ପିଏମଇଣ୍ଡିଆ
ଭାରତ ମାତା କି ଜୟ, ଭାରତ ମାତା କି ଜୟ, ଭାରତ ମାତା କି ଜୟ, ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାୟକ ମହୋଦୟ, ଉତ୍ତର ପ୍ରଦେଶର ଯଶସ୍ୱୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, କେନ୍ଦ୍ର ସରକାରରେ ମୋର ସହଯୋଗୀ ରେଳମନ୍ତ୍ରୀ ଶ୍ରୀମାନ ପିୟୁଷ ଗୋଏଲ ମହାଶୟ, ଉତ୍ତର ପ୍ରଦେଶର ଭାରତୀୟ ଜନତା ପର୍ଟିର ଅଧ୍ୟକ୍ଷ ଏବଂ ସଂସଦରେ ମୋର ସହଯୋଗୀ ଶ୍ରମାନ ମହେନ୍ଦ୍ର ପାଣ୍ଡେ ମହାଶୟ, ଉତ୍ତର ପ୍ରଦେଶ ମନ୍ତ୍ରିପରିଷଦର ମାନନୀୟ ମନ୍ତ୍ରୀଗଣ, ଏଠାରେ ଉପସ୍ଥିତ ବିଧାୟକଗଣ, ବାଚସ୍ପତି ମହୋଦୟ ଏବଂ ବିପୁଳ ସଂଖ୍ୟାରେ ଆସିଥିବା ରାଏ ବରେଲୀର ମୋର ପ୍ରିୟ ଭାଇ ଓ ଭଉଣୀ ମାନେ ।
ଆଜି ମୁଁ ସେହି ଭୂମିରେ ଅଛି ଯାହା ଆଧ୍ୟାତ୍ମିକତା ଠାରୁ ନେଇ ସ୍ୱାଧୀନତା ସଂଗ୍ରାମର ଆନ୍ଦୋଳନ ଏବଂ ସାହିତ୍ୟ ଠାରୁ ନେଇ ରାଜନୀତି ପର୍ଯ୍ୟନ୍ତ ଦେଶକୁ ପ୍ରତ୍ୟେକ କ୍ଷେତ୍ରରେ ମାର୍ଗ ପ୍ରଦର୍ଶନ କରିଛି । ଏହା ମହାଋଷି ଯମଦଗ୍ନୀଙ୍କ ସମେତ ଅନେକ ଋଷି ମୁନିଙ୍କର ହେଉଛି ତପୋଭୂମି, ତ ପୁଣି ହେଉଛି ବୀରା ପାସୀ, ରାଣା ବେଣୀ ମାଧବ ବକ୍ସ ସିଂହଙ୍କ ବଳିଦାନର ଭୂମି । ଏହି ଭୂମି ହେଉଛି ଜାୟସୀର ଅପନତ୍ୱର ପର୍ଯ୍ୟାୟ ତ ଏହି ଭୂମିରେ ମହାବୀର ପ୍ରସାଦ ଦ୍ୱିବେଦୀଙ୍କର ରଚନା ଗୁଡ଼ିକ ସାକାର ରୂପ ଧାରଣ କରିଛି । ଏହି ଭୂମିରେ କୃଷକ ଆନ୍ଦୋଳନର ପ୍ରଣେତା ପଣ୍ଡିତ ଅମୋଲ ଶର୍ମା ହେଲେ, ତ ଏହି ଭୂମି ରାଜନାରାୟଣ ମହାଶୟଙ୍କୁ ମଧ୍ୟ ଆଶୀର୍ବାଦ ଦେଇଛି । ମୁଁ ରାଏ ବରେଲୀର ଏହି ମହାନ ଏବଂ ପୁଣ୍ୟଭୂମିକୁ ଏଠାକାର ଲୋକମାନଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି ।
ସାଥୀଗଣ, ଗୌରବମୟ ଇତିହାସ ସହିତ ଜଡ଼ିତ ଏହି କ୍ଷେତ୍ରର ବିକାଶ ପ୍ରତି କେନ୍ଦ୍ର ଏବଂ ଉତ୍ତର ପ୍ରଦେଶର ଭାଜପା ସରକାର ସମ୍ପୂର୍ଣ୍ଣ ଭାବେ ସମର୍ପିତ ଅଛନ୍ତି । ଏହି ଭାବନା ଅଧୀନରେ କିଛି ସମୟ ପୂର୍ବରୁ ଏଠାରେ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି । ସଡ଼କ, ଘର, ମେଡିକାଲ କଲେଜ ଭଳି ସେହି ସମସ୍ତ ପ୍ରକଳ୍ପ ଯେଉଁ ଗୁଡ଼ିକ କିଛି ସମୟ ପୂର୍ବରୁ ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି, ସେ ସବୁ ଆପଣ ସମସ୍ତଙ୍କ ଜୀବନକୁ ସରଳ ଏବଂ ସୁଗମ କରିବାରେ ସହାୟତା କରିବ । ଏ ସମସ୍ତ ସୁବିଧା ଗୁଡ଼ିକ ପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି ।
ସାଥୀଗଣ, ଏଠାକୁ ଆସିବା ପୂର୍ବରୁ ମୁଁ, ପାଖରେ ହିଁ ନିର୍ମାଣ କରାଯାଇଥିବା ଆଧୁନିକ ରେଳ ଡବା କାରଖାନାରେ ଥିଲି । ଏହି କାରଖାନାରେ ଚଳିତ ବର୍ଷ ନିର୍ମାଣ ହୋଇଥିବା 900 ତମ ରେଳ ଡବାକୁ ସବୁଜ ପତାକା ଦେଖାଇବାର ସୁଯୋଗ ମୋତେ ମିଳିଲା । ଯେଉଁ ଗତିରେ ଏବେ ଏଠାରେ କାର୍ଯ୍ୟ ହେଉଛି, ତାହା ବାସ୍ତବିକ ହେଉଛି ବହୁତ ପ୍ରଶଂସନୀୟ । ପୂର୍ବ ସରକାରଙ୍କର କିଭଳି କାର୍ଯ୍ୟ ସଂସ୍କୃତି ଥିଲା, କିଭଳି ଦେଶର ସାଧନ ଗୁଡ଼ିକ ସହିତ ଅନ୍ୟାୟ ହୋଇଛି, ତା’ର ମଧ୍ୟ ସାକ୍ଷୀ ହେଉଛି ରାଏ ବରେଲୀର ରେଳ ଡବା କାରଖାନା । ଆପଣ ମାନେ ଚିନ୍ତା କରନ୍ତୁ କି ଏହି କାରଖାନାକୁ 2007ରେ ମଞ୍ଜୁରି ମିଳିଥିଲା । ଲକ୍ଷ୍ୟ ଥିଲା, ବର୍ଷକୁ 1000 ନୂତନ ରେଳଡବା ନିର୍ମାଣ କରିବା । ବର୍ଷ 2010 ରେ ଏହି କାରଖାନା ନିର୍ମାଣ ହୋଇ ପ୍ରସ୍ତୁତ ମଧ୍ୟ ହୋଇଗଲା । କିନ୍ତୁ ଏହା ପରେ ଚାରି ବର୍ଷ ପର୍ଯ୍ୟନ୍ତ ଏହି କାରଖାନାରୁ କପୁରଥଲାକୁ ଡବା ନେଇ ସେଗୁଡ଼ିକରେ ପ୍ୟାଚ୍ ପକାଇବା ଏବଂ ରଙ୍ଗ କରିବାର କାମ ହେଲା । ଯେଉଁ କାରଖାନା ନୂତନ ଡବା ନିର୍ମାଣ କରିବା ପାଇଁ ଥିଲା, ତାହାର ସଂପୂର୍ଣ୍ଣ କ୍ଷମତାକୁ କେବେ ମଧ୍ୟ କାର୍ଯ୍ୟ କରିବାକୁ ଦିଆଗଲା ନାହିଁ । ପରିସ୍ଥିତି ଏଭଳି ଥିଲା କି 2014 ପର୍ଯ୍ୟନ୍ତ ଏଠାରେ କେବଳ 3 ପ୍ରତିଶତ ଯନ୍ତ୍ରପାତି ହିଁ କାର୍ଯ୍ୟ କରୁଥିଲା, 3 ପ୍ରତିଶତ ଯନ୍ତ୍ରପାତି ହିଁ କାର୍ଯ୍ୟ କରୁଥିଲା ।
ଆମେ ଏହି ପରିସ୍ଥିତିକୁ ପରିବର୍ତ୍ତନ କଲୁ, ଆମ ସରକାର ଆସିବାର ତିନି ମାସ ମଧ୍ୟରେ ଏଠାରୁ ଏଭଳି ଡବା ନିର୍ମାଣ କଲୁ ଯାହା ସଂପୂର୍ଣ୍ଣ ରୂପେ ରାଏବରେଲୀର କାରଖାନାରେ ହିଁ ନିର୍ମାଣ କରାଯାଇଥିଲା । ଭାଜପା ସରକାରଙ୍କର ଏହି ପ୍ରୟାସ ଦ୍ୱାରା ଏବେ ସମସ୍ତ ଯନ୍ତ୍ରପାତି ସଂପୂର୍ଣ୍ଣ କ୍ଷମତାର ସହିତ କାର୍ଯ୍ୟ କରୁଛି । ନୂତନ ଏବଂ ଆଧୁନିକ ଯନ୍ତ୍ରପାତି ଗୁଡ଼ିକୁ ଲଗାଇବାର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି । ଏହାର ପରିଣାମ ହେଉଛି କି ବିଗତ ବର୍ଷ ଏହି ରେଳଡବା କାରଖାନାରୁ.. ଭାଇ ମାନେ, ଆପଣ ମାନଙ୍କର ଭଲ ପାଇବାକୁ ମୁଁ ନମ୍ରତାର ସହିତ ଗ୍ରହଣ କରୁଛି, ଆପଣମାନଙ୍କର ଉତ୍ସାହକୁ ମଧ୍ୟ ମୁଁ ନମ୍ରତାର ସହ ଗ୍ରହଣ କରୁଛି କିନ୍ତୁ ମୋର ଆପଣମାନଙ୍କୁ ପ୍ରାର୍ଥନା କି ଟିକେ ଅନ୍ୟ ମାନଙ୍କୁ ମଧ୍ୟ ଶୁଣିବାକୁ ଦିଅନ୍ତୁ । ଏତେ ବିପୁଳ ସଂଖ୍ୟାରେ ଲୋକ ମାନେ ଆସିଛନ୍ତି । ଆପଣ ମାନଙ୍କର ଉତ୍ସାହ, ଆପଣ ମାନଙ୍କର ଉତ୍କଣ୍ଠା, ଆପଣମାନଙ୍କର ଭଲ ପାଇବା ଏହି ସବୁକୁ ମୁଁ ନମ୍ରତାର ସହିତ ଗ୍ରହଣ କରୁଛି, ଏବେ ଆପଣ ମାନେ ଅନୁମତି ଦେବେ ତ ମୁଁ ଆଗକୁ କହିବା ଆରମ୍ଭ କରିବି, ଆଗକୁ କହିବା ଆରମ୍ଭ କରିବି, କହିବି, ଆପଣ ମାନଙ୍କ ଅନୁମତି ବିନା ମୁଁ କୌଣସି କାର୍ଯ୍ୟ କରେ ନାହିଁ । ଦେଖନ୍ତୁ, ଏତେ ସ୍ନେହ, ଏତେ ଭଲ ପାଇବା, ଏତେ ଆଶୀର୍ବାଦ ଏହା ହେଉଛି ମୋର ସୌଭାଗ୍ୟ ଆଉ ଏଥିପାଇଁ ମୁଁ ଆପଣ ମାନଙ୍କ ନିକଟରେ କୃତଜ୍ଞ । କିନ୍ତୁ ଏଠାକୁ ଏତେ ବିପୁଳ ସଂଖ୍ୟାରେ ଲୋକ ଆସିଛନ୍ତି, ସେମାନଙ୍କୁ ମଧ୍ୟ କିଛି କଥା ଶୁଣିବାର ଅଛି । ତ ଆପଣ ମାନେ କିଛି ସମୟ ପାଇଁ ଆପଣ ମାନଙ୍କର ଏହି ଉତ୍ସାହକୁ ଏହି ଉତ୍କଣ୍ଠାକୁ ଟିକେ ଧରି ରଖିବେ କି? ପକ୍କା…ପ୍ରତିଶୃତି…ସାବାସ… । ରାଏ ବରେଲୀର ଯୁବକମାନେ ହେଉଛନ୍ତି ବହୁତ ଭଲ । ଏହାର ପରିଣାମ ହେଉଛି କି ଗତ ବର୍ଷ ଏହି ଡବା କାରଖାନାରୁ 711 ନୂତନ ଡବା ନିର୍ମାଣ ହୋଇ ବାହାରିଥିଲା । ଏବେ ମୁଁ ଚାହିଁବି ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ 1400 କୁ ଅତିକ୍ରମ କରିଯିବ ।
ସାଥୀଗଣ, ଏହି ଡବା କାରଖାନାର ଆଧୁନିକୀକରଣ କାର୍ଯ୍ୟ ନିରନ୍ତର ଜାରି ରହିଛି ଏବଂ ଆସନ୍ତା ଦୁଇ ତିନି ବର୍ଷରେ ନୂତନ ଡବା ନିର୍ମାଣ କ୍ଷେତ୍ରରେ ଏହାର କ୍ଷମତା 3 ହଜାର ପର୍ଯ୍ୟନ୍ତ ପହଂଚି ଯିବ ଆଉ ଆପଣମାନଙ୍କୁ ମୁଁ ମଧ୍ୟ ଏହା କହୁଛି କି ଆମର ପ୍ରୟାସ ହେଉଛି ପ୍ରତି ବର୍ଷ ଏହାକୁ 5000 ରେଳଡବା ନିର୍ମାଣ ପର୍ଯ୍ୟନ୍ତ ନେଇ ଯିବା । ଏହି ଡବା କାରଖାନା ପାଇଁ ଏବେ ଯେଉଁ କାର୍ଯ୍ୟ ହେଉଛି ତାହା କେବଳ ଭାରତରେ ହିଁ ନୁହେଁ, ଏହା ରାଏବରେଲୀର ରେଳଡବା ଉତ୍ପାଦନ କାରଖାନାକୁ ବିଶ୍ୱର ସବୁଠାରୁ ବଡ଼ ରେଳ ଡବା କାରଖାନା ଭାବେ ଗଢ଼ି ତୋଳିବ । ଆଉ ଭାଇ ଓ ଭଉଣୀ ମାନେ, ମୁଁ କ୍ଷୁଦ୍ର ଚିନ୍ତାଧାରା ରଖୁଥିବା ବ୍ୟକ୍ତି ନୁହେଁ । ଖୁବ ଶୀଘ୍ର ଏହି କାରଖାନାରେ ସାରା ଦେଶରେ ଚାଲୁଥିବା ମେଟ୍ରୋ ଟ୍ରେନର ଡବା ନିର୍ମାଣ ହେବ । ସ୍ୱଳ୍ପ ଦ୍ରୁତଗତି ରେଳ ପାଇଁ ସମ୍ପର୍ଣ୍ଣ ରେଳ ଡବା ନିର୍ମାଣ ହେବ । ଆଲୁମିନିୟମର ଆଧୁନିକ ଏବଂ ହାଲୁକା ଓଜନ ବିଶିଷ୍ଟ ମଜବୁତ ଡବା ମଧ୍ୟ ଏଠାରେ ନିର୍ମାଣ ହେବ ।
ଭାଇ ଓ ଭଉଣୀମାନେ, ଏହି ସମ୍ପ୍ରସାରଣ କେବଳ ଏଠାରେ ନିର୍ମାଣ ହେବାକୁ ଥିବା ଡବାର ସଂଖ୍ୟା ଏବଂ ଡବା କାରଖାନାର ହିଁ ନୁହେଁ । ଏହି ସମ୍ପ୍ରସାରଣ ଦ୍ୱାରା ଏଠାକାର ଲୋକ ମାନଙ୍କର ଜୀବନରେ ମଧ୍ୟ ଏକ ନୂତନ ସମ୍ପ୍ରସାରଣ ଆସିଛି । ଯଦି ଡବା କାରଖାନାର କ୍ଷମତା ବଢ଼ିବ ତ ଏଠାକାର ଯୁବକମାନଙ୍କ ପାଇଁ ଅନେକ ପ୍ରକାରର ରୋଜଗାର ବଢ଼ିବ । ସେହି ବିଗତ ଦିନ କଥା ଭାବନ୍ତୁ, ଯେତେବେଳେ ଏଠାରେ ପ୍ରତ୍ୟେକ ଦିନ ଦଶ-ବାର ରେଳଡବା ନିର୍ମାଣ ହେବ । ଏହି କାରଖାନାର କ୍ଷମତାର ସମ୍ପ୍ରସାରଣ ଶ୍ରମିକମାନଙ୍କ ପାଇଁ, ଇଂଜିନିୟର ମାନଙ୍କ ପାଇଁ, ଟେକ୍ନିସିଏନ ମାନଙ୍କ ପାଇଁ, ଡିପ୍ଲୋମାଧାରୀମାନଙ୍କ ପାଇଁ ମଧ୍ୟ ରୋଜଗାରର ନୂତନ ସୁଯୋଗ ନେଇ କରି ଆସିବ । କେବଳ ଏତିକି ହିଁ ନୁହେଁ ରାଏ ବରେଲୀର ଲଘୁ ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ମଧ୍ୟ ଏହାର ଲାଭ ମିଳିବ ।
ଭାଇ ଓ ଭଉଣୀମାନେ, ବର୍ଷ 2014 ପୂର୍ବରୁ ଏହି ରେଳଡବା କାରଖାନା ପାଇଁ ରାଏବରେଲୀର ସ୍ଥାନୀୟ ବଜାର ଗୁଡ଼ିକରୁ ସ୍ଥାନୀୟ ବ୍ୟବସାୟୀ ମାନଙ୍କଠାରୁ ଏକ କୋଟି ଟଙ୍କାରୁ କମ୍ ମୂଲ୍ୟର ଜିନିଷପତ୍ର କିଣା ଯାଉଥିଲା । ଏହି ଆଶ୍ଚର୍ଯ୍ୟଜନକ ସୂଚନା ଟିକକ ମୁଁ ଆପଣମାନଙ୍କୁ ଦେଉଛି । କହିବି ଆପଣ ମାନଙ୍କୁ, କହିବି… ଆମ ସରକାର ଗଠନ ହେବା ପୂର୍ବରୁ ଏହି କାରଖାନା ପାଇଁ ଯେଉଁ ଜିନିଷ ପତ୍ର ବ୍ୟବହାର ହେଉଥିଲା, ଏଠାକାର ସ୍ଥାନୀୟ ଲୋକ ମାନଙ୍କଠାରୁ କେବଳ 1 କୋଟି ଟଙ୍କାର ଜିନିଷ କିଣା ଯାଉଥିଲା । ସେ କଥା ଟିକେ ଶୁଣନ୍ତୁ, ଏଠାରେ ଭାଜପା ସରକାର ଗଠନ ହେବା ପରେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଶହେ ପଚିଶ କୋଟି ଟଙ୍କାର ଜିନିଷ ପତ୍ର ରେଳ ଡବା କାରଖାନା ପାଇଁ ଏଠାକାର ସ୍ଥାନୀୟ ବ୍ୟବସାୟୀ ମାନଙ୍କଠାରୁ କିଣା ଯାଇଛି ।
ଏବେ ଯେତେବେଳେ କାରଖାନାର ସମ୍ପ୍ରସାରଣ ହେବ ତ କ୍ରୟର ପରିମାଣର ମାତ୍ରା ମଧ୍ୟ ଆହୁରି ବୃଦ୍ଧି ପାଇବ । ମୋତେ ଅବଗତ କରାଯାଇଛି କି ଏବେ ରେଳ ମନ୍ତ୍ରଣାଳୟ ଏବଂ ଉତ୍ତରପ୍ରଦେଶ ସରମାର ଏଠାରେ ଏକ ରେଳ ଔଦୌଗିକ ପାର୍କ ମଧ୍ୟ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଔଦୌଗିକ ପାର୍କ ମାଧ୍ୟମରେ ରେଳ କାରଖାନାର ଜିନିଷପତ୍ର ଯୋଗାଣ ହୋଇ ପାରିବ ଆଉ ଏହାର ସିଧା ସଳଖ ଲାଭ ଏଠାକାର କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଉଦ୍ୟୋଗଗୁଡ଼ିକୁ ମିଳିବ ।
ସାଥୀଗଣ, ଆଜି ଆଉ ଏକ ତଥ୍ୟ ମୁଁ ରାଏବରେଲୀର ଲୋକ ମାନଙ୍କ ଆଗରେ ରଖିବାକୁ ଚାହୁଁଛି । ଯେତେବେଳେ ବିଗତ ସରକାର ଏଠାରେ ରେଳଡବା କାରଖାନା ନିର୍ମାଣ କଲେ, ସ୍ଥିର କରିଥିଲେ ତ ଏହା ମଧ୍ୟ ସ୍ଥିର ହୋଇଥିଲା କି 5000 କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ଏହା ପୂର୍ବ ସରକାର ସ୍ଥିର କରିଥିଲେ ଆଉ ଘୋଷଣା କରିଥିଲେ, ଫୁଲମାଳ ପିନ୍ଧିଥିଲେ, ଜିନ୍ଦାବାଦ ଧ୍ୱନି ମଧ୍ୟ ଦିଆ ଯାଇଥିଲା । କିନ୍ତୁ ଆପଣମାନେ ଏହା ଜାଣିକରି ଆଶ୍ଚର୍ଯ୍ୟ ହୋଇ ରହିଯିବେ କି ଘୋଷଣା କରା ଯାଇଥିବା ପଦବୀର ଅଧା ଲୋକଙ୍କୁ ହିଁ ନିଯୁକ୍ତି ଦିଆ ଯାଇଥିଲା । ଘୋଷଣା କରାଯାଇଥିଲା 5 ହଜାରର ଆଉ ନିଯୁକ୍ତି ମିଳିଥିଲା ତାହାର ଅଧା, କେବଳ ଏତିକି ହିଁ ନୁହେଁ, 2014 ରେ ଆମ ସରକାର ଆସିବା ପରେ ଆମେ ଏହା ମଧ୍ୟ ଦେଖିଲୁ କି ଏଠାକାର ରେଳଡବା କାରଖାନାରେ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆ ଯାଇ ନ ଥିଲା । ଆପଣମାନଙ୍କୁ କ’ଣ କ’ଣ କୁହା ଯାଇଥିଲା, ଆଉ ଆପଣ ମାନେ ମଧ୍ୟ କେଉଁ ଭଳି ଭାବେ ଜୟ-ଜୟ କାର କରି ଚାଲିଥିଲେ । ଜଣଙ୍କୁ ମଧ୍ୟ ମିଳି ନ ଥିଲା । ଯେଉଁ କର୍ମଚାରୀ ମାନେ ଏଠାରେ କାର୍ଯ୍ୟ କରୁଥିଲେ, ସେମାନଙ୍କୁ କପୁରଥଲାରୁ ଅଣା ଯାଇଥିଲା ।
ଏବେ ଆଜିକାର ସ୍ଥିତି ଏହା ହେଉଛି କି ପ୍ରାୟ 2 ହଜାର ନୂତନ କର୍ମଚାରୀମାନଙ୍କୁ ଆମ ସରକାର ନିଯୁକ୍ତ କରି ସାରିଛନ୍ତି । କେବଳ ଏତିକି ହିଁ ନୁହେଁ, ଅସ୍ଥାୟୀ କର୍ମଚାରୀ ମାନଙ୍କ ସଂଖ୍ୟା ମଧ୍ୟ ଯେଉଁଠି ବର୍ଷ 2014ରେ କେବଳ 200 ଥିଲା, ଏବେ ଆଜି ଏହା ବୃଦ୍ଧି ପାଇ ପ୍ରାୟ 1500 ହୋଇ ଯାଇଛି । ଆଜି ମୁଁ ଏହା କହିବା ବେଳେ ଗର୍ବ ଅନୁଭବ କରୁଛି, ମୋତେ ଗର୍ବର ଅନୁଭବ ହେଉଛି କି ଆଗାମୀ ସମୟ ମାନଙ୍କରେ ରାଏ ବରେଲୀ ରେଳଡବା କାରଖାନା ନିର୍ମାଣ କ୍ଷେତ୍ରରେ ଏକ ବିଶ୍ୱ ସ୍ତରୀୟ ହବ୍ ହେବାକୁ ଯାଉଛି ।
ସାଥୀଗଣ, ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଦେଶର ଲୋକ ମାନଙ୍କର ସୁବିଧାକୁ ବୃଦ୍ଧି କରିବା ପାଇଁ ରେଳବାଇ ବ୍ୟତୀତ ରାଜପଥ, ବିମାନପଥ, ଜଳପଥ ଏବଂ ଆଇ-ୱେ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି । ଉତ୍ତରପ୍ରଦେଶରେ ନଦୀରେ ନିର୍ମାଣ ହେଉଥିବା ଜଳପଥ ହେଉ, ଆଧୁନିକ ଏକ୍ସପ୍ରେସ ୱେ ହେଉ ଅବା ପୁଣି ଗାଁରେ ଗାଁ ଗୁଡ଼ିକର ରାସ୍ତା ଜୀବନକୁ ଆହୁରି ସହଜ କରିବା ପାଇଁ ଦିନ ରାତି କାର୍ଯ୍ୟ କରାଯାଉଛି । ଏହି ମିଶନ ଅଧୀନରେ ରାଏ ବରେଲୀରେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । କିଛି ସମୟ ପୂର୍ବରୁ ସାଢ଼େ 5 ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଯେଉଁ ରାଷ୍ଟ୍ରୀୟ ରାଜମାର୍ଗର ଲୋକାର୍ପଣ କରାଯାଇଛି, ତାହା ଦ୍ୱାରା ରାଏ ବରେଲୀ, ଲାଲଗଞ୍ଜ ଠାରୁ ଫତେପୁର ହୋଇ ସିଧା ସଳଖ ବାନ୍ଦା ପର୍ଯ୍ୟନ୍ତ ଯୋଡ଼ି ହେବ । ପ୍ରାୟ 925 କିଲୋମିଟରର ଏହି ରାଜମାର୍ଗ ଦ୍ୱାରା ଚିତ୍ରକୁଟ ଧାମରେ ପହଂଚିବା ପାଇଁ ମଧ୍ୟ ସୁବିଧା ହେବ ।
ସାଥୀଗଣ, ଭିତ୍ତିଭୂମିର ସ୍ୱାସ୍ଥ୍ୟ ଠିକ୍ କରିବା ସହିତ ସରକାର ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଆପଣ ସମସ୍ତଙ୍କୁ, ଦେଶର ଜନତା ଜନାର୍ଦ୍ଦନଙ୍କୁ ଶସ୍ତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ରାଏ ବରେଲୀ ନିଜେ ମଧ୍ୟ ସୁସ୍ଥ ରହୁ, ଆଉ ସମଗ୍ର ଅଂଚଳକୁ ସୁସ୍ଥ ରଖୁ, ଏଥିପାଇଁ ଏଠାରେ ନିର୍ମାଣାଧୀନ ଏମ୍ସର କାର୍ଯ୍ୟକୁ ଆହୁରି ଗତି ଦିଆଯାଇଛି ।
ଆଜି ଏଠାରେ ଚାରି ଶହ ପଚିଶ କୋଟିରୁ ମଧ୍ୟ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମେଡିକାଲ କଲେଜ, ହାସ୍ପାତାଳ ଓ ହଷ୍ଟେଲର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ମୁନ୍ସିଗଞ୍ଜରେ ନିର୍ମାଣ ହେବାକୁ ଥିବା ଏହି ମେଡିକାଲ କଲେଜ, ହାସ୍ପାତାଳ ଏଠାକାର ଏମ୍ସର ହିଁ ହେଉଛି ଏକ ଅଂଶ । ଏହାର ଲାଭ ସଂପୂର୍ଣ୍ଣ ରାଏ ବରେଲୀ ଏବଂ ଏଠାକାର ଆଖପାଖ ଜିଲ୍ଲାଗୁଡ଼ିକୁ ହେବାକୁ ଯାଉଛି । ସରକାର ସ୍ୱାସ୍ଥ୍ୟ ସହିତ ବାସଗୃହ ଦେବାକୁ ମଧ୍ୟ ଚିନ୍ତା କରୁଛନ୍ତି । କେନ୍ଦ୍ର ସରକାର ବର୍ଷ 2022 ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଗରିବ ପରିବାରକୁ ପକ୍କା ଛାତ ଘର ଦେବା ବିଷୟରେ ପ୍ରୟାସ କରୁଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଏ ପର୍ଯ୍ୟନ୍ତ ଦେଶରେ ପଚିଶ କୋଟିରୁ ଅଧିକ ଘରର ନିର୍ମାଣ ସଂପୂର୍ଣ୍ଣ କରାଯାଇ ସାରିଛି । ଯେଉଁମାନଙ୍କୁ ଘର ମିଳିବାକୁ ଅଛି, ସେମାନଙ୍କୁ ଚାବି ଦିଆ ଯାଇ ସାରିଛି । ଆଉ ଏବେ ଯେଉଁ ଦୀପାବଳୀ ପର୍ବ ଗଲା, ସେମାନେ ନିଜର ନୂଆ ଘରେ ଦିପାବଳୀ ମଧ୍ୟ ପାଳନ କରିଛନ୍ତି ।
ରାଏ ବରେଲୀରେ ମଧ୍ୟ, ଯେପରି ଏବେ ଯୋଗୀ ମହାଶୟ ଅବଗତ କରାଇଲେ, ଏ ପର୍ଯ୍ୟନ୍ତ 23 ହଜାରରୁ ମଧ୍ୟ ଅଧିକ ଘରର ଚାବି ମୋର ଗରିବ ପରିବାରଙ୍କୁ, ଭାଇ ଭଉଣୀମାନଙ୍କୁ ଦିଆ ଯାଇସାରିଛି । କିଛି ସମୟ ପୂର୍ବରୁ 500 ଆହୁରି ନୂତନ ଗୃହ ନିର୍ମାଣ କରିବାର ଶୁଭାରମ୍ଭ ମଧ୍ୟ ହୋଇ ସାରିଛି । ଏ ଯେଉଁ ଘର ନିର୍ମାଣ କରାଯାଉଛି, ଏହାର କେବଳ ଆଗ ଭଳି ଚାରି କାନ୍ଥ ନାହିଁ, ଆମର ପ୍ରୟାସ ହେଉଛି କି ଆମେ ଯେଉଁ ଘର ନିର୍ମାଣ କରି ଦେବୁ, ସେଥିରେ ନଳ ମଧ୍ୟ ଥାଉ ଆଉ ନଳରେ ଜଳ ମଧ୍ୟ ଥାଉ, ବିଜୁଳିର ସଂଯୋଗ ମଧ୍ୟ ରହିଥାଉ, ଗ୍ୟାସର ସଂଯୋଗ ମଧ୍ୟ ରହିଥାଉ ଏବଂ ଇଜ୍ଜତ ଘର ଶୌଚାଳୟ ମଧ୍ୟ ନିଶ୍ଚତ ଭାବେ ରହିଥାଉ ।
ଭାଇ ଓ ଭଉଣୀମାନେ, ଦେଶର ଇତିହାସରେ ଆଜିକାର ଦିନଟି ହେଉଛି ଆଉ ଗୋଟିଏ କାରଣରୁ ମଧ୍ୟ ବହୁତ ସ୍ୱତନ୍ତ୍ର । 1971 ଆଜିର ଦିନରେ ଭାରତର ବୀର ସୈନିକ ଆତଙ୍କ, ଅତ୍ୟାଚାର ଏବଂ ଅରାଜକତାର ପ୍ରତୀକ ଶକ୍ତିଗୁଡ଼ିକୁ ଧୂଳି ଚଟାଇ ଥିଲେ । ଏହି ଯୁଦ୍ଧର ଅଂଶ ପାଲଟି ଥିବା ସାରା ଦେଶର ସମସ୍ତ ସୈନିକଙ୍କୁ ମୁଁ ପ୍ରଣାମ କରୁଛି । ଯେଉଁ ସୈନିକ ଏହି ଯୁଦ୍ଧରେ ସାମିଲ ହୋଇଥିଲେ, ଶହୀଦ ହୋଇଥିଲେ, ସେଥିରେ ଉତ୍ତର ପ୍ରଦେଶର ମଧ୍ୟ ଅନେକ ସନ୍ତାନ ଥିଲେ । ସେମାନଙ୍କୁ ମଧ୍ୟ ମୁଁ 130 କୋଟି ଦେଶବାସୀ ମାନଙ୍କ ତରଫରୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି ।
ସେନାର ସୌର୍ଯ୍ୟ, ସମର୍ପଣ ପ୍ରତି ଡିସେମ୍ବରର ଏହି ଶୀତ ଋତୁରେ ମଧ୍ୟ ସୀମାନ୍ତରେ ମୁତୟନ ନିଜର ପ୍ରହରୀ ମାନଙ୍କର ଗୌରବ ଗାନ କରିବା ପାଇଁ ଆପଣ ସମସ୍ତେ ଦୁଇ ହାତ ଉଠାଇ ହାତ ମୁଠା କରି ମୋ ସହିତ ସେହି ବୀର ସୈନିକମାନଙ୍କ ପାଇଁ କୁହନ୍ତୁ ଭାରତମାତା କି ଜୟ, ଭାରତମାତା କି ଜୟ, ଭାରତମାତା କି ଜୟ ।
ଭାଇ ଓ ଭଉଣୀମାନେ, ଚିନ୍ତା କରନ୍ତୁ, ଯେଉଁ ଭାରତ ମାଆର ଜୟ ଧ୍ୱନିରେ ଆପଣମାନେ ଗର୍ବ ଅନୁଭବ କରୁଛନ୍ତି କିଛି ଲୋକଙ୍କୁ ଏଥିରେ ମଧ୍ୟ ଲାଜ ଲାଗୁଥିବା ଦେଖିବାକୁ ମିଳୁଛି । ଏମାନେ ହେଉଛନ୍ତି କେଉଁ ଭଳି ଲୋକ ଯେଉଁମାନଙ୍କୁ ଭାରତ ମାତାର ଜୟଘୋଷରେ ଅସୁବିଧା ଲାଗୁଛି, ଯେଉଁ ମାନଙ୍କୁ ଦେଶର ଚିନ୍ତା ନାହିଁ?
ସାଥୀଗଣ, ମୋଦୀକୁ ସେମାନେ ଗାଳି ଦିଅନ୍ତି, ମୁଁ ଜାଣିଛି । ମୋଦୀ ଉପରେ ସେମାନେ କୌଣସି ପ୍ରକାରର ଦାଗ ଲଗାଇ ଦେବାକୁ ଚାହୁଁଛନ୍ତି । ଏହା ମୁଁ ମଧ୍ୟ ଜାଣିଛି । କିନ୍ତୁ ଜନତା ଚାହୁଁଛି କି ଏଥିପାଇଁ ଦେଶକୁ କାହିଁକି ବାଜି ଲଗା ଯାଉଛି? କାହିଁକି ଦେଶର ସୁରକ୍ଷା ସହିତ ଖେଳ ଖେଳା ଯାଉଛି?
ଭାଇ ଓ ଭଉଣୀମାନେ, ଆଜି ଦେଶ ସାମ୍ନାରେ ଦୁଇଟି ପକ୍ଷ ଅଛନ୍ତି, ଗୋଟିଏ ପକ୍ଷ ହେଉଛି ସତ୍ୟର, ହେଉଛି ସୁରକ୍ଷାର, ହେଉଛି ସରକାରଙ୍କର, ଯେଉଁମାନେ ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି କି ଆମର ସେନାର ଶକ୍ତି ବଢ଼ୁ । ଅନ୍ୟ ପକ୍ଷ ହେଉଛି ସେହି ଶକ୍ତି ମାନଙ୍କର ଯେଉଁମାନେ ଯେ କୌଣସି ମୂଲ୍ୟରେ ଦେଶକୁ ଶକ୍ତିହୀନ କରିବାକୁ ଚାହୁଁଛନ୍ତି । ଆପଣ ମାନେ ମୋତେ କୁହନ୍ତୁ ଭାଇମାନେ, ଆମ ଦେଶର ସୈନିକ ମାନେ ଶକ୍ତିଶାଳୀ ହେବା ଦରକାର ନା ଦରକାର ନୁହେଁ? ଦେଶର ସୈନିକ ସାମର୍ଥ୍ୟବାନ ହେବା ଦରକାର ଅବା ଦରକାର ନୁହେଁ? ସୈନିକମାନଙ୍କ ହାତରେ ଆଧୁନିକ ଅସ୍ତ୍ରଶସ୍ତ୍ର ରହିବା ଦରକାର ନା ଦରକାର ନୁହେଁ?
ଆଜି ଦେଶ ଏହା ଦେଖୁଛି କି କଂଗ୍ରେସ ସେହି ଶକ୍ତି ମାନଙ୍କ ସହିତ ଠିଆ ହୋଇ ରହିଛି, ଆମର ବିରୋଧୀ ସେହି ଶକ୍ତି ମାନଙ୍କ ସହିତ ଠିଆ ହୋଇ ରହିଛି ଯେଉଁମାନେ ଆମର ସୈନିକ ମାନଙ୍କୁ ଶକ୍ତିଶାଳୀ ହୋଇ ଠିଆ ହେବାକୁ ଦେବା ପାଇଁ ଚାହାଁନ୍ତି ନାହିଁ । ଏଭଳି ଲୋକ ମାନଙ୍କର ପ୍ରୟାସକୁ କେଉଁ – କେଉଁ ଦେଶରୁ ସମର୍ଥନ ମିଳୁଛି । ଏହା ମଧ୍ୟ ଦେଶ ଦେଖୁଛି । କ’ଣ କାରଣ ରହିଛି କି ଏଠାରେ ଏଭଳି ଭାଷା କିଛି ନେତା କହୁଛନ୍ତି, ଫଳରେ ପାକିସ୍ଥାନରେ ତାଳି ମାଡ଼ ହେଉଛି? କାହିଁକି ଏଭଳି ହେଉଛି?
ସାଥୀଗଣ, ରାମଚରିତ ମାନସରେ ଏକ ଚୌପାଇ ଅଛି । ଗୋସ୍ୱାମୀ ତୁଳସୀ ଦାସ ମହାରାଜ ଲେଖିଛନ୍ତି କି ଭଗବାନ ଶ୍ରୀରାମ କାହାର ବ୍ୟକ୍ତିତ୍ୱ ବିଷୟରେ ବୁଝାଇବାକୁ ଯାଇ କହୁଛନ୍ତି – “ଝୁଠଇ ଲେନା, ଝୁଠଇ ଦେନା, ଝୁଠଇ ଭୋଜନ, ଝୁଠ୍ ଚବେନା” । ଅର୍ଥାତ କିଛି ଲୋକ ମିଥ୍ୟାକୁ ହିଁ ସ୍ୱୀକାର କରନ୍ତି, ଅନ୍ୟମାନଙ୍କୁ ମିଥ୍ୟା ହିଁ ଦେଇଥାନ୍ତି, ମିଥ୍ୟାର ହିଁ ଭୋଜନ କରିଥାନ୍ତି ଏବଂ ମିଥ୍ୟା ହିଁ ଚୋବାଇ ଚାଲି ଥାଆନ୍ତି ।
କିଛି ଲୋକ ଏହି ପଂକ୍ତିକୁ ନିଜ ଜୀବନର ମୂଳ ମନ୍ତ୍ର କରି ଦେଇଛନ୍ତି । ଆଉ ଏଥିପାଇଁ ଏଭଳି ଲୋକମାନଙ୍କ ପାଇଁ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ହେଉଛି ମିଥ୍ୟା, ଦେଶର ପ୍ରତିରକ୍ଷା ମଧ୍ୟ ମିଥ୍ୟାବାଦୀ, ଭାରତୀୟ ବାୟୁସେନାର ଅଫିସର ମିଥ୍ୟାବାଦୀ, ଫ୍ରାନ୍ସର ସରକାର ମଧ୍ୟ ମିଥ୍ୟାବାଦୀ, ଏବେ ତ’ ସେମାନଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ମିଥ୍ୟା ଭଳି ଲାଗୁଛନ୍ତି । କିନ୍ତୁ ସାଥୀଗଣ, ସତ୍ୟକୁ ଶୃଙ୍ଗାରର ଆବଶ୍ୟକତା ପଡି ନ ଥାଏ । ସତ୍ୟକୁ ଶୃଙ୍ଗାରର ଆବଶ୍ୟକତା ପଡି ନ ଥାଏ ଆଉ ଯେତେ ପାରୁଛ ମିଛ କୁହାଯାଏ ସେଥିରେ ଜୀବନ ନ ଥାଏ । କିନ୍ତୁ ଆମର ଏଠାରେ ବହୁତ ବଡ଼ କଥା କୁହାଯାଇଛି – “ଜୟେତ ସତ୍ୟେନ ଚାନୃତମ୍” ଅର୍ଥାତ ମିଛ କହିବାର ପ୍ରବୃତି ଉପରେ ସତ୍ୟବାଦୀତା ମାଧ୍ୟମରେ ହିଁ ବିଜୟ ପ୍ରାପ୍ତ ହୋଇଥାଏ ।
ମୁଁ ଦେଶବାସୀମାନଙ୍କୁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି କି କଂଗ୍ରେସ ସରକାର ଗୁଡିକର ଇତିହାସ ସୈନିକମାନଙ୍କ ପ୍ରତି, କଂଗ୍ରେସର ମନୋଭାବ କ’ଣ ଥିଲା? ଏହି ଦେଶ କେବେ ସେମାନଙ୍କୁ କ୍ଷମା କରିବ ନାହିଁ, ଦେଶ କେବେ ତାହାକୁ ଭୁଲିବ ନାହିଁ ।
ସାଥୀଗଣ, କାରଗିଲ ଯୁଦ୍ଧ ପରେ ଆମ ବାୟୁସେନା ଆଧୁନିକ ବିମାନର ଆବଶ୍ୟକତା ବିଷୟରେ କହିଥିଲା । କାରଗିଲ ଯୁଦ୍ଧ ପରେ, ଅଟଳ ମହାଶୟଙ୍କ ସରକାର ପରେ, କଂଗ୍ରେସ ଦଶ ବର୍ଷ ଦେଶରେ ଶାସନ କଲା କିନ୍ତୁ ବାୟୁସେନାକୁ ସୁଦୃଢ ହେବାକୁ ଦେଲାନାହିଁ । ଶେଷରେ କ’ଣ ପାଇଁ, କାହା ଚାପରେ?
ଭାଇ ଓ ଭଉଣୀମାନେ, ପ୍ରତିରକ୍ଷା କାରବାର ମାମଲାରେ କଂଗ୍ରେସର ଇତିହାସ ବୋଫର୍ସ ଦୁର୍ନୀତି ଭଳି କ୍ୱାତ୍ରୋଚି ମାମୁଁଙ୍କ ସହିତ ରହିଛି । କଂଗ୍ରେସ ସରକାରଙ୍କ ସମୟରେ ହୋଇଥିବା ହେଲିକାପ୍ଟର ଦୁର୍ନିତିର ଅଭିଯୁକ୍ତ ଆଉ ଜଣେ ମାମୁ ଖ୍ରୀଷ୍ଟିଆନ ମିଶେଲଙ୍କୁ ଧରି କିଛି ଦିନ ପୂର୍ବେ ହିଁ ଭାରତକୁ ଅଣା ଯାଇଛି । ଆଉ ଆମେ ସମସ୍ତେ ଏହା ମଧ୍ୟ ଦେଖିଛୁ କି କିଭଳି ଏହି ଅଭିଯୁକ୍ତଙ୍କୁ ବଂଚାଇବା ପାଇଁ କଂଗ୍ରେସ ତୁରନ୍ତ ନିଜର ଓକିଲଙ୍କୁ ଅଦାଲତକୁ ପଠାଇ ଦେଲେ । ମୁଁ କଂଗ୍ରେସ ଠାରୁ ଏହା ଜାଣିବାକୁ ଚାହୁଁଛି କି କ’ଣ ସେମାନେ ଏଥିପାଇଁ ବିଗିଡ଼ି ଯାଇଛନ୍ତି, ମିଛ ପରେ ମିଛ କହି ଚାଲିଛନ୍ତି, କାରଣ ଭାଜପା ସରକାର ଯେଉଁ ପ୍ରତିରକ୍ଷା କାରବାର କରୁଛନ୍ତି, ସେଥିରେ କୌଣସି କ୍ୱାତ୍ରୋଚି ମାମୁଁଙ୍କ ନାମ ନାହିଁ, ଖ୍ରୀଷ୍ଟିଆନ ମିଶେଲ ମାମୁଁଙ୍କ ନାମ ନାହିଁ? କ’ଣ ଏଥିପାଇଁ ସେମାନେ ଏବେ ନ୍ୟାୟପାଳିକା ଉପରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିବାରେ ଲାଗି ପଡ଼ିଛନ୍ତି? ନ୍ୟାୟପାଳିକାକୁ ହିଁ କାଠଗଡ଼ାରେ ଠିଆ କରାଇବା ପାଇଁ ସେମାନେ ବାରମ୍ବାର କହି ଲାଗି ପଡ଼ିଛନ୍ତି ।
ଭାଇ ଓ ଭଉଣୀମାନେ, ଆମ ପାଇଁ ସର୍ବଦା ଦେଶ ହେଉଛି ଦଳଠାରୁ ବଡ଼ । ଆଉ ଜୀବନ ଥିବା ଯାଏ ଆଗାମୀ ପିଢି ପର୍ଯ୍ୟନ୍ତ ଏହା ଆମର ମନ୍ତ୍ର ହୋଇ ରହିବ । ଦଳ ଠାରୁ ବଡ଼ ହେଉଛି ଦେଶ । ଆଜି ମୁଁ ଦେଶକୁ କହିବାକୁ ଚାହୁଁଛି କି ଯେତେବେଳେ ଦେଶର ସୁରକ୍ଷାର କଥା ହେଉ, ସେନାର ଆବଶ୍ୟକତା କଥା ହେଉ, ସୈନିକଙ୍କର ସମ୍ମାନର କଥା ହେଉ, କେନ୍ଦ୍ରର ଭାଜପା ଏନଡ଼ିଏ ସରକାର କେବଳ ଗୋଟିଏ କଥା ଉପରେ ଧ୍ୟାନ ରଖିଥାଏ- ରାଷ୍ଟ୍ର ହିତ, ଦେଶ ହିତ, ଜନ ହିତ । ଏହା ହେଉଛି ଆମର ସଂସ୍କାର, ଏହା ହେଉଛି ଆମ ସରକାରଙ୍କର ସଂସ୍କାର ।
ଆମେ ସଂପୂର୍ଣ୍ଣ ପ୍ରୟାସ କରୁଛୁ କି ଭାରତର ସେନା କାହାଠାରୁ କମ୍ ନ ହୁଅନ୍ତୁ, ଆମ ପାଇଁ ଜୀବନକୁ ବାଜି ଲଗାଉଥିବା ସୈନିକ ମାନଙ୍କୁ କୌଣସି ମଧ୍ୟ ଅସୁବିଧା ନ ହେଉ । ଶେଷରେ ମୁଁ ସେହି ମାଆଙ୍କ ପ୍ରତି ମଧ୍ୟ ହେଉଛି ଉତ୍ତରଦାୟୀ, ଯେଉଁ ମାନେ ନିଜ ପୁଅକୁ ସୀମାକୁ ପଠାଉଛନ୍ତି । ମୁଁ ସେହି ଭଉଣୀମାନଙ୍କ ପ୍ରତି ମଧ୍ୟ ହେଉଛି ଉତ୍ତରଦାୟୀ ଯେଉଁ ମାନେ ନିଜ ଭାଇଙ୍କୁ ସୀମାକୁ ପଠାଉଛନ୍ତି । ଯେଉଁ ପରିବାର, ଯେଉଁ ପିଲା ନିଜ ବାପାଙ୍କୁ ପ୍ରତୀକ୍ଷା କରିଛନ୍ତି, ସେମାନଙ୍କ ପ୍ରତି ମଧ୍ୟ ମୁଁ ହେଉଛି ଉତ୍ତରଦାୟୀ । ଯେ ପର୍ଯ୍ୟନ୍ତ ଆମ ସରକାର ଅଛି, ଯେ ପର୍ଯ୍ୟନ୍ତ ମୁଁ ଅଛି, ସରକାର ଏଭଳି ଲକ୍ଷ ଲକ୍ଷ, କୋଟି କୋଟି ପରିବାରଙ୍କ ପ୍ରତି ଉତ୍ତରଦାୟୀ ରହିବେ, ଗୋଟିଏ ପରିବାର ପ୍ରତି ନୁହେଁ । ଏଥିପାଇଁ କଠିନରୁ କଠିନ ନିଷ୍ପତ୍ତି ନେବାକୁ ହେଉ, ଆମର ପାଦ କେବେ ପଛକୁ ଘୁଂଚିବ ନାହିଁ ।
ଭାଇ ଓ ଭଉଣୀମାନେ, ଆମର ସୈନିକ ମାନଙ୍କ ସୁରକ୍ଷା ପ୍ରତି କଂଗ୍ରେସର ଆଭିମୁଖ୍ୟ କ’ଣ ଥିଲା, ଏହା ମୁଁ ଦେଶକୁ ପୁଣି ସ୍ମରଣ କରାଇ ଦେବାକୁ ଚାହୁଁଛି । ବର୍ଷ 2009ରେ ଭାରତର ସେନା 1 ଲକ୍ଷ 86 ହଜାର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପାଇଁ ଦାବି କରିଥିଲେ । 2009 ରୁ ନେଇ 2014 ପର୍ଯ୍ୟନ୍ତ, ପାଂଚ ବର୍ଷ ବିତିଗଲା, କିନ୍ତୁ ସେନାବାହିନୀ ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ କିଣା ଗଲା ନାହିଁ । କେନ୍ଦ୍ରରେ ଆମ ସରକାର ଗଠନ ହେବା ପରେ, 2016 ରେ ଆମେ ସେନା ବାହିନୀ ପାଇଁ 50 ହଜାର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ କିଣିବା ପାଇଁ ମଞ୍ଜୁରି ଦେଲୁ । ମୁଁ ଦେଶକୁ ଏହି ସୂଚନା ମଧ୍ୟ ଦେବାକୁ ଚାହୁଁଛି କି ଚଳିତ ବର୍ଷ ଅପ୍ରେଲରେ ପୂରା 1 ଲକ୍ଷ 86 ହଜାର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ବରାଦ ଦିଆ ଯାଇସାରିଛି । ଏହି ଜ୍ୟାକେଟ୍ ଭାରତର ଏକ କମ୍ପାନୀ ତିଆରି କରୁଛି ।
ଭାଇ ଓ ଭଉଣୀମାନେ, କଂଗ୍ରେସର ପାପ ବିଷୟରେ ଜଣାଇବା ପାଇଁ ଏତେ କିଛି ଅଛି କି କହୁ କହୁ ବୋଧ ହୁଏ ସପ୍ତାହେ ସପ୍ତାହେ ବିତି ଯିବ । ଆଜି ମୁଁ ଦେଶକୁ ଏହା ମଧ୍ୟ ଜଣାଇବାକୁ ଚାହୁଁଛି କି ଯଦି 2014 ପରେ ମଧ୍ୟ ଦେଶରେ କଂଗ୍ରେସ ସରକାର ଗଠନ ହୋଇ ଥାଆନ୍ତା ତ ଆମର ଗୌରବ, ଦେଶର ଗୌରବ, ତେଜସ୍ ଭଳି ଲଢ଼ୁଆ ଯୁଦ୍ଧ ବିମାନ ସବୁଦିନ ପାଇଁ ଡବାରେ ବନ୍ଦ କରି ରଖା ଯାଇଥାଆନ୍ତା । କେହି ପଚାରିଲାବାଲା ନ ଥାନ୍ତେ । କଂଗ୍ରେସ ସରକାର ସମୟରେ ତେଜସ ନିର୍ମାଣ ସହିତ ଜଡ଼ିତ ପ୍ରତ୍ୟେକ ଜିନିଷକୁ ଦୁର୍ବଳ କରିବା ପାଇଁ ପ୍ରୟାସ ୟୁପିଏ ସରକାରରେ ହୋଇଥିଲା । ଏହି ପ୍ରକଳ୍ପ ପୂର୍ବରୁ ହିଁ ବର୍ଷ ବର୍ଷ ଧରି ଅଟକି ରହିଥିଲା, କିନ୍ତୁ କଂଗ୍ରେସ ସରକାରଙ୍କ ଅମଳରେ ଏହାକୁ ଗତି ଦେବା ପାଇଁ କୌଣସି ପ୍ରୟାସ କରାଯାଇ ନ ଥିଲା ।
ଭାଜପା ଏବଂ ଏନଡ଼ିଏ ସରକାର ଆସିବା ପରେ ଆମେ ଜୁଲାଇ 2016ରେ ଏହି ନିଷ୍ପତ୍ତି ନେଲୁ କି ତେଜସକୁ 45 ସ୍କ୍ୱାର୍ଡନରେ ସାମିଲ କରାଯିବ । ଆମ ସରକାର 53 ନୂତନ ତେଜସ ବିମାନ କିଣାଯିବା ପ୍ରସ୍ତାବକୁ ମଞ୍ଜୁରି ଦେଇ ଦେଲେ । ଏତିକି ହିଁ ନୁହେଁ, ତେଜସ ବିମାନ ନିର୍ମାଣରେ ହାଲର କ୍ଷମତାକୁ ଦୁଇ ଗୁଣ କରିବା ପାଇଁ ବିଗତ ବର୍ଷ 1400 କୋଟି ଟଙ୍କାର ମଧ୍ୟ ମଞ୍ଜୁରି ଦିଆଯାଇଛି ।
ଭାଇ ଓ ଭଉଣୀମାନେ, ସ୍ୱାଧୀନତା ପରଠାରୁ ହିଁ କଂଗ୍ରେସର ଏହି କାର୍ଯଧାରା ରହି ଆସିଛି, କଂଗ୍ରେସ ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରତ୍ୟେକ ପ୍ରତିରକ୍ଷା କାରବାରରେ କୌଣସି ନା କୌଣସି ବିଦେଶୀ ମାମୁ, କେହି ବିଦେଶୀ ଦାଦା, କୌଣସି କାକା, କୌଣସି ପୁତୁରା, କେହି ନା କେହି ତ ବାହାରି ଆସି ଥାଆନ୍ତି । ଆଉ ଏଥିପାଇଁ ଯେତେବେଳେ ପାରଦର୍ଶିତା ଏବଂ ସଚ୍ଚୋଟତାର ସହିତ କାରବାର ହୋଇଥାଏ, ତ କଂଗ୍ରେସ ବିଚଳିତ ହୋଇ ଯାଇଥାଏ । ଏକ ନିର୍ଦ୍ଧାରିତ ରଣନୀତି ଅନୁସାରେ ସେନା ଉପରେ ହିଁ ଆକ୍ରମଣ କରି ଦିଆ ଯାଇଥାଏ, ସେନାବାହିନୀକୁ ଦୁର୍ବଳ କରିବାର ପ୍ରୟାସ କରା ଯାଇଥାଏ ।
ସାଥୀଗଣ, ସେନାର ମାନ ମର୍ଯ୍ୟାଦା ସେମିତିରେ ହିଁ କଂଗ୍ରେସ ଏବଂ ତା’ର ଚେଲା ଚାମଚାଙ୍କ କଳ୍ପନା ବର୍ହିଭୂତ ହୋଇଥାଏ । ଯେଉଁ ଦଳର ଲୋକ ଆମର ସୋ ବାହିନୀର ଅଧ୍ୟକ୍ଷଙ୍କୁ ଗୁଣ୍ଡା କହି ଥାଆନ୍ତି ଆଉ ଗୁଣ୍ଡା କହୁଥିବା ଲୋକଙ୍କୁ ଯେଉଁଠାରେ ଦଳରେ ଉଚ୍ଚ ପଦରେ ବସାଇ ଦିଆ ଯାଇଥାଏ, ସେଭଳି ଲୋକଙ୍କଠାରୁ ଆଉ କ’ଣ ଅଧିକ ଆଶା କରାଯାଇ ପାରେ । ଯେଉଁ ଦଳର ଲୋକ ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇ ଥାଆନ୍ତି, ନିଜ ସେନା ଅପେକ୍ଷା ଶତ୍ରୁଙ୍କ ଦାବି ଗୁଡ଼ିକ ଉପରେ ଅଧିକ ଭରସା ରଖି ଥାଆନ୍ତି, ସେମାନଙ୍କଠାରୁ କ’ଣ ଆଶା କରାଯାଇ ପାରେ?
ଯେଉଁ ଦଳର ଲୋକ ମାମୁଲି ଅର୍ଥ କେବଳ ପାଂଚ ଶହ କୋଟି ଟଙ୍କା ରଖିକରି ସେନା ବାହିନୀର ଆଖିରେ ଧୂଳି ଫିଙ୍ଗିବାର ପ୍ରୟାସ କରନ୍ତି । ଆଉ ପାଂଚ ଶହ କୋଟି ଟଙ୍କାରେ ଗୋଟିଏ ପଦବୀ, ଗୋଟିଏ ପେନସନ୍ (ୱାନ ରେଙ୍କ – ୱାନ୍ ପେନସନ୍)ର ମିଥ୍ୟା ପ୍ରତିଶ୍ରୁତି ଦେଇ କରି ଫୁଲମାଳ ପିନ୍ଧିବାରେ ଲାଗି ଯାଇ ଥାଆନ୍ତି, ସେଭଳି ଲୋକ ମାନଙ୍କ ଠାରୁ କ’ଣ ଆଶା କରାଯାଇ ପାରେ? ଗୋଟିଏ ପଦବୀ, ଗୋଟିଏ ପେନସନ୍ (ୱାନ ରେଙ୍କ – ୱାନ୍ ପେନସନ୍)ର ବିଷୟ ତ ଚାଳିଶ ବର୍ଷ ଧରି ଅଟକି ରହିଥିଲା, ଏହାକୁ ମଧ୍ୟ ଆମ ସରକାର ପୂରଣ କଲେ । 11 ହଜାର କୋଟିରୁ ମଧ୍ୟ ଅଧିକ ଅର୍ଥ ବକେୟା ଅର୍ଥ ଭାବେ ପୂର୍ବତନ ସୈନିକ, ଯବାନ ମାନଙ୍କୁ ମିଳି ମଧ୍ୟ ସାରିଛି ।
ସାଥୀଗଣ, କଂଗ୍ରେସ ଶାସନ ସମୟରେ ନା ଜବାନ ମାନଙ୍କୁ ଗୁରୁତ୍ୱ ଦିଆଯାଇ ଥାଏ, ନା କୃଷକ ମାନଙ୍କୁ ଗୁରୁତ୍ୱ ଦିଆଯାଇ ଥାଏ । ଯବାନମାନଙ୍କ ପରେ ଏବେ ମୁଁ ବିସ୍ତୃତ ଭାବେ କୃଷକମାନଙ୍କର କଥା ମଧ୍ୟ କହିବି ।
70 ବର୍ଷରେ ପ୍ରଥମ ଥର ଦେଶର କୌଣସି ସରକାର କୃଷକମାନଙ୍କର ଆୟ ବୃଦ୍ଧି କରିବା ସଂପର୍କରେ ଚିନ୍ତା କରିଛନ୍ତି, ତ ସେ ହେଉଛନ୍ତି ଆମ ସରକାର, ଏନଡିଏ ସରକାର । କୃଷକମାନଙ୍କର ପ୍ରତ୍ୟେକଟି ସମସ୍ୟାକୁ ବୁଝି, ଭବିଷ୍ୟତର ଆବଶ୍ୟକତା ଗୁଡିକୁ ବୁଝି, ବିହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଆମ ସରକାର ନୀତି ସବୁ ପ୍ରସ୍ତୁତ କରିଛନ୍ତି, ଏବଂ ସେଗୁଡିକୁ ମଧ୍ୟ ଲାଗୁ କରାଇଛନ୍ତି । ଆମେ ବହୁତ ସଚ୍ଚୋଟତାର ସହିତ, ବହୁତ ପରିଶ୍ରମ କରି କୃଷକମାନଙ୍କୁ ଚାଷବାସ ସହିତ ଜଡିତ ସମସ୍ୟା ମଧ୍ୟରୁ ମୁକାଳିବା ପାଇଁ ପ୍ର୍ରୟାସ କରୁଛୁ । କିନ୍ତୁ ଦେଶର କୃଷକମାନଙ୍କୁ କଂଗ୍ରେସର ଇତିହାସ, ତାହାର ନୀତି, ତାହାର ସତ୍ୟତା. ତାହାର ବିଶ୍ୱାସଘାତକତା କେବେ ମଧ୍ୟ ଭୁଲିବା ଉଚିତ ନୁହେଁ । କଂଗ୍ରେସ ପାଖରେ ଏହି କଥାର କ’ଣ ଉତ୍ତର ରହିଛି କି ଯେତେବେଳେ ଦଶ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିଲେ ତ, କ’ଣ ପାଇଁ ସ୍ୱାମୀନାଥନ କମିଟିର ରିପୋର୍ଟକୁ ଲାଗୁ କଲେ ନାହିଁ? ତେବେ କାହାର ଚାପ ରହିଥିଲ? କାହିଁକି ସେମାନେ ଏମଏସପି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ମାଟି ତଳେ ହିଁ ପୋତି ଦେଇଥିଲେ । ଏହି କଥାର ଉତ୍ତର କଂଗ୍ରେସ କେବେ ହେଲେ ମଧ୍ୟ ଦେବ ନାହିଁ ଆଉ ନା ହିଁ ତାହା ଦ୍ୱାରା ତିଆରି କରାଯାଇଥିବା ବାତାବରଣ ଓ ବ୍ୟବସ୍ଥା କେବେ ଜବାବ ମାଗିବ ।
କିନ୍ତୁ ଭାଇ ଓ ଭଉଣୀମାନେ, କେନ୍ଦ୍ରର ଏନଡିଏ ସରକାର କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ ଏମଏସପି ଉପରେ ସ୍ୱାମୀନାଥନ କମିଟିର ରିପୋର୍ଟକୁ ଲାଗୁ କଲେ । ଖରିଫ ଏବଂ ରବି ଋତୁରେ ବାଇଶ ଫସଲ ଉପରେ ଆଜି ଏମଏସପିକୁ ସୁନିଶ୍ଚିତ କରାଯାଇଛି । କଂଗ୍ରେସର ଇକୋ ସିଷ୍ଟମ ଆପଣମାନଙ୍କୁ କେବେ ମଧ୍ୟ କହିବ ନାହିଁ କି କେବଳ ଗୋଟିଏ ଗୋଟିଏ ନିଷ୍ପତ୍ତିରେ ଆଉ ଏହା ବହୁତ ମହତ୍ୱପୂର୍ଣ୍ଣ କଥା ହେଉଛି କି, କେବଳ ଗୋଟିଏ ମାତ୍ର ନିଷ୍ପତ୍ତିରେ ଆମ ଦେଶର କୃଷକମାନଙ୍କୁ 60 ହଜାର କୋଟି ଟଙ୍କାରୁ ଅଧିକ ମିଳିବା ସ୍ଥିର ହୋଇଛି । 60 ହଜାର କୋଟି ଟଙ୍କାର ଲାଭ ।
ଭାଇ ଓ ଭଉଣୀମାନେ, ମୁଁ କଂଗ୍ରେସ ଠାରୁ ଏହା ମଧ୍ୟ ଜାଣିବାକୁ ଚାହିଁବି କି ଶେଷରେ ତାହା କାହାର ଚାପ ଥିଲା, ଯେତେବେଳେ ସେମାନେ ୟୁରିଆକୁ ଶତ – ପ୍ରତିଶତ ନିମପ୍ରଲେପଯୁକ୍ତ କରିବାର ନିଷ୍ପତ୍ତି ଠାରୁ ଦୂରରେ ରହିଲେ । ଆମ ଦେଶର କୃଷକ ୟୁରିଆ ଅଭାବ ସମୟରେ ଲାଠି ମାଡ ଖାଉଥିଲା । କଂଗ୍ରେସ ସରକାର ତାହାର ତାମସା ଦେଖିଚାଲିଥିଲା ।
ସାଥୀଗଣ, ମୁଁ ପୁଣି ଥରେ ଦେଶକୁ ମନେ ପକାଇ ଦେବାକୁ ଚାହୁଁଛି କି ଏହି କଂଗ୍ରେସ ସରକାର ଥିଲା ଯେତେବେଳେ କୃଷକମାନଙ୍କଠାରୁ ଫସଲ ବୀମା ପାଇଁ 15 ପ୍ରତିଶତରୁ ଅଧିକ ପ୍ରିମିୟମ ନିଆଯାଉଥିଲା । ବୀମା ରାଶିରେ ମଧ୍ୟ କ୍ୟାପିଙ୍ଗ ହେଉଥିଲା । ତିରିଶ ପ୍ରତିଶତ ଫସଲ କ୍ଷତିଗ୍ରସ୍ତ ହୋଇଛି ଅବା ଚାଳିଶ ପ୍ରତିଶତର, କୌଣସି ନା କୌଣସି ବଡ଼ ବଡ଼ ଦୁର୍ନୀତିର ଖେଳ ଖେଳା ଯାଉଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଣି ଆମ ସରକାର କୃଷକମାନଙ୍କର ଏହି ସମସ୍ତ ସମସ୍ୟାକୁ ଦୂର କଲୁ । ଆଜି ଭିନ୍ନ – ଭିନ୍ନ ଫସଲ ଉପରେ କେବଳ ଦେଢ ପ୍ରତିଶତରୁ ନେଇ ପାଂଚ ପ୍ରତିଶତ ପର୍ଯ୍ୟନ୍ତ ପିମିୟମ କୃଷକମାନଙ୍କଠାରୁ ନିଆ ଯାଉଛି । ଶହେ ଟଙ୍କାରେ କେବଳ ଦେଢ ଟଙ୍କା ଅଧିକରୁ ଅଧିକ ପାଂଚ ଟଙ୍କା । ଯଦି ମୁଁ ବିଗତ ଦୁଇ ବର୍ଷର ପରିସଂଖ୍ୟାନ ଦେବି ତ ସାରା ଦେଶରେ କୃଷକ ମାନଙ୍କଠାରୁ ପ୍ରିମିୟମ ଆକାରରେ ଆଠ ହଜାର କୋଟି ଟଙ୍କା ନିଆଯାଇଛି । ସମଗ୍ର ଦେଶରେ ଆଠ ହଜାର କୋଟି ଟଙ୍କା କିନ୍ତୁ ବିପର୍ଯ୍ୟୟ ପରେ, ଫସଲ ନଷ୍ଟ ହେବା ପରେ କୃଷକମାନଙ୍କୁ 33 ହଜାର କୋଟି ଟଙ୍କାରୁ ଅଧିକ ସହାୟତା ସେଥିରୁ ମିଳିଛି । ଆଠ ହଜାର ତୁଳନାରେ 33 ହଜାର କୋଟି ଟଙ୍କା କୃଷକମାନଙ୍କ ପାଖକୁ ଗଲା । ଅର୍ଥାତ ଯେତିକି କୃଷକମାନଙ୍କ ଠାରୁ ନିଆଗଲା ତା’ଠାରୁ ଚାରି ଗୁଣାରୁ ଅଧିକ ଫେରସ୍ତ କରାଗଲା ।
ସାଥୀଗଣ, ବିଗତ କିଛି ସମୟ ଧରି ଋଣ ଛାଡକୁ ନେଇ ମଧ୍ୟ କଂଗ୍ରେସ ବଡ଼ – ବଡ଼ କଥା କହୁଛି । କିନ୍ତୁ ଏହା ମଧ୍ୟ ହେଉଛି କେବଳ ବିଶ୍ୱାସଘାତକତା, ହେଉଛି ମିଥ୍ୟା, କର୍ଣ୍ଣାଟକରେ କଂଗ୍ରେସ କୃଷକ ମାନଙ୍କୁ ଋଣ ଛାଡ଼ କରିବା ନେଇ ପ୍ରତିଶୃତି ଦେଇଥିଲା । କେବଳ ଦଶ ଦିନର କଥା କୁହା ଯାଇଥିଲା କିନ୍ତୁ ଆଜି ଛଅ ମାସ ପରେ ଆଉ କିଛି ଭିନ୍ନ ସତ୍ୟତା ରହିଛି । ଏବେ ଦୁଇ ତିନି ଦିନ ପୂର୍ବେ ହିଁ ଖବର କାଗଜ ବିସ୍ତାରିତ ଭାବେ ରିପୋର୍ଟ ଛାପିଛି କି କର୍ଣ୍ଣାଟକରେ ଛଅ ମାସରେ ଏକ ହଜାର କୃଷକ ମାନଙ୍କର ଋଣ ଛାଡ଼ ହୋଇ ନାହିଁ । ଚିନ୍ତା କରନ୍ତୁ, ଏକ ହଜାରଙ୍କୁ ମଧ୍ୟ ନୁହେଁ । ଶହ ଶହ କୃଷକମାନଙ୍କ ବିରୁଦ୍ଧରେ ଅଦାଲତରେ ମୋକଦ୍ଦମା ଆରମ୍ଭ କରି ଦେଲେଣି, ସେମାନଙ୍କ ବିରୁଦ୍ଧରେ ଗିରଫ ପରୱାନା ବାହାର କରାଯାଇଛି । କଂଗ୍ରେସ ତା’ର ସମସ୍ତ ଶକ୍ତିକୁ ପ୍ରୟୋଗ କରୁଛି କି ଏହି ସତ୍ୟଟି ଦବିଯାଉ, ଲୁଚିଯାଉ, ଦେଶର କୃଷକଙ୍କ ସମ୍ମୁଖକୁ ନ ଆସୁ । କିନ୍ତୁ କୃଷକ ମାନଙ୍କଠାରେ କରାଯାଉଥିବା ଏହି ବିଶ୍ୱାସଘାତକତା ସେମାନଙ୍କୁ ସଦା ସର୍ବଦା ପାଇଁ କ୍ଷତିଗ୍ରସ୍ତ କରି ଦେବା ଭଳି ହେବ । କଂଗ୍ରେସର ଷଡଯନ୍ତ୍ରକୁ ବିଜେପି ସରକାର ଘର ଘର ପର୍ଯ୍ୟନ୍ତ ଯାଇ ପହଂଚାଇବ ।
ସାଥୀଗଣ, ମନେ ପକାନ୍ତୁ, 2008ରେ ମଧ୍ୟ କଂଗ୍ରେସ ସାରା ଦେଶର କୃଷକ ମାନଙ୍କ ପାଇଁ ଏଭଳି ଋଣ ଛାଡ଼ର ପ୍ରତିଶ୍ରୁତି ଦେଇଥିଲା, ସେତେବେଳେ ସମଗ୍ର ଦେଶରେ କୃଷକ ମାନଙ୍କ ଉପରେ 6 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଥିଲା । କିନ୍ତୁ କଂଗ୍ରେସ ସରକାର ଋଣ ଛାଡ଼ କଲେ, ଛଅ ଲକ୍ଷ କୋଟି ଋଣ, ଆଉ କଲେ କେତେ କେବଳ ମାତ୍ର 60 ହଜାର କୋଟି । କେଉଁଠି ଛଅ ଲକ୍ଷ କୋଟି ଆଉ କେଉଁଠି 60 ହଜାର କୋଟି । ଏତେ ବଡ଼ ବିଶ୍ୱାସଘାତକତା । ଏତିକି ହିଁ ନୁହେଁ, ଋଣ ଛାଡ଼ ଆଳରେ ଏଭଳି 35 ଲକ୍ଷ ଲୋକ ପାଖାପାଖି ସେମାନେ ବାହାରି ଆସିଲେ । ଯେଉଁ ଋଣ ଛାଡ଼ କରି ଦିଆ ଯାଇଥିଲା, କିନ୍ତୁ ସେମାନେ ଋଣ ଛାଡ଼ର ହକଦାର ହିଁ ନ ଥିଲେ, ପଛ ଦରଜା ଦେଇ ଟଙ୍କା ମାଗୁଥିଲେ ।
ଭାଇ ଓ ଭଉଣୀମାନେ, ଚାଷବାସ, କୃଷକ ମାନଙ୍କ ସହିତ ଜଡ଼ିତ କୌଣସି କ୍ଷେତ୍ର ହେଉ, କଂଗ୍ରେସ ତାହାକୁ ସୁଦୃଢ଼ କରିବା ପାଇଁ କେବେ ମଧ୍ୟ ଧ୍ୟାନ ଦେଇ ନାହିଁ । ଖାଦ୍ୟ ପ୍ରକ୍ରିୟାକରଣ ହେଉ, ବିହନର ଗୁଣବତାରେ ସୁଧାର ହେଉ, କୃଷି ଗବେଷଣା ହେଉ, ଚାଷବାସ ମାଧ୍ୟମରେ ଆୟ ବୃଦ୍ଧି କରିବା ଭଳି ଅନ୍ୟ ସାଧନ ହେଉ, ଜଳସେଚନ ବ୍ୟବସ୍ଥା ହେଉ, ଯେତେ ପ୍ରୋତ୍ସାହନ ସେମାନଙ୍କୁ ଏହି ସରକାରଙ୍କଠାରୁ ମିଳିବାର ଥିଲା, ତାହା କଂଗ୍ରେସ କେବେ ହେଲେ ମଧ୍ୟ ଦେଇ ନାହିଁ ।
ଆଜି ଶହ ଶହ ନୂତନ କୃଷି ବିଜ୍ଞାନିକ କେନ୍ଦ୍ର ଖୋଲି 17 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦେଇ, ଖାଦ୍ୟ ପ୍ରକ୍ରିୟାକରଣରେ 100 ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କରି, ସମଗ୍ର ଦେଶରେ ହଜାର ହଜାର ନୂତନ ଗୋଦାମ ଗୃହ ଖୋଲି, ସମଗ୍ର ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରି କୃଷକ ମାନଙ୍କର ଚାଷବାସ ଖର୍ଚ୍ଚ ହ୍ରାସ କରିବା ଏବଂ ଫସଲ ଗୁଡ଼ିକ ପାଇଁ ଉଚ୍ଚ ମୂଲ୍ୟ ଦେବାର ପ୍ରୟାସ କରାଯାଉଛି ।
ସାଥୀଗଣ, ସରକାର ହୁଏତ କେନ୍ଦ୍ରର ହେଉ, କିମ୍ବା ଯୋଗୀ ମହାଶୟଙ୍କ ନେତୃତ୍ୱରେ ୟୁପିର ସରକାର ଆମର ହେଉଛି ଗୋଟିଏ ହିଁ ମନ୍ତ୍ର, ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶ, ଏହାକୁ ସୁନିଶ୍ଚିତ କରିବା ପାଇଁ ଆମେ ଦିନ ରାତି ଲାଗି ପଡ଼ିଛୁ । ଏଠାରେ ରାଏ ବରେଲୀରେ ମଧ୍ୟ ଆଠ ଲକ୍ଷ ଲୋକଙ୍କର ବ୍ୟାଙ୍କ ଖାତା ଖୋଲା ଯାଇଛି; 175,000 ମହିଳାଙ୍କୁ ମାଗଣାରେ ଏଲପିଜି ଗ୍ୟାସ ସଂଯୋଗ ଦିଆ ଯାଇଛି, ପ୍ରାୟ 55 ହଜାର ଘରଙ୍କୁ ମାଗଣାରେ ବିଜୁଳି ସଂଯୋଗ ଦିଆ ଯାଇ ଆଲୋକିତ କରାଯାଇଛି ।
ଆପଣମାନଙ୍କର ସମସ୍ତଙ୍କର ଅଦ୍ଭୁତପୂର୍ବ ସହଯୋଗ ସରକାରଙ୍କର ପ୍ରୟାସକୁ ଶକ୍ତି ଦେଉଛି । ଆପଣ ମାନଙ୍କର ସହଯୋଗର ଏ ହେଉଛି ଶକ୍ତି କି ସାଧାରଣରୁ ସାଧାରଣ ମନୁଷ୍ୟର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଆମେ ସଫଳ ହୋଇ ପାରିଛୁ । ଆଗାମୀ ସମୟରେ ସରୋକାର ଏବଂ ସହଯୋଗର ଏହି ଭାବନାକୁ ଆମକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ଅଛି, ମିଳିମିଶି କରିବାର ଅଛି । ରାଏବରେଲୀ ସମେତ ସମଗ୍ର ଉତ୍ତର ପ୍ରଦେଶର ଦ୍ରୁତ ବିକାଶ ପାଇଁ ପ୍ରତ୍ୟେକ ସ୍ତରରେ ଆମକୁ ମିଳିମିଶି ଆଗକୁ ବଢ଼ିବାକୁ ଅଛି । ଏହି ବିଶ୍ୱାସର ସହିତ ପୁଣି ଆଉ ଥରେ ସମସ୍ତ ବିକାଶ ମୂଳକ ପରିଯୋଜନା ପାଇଁ ଆପଣ ମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଆପଣ ମାନେ ସମସ୍ତେ ଏଠାରେ ବିଶାଳ ସଂଖ୍ୟାରେ ମୋତେ ଆଶୀର୍ବାଦ ଦେବା ପାଇଁ ପହଂଚିଲେ ଏଥିପାଇଁ ମଧ୍ୟ ମୁଁ ଆପଣ ମାନଙ୍କୁ ସମସ୍ତଙ୍କୁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଅର୍ପଣ କରୁଛି ।
ମୋ ସହିତ ଉଚ୍ଚ ସ୍ୱରରେ କୁହନ୍ତୁ ଭାରତ ମାତା କି ଜୟ…, ଭାରତ ମାତା କି ଜୟ…, ଭାରତ ମାତା କି ଜୟ…
ବହୁତ ବହୁତ ଧନ୍ୟବାଦ ।
मैं रायबरेली की इस महान और पुण्य भूमि को, यहां के लोगों को नमन करता हूं।
— PMO India (@PMOIndia) December 16, 2018
गौरवमयी इतिहास से जुड़े इस क्षेत्र के विकास के प्रति केंद्र और उत्तर प्रदेश की सरकार पूरी तरह से समर्पित है।
थोड़ी देर पहले यहां 1000 करोड़ रुपए के प्रोजेक्ट्स का शिलान्यास और लोकार्पण किया गया है: PM
सड़क, घर, मेडिकल कॉलेज, जैसी वो सारी परियोजनाएं जिनका थोड़ी देर पहले लोकार्पण और शिलान्यास हुआ है, वो आप सभी के जीवन को सरल और सुगम बनाने में मदद करने वाला है।
— PMO India (@PMOIndia) December 16, 2018
इन सभी सुविधाओं के लिए मैं आप सभी को बधाई देता हूं: PM
यहां आने से पहले मैं पास ही में बनी मॉर्डन कोच फैक्ट्री में था।
— PMO India (@PMOIndia) December 16, 2018
मैंने उस फैक्ट्री में इस वर्ष बने 900वें डिब्बे को हरी झंडी भी दिखाई।
पहले की सरकारों की क्या कार्यसंस्कृति रही है, इसकी गवाह रायबरेली की रेल कोच फैक्ट्री भी है: PM
ये फैक्ट्री 2007 में स्वीकृत हुई थी।
— PMO India (@PMOIndia) December 16, 2018
2010 में ये फैक्ट्री बनकर तैयार भी हो गई।
लेकिन उसके बाद 4 साल तक इस फैक्ट्री में कपूरथला से डिब्बे लेकर उनमें पेंच कसने और पेंट करने का काम हुआ।
जो फैक्ट्री नए डिब्बे बनाने के लिए थी, उसे पूरी क्षमता से कभी काम ही नहीं करने दिया गया: PM
अगर कोच फैक्टरी की क्षमता बढ़ेगी तो यहां के युवाओं के लिए हर तरह के रोजगार बढ़ेंगे।
— PMO India (@PMOIndia) December 16, 2018
उस दिन के बारे में सोचिए, जब यहां हर रोज 10-12 नए कोच बनने लगेंगे।
इस फैक्ट्री की क्षमता का विस्तार, कामगारों, इंजीनियरों, टेक्नीशियनों के लिए भी रोजगार के नए अवसर लेकर आएगा: PM
जब पहले की सरकार ने यहां पर रेल कोच फैक्ट्री का निर्माण तय किया था, तो ये तय हुआ था कि 5000 कर्मचारियों की नियुक्ति की जाएगी।
— PMO India (@PMOIndia) December 16, 2018
लेकिन स्वीकृति इसके आधे पदों को ही दी गई।
इतना ही नहीं, 2014 में हमने ये भी देखा कि यहां की कोच फैक्ट्री में एक भी नई नियुक्ति नहीं हुई थी: PM
अब आज की स्थिति ये है कि लगभग 2 हजार नए कर्मचारियों को हमारी सरकार ने नियुक्त किया है।
— PMO India (@PMOIndia) December 16, 2018
आज मुझे ये कहते हुए गौरव का एहसास हो रहा है कि आने वाले समय में रायबरेली, रेल कोच निर्माण के मामले में एक ग्लोबल हब बनने वाला है: PM
देश के इतिहास में आज का दिन एक और वजह से बहुत विशेष है।
— PMO India (@PMOIndia) December 16, 2018
1971 में आज के ही दिन भारत की वीर सेना ने आतंक, अत्याचार और अराजकता की प्रतीक शक्तियों को धूल चटाई थी।
इस युद्ध का हिस्सा रहे देशभर के सभी सैनिकों को मैं नमन करता हूं: PM
मोदी को उन्हें गाली देनी है, मैं जानता हूं।
— PMO India (@PMOIndia) December 16, 2018
मोदी पर वो किसी भी तरह एक दाग लगा देना चाहते हैं, ये भी जानता हूं।
लेकिन जानना चाहता हूं कि इसके लिए देश को ताक पर क्यों रख दिया गया है?
क्यों देश की सुरक्षा से खिलवाड़ किया जा रहा है?: PM
आज देश के सामने दो पक्ष हैं।
— PMO India (@PMOIndia) December 16, 2018
एक पक्ष सरकार का, जो हर तरह से कोशिश कर रही है कि हमारी सेना की ताकत बढ़े। दूसरा पक्ष उन ताकतों का है, जो किसी भी कीमत पर देश को कमजोर करना हैं।
देश देख रहा है कि कांग्रेस उन ताकतों के साथ खड़ी है जो हमारी सेनाओं को मजबूत नहीं होने देना चाहतीं: PM
रामचरित मानस में एक चौपाई है।
— PMO India (@PMOIndia) December 16, 2018
गोस्वामी तुलसीदास जी ने लिखा है कि भगवान राम किसी का व्यक्तित्व समझाते हुए कहते हैं
“झूठई लेना, झूठई देना, झूठई भोजन, झूठ चबेना”।
यानि कुछ लोग झूठ ही स्वीकार करते हैं,
झूठ ही दूसरो को देते हैं,
झूठ का ही भोजन करते हैं और झूठ ही चबाते हैं: PM
ऐसे लोगों के लिए देश का रक्षा मंत्रालय भी झूठा है,
— PMO India (@PMOIndia) December 16, 2018
देश की रक्षा मंत्री भी झूठी हैं,
भारतीय वायुसेना के अफसर भी झूठे हैं,
फ्रांस की सरकार भी झूठी है,
अब तो उन्हें देश की सर्वोच्च अदालत भी झूठी लगने लगी है: PM
सच को ऋंगार की जरूरत नहीं होती और
— PMO India (@PMOIndia) December 16, 2018
झूठ चाहे जितना भी बोला जाए, उसमें जान नहीं होती।
लेकिन हमारे यहां ये भी कहा गया है- “जयेत् सत्येन चानृतम्”
यानि झूठ बोलने की प्रवृत्ति पर सत्यवादिता से ही विजय प्राप्त होती है: PM
करगिल युद्ध के बाद हमारी वायुसेना ने आधुनिक विमानों की जरूरत बताई थी।
— PMO India (@PMOIndia) December 16, 2018
अटल जी की सरकार के बाद कांग्रेस ने 10 साल देश पर राज किया, लेकिन वायुसेना को मजबूत नहीं होने दिया।
आखिर क्यों?
किसके दबाव में?: PM
रक्षा सौदों के मामले में कांग्रेस का इतिहास बोफोर्स घोटाले वाले क्वात्राकी मामा का रहा है।
— PMO India (@PMOIndia) December 16, 2018
हेलीकॉप्टर घोटाले के आरोपी क्रिश्चियन मिशेल को पकड़कर कुछ दिन पहले ही भारत लाया गया है।
सभी ने ये देखा है कि कैसे इस आरोपी के बचाने के लिए कांग्रेस ने अपना वकील अदालत में भेज दिया: PM
मैं कांग्रेस से जानना चाहता हूं कि क्या वो इसलिए भड़की हुई है, झूठ पर झूठ बोल रही है क्योंकि भाजपा सरकार जो रक्षा सौदे कर रही है, उसमें कोई क्वात्रोकी मामा नहीं है, क्रिश्चियन मिशेल नहीं है?
— PMO India (@PMOIndia) December 16, 2018
क्या इसलिए वो अब न्यायपालिका पर अविश्वास का माहौल पैदा करने में जुट गई है?: PM
हमारे लिए हमेशा दल से बड़ा देश है और हमेशा रहेगा।
— PMO India (@PMOIndia) December 16, 2018
मैं देश को कहना चाहता हूं कि जब देश की सुरक्षा की बात हो, सेना की जरूरतों की बात हो, सैनिकों के सम्मान की बात हो,
एनडीए सरकार सिर्फ एक बात का ध्यान रखती है- राष्ट्रहित, देशहित।
यही हमारी परवरिश है, यही हमारे संस्कार हैं: PM
हमारे जवानों की सुरक्षा के प्रति कांग्रेस का क्या रवैया रहा है, ये मैं देश को फिर याद दिलाना चाहता हूं।
— PMO India (@PMOIndia) December 16, 2018
2009 में भारतीय सेना ने 1 लाख 86 हजार बुलेट प्रूफ जैकेट की मांग की थी।
2009 से लेकर 2014 तक पाँच साल बीत गए, लेकिन सेना के लिए बुलेटप्रूफ जैकेट नहीं खरीदी गई: PM
केंद्र में हमारी सरकार बनने के बाद 2016 में हमने सेना के लिए 50 हजार बुलेटप्रूफ जैकेट खरीदी।
— PMO India (@PMOIndia) December 16, 2018
मैं देश को ये भी जानकारी देना चाहता हूं कि इस साल अप्रैल में पूरी 1 लाख 86 हजार बुलेट प्रूफ जैकेट का ऑर्डर दिया जा चुका है।
ये जैकेट भारत की ही एक कंपनी बना रही है: PM
कांग्रेस के पास इस बात का क्या जवाब है कि जब वो दस साल तक सत्ता में रही,
— PMO India (@PMOIndia) December 16, 2018
तो क्यों उसने स्वामीनाथन कमेटी की रिपोर्ट को लागू नहीं किया?
इस बात का जवाब कांग्रेस कभी नहीं देगी और न ही उसका बनाया इकोसिस्टम उससे कभी ये जवाब मांगेगा: PM
एनडीए सरकार ने किसानों की आय बढ़ाने के लिए MSP पर स्वामीनाथन कमेटी की रिपोर्ट को लागू किया।
— PMO India (@PMOIndia) December 16, 2018
खरीफ और रबी की 22 फसलों पर MSP को सुनिश्चित किया गया है।
कांग्रेस का इकोसिस्टम आपको कभी नहीं बताएगा कि सिर्फ इस फैसले से देश के किसानों को 60 हजार करोड़ रुपए मिलना तय हुआ है: PM
प्रधानमंत्री फसल बीमा योजना के अगर मैं पिछले 2 वर्ष का आंकड़ा दूं, तो किसानों से प्रीमियम के रूप में 8 हजार करोड़ रुपए लिए गए।
— PMO India (@PMOIndia) December 16, 2018
लेकिन आपदा के बाद, फसल खराब होने के बाद, उन्हें 33 हजार करोड़ रुपए की मदद की गई।
यानि जितना किसानों से लिया, उससे 4 गुना से ज्यादा वापस किया गया: PM
बीते कुछ समय से कर्जमाफी को लेकर भी कांग्रेस बड़ी-बड़ी बातें कर रही है।
— PMO India (@PMOIndia) December 16, 2018
लेकिन ये भी सिर्फ धोखा है, झूठ है।
कर्नाटक में कांग्रेस ने किसानों से कर्जमाफी का वादा किया था। सिर्फ 10 दिन की बात कही गई थी लेकिन आज 6 महीने बाद सच्चाई कुछ और है: PM
अभी 2-3 दिन पहले ही अखबारों में आया है कि कर्नाटक में 6 महीने में एक हजार से भी कम किसानों का कर्जा माफ हुआ है।
— PMO India (@PMOIndia) December 16, 2018
सैकड़ों किसानों के खिलाफ गिरफ्तारी का वारंट निकल रहा है।
कांग्रेस पूरी ताकत लगा रही है कि ये सच्चाई दब जाए, छिप जाए, देश के किसानों के सामने न आए: PM
हमारा एक ही मंत्र है, सबका साथ, सबका विकास,
— PMO India (@PMOIndia) December 16, 2018
इसको सुनिश्चित करने के लिए दिन रात हम लगे हुए हैं,
यहां रायबरेली में भी 8 लाख लोगों के बैंक खाते खोले गए हैं,
पौने दो लाख महिलाओं को मुफ्त गैस कनेक्शन दिया गया है,
लगभग 55 हजार घरों को मुफ्त बिजली कनेक्शन देकर रोशन किया गया है: PM