Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତରାଖଣ୍ଡର ପାର୍ବତୀ କୁଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ପୂଜା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ପିଥୋରାଗଡ଼ର ପାର୍ବତୀ କୁଣ୍ଡ ଦର୍ଶନ ସହ ପୂଜା କରିଛନ୍ତି ।

ଆଦି କୈଳାସଙ୍କ ଦର୍ଶନ କରିପାରିଥିବାରୁ ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ ଖୁସି ବ୍ୟକ୍ତ କରିଛନ୍ତି । ସେ ଦେଶବାସୀଙ୍କ କଲ୍ୟାଣ ଏବଂ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଉତ୍ତରାଖଣ୍ଡର ପିଥୋରାଗଡ଼ରେ ପବିତ୍ର ପାର୍ବତୀ କୁଣ୍ଡ ଦର୍ଶନ ଏବଂ ପୂଜାରେ ଅଭିଭୂତ ହୋଇଛି । ଏଠାରେ ଆଦି କୈଳାସଙ୍କ ଦର୍ଶନରେ ଖୁସି । ପ୍ରକୃତିର କୋଳରେ ଥିôବା ଆଧ୍ୟାତ୍ମିକତା ଏବଂ ସଂସ୍କୃତିର ଏହି ସ୍ଥାନରୁ ମୁଁ ନିଜ ଦେଶର ସମସ୍ତ ପରିବାରଜନଙ୍କ ସୁଖମୟ ଜୀବନ କାମନା କରିଛି ।’

SR