Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର ପ୍ରଦେଶରେ ଗ୍ରାମୀଣ ପାନୀୟଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଉତ୍ତର ପ୍ରଦେଶରେ ଗ୍ରାମୀଣ ପାନୀୟଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ଦେଖନ୍ତୁ ଜୀବନର ଏକ ବଡ଼ ସମସ୍ୟାର ଯେତେବେଳେ ସମାଧାନ ହେବାକୁ ଲାଗିଥାଏ ସେତେବେଳେ ଏକ ଭିନ୍ନ ଧରଣର ବିଶ୍ୱାସ ଉଦଭାସିତ ହେବାକୁ ଲାଗିଥାଏ । ଏହି ବିଶ୍ୱାସ ଆପଣ ସମସ୍ତ ସହିତ ଯେଉଁ କଥାବାର୍ତ୍ତା କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି, ଟେକ୍ନୋଲୋଜିରେ ଅସୁବିଧା କାରଣରୁ ପ୍ରତ୍ୟେକଙ୍କ ସହିତ ମୁଁ କଥା ହୋଇ ପାରିଲି ନାହିଁ, କିନ୍ତୁ ମୁଁ ଆପଣମାନଙ୍କୁ ଦେଖି ପାରୁଥିଲି । ଯେଉଁଭଳି ଭାବରେ ଆପଣଙ୍କ ଘରେ ଯେପରି ବହୁତ ବଡ଼ ଉତ୍ସବ ହେଉଛି ଆଉ ଯେଉଁ ପ୍ରକାର ବସ୍ତ୍ର ଘରେ ପିନ୍ଧିଛନ୍ତି, ସାଜ- ସଜ୍ଜା, ତାହାସବୁ ମୋତେ ଦେଖାଯାଉଥିଲା । ଅର୍ଥାତ କେତେ ଉତ୍ସାହ ଏବଂ ଉଦ୍ଦିପନା ଆପଣମାନଙ୍କ ମନରେ ଭରି ଯାଇଛି ତାହା ମୁଁ ଏଠାରୁ ଦେଖୁଥିଲି । ଏହି ଉତ୍ସାହ, ଏହି ଉଦ୍ଦିପନା, ଏହା ନିଜକୁ ନିଜ ମଧ୍ୟରେ ହିଁ ଏହି ଯୋଜନାର ମୂଲ୍ୟ ହେଉଛି କେତେ ବଡ଼, ଜଳ ପ୍ରତି ଆପଣମାନଙ୍କର ସମ୍ବେଦନଶୀଳତା କେତେ ଅଛି, ପରିବାରରେ ଯେପରି ବିବାହ- ବ୍ରତ ହେଉ, ଏଭଳି ବାତାବରଣ ଆପଣମାନେ ସୃଷ୍ଟି କରି ଦେଇଛନ୍ତି ।

 ଏହାର ଅର୍ଥ ହେଉଛି ଯେ ସରକାର ଆପଣମାନଙ୍କର ସମସ୍ୟାଗୁଡିକୁ ବୁଝିଛନ୍ତି, ସମସ୍ୟାଗୁଡିକର ସମାଧାନ ପାଇଁ  ସଠିକ ଦିଗରେ ଆଗକୁ ମଧ୍ୟ ବଢୁଛନ୍ତି । ଆଉ ଯେତେବେଳେ ଆପଣମାନେ ଏତେ ବଡ଼ ସଂଖ୍ୟାରେ ଯୋଡ଼ି ହୋଇଛନ୍ତି, ଉତ୍ସାହ ଏବଂ ଉଦ୍ଦିପନା ସହିତ ଯୋଡ଼ି ହୋଇଛନ୍ତି ତେବେ ମୋର ଦୃଢ଼ ବିଶ୍ୱାସ ହେଉଛି ଯେ ଯୋଜନାଚିନ୍ତା କରିଛୁ ତାହାଦ୍ୱାରା ଶୀଘ୍ର ହେବ, ହୋଇପାରେ ଅର୍ଥ ମଧ୍ୟ ସଂଚୟ କରନ୍ତୁ, ଆପଣ ଆହୁରି ଭଲ କାର୍ଯ୍ୟ କରନ୍ତୁ । କାରଣ ଜନ-ଭାଗିଦାରୀ ହୋଇଥାଏ, ତେବେ ବହୁତ ବଡ଼ ପରିଣାମ ମିଳିଥାଏ ।

ମାଆ ବିନ୍ଧ୍ୟବାସିନୀଙ୍କର ଆମ ସମସ୍ତଙ୍କ ଉପରେ ସ୍ୱତନ୍ତ୍ର କୃପା ଅଛି ଯାହାଫଳରେ ଆଜି ଏହି ଅଂଚଳରେ ଲକ୍ଷ-ଲକ୍ଷ ପରିବାରଙ୍କ ପାଇଁ ଏହି ବଡ଼ ଯୋଜନାର ଶୁଭାରମ୍ଭ ହେଉଛି । ଏହି ଯୋଜନା ଅଧୀନରେ ଲକ୍ଷ-ଲକ୍ଷ ପରିବାରଙ୍କୁ ସେମାନଙ୍କ ଘରେ ପାଇପ ଯୋଗେ ଶୁଦ୍ଧ ପାନୀୟଜଳ ମିଳିବ । ଏହି ଆୟୋଜନରେ ଆମ ସହିତ ସାମିଲ ହୋଇଥିବା ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀ ବେନ ପଟେଲ ମହାଶୟା, ସୋନଭଦ୍ରରେ ଉପସ୍ଥିତ ଉତ୍ତରପ୍ରଦେଶର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ଗଜେନ୍ଦ୍ର ସିଂହ ମହାଶୟ, ୟୁପି ସରକାରରେ ମନ୍ତ୍ରୀ ଭାଇ ମହେନ୍ଦ୍ର ସିଂହ ମହାଶୟ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ବିନ୍ଧ୍ୟକ୍ଷେତ୍ରର ସମସ୍ତ ଭଉଣୀମାନେ ଏବଂ ଏଠାରେ ଉପସ୍ଥିତ ସମସ୍ତ ଭାଇମାନଙ୍କୁ ମୁଁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି!!

ସାଥୀଗଣ,

ବିନ୍ଧ୍ୟପର୍ବତର ଏହି ସଂପୂର୍ଣ୍ଣ ବିସ୍ତାର ପୁରାତନ କାଳରୁ ହିଁ ବିଶ୍ୱାସର, ପବିତ୍ରତାର, ଆସ୍ଥାର ହେଉଛି ଏକ ବହୁତ ବଡ଼ କେନ୍ଦ୍ର । ଉତ୍ତରପ୍ରଦେଶରେ ଅନେକ ଲୋକ ଜାଣିଛନ୍ତି, ରହିମଦାସ ଜୀ କଣ କହିଥିଲେ । ରହିମଦାସ ଜୀ ମଧ୍ୟ କହିଥିଲେ- ଜାପର ବିପଦା ପରତ ହୈ, ସୋ ଆୱତ ୟହି ଦେଶ!

ଭାଇ ଓ ଭଉଣୀମାନେ, ରହିମଦାସ ଜୀଙ୍କର ଏହି ବିଶ୍ୱାସର କାରଣ, ଏହି କ୍ଷେତ୍ରରେ ଅପାର ସଂସାଧନ ଥିଲା, ଏଠାରେ ଅପାର ସମ୍ଭାବନାଗୁଡ଼ିକ ମଧ୍ୟ ଥିଲା । ବିନ୍ଧ୍ୟାଚଳରୁ ସିପ୍ରା, ବେଣଗଙ୍ଗା, ସୋନ, ମହାନଦୀ, ନର୍ମଦା, କେତେ ନଦୀଗୁଡ଼ିକର ଧାରା ସେଠାରୁ ବାହାରିଛନ୍ତି । ମାଆ ଗଙ୍ଗା, ବେଲନ ଏବଂ କର୍ମନାଶା ନଦୀଗୁଡ଼ିକର ମଧ୍ୟ ଆଶୀର୍ବାଦ ଏହି କ୍ଷେତ୍ରକୁ ପ୍ରାପ୍ତ ହୋଇଛି । କିନ୍ତୁ ସ୍ୱାଧୀନତା ପରେ ଦଶକ-ଦଶକ ପର୍ଯ୍ୟନ୍ତ ଯଦି ଉପେକ୍ଷାର ଶୀକାର କେହି ହୋଇଛନ୍ତି, ତେବେ ଏହି କ୍ଷେତ୍ର ସବୁଠାରୁ ଅଧିକ ହୋଇଛି । ବିନ୍ଧ୍ୟାଂଚଳ ହେଉ, ବୁନ୍ଦେଲଖଣ୍ଡ ହେଉ, ଏହି ସମଗ୍ର କ୍ଷେତ୍ର ହେଉ, ସଂସାଧନ ଥାଇ ମଧ୍ୟ ଅଭାବର କ୍ଷେତ୍ର ପାଲଟିଗଲା । ଏତେଗୁଡ଼ିଏ ନଦୀ ଥାଇ ମଧ୍ୟ ଏହାର ପରିଚୟ ସବୁଠାରୁ ଅଧିକ ତୃଷାର୍ତ ଏବଂ ମରୁଡ଼ି ପ୍ରଭାବିତ ଅଂଚଳ ହୋଇ ରହିଛି । ଏହି କାରଣରୁ ଅନେକ ଲୋକ ଏଠାରୁ ପଳାୟନ କରିବା ପାଇଁ ବାଧ୍ୟ ହୋଇଛନ୍ତି ।

ସାଥୀଗଣ,

ବିଗତ ବର୍ଷରେ ବିନ୍ଧ୍ୟାଂଚଳର ସବୁଠାରୁ ଏହି  ବଡ଼ ସମସ୍ୟାକୁ ଦୂର କରିବା ପାଇଁ ନିରନ୍ତର କାର୍ଯ୍ୟ କରାଯାଇଛି । ଏଠାରେ ଘରେ-ଘରେ ପାଣି ପହଂଚାଇବା ଏବଂ ସେଚ ବ୍ୟବସ୍ଥାର ସୁବିଧାଗୁଡ଼ିକ ନିର୍ମାଣ ଏହି ପ୍ରୟାସର ହେଉଛି ଏକ ବହୁତ ବଡ଼ ଅଂଶ । ବିଗତ ବର୍ଷ ବୁନ୍ଦେଲଖଣ୍ଡରେ ପାଣି ସହିତ ଜଡ଼ିତ ବହୁତ ବଡ଼ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରାଯାଇଥିଲା, ଯାହା ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ଆଜି ସାଢ଼େ ପାଞ୍ଚ ହଜାର କୋଟି ଟଙ୍କାର ବିନ୍ଧ୍ୟ ପାନୀୟ ଜଳ ଯୋଗାଣ ଯୋଜନାର ଶିଳାନ୍ୟାସ ମଧ୍ୟ ହୋଇଛି ।

ଏହି ପ୍ରକଳ୍ପ ପାଇଁ ସୋନଭଦ୍ର ଏବଂ ମିର୍ଜାପୁର ଜିଲ୍ଲାର ଲକ୍ଷ-ଲକ୍ଷ ସାଥୀଙ୍କୁ, ଆଉ ବିଶେଷ କରି ମାଆ ଭଉଣୀମାନଙ୍କୁ ଏବଂ ଝିଅମାନଙ୍କୁ ବହୁତ-ବହୁତ ଶୁଭେଚ୍ଛା ଦେବାର ଇଏ ହେଉଛି ଅବସର । ଆଉ ଆଜି ଯେତେବେଳେ ମୁଁ ଏହି ଅଂଚଳର ଲୋକଙ୍କ ସହିତ କଥା ହେଉଛି, ତେବେ ଏହା ହେଉଛି ସ୍ୱାଭାବିକ ଯେ ଏହି ଅବସରରେ ମୁଁ ମୋର ପୁରାତନ ବନ୍ଧୁ ସ୍ୱର୍ଗୀୟ ସୋନେଲାଲ ପଟେଲ ମହାଶୟଙ୍କୁ ମଧ୍ୟ ସ୍ମରଣ କରୁଛି । ସେ ଏହି ଅଂଚଳର ଜଳ ସମସ୍ୟାକୁ ନେଇ ସେ ବହୁତ ଚିନ୍ତିତ ରହୁଥିଲେ । ଏହି ଯୋଜନାଗୁଡ଼ିକ ଆରମ୍ଭ ହେଉଥିବା ଦେଖି, ଆଜି ସୋନେଲାଲ ମହାଶୟଙ୍କ ଆତ୍ମା ଯେଉଁଠାରେ ମଧ୍ୟ ଥିବ, ତାଙ୍କୁ ବହୁତ ସନ୍ତୋଷ ଅନୁଭବ ହେଉଥିବ, ଆଉ ସେ ମଧ୍ୟ ଆମ ସମସ୍ତଙ୍କ ଉପରେ ଆଶୀର୍ବାଦ ବର୍ଷା କରୁଥିବେ ।

ଭାଇ ଓ ଭଉଣୀମାନେ,

ଆଗାମୀ ସମୟରେ ଯେତେବେଳେ ଏଠାକାର 3 ହଜାର ଗାଁଗୁଡ଼ିକ ପର୍ଯ୍ୟନ୍ତ ପାଇପ ମାଧ୍ୟମରେ ପିଇବା ପାଣି ପହଂଚି ପାରିବ ତେବେ 40 ଲକ୍ଷରୁ ଅଧିକ ସାଥୀଙ୍କର ଜୀବନ ବଦଳିଯିବ । ଏହାଦ୍ୱାରା ୟୁପିର, ଦେଶର ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପାଣି ପହଂଚାଇବାର ସଂକଳ୍ପକୁ ମଧ୍ୟ  ବହୁତ ଶକ୍ତି ମିଳିବ । ଏହି ପ୍ରକଳ୍ପ କରୋନା ସଂକ୍ରମଣ ସତ୍ୱେ ବିକାଶ ଯାତ୍ରାକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇ ଉତ୍ତରପ୍ରଦେଶର ମଧ୍ୟ ହେଉଛି ଏକ ଉଦାହରଣ । ପୂର୍ବରୁ ଯେଉଁ ଲୋକ ଉତ୍ତରପ୍ରଦେଶ ବିଷୟରେ ଧାରଣାମାନ ସୃଷ୍ଟି କରୁଥିଲେ, ଅନୁମାନ ଲଗାଉଥିଲେ; ଆଜି ଯେଉଁ ପ୍ରକାରରେ ଉତ୍ତରପ୍ରଦେଶରେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଲାଗୁ ହେଉଛି, ଉତ୍ତରପ୍ରଦେଶରେ, ଉତ୍ତରପ୍ରଦେଶ ସରକାରଙ୍କର, ଉତ୍ତରପ୍ରଦେଶର ସରକାରୀ କର୍ମଚାରୀଙ୍କ ଏକ ଛବି ସଂପୂର୍ଣ୍ଣ ବଦଳି ଯାଇଛି ।

ଏହି ସମୟରେ ଯେଉଁଭଳି ଭାବେ ୟୁପିରେ କରୋନାର ମୁକାବିଲା କରାଯାଉଛି, ବାହାରୁ ଗାଁକୁ ଫେରିଥିବା ଶ୍ରମିକ ସାଥୀମାନଙ୍କର ଧ୍ୟାନ ରଖାଗଲା, ରୋଜଗାରର ବ୍ୟବସ୍ଥା କରାଗଲା, ଏହା କୌଣସି ସାମାନ୍ୟ କାର୍ଯ୍ୟ ନୁହେଁ ଆଜ୍ଞା । ଏତେ ବଡ଼ ପ୍ରଦେଶରେ ଏତେ ଅତି ଟିକିନିକି ଭାବେ ଏକ ସଙ୍ଗେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବା, ଉତ୍ତରପ୍ରଦେଶ ଚମତ୍କାର କରି ଦେଖାଇଛି । ମୁଁ ଉତ୍ତରପ୍ରଦେଶର ଜନତାଙ୍କୁ, ଉତ୍ତରପ୍ରଦେଶର ସରକାରଙ୍କୁ ଆଉ ଯୋଗୀ ମହାଶୟଙ୍କ ପୁରା ଟିମ୍ କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ପ୍ରତ୍ୟେକ ଘରେ ପାଣି ପହଂଚାଇବା ପାଇଁ ଅଭିଯାନକୁ ଏବେ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହୋଇ ଯାଇଛି । ଏହି ସମୟ ମଧ୍ୟରେ ଦେଶରେ 2 କୋଟି 60 ଲକ୍ଷରୁ ଅଧିକ ପରିବାରକୁ ସେମାନଙ୍କ ଘରେ ଶୁଦ୍ଧ ପାଇପ ପାଣି ପହଂଚାଇବାର ବ୍ୟବସ୍ଥା କରାଯାଇଛି । ଆଉ ଏଥିରେ ଲକ୍ଷ-ଲକ୍ଷ ପରିବାର ମଧ୍ୟ ହେଉଛନ୍ତି ଆମ ଉତ୍ତରପ୍ରଦେଶର ।

ଆମେ ଆମ ଗାଁରେ ରହୁଥିବା ଗ୍ରାମବାସୀ ଆମର ଭାଇ ଓ ଭଉଣୀମାନଙ୍କ ପାଇଁ, ସହର ଭଳି ସୁବିଧାମାନ ଉପଲବ୍ଧ କରିବା ପାଇଁ ନିରନ୍ତର ପ୍ରୟାସ କରୁଛୁ । ଆଜି ଯେଉଁ ପ୍ରକଳ୍ପଗୁଡ଼ିକ ଆରମ୍ଭ ହେଉଛି, ତାହାଦ୍ୱାରା ମଧ୍ୟ ଏହି ଅଭିଯାନକୁ ଆହୁରି ଗତି ମିଳିବ । ଏହା ବ୍ୟତୀତ ଅଟଳ ଭୂଜଳ ଯୋଜନା ଅଧୀନରେ ଜଳସ୍ତର ବୃଦ୍ଧି ପାଇଁ ଯେଉଁ କାର୍ଯ୍ୟ ହେଉଛି, ତାହା ମଧ୍ୟ ଏହି ଅଂଚଳକୁ ବହୁତ ସାହାଯ୍ୟ କରିବା ଭଳି ସାବ୍ୟସ୍ତ ହେବ ।

ଭାଇ ଓ ଭଉଣୀମାନେ,

ଆମର ଏଠାରେ କୁହାଯାଏ, ଏକ ପନ୍ଥ, ଦୋ କାଜ । କିନ୍ତୁ ଆଜି ଯେଉଁ ଯୋଜନାମାନ ସ୍ଥାପନ କରାଯାଉଛି, ସେଠାରେ ଏକ ପନ୍ଥ ଅନେକ କାଜ, ତାହାଦ୍ୱାରା ଅନେକ ଲକ୍ଷ୍ୟ ସିଦ୍ଧ ହୋଇ ପାରୁଛି । ଜଳ ଜୀବନ ମିଶନ ଅଧୀନରେ ଘରେ-ଘରେ ପାଇପ ଯୋଗେ ପାଣି ପହଂଚାଇବା ଯୋଗୁଁ ଆମର ମାଆ ଭଉଣୀମାନଙ୍କର ଜୀବନ ସହଜ ହେଉଛି । ଏହାର ଏକ ବଡ଼ ଲାଭ ଗରିବ ପରିବାରଗୁଡ଼ିକର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହେବ । ଏହାଦ୍ୱାରା ଖରାପ ପାଣିରୁ ହେଉଥିବା ହଇଜା, ଟାଇଫଏଡ଼୍, ଇଂନସେଫାଲାଇଟିସ୍ ଭଳି ଅନେକ ରୋଗର ପ୍ରକୋପ ମଧ୍ୟ ହ୍ରାସ ପାଉଛି ।

କେବଳ ଏତିକି ନୁହେଁ, ଏହି ଯୋଜନାର ଲାଭ ମଣିଷଙ୍କ ସହିତ ପଶୁଧନକୁ ମଧ୍ୟ ମିଳୁଛି । ପଶୁମାନଙ୍କୁ ସ୍ୱଚ୍ଛ ପାଣି ମିଳିଥାଏ, ତେବେ ସେମାନେ ମଧ୍ୟ ସୁସ୍ଥ ରହି ଥାଆନ୍ତି । ପଶୁ ସୁସ୍ଥ ରହିଲେ, କୃଷକମାନଙ୍କୁ, ପଶୁପାଳକମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ନଥାଏ, ଏହି ଉଦ୍ଦେଶ୍ୟକୁ ନେଇ ମଧ୍ୟ ଆମେ ଆଗକୁ ବଢ଼ୁଛୁ । ଏଠାରେ ଉତ୍ତରପ୍ରଦେଶରେ ଯୋଗୀ ମହାଶୟଙ୍କ ସରକାରଙ୍କ ପ୍ରୟାସରେ ଯେଉଁଭଳି ଭାବେ ଇନସେଫାଲାଇଟିସ୍ ମାମଲା ହ୍ରାସ ପାଇଛି, ଏହାର ଚର୍ଚ୍ଚା ଅନେକ ଦୂର-ଦୂର ପର୍ଯ୍ୟନ୍ତ ହେଉଛି । ବିଶେଷଜ୍ଞମାନେ ମଧ୍ୟ ଏହାର ଚର୍ଚ୍ଚା କରୁଛନ୍ତି । ଛୋଟ ପିଲାଙ୍କ ଜୀବନ ବଂଚାଇବା ପାଇଁ ଯୋଗୀ ମହାଶୟ ଏବଂ ତାଙ୍କ ପୂରା ଟିମକୁ ମୁଁ ମାନୁଛି, ପ୍ରତ୍ୟେକ ଉତ୍ତରପ୍ରଦେଶବାସୀ ଏତେ ଆଶୀର୍ବାଦ ଦେଉଥିବେ, ଏତେ ଆଶୀର୍ବାଦ ଦେଉଥିବେ, ବୋଧହୁଏ, ଯାହା ଆମେ କଳ୍ପନା ମଧ୍ୟ କରି ପାରିବା ନାହିଁ । ଯେତେବେଳେ ବିନ୍ଧ୍ୟାଂଚଳର ହଜାର-ହଜାର ଗାଁରେ ପାଇପ ଯୋଗେ ପାନୀୟ ଜଳ ପହଂଚିବ, ସେତେବେଳେ ଏହାଦ୍ୱାରା ମଧ୍ୟ ଏହି ଅଂଚଳର ଛୋଟ-ଛୋଟ ପିଲାଙ୍କର ସ୍ୱାସ୍ଥ୍ୟ ସୁଧୁରିବ, ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ଆହୁରି ଉନ୍ନତ ହେବ । କେବଳ ଏତିକି ନୁହେଁ, ଯେତେବେଳେ ଶୁଦ୍ଧ ପାଣି ମିଳିଥାଏ, ସେତେବେଳେ କୁପୋଷଣ ବିରୁଦ୍ଧରେ ଆମର ଯେଉଁ ଲଢ଼େଇ ଚାଲିଛି, ପୋଷଣ ପାଇଁ ଆମେ ଯେଉଁ ପରିଶ୍ରମ କରୁଛେ, ତାହାର ମଧ୍ୟ ଭଲ ପରିଣାମ ମିଳିପାରିବ ।

ସାଥୀଗଣ,

ଜଳ ଜୀବନ ମିଶନ ସରକାରଙ୍କର ସେହି ସଂକଳ୍ପର ମଧ୍ୟ ହେଉଛି ଅଂଶ, ଯାହା ଅଧୀନରେ ସ୍ୱରାଜର ଶକ୍ତିକୁ ଗାଁର ବିକାଶର ମାଧ୍ୟମ ଭାବେ ପ୍ରସ୍ତୁତ କରାଯାଉଛି । ଏହି ଚିନ୍ତାଧାରା ସହିତ ଗ୍ରାମ ପଞ୍ଚାୟତକୁ, ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅଧିକରୁ ଅଧିକ ଅଧିକାର ଦିଆଯାଉଛି । ଜଳ ଜୀବନ ମିଶନରେ ପାଣି ପହଂଚାଇବା ଠାରୁ ନେଇ ପାଣିର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ଆଉ ଏଥିରେ ମଧ୍ୟ ଗାଁର ଲୋକଙ୍କର ଭୂମିକା ହେଉଛି ଆହୁରି ଗୁରୁତ୍ୱପୂର୍ଣ୍ଣ । ଗାଁରେ ଜଳସ୍ରୋତର ସଂରକ୍ଷଣକୁ ନେଇ ମଧ୍ୟ କାର୍ଯ୍ୟ କରାଯାଉଛି ।

ସରକାର ଜଣେ ବନ୍ଧୁ ଭଳି, ଜଣେ ସହାୟକ ଭଳି, ଆପଣଙ୍କ ବିକାଶ ଯାତ୍ରାରେ ଜଣେ ଭାଗିଦାରୀ ଭଳି ଆପଣଙ୍କ ସହିତ ଅଛନ୍ତି । ଜଳ ଜୀବନ ମିଶନ ହିଁ ନୁହେଁ, ବରଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଯେଉଁ ଗରିବମାନଙ୍କର ପକ୍କା ଘର ନିର୍ମାଣ ହେଉଛି, ସେଥିରେ ମଧ୍ୟ ଏହି ଚିନ୍ତାଧାରା ପ୍ରଦର୍ଶିତ ହେଉଛି । କେଉଁ ଅଂଚଳରେ କିଭଳି ଘର ହେବ, କେଉଁଭଳି ସାମଗ୍ରୀରେ ଘର ନିର୍ମାଣ ହେବ, ପୂର୍ବଭଳି ଏହା ଏବେ ଦିଲ୍ଲୀରେ ବସି ସ୍ଥିର କରାଯାଉ ନାହିଁ, ଯଦି କେଉଁ ଆଦିବାସୀ ଗାଁରେ ବିଶେଷ ପରମ୍ପରାର ଘର ନିର୍ମାଣ ହୋଇଥାଏ, ତେବେ ସେହିଭଳି ଘର ନିର୍ମାଣ ହେଉ- ଦିଲ୍ଲୀରେ ବସିଥିବା ଲୋକ ଯାହା ଚିନ୍ତା କରୁଛନ୍ତି ସେଭଳି ନୁହେଁ, ସେଠାକାର ଆଦିବାସୀ ଯେଭଳି ଚାହିଁବେ, ଯାହା ଚାହିଁବେ, ଯେଭଳି ତାଙ୍କର ଚାଲି ଚଳନୀ ରହିଛି, ସେହିଭଳି ଘର ନିର୍ମାଣ ହେବ, ଏହି ସୁବିଧା ଦିଆଯାଇଛି ।

ଭାଇ ଓ ଭଉଣୀମାନେ,

ଯେତେବେଳେ ନିଜ ଗାଁର ବିକାଶ ପାଇଁ, ନିଜେ ନିଷ୍ପତ୍ତି ନେବାର ସ୍ୱାଧୀନତା ମିଳିଥାଏ, ସେହି ନିଷ୍ପତ୍ତି ଉପରେ କାର୍ଯ୍ୟ ହୋଇଥାଏ, ତେବେ ତାହାଦ୍ୱାରା ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ । ଆତ୍ମନିର୍ଭର ଗାଁ, ଆତ୍ମନିର୍ଭର ଭାରତର ଅଭିଯାନକୁ ଏହାଦ୍ୱାରା ବହୁତ ବଡ଼ ଶକ୍ତି ମିଳିଥାଏ । ଏହାଦ୍ୱାରା ସ୍ଥାନୀୟ ସ୍ତରରେ ମିଳୁଥିବା ସାମଗ୍ରୀର ଅଧିକ ବ୍ୟବହାର ହୋଇଥାଏ । ସ୍ଥାନୀୟ ସ୍ତରରେ ହିଁ ଯେଉଁ କୁଶଳୀ ଲୋକ ରହିଛନ୍ତି, ସେମାନଙ୍କୁ ରୋଜଗାର ମିଳିଥାଏ । ରାଜମିସ୍ତ୍ରୀ ହୁଅନ୍ତୁ, ଫିଟର ହୁଅନ୍ତୁ, ପାଇପ ମିସ୍ତ୍ରୀ ହୁଅନ୍ତୁ, ଇଲେକ୍ଟ୍ରିସିଆନ ହୁଅନ୍ତୁ, ଏଭଳି ଅନେକ ସାଥୀମାନଙ୍କ ପାଇଁ ଗାଁରେ ଅବା ଗାଁର ଆଖପାଖରେ ହିଁ ରୋଜଗାରର ସାଧନ ସୃଷ୍ଟି ହୋଇଥାଏ ।

ସାଥୀଗଣ,

ଆମ ଗାଁକୁ, ଗାଁରେ ରହୁଥିବା ଗରିବମାନଙ୍କୁ, ଆଦିବାସୀମାନଙ୍କୁ ଯେତେ ପ୍ରାଥମିକତା ଆମ ସରକାର ଦେଇଛନ୍ତି, ପୂର୍ବରୁ ସେତିକି ଦିଆଯାଇ ନାହିଁ । ଗରିବରୁ ଗରିବଙ୍କୁ ଏଲପିଜି ଗ୍ୟାସ ସିଲିଣ୍ଡର ଦେବା ଯୋଜନା ଦ୍ୱାରା ଗାଁରେ, ଜଙ୍ଗଲ ନିକଟରେ ରହୁଥିବା ଅଂଚଳର ଲୋକଙ୍କୁ ଦୁଇ ଗୁଣା ଲାଭ ହୋଇଛି । ଗୋଟିଏ ଲାଭ ହେଉଛି ଆମର ଭଉଣୀମାନଙ୍କୁ ଧୂଆଁରୁ, କାଠ ଖୋଜିବା ପାଇଁ ଲାଗୁଥିବା ସମୟ ଏବଂ ଶ୍ରମରୁ ମୁକ୍ତି ମିଳିଛି । ଏଠାରେ ଏତେ ବଡ଼ ସଂଖ୍ୟାରେ ଯେଉଁ ମାଆ ଭଉଣୀମାନେ ବସିଛନ୍ତି, ପୂର୍ବରୁ ଯେତେବେଳେ ଆମେ କାଠ ଚୂଲା ଜଳାଉଥିଲେ, ଖାଦ୍ୟ ରାନ୍ଧୁଥିଲେ, ସେତେବେଳେ ଆମର ମାଆ ଓ ଭଉଣୀମାନଙ୍କ ଶରୀରରେ ଗୋଟିଏ ଦିନରେ 400 ସିଗାରେଟର ଧୂଆଁ ପ୍ରବେଶ କରୁଥିଲା । ଘରେ ପିଲାମାନେ କାନ୍ଦୁଥିଲେ, ମାଆ ଖାଦ୍ୟ ରାନ୍ଧୁଥିଲେ, 400 ସିଗାରେଟରୁ ଯେତିକି ଧୂଆଁ ବାହାରେ, ସେତିକି ଧୂଆଁ ଏହି ମାଆ-ଭଉଣୀମାନଙ୍କ ଶରୀରକୁ ଯାଉଥିଲା । କଣ ହେବ ସେମାନଙ୍କ ଅବସ୍ଥା, ସେମାନଙ୍କ ଶରୀରର କଣ ଅବସ୍ଥା ହେବ । ସେମାନଙ୍କୁ ମୁକ୍ତି ଦେବାର ଏକ ବହୁତ ବଡ଼ ଅଭିଯାନ ଆମେ ଚଳାଇଲୁ ଏବଂ ଘରେ-ଘରେ ଗ୍ୟାସର ଚୂଲା, ଗ୍ୟାସର ସିଲିଣ୍ଡର ପହଂଚାଇଲୁ ଫଳରେ ଏହି ମୋର ମାଆ ଭଉଣୀମାନଙ୍କୁ ସେହି 400 ସିଗାରେଟର ଯେତିକି ଧୂଆଁ ନିଜ ଶରୀର ଭିତରକୁ ନେବାକୁ ନପଡ଼ୁ, ଏହି କାମ କରିବାର ପ୍ରୟାସ କରାଯାଇଛି । ଅନ୍ୟ ପକ୍ଷରେ ଇନ୍ଧନ ପାଇଁ ଜଙ୍ଗଲ କାଟିବାର ବାଧ୍ୟବାଧକତା ଏହାଦ୍ୱାରା ଶେଷ ହୋଇଛି ।

ଦେଶର ଅନ୍ୟ ଗାଁ ଭଳି ଏଠାରେ ମଧ୍ୟ ବିଜୁଳିର ବହୁତ ବଡ଼ ସମସ୍ୟା ଥିଲା । ଆଜି ଏହି ଅଂଚଳ ସୌରଶକ୍ତି କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ହେବାକୁ ଯାଉଛି, ଭାରତର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇଛି । ମିର୍ଜାପୁରର ସୌର ଶକ୍ତି ପ୍ଳାଣ୍ଟ ଏଠାରେ ବିକାଶର ନୂତନ ଅଧ୍ୟାୟ ଲେଖୁଛି । ସେହିଭଳି, ସେଚ ସହିତ ଜଡ଼ିତ ସୁବିଧାଗୁଡ଼ିକର ଅଭାବ ଯୋଗୁଁ ବିନ୍ଧ୍ୟାଂଚଳ ଭଳି ଦେଶର ଅନେକ ଅଂଚଳ ବିକାଶର ଦୌଡ଼ରେ ପଛରେ ରହି ଯାଇଥିଲେ । କିନ୍ତୁ ଏହି ଅଂଚଳରେ ବର୍ଷ-ବର୍ଷ ଧରି ଅଟକି ରହିଥିବା ସେଚ ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରାଯାଉଛି, ଅନ୍ୟପକ୍ଷରେ ପଡ଼ିଆ ପଡ଼ିଥିବା ଜମିରେ କୃଷକ ସୌରଶକ୍ତି ଦ୍ୱାରା ବିଜୁଳି ଉତ୍ପାଦନ କରି ଅତିରିକ୍ତ ଆୟ କରି ପାରୁ, ଏଥିପାଇଁ ମଧ୍ୟ ସହାୟତା ଦିଆଯାଉଛି । ଆମର ଅନ୍ନଦାତା, ଉର୍ଜ୍ଜାଦାତା ପାଲଟନ୍ତୁ । ସେମାନେ ଅନ୍ନ ଉତ୍ପାଦନ କରି ଥାଆନ୍ତି, ଲୋକଙ୍କ ପେଟ ଭରି ଥାଆନ୍ତି । ଏବେ ସେମାନେ ନିଜ କ୍ଷେତରେ ଏହା ସହିତ ଉର୍ଜ୍ଜା ମଧ୍ୟ ଉତ୍ପାଦନ କରି ପାରୁଛନ୍ତି ଆଉ ଲୋକଙ୍କୁ ଶକ୍ତି ଯୋଗାଇ ଆଲୋକିତ ମଧ୍ୟ କରୁଛନ୍ତି ।

ଆମେ ବିନ୍ଧ୍ୟାଂଚଳର ବିକାଶ ପାଇଁ ଯଥା ସମ୍ଭବ ପ୍ରୟାସ କରୁଛୁ । ସେ ହୁଏତ  ମେଡିକାଲ ଭିତ୍ତିଭୂମି ନିର୍ମାଣ କରିବା ହେଉ, ଅବା ପୁଣି ଏହି ଅଂଚଳରେ ସଡ଼କ ଗୁଡ଼ିକର ନିର୍ମାଣ, ସମସ୍ତ ଦିଗ ଉପରେ ବହୁତ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ବିଜୁଳିର ସ୍ଥିତି ପୂର୍ବରୁ କଣ ଥିଲା ଆଉ ଏବେ କେତେ ଉନ୍ନତ ହୋଇଛି, ଏହା ଆପଣ ମଧ୍ୟ ଭଲ ଭାବେ ଜାଣିଛନ୍ତି ।

ଭାଇ ଓ ଭଉଣୀମାନେ,

ଗାଁରେ ବିଶ୍ୱାସ ଏବଂ ବିକାଶର ଅଭାବ ଯୋଗୁଁ ଆଉ ଏକ ବଡ଼ ସମସ୍ୟା ରହିଛି ଗୃହ ଏବଂ ଜମିବାଡ଼ି ସହିତ ଜଡ଼ିତ ବିବାଦ । ଏହି ସମସ୍ୟାକୁ ଉତ୍ତରପ୍ରଦେଶର ଏହି ଅଂଚଳରେ ରହୁଥିବା ଲୋକମାନଙ୍କଠାରୁ ଅଧିକ ଭଲ ଭାବରେ କିଏ ବୁଝି ପାରିବ । କାରଣ ଏହା ହେଉଛି ଯେ ପିଢି ପରେ ପିଢି ରହିବା ପରେ, ଏହା ପରେ ମଧ୍ୟ ଗାଁର ଜମିର ଆଇନଗତ କାଗଜପତ୍ର ନଥିଲା । ଯଦି ତାଙ୍କର ଘର ଅଛି, ତେବେ ଘର ସମ୍ବନ୍ଧରେ ମଧ୍ୟ ସୂଚନା ଯଥା ଏହାର ଲମ୍ବ କେତେ, ଓସାର କେତେ, କେତେ ଉଚ୍ଚତା ବିଶିଷ୍ଟ ଅଛି, କାଗଜ କେଉଁଠାରେ ଅଛି, କିଛି ନଥିଲା । ଦଶକ-ଦଶକ ଧରି ଲୋକ ଏହିଭଳି ହିଁ ଜୀଉଁଥିଲେ, ସମସ୍ୟା ସହିତ ସେମାନେ ଲଢ଼େଇ କରୁଥିଲେ । ବିବାଦ ବଢ଼ି ଚାଲିଲା ଏବଂ କେବେ କେବେ ମରାମରି ପର୍ଯ୍ୟନ୍ତ ହୋଇ ଯାଉଥିଲେ, ବେକ କାଟିବା ଭଳି ଏହି ମାମଲା ପହଂଚି ଯାଉଥିଲା । ଭାଇ- ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇ ଯାଉଥିଲା । ଏକ ଫୁଟ ଜମି ପାଇଁ ଗୋଟିଏ ପଡୋଶୀ ସହିତ ଅନ୍ୟ ପଡୋଶୀର ଲଢ଼େଇ ହୋଇ ଯାଉଥିଲା ।

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ୱାମିତ୍ୱ ଯୋଜନା ଅଧୀନରେ ୟୁପିରେ ଡ୍ରୋନ ଟେକ୍ନୋଲୋଜି ଦ୍ୱାରା ଘର ଏବଂ ଜମିର ନକ୍ସା ତିଆରି କରାଯାଉଛି । ଏହି ନକ୍ସା ଆଧାରରେ ଘର ଏବଂ ଜମିର ଆଇନଗତ ଦସ୍ତାବେଜ ଘର ଏବଂ ଜମିର ମାଲିକଙ୍କୁ ପ୍ରଦାନ କରାଯାଉଛି । ଏହାଦ୍ୱାରା ଗାଁରେ ରହୁଥିବା ଗରିବ, ଆଦିବାସୀ ବଂଚିତ ସାଥୀ ମଧ୍ୟ କବଜା କରି ନେବାର ଆଶଙ୍କାରୁ ନିଶ୍ଚିତ ହୋଇ ନିଜର ଜୀବନ ବଂଚି ପାରିବେ । ନଚେତ ମୋତେ ଜଣାଅଛି, ଗୁଜରାଟରେ ଅନେକ ଅଂଚଳରେ ବହୁତ ଲୋକ କାର୍ଯ୍ୟ କରୁଛନ୍ତି, କେବେ ସେମାନଙ୍କ ସହିତ କଥା ହୋଇଥାଏ, କି ଭାଇ କାହିଁକି ଚାଲି ଯାଇଥିଲେ? ସେମାନେ କୁହନ୍ତି ଯାଇ ନଥିଲୁ ଭାଇ, ଆମର ସେଠାରେ ଜମିବାଡ଼ିକୁ ନେଇ ଝଗଡ଼ା ହୋଇଗଲା, କିଏ ଆମ ଘରକୁ କବଜା କରି ନେଲା । ମୁଁ ଏଠାରେ କାମ କରୁଥିଲି, କେହି ଘରେ ପ୍ରବେଶ କରିଗଲା । ଏବେ ଏହି କାଗଜ ମିଳିବା ପରେ ଏହି ସମସ୍ତ ସଙ୍କଟରୁ ଆପଣ ମୁକ୍ତ ହୋଇଯିବେ, କେବଳ ଏତିକି ନୁହେଁ, ଆବଶ୍ୟକ ପଡ଼ିଲେ, ଗାଁରେ ନିଜର ଘରର ଯେଉଁ ଦସ୍ତାବେଜ ଅଛି, ଯେଉଁ କାଗଜ ଅଛି, ସେଥିରେ ଯଦି ଆପଣଙ୍କୁ ଋଣ ନେବାର ଆବଶ୍ୟକତା ପଡ଼ିଲା, ବ୍ୟାଙ୍କରୁ ଋଣ ନେବାର ଆବଶ୍ୟକତା ପଡ଼ିଲା, ତେବେ ଆପଣ ତାହାର ହକଦାର ପାଲଟି ଯିବେ । ଆପଣ ଯାଇ କାଗଜ ଦେଖାଇ ବ୍ୟାଙ୍କରୁ ଋଣ ନେଇ ପାରିବେ ।

ସାଥୀଗଣ,

ଆଜି ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ, ଏହି ମନ୍ତ୍ର ଦେଶର ପ୍ରତ୍ୟେକ ଭାଗରେ, ପ୍ରତ୍ୟେକ ନାଗରିକଙ୍କର ବିଶ୍ୱାସର ମନ୍ତ୍ର ପାଲଟି ଯାଇଛି । ଆଜି ଦେଶର ପ୍ରତ୍ୟେକ ଲୋକ, ପ୍ରତ୍ୟେକ ଅଂଚଳକୁ ଲାଗୁଛି ଯେ ସେମାନଙ୍କ ପର୍ଯ୍ୟନ୍ତ ସରକାର ପହଂଚୁଛନ୍ତି ଏବଂ ସେମାନେ ମଧ୍ୟ ଦେଶର ବିକାଶରେ ଭାଗୀଦାର ହେଉଛନ୍ତି । ଆମର ଜନଜାତୀୟ ଅଂଚଳରେ ମଧ୍ୟ ଆଜି ଏହି ଆତ୍ମବିଶ୍ୱାସ ଭଲଭାବେ ପରିଲକ୍ଷିତ ହେଉଛି, ଯାହାଦ୍ୱାରା ଏକ ନୂତନ ଶକ୍ତି ଆସିଛି ଆଉ ମୁଁ ଏହାକୁ ଦେଖିପାରୁଛି । ଆଦିବାସୀ ଅଂଚଳରେ ମୌଳିକ ସୁବିଧାଗୁଡ଼ିକ ଆଜି ପହଂଚିପାରୁଛି, ବରଂ ଏହି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଯୋଜନାଗୁଡ଼ିକ ଅଧୀନରେ ମଧ୍ୟ କାର୍ଯ୍ୟ କରାଯାଉଛି । ଜନଜାତୀୟ ଯୁବକଙ୍କ ଶିକ୍ଷା ପାଇଁ ଦେଶରେ ଶହ-ଶହ ନୂତନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟକୁ ମଞ୍ଜୁରି ମିଳିଛି । ଏହାଦ୍ୱାରା ଆମର ଆଦିବାସୀ ଅଂଚଳର ପିଲାମାନଙ୍କୁ ଛାତ୍ରାବାସର ସୁବିଧା ଉପଲବ୍ଧ ହେବ । ଏହା ମଧ୍ୟରୁ ଅନେକ ସ୍କୁଲ ୟୁପିରେ ମଧ୍ୟ ଖୋଲୁଛି । ପ୍ରୟାସ ଏହା ହେଉଛି ଯେ, ପ୍ରତ୍ୟେକ ଆଦିବାସୀ ବହୁଳ ବ୍ଲକ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାକୁ ପହଂଚାଯାଉ ।

ପାଠ ପଢା ସହିତ ରୋଜଗାରର ସମ୍ଭାବନା ମଧ୍ୟ ଖୋଜା ଯାଉଛି । ବନଜାତ ଉତ୍ପାଦର ଅଧିକ ମୂଲ୍ୟ ଆଦିବାସୀ ସାଥୀମାନଙ୍କୁ ମିଳୁ, ଏଥିପାଇଁ ସାଢେ 1200 ବନଧନ କେନ୍ଦ୍ର ସାରା ଦେଶରେ ଖୋଲାଯାଇ ସାରିଛି । ଏହା ମାଧ୍ୟମରେ ଶହ ଶହ କୋଟି ଟଙ୍କାର ମଧ୍ୟ କାରବାର କରାଯାଇଛି ।

କେବଳ ଏତିକି ନୁହେଁ, ଏବେ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ବନ ଉତ୍ପାଦ ଆଧାରିତ ଉଦ୍ୟୋଗ ମଧ୍ୟ  ଆଦିବାସୀ ଅଂଚଳରେ ପ୍ରତିଷ୍ଠା ହେଉ, ଏଥିପାଇଁ ମଧ୍ୟ ଆବଶ୍ୟକ ସୁବିଧାମାନ ପ୍ରସ୍ତୁତ କରାଯାଉଛି । ଆଦିବାସୀ ଅଂଚଳର ବିକାଶ ପାଇଁ ଅର୍ଥର ଅଭାବ ନ ରହୁ, ଏଥି ପାଇଁ ଜିଲ୍ଲା ଖଣିଜ ପାଣ୍ଠି  ପ୍ରତିଷ୍ଠା କରାଯାଇଛି । ଏହା ପଛରେ ଏହି ଚିନ୍ତାଧାରା ରହିଛି ଯେ ଆଦିବାସୀ ଅଂଚଳରୁ ଉତ୍ତୋଳନ ହେଉଥିବା ଖରିଜ ସଂପଦର ଏକ ସ୍ୱତନ୍ତ୍ର ଅଂଶ ସେହି ଅଂଚଳରେ ବ୍ୟୟ ହେଉ । ଉତ୍ତର ପ୍ରଦେଶରେ ମଧ୍ୟ ଏହି ପାଣ୍ଠିରେ ଏ ପର୍ଯ୍ୟନ୍ତ ପ୍ରାୟ 800 କୋଟି ଟଙ୍କା ସଂଗ୍ରହ କରାଯାଇ ସାରିଛି । ଏହା ଅଧୀନରେ ସାଢେ 6 ହଜାର ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ଦିଆଯାଇ  ସାରିଛି ଏବଂ ଶହ ଶହ ପ୍ରକଳ୍ପ ମଧ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି ।

ସାଥୀଗଣ,

ଏଭଳି କାର୍ଯ୍ୟ ଆଜି ଭାରତର ଆତ୍ମବିଶ୍ୱାସକୁ ପ୍ରତିଦିନ ବଢାଇ ଚାଲିଛି । ଏହି ଆତ୍ମବିଶ୍ୱାସ ବଳରେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାରେ ଆମେ ସମସ୍ତେ ସାମିଲ ହୋଇଛୁ । ମୋର ବିଶ୍ୱାସ ଯେ ବିନ୍ଧ୍ୟ ଜଳ ଯୋଗାଣ ଯୋଜନା ଦ୍ୱାରା ଏହି ଆତ୍ମବିଶ୍ୱାସ ଆହୁରି ସୁଦୃଢ ହେବ ।

ହଁ, ଏହା ମଧ୍ୟରେ ଆପଣମାନଙ୍କୁ ଏହା ମଧ୍ୟ ମନେ ରଖିବାକୁ ହେବ ଯେ, କରୋନା ସଂକ୍ରମଣର ବିପଦ ଏବେ ମଧ୍ୟ ଯାଇ ନାହିଁ । ଦୁଇ ଗଜର ଦୂରତା, ମାସ୍କ ଏବଂ ସାବୁନରେ ପରିସ୍କାର- ପରିଚ୍ଛନ୍ନତାର ନିୟମ, କୌଣସି ମଧ୍ୟ ପରିସ୍ଥିତିରେ ଭୁଲିବାର ନାହିଁ । ଟିକେ କୋହଳ ହେଲେ, ନିଜକୁ, ନିଜ ପରିବାରକୁ, ଗାଁକୁ, ସଂକଟରେ ପକାଇ ଦେବା । ଔଷଧ ପ୍ରସ୍ତୁତ କରିବା ପାଇଁ  ଆମର ବୈଜ୍ଞାନିକ କଠିନ ତପ କରୁଛନ୍ତି । ସାରା ବିଶ୍ୱର ବୈଜ୍ଞାନିକ ଲାଗି ରହିଛନ୍ତି, ସବୁଠାରୁ ଧନୀ ଦେଶର ଲୋକ ମଧ୍ୟ ଲାଗିଛନ୍ତି ଏବଂ ଗରିବ ଦେଶର ଲୋକ ମଧ୍ୟ ଲାଗିଛନ୍ତି । କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ଔଷଧ ନାହିଁ, ସେତେବେଳ ପର୍ଯ୍ୟନ୍ତ କୋହଳ ଅବଲମ୍ବନ କରିବା ନାହିଁ ।

ଆପଣମାନେ ଏହି କଥାକୁ ଧ୍ୟାନରେ ରଖିବେ, ଏହି ବିଶ୍ୱାସର ସହିତ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ବହୁତ ବହୁତ ଶୁଭ କାମନା!!    

 

**********