ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ “ଉନ୍ନତ ମଡେଲ ସିଙ୍ଗଲ ୱିଣ୍ଡୋ‘ର ବିକାଶ ଲାଗି ଭାରତ ଏବଂ ଜାପାନ ମଧ୍ୟରେ ବୁଝାମଣା (ଏମଓୟୁ)କୁ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଲାଭ :
ଏହି ଏମଓୟୁ ଦ୍ୱାରା ବ୍ୟବସାୟ ସହ ଜଡ଼ିତ କାର୍ଯ୍ୟ ଲାଗି ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟାର ନିମନ୍ତେ “ଉନ୍ନତ ମଡେଲ ସିଙ୍ଗଲ ୱିଣ୍ଡୋ‘ର ବିକାଶ ଏବଂ ଭାରତରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗ ସୁନିଶ୍ଚିତ ହୋଇପାରିବ । ଏଥିସହିତ ଏକ ଏପରି ଢାଂଚାର ବିକାଶ ଲାଗି ମଧ୍ୟ ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗ ସମ୍ଭବ ହୋଇପାରିବ ଯେଉଁଥିରେ ପ୍ରକ୍ରିୟା ତ୍ୱରିତ ଢଂଗରେ ପୂରଣ ହୋଇପାରିବ, ଯଦ୍ଦ୍ୱାରା ଦେଶରେ “ବ୍ୟବସାୟିକ ସୁଗମତା‘କୁ ପ୍ରୋତ୍ସାହନ ଦେବା ଲାଗି ଭାରତ ପକ୍ଷରୁ କରାଯାଉଥିବା ପ୍ରୟାସ ତ୍ୱରାନ୍ୱିତ ହୋଇପାରିବ । “ଉନ୍ନତ ମଡେଲ ସିଙ୍ଗଲ ୱିଣ୍ଡୋ‘ ଭାରତରେ ଏବଂ ବିଦେଶରେ ଗ୍ରହଣୀୟ ହୋଇଥିବା ସର୍ବୋତ୍ତମ ପଦ୍ଧତି କିମ୍ବା ପ୍ରଥା ଉପରେ ଆଧାରିତ । ଏଥିରେ ମାପିବା ଯୋଗ୍ୟ ପରିମାପ ଏବଂ ଆଗାମୀ ସମ୍ଭାବ୍ୟ ବାଧା ଚିହ୍ନଟ ହୋଇପାରିବ । ତେଣୁ ଏହା ନିବେଶକୁ ସୁବିଧାଜନକ କରିବ ।
**********