ପିଏମଇଣ୍ଡିଆ
ହରହର ମହାଦେବ !!!
ଆସ୍ଥା, ପବିତ୍ରତାରେ ଭରି ରହିଥିବା ସୂର୍ଯ୍ୟ ଉପାସନାର ମହାନ ଛଠ୍ ପର୍ବ ଅବସରରେ ଆପଣ ସମସ୍ତ ମାଆ ଭଉଣୀମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ଚାରି ଦିନର ଏହି ପର୍ବରେ ପ୍ରତ୍ୟେକଙ୍କ ଘର ପରିବାରରେ ସୁଖ ସମୃଦ୍ଧି କାମନା କରୁଛି ।
ଆପଣ ସମସ୍ତେ ଦୀପାବଳି ପାଳନ କଲେ, ଭାଇ ଦୂଜ ଏବଂ ଗୋବର୍ଦ୍ଧନ ପୂଜା କଲେ । ପୁଣି ଦେବ ଦୀପାବଳିର ପ୍ରସ୍ତୁତି । ସମସ୍ତ ପର୍ବ ପାଇଁ ଏକାଠି ଶୁଭେଚ୍ଛା ଜଣାଉଛି ।
ମଞ୍ଚ ଉପରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ନୀତିନ ଗଡ଼କରୀ ମହାଶୟ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମହାଶୟ, ଉତ୍ତରପ୍ରଦେଶ ସରକାରଙ୍କର ମନ୍ତ୍ରୀ ଶ୍ରୀ ସୁରେଶ ଖାନ୍ନା ମହାଶୟ, ସଂସଦରେ ମୋର ସହଯୋଗୀ ଡକ୍ଟର ମହେନ୍ଦ୍ରନାଥ ପାଣ୍ଡେ ମହାଶୟ, ଏବଂ ଶ୍ରୀ ରାମଚରିତ ନିଶାଦ ମହାଶୟ, ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ମୋର ପ୍ରିୟ ବାରଣାସୀର ଭାଇ ଓ ଭଉଣୀ ମାନେ ।
ସାଥୀଗଣ,
ଦଶହରା ଏବଂ ଦୀପାବଳି ପର୍ବ ପରେ ଆଜି ପୁଣି ଥରେ ଆପଣ ସମସ୍ତ କାଶୀବାସୀଙ୍କ ସହିତ ସାକ୍ଷାତ କରିବାର ମୋତେ ସୁଯୋଗ ମିଳିଛି । ଏଥର ମୋର ସୌଭାଗ୍ୟ ଥିଲା କି ମୋତେ ଦିପାବଳୀ ଦିନ ବାବା କେଦାରନାଥଙ୍କ ଦର୍ଶନ କରିବାର ସୁଯୋଗ ମିଳିଥିଲା । ଏବେ ଗୋଟିଏ ସପ୍ତାହ ଭିତରେ ହିଁ ବାବା ବିଶ୍ୱନାଥଙ୍କ ନଗରୀରେ, ଆପଣ ମାନଙ୍କ ଠାରୁ ଆଶୀର୍ବାଦ ନେବାର ସୁଯୋଗ ମିଳିଛି । ଉତ୍ତରାଖଣ୍ଡରେ ମୁଁ ମାତା ଭଗୀରଥୀ ପୂଜା କରି ଧନ୍ୟ ହୋଇଥିଲି ତ, ଆଜି ଏଠାରେ ଏବେଠାରୁ କିଛି ସମୟ ପୂର୍ବରୁ ମାଆ ଗଙ୍ଗାଙ୍କ ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହୋଇଛି ।
ଆଜି ମହାମନା ମାଲବ୍ୟଙ୍କ ପୂଣ୍ୟତିଥି । ମୁଁ ତାଙ୍କର ମହାନ କାର୍ଯ୍ୟ ଗୁଡ଼ିକ ପାଇଁ ତାଙ୍କର ତପସ୍ୟାକୁ ଆଦରପୂର୍ବକ ପ୍ରଣାମ କରୁଛି ।
ସାଥୀଗଣ, କାଶୀ ପାଇଁ, ପୂର୍ବାଞ୍ଚଳ ପାଇଁ, ପୂର୍ବ ଭାରତ ପାଇଁ, ସମଗ୍ର ଭାରତ ବର୍ଷ ପାଇଁ, ଆଜିର ଏହି ଦିନ ହେଉଛି ବହୁତ ଐତିହାସିକ ।
• ଆଜି ବାରଣାସୀ ଆଉ ଦେଶ, ବିକାଶର ସେହି କାର୍ଯ୍ୟର ସାକ୍ଷୀ ପାଲଟିଛନ୍ତି, ଯାହା ଦଶ ବର୍ଷ ପୂର୍ବରୁ ହୋଇ ଯିବାର ଥିଲା, କିନ୍ତୁ ହୋଇ ପାରି ନଥିଲା ।
• ଆଜି ବାରଣାସୀ ଆଉ ଦେଶ, ଏହି କଥାର ମଧ୍ୟ ସାକ୍ଷୀ ପାଲଟିଛନ୍ତି କି ସଙ୍କଳ୍ପକୁ ନେଇ କରି ଯେତେବେଳେ କାର୍ଯ୍ୟକୁ ସମୟ ଅନୁସାରେ ସିଦ୍ଧି କରାଯାଇଥାଏ, ତ, ତାହାର ପ୍ରତିଛବି କେତେ ଭବ୍ୟ, କେତେ ଉଜ୍ଜ୍ୱଳ ଆଉ କେତେ ଗୌରବମୟୀ ହୋଇଥାଏ ।
• ଆଜି ବାରଣାସୀ ଆଉ ଦେଶ, ଏହି କଥାର ମଧ୍ୟ ସାକ୍ଷୀ ପାଲଟିଛନ୍ତି, କି, ଭବିଷ୍ୟତ ବଂଶଧର ଭିତ୍ତିଭୂମିର ଅବଧାରଣା, କିପରି ଦେଶରେ ପରିବହନର କାର୍ଯ୍ୟଶୈଳୀ କାୟାକଳ୍ପ ନେବାକୁ ଯାଉଛି ।
ଦେଶର ପ୍ରଧାନ ସେବକ ହେବା ସହିତ ବାରଣାସୀର ସାଂସଦ ଭାବେ ମୋ ପାଇଁ ଆଜି ଦୁଇଗୁଣ ଖୁସିର ସୁଯୋଗ ଅଛି । ଏହି ପବିତ୍ର ଭୂମି ସହିତ ପ୍ରତ୍ୟକଙ୍କର ଆଧ୍ୟାତ୍ମିକ ସମ୍ପର୍କ ରହିଛି, ଆଜି ଜଳ, ସ୍ଥଳ, ଆକାଶ ତିନୋଟିକୁ ଯୋଡ଼ି ପାରୁଥିବା ନୂତନ ଉର୍ଜ୍ଜାର ସଞ୍ଚାର ଏହି କ୍ଷେତ୍ରରେ ହୋଇଛି ।
ସାଥୀଗଣ, ଏବେଠାରୁ କିଛି ସମୟ ପୂର୍ବେ ମୁଁ ନଦୀପଥରେ ପହଞ୍ଚିଥିବା ଦେଶର ପ୍ରଥମ ପଣ୍ୟବାହୀ ଜାହାଜକୁ ସ୍ୱାଗତ କଲି । ଏହାର ସ୍ୱାଗତ ସହିତ ହିଁ 200 କୋଟି ଟଙ୍କାରୁ ଅଧିକ ଅର୍ଥରେ ନିର୍ମିତ ହୋଇଥିବା ବହୁମୁଖୀ ମଡେଲ ଟର୍ମିନାଲର ଲୋକାର୍ପଣ ମଧ୍ୟ କରାଯାଇଛି । ଏହି କାମ ପାଇଁ ଦଶ ବର୍ଷ ଲାଗିଛି, କିନ୍ତୁ ଆଜି ମୁଁ ବହୁତ ପ୍ରଫୁଲ୍ଲିତ, ଆନନ୍ଦିତ ଅଛି କି ଦେଶ ଯେଉଁ ସ୍ୱପ୍ନ ଦେଖିଥିଲା, ତାହା ଆଜି କାଶୀର ଧରଣୀରେ ସାକାର ହୋଇଛି । ଏହି ପଣ୍ୟବାହୀ ଜାହାଜ ଚାଲିବାର ଅର୍ଥ ହେଉଛି କି ପୂର୍ବ ଉତ୍ତରପ୍ରଦେଶ, ପୂର୍ବାଞ୍ଚଳ ଏବଂ ପୂର୍ବ ଭାରତ ଜଳମାର୍ଗରେ ଏବେ ବଙ୍ଗୋପସାଗର ସହିତ ଯୋଡ଼ି ହୋଇ ଯାଇଛି ।
ଭାଇ ଓ ଭଉଣୀମାନେ,
ଆଜି ଏଠାରେ ବାବତପୁର ବିମାନବନ୍ଦର ସହିତ ସହରକୁ ଯୋଡ଼ୁଥିବା ସଡ଼କ, ରିଙ୍ଗ ରୋଡ଼, କାଶୀ ସହରର ଯୋଗାଯୋଗ ବ୍ୟବସ୍ଥା ସହିତ ଜଡ଼ିତ ପ୍ରକଳ୍ପ, ଭୂତଳ ବିଜୁଳି ତାର ସଂଯୋଗ ପ୍ରକଳ୍ପ, ମାଆ ଗଙ୍ଗାଙ୍କୁ ପ୍ରଦୂଷଣ ମୁକ୍ତ କରିବାର ପ୍ରୟାସକୁ ଶକ୍ତି ଦେବା ଭଳି ଅନେକ ପ୍ରକଳ୍ପର ମଧ୍ୟ ଲୋକାର୍ପଣ ଏବଂ ଶିଳାନ୍ୟାସ ଏଠାରେ କରାଯାଇଛି । ପ୍ରାୟ ଅଢ଼େଇ ହଜାର କୋଟି ଟଙ୍କାରୁ ଅଧିକ ଏହି ପ୍ରକଳ୍ପ, ପରିବର୍ତିତ ବନାରସର ଛବିକୁ ଆହୁରି ଭବ୍ୟ କରିବ ଏବଂ ଦିବ୍ୟ କରି ତୋଳିବ । ଏହି ସମସ୍ତ ପ୍ରକଳ୍ପ ପାଇଁ ମୁଁ ଆପଣ ସମସ୍ତ କାଶୀବାସୀଙ୍କୁ, ସମଗ୍ର ପୂର୍ବାଞ୍ଚଳକୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି ।
ସାଥୀଗଣ,
ସ୍ୱାଧୀନତା ପରେ ଏହା ହେଉଛି ପ୍ରଥମ ଅବସର ଯେତେବେଳ ଆମେ ଆମ ନଦୀ ମାର୍ଗକୁ ବ୍ୟବସାୟ ପାଇଁ, କାରବାର ପାଇଁ ଏତେ ବ୍ୟାପକ ସ୍ତରରେ ବ୍ୟବହାର କରିବାରେ ସକ୍ଷମ ହୋଇଛେ । ଆପଣ କାଶୀବାସୀ ସାକ୍ଷୀ ଅଟନ୍ତି, କି ଚାରି ବର୍ଷ ପୂର୍ବେ ଯେତେବେଳେ ମୁଁ ବନାରସ ଏବଂ ହଳଦିଆକୁ ଜଳମାର୍ଗ ଦ୍ୱାରା ସଂଯୋଗ କରିବା ପାଇଁ ବିଚାର ରଖିଥିଲି, ତ କିଭଳି ଭାବେ ଏହି କଥାକୁ ଥଟ୍ଟା କରା ଯାଇଥିଲା, ଯାବତୀୟ ପ୍ରକାରର ନକାରାତ୍ମକ କଥା କୁହାଯାଇଥିଲା, କିନ୍ତୁ କିଛି ସମୟ ପୂର୍ବରୁ କୋଲକାତାରୁ ଆସିଥିବା ଜାହାଜ, ଆଲୋଚନା କରୁଥିବା ଲୋକମାନଙ୍କୁ ନିଜେ ହିଁ ଉତ୍ତର ଦେଇ ଦେଇଛି ।
ଦେଶର ଏହି ପ୍ରଥମ ପଣ୍ୟବାହୀ ଜାହାଜ କେବଳ ପଣ୍ୟ ପରିବହନ ପ୍ରକ୍ରିୟାର ଗୋଟିଏ ଅଂଶ ନୁହେଁ, ନିଉ ଇଣ୍ଡିଆର, ନିଉ ଭିଜନର ହେଉଛି ଏକ ଜୀବନ୍ତ ପ୍ରମାଣ । ଏହା ସେହି ଚିନ୍ତନର ପ୍ରତୀକ ଯେଉଁଥିରେ ଦେଶର ସଂସାଧନ ଏବଂ ସାମର୍ଥ୍ୟ ଉପରେ ବିଶ୍ୱାସ କରାଯାଇଥାଏ ।
ଭାଇ ଓ ଭଉଣୀମାନେ,
ଆଜି ବାରଣାସୀକୁ ଯେଉଁ ପଣ୍ୟବାହୀ ଜାହାଜ ଆସିଛି, ଏଥିରେ କୋଲକାତାରୁ ଔଦ୍ୟୋଗିକ ଜିନିଷ ଆସିଛି, ଆଉ ଏଠାରୁ ଏହି ଜାହାଜ ସାର ନେଇ ଫେରିଯିବ । ଅର୍ଥାତ ୟୁପି, ପୂର୍ବାଞ୍ଚଳରେ ସାର ସମେତ ଯେତିକି ମଧ୍ୟ କାରଖାନା ରହିଛି, ସେଠାରେ ପ୍ରସ୍ତୁତ ହେଉଥିବା ଜିନିଷ ଏବେ ସିଧାସଳଖ ପୂର୍ବ ଭାରତର ବନ୍ଦର ପର୍ଯ୍ୟନ୍ତ ପହଞ୍ଚି ପାରିବ ।
ଏହା ହେଉଛି କେବଳ ଏକ ଉଦାହରଣ । ସେହି ଦିନ ଆଉ ଦୂରରେ ନୁହେଁ, ଯେତେବେଳେ ବାରଣାସୀ ଏବଂ ଆଖପାଖର ଅଞ୍ଚଳ ମାନଙ୍କରେ ହେଉଥିବା ପନିପରିବା, ଶସ୍ୟ, ମୋର ବୁଣାକାର ବନ୍ଧୁମାନଙ୍କ ଦ୍ୱାରା ବୁଣା ଯାଇଥିବା ଜିନିଷ ଏହି ଜଳମାର୍ଗ ଦେଇ ଯିବ । ଆପଣମାନେ ଚିନ୍ତା କରନ୍ତୁ, ଏଠାରୁ କୃଷକମାନଙ୍କ ପାଇଁ, ଲଘୁ ଉଦ୍ୟୋଗ ସହିତ ଜଡ଼ିତ ଲକ୍ଷ ଲକ୍ଷ ଲୋକ ମାନଙ୍କ ପାଇଁ କେତେ ବଡ଼ ରାସ୍ତା ଖୋଲି ଯାଇଛି । ନିଜର ଉଦ୍ୟୋଗ ଗୁଡ଼ିକ ପାଇଁ, କୃଷି ପାଇଁ ସାମଗ୍ରୀ ମଗାଇବାରେ, କଂଚାମାଲ ମଗାଇବାରେ ଏବଂ ପୁଣି ତାହାକୁ ମୂଲ୍ୟଯୁକ୍ତ କରି ତାକୁ ପୁଣି ଥରେ ପଠାଇବାରେ, ଏହି ଜଳମାର୍ଗର ବହୁତ ବଡ଼ ଭୂମିକା ରହିବ ।
ଆପଣମାନଙ୍କର ସ୍ନେହ, ଆପଣମାନଙ୍କର ଉତ୍ସାହ ପାଇଁ ବହୁତ-ବହୁତ ଧନ୍ୟବାଦ, ମୋତେ କହିବାକୁ ଦିଅନ୍ତୁ ଆଉ ଲୋକ ମଧ୍ୟ ଶୁଣିବାକୁ ଚାହୁଁଛନ୍ତି । ଆପଣ ମାନଙ୍କର ଉତ୍ସାହ ପାଇଁ ଭଲ ପାଇବା ପାଇଁ ମୁଁ ହୃଦୟର ସହିତ ଆପଣ ମାନଙ୍କ ନିକଟରେ କୃତଜ୍ଞ । କିନ୍ତୁ ଏହି ଉର୍ଜ୍ଜାକୁ ସାମାନ୍ୟ ବଞ୍ଚାଇ ରଖିଥାଆନ୍ତୁ 19 ପର୍ଯ୍ୟନ୍ତ ଏହାର ଆବଶ୍ୟକତା ପଡ଼ିବ । ମୁଁ ଆରମ୍ଭ କରୁଛି, ମୁଁ କହୁଛି । ଆପଣମାନେ ଶାନ୍ତିର ସହିତ ଶୁଣିବେ କି ମୋଦୀ – ମୋଦୀ କରି ଚାଲିବେ । ମୁଁ ଆପଣମାନଙ୍କ ନିକଟରେ ବହୁତ କୃତଜ୍ଞ, ଯୁବକମାନଙ୍କର ଏତେ ପରିମାଣରେ ଭଲ ପାଇବା ଦେଖି ଏତେ ଉତ୍ସାହ ଦେଖି କିନ୍ତୁ ବହୁତ ବଡ଼ ମାତ୍ରାରେ ଆଜି କାଶୀର ଲୋକମାନେ ଏମାନେ ଏହି କଥାର ସୂକ୍ଷ୍ମତାକୁ ଜାଣିବାକୁ ଏବଂ ବୁଝିବାକୁ ଚାହୁଁଛନ୍ତି । ଆଉ ଏଥିପାଇଁ ଏ ପରିବର୍ତ୍ତନ କିପରି ଆସୁଛି, ଏ ପରିବର୍ତ୍ତନ କିପରି ଆସିବାକୁ ଯାଉଛି । ତାହାକୁ ମୁଁ ଟିକେ ସୂକ୍ଷ୍ମ ଭାବେ ବୁଝିବା ପାଇଁ ପ୍ରୟାସ କରୁଛି ।
ଆଗାମୀ ଦିନମାନଙ୍କରେ ଯେତେବେଳେ ବାରଣାସୀରେ ହୋଇଥିବା ବହୁମୁଖୀ ମଡେଲ ଟର୍ମିନାଲ ଦ୍ୱାରା ରୋ-ରୋ ସେବା ଆରମ୍ଭ ହେବ, ତ ଦୀର୍ଘ ଦୂରତା ଅତିକ୍ରମ କରିବା ପାଇଁ, ଆପଣମାନଙ୍କୁ ଆଉ ଏକ ନୂତନ ବିକଳ୍ପ ମିଳିବ । ବଡ଼ – ବଡ଼ ଟ୍ୟାଙ୍କର – ଟ୍ରକ୍, ବସ୍, କାର୍, ସିଧା ସଳଖ ଭାବେ ଜାହାଜ ମାଧ୍ୟମରେ ଅନ୍ୟ ସହର ପର୍ଯ୍ୟନ୍ତ ପହଞ୍ଚିଯିବ ।
ସାଥୀଗଣ, ଆଜି ଯେତିକି ଜିନିଷ ଏହି ଜାହାଜରେ ଆସିଛି, ତାକୁ ଯଦି ସଡ଼କ ପଥରେ ଅଣାଯାଇ ଥାଆନ୍ତା ତ ଏଥିପାଇଁ 16ଟି ଟ୍ରକ୍ ଲାଗିଥାଆନ୍ତା । କେବଳ ଏତିକି ହିଁ ନୁହେଁ, ଜଳପଥ ଦେଇ ଆଣିବା କାରଣରୁ ପ୍ରତି କଣ୍ଟେନର ବାବଦରେ ପ୍ରାୟ ସାଢ଼େ 4 ହଜାର ଟଙ୍କାର ସଞ୍ଚୟ ମଧ୍ୟ ହୋଇଛି । ଅର୍ଥାତ ଏ ଯେଉଁ ଜିନିଷ ଆସିଛି । 70-75 ହଜାର ଟଙ୍କା ସିଧା ସଳଖ ଭାବେ ବଞ୍ଚିଯାଇଛି । ଅର୍ଥାତ ମୋଟାମୋଟି ଭାବେ ମିଶାଇଲେ, ଏହି ଜଳପଥରେ ସମୟ ଏବଂ ଅର୍ଥ ବଞ୍ଚିବ, ସଡ଼କ ପଥରେ ଭିଡ଼ ମଧ୍ୟ କମ୍ ହେବ, ଇନ୍ଧନର ଖର୍ଚ୍ଚ ମଧ୍ୟ କମ୍ ହେବ ଏବଂ ଗାଡ଼ିଧୂଆଁ ଦ୍ୱାରା ହେଉଥିବା ପ୍ରଦୂଷଣରୁ ମଧ୍ୟ ରକ୍ଷା ମିଳିବ ।
ସାଥୀଗଣ, ଗୋଟିଏ ସମୟ ଥିଲା ଯେତେବେଳେ ଆମ ଦେଶର ନଦୀଗୁଡ଼ିକରେ ମଧ୍ୟ ବଡ଼-ବଡ଼ ଜହାଜ ଚାଲୁଥିଲା । କିନ୍ତୁ ସ୍ୱାଧୀନତା ପରର ଏହି ବର୍ଷ ଗୁଡ଼ିକର ସମୟ ମଧ୍ୟରେ ଏହି ପଥକୁ ସୁଦୃଢ଼ କରିବା ଉପରେ ବହୁତ ଧ୍ୟାନ ଦେବା ପରିବର୍ତେ ତାହାର ଉପେକ୍ଷା କରାଯାଇଛି । ଦେଶର କ୍ଷତି କରି ଦେଲେ । ଆପଣ ମାନେ ଚିନ୍ତା କରନ୍ତୁ, ଦେଶର ସାମର୍ଥ୍ୟ, ଆମର ନଦୀ ମାନଙ୍କର ଶକ୍ତି ସହିତ ପୂର୍ବ ସରକାର କେତେ ବଡ଼ ଅନ୍ୟାୟ କରିଥିଲେ ।
ଦେଶର ସାମର୍ଥ୍ୟ ସହିତ ହେଉଥିବା ଏହି ଅନ୍ୟାୟକୁ ସମାପ୍ତ କରିବାର କାର୍ଯ୍ୟ ଆମ ସରକାର କରୁଛନ୍ତି । ଏବେ ଆଜି ଦେଶରେ 100 ରୁ ଅଧିକ ଜାତୀୟ ଜଳପଥ ଉପରେ କାମ ହେଉଛି । ବାରଣାସୀ-ହଳଦିଆ ଜଳପଥ ମଧ୍ୟ ସେଥି ମଧ୍ୟରୁ ଗୋଟିଏ । ବାରଣାସୀରୁ ହଳଦିଆ ମଧ୍ୟରେ ଫାରକ୍କା, ସାହିବଗଞ୍ଜ, ବକ୍ସରରେ 5 ହଜାର କୋଟିରୁ ଅଧିକ ଖର୍ଚ୍ଚ କରି ଅନେକ ସୁବିଧା ସବୁ ବିକଶିତ କରାଯାଉଛି । ଏହି ଜଳପଥ ଦ୍ୱାରା କେବଳ ଉତ୍ତରପ୍ରଦେଶ ହିଁ ନୁହେଁ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ, ଅର୍ଥାତ ପୂର୍ବ ଭାରତର ଏକ ବଡ଼ ଅଞ୍ଚଳକୁ ବହୁତ ବଡ଼ ଲାଭ ହେବ ।
ଭାଇ ଓ ଭଉଣୀମାନେ, ଏହି ଜଳପଥ କେବଳ ଜିନିଷପତ୍ର ବୋହିବା କାମ କରିବ ନାହିଁ ବରଂ ଏହା ଆମର ପର୍ଯ୍ୟଟନକୁ, ପୂର୍ବ ଭାରତର ତୀର୍ଥକୁ ପୂର୍ବ-ଏସିଆ ଦେଶ ସହିତ ଯୋଡ଼ିବା କାମ ମଧ୍ୟ କରିବାକୁ ଯାଉଛି । ବାରଣାସୀ ସମେତ ପୂର୍ବାଞ୍ଚଳ, ପୂର୍ବ ଭାରତର ଅନେକ ଅଞ୍ଚଳ, ସମୟ ସହିତ କ୍ରୁଜ୍ ଟୁରିଜିମ୍ ପାଇଁ ମଧ୍ୟ ପରିଚିତ ହେବ । ଆଉ ଏ ସବୁ କାଶୀର ସଂସ୍କୃତି ଏବଂ କାଶୀର ସଭ୍ୟତା ଅନୁରୂପ ହିଁ ହେବ, ପାରମ୍ପରିକ କାଶୀର ଆଧୁନିକ ସ୍ୱରୂପର ଅବଧାରଣା ସହିତ ବିକାଶର ନକ୍ସା ଚାଲିବ ।
ଭାଇ ଓ ଭଉଣୀମାନେ, ଆଧୁନିକ ସୁବିଧା ଗୁଡ଼ିକ ସହିତ ଏହି ପ୍ରାଚୀନ ସଡ଼କ, ପ୍ରକୃତି, ସଂସ୍କୃତି ଏବଂ ଦୁଃସାହାସିକ କାର୍ଯ୍ୟର ସଙ୍ଗମ ସ୍ଥଳ ହେବାକୁ ଯାଉଛି ।
ସାଥୀଗଣ, ବାରଣାସୀ ହେଉ, ଭଦୋହୀ ହେଉ, ମିର୍ଜାପୁର ହେଉ, ଏହା ଗାଲିଚା ଉଦ୍ୟୋଗର କେନ୍ଦ୍ର ହୋଇ ରହି ଆସିଛି ଆଉ ଏବେ ଏହା ଦେଶର ବୟନ ଶିଳ୍ପ ରପ୍ତାନୀର ମଧ୍ୟ ଗ୍ଲୋବାଲ ହବ୍ ହେଉଛି । ବିଗତ ମାସରେ ହିଁ ପ୍ରଥମ ଥର, ଦୀନ ଦୟାଲ ହସ୍ତକଳା ସଙ୍କୁଳରେ ବହୁତ ହିଁ ସଫଳତାର ସହିତ ଭାରତୀୟ ଗାଲିଚା ପ୍ରଦର୍ଶନୀର ଆୟୋଜନ କରାଗଲା । ଦିଲ୍ଲୀରୁ ମୁଁ ଏହି ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲି । ବାରଣାସୀରୁ କୋଲକାତା ପର୍ଯ୍ୟନ୍ତ ଜାତୀୟ ଜଳପଥର ଶୁଭାରମ୍ଭ ହେତୁ ଏ କ୍ଷେତ୍ର ସହିତ ଜଡ଼ିତ ଲୋକ ମାନଙ୍କୁ ମଧ୍ୟ ବହୁତ ଲାଭ ହେବ, ସେମାନଙ୍କୁ ରପ୍ତାନୀ କରିବାରେ ଅଧିକ ସାହାଯ୍ୟ ମିଳିବ ।
ସାଥୀଗଣ, ସୁଗମତାର ସୁବିଧା ଦ୍ୱାରା ସିଧା ସଳଖ ସମ୍ପର୍କ ହୋଇଥାଏ ଏବଂ ସୁବିଧାମାନ ବେଳେ ବେଳେ ଗୌରବର କାରଣ ମଧ୍ୟ ହୋଇଥାଏ । ବାବତପୁର ବିମାନବନ୍ଦର ଦ୍ୱାରା ଯୋଡ଼ିବାକୁ ଥିବା ବିଶ୍ୱସ୍ତରୀୟ ସଡ଼କ ହେଉଛି ଏହାର ଉଦାହରଣ । ମୋତେ ଅବଗତ କରାଯାଇଛି କି, ଲୋକ ମାନେ ବହୁତ ଦୂରରୁ ସେଲଫି ନେବା ପାଇଁ ଆସୁଛନ୍ତି । ସଂପୂର୍ଣ୍ଣ ଭାବେ ସାମାଜିକ ଗଣମାଧ୍ୟମରେ ବନାରସ ନିଜର ପ୍ରାଧାନ୍ୟ ବିସ୍ତାର କରିଛି । ଏହି ସଡ଼କ ପ୍ରାଧାନ୍ୟ ବିସ୍ତାର କରିଛି । ଏବେ ହେଉଛି ଉତ୍ସବର ସମୟ । ଆପଣ ମାନଙ୍କ ମଧ୍ୟରୁ ଯିଏ ମଧ୍ୟ ଏଥର ଉଡ଼ାଜାହାଜରେ ଘରକୁ ଆସିଥିବେ, ସେ ବାବତପୁର ବିମାନବନ୍ଦରରୁ ବାହାରି ପରେ ହିଁ ଗର୍ବରେ ଫୁଲି ଉଠିଥିବେ । ମୋତେ ଅବଗତ କରାଯାଇଛି କି କିଛି ଦିନ ପାଇଁ ବାହାରକୁ ଯାଇଥିବା ଲୋକମାନେ, ଏବେ ଯେତେବେଳେ ସହର ମଧ୍ୟକୁ ଫେରି ଆସୁଛନ୍ତି ତ ସେମାନଙ୍କୁ ବିଶ୍ୱାସ ହିଁ ହେଉ ନାହିଁ କି ସେମାନେ ସେହି ହରହୁଆ ଏବଂ ତରନା-ଶିବପୁରର ରାସ୍ତା ମଧ୍ୟ ଦେଇ ଆସୁଛନ୍ତି । ଆପଣ ମାନେ ମଧ୍ୟ ସେହି ଦିନକୁ ମନେ ପକାନ୍ତୁ, ଯେତେବେଳେ ଏହି ରାସ୍ତାରେ ଭିଡ଼ କାରଣରୁ ଆପଣଙ୍କର ବିମାନ ଚାଲି ଯାଉଥିଲା, ବିମାନବନ୍ଦରରେ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ କେତେ ଘଣ୍ଟା ଆଗରୁ ଘରୁ ବାହାରିବାକୁ ପଡ଼ୁଥିଲା । ସଡ଼କରେ ଖାଲଖମା ଆପଣମାନଙ୍କୁ କନ୍ଦେଇ ଦେଉଥିଲେ । ଏବେ ଏ ପରିସ୍ଥିତି ବଦଳି ଯାଇଛି ।
ସାଥୀଗଣ, 880 କୋଟି ଟଙ୍କାରୁ ଅଧିକ ବ୍ୟୟରେ ବାବତପୁର ବିମାନବନ୍ଦରକୁ ସହର ସହିତ ସଂଯୋଗ କରୁଥିବା ସଡ଼କର ନା କେବଳ ପ୍ରଶସ୍ତ କରାଯାଇଛି – 4 ଲେନ୍ ବିଶିଷ୍ଟ ହୋଇ ଯାଇଛି, ବରଂ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଲାଗିଛି । ଏହି ସଡ଼କ ଦ୍ୱାରା କାଶୀବାସୀଙ୍କର, ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କର ସମୟ ତ ବଞ୍ଚିବ ହିଁ, ଜୈନପୁର, ସୁଲତାନପୁର ଏବଂ ଲକ୍ଷ୍ନୌ ପର୍ଯ୍ୟନ୍ତର ଯାତ୍ରା ମଧ୍ୟ ସୁଗମ ହୋଇଯିବ । ସହରର ରିଙ୍ଗ ରୋଡ଼୍ ର ପ୍ରଥମ ପର୍ଯ୍ୟାୟ ମଧ୍ୟ ଆଜି କାଶୀ ବାସୀଙ୍କୁ ସମର୍ପିତ କରା ଯାଇଛି । ପ୍ରାୟ 760 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ସଡ଼କ ଦ୍ୱାରା ଗୋରଖପୁର, ଲକ୍ଷ୍ନୌ, ଆଜମଗଡ଼ ଏବଂ ଅଯୋଧ୍ୟା ଆଡ଼କୁ ଯାଆସ କରୁଥିବା ଯାନବାହାନକୁ ସହର ମଧ୍ୟକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ ।
ସାଥୀଗଣ, ସଡ଼କର ଏହି ଦୁଇଟି ପ୍ରକଳ୍ପ, ବନାରସ ସହରର ଦଶ ବର୍ଷ ତଳର ଦାବୀ ରହିଥିଲା । ପ୍ରଧାନମନ୍ତ୍ରୀ ହେବାର 6 ମାସ ମଧ୍ୟରେ ହିଁ ମୁଁ ଏହି ଦୁଇଟି ଯାକ ପ୍ରକଳ୍ପକୁ ଦ୍ରୁତ ଗତିରେ ସଂପୂର୍ଣ୍ଣ କରିବାର ପ୍ରୟାସ କରିଥିଲି । ଆପଣ ମାନଙ୍କ ସହଯୋଗ ଦ୍ୱାରା ହିଁ ଏହି ଦୁଇଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି । ଏବେ ରିଙ୍ଗ – ରୋଡ଼ର ଦ୍ୱିତୀୟ ପର୍ଯ୍ୟାୟର କାମ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ତାହାକୁ ମଧ୍ୟ ଶୀଘ୍ର ସଂପୂର୍ଣ୍ଣ କରାଯିବ ।
ଏହି ପ୍ରକଳ୍ପ ଗୁଡ଼ିକ ଦ୍ୱାରା ଯେଉଁଠି ଗୋଟିଏ ପଟେ ବନାରସ ସହରରେ ଭିଡ଼ ଜନିତ ସମସ୍ୟା ଦୂର ହେବ, ସେଠି ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ ଏବଂ ଆପଣ ମାନଙ୍କର ସମୟ ମଧ୍ୟ ବଞ୍ଚିବ । ଏହାଦ୍ୱାରା ପର୍ଯ୍ୟଟକମାନଙ୍କୁ ସାରନାଥ ଯିବା ମଧ୍ୟ ସହଜ ହୋଇଯିବ । ରାମନଗରରେ ଯେଉଁ ହେଲିପୋର୍ଟ ହେବାକୁ ଅଛି, ଯାହାର ଶିଳାନ୍ୟାସ କିଛି ସମୟ ପୂର୍ବରୁ ହୋଇଛି, ତାହାଦ୍ୱାରା ମଧ୍ୟ ଏଠାକାର ପର୍ଯ୍ୟଟନକୁ ବିଶେଷ ଲାଭ ମିଳିବାକୁ ଯାଉଛି ।
ସାଥୀଗଣ, ଯୋଗାଯୋଗ ଦ୍ୱାରା ପର୍ଯ୍ୟଟନ ଏବଂ ରୋଜଗାର ତ ବୃଦ୍ଧି ହୋଇଥାଏ, ଦେଶ ପ୍ରତି ବିଶ୍ୱାସ, ସରକାରୀ କଳ ପ୍ରତି ଭରସା, ତାହା ମଧ୍ୟ ବହୁତ ବଢ଼ି ଯାଇଥାଏ । ଆଜି ହିଁ ବନାରସରେ ଯେତିକି ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି । ତାହାଦ୍ୱାରା ମଧ୍ୟ ଏଠାକାର ଯୁବକମାନଙ୍କ ପାଇଁ ରୋଜଗାରର ଅନେକ ନୂତନ ଅବସର ଖୋଲିଛି ।
ଭାଇ ଓ ଭଉଣୀ ମାନେ, ଭାଜପାର ସରକାରମାନଙ୍କ ପାଇଁ, ଭାଜପାର ନେତୃତ୍ୱରେ ଚାଲୁଥିବା ସରକାରମାନଙ୍କ ପାଇଁ ଦେଶ ଏବଂ ଦେଶବାସୀଙ୍କ ବିକାଶ ହେଉ ଏହା ହେଉଛି ଆମ ପାଇଁ ସବୁକିଛି । ଏବେ ଦେଶ କେବଳ ଏବଂ କେବଳ ବିକାଶର ରାଜନୀତି ଚାହୁଁଛି । ଜନତା ନିଜର ନିଷ୍ପତ୍ତି ବିକାଶକୁ ଦେଖିକରି ହିଁ କରୁଛନ୍ତି, ଭୋଟବ୍ୟାଙ୍କର ରାଜନୀତିକୁ ଦେଖି କରୁନାହାଁନ୍ତି ।
ବିଗତ ଚାରି ବର୍ଷ ମଧ୍ୟରେ କେତେ ଦ୍ରୁତ ଗତିରେ ଆଧୁନିକ ଭିତ୍ତିଭୂମିର ବିକାଶ ହୋଇଛି, ତାହା ଏବେ ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହେଉଛି । ଦୁର୍ଗମ ସ୍ଥାନ ମାନଙ୍କରେ ନୂଆ-ନୂଆ ବିମାନବନ୍ଦର, ଆଦିବାସୀ କ୍ଷେତ୍ର, ଉତ୍ତର-ପୂର୍ବର ଦୂର ଦୂରାନ୍ତର ଅଞ୍ଚଳରେ ପ୍ରଥମ ଥର ପାଇଁ ପହଞ୍ଚୁଥିବା ଟ୍ରେନ, ଗ୍ରାମୀଣ ସଡ଼କ ଏବଂ ରାଜକୀୟ ଜାତୀୟ ରାଜପଥ, ଏକ୍ସପ୍ରେସ୍ ୱେର ଜାଲ, ଏହା ଆମ ସରକାରଙ୍କର ପରିଚୟ ହୋଇ ଯାଇଛି ।
ସାଥୀଗଣ, ଆମେ କେବଳ ସଂସାଧନର ବିକାଶ ଉପରେ ହିଁ ଗୁରୁତ୍ୱ ଦେଇ ନାହୁଁ, ବରଂ ସାଧାରଣ ମାନବର ଛୋଟ-ଛୋଟ ଆବଶ୍ୟକତା, ଯେପରି କି ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ୱର ସହିତ କାମ କରିଛୁ । ଗ୍ରାମୀଣ ସ୍ୱଚ୍ଛତାର ଯେଉଁ ବ୍ୟପକତା 2014ରେ ଆମେ ଆସିବା ପୂର୍ବରୁ 40 ପ୍ରତିଶତରୁ କମ୍ ଥିଲା, ତାହା ଏବେ 95 ପ୍ରତିଶତରୁ ଅଧିକ ହୋଇ ସାରିଛି । ଆୟୁଷ୍ମାନ ଭାରତ ଯୋଜନା କାରଣରୁ, ଗରିବରୁ ଗରିବ ବ୍ୟକ୍ତିର, ଜଟିଳ ଭାବେ ରୋଗଗ୍ରସ୍ତ ପରିସ୍ଥିତିରେ ହାସପାତାଳରେ ଚିକିତ୍ସା ସୁନିଶ୍ଚିତ ହୋଇଛି । ଏହି ଯୋଜନା ମାଧ୍ୟମରେ ଏ ପର୍ଯ୍ୟନ୍ତ 2 ଲକ୍ଷରୁ ଅଧିକ ଗରିବଙ୍କୁ ମାଗଣାରେ ଚିକିତ୍ସା ମିଳିଛି । ଆଉ ଯୋଜନାକୁ ଏବେ 40 ଦିନରୁ ଅଧିକ ସମୟ ହୋଇ ନାହିଁ ।
ସାଥୀଗଣ, ଆମେ କେବଳ ମନୁଷ୍ୟଙ୍କର ସ୍ୱାସ୍ଥ୍ୟର ହିଁ ଚିନ୍ତା କରି ନାହୁଁ ବରଂ ଆମର ଜୀବନ ଧାରା, ଆମର ନଦୀ ଗୁଡ଼ିକୁ ମଧ୍ୟ ସୁସ୍ଥ ରଖିବାର ସଂକଳ୍ପ ନେଇଛୁ । ଏହି ଭାବନାର ସହିତ ମାଆ ଗଙ୍ଗାଙ୍କୁ ସଫା ସୁତୁରା ରଖିବା ପାଇଁ ଚାଲୁ ରହିଥିବା ମିଶନ ନମାମୀ ଗଙ୍ଗେ ଆଜି ନୂତନ ସ୍ତରରେ ଯାଇ ପହଞ୍ଚିଛି ।
ଗଙ୍ଗା ମାତାଙ୍କ ସହିତ ମିଶୁଥିବା ମଇଳା ପାଣିର ବିଶୋଧନ ପାଇଁ 4 ଶହ କୋଟିରୁ ଅଧିକର ୪ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ଏବେ କିଛି ସମୟ ପୂର୍ବରୁ ମୋତେ କରିବାର ସୌଭାଗ୍ୟ ମିଳିଛି । ଦୀନାପୁରରେ ପରିମଳ ପରିଚାଳନା ସହିତ ଜଡ଼ିତ ତିନୋଟି ପ୍ଳାଣ୍ଟ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ସହରର ଆବର୍ଜନାକୁ ମାଆ ଗଙ୍ଗାଙ୍କ ସହିତ ମିଶିବାକୁ ଦେବାଠାରୁ ରକ୍ଷା କରିବାକୁ ଯାଉଛି । ସେଠାରେ ରାମନଗରର ପ୍ଳାଣ୍ଟ ମଧ୍ୟ ଶୀଘ୍ର ମାଆ ଗଙ୍ଗାଙ୍କ ସେବା ପାଇଁ ପ୍ରସ୍ତୁତ ହୋଇ ଯିବ ।
ସାଥୀଗଣ, ଆମ ସରକାର ମାଆ ଗଙ୍ଗାଙ୍କ ଅର୍ଥ ପାଣିରେ ବୁହାଇ ଦେଉ ନାହାନ୍ତି ବରଂ ଗଙ୍ଗାକୁ ଯେଉଁ ଅପରିଷ୍କାର ପାଣି ଆସୁଛି ତାକୁ ପରିଷ୍କାର କରିବାରେ ଲାଗିଛନ୍ତି । ନମାମୀ ଗଙ୍ଗେ ମିଶନ ଅଧୀନରେ ଏ ପର୍ଯ୍ୟନ୍ତ 23 ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇ ସାରିଛି । 5 ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲୁ ରହିଛି । ଗଙ୍ଗାକୂଳରେ ଥିବା ପାଖାପାଖି ସମସ୍ତ ଗାଁ ଏବେ ଖୋଲା ମଳମୁକ୍ତ ଗାଁ ହୋଇଯାଇଛି । ଏହି ପ୍ରକଳ୍ପ ଗଙ୍ଗୋତ୍ରୀଠାରୁ ଆରମ୍ଭ କରି ଗଙ୍ଗାସାଗର ପର୍ଯ୍ୟନ୍ତ ଗଙ୍ଗାକୁ ଅବିରତ, ନିର୍ମଳ ରଖିବା ହେଉଛି ଆମ ସଂକଳ୍ପର ଏକ ଅଂଶ ।
ଆଜି ଯଦି ଏହି ଅଭିଯାନ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ତ, ଏହା ପଛରେ ଜନ ଭାଗିଦାରୀ ହିଁ ରହିଛି, ନଦୀ ଗୁଡିକ ପ୍ରତି ପ୍ରତ୍ୟେକ ନାଗରିକଙ୍କ ମନରେ ଜାଗ୍ରତ ହୋଇଥିବା ଦାୟିତ୍ୱର ଭାବନା ଯୋଗୁଁ ହୋଇଛି । ନଚେତ ମା ଗଙ୍ଗାର ସଫାଇ ନାମରେ କିଭଳି ପୂର୍ବ ସରକାର ହଜାର ହଜାର କୋଟି ଟଙ୍କା ପାଣିରେ ବୁହାଇ ଦେଇଥିଲେ, ଏହା ଆମେ ଭଲ ଭାବେ ଜାଣିଛେ ।
ସାଥୀଗଣ, ଆଜି ଏଠାରେ ବାରଣାସୀର କିଛି ଅଞ୍ଚଳରେ ହୋଇଥିବା ବିଜୁଳି ସଂସ୍କାର କାର୍ଯ୍ୟର ମଧ୍ୟ ଲୋକାର୍ପଣ କରାଯାଇଛି । ପୁରୁଣା କାଶୀ ବ୍ୟତୀତ ଆହୁରି କିଛି କ୍ଷେତ୍ରରେ ଆଇପିଡିଏସ ଯୋଜନା ଅଧୀନରେ କାର୍ଯ୍ୟ ସମ୍ପନ୍ନ ହୋଇଛି । ବିଜୁଳି ତାରର ଯେଉଁ ଜାଲ ଲଟକି ରହୁଥିଲା, ତାହା ଏବେ ଭୂତଳ ବ୍ୟବସ୍ଥା ମାଧ୍ୟମରେ କରାଯାଇଛି । ଏହା ମଧ୍ୟ ଭବ୍ୟ କାଶୀ ପ୍ରତି ଆମ ସ୍ୱପ୍ନ ସାକାର କରିବା ଦିଗରେ ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଗାମୀ ଦିନରେ ସହରର ଅନ୍ୟ ଅଞ୍ଚଳକୁ ମଧ୍ୟ ଏହି କାର୍ଯ୍ୟକୁ ସମ୍ପ୍ରସାରଣ କରିଦିଆଯିବ ।
ସାଥୀଗଣ, ଆପଣଙ୍କ ପ୍ରୟାସ ଏବଂ ପ୍ରେରଣା ଯୋଗୁଁ ଆଜି ଚିର ପୁରାତନ କାଶୀର ନୂତନ ଛବି ଦେଶ-ଦୁନିଆ ସାମ୍ନାକୁ ଆସିବାରେ ଲାଗିଛି । ଏବେ ଆମେ ଏହାକୁ ରକ୍ଷଣାବେକ୍ଷଣ କରି ସୁରକ୍ଷିତ କରି ରଖିବାର ଅଛି, ଫଳରେ ଆମର ଏହି ଗୌରବଶାଳୀ ସହରର ଗୌରବଗାନ ସାରା ଦୁନିଆରେ ହେଉ ଥାଉ ।
ଆସନ୍ତା ବର୍ଷ ଜାନୁଆରୀରେ ପ୍ରବାସୀ ଭାରତୀୟ ଦିବସ ମଧ୍ୟ କାଶୀର ପବିତ୍ର ଭୂମିରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଆୟୋଜନ ପାଇଁ ମୁଁ ମଧ୍ୟ ଆପଣମାନଙ୍କ ଭଳି ମଧ୍ୟ ଦେଶ ଦୁନିଆରୁ ଆସୁଥିବା ଲୋକଙ୍କୁ ସ୍ୱାଗତ କରିବା ପାଇଁ ବାରଣାସୀରେ ଉପସ୍ଥିତ ରହିବି । ସେହି ସମୟରେ ପ୍ରୟାଗରାଜରେ ଅର୍ଦ୍ଧକୁମ୍ଭ ମଧ୍ୟ ଆୟୋଜନ ହେଉଛି । ସେଠାରୁ ମଧ୍ୟ ଅନେକ ଲୋକ ବାରଣାସୀ ଆସିବେ ।
ଆମ ସମସ୍ତଙ୍କ ଇଚ୍ଛା କି ଦୁନିଆର ସବୁଠାରୁ ପ୍ରାଚୀନ ସହରର ଗାରିମା ଏବଂ ସବୁଠାରୁ ଭଲ ସୁବିଧାର ଏପରି ସଙ୍ଗମ ହେବ କି କାଶୀର ସ୍ମୃତି, ଏଠାକୁ ଆସୁଥିବା ଲୋକଙ୍କ ଜୀବନରେ ସ୍ମରଣୀୟ ହୋଇରହିଯାଉ, ସେମାନେ ବାରମ୍ବାର ଏଠାକୁ ଆସନ୍ତୁ ଏପରି ବାତାବରଣ ସବୁବେଳେ ସୃଷ୍ଟି ହେଉ ।
ଶେଷରେ ପୁଣି ଥରେ ଆପଣ ସମସ୍ତଙ୍କୁ ଏହି ସମସ୍ତ ସୁବିଧାଗୁଡିକ ପାଇଁ, ବିକାଶର ନୂଆ-ନୂଆ ପ୍ରକଳ୍ପ ପାଇଁ ଅନେକ-ଅନେକ ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି । ଆପଣ ସମସ୍ତଙ୍କୁ, ପୂର୍ବାଞ୍ଚଳ ଏବଂ ପୂର୍ବ ଭାରତର ମୋର ସାଥୀମାନଙ୍କୁ ଛଠ୍ ପୂଜା ଅବସରରେ ପୁଣି ଥରେ ବହୁତ ବହୁତ ଶୁଭକାମନା ଜଣାଉଛି ।
ଜୟ ଚ୍ଛଠି ମଆ !!!
ହର ହର ମହାଦେବ!
***************
इस बार मेरा सौभाग्य रहा कि मुझे दीपावली के दिन बाबा केदारनाथ के दर्शन करने का अवसर मिला।
— PMO India (@PMOIndia) November 12, 2018
अब बाबा विश्वनाथ की नगरी में, आपसे आशीर्वाद लेने का मौका मिला है।
उत्तराखंड में, मैं माता भगीरथी की पूजा करके धन्य हुआ, तो आज यहां, अब से कुछ देर पहले मां गंगा के दर्शन भी किए: PM
काशी के लिए, पूर्वांचल के लिए, पूर्वी भारत के लिए, पूरे भारतवर्ष के लिए, आज का ये दिन बहुत ऐतिहासिक है।
— PMO India (@PMOIndia) November 12, 2018
आज वाराणसी और देश, विकास के उस कार्य का गवाह बना है, जो दशकों पहले हो जाना चाहिए था: PM
वाराणसी और देश, इस बात का गवाह बना है कि संकल्प लेकर जब कार्य समय पर सिद्ध किए जाते हैं, तो उसकी तस्वीर कितनी भव्य और कितनी गौरवमयी होती है
— PMO India (@PMOIndia) November 12, 2018
वाराणसी और देश, इस बात का गवाह बना है कि Next Gen Infrastructure की अवधारणा, कैसे ट्रांसपोर्ट के तौर-तरीकों का कायाकल्प करने जा रही है: PM
कुछ देर पहले मैंने नदी मार्ग से पहुंचे देश के पहले कंटेनरवेसल का स्वागत किया।
— PMO India (@PMOIndia) November 12, 2018
आज मैं प्रफल्लित हूं कि देश ने जो सपना देखा था वो आज साकार हुआ है।
ये कंटेनर वेसल चलने का मतलब है कि पूर्वी उत्तर प्रदेश, पूर्वांचल और पूर्वी भारत जलमार्ग से अब बंगाल की खाड़ी से जुड़ गया है: PM
आज यहां बाबतपुर हवाई अड्डे से शहर को जोड़ने वाली सड़क, रिंग रोड, कनेक्टिविटी से जुड़े प्रोजेक्ट, बिजली के तारों को अंडरग्राउंड करने से जुड़ी परियोजना, मां गंगा को प्रदूषण मुक्त करने के प्रयासों को बल देने वाली अनेक परियोजनाओं का भी लोकार्पण और शिलान्यास यहां किया गया है: PM
— PMO India (@PMOIndia) November 12, 2018
इस जलमार्ग से समय और पैसा बचेगा,
— PMO India (@PMOIndia) November 12, 2018
सड़क पर भीड़ भी कम होगी,
ईंधन का खर्च भी कम होगा और
गाड़ियों से होने वाले प्रदूषण से भी राहत मिलेगी: PM
800 करोड़ रुपए की लागत से बाबतपुर एयरपोर्ट को शहर से जोड़ने वाली सड़क ना सिर्फ चौड़ी हो गई है, बल्कि देश-विदेश के पर्यटकों को अपनी तरफ आकर्षित करने लगी है।
— PMO India (@PMOIndia) November 12, 2018
इस सड़क से काशी वासियों का, पर्यटकों का समय तो बचेगा ही, जौनपुर, सुल्तानपुर और लखनऊ तक की यात्रा भी सुगम हो जाएगी: PM
बीते 4 वर्षों में कितनी तेजी के साथ आधुनिक इंफ्रास्ट्रक्चर का विकास हुआ है, वो अब स्पष्ट दिखता है।
— PMO India (@PMOIndia) November 12, 2018
दुर्गम स्थानों पर नए एयरपोर्ट,
नॉर्थईस्ट के दूर दराज के क्षेत्रों में पहली बार पहुंच रही ट्रेन,
ग्रामीण सड़कों और शानदार हाईवे का जाल,
ये हमारी सरकार की पहचान बन चुका है: PM
नमामि गंगे मिशन के तहत अब तक 23 हजार करोड़ रुपए की परियोजनाओं को स्वीकृति दी जा चुकी है।
— PMO India (@PMOIndia) November 12, 2018
गंगा के किनारे के करीब-करीब सारे गांव अब खुले में शौच से मुक्त हो चुके हैं।
ये प्रोजेक्ट्स गंगोत्री से लेकर गंगासागर तक गंगा को अविरल, निर्मल बनाने के हमारे संकल्प का हिस्सा हैं: PM
A special day in the development journey of Kashi, a city that is revered and admired by every Indian. pic.twitter.com/mPcAtLLw6w
— Narendra Modi (@narendramodi) November 12, 2018
Harnessing our waterways for progress and prosperity. pic.twitter.com/zklCg0lzkA
— Narendra Modi (@narendramodi) November 12, 2018
It is gladdening to see Kashi emerge as a textile hub, drawing people from all over the world.
— Narendra Modi (@narendramodi) November 12, 2018
This also means the city needs better infrastructure, especially good quality roads, which we are working to provide. pic.twitter.com/3dC5mWe1FR