Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର-ପୂର୍ବାଂଚଳ କ୍ଷେତ୍ର ଲାଗି ବିସ୍ତୃତ ଦୂରସଂଚାର ବିକାଶ ଯୋଜନା ଅନ୍ତର୍ଗତ ମେଘାଳୟ ମୋବାଇଲ ସେବା ବ୍ୟବସ୍ଥା ଲାଗି ୟୁଏସଓଏଫ ଯୋଜନାକୁ ମଞ୍ଜୁରି


3911 କୋଟି ଟଙ୍କାର ଆନୁମାନିକ ବ୍ୟୟବରାଦରେ ମେଘାଳୟରେ ଉତ୍ତର ପୂର୍ବାଂଚଳ ଲାଗି ବିସ୍ତୃତ ଦୂରସଂଚାର ବିକାଶ ଯୋଜନା (ସିଟିଡିପି) ଲାଗୁ କରିବା ଏବଂ ଉତ୍ତର-ପୂର୍ବାଂଚଳର ସିଟିଡିପି ପ୍ରକଳ୍ପ ଲାଗି ବର୍ଦ୍ଧିତ 8120.81 କୋଟି ଟଙ୍କାର ଅର୍ଥରାଶିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ପୂର୍ବରୁ 10.09.2014ରେ କ୍ୟାବିନେଟ 5336.18 କୋଟି ଟଙ୍କା ଅନୁମୋଦନ କରିଥିଲେ । ଏଥିପାଇଁ ଆବଶ୍ୟକ ଅର୍ଥ ସାମଗ୍ରୀକ ସେବା ଉତ୍ତରଦାୟିତ୍ୱ ପାଣ୍ଠି (ୟୁଏଓଏଫ)ଦ୍ୱାର ଦିଆଯିବ ।

ପ୍ରମୁଖ ବିଶେଷତ୍ୱ :

ଯୋଜନା ବିଷୟରେ

-ମେଘାଳୟ ରାଜ୍ୟରେ ଚିହ୍ନଟ କରାଯାଇଥିବା ମୋବାଇଲ ସେବା ନଥିବା ଅଂଚଳରେ ଟୁଜି+4ଜି ମୋବାଇଲ କଭରେଜ ବ୍ୟବସ୍ଥା

-ମେଘାଳୟରେ ଜାତୀୟ ରାଜପଥରେ ଟୁଜି+4ଜି ମୋବାଇଲ କଭରେଜ ବ୍ୟବସ୍ଥା

ଲାଭ

  1. ଦୂରସଂଚାର ନେଟୱାର୍କକୁ ସୁଦୃଢ଼ କରିବା ଦ୍ୱାରା ମେଘାଳୟରେ ମୋବାଇଲ ଯୋଗାଯୋଗର ପ୍ରସାର ବଢ଼ିବ । ଫଳସ୍ୱରୂପ ଲୋକମାନଙ୍କ ପାଇଁ ସଂଚାର, ସୂଚନା ଏବଂ ପରିଚାଳନା ପ୍ରଣାଳୀ ଶସ୍ତା ଏବଂ ସମାନ ଢଙ୍ଗରେ ଉପଲବ୍ଧ ହୋଇପାରିବ ।
  2. ମେଘାଳୟରେ ସାଧାରଣ ମୋବାଇଲ ନେଟୱାର୍କ ନଥିବା କ୍ଷେତ୍ରରେ ନେଟୱାର୍କ ପହଁଚାଇବା ଦ୍ୱାରା ସାଧାରଣ ଜନତାଙ୍କୁ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହନ ଦେବାରେ ସୂଚନା ପ୍ରଯୁକ୍ତି ସହାୟକ ହୋଇପାରିବ ।
  3. ଯେଉଁ ଇଲାକାରେ ମୋବାଇଲ ନେଟୱାର୍କ ନାହିଁ ସେଠାରେ ଏହାକୁ ବ୍ରଡବ୍ୟାଣ୍ଡ ଏବଂ ଇଂଟରନେଟ ଜରିଆରେ ପ୍ରୋତ୍ସାହନ ଦିଆଯିବ ।

 

**********