ପିଏମଇଣ୍ଡିଆ
ମଂଚ ଉପରେ ବିରାଜିତ ସମସ୍ତ ମହାନୁଭବ ଏବଂ ବିଶାଳ ସଂଖ୍ୟାରେ ଆସିଥିବା ସମସ୍ତ ଯୋଗ ପ୍ରେମୀ ଭାଇ ଓ ଭଉଣୀମାନେ,
ଦେଶର ଭିନ୍ନ ଭିନ୍ନ ଭାଗରେ ମଧ୍ୟ ଏହି ପ୍ରକାରର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଯୋଗ ପ୍ରେମୀମାନଙ୍କୁ ମଧ୍ୟ ଆଜି ଲକ୍ଷ୍ନୌ ମାଟିରୁ ପ୍ରଣାମ କରୁଛି ।
ଯୋଗର ଗୋଟିଏ ବିଶେଷତ୍ୱ ରହିଛି ମନକୁ ସ୍ଥିର ରଖିବାରେ, କୌଣସି ପ୍ରକାରର ଦୋଦୂଲ୍ୟମାନ ସ୍ଥିତିରେ ମଧ୍ୟ ସୁସ୍ଥ ମନ ସହିତ ଜୀଇଁବାର କଳା ଯୋଗରୁ ଶିଖିବାକୁ ମିଳିଥାଏ । କିନ୍ତୁ ଆଜି, ମୁଁ ଲକ୍ଷ୍ନୌର ଏହି ବିଶାଳ ମୈଦାନରେ ହଜାର ହଜାର ଲୋକଙ୍କୁ ଦେଖୁଛି, ଆଉ ଏହି ଲୋକ ମଧ୍ୟ ଏକ ବାର୍ତ୍ତା ଦେଉଛନ୍ତି କି ଜୀବନରେ ଯୋଗର ତ’ ମହତ୍ୱ ହିଁ ରହିଛି, କିନ୍ତୁ ଯଦି ବର୍ଷା ଆସିଯାଏ ତ, ଯୋଗର ସତରଞ୍ଜି କିପରି ବ୍ୟବହାର ହୋଇପାରେ, ଯୋଗ ପାଇଁ ବ୍ୟବହୃତ ଦରିର ବ୍ୟବହାର କିପରି ହୋଇପାରେ; ଏହା ମଧ୍ୟ ଲକ୍ଷ୍ନୌର ଲୋକ ଦେଖାଇ ଦେଇଛନ୍ତି । କ୍ରମାଗତ ବର୍ଷା ଭିତରେ ମଧ୍ୟ ଆପଣମାନେ ସମସ୍ତେ ଏଠାରେ ଏକାଠି ହୋଇଛନ୍ତି, ଯୋଗର ମାହାତ୍ମ୍ୟକୁ ଶକ୍ତି ଦେବାରେ ଆପଣଙ୍କର ଏହି ପ୍ରୟାସ ହେଉଛି ଅଭିନନ୍ଦନୀୟ ।
ଯୋଗ ମଧ୍ୟ ସ୍ୱୟଂ ନିଜେ ବ୍ୟକ୍ତିରୁ ସମଷ୍ଟି ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରିଛି । ଗୋଟିଏ ସମୟ ଥିଲା ଯେତେବେଳେ ଯୋଗ ହିମାଳୟରେ ଗୁମ୍ଫା ଗୁଡିକରେ ଋଷି, ମୁନି ଏବଂ ମନିଷୀମାନଙ୍କର ହିଁ ସାଧନାର ମାର୍ଗ ହୋଇଥିଲା । ଯୁଗ ବଦଳିବାରେ ଲାଗିଲା, ଶତାବ୍ଦୀ ଶତାବ୍ଦୀ ବିତିଗଲା; ଆଜି ଯୋଗ ଘର-ଘର, ଜନ-ଗଣଙ୍କର, ସେମାନଙ୍କ ଜୀବନର ଅଂଶ ହେବାକୁ ଯାଉଛି । ବିଶ୍ୱର ଅନେକ ଦେଶ, ଯେଉଁମାନେ ନା ଆମ ଭାଷା ଜାଣିଛନ୍ତି, ନା ଆମର ପରମ୍ପରା ଜାଣିଛନ୍ତି, ନା ଆମ ସଂସ୍କୃତି ସହିତ ପରିଚିତ ଅଛନ୍ତି, କିନ୍ତୁ ଯୋଗ ଯୋଗୁ ସଂପୂର୍ଣ୍ଣ ବିଶ୍ୱ ଭାରତ ସହିତ ଯୋଡି ହେବାରେ ଲାଗିଛନ୍ତି । ଯୋଗ-ଯାହା ଶରୀର, ମନ, ବୁଦ୍ଧିକୁ ଯୋଡିଥାଏ, ସେହି ଯୋଗ ଆଜି ବିଶ୍ୱକୁ ନିଜ ସହିତ ଯୋଡିବାରେ ବହୁତ ବଡ଼ ପ୍ରମୁଖ ଭୂମିକା ନିର୍ବାହ କରୁଛି ।
ମିଳିତ ଜାତିସଂଘ ସର୍ବାଧିକ ଭୋଟରେ ସବୁଠାରୁ କମ ସମୟରେ ଯେବେ ଯୋଗକୁ ଆନ୍ତର୍ଜାତିକ ଦିବସ ଭାବେ ସ୍ୱିକୃତୀ ଦେଲା, ସେହି ସମୟରୁ ଆଜି ଦୁନିଆର ବୋଧହୁଏ କୌଣସି ଦେଶ ନଥିବ ଯେଉଁଠାରେ ଯୋଗ ବିଷୟରେ କୌଣସି କାର୍ଯ୍ୟକ୍ରମ ହେଉ ନ ଥିବ, ଯୋଗ ପ୍ରତି ଆକର୍ଷଣ ବଢି ନ ଥିବ, ସଚେତନତା ବଢି ନ ଥିବ ।
ବିଗତ ତିନି ବର୍ଷରେ ଯୋଗ ପାଇଁ ଅନେକ ନୂଆ-ନୂଆ ଶିକ୍ଷଣ ପ୍ରତିଷ୍ଠାନ ଆଜି ବିକଶିତ ହୋଇଛି । ବିଗତ ତିନି ବର୍ଷରେ ବହୁତ ବଡ଼ ମାତ୍ରାରେ ଯୋଗ ଶିକ୍ଷକଙ୍କ ଆବଶ୍ୟକତା ବଢିଛି । ଯୋଗ ତାଲିମ ଅନୁଷ୍ଠାନରେ ମଧ୍ୟ ଯୁବକମାନେ ଯୋଗକୁ ଏକ ବୃତ୍ତି ଭାବେ ସ୍ୱୀକାର କରି ନିଜକୁ ନିଜେ ପ୍ରସ୍ତୁତ କରୁଛନ୍ତି । ଦୁନିଆର ସବୁ ଦେଶରେ ଯୋଗ ଶିକ୍ଷକଙ୍କ ଆବଶ୍ୟକତା ହେଉଛି । ବିଶ୍ୱରେ ଏକ ନୂଆ ନିଯୁକ୍ତି ବଜାର ଯୋଗ ଦ୍ୱାରା ପ୍ରସ୍ତୁତ ହେଉଛି । ଆଉ ଭାରତୀୟ ଲୋକଙ୍କ ପ୍ରତି ପ୍ରାଥମିକତା ସବୁଠାରୁ ଆଗରେ ରହିଥାଏ ।
ଗୋଟିଏ ସମୟ ଥିଲା ସମସ୍ତେ ନିଜ ନିଜ ପଦ୍ଧତିରେ ଯୋଗ କରୁଥିଲେ । ଧୀରେ ଧୀରେ ତାହାର ମାନ ନିର୍ଦ୍ଧାରଣ, ତାହାର ପର୍ଯ୍ୟାୟ, ଯୋଗରେ କିପରି ଆଗକୁ ବଢିବା, ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ , ତୃତୀୟ ପର୍ଯ୍ୟାୟ, ଧୀରେ ଧୀରେ ବୈଜ୍ଞାନିକ କୌଶଳରେ, ବିଶ୍ୱରେ ସମାନ ଭାବେ ଯୋଗର ପ୍ରକ୍ରିୟାର ମଧ୍ୟ ମାନ ସ୍ଥିର କରିବା ଦିଗରେ ଭାରତରେ ଏବଂ ଭାରତ ବାହାରେ ମଧ୍ୟ ବହୁତ ପ୍ରକାରର ପ୍ରୟାସ ଜାରି ରହିଛି ।
ବିଗତ ବର୍ଷ ୟୁନିସ୍କୋ ଭାରତର ଯୋଗକୁ ମଣିଷ ସଂସ୍କୃତିର ଏକ ଅମର ପରମ୍ପରା ଭାବେ ମାନ୍ୟତା ଦେଇଛି । ବିଶ୍ୱର ସଂଗଠନ, ସ୍କୁଲରେ, କଲେଜରେ ବାଳକମାନଙ୍କୁ ଯୋଗର ତାଲିମ ମିଳୁ, ବାଳକ ଯୋଗ ସହିତ ଯୋଡି ହୁଅନ୍ତୁ, ଆଉ ଧୀରେ ଧୀରେ ତାହା ଜୀବନର ଅଂଶ ହୋଇଯାଉ, ସେହି ଦିଗରେ ସତେଚନତା ବଢିବାରେ ଲାଗିଛି । ଆଜି ଭାରତରେ ମଧ୍ୟ କେତେକ ଏମିତି ରାଜ୍ୟ ଅଛନ୍ତି ଯେଉଁମାନେ ଯୋଗକୁ ଶିକ୍ଷାର ଏକ ପାଠ୍ୟକ୍ରମ କରିଛନ୍ତି ଫଳରେ ଆମର ଆଗାମୀ ପିଢି ଆମର ଶତାବ୍ଦୀ ପୁରୁଣା ଏହି ବିଜ୍ଞାନ ସହିତ ପରିଚିତ ହୁଅନ୍ତୁ, ତାକୁ ଅଭ୍ୟାସ କରିବା ଜାଣନ୍ତୁ, ଆଉ ତାହା ସେମାନଙ୍କ ଜୀବନର ଅଂଶ ହେଉ ।
ସ୍ୱାସ୍ଥ୍ୟ ପାଇଁ କେତେ ପ୍ରକାରର ପ୍ରକଳ୍ପ ଥାଏ, କିନ୍ତୁ ଫିଟନେସ ଠାରୁ ଅଧିକ, ସୁସ୍ଥ ହେବାଠାରୁ ଅଧିକ କଲ୍ୟାଣର ମହତ୍ୱ ଥାଏ । ଆଉ ଏଥିପାଇଁ ଜୀବନରେ କଲ୍ୟାଣର ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଯୋଗ ହେଉଛି ଏକ ବହୁତ ବଡ଼ ମାଧ୍ୟମ । ଆଜି ଯୋଗ ସାମ୍ନାରେ ଦୁନିଆର କୌଣସି ଠାରେ କିଛି ପ୍ରଶ୍ନ ଚିହ୍ନ ନାହିଁ । ସମୟ ଅନୁସାରେ ପରିବର୍ତ୍ତନ ହୋଇ ଚାଲିଛି, ବିଶ୍ୱର ଭିନ୍ନଭିନ୍ନ ସମାଜ ସେଥିରେ କିଛି ନା କିଛି ଯୋଡି ଚାଲିଛନ୍ତି । ସ୍ଥାନ, କାଳ, ପରିସ୍ଥିତି ଅନୁସାରେ, ବୟସ ଅନୁକୂଳ, ଯୋଗରେ ଉତରୋତର ବିକାଶ ହେଉଛି, ତାହାର ମଧ୍ୟ ବିସ୍ତାର ହେଉଛି । ଆଉ ଏଥିପାଇଁ ଏହି ମହତ୍ୱପୂର୍ଣ୍ଣ ସୁଯୋଗ ଅବସରରେ ମୁଁ ଦେଶ ଏବଂ ଦୁନିଆର ଲୋକଙ୍କୁ, ଯୋଗକୁ ଜୀବନର ଅଂଶ କରିବା ପାଇଁ ଅନୁରୋଧ କରୁଛି । ଆମେ ଯୋଗ ଶିକ୍ଷକ ହେଉ ବା ନ ହେଉ, ଆମକୁ ଯୋଗରେ ସଫଳତା ମିଳୁ ବା ନ ମିଳୁ, କିନ୍ତୁ ଆମେ ଯୋଗକୁ ଅଭ୍ୟାସରେ ପରିଣତ କରି ପାରିବା । ଆଉ ଯେଉଁ ସମୟରେ ପ୍ରଥମେ ଯୋଗ କରିବା, ତ ଜଣା ପଡିଥାଏ କି ଆମ ଶରୀରରେ କେତ ମହତ୍ୱପୂର୍ଣ୍ଣ ଅଙ୍ଗ ଅଛି, ଯେଉଁ ଆଡକୁ ଆମର ଧ୍ୟାନ ଯାଇ ନ ଥିଲା, କେତେ ବେକାର ହୋଇ ଯାଇଥିଲେ । ଆଉ ଯେବେ ଯୋଗ ଆରମ୍ଭ କରିବା ତ ଶରୀରର ଅନେକ ଅଙ୍ଗ ଯାହା ସୁପ୍ତ ଅବସ୍ଥାରେ ପଡି ରହିଥିଲା, ତାହା ଜାଗ୍ରତ ହେବା ଆମେ ନିଜେ ଅନୁଭବ କରି ପାରିବା । ସେଥିପାଇଁ କୌଣସି ବଡ଼ ଦିବ୍ୟ ଚେତନା ଆବଶ୍ୟକ ହୋଇ ନ ଥାଏ । ଯେଉଁମାନେ ପ୍ରଥମ ଥର ଯୋଗ କରିଛନ୍ତି ସମସ୍ତଙ୍କୁ ତାହା ଜଣା ପଡିଥାଏ କି ମୋ ଶରୀରର ଅଂଗ ସୁପ୍ତ ହୋଇ ପଡିଥିଲା, ଯୋଗ ଆରମ୍ଭ କରିବାରୁ ହିଁ ତାଙ୍କ ଶରୀର ମଧ୍ୟରେ ଜାଗ୍ରତଭାବ ଆସିବାରେ ଲାଗିଛି, ଚୈତନ୍ୟ ଆସିବାରେ ଲାଗିଛି ।
କେବେ ଲୋକ ମତେ ପଚାରନ୍ତି, ଯୋଗର ମାହତ୍ମ୍ୟ ବିଷୟରେ ବଡ଼ ବଡ଼ ଆଲୋଚନା କରୁଛନ୍ତି । ମୁଁ ବଡ଼ ସରଳ ଭାଷାରେ ବୁଝାଇ ଦେଇଥାଏ । ଲୁଣ ହେଉଛି ସବୁଠାରୁ ଶସ୍ତା, ସବୁଠାରେ ମଧ୍ୟ ଉପଲବ୍ଧ ହୋଇଥାଏ, କିନ୍ତୁ ଦିନସାରା ଖାଦ୍ୟରେ ଯଦି ଲୁଣ ନଥାଏ, ଖାଲି ସ୍ୱାଦ ବିଗିଡି ଯାଇ ନଥାଏ, ଶରୀରର ସମସ୍ତ ଆଭ୍ୟନ୍ତରୀଣ ସଂରଚନାକୁ ବଡ଼ ଆଘାତ ପହଂଚିଥାଏ । ଲୁଣ ହୋଇଥାଏ ଟିକିଏ ମାତ୍ର, କିନ୍ତୁ ସଂପୂର୍ଣ୍ଣ ଶରୀରର ରଚନାରେ ତାହାର ମହତ୍ୱକୁ କେହି ଏଡାଇ ପାରିବେ ନାହିଁ । ତାହାର ଆବଶ୍ୟକତାକୁ କେହି ଅସ୍ୱୀକାର କରି ପାରିବେ ନାହିଁ । ଲୁଣ-ଏକମାତ୍ର ଲୁଣରେ ଜୀବନ ଚାଲେ ନାହିଁ , କିନ୍ତୁ ଜୀବନରେ ଲୁଣ ନ ଥିଲେ ଜୀବନ ଚାଲି ପାରେ ନାହିଁ । ଯେପରି ଜୀବନରେ ଲୁଣର ସ୍ଥାନ ଅଛି, ସେହିପରି ଯୋଗର ସ୍ଥାନ ଆମେ ସୃଷ୍ଟି କରି ପାରିବା । କିଛି ଅଧିକ ଚବିଶ ଘଣ୍ଟା ଯୋଗ କରିବାର ଆବଶ୍ୟକତା ନାହିଁ । 50 ମିନିଟ, 60 ମିନିଟ, ଆଉ ମୁଁ ପ୍ରଥମରୁ କହିଛି ଶୂନ ବିନିଯୋଗରେ ସ୍ୱାସ୍ଥ୍ୟ ବୀମାର ଶକ୍ତି ଯୋଗ ମଧ୍ୟରେ ରହିଛି ।
ଆଉ ଏଥିପାଇଁ ଆଜି ତୃତୀୟ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସାରା ବିଶ୍ୱର ଯୋଗ ପ୍ରେମୀମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ବିଶ୍ୱର ସମସ୍ତ ଦେଶ ଯେଉଁ ଉଦ୍ଦୀପନା ଏବଂ ଉତ୍ସାହ ସହିତ ଯୋଡି ହୋଇଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି । ଆଉ ମୁଁ ଆପଣ ଲକ୍ଷ୍ନୌବାସୀଙ୍କୁ ମଧ୍ୟ ଦୃଦୟର ସହିତ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ଧନ୍ୟବାଦ ।
From Lucknow I convey my greetings to all those joining the #YogaDay2017 celebrations all over India: PM @narendramodi
— PMO India (@PMOIndia) June 21, 2017
Today, Yoga has become a part of so many lives. Yoga's popularity outside India is high & has connected the world with India: PM
— PMO India (@PMOIndia) June 21, 2017
I am glad to see several Yoga institutes take shape over the last three years. Demand for Yoga teachers is increasing: PM @narendramodi
— PMO India (@PMOIndia) June 21, 2017
In addition to fitness, wellness is important. Yoga is a medium to achieve wellness: PM @narendramodi #YogaDay2017 https://t.co/YX4OefXGoB
— PMO India (@PMOIndia) June 21, 2017
I urge everyone to make Yoga a part of their lives: PM @narendramodi #YogaDay2017
— PMO India (@PMOIndia) June 21, 2017
Yoga is about health assurance. It is not even expensive to practice: PM @narendramodi #YogaDay2017 https://t.co/YX4OefXGoB
— PMO India (@PMOIndia) June 21, 2017
PM @narendramodi takes part in #YogaDay2017 programme. https://t.co/YX4OefXGoB
— PMO India (@PMOIndia) June 21, 2017
I am delighted to see the vigour & enthusiasm with which people are joining the #YogaDay2017 celebrations all across India & the world.
— Narendra Modi (@narendramodi) June 21, 2017
Let us pledge today to make Yoga an integral part of our daily routine & practice Yoga regularly. The benefits are tremendous. #YogaDay2017
— Narendra Modi (@narendramodi) June 21, 2017
Rain did not dampen the spirit of the #YogaDay2017 celebrations in Lucknow. pic.twitter.com/7KvxQYam9A
— Narendra Modi (@narendramodi) June 21, 2017
Here are some more photos from Lucknow. #YogaDay2017 pic.twitter.com/H9OMo5d046
— Narendra Modi (@narendramodi) June 21, 2017
Sharing my speech at the #YogaDay2017 programme in Lucknow. https://t.co/TWwInTP5I5
— Narendra Modi (@narendramodi) June 21, 2017