंगाल में गंगा सागर तक गंगा,
— PMO India (@PMOIndia) September 29, 2020
देश की करीब-करीब आधी आबादी के जीवन को समृद्ध करती हैं।
इसलिए गंगा की निर्मलता आवश्यक है, गंगा जी की अविरलता आवश्यक है: PM#NamamiGange
अगर पुराने तौर-तरीके अपनाए जाते, तो आज भी हालत उतनी ही बुरी रहती।
— PMO India (@PMOIndia) September 29, 2020
लेकिन हम नई सोच, नई अप्रोच के साथ आगे बढ़े।
हमने नमामि गंगे मिशन को सिर्फ गंगा जी की साफ-सफाई तक ही सीमित नहीं रखा, बल्कि इसे देश का सबसे बड़ा और विस्तृत नदी संरक्षण कार्यक्रम बनाया: PM
सरकार ने चारों दिशाओं में एक साथ काम आगे बढ़ाया।
— PMO India (@PMOIndia) September 29, 2020
पहला- गंगा जल में गंदा पानी गिरने से रोकने के लिए सीवेज ट्रीटमेंट प्लांटों का जाल बिछाना शुरू किया
दूसरा- सीवेज ट्रीटमेंट प्लांट ऐसे बनाए, जो अगले 10-15 साल की भी जरूरतें पूरी कर सकें: PM
तीसरा- गंगा नदी के किनारे बसे सौ बड़े शहरों और पांच हजार गांवों को खुले में शौच से मुक्त करना
— PMO India (@PMOIndia) September 29, 2020
और
चौथा- जो गंगा जी की सहायक नदियां हैं, उनमें भी प्रदूषण रोकने के लिए पूरी ताकत लगाना: PM#NamamiGange
प्रयागराज कुंभ में गंगा जी की निर्मलता को दुनियाभर के श्रद्धालुओं ने अनुभव किया था।
— PMO India (@PMOIndia) September 29, 2020
अब हरिद्वार कुंभ के दौरान भी पूरी दुनिया को निर्मल गंगा स्नान का अनुभव होने वाला है: PM#NamamiGange
अब गंगा म्यूजियम के बनने से यहां का आकर्षण और अधिक बढ़ जाएगा।
— PMO India (@PMOIndia) September 29, 2020
ये म्यूजियम हरिद्वार आने वाले पर्यटकों के लिए, गंगा से जुड़ी विरासत को समझने का एक माध्यम बनने वाला है: PM#NamamiGange
आज पैसा पानी में नहीं बहता, पानी पर लगाया जाता है।
— PMO India (@PMOIndia) September 29, 2020
हमारे यहां तो हालत ये थी कि पानी जैसा महत्वपूर्ण विषय, अनेकों मंत्रालयों और विभागों में बंटा हुआ था।
इन मंत्रालयों में, विभागों में न कोई तालमेल था और न ही समान लक्ष्य के लिए काम करने का कोई स्पष्ट दिशा-निर्देश: PM
नतीजा ये हुआ कि देश में सिंचाई हो या फिर पीने के पानी से जुड़ी समस्या, ये निरंतर विकराल होती गईं।
— PMO India (@PMOIndia) September 29, 2020
आप सोचिए, आजादी के इतने वर्षों बाद भी 15 करोड़ से ज्यादा घरों में पाइप से पीने का पानी नहीं पहुंचता था: PM
पानी से जुड़ी चुनौतियों के साथ अब ये मंत्रालय देश के हर घर तक जल पहुंचाने के मिशन में जुटा हुआ है।
— PMO India (@PMOIndia) September 29, 2020
आज जलजीवन मिशन के तहत हर दिन करीब 1 लाख परिवारों को शुद्ध पेयजल की सुविधा से जोड़ा जा रहा है।
सिर्फ 1 साल में ही देश के 2 करोड़ परिवारों तक पीने का पानी पहुंचाया जा चुका है: PM
देश की किसानों, श्रमिकों और देश के स्वास्थ्य से जुड़े बड़े सुधार किए गए हैं।
— PMO India (@PMOIndia) September 29, 2020
इन सुधारों से देश का श्रमिक सशक्त होगा, देश का नौजवान सशक्त होगा, देश की महिलाएं सशक्त होंगी, देश का किसान सशक्त होगा।
लेकिन आज देश देख रहा है कि कैसे कुछ लोग सिर्फ विरोध के लिए विरोध कर रहे हैं: PM
आज जब केंद्र सरकार, किसानों को उनके अधिकार दे रही है, तो भी ये लोग विरोध पर उतर आए हैं।
— PMO India (@PMOIndia) September 29, 2020
ये लोग चाहते हैं कि देश का किसान खुले बाजार में अपनी उपज नहीं बेच पाए।
जिन सामानों की, उपकरणों की किसान पूजा करता है, उन्हें आग लगाकर ये लोग अब किसानों को अपमानित कर रहे हैं: PM
इस कालखंड में देश ने देखा है कि कैसे डिजिटल भारत अभियान ने, जनधन बैंक खातों ने लोगों की कितनी मदद की है।
— PMO India (@PMOIndia) September 29, 2020
जब यही काम हमारी सरकार ने शुरू किए थे, तो ये लोग इनका विरोध कर रहे थे।
देश के गरीब का बैंक खाता खुल जाए, वो भी डिजिटल लेन-देन करे, इसका इन लोगों ने हमेशा विरोध किया: PM
चार साल पहले का यही तो वो समय था, जब देश के जांबांजों ने सर्जिकल स्ट्राइक करते हुए आतंक के अड्डों को तबाह कर दिया था।
— PMO India (@PMOIndia) September 29, 2020
लेकिन ये लोग अपने जांबाजों से ही सर्जिकल स्ट्राइक के सबूत मांग रहे थे।
सर्जिकल स्ट्राइक का भी विरोध करके, ये लोग देश के सामने अपनी मंशा, साफ कर चुके हैं: PM
भारत की पहल पर जब पूरी दुनिया अंतरराष्ट्रीय योग दिवस मना रही थी, तो ये भारत में ही बैठे ये लोग उसका विरोध कर रहे थे
— PMO India (@PMOIndia) September 29, 2020
जब सरदार पटेल की सबसे ऊंची प्रतिमा का अनावरण हो रहा था, तब भी ये लोग इसका विरोध कर रहे थे
आज तक इनका कोई बड़ा नेता स्टैच्यू ऑफ यूनिटी नहीं गया है: PM
पिछले महीने ही अयोध्या में भव्य राम मंदिर के निर्माण के लिए भूमिपूजन किया गया है।
— PMO India (@PMOIndia) September 29, 2020
ये लोग पहले सुप्रीम कोर्ट में राम मंदिर का विरोध कर रहे थे फिर भूमिपूजन का विरोध करने लगे।
हर बदलती हुई तारीख के साथ विरोध के लिए विरोध करने वाले ये लोग अप्रासंगिक होते जा रहे हैं: PM
गंगा जल की स्वच्छता को लेकर अगर वही पुराने तौर-तरीके अपनाए जाते, तो आज भी हालत उतनी ही बुरी रहती।
— Narendra Modi (@narendramodi) September 29, 2020
लेकिन हम नई सोच, नई अप्रोच के साथ आगे बढ़े।
आज हुए लोकार्पण के साथ उत्तराखंड में नमामि गंगे कार्यक्रम के लगभग सभी बड़े प्रोजेक्ट्स पूरे हो चुके हैं। #NamamiGange pic.twitter.com/ySAU2CC3aC
अब नमामि गंगे अभियान को एक नए स्तर पर ले जाया जा रहा है।
— Narendra Modi (@narendramodi) September 29, 2020
गंगा जी की स्वच्छता के अलावा अब इससे सटे पूरे क्षेत्र की अर्थव्यवस्था और पर्यावरण के विकास पर भी फोकस है।
गंगा जी के दोनों ओर पेड़-पौधे लगाने के साथ ही ऑर्गेनिक फार्मिंग से जुड़ा कॉरिडोर भी विकसित किया जा रहा है। pic.twitter.com/IdoLCXzdC6
आज देश उस दौर से बाहर निकल चुका है, जब पानी की तरह पैसा तो बह जाता था, लेकिन नतीजे नहीं मिलते थे।
— Narendra Modi (@narendramodi) September 29, 2020
आज पैसा पानी में नहीं बहता, पानी पर लगाया जाता है।
आज जल जीवन मिशन के तहत हर दिन करीब 1 लाख परिवारों को शुद्ध पेयजल की सुविधा से जोड़ा जा रहा है। #NamamiGange pic.twitter.com/4Gb5kRnukl
जल जीवन मिशन गांव और गरीब के घर तक पानी पहुंचाने का तो अभियान है ही, यह ग्राम स्वराज और गांव के सशक्तिकरण को भी नई बुलंदी देने वाला अभियान है। #NamamiGange pic.twitter.com/NZm3NG2m3t
— Narendra Modi (@narendramodi) September 29, 2020
देश के लिए हो रहे हर काम का विरोध करना कुछ लोगों की आदत हो गई है।
— Narendra Modi (@narendramodi) September 29, 2020
इनकी स्वार्थनीति के बीच आत्मनिर्भर भारत के लिए बड़े रिफॉर्म्स का यह सिलसिला निरंतर जारी रहेगा। #NamamiGange https://t.co/ex1cMLIgaO