Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ବଜ୍ରପାତ ଯୋଗୁ ହୋଇଥିବା ମୃତୁ୍ୟକୁ ନେଇ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ର


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ବଜ୍ରପାତ ଯୋଗୁ ହୋଇଥିବା ମୃତୁ୍ୟକୁ ନେଇ ଗଭୀର ଶୋକବ୍ୟକ୍ତ କରିବା ସହ ପୀଡ଼ିତମାନଙ୍କ ନିମନ୍ତେ ସହାୟତା ରାଶି ଘୋଷଣା କରିଛନ୍ତି ।

ପିଏମ୍ଓ ପକ୍ଷରୁ ଏ ନେଇ ଟ୍ୱିଟ୍ କରି କୁହାଯାଇଛି, ‘‘ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ବଜ୍ରପାତ ଘଟିବାରୁ ହୋଇଥିବା ମୃତୁ୍ୟ ଅତ୍ୟନ୍ତ ହୃଦୟବିଦାରକ । ଏଭଳି ବିପର୍ଯ୍ୟୟରେ ଯେଉଁ ଲୋକମାନେ ଜୀବନ ହରାଇଛନ୍ତି, ସେମାନଙ୍କ ପରିବାର ଲୋକଙ୍କୁ ମୁଁ ନିଜର ଶୋକ ସମବେଦନା ପ୍ରକଟ କରୁଛି । ଏଭଳି ଦୁଃଖଦ ପରିସ୍ଥିତିର ସାମ୍ନା ନିମନ୍ତେ ସେମାନଙ୍କୁ ଈଶ୍ୱର ଶକ୍ତି ପ୍ରଦାନ କରନ୍ତୁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ବଜ୍ରପାତ ଯୋଗୁ ହୋଇଥିବା ମୃତୁ୍ୟ ଏବଂ କ୍ଷୟକ୍ଷତି ପାଇଁ ଶୋକବ୍ୟକ୍ତ କରିଛନ୍ତି । ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ପରିଜନମାନଙ୍କ ପାଇଁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ବଜ୍ରପାତ ଯୋଗୁ ଆହତ ହୋଇଥିବା ଲୋକଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।’’

SR